From 72b4bc3e424a7d2f028ce0ac1db31dc70220d2c4 Mon Sep 17 00:00:00 2001 From: Nayan Ranjan Paul Date: Tue, 27 Sep 2022 12:10:33 +0530 Subject: [PATCH] Upload New File --- .../odiasahitya.com/sent_odiasahitya_lekha_47 | 188 ++++++++++++++++++ 1 file changed, 188 insertions(+) create mode 100644 Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_47 diff --git a/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_47 b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_47 new file mode 100644 index 0000000..291d256 --- /dev/null +++ b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_47 @@ -0,0 +1,188 @@ +ଅନ୍ଧର ଅହମିକା +ନିତ୍ୟାନନ୍ଦ ମହାପାତ୍ର +ତା: ସେପ୍ଟେମ୍ବର୍ ୨୭, ୨୦୧୨ +ମୂଳ ପୃଷ୍ଠା → ସ୍ମରଣୀୟ ଲେଖା → ଗଳ୍ପ → +ସଉରି ପାଇକରାୟ ସେମିତି ଖୁଣ୍ଟଟା ପରି ବସିଛି । +ହୁଙ୍କୁ ନାହିଁ କି ଚଙ୍କୁ ନାହିଁ । +ଗଲା ଦୁଇତିନି ଦିନ ହବ ଅନବରତ ଝଡ଼ି ବରଷା ଗାଜି ଦେଇ ଯାଉଛି । +ଭୋଦୁଅ ମାସ ଶେଷ ମୁଣ୍ଡରେ ଧାରା ଶ୍ରାବଣ ଅଜାଡ଼ି ପଡ଼ିଲା । +କି ଅକାଳ କଥା ! ଦାଣ୍ଡରେ ସୁଅ ଚାଲିଛି । +ପୁରୁଣା ଦରମଲା ତାଳଗଛଟାଏ ତଳଆଡୁ ଫାମ୍ପରା ଧରିଥିଲା କି କ’ଣ, ଗଡ଼ି ପଡ଼ିଲା । +ତା’ରି ଉପରେ ବାୟା ଚଢ଼େଇ ବସା, ବାଆ କଲେ ଦୋହଲୁଥାଏ, ଆଜି ତଳେ ପଡ଼ିଛି ଛିନ୍‌ଛତର୍‌ । +ଅଣ୍ଡା କେଇଟି ଛତୁ ହୋଇଯାଇଛି । +ଚଡ଼କ ପଡ଼ି ମିଶ୍ରଘର ନଡ଼ିଆ ଗଛଟାଏ ଜଳିଗଲା । +ବୁଢ଼ା ପାଇକରା ଖୁଣ୍ଟଟା ପରି ଚାହିଁଛି । +ଦମ୍ଭିଲା ବୁଢ଼ା । +ବୟସ ଷାଠିଏ କି ପଇଁଷଠି ହେବ । +ବୁଢ଼ା ଏବେ ବି ମଜଭୁତ୍‌ ଅଛି । +‘ଏମିତି ଝଡ଼ କାହିଁ ଦେଖା ନଥିଲା ସାନ୍ତେ ।’ +ସଦେଇ ପଖିଆ ମୁଣ୍ଡରେ ପକେଇ କହି କହି ଯାଉଥାଏ । +‘ହଁ ଦକ୍ଷିଣା ପକେଇଲାଣି । +ବ୍ରାହ୍ମଣ, ବରଷା, ବଢ଼ି କୁଆଡ଼େ ଛାଡ଼ି ପଳେଇବ ।’ +‘ଆମ ସାହିରେ ଗଉରା, ଚେମା, ସଇତାଙ୍କ ଘର କାନ୍ଥ ସବୁ ପଡ଼ିଗଲା । +-ଏ ଯେଉଁ ତୁଫାନ୍‌ ପିଟୁଛି ।’ +ଧରମୁ ଜେନା କହିଗଲା । +ଯାଉ ! ଏମିତି କେତେ ଯିବ । +ପୁଣି ନୂଆ ତୋଳେଇ ନେବେ । +କି ଘର ଯେ, କ’ଣ ଘରକୁ ଲେଖା ? ଏକା ଦିନକେ ମନ କଲେ ଦି’ ଦି’ଟା ଘର ଠିଆ ହୋଇଯିବ । +ଘର ତ ସଉରି ପାଇକରାର ଘର, ଯାହାକୁ କହନ୍ତି ଘର । +ଦଶ ପାଞ୍ଚଟା ଗାଁରେ ଏମିତି ଘର ଖଣ୍ଡେ କାହାରି ନଥିବ । +ବାପ ଦାଦି ସପତ ସପତାଣି ଭୋଗ କଲେଣି, ଏଇ ଡିହ ଖଣ୍ଡିକ । +ତା’ରି ଉପରେ କେତେଥର କାନ୍ଥ ଉଠିବଣି, କେତେ ବର୍ଷ ପରେ ବର୍ଷ ଅସୁମାରି ଛାଉଣି ସରିବଣି, କୋଉ ଅମଳରୁ କିଏ କହିବ ? ଏଇ ବର୍ଷ ସଉରି ଇଟା ପକେଇ ପକାକାନ୍ଥ ଉଠେଇଛି । +ରୋଜଗାରିଆ ପୁଅ । +ତା’ର କ’ଣ ହବ ? କିଛି ହବ ନାହିଁ । +ଗାଁଟାଯାକ ଭାସିଗଲେ ବି ସେ ଥିବ ବି ତା’ ଘର ଥିବ । +ନୂଆଘରର ନିଅଁ ଦେଲାବେଳେ ପୁଅର ମନ ମାନିଲା ନାହିଁ ପୁରୁଣା ଖଞ୍ଜାରେ । +ପଇସା ତ ତା’ରି । +ପୁଅ କଥା ରହିଲା । +ଘରଟାଏ ତୋଳାଗଲା ‘ବଙ୍ଗ୍‌ଲୋ ପ୍ୟାଟର୍ଣ୍ଣ’ ରେ । +ବୁଢ଼ାର ମନ ରଖିବା ପାଇଁ ଛଟପଟ ପାରିଛିତ୍‌ଟାଏ ବୁଲି ଆସିଲା ଖାଲି- ଆବୁରୁ ରହିବ, ମାଇପେ ଚଳପରଚଳ ହେବେ । +ମାଟି ଘର ଯାଇ ପକା ଘର ହେଇଛି । +ହେଲେ ଛଣ ଛିଆଣି । +ଯୋଉ ଛପରକୁ ସେଇ ଛପର । +ଛୋଟ ଛୋଟ ଘରଗୁଡ଼ାକ ଫଇଲାତ୍‌ ହେଉଛି । +ଖାଲି ଯାହା ଭାଗବତ ଗାଦିଟା ଏଡ଼େ ବଡ଼ ଗୋଟାଏ ଘର ମାଡ଼ି ବସିଥିଲା, ତା ପାଇଁକି ଛୋଟ ଚୋର କୋଠରୀଟିଏ ହେଇଛି ପକାରେ । +ଖରାତରା ପାଣି ପବନରୁ ଫାରିକିତି । +ବୁଢ଼ା ମନେ ମନେ ମାଟି ଘରକୁ ଉଠି ଠାକୁରେ ପକାଘରେ ରହିଲେ- ଏଣିକି ତାଙ୍କ କଥା ସେ ଜାଣନ୍ତି । +ପୁଅ ମନେ ମନେ ଏଡ଼େ ବଡ଼ ଘରଟା ଅକାରଣେ ପୁରୁଣା ଉଇଖିଆ ତାଳପତ୍ରଗୁଡ଼ାକ ମାଡ଼ି ବସିଥିଲା- ଅସନା ଅବର୍ଯ୍ୟାରୁ ରକ୍ଷା ମିଳିଲା । +ଘର ବଢ଼ିଲା, ଘରକରଣା ବି ବଢ଼ିଲା, ତା’ ସାଙ୍ଗରେ ମାଟି କାନ୍ଥର ଛୋଟ ଠଣାଟି ମଧ୍ୟ ବଢ଼ି ବଢ଼ି ବିଶାଳ କାନ୍ଥ ଆଲମାରିର ରୂପ ନେଇଛି । +ବୁଢ଼ୀ ଥାଆନ୍ତେ, ଯାବତ ଦିଅଁ ଦେଉଣୀଙ୍କ ଝଣ୍ଡା ତୁଳସୀ ଏକାକାର ହେଇ ପଡ଼ିଥାଏ ତା’ରି ଭିତରେ କାଇଞ୍ଚ ପେଡ଼ିଟିରେ । +ଜର ନୂଆର, ଝାଡ଼ାଝପକା, ବାନ୍ତିଉଚ୍ଛଳା, ନଅନୁଆଣୀଠାରୁ ଆରମ୍ଭ କରି ଛୁଆଛଁଅସ୍ତା; ଚିଆଁ ଚମକା ସବୁଥିରେ ଝଣ୍ଡା ପାଣି ଟିକିଏ । +ତା’ ସାଙ୍ଗରେ ମୁଣ୍ଡିଆ ଆଉ ମାନସିକ । +ବୁଢ଼ୀ ନାହିଁ । +ବୁଢ଼ୀ ଯିବାର ଆଜିକି ଦଶ ବର୍ଷ ହେଲାଣି, ତା’ ସାଙ୍ଗେ ସାଙ୍ଗେ ସେ ପେଡ଼ି ପେଟରା ବି ଯାଇଛି । +ଶେଷରେ ଠଣାଟା ବି ଗଲା । +କାନ୍ଥ ଆଲମାରିରେ ଅଛି- କୁଇନାଇନ୍‌, କର୍ପୂରାରିଷ୍ଟ; ଟିଞ୍ଚର ଆୟୋଡ଼ିନ୍‌, ତୁଳା, ବ୍ୟାଣ୍ଡେଜ୍‌, ସଲଫାଗୁଆନଡ଼ିନ୍‌, ଏକୁଆ ସାଇକଟିସ୍‌ ଓ ପିପରମେଣ୍ଟ ସାଙ୍ଗକୁ ଅମୃତାଞ୍ଜନ । +ଏତକ ପୁଅ ଦେଇ ବଟେଇଛି । +ରୋଗ ବାଧିକିରେ କାମରେ ଆସିବ । +ଗାଁ ଯାକ ସମସ୍ତେ ଅନେଇ ବସିଥାନ୍ତି ସେଇ ଆଲମାରିକି । +କିଏ ଆସି କହିଲା- ‘ସଉରାଇ, ଏଥର ମାଳିକା ଫଳିଲା । +ଘାଇ ଭାଙ୍ଗିବ, ବଉଳା କୁମ୍ଭୀର ଯିବ ଠାକୁରାଣୀ ଦର୍ଶନକୁ । +ପାଣି ଅଠେଇଶ ଫୁଟ ହେଲା । +ବନ୍ଧରେ ଘଳି ଫୁଟିଲାଣି ବୋଲି ରଥିଆ ଦେଖି ଆସି କହୁଛି ।’ +ବୁଢ଼ା ସଉରା ହସିଦେଲା । +କହିଲା-ଯାଆରେ ଯା, ଏମନ୍ତ ଘାଇ ଭାଙ୍ଗିବ । + ଆମ ସରକାର କ’ଣ ମିଛେଇ ବସିଛନ୍ତି- ଏଡ଼େ ଏଡ଼େ ଇଞ୍ଜିନିୟରମାନେ ଗୁନା କମ୍ପାସ ଯେ ମାପୁଛନ୍ତି- ଖାଲି ମହାଳିଆ ? +ବୁଢ଼ା ସଉରିର କିନ୍ତୁ ଛାତି ଟିକିଏ ଦବିଗଲା । +ଘରଟାକୁ ଚାହିଁଲା । +ନାଃ, ଗାଁଯାକ ଭାସିଯିବ ପଛେ, ଏ ଘର ଭାଙ୍ଗିବ ନାହିଁ । +ଖୁବ୍‌ ଜୋର୍‌ରେ ଗୋଟାଏ ତୁଫାନ୍‌ ପିଟିଦେଲା । +ବୁଢ଼ା ଉଠିପଡ଼ିଲା । +ପୁଣି ମନକୁ କ’ଣ ଭାବି ବସିଲା । +କିଛି ଚିନ୍ତା ନାହିଁ ଯେତେ ବଢ଼ି ଆସୁ, ସଉରି ଘରେ ପାଣି ନପଶେ । +ଏକେ ଉଚ୍ଚ ଡିହ- ତହିଁରେ ପୁଣି ଉଚ୍ଚ ପିଣ୍ଡା । +ପାଣି ପଶିବାକୁ ଲାଗେ ଦଣ୍ଡେ । +ପଶିଲେ ବି ଡର ନାହିଁ, ଏ ନିଅଁକୁ ଯେତେ ବଡ଼ ବଢ଼ି ହେଉ ସହଜରେ ଟଳେଇ ପାରିବ ନାହିଁ । +ଏ ବନ୍ଧ ଯିଏ ପକେଇଛି ସେ ଏମିତି ସେମିତି ଲୋକ ନୁହେଁ । +ତାକୁ ମାଟି ବିଦ୍ୟା ଜଣା ଥିଲା । +ତଥାପି ବୁଢ଼ାର ଗୋଟାଏ ଦକ-ବନ୍ଧଟା ଯେଉଁ ମୁସ୍ତରରେ କୋଉଁ ପୁରୁଷକୁ ପଡ଼ିଥିଲା- ଟିକିଏ ସେଥିରେ ହେର୍‌ଫେର୍‌ ହୋଇଛି-ପୁଅ ବୁଦ୍ଧିରେ । +ଅଗଣାଟା ଟିକିଏନାକୁ ଦକ୍ଷିଣଶୁଳିଆ ଧରିଛି । +ପହିଲୁ ବାଁ ପାଖକୁ ଘରଟା ଲମ୍ବ ଚୌପାଢ଼ି ପରି ଏବେ ଦାଣ୍ଡ ଦୁଆରର ଦୁଇ ପାଖରେ ସମାନ ସମାନ ଦି’ଟା ଘର ବୈଠକଖାନା । +ବୁଢ଼ାର ମନ ଦୁଡ଼ବୁଡ଼ିଆ ଜାଣି ପୁଅ ଗୋଟାଏ ଇଞ୍ଜିନିୟର ସାଙ୍ଗକୁ ଧରି ଆଣିଥିଲା । +ସେ କେମନ୍ତେ ବିଲାତ ଫେରତ୍‌ । +ବିଲାତରେ ପରା ଏଇ ଏଞ୍ଜେନର୍‌ମାନେ ପାତାଳ ଫୁଟେଇ ରାସ୍ତା କରିଛନ୍ତି- ଉପରେ ନଈ ସଡ଼କ । +ଏମାନଙ୍କୁ କ’ଣ ଅଜଣା । +ବର୍ଷ କେଇଟାରେ ଗୋଟାଏ ରାକ୍ଷସ ଭଳି ହାବଡ଼ା ପୋଲ ଗଢ଼ି ତିଆରି ଦେଲେ । +ଏମାନେ ସାକ୍ଷାତେ ବିଶ୍ବକର୍ମା । +ତାଙ୍କ କାଥା କ’ଣ ଅନ୍ୟଥା ହବ ? ପୁଣି ବିଲାତରୁ ପାଠପଢ଼ି ଆସିଛନ୍ତି । +ସେଇ ସାହେବ ଏଞ୍ଜେନର୍‌ମାନେ ତ କହିଛନ୍ତି- ବନ୍ଧ କିଛି ହେବ ନାହିଁ । +ଆମ ସରକାର ଥାଉଁ ଥାଉଁ କଂଗ୍ରେସ ସରକାର ଥାଉଁ ଥାଉଁ ବନ୍ଧ ଭାଙ୍ଗିବ ?- କେଭେ ନୁହେଁ । +ବୁଢ଼ା ଦମ୍ଭକରି ରହିଲା । +‘ଆଜ୍ଞା, ବନ୍ଧ ଯଦି ଭାଙ୍ଗେ ତେବେ ଆମ ଗାଁ’ଟା ତ ସୁଅ ମୁହଁରେ ପଡ଼ିଯିବ । +ଲୋକେ ସବୁ ପଳେଇବାକୁ ଆରମ୍ଭ କଲେଣି ।’ +କିଏ ଜଣେ କହିଲା । +‘ହଁ-’ ବୁଢ଼ା ଓଠାଟାକୁ ଲମ୍ବେଇ ଦେଇ କହିଲା- ‘ହବ ତ ହବ,ଶିଳଶିଳପୁଆ ଯଦି ଗଗନେ ଉଡ଼ିବ- ଶିମିଳି ତୁଳା କ’ଣ କହିବ- ମତେ ରଖ୍‌ ? ଯିବା ତ ଯିବା ।’ +ଏତିକିବେଳେ ମହିଆ ଚମାର ଆସି କହିଲା- ‘ବନ୍ଧ ଆଉ ଥାକିବନି ବାବୁ । +ଏଞ୍ଜନର୍‌ମାନେ ସବୁ ଯନ୍ତ୍ର ନଗେଇ ଦେଖୁଛନ୍ତି । +ଚାଲନ୍ତୁ, ଜୀବ ଥିଲେ ସମ୍ପତ୍ତି ।’ +ବୁଢ଼ା ଚିଡ଼ି ଉଠିଲା- ‘ଯାଃ ଯାଃ- ଶହସ୍ର ପୁରାଣ କାଢ଼ୁଛି । +ମରିବାର ଥିଲେ କେହି ବଞ୍ଚେଇ ପାରିବ ନାହିଁ; କି ବଞ୍ଚିବାର ଥିଲେ କେହି ମାରି ପାରିବ ନାହିଁ । +ଯା-ଯା-ସବୁ ପଳାଇ ଯା’ । +ମରଣ କାଳେ ନିଦ୍ରା ଗଲେ- ଯମ କି ଛାଡ଼ିଦେବ ଭଲେ ?’ +ଗାଁରେ ଶଙ୍ଖ ହୁଳୁହୁଳି ଉଚ୍ଛୁଳି ପଡ଼ିଲା । +ହରିବୋଲ ଶବଦରେ ଆକାଶଟା ଯିମିତି ଫାଟି ପଡ଼ୁଛି । +ବୁଢ଼ା ହସିଲା । +ବାରମାସିଆ ମୂଲିଆଟା କଥା ନଶୁଣି ଗୋରୁଗୁଡ଼ାକ ଫିଟାଇ ଦେଲା । +ନିଶବ୍ଦ ରାତି । +କିଏ ଗୋଟାଏ ହୁଡ଼ି ପକେଇ ଗଲା ‘ସରକାର ବନ୍ଧ ଉପରେ ଲାଲବତି ଜଳେଇ ଦେଇ ଗଲାଣି । +ବନ୍ଧ ଭାଙ୍ଗିଲା ହୋ, ପଳେଇ ଆସ । +ବୁଢ଼ା ଚମକି ପଡ଼ିଲା । +ପୁଣି ଭାବିଲା- ‘ଏଗୁଡ଼ାକ ମୂର୍ଖ । +ନଈ ନଦେଖୁଣୁ ଲଙ୍ଗଳା । +ଏମାନେ ବୁଡ଼ିବେ ନାହିଁ ତ ଆଉ କିଏ ବୁଡ଼ିବ । +ସରକାର କହିଛନ୍ତି- ସରକାରୀ ଇଞ୍ଜିନିୟରମାନେ କହିଛନ୍ତି- ବନ୍ଧ ଭାଙ୍ଗିବ ନାହିଁ । +ସମସ୍ତେ ଥୟଧର । +କ’ଣ ନା-ବନ୍ଧ ଭାଙ୍ଗିଗଲା । +ଭାଙ୍ଗିବା କ’ଣ ଶସ୍ତା ପଡ଼ିଛି ? +ଏଞ୍ଜିନର୍‌ କଥା ମିଛ ହୋଇଯିବ ।’ +ଘରେ ବୁଢ଼ୀ ଭାଉଜ ଆଉ ଗୋଟାଏ ନିଅଁଶୀ ତେଲୁଣୀ । +ତେଲୁଣୀ ୟେଙ୍କରି ଘରେ ଖାଏ, ରହେ- ଧାନ ଉଁସାଏ, କୁଟେ, କାଣ୍ଡେ, ବାସନ ମାଜେ, କୋଳାହଳ ଶୁଣେ । +ସମସ୍ତଙ୍କ କହୁଥାଏ- ଚିନ୍ତା ନାହିଁ, ଆମର କ’ଣ ହବ ? ବିଲାତ ଫେରତ୍‌ ଏଞ୍ଜିନର କହିଛି, ଏଘର କିଛି ହବ ନାହିଁ । +‘ବନ୍ଧ ଭାଙ୍ଗିଗଲା । +ତାଳଗଛ ପ୍ରମାଣରେ ପାଣି ମାଡ଼ି ଆସୁଛି- ପଳେଇ ଚାଲ-ପଳେଇ ଚାଲ । +ଯିଏ ଯେଉଁଠି ଅଛ ପଳେଇ ଚାଲ ।’ +ବୁଢ଼ା କାନକୁ ଗୋଟେ ଗର୍ଜନ ଶୁଭିଲା । +ଭାବିଲା-ତୁଫାନ-ତୁଫାନ । +ମୂଲିଆଟା ଦଉଡ଼ି ଆସି କହିଲା- ‘ସତ୍ୟାନାଶ ବାବୁ, ସତ୍ୟାନାଶ । +ଚାରିଆଡ଼େ ବଢ଼ି ପାଣି- ଦାଣ୍ଡରେ ସୁଅ ଛୁଟିଛି । +ଆଉ ରକ୍ଷା ନାହିଁ !’ କହି ସେ ଡିଆଁଟେ ମାରିଦେଇ ଚମ୍ପଟ । +ଏତେବେଳେକେ ବୁଢ଼ା ଟିକିଏ ହସିଲା । +ଘର ଚାରିପଟେ ଥରେ ବୁଲି ଆସିଲା ଓ କିଛି ହବ ନାହିଁ ମୋର ! ଜବବ୍‌ର ଘର । +ଦୋତଲା ନିଅଁ ପଡ଼ିଛି । + କ’ଣ ହବ ? +ଘର ଭିତରକୁ ଗଲା । +ଦେଖିଲା କଂସା ବାସନ, ଗହଣାଗାଣ୍ଠି, ଲୁଗାପଟା ସବୁ ଯେମିତି ସେମିତି ଅଛି, ବଢ଼ିପାଣି ତାକୁ ଛୁଇଁ ନାହିଁକି ଛୁଇଁବ ନାହିଁ । +ବନ୍ଧ ଭାଙ୍ଗି ନାହିଁ କି ଭାଙ୍ଗିବ ନାହିଁ । +ଗାଦି ଘରକୁ ଗଲା । +ଚାହିଁଲା । +ଧର୍ମନାବ- ଏଇ ଏକା ସତ୍ୟ ! ଏ ଥାଉଁ ଥାଉଁ ବୁଢ଼ା ଘରେ ପାଣି ପଶିବ ? ଅସମ୍ଭବ । +ଶୋଇଲା ଘରେ କାଚ ଆଲମାରିଟାକୁ ଚାହିଁଲା । +ଅନେକ ଔଷଧ । +ସବୁଦିନେ ଗାଁବାଲା ମାଗି ଆସନ୍ତି । +ଆଜି ତ କେହି ଆସିନାହାନ୍ତି ମାଗି । +ଏଥିରୁ କେହି ତ ବଢ଼ି ମରୁଡ଼ିରୁ ରକ୍ଷାକରି ପାରିବ ନାହିଁ । +ଯଉ ଔଷଧ ଯଉଥିପାଇଁ । +ରେଳଗାଡ଼ି ନାଇନ୍‌ ଉପରୁ ଟଳିବ ନାହିଁ, ଜର ଔଷଧ ଝାଡ଼ାକୁ ହବ ନାହିଁ । + କିନ୍ତୁ-କିନ୍ତୁ… +ଆଜି ଅନେକ ଦିନ ପରେ ଖୁବ୍‌ ଜୋର୍‌ରେ ମନେ ପଡ଼ିଲା-ଶରତ ବୋଉ କଥା । +ସେ ଥିଲେ ହୁଏତ କହିଥାନ୍ତେ- ଏହି ଧଣ୍ଡା ଟିକିଏ ପାଅ- ବିପଦ ଟଳିଯିବ । +ବୁଢ଼ା ହସିଲା । +ଏଞ୍ଜେନର୍‌ମାନେ ତ କହିଛନ୍ତି କିଛି ହବନାହିଁ । + ଧଣ୍ଡାଫଣ୍ଡାରୁ ଗୁଡ଼ାଏ କ’ଣ ହବ ? +ବୁଢ଼ୀ ଭାଉଜ ଆସି ତନାଘନା କଲେ, ‘କ’ଣ କରୁଛ ସଉରି ? ପାଣି ଯେ ଆସି ପିଣ୍ଡାକୁ ଲାଗିଲା ।’ +‘ଏଁ-ପିଣ୍ଡାକୁ ଲାଗିଲା ?-ବାଉରିଆ କାହିଁଗଲା- ସେ ତେଲୁଣୀ ମାଇକିନିଆଟା କୁଆଡ଼େ ଗଲା ?’ +‘ସେ ଦୁହେଁଯାକ ପଳେଇଗଲେଣି ।’ +ବୁଢ଼ା ହସି ହସି କହିଲା- ପାଗଳ, ପାଗଳ ! ଏଞ୍ଜେନର୍‌-ବିଲାତ୍‌-ବିଲାତ ଫେରତ୍‌ ଏଞ୍ଜେନର୍‌ଙ୍କ କଥା ମିଛ ହବ ? +କହୁଁ କହୁଁ ପାଣି ମାଡ଼ି ଆସିଲା ପିଣ୍ଡା ଟପି ଘର ଭିତରକୁ । +‘ସଉରି !’ ବୁଢ଼ୀ ଚିତ୍କାର କରି ଉଠିଲା । +ବୁଢ଼ା ଦାଣ୍ଡକୁ ଯାଇ ବାଡ଼ିଟା ପକାଇଲା ମାପିବାକୁ- ପାଣି କେତେ ? ବୁଢ଼ାର ଦଲକ ଉଠିଲା । +ନିଶ୍ବାସ ଶୁଖିଗଲା- ସେଇ ଥଣ୍ଡା ପବନରେ ବି । +ବୁଢ଼ା ପୁଣି ଆସିଲା ଘର ଭିତରକୁ । +ନାଃ, କିଛି ହବ ନାହିଁ । +ଏ ଘରର କିଛି ହବ ନାହିଁ । + ବିଲାତ ଫେରତ୍‌ ଏଞ୍ଜେନର୍‌ମାନେ କହିଛନ୍ତି- ଘର ଭାଙ୍ଗିବା କ’ଣ ସହଜ ପଡ଼ିଛି ? +‘ଚଢ଼ ନୂଆ’ଉ- ପିଢ଼ାକୁ ଚଢ଼ ।’ +ବୁଢ଼ା ଖଟ ଉପରେ ଖଟ ପକେଇ ଦେଇ ବୁଢ଼ୀକି ଚଢ଼େଇ ଦେଲା ପିଢ଼ା ଉପରକୁ । +ନୋଟ ବିଡ଼ାଟା ଅଣ୍ଟାରେ ମାରି ବୁଢ଼ା ବି ଯାଇ ବସିଲା ପିଢ଼ା ଉପରେ । +ପାଣି ଆସି ଢୋ ଢୋ ବାଡ଼େଇ ହେଲା କାନ୍ଥ ଉପରେ । +ବୁଢ଼ୀ ଚିହିଡ଼ା ଛାଡ଼ୁଥାଏ-ଗଲା-ଗଲା ସବୁ ଗଲା- କିଏ କଉଠି ଅଛ ଉଦ୍ଧାର କର ହୋ- ଆମେ ଭାସିଗଲୁଁ- ଆମେ ଭାସିଗଲୁଁ । +ବୁଢ଼ା ତଥାପି କହୁଥାଏ- ‘ଡର ନାହିଁ-ନୂଆଉ- ଏଘର ଏଞ୍ଜେନର୍‌ ଦେଖା ଘର- ପାଣି ମାଡ଼ରେ- ହୁଙ୍କିବ ନାହିଁ ।’ +ଧଡ଼ାସ୍‌କିନା କାନ୍ଥଟା ପଡ଼ିଗଲା । +ଘର ଛପର ଅଲଗା ହୋଇଗଲା କାନ୍ଥଠୁ । +ଆଉ ବୁଢ଼ା ସମ୍ଭାଳି ପାରିଲା ନାହିଁ- ଭୋ-ଭୋ କାନ୍ଦି ଉଠିଲା- ନୂଆ’ଉ- ମୁଁ କ’ଣ ଜାଣିଥିଲି ୟା’ ହେବ ବୋଲି । +ଚାଳି ଖଣ୍ଡ ସୁଅରେ ଭାସି ଚାଲିଲା । +ରାତି ପାହିଲାଣି କେତେବେଳୁ । +ଚାରିଆଡ଼େ ଫରଚା । +ଜଳରେ ଜଳାର୍ଣ୍ଣବ । +ଗଛ ବୁରୁଛ କଉଠି କିମିତି ଦିଶୁଛି । +ଜନମାନବ ଶୂନ୍ୟ । +ବୁଢ଼ା ଦେଖିଲା ଗାଁ ମୁଣ୍ଡ ବାସୁଳେଇ ବରଗଛ ଆଗରେ । +ଚାହୁଁ ଚାହୁଁ ଗୋଟାଏ ଡଅଁର ଚାଳଟାକୁ ଘୂରେଇ ଘୂରେଇ ବାଡ଼େଇ ଦେଲା ସେ ଗଛ କାଣ୍ଡରେ । +ଚାଳ ଦି’ଖଣ୍ଡ ହୋଇଗଲା । +ବୁଢ଼ା କୁଣ୍ଢେଇ ପକେଇଲା ଗଛକୁ । +ଜାବ ପଡ଼ିଯାଇଛି । +ଚେତାନାହିଁ । +ବୁଢ଼ୀ କୁଆଡ଼େ ଗଲା ସେ ଜାଣେ ନାହିଁ । +ବଢ଼ି ଛାଡ଼ିଯାଇଛି । +ଗଛ ଉପରୁ ବୁଢ଼ା ତଳକୁ ଆସିଛି । +ଗଛ ତଳର ମା’ ବାସୁଳେଇ କେଉଁ ପାତାଳରେ ଯାଇ ପଡ଼ିଛନ୍ତି କେହି ଜାଣନ୍ତି ନାହିଁ । -- GitLab