From 82cb1df65d54cc0d620817e2d00b8e13c2fda083 Mon Sep 17 00:00:00 2001 From: Nayan Ranjan Paul Date: Mon, 19 Sep 2022 23:05:29 +0530 Subject: [PATCH] Upload New File --- .../vikashpedia_health_odia5.txt | 25 +++++++++++++++++++ 1 file changed, 25 insertions(+) create mode 100644 Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia5.txt diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia5.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia5.txt new file mode 100644 index 0000000..9acb3bb --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia5.txt @@ -0,0 +1,25 @@ +ଫୁସଫୁସ +ଉପକ୍ରମ +ଫୁସଫୁସ ଶ୍ଵାସକ୍ରିୟା ନିମନ୍ତେ ଉଦ୍ଦିଷ୍ଟ ମାନବ ଶରୀରର ଏକ ଅଙ୍ଗ । +ଶରୀରରେ ଦୁଇଟି ଫୁସଫୁସ ଥାଏ, ଡାହାଣ ଫୁସଫୁସ ଓ ବାମ ଫୁସଫୁସ । +ଏହା ଛାତି ଭିତରେ ଥାଏ । +ଡାହାଣ ଫୁସଫୁସରେ ତିନୋଟି ଭାଗ ଥାଏ ଓ ବାମ ଫୁସଫୁସରେ ଦୁଇଟି ଭାଗ ଥାଏ । +ବାମ ଫୁସଫୁସରେ ଗୋଟିଏ ବକ୍ର ଅଂଶ ଥାଏ ଓ ଏହା ପାଖରେ ହୃତପିଣ୍ଡ ଥାଏ । +ପ୍ଲୁରା ନାମକ ଗୋଟିଏ ପତଳା ଝିଲ୍ଲୀ ଆବରଣ ଫୁସଫୁସକୁ ଘୋଡେଇ ରଖିଥାଏ । +ପ୍ରତ୍ୟେକ ଫୁସ୍ଫୁସରେ ଦୁଇ ପ୍ରକାର ଅଂଶ ଦେଖାଯାଏ, ବାୟୁ ବାହୀ ନଳୀ ଓ ଫୁସଫୁସ ପାରେନକାଇମା । +ଟ୍ରାକିଆ ନାମକ ବାଯୁବାହୀ ନଳୀ ତଣ୍ଟିରୁ ଆରମ୍ଭ ହୋଇ ଆସେ ଓ ଦୁଇ ଭାଗ ହୋଇ ବ୍ରୋଙ୍କସ ନାମରେ ଫୁସଫୁସ ମଧ୍ୟକୁ ପ୍ରବେଶ କରିଥାଏ । +ଏହି ବ୍ରୋଙ୍କସ ଫୁସଫୁସ ମଧ୍ୟରେ ଶାଖା ପ୍ରଶାଖା ମେଲେଇ ବ୍ରୋଙ୍କିଓଲ ନାମ ନିଏ ଓ ଅତି ସରୁ ନଳୀରେ ପରିଣତ ହୁଏ । +ପରିଶେଷରେ ଏହା ଫୁସଫୁସର ଆଲଭିଓଲାଇରେ ଶେଷ ହୁଏ । +ଦୁଇଟିଯାକ ଫୁସଫୁସରେ ୨୪୦୦ କି.ମି. ବାଯୁବାହୀ ନଳୀ ଅଛି ଓ ୩୦୦ ରୁ ୫୦୦ ଆଲଭିଓଲାଇ ଅଛି ଯାହାର ସରଫେସ ଏରିଆ ୧୦୦ ବର୍ଗ ମିଟର ବା ଗୋଟିଏ ଟେନିସ କୋର୍ଟ ସହ ସମାନ । +ଶ୍ଵାସ କ୍ରିୟା +ଶ୍ଵାସ କ୍ରିୟାରେ ମାନବ ଶରୀରରେ ପ୍ରତ୍ୟେକ ଜୀବକୋଷ ରକ୍ତରୁ ଅମ୍ଳଜାନ ଗ୍ରହଣ କରେ ଓ ଅଙ୍ଗାରକାମ୍ଳ ତ୍ୟାଗ କରେ । +ଏହି ଅଙ୍ଗାରକାମ୍ଳ ରକ୍ତର ପ୍ଲାଜମାରେ ମିଳେଇ ଯାଇ ପ୍ରବାହିତ ହୁଏ, କିଛି ଅଂଶ ହେମୋଗ୍ଲୋବିନ ସହ ଯୋଡି ହୁଏ ଓ କିଛି ଜଳ ସହ ମିଶି କାର୍ବୋନିକ ଆନହାଇଡ୍ରେଜ ଏନଯାଇମ ଦ୍ଵାରା ବାଇକାର୍ବୋନେଟ ଆୟୋନ ତିଆରି ହୋଇ ରକ୍ତରେ ପ୍ରବାହିତ ହୁଏ । +CO2 + H2O → H2CO3 +H2CO3 → H+ + HCO−3 +ଆଲଭିଓଲାଇହିଁ +ଆଲଭିଓଲାଇହିଁ ଶ୍ଵାସକ୍ରିୟାର ମୂଖ୍ୟ ଅଙ୍ଗ ଯେଉଁଠି ଗ୍ୟାସ ବିନିମୟ ହୁଏ । +ଏହାର କାନ୍ଥରେ ମାତ୍ର ଗୋଟିଏ ଧାଡି ଜୀବକୋଷ ଥାଏ ଓ ଏହା କାପିଲାରି ରକ୍ତନାଳୀ ସହ ଲାଗି ହୋଇ ଥାଏ । +କାପିଲାରି କାନ୍ଥ ମଧ୍ୟ ବହୁତ ପତଳା । +ସୁତରାଂ ଆଲଭିଓଲାଇ ଓ କାପିଲାରି ମଧ୍ୟରେ କେବଳ ଦୁଇଟି ସ୍ତର ଜୀବକୋଷ ଥାଏ । +ଏହି ଦୁଇ ସ୍ତର ଭେଦ କରି ଗ୍ୟାସ ବିନିମୟ ହୁଏ । +ଡିଫ୍ୟୁଜନ ପଦ୍ଧତି ଦ୍ଵାରା ଅଙ୍ଗାରକାମ୍ଳ ରକ୍ତରୁ ବାହାରି ଆସି ଆଲଭିଓଲାଇରେ ପହଞ୍ଚେ ଓ ବାଯୁରେ ଥିବା ଅମ୍ଳଜାନ ଆଲଭିଓଲାଇରୁ ବାହାଋ ଯାଇ ରକ୍ତରେ ମିଶେ । -- GitLab