diff --git a/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_pustak_1 b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_pustak_1 new file mode 100644 index 0000000000000000000000000000000000000000..269d34e0af4758430f2554940d07c884ed5ae0ec --- /dev/null +++ b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_pustak_1 @@ -0,0 +1,79 @@ +କାଳିଝିଅ ସବୁଜାଣେ - ପୁସ୍ତକ ସମୀକ୍ଷା +- ଓଡ଼ିଆସାହିତ୍ୟ ପ୍ରେସ୍‌ +ତା: ଜାନୁଆରୀ ୨୮, ୨୦୧୨ +ମୂଳ ପୃଷ୍ଠା → ପୁସ୍ତକ ସମୀକ୍ଷା → +ଲେଖକ : ଡ.ତୀର୍ଥାନନ୍ଦ ମିଶ୍ର +ପ୍ରକାଶକ : ଅନ୍ବେଷା ପ୍ରକାଶନୀ +ସମୀକ୍ଷକ : ଉମାକାନ୍ତ ମିଶ୍ର (ସଂଯୋଜକ) +କବି ଓ ସମାଲୋଚକ ଓଡ଼ିଆ ପ୍ରାଧ୍ୟାପକ ଡ.ତୀର୍ଥାନନ୍ଦ ମିଶ୍ର ଓଡ଼ିଆ ଆଧୁନିକ କବିତାରେ ଏକ ସୁପରିଚିତ ନାମ । +କେବଳ କବି ଭାବରେ ନୁହେଁ ସମାଲୋଚନା ସାହିତ୍ୟ ଓ ଆଧ୍ୟାତ୍ମିକ ପ୍ରବଚନ ପ୍ରଦାନରେ ମଧ୍ୟ ତାଙ୍କର ସୁଖ୍ୟାତି ରହିଛି । +ପକ୍ଷୀଟିଏ ହେଲେ, ଶ୍ୟାମଳ ସାରାଂଶ ଓ କାଳିଝିଅ ସବୁଜାଣେ ଆଦି ସୃଷ୍ଟି କରି ଆଧୁନିକ ଓଡ଼ିଆ କବିତାରେ ସେ ନିଜର ସ୍ଥିତିକୁ ସୁଦୃଢ଼ କରିଛନ୍ତି । +ସେହିପରି ପ୍ରାଚୀନ ସାହିତ୍ୟର ଆଲୋଚନାରେ ଡ.ମିଶ୍ର ଶତତଃ ଚେଷ୍ଟିତ । +ତାଙ୍କର ‘କାଳିଝିଅ ସବୁଜାଣେ’ର ଇଲାକା ଏକ ଭିନ୍ନ ଇଲାକା । +କାଳିଝିଅ ସବୁଜାଣେ କବିତା ସଙ୍କଳନରେ ମୋଟ ସତଚାଳିଶଟି କବିତା ସନ୍ନିବେଶିତ ହୋଇଛି । + କବି ତାଙ୍କର ଏକ ଆଧ୍ୟାତ୍ମିକ କବିତା ନୀଳଚକ୍ରରେ ଲେଖିଛନ୍ତି : +ପବନ ଆଉ ପତାକା ଏକତ୍ର +ନୀଳଚକ୍ର +ଆଗରେ ଖୋଦିତ ହୁଏ ବିଶ୍ବ +ପବନରେ ଖେଳେ ଅଣଚାଶ +ପତାକାରେ ନିଃଶ୍ବାସ +ଚକ୍ରରେ ବିଶ୍ବାସ +ଜୀବନରେ ବିତିଯାଏ +ଦିନ ମାସ ବର୍ଷ । +ଗିରିବାଳା ମହାନ୍ତିଙ୍କ କାଳିଝିଅ ପରି ତୀର୍ଥାନନ୍ଦ ମିଶ୍ରଙ୍କର କାଳିଝିଅ ନିର୍ବୋଧ ନୁହେଁ । +ସବୁଜାଣେ, ମିଶାଶ ଫେଡାଣ, ତାରଣ ମାରଣ ସବୁକିଛି କବିଙ୍କ ଭାଷାରେ ସରଳ ଭାବେ ବର୍ଣ୍ଣିତ । +ସେହିପରି କାଳିଝିଅର ବହୁ ଆଶା ଆକାଂକ୍ଷା ସବୁରି ପାଖରେ ଅଳି ଅଝଟ ରହିଛି । + ଏ ବାବଦରେ କବିଙ୍କ ଭାଷାରେ – +‘ଅନେକରେ ମା ପାଖରେ ରଙ୍ଗ ରୂପ +ବାପା ପାଖେ ଐଶ୍ବର୍ଯ୍ୟମଖା ଆୟୁଷ +ଫୁଲ ପାଖେ ଗହଳ ଗଭା +ନଈ ପାଖେ କଳା ଭଅଁର ଖେଳ ।’ +ମାଗିବାରେ ତୃଷ୍ଣା ମେଣ୍ଟିନି କାଳିଝିଅର ଓ ତାର ମଧ୍ୟ ଦାନ ପାଇଁ ଇଛା ଥାଏ । +ପୃଥିବୀକୁ ଅକୁଣ୍ଠ ଚିତ୍ତରେ ସମର୍ପଣରେ ଆତ୍ମତୃପ୍ତି ଥାଏ ତାର । + କବିଙ୍କ ଭାଷାରେ କାଳିଝିଅ : +ଝରଣାକୁ କ୍ଷିପ୍ରଗତି +ଗୁମ୍‌ସୁମ୍‌ ଆକାଶକୁ +ଦରଦୀ ଦୀର୍ଘଶ୍ବାସ +ସମର୍ପଣରେ କେହି +ନିଃସ୍ବ ହୁଏନି ବୋଲି +ଜାଣିଚି ତାହେଲେ କାଳିଝିଅ +‘ହଜିଲା ଦିନ’ର କବିତାରେ କବି ତୀର୍ଥାନନ୍ଦ ମିଶ୍ର ନିଜର ଆତ୍ମଲିପି ଭଳି ବ୍ୟକ୍ତିଗତ ଜୀବନର ସତ୍ୟ ପ୍ରକାଶ କରିବାରେ ନିପୁଣତା ପ୍ରକାଶ କରିଛନ୍ତି । +“ହଜିଲା ଦିନ” କବିତାରେ କବିଙ୍କର ବାସ୍ତବବାଦୀ ଦୃଷ୍ଟିଭଙ୍ଗୀ ଏବଂ ରୋମାଣ୍ଟିକ ଚେତନା ବେଶ ସାବଲୀଳ ଭାବେ ବର୍ଣ୍ଣିତ । + ଉଦାହରଣସ୍ବରୂପ କବିଙ୍କ ଭାଷାରେ :- +ମୁଁ ଆଉ ଗୌତମୀ +ସହଧ୍ୟାୟୀ ଥିଲୁ ଭଞ୍ଜବିହାରରେ +କାନ୍ଥବାଡ଼ରେ ଆମ ଦିହିଁଙ୍କ ନାଁ +ପ୍ରତିଟି ଗଛମୂଳେ +ଉଭା ରାତିରେ ବିତିଥିଲା ହଜିଲା ଦିନ +ସେଇ ବିଶ୍ବବିଦ୍ୟାଳୟରେ ଏବେ ରାହୁଳ +ପଦାର୍ଥ ବିଜ୍ଞାନରେ ପଞ୍ଚମ ବର୍ଷରେ +କହିଥିଲି ଗୌତମୀକି +ପୁଅକୁ ପଠାଇବନି ଭଞ୍ଜବିହାର +ତା କାନ୍ଥରେ ବାଡ଼ରେ ତ ନିଭି ନଥିବ ଆମ ନାଁ ଦାଗ +ମାନିଲା ନାହିଁ, ପୁଅ ସେଇଠି ପଢ଼ିଲା । +ସେହିପରି ଦେଖା ସରିନାହିଁ, ସାରା ରାତି ଉଭାରାତି, ଆଖି ଅଭିନୟ, ପାଶାଖେଳ, ନାହିଁ ନଥିବା ଅନୁରାଗ, ଯାତ୍ରା, ଶ୍ୟାମଳ କୁହୁକ, ଆସନ୍ତାକାଲିର ଇତିହାସ ଆଦି କବିତା ସମାଜର ବ୍ୟସ୍ତବହୁଳ ଜୀବନର ନିରୋଳା ପ୍ରତିଛବି । +ସେହିପରି ବ୍ୟଙ୍ଗାତ୍ମକ ଦୃଷ୍ଟିକୋଣ ସହ ଅବକ୍ଷୟମୁଖୀ ସମାଜ ପାଇଁ କବିମନ ଶତତଃ ପ୍ରଚେଷ୍ଟାଶୀଳ । + କବିଙ୍କ ଭାଷାରେ “ଗରାଖ” କବିତାରେ: +ସବୁ ହେବ ଯେ, +ହେଲେ ଦିନ ଶେଷକୁ +ଲେଖିବି କ’ଣ ଖାତାରେ +ବାଟ ଚାହିଁଥିବା ସାହୁକାରକୁ +କହିବି କ’ଣ ? +ଟୋପାଏ କିରାସିନି ଆଉ +ମୁଠାଏ ଚାଉଳର ଅପେକ୍ଷାରେ ଥିବା +ଉପାସିଆ ପରିବାର ହାତରେ +ଧରେଇବି କ’ଣ କୁହତ ? +କବି ତୀର୍ଥାନନ୍ଦ ଦୋକାନୀ କବିତାରେ ଲାଭ ଲୋଭର ଏକ ବ୍ୟାଙ୍ଗାତ୍ମକ ଚିତ୍ର ଉପସ୍ଥାପନ କରିଛନ୍ତି । + ତାଙ୍କ ଭାଷାରେ:- +ହେଲେ ପରତେ ଯାଅ ହୋ ଗରାଖ ଈଶ୍ବର +ଲାଭ, ଲୋଭରେ ଅଛିକି ନାହିଁ କହି +ଦିଗୁଣ ଦରରେ ବିକିନି କେବେ +ସେମିତି ହୋଇଥିଲେ +ରାତାରାତି +ଭରି ସାରନ୍ତିଣି ଅମାର +କହିସାରନ୍ତିଣି ପିଲାଙ୍କୁ +ସାଇତି ରଖିଗଲି ମୌରସି +ବିକିଭାଙ୍ଗି ଖାଉଥା ଅକାଳକାଳ । +ତୀର୍ଥାନନ୍ଦ ମିଶ୍ରଙ୍କ କାଳିଝିଅ ସବୁଜାଣେ କବିତାର ସଙ୍କଳନ ଓଡ଼ିଆ ଆଧୁନିକ କବିତାରେ ସହୃଦୟ ପାଠକ ପାଇଁ ଏକ ମାଇଲ ଖୁଣ୍ଟ । +ଏଥିରେ ପାଠକ ଜୀବନର ବିଭିନ୍ନ ଦିଗ ବାବଦରେ ସୁକ୍ଷ୍ମ ଦୃଷ୍ଟିଭଙ୍ଗୀ ପାଇଥାଏ । +ତେଣୁ ଡ.ତୀର୍ଥାନନ୍ଦଙ୍କର ଏହି ସୃଷ୍ଟି ଓଡ଼ିଆ ପାଠକ ଦରବାରରେ ଆଦୃତ ହେବା ସଙ୍ଗେ ସଙ୍ଗେ କାଳଜୟୀ ହେଉ ବୋଲି ଓଡ଼ିଆ ସାହିତ୍ୟ ଡଟ୍‌ କମ୍‌ର ଆଶା ଓ ବିଶ୍ବାସ ।