diff --git a/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_galpa_42 b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_galpa_42 new file mode 100644 index 0000000000000000000000000000000000000000..39df7560e58202e4ea76686058b2096b2e613fb6 --- /dev/null +++ b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_galpa_42 @@ -0,0 +1,41 @@ +ଦାରିଦ୍ର୍ୟ ବୃଦ୍ଧିକରଣ ଦିବସ +ତା: ଫେବୃଆରୀ ୧, ୨୦୧୧ +ମୂଳ ପୃଷ୍ଠା → ଗଳ୍ପ → +ଆଜିକାଲି ବହୁତ ଡେ ପାଳନ କରାଯାଉଛି । +ଫାଦରସ୍‌ ଡେ, ମଦରସ୍‌ ଡେ, ଡକ୍ଟରସ୍‌ ଡେ, ଚିଲ୍‌ଡ୍ରେନ୍‌ସ ଡେ, ଭ୍ୟାଲେଣ୍ଟାଇନ୍‌ ଡେ । +ପୁଣି ପରିବେଶ ଦିବସ, ସ୍ବାସ୍ଥ୍ୟ ଦିବସ, ସମ୍ପ୍ରୀତି ଦିବସ ଇତ୍ୟାଦି । +ବର୍ଷର ଆଉ ବେଶୀ ଦିନ ଖାଲି ନାହିଁ, ସବୁଦିନ କିଛି ନା କିଛି ଡେ । +ଏ ଡେ ରୁ ଅଧିକାଂଶ ଫିରିଙ୍ଗିମାନେ ଆମ ଉପରେ ଲଦି ଦେଇଛନ୍ତି । +ତ ଆମ୍ଭେ ଆଉ କେତେକ ଡେ ଆଉ ନାଇଟ୍‌ (ସବୁ କଥାରେ ଖାଲି ଦିବସ କାହିଁକି ହେବ, ରଜନୀ କିଆଁ ନହେବ !) ଆରମ୍ଭ କରିବାକୁ ଚାହୁଁଛୁ । +ଏଗୁଡିକ ଏଠି ପାଳିତ ହୋଇ ପପୁଲାର ହେଲାପରେ ତାକୁ ଫିରିଙ୍ଗିମାନଙ୍କ ଉପରେ ଲଦିଦେବାକୁ ଚାହୁଁଛୁ । +କି କି ଡେ ପାଳନ କରାଯାଇପାରେ, ଏ ବିଷୟରେ ବଙ୍ଗଳାର ଏକ ନମ୍ବର ଖବର କାଗଜ ‘ଆନନ୍ଦ ବଜାର ପତ୍ରିକା’ ବି ପାଠକମାନଙ୍କଠୁଁ ପରାମର୍ଶ ମାଗିଥିଲେ । +ପାଠକମାନେ କେତେକ ପରାମର୍ଶ ଦେଇଥିଲେ । +ସେଥିରୁ କିଛି ବି ଏଥିରେ ସାମିଲ କରିଦେଇଛି । +ଆରମ୍ଭ କରିବା ଦାରିଦ୍ର୍ୟ ବୃଦ୍ଧିକରଣ ଦିବସରୁ । +ଦାରିଦ୍ର୍ୟ ଦୂରୀକରଣକୁ ନେଇ ବର୍ଷରେ ଅନେକ ଦିବସ ପାଳନ କରାଯାଏ । +ଭାବି ଦେଖନ୍ତୁ ବନ୍ଧୁଗଣ, ଦାରିଦ୍ର୍ୟ ଆମର ସ୍ବାଭାବିକ ସ୍ଥିତି । +ଆମର ସଂସ୍କୃତି । +ଗୀତ ଅଛି : କିଛି ମାଗୁନାହିଁ ତୋତେ, ଧନ ମାଗୁନାହିଁ, ଜନ ମାଗୁ ନାହିଁ, ମାଗୁଛି ଶରଧା ବାଲିରୁ ହାତେ । +ଶାସ୍ତ୍ର ପୁରାଣ ଦେଖନ୍ତୁ । +ଲେଖାହୋଇଛି, ଈଶ୍ବର ଦରିଦ୍ରର ବନ୍ଧୁ । +ଶାସ୍ତ୍ରପୁରାଣ ଛାଡି, ପ୍ରାକ୍‌ଟିକାଲ ଲାଇଫ୍‌ରେ ଦେଖନ୍ତୁ, ଦାରିଦ୍ର୍ୟ ଦୂର ହୋଇଗଲେ ଆମର କେତେ ଅସୁବିଧା ହେବ । +ଦାରିଦ୍ର୍ୟ ଅଛି ବୋଲି ଦାରିଦ୍ର୍ୟ ଦୂରୀକରଣ ଯୋଜନା ଗୁଡିକ ଅଛି । +ସେଥିରେ କେତେ ଲୋକ ଓ ସ୍ବେଚ୍ଛାସେବୀ ସଂସ୍ଥାମାନେ ସାମିଲ ଅଚନ୍ତି । +ସେମାନଙ୍କ ଅନ୍ନସଂସ୍ଥାନ ହେଉଛି । +ସେମାନେ ସହରରେ କାର୍ଯ୍ୟାଳୟ ଖୋଲି, ଥଣ୍ଡାଗାଡି ମଟରରେ ବୁଲି ବୁଲି ଦାରିଦ୍ର୍ୟ ଦୂର କରନ୍ତି – ସେସବୁ କ’ଣ ହେବ ? +ଦାରିଦ୍ର୍ୟ ଦୂରୀକରଣ ପାଇଁ ବିଭିନ୍ନ ଯୋଜନା କରାଯାଉଛି । +ସେଥିରେ କେତେ ବୁଦ୍ଧିଜୀବି ଯୋଗ ଦେଇ ଏ ବିଷୟରେ ମୁଣ୍ଡ ଖେଳାଉଛନ୍ତି । +ଦାରିଦ୍ର୍ୟ କେମିତି ଦୂର ହେବ ସେ ସମ୍ପର୍କରେ ପଞ୍ଚତାରକା ହୋଟେଲମାନଙ୍କରେ କେତେ କର୍ମଶାଳା, ସେମିନାର ଆଦି ଆୟୋଜନ ହେଉଛି । +ଦାରିଦ୍ର୍ୟ ଦୂର ହୋଇଗଲେ ହୋଟେଲମାନଙ୍କ କାରବାର କମିଯିବ । +ଦେଶର ଅର୍ଥନୀତି ଉପରେ ଏହାର କେତେ କୁପ୍ରଭାବ ପଡିବ ଥରେ ଚିନ୍ତା କରନ୍ତୁ । +ଦରିଦ୍ରମାନଙ୍କୁ ନେଇ କେତେ ଗଳ୍ପ କବିତା ଉପନ୍ୟାସ ଲେଖାହେଉଛି । +ଦାରିଦ୍ର୍ୟ ଦୂର ହୋଇଗଲେ ସେ ଲେଖକମାନଙ୍କର କ’ଣ ହେବ ? +ସେମାନେ କ’ଣ ଲେଖିବେ ? +ଦାରିଦ୍ର୍ୟକୁ ନେଇ କେତେ ରାଜନୀତି ହେଉଛି । + ଦାରିଦ୍ର୍ୟ ଦୂର ହୋଇଗଲେ ସେ ରାଜନୀତି କରୁଥିବା ଲୋକମାନଙ୍କର କ’ଣ ହେବ ? + ଦାରିଦ୍ର୍ୟ ଦୂର ହୋଇଗଲେ ଅଳ୍ପଟଙ୍କାରେ ମୂଲ ଲାଗିବାକୁ, ବାସନ ମାଜିବାକୁ, ରିକ୍ସା ଟାଣିବାକୁ ଲୋକ କେଉଁଠୁ ମିଳିବେ ? + ଗଣମାଧ୍ୟମରେ ପିଲାବିକ୍ରି, ଅନାହାର ମୃତ୍ୟୁର ଖବର କେମିତି ମିଳିବ ? + ବିଧାନସଭା, ସଂସଦରେ ତୁମ୍ବିତୋଫାନ କେମିତି ହେବ ? +ତେଣୁ ଦାରିଦ୍ର୍ୟ ଦୂରୀକରଣ ନୁହେଁ, ଦାରିଦ୍ର୍ୟ ବଢେଇବା ଦରକାର । +ଏ ସମ୍ପର୍କରେ ଜନସଚେତନତା ସୃଷ୍ଟି ପାଇଁ ପାଳନ କରାଯିବ ଦାରିଦ୍ର୍ୟ ବୃଦ୍ଧିକରଣ ଦିବସ । + ଏହି ଦିନ ବୁଦ୍ଧିଜୀବି, ସ୍ବେଚ୍ଛାସେବୀମାନେ ବସି ଚିନ୍ତା କରିବେ ଏ ଦେଶରେ ଦାରିଦ୍ର୍ୟ ବଢା ଯିବ କେମିତି ?