From 88e2a88f4cba60431acd978263df5c7a83061e41 Mon Sep 17 00:00:00 2001 From: Nayan Ranjan Paul Date: Sat, 17 Sep 2022 12:45:20 +0530 Subject: [PATCH] Upload New File --- .../odiasahitya.com/sent_odiasahitya_prachada_6 | 10 ++++++++++ 1 file changed, 10 insertions(+) create mode 100644 Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_prachada_6 diff --git a/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_prachada_6 b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_prachada_6 new file mode 100644 index 0000000..220481f --- /dev/null +++ b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_prachada_6 @@ -0,0 +1,10 @@ +ଉତ୍କଳ ସମ୍ମିଳନୀର ନବବର୍ଷ ଓଡ଼ିଆ ଢାଞ୍ଚାରେ ପାଳିତ +- ଓଡ଼ିଆସାହିତ୍ୟ ପ୍ରେସ୍‌ +ତା: ଏପ୍ରିଲ୍ ୧୬, ୨୦୧୦ +ମୂଳ ପୃଷ୍ଠା → ସାହିତ୍ୟ ଓ ସଂସ୍କୃତି → +ଭୁବନେଶ୍ବର: ଓଡ଼ିଶାର ସାଂସ୍କୃତିକ ଓ ପରମ୍ପରାକୁ ବଜାୟ ରଖିବା ତଥା ଯୁବମାନସରେ ଓଡ଼ିଆ ନବବର୍ଷ, ମହା ବିଷୁବ ସଂକ୍ରାନ୍ତିର ସ୍ମୃତି ଉଜ୍ଜୀବିତ କରିବା ନିମନ୍ତେ ‘ଉତ୍କଳ ସମ୍ମିଳନୀ’ ପକ୍ଷରୁ ୧୪ ତାରିଖ ଦିନ ମହା ସମାରୋହରେ ଓଡ଼ିଆ ନବବର୍ଷ ପାଳିତ ହୋଇଯାଇଛି । +ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ପୁରୁଣା ଭୁବନେଶ୍ବରର ଏକାମ୍ର କ୍ଷେତ୍ରରୁ ଏକ ଶୋଭାଯାତ୍ରା ବାହାରି ମାଷ୍ଟର କ୍ୟାଣ୍ଟିନ୍ ଛକ ନିକଟରେ ସମାପ୍ତ ହୋଇଥିଲା । +ଏହା ସହିତ ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶୀ ନୃତ୍ୟ, ଘୋଡାନାଚ, ଚଢେୟା ନୃତ୍ୟ, ଆଦିବାସୀ ନୃତ୍ୟ ଆଦି ମୁଖ୍ୟ ଆକର୍ଷଣ ଥିଲା । +ଶୋଭାଯାତ୍ରାର ଶୁଭାରମ୍ଭ ଅବସରରେ ଆୟୋଜିତ ସଭାରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଓ ସଂସ୍କୃତି ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ଓ ଅନ୍ୟ ଅତିଥିମାନେ ଓଡିଆ ନବବର୍ଷ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । +ଉକ୍ତ ଶୋଭାଯାତ୍ରାରେ ଉତ୍କଳ ସମ୍ମିଳନୀର ବିଭିନ୍ନ ଜିଲ୍ଲା ପ୍ରତିନିଧି ଓ ସମାଜର ବିଭିନ୍ନ ବର୍ଗର ଜନସାଧାରଣ ଯୋଗ ଦେଇ ଓଡ଼ିଆ ନବବର୍ଷ ପାଳନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । +ଏଥିରେ ଏକାମ୍ର-ଭୁବନେଶ୍ବରର ବିଧାୟକ ଅଶୋକ ପଣ୍ଡା ଅଧ୍ୟକ୍ଷତା କରିଥିଲେ ଓ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ, କର୍ପୋରେଟର୍ ବିରଞ୍ଚି ନାରାୟଣ ମହାସୁପକାର, ଉତ୍କଳ ସମ୍ମିଳନୀର ସଭାପତି ଅଦ୍ବୈତ ପାତ୍ର ଓ ସମ୍ପାଦକ ରାଧାନାଥ ପ୍ରହରାଜ ପ୍ରମୁଖ ଉପସ୍ଥିତ ଥିଲେ । -- GitLab