diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia144.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia144.txt new file mode 100644 index 0000000000000000000000000000000000000000..bb59840a38bc18fabfdb8e5b8adebf1167a6db9f --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia144.txt @@ -0,0 +1,48 @@ +ଗଲା ଯନ୍ତ୍ରଣା +ଗଲା ଯନ୍ତ୍ରଣା +ଗଳାରେ ଯଦି ସାମାନ୍ୟ ଯନ୍ତ୍ରଣା ଅନୁଭୂତ ହେଉଥାଏ, ତେବେ ଏହାକୁ ଅବହେଳା କରିବା ଠିକ୍ ନୁହେଁ । +ଖାସ୍ ସ୍କୁଲ ପଢୁଆ ପିଲା ଏବଂ ଯୁବପିଢ଼ି ଏଥିପ୍ରତି ଯତ୍ନବାନ ହେବା ଆବଶ୍ୟକ । +ଗଳା ସଂକ୍ରମଣ ଷ୍ଟ୍ରେପ୍ ଟୋକୋକାଲ ବ୍ୟାକ୍ଟେରିଆ ଦ୍ଵାରା ସୃଷ୍ଟି ହୋଇଯାଏ; ଯାହାକୁ ଷ୍ଟ୍ରେପ୍ ଥ୍ରୋଟ୍ କୁହାଯାଏ । +ଏହାକୁ ମଧ୍ୟ ଷ୍ଟ୍ରେପଟୋକୋକାଲ ଫାରେନଜିଟିସ୍ କୁହାଯାଏ । +ଏହାଦ୍ଵାରା ଗଳା, ଲସିକା ଗ୍ରନ୍ଥି ଓ ଟନସିଲ ଆଦି ଫୁଲିଯାଇ ଦରଜ ହୋଇଥାଏ । +ଅନେକ ସମୟରେ ଗଳା ସଂକ୍ରମଣ ପ୍ରତି ଏତେଟା ନଜର ରହେନି ଏବଂ ଚିକିତ୍ସାରେ ବିଳମ୍ବ ହୋଇଯାଏ । +ଏହା ଯଦି ସାଂଘାତିକ ରୂପ ନିଏ, ତେବେ ରୁମାଟିକ ଜ୍ଵର, ବୃକକ ଫୁଲିବା ଏବଂ ଶିଶୁଙ୍କ ରୋଗ ପ୍ରତିରୋଧକ ଶକ୍ତିରେ ସମସ୍ୟା ଦେଖାଯାଏ । +କାରଣ +ଷ୍ଟ୍ରେପଟୋକୋକାଲ ବ୍ୟାକ୍ଟେରିଆ ସଂକ୍ରମିତ ବ୍ୟକ୍ତିର ଛିଙ୍କ ଏବଂ କାଶ ଦ୍ଵାରା ଏହା ବ୍ୟାପିଥାଏ । +ଜଣେ ସୁସ୍ଥ ବ୍ୟକ୍ତି ସଂକ୍ରମିତ ବ୍ୟକ୍ତିର ଛିଙ୍କ ଏବଂ କାଶ ସଂସ୍ପର୍ଶରେ ଆସିଲେ ସେ ବ୍ୟକ୍ତି ବି ସଂକ୍ରମିତ ହୁଅନ୍ତି । +ଅଇଁଠା ଖାଦ୍ୟ ଓ ପାନୀୟ ଦ୍ଵାରା ଏହା ମଧ୍ୟ ସଂକ୍ରମିତ ହୁଏ । +ଲକ୍ଷଣ +ହଠାତ ଗଳାରେ ଯନ୍ତ୍ରଣା ସହ ଖାଦ୍ୟ ଢୋକିବା ବେଳେ ଯନ୍ତ୍ରଣା ଅନୁଭବ ହେବା । +ଟନସିଲ ଦରଜ ହୋଇ ଲାଲ ଦେଖାଯିବା । +ଟନସିଲ ଏବଂ ଗଳାରେ ଧଳାଦାଗ ଦେଖାଯିବା । +ଜ୍ଵର ହେବା ଏବଂ ମୁଣ୍ଡ ବିନ୍ଧିବା । +ଶିଶୁଙ୍କ କ୍ଷେତ୍ରରେ ବାନ୍ତି ହେବା । +ଶରୀର ବିକ୍ଷେ ଏବଂ ପେଟରେ ଯନ୍ତ୍ରଣା ଅନୁଭବ ହୁଏ । +ଗଣ୍ଠି ଯନ୍ତ୍ରଣା ଏବଂ ଶ୍ଵାସକ୍ରିୟାରେ ବାଧା ଯଦି ହେଉଥାଏ; ତେବେ ଚିକିତ୍ସକଙ୍କ ପରାମର୍ଶ ଲୋଡ଼ନ୍ତୁ । +୪୮ ଘଣ୍ଟାରୁ ଊର୍ଦ୍ଧ୍ଵ ସମୟ ଗଳାରେ ଯନ୍ତ୍ରଣା ଅନୁଭବ କରିବାକୁ ପଡ଼େ । +୧୦୧ ଡିଗ୍ରୀରୁ ଉଦ୍ଧି ତାପମାତ୍ରାରେ ଜର ହେବା ସହ ଜ୍ଵର୨ ଦିନରୁ ଅଧିକ ଲାଗି ରହିଥାଏ । +ଦୁଇଦିନରୁ ଊର୍ଦ୍ଧ୍ଵ ସମୟ ଆପଣ ଉଭୟ ଖାଇବା ଓ ଶ୍ଵାସକ୍ରିୟାରେ ସମସ୍ୟାର ସମ୍ମୁଖୀନ ହେଉଥାନ୍ତି । +ଦୁଇଦିନ ଆଣ୍ଟିବାୟୋଟିକ୍ ନେବା ପରେ ବି ଯଦି ଅବସ୍ଥାରେ ଉନ୍ନତି ଆସୁନଥାଏ, ତେବେ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ । +ଘରୋଇ ଚିକିତ୍ସା +ଆବଶ୍ୟକ ବିଶ୍ରାମ ନିଅନ୍ତୁ । +ଯଦି ସମ୍ଭବ ହେଉଛି, ବାହାରକୁ ନଯାଇ ଘରେ ଗୁହନ୍ତୁ । +ପାଣି ପିଇବା ବନ୍ଦ କରନ୍ତୁନି, ଉଷୁମ ପାଣି ପିଇବା ଭଲ । +ମସଲା ଏବଂ ଅମ୍ଳଯୁକ୍ତ ଖାଦ୍ୟ ଖାଆନ୍ତୁନି । +ନିୟମିତ ଭାବେ ଗାର୍ଗଳ କରନ୍ତୁ । +ଧୂମପାନଠୁ ଦୂରେଇ ରୁହନ୍ତୁ । +ହାତ ସବୁବେଳେ ସଫା ରଖନ୍ତୁ । +ଛିଙ୍କ ଏବଂ କାଶ ସମୟରେ ପାଟି ରଖନ୍ତୁ । +ରୋଗ ଚିହ୍ନଟ ଏବଂ ଚିକିତ୍ସା +ଚିକିତ୍ସକଙ୍କ ନିକଟରେ ପରୀକ୍ଷା କରନ୍ତୁ । +ଏଥିପାଇଁ ଏକ ଗ୍ୟାପିଡ ଷ୍ଟ୍ରେପ ଟେଷ୍ଟ କରାଯିବ । +ଏହି ଟେଷ୍ଟ ୧ o ମିନିଟରେ ଫଳାଫଳ ପ୍ରଦାନ କଲେ ବି ଏହା ସଠିକ ସିଦ୍ଧାନ୍ତ ଦେଇପାରି ନଥାଏ । +ଏହି କ୍ଷେତ୍ରରେ ଥ୍ରୋଟ କଲଚର ବି କରାଯାଏ । +ଚିକିତ୍ସକମାନେ ଷ୍ଟ୍ରେପ ଇନଫେକସନ ଚିକିତ୍ସା ପାଇଁ ପେନ ରିଲିଭର ଏବଂ ଆଣ୍ଟିବାୟୋଟିକ୍ ଉପରେ ନର୍ଭର କରିଥାନ୍ତି । +ବେଳେ ବେଳେ ଷ୍ଟ୍ରେପ ସଂକ୍ରମଣର ଯଦି ଚିକିତ୍ସା ନକରାଯାଏ, ତେବେ ଏହି ସଂକ୍ରମଣ ନେକ୍ ଟିସ୍ୟୁ ପର୍ଯ୍ୟନ୍ତ ବ୍ୟାପିଯାଏ ଏବଂ ଏହା ବେକରେ ସଂକ୍ରମଣ ନେକ୍ ଟିସ୍ୟୁ ପର୍ଯ୍ୟନ୍ତ ବ୍ୟାପିଯାଏ ଏବଂ ଏହା ବେକରେ ସଂକ୍ରମଣ ଜନିତ ଫୁଲାର କାରଣ ହୁଏ । +ଏହି ଅବସ୍ଥାକୁ କୁହାଯାଏ ପେରିଟୋନସିଲାର ଆବସେସ । +ଏହା ଦ୍ଵାରା ଖାଦ୍ୟ ଢୋକିବା ଏବଂ ଶ୍ଵାସକ୍ରିୟାରେ ଖୁବ୍ ଯନ୍ତ୍ରଣା ଅନୁଭୂତ ହୋଇଥାଏ । +ଏଥିପାଇଁ ତୁରନ୍ତ ଚିକିତ୍ସା ଆବଶ୍ୟକ । +ଷ୍ଟ୍ରେପ ବ୍ୟାକ୍ଟେରିଆ ସଂସ୍ପର୍ଶରେ ଆସିବାର ୨ ରୁ ୫ ଦିନ ପରେ ଏହି ଲକ୍ଷଣ ଦେଖାଦେଇଥାଏ । +୫ରୁ ୧୫ ବର୍ଷ ବୟସ ଭିତରେ ଷ୍ଟ୍ରେପ ଥ୍ରୋଟ ଖୁବ ସାଧାରଣ । +ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିବା ତଥା ତାଙ୍କ ଛିଙ୍କ ଏବଂ ଲାଲ ଦ୍ଵାରା ଏହା ବ୍ୟାପିଥାଏ । +ଗଲା ଯନ୍ତ୍ରଣା ସଂକ୍ରମଣ କ୍ଷେତ୍ରରେ ଅବହେଳା ନକରି ତୁରନ୍ତ ଅଭିଜ୍ଞ କର୍ଣ୍ଣ – ନାସା ରୋଗ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ ।