diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia186.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia186.txt new file mode 100644 index 0000000000000000000000000000000000000000..faf895a01a605fb2213dc35ae5a4734822f08a9f --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia186.txt @@ -0,0 +1,138 @@ +ଶିଶୁ ବିକାଶର କ୍ରମ +ମାସକର ହେଲା ବେଳକୁ +ଶିଶୁ କରିପାରିବା ଉଚିତ +ତା’ ଗାଲ ବା ପାଟିକୁ ଛୁଉଁଥିବା ହାତ ଆଡକୁ ମୁଣ୍ଡ ବୁଲାଇବା +ଦୁଇ ହାତକୁ ନିଜ ପାଟି ପାଖକୁ ନେବ +ପରିଚିତ ସ୍ଵର ବା ଶବ୍ଦ ଆଡକୁ ବୁଲିବ +ସ୍ତନ ଚୁଚୁମିବ ଓ ହାତରେ ଏହାକୁ ଛୁଇଁବ +ବାପାମା’ ଓ ଯତ୍ନକାରୀଙ୍କୁ ପଦେ +ମାଆର ଦେହକୁ ଲଗାଇ ଶିଶୁକୁ ଶୁଆନ୍ତୁ ଏବଂ ଜନ୍ମର ଘଣ୍ଟାଏ ମଧ୍ୟରେ ମା’ କ୍ଷୀର ଖୁଆନ୍ତୁ +ଶିଶୁକୁ ଉଠାଇ ଧରିବା ବେଳେ ତା’ମୁଣ୍ଡ ପଛପଟେ ହାତ ଦିଅନ୍ତୁ +ଶିଶୁକୁ ଯଥେଷ୍ଟ ମାଲିସ ଓ ଗେଲ କରନ୍ତୁ +ସବୁବେଳେ , ଏପରିକି ନିଜେ କ୍ଲାନ୍ତ ବା ବିଚଳିତ ଥିଲେ ମଧ୍ୟ , ଶିଶୁକୁ ଶାନ୍ତ ଭାବରେ ଧରନ୍ତୁ +ଅତିକମ୍ ରେ ପ୍ରତି ଚାରି ଘଣ୍ଟାରେ ଥରେ କରି ନିୟମିତ ସ୍ତନ୍ୟପାନ କରାନ୍ତୁ +ଯେତେ ସମ୍ଭବ ଶିଶୁ ଆଗରେ କଥା କୁହନ୍ତୁ , ପଢନ୍ତୁ ଓ ଗୀତ ଗାଆନ୍ତୁ +ଜନ୍ମର ଛଅ ସପ୍ତାହ ପରେ ଶିଶୁକୁ ସ୍ୱାସ୍ଥ୍ୟକର୍ମୀଙ୍କ ପାଖକୁ ନିଅନ୍ତୁ । +ସତର୍କ ସୂଚନା +ଭଲଭାବରେ ସ୍ତନକୁ ନଚୁଚୁମିବା ବା ଚୁଚୁମିବାକୁ ମନା କରିବା +ହାତ ଓ ଗୋଡ କମ୍ ହଲାଇବା +ଉଚ୍ଚ ଶବ୍ଦ ବା ଉଜଳ ଆଲୁଅ ପ୍ରତି ଅଳ୍ପ ବା କୌଣସି ପ୍ରକାର ପ୍ରତିକ୍ରିୟା ନଦେଖାଇବା +କୌଣସି ନିର୍ଦ୍ଧିଷ୍ଟ କାରଣ ନଥାଇ ବହୁ ସମୟ ଧରି କାନ୍ଦିବା +ବାନ୍ତି ଓ ତରଳ ଝାଡା ହୋଇ ଶିଶୁ ଦେହରୁ ଜଳୀୟ ଅଂଶ କମିଯିବା +ଛଅ ମାସର ହେଲା ବେଳକୁ +ଶିଶୁ କରିପାରିବା ଉଚିତ +ପେଟେଇ ଶୋଇଥିବା ବେଳେ ମୁଣ୍ଡ ଓ ଛାତିକୁ ଉଠାଇବ +ହଲୁଥିବା ଜିନିଷ ପାଖକୁ ହାତ ବଢାଇବ +ଜିନିଷକୁ ଧରିବ ଓ ଝୁଲାଇବ +ଦୁଇ ପାଖକୁ ଗଡି ପାରିବ +ସାହାଯ୍ୟ ନେଇ ବସିବ +ହାତ ଓ ପାଟିରେ ଲଗାଇ ଜିନିଷକୁ ଚିହ୍ନିବାକୁ ଚେଷ୍ଟା କରିବ +ଶବ୍ଦ ଓ ମୁହଁର ଭଙ୍ଗୀକୁ ନକଲ କରିବା ଆରମ୍ଭ କରିବ +ନିଜ ନାଁ ଓ ଚିହ୍ନା ମୁହଁ ପ୍ରତି ପ୍ରତିକ୍ରିୟା ଦେଖାଇବ +ବାପାମା’ ଓ ଯତ୍ନକାରୀଙ୍କୁ ପଦେ +ଶିଶୁକୁ ସଫା , ସମତଳ ଓ ସୁରକ୍ଷିତ ଚଟାଣରେ ଶୁଆନ୍ତୁ । + ଫଳରେ ସେ ସହଜରେ ଯାଇ ଜିନିଷ ପାଖରେ ପହଞ୍ଚି ପାରିବ +ଶିଶୁକୁ ଏପରି ଧରନ୍ତୁ ଯେପରି ସେ ଆଖପାଖରେ କ’ଣ ହେଉଛି ଦେଖିପାରିବ +ଆବଶ୍ୟକ ଅନୁସାରେ ଦିନରାତି ସ୍ତନ୍ୟପାନ ଜାରି ରଖିବା ସହ ଅନ୍ୟ ଖାଦ୍ୟ ଖୁଆଇବା ଆରମ୍ଭ କରନ୍ତୁ । + ୬ – ୮ ମାସରେ ଦିନକୁ ଦୁଇଥର , ୮ – ୧୨ ମାସ ଦିନକୁ ୩ – ୪ ଥର ଖାଇବାକୁ ଦିଅନ୍ତୁ +ଯେତେବେଳେ ସମ୍ଭବ ଶିଶୁ ସହ କଟାହା ହୁଅନ୍ତୁ , ତା ଆଗରେ ପଢନ୍ତୁ ଓ ଗୀତ ଗାନ୍ତୁ । +ସତର୍କ ସୂଚନା +ହାତ ଗୋଡ ହଲାଇବାରେ ଅସୁବିଧା ବା ଟାଣ ଲାଗିବା +ସବୁବେଳେ ମୁଣ୍ଡ ଏଣେତେଣେ କରିବା (କାନରେ ସଂକ୍ରମଣ ଯୋଗୁଁ ଏପରି ହୋଇପାରେ , ଉପଯୁକ୍ତ ଚିକିତ୍ସା ନକଲେ କାଲ ହେବାର ସମ୍ଭାବନା ଥାଏ) +ଶବ୍ଦ , ଚିହ୍ନା ମୁହଁ ବା ସ୍ତନ ପ୍ରତି କୌଣସି ପ୍ରତିକ୍ରିୟା ନଥିବା ବା ଅଳ୍ପ ପ୍ରତିକ୍ରିୟା ଦେଖାଇବା +ମା’କ୍ଷୀର ବା ଅନ୍ୟ ଖାଦ୍ୟ ନ ଖାଇବା । +ବାର ମାସର ହେଲା ବେଳକୁ +ଶିଶୁ କରିପାରିବା ଉଚିତ +ବିନା ସାହାଯ୍ୟରେ ବସିବ +ହାତ ଓ ଆଣ୍ଠୁ ଦେଇ ଗୁରୁଣ୍ଡିବ ଏବଂ ଠିଆ ହେବାକୁ ଚେଷ୍ଟା କରିବ +କିଛି ଧରି (ହାତ ଧରିଲେ) ପାଦ ପକାଇବ +ଶବ୍ଦ ଓ ଧ୍ଵନିକୁ ନକଲ କରିବାକୁ ଚେଷ୍ଟା କରିବ ଏବଂ ସାଧାରଣ କଥା ଶୁଣି ପ୍ରତିକ୍ରିୟା ଦେଖାଇବ +ଖେଳିବା ଓ ତାଳି ମାରିଲେ ଖୁସି ହେବ +ଧ୍ୟାନ ଆକର୍ଷଣ କରିବା ପାଇଁ ବାରମ୍ବାର ଶବ୍ଦ ଓ ଅଙ୍ଗଭଙ୍ଗୀ କରିବ +ବୁଢା ଆଙ୍ଗୁଠି ଓ ଅନ୍ୟ ଗୋଟିଏ ଆଙ୍ଗୁଠିରେ ଜିନିଷ ଗୋଟାଇବ +ଚାମଚ ଓ କପ୍ ଧରିପାରିବ ଏବଂ ନିଜେ ନିଜେ ଖାଇବାକୁ ଚେଷ୍ଟା କରିବ । +ବାପାମା’ ଯତ୍ନକାରୀଙ୍କୁ ପଦେ +ଜିନିଷକୁ ଦେଖାଇ ତା’ ନାଁ କୁହନ୍ତୁ । + ଶିଶୁ ସହିତ ଯଥେଷ୍ଟ କଥା ହୁଅନ୍ତୁ ଓ ଖେଳନ୍ତୁ +ଖାଇବା ସମୟରେ ପରିବାରର ସମସ୍ତଙ୍କ ସହ କଥାବାର୍ତ୍ତା ହେବାକୁ ଉତ୍ସାହିତ କରନ୍ତୁ +ଯଦି ଶିଶୁର ବିକାଶ ଧୀର ହୁଏ ବା ଶାରୀରିକ ଅକ୍ଷମତା ଥାଏ , ତେବେ ତା’ର ଦକ୍ଷତା ଉପରେ ଯୋଡ଼ା ଦିଅନ୍ତୁ ଏବଂ ଅଧିକ କଥାବାର୍ତ୍ତା କରନ୍ତୁ +ଗୋଟିଏ ଅବସ୍ଥାରେ ଶିଶୁକୁ ବହୁତ ସମୟ ପାଇଁ ଛାଡନ୍ତୁ ନାହିଁ +ଦୁର୍ଘଟଣାରୁ ବଞ୍ଚିବା ପାଇଁ ସେହି ଅଞ୍ଚଳକୁ ନିରାପଦ କରନ୍ତୁ +ସ୍ତନ୍ୟପାନ ଜାରୀ ରଖନ୍ତୁ ଏବଂ ତାକୁ ଯଥେଷ୍ଟ ଓ ଘରର ବିଭିନ୍ନ ପ୍ରକାର ଖାଦ୍ୟ ଦିଅନ୍ତୁ +ଚାମଚ /କପ୍ ରେ ଖାଇବା ପାଇଁ ଶିଶୁକୁ ସାହାଯ୍ୟ କରନ୍ତୁ +ଶିଶୁକୁ ପ୍ରତିରୋଧୀ କରାନ୍ତୁ ଏବଂ ସବୁ ଅଣୁପୋଷକ ପରିପୂରକର ଅନୁମୋଦିତ ମାତ୍ରା ଦିଅନ୍ତୁ । +ବାର ମାସର ହେଲା ବେଳକୁ (କ୍ରମଶଃ) +ସତର୍କ ସୂଚନା +ଅନ୍ୟମାନଙ୍କ ପ୍ରତି ପ୍ରତିକ୍ରିୟାରେ ପିଲା ଶବ୍ଦ ନକରିବା +ଗତି କରୁଥିବା ଜିନିଷ ଆଡକୁ ଶିଶୁଟି ନଚାହିଁବା +ଶିଶୁ ମାନ୍ଦା ରହିବା ଏବଂ ଯତ୍ନକାରୀ ପ୍ରତି ପ୍ରତିକ୍ରିୟା ନଦେଖାଇବା +ଶିଶୁକୁ ଭୋକ ନକରିବା ବା ଖାଦ୍ୟ ନଖାଇବା +ଦୁଇ ବର୍ଷର ହେଲା ବେଳକୁ +ଶିଶୁ କରିପାରିବା ଉଚିତ +ଚାଲିବ , ଚଢିବ ଓ ଦୌଡିବ +ନାକ , ଆଖି ଭଳି ନାଁ କହିଲେ ଜିନିଷ ବା ଚିତ୍ରକୁ ଦେଖାଇବ +ପ୍ରାୟ ୧୫ ମାସରୁ ଆରମ୍ଭ କରି ଅଧିକ ଶବ୍ଦ କହିପାରିବ +ସାଧାରଣ ନିର୍ଦ୍ଦେଶ ଅନୁସାରେ କାମ କରିପାରିବ +ଖଡି ବା କ୍ରେୟନ ଦେଲେ ଗାର ପକାଇବ +ସରଳ ଗପ ଓ ଗୀତ ଶୁଣି ଖୁସୀ ହେବ +ଅନ୍ୟମାନଙ୍କ ବ୍ୟବହାରକୁ ନକଲ କରିବ +ନିଜେ ନିଜେ ଖାଇବା ଆରମ୍ଭ କରିବ +ବାପାମା’ ଯତ୍ନକାରୀଙ୍କୁ ପଦେ +ଶିଶୁ ସହ ପଢନ୍ତୁ , ଗାଆନ୍ତୁ ବା ଖେଳନ୍ତୁ +ବିପଦଜନକ ଜିନିଷଠାରୁ ଦୂରେଇ ରହିବା ଶିଖାନ୍ତୁ +ଶିଶୁଭାଷା ବ୍ୟବହାର ନକରି ସାଧାରଣ ଭାଷାରେ କଥାବାର୍ତ୍ତା ହୁଅନ୍ତୁ +ସ୍ତନ୍ୟପାନ ଜାରି ରଖନ୍ତୁ ଏବଂ ଘରର ବିଭିନ୍ନ ପ୍ରକାରର ଓ ଯଥେଷ୍ଟ ପରିମାଣର ଖାଦ୍ୟ ଦିଅନ୍ତୁ +ଶିଶୁକୁ ଖାଇବା ପାଇଁ ଉତ୍ସାହିତ କରନ୍ତୁ , ଯୋଡ଼ା କରନ୍ତୁ ନାହିଁ +ସରଳ କିଛି ନିୟମ ସ୍ଥିର କରନ୍ତୁ ଓ ଯୁକ୍ତିଯୁକ୍ତ ଆଶା କରନ୍ତୁ +ଶିଶୁର ସଫଳତାରେ ପ୍ରଶଂସା କରନ୍ତୁ +ଦୁଇ ବର୍ଷର ହେଲା ବେଳକୁ (କ୍ରମଶଃ) +ସତର୍କ ସୂଚନା +ଅନ୍ୟମାନଙ୍କୁ ପ୍ରତିକ୍ରିୟା ନ ଦେଖାଇବା +ଟଳଟଳ ହୋଇ ଚାଲିବା (ପ୍ରଶିକ୍ଷିତ ସ୍ୱାସ୍ଥ୍ୟକର୍ମୀଙ୍କୁ ଦେଖାଅ) +ଖଣ୍ଡିଆ ଖାବରା ହେବା ଓ ବିନା କାରଣରେ ବ୍ୟବହାର ବଦଳିଯିବା (ବିଶେଷ କରି ଯଦି ଶିଶୁଟି ଅନ୍ୟ ଦ୍ଵାରା ପାଳିତ ହେଉଥାଏ) +ଭୋକ ନହେବା +ତିନି ବର୍ଷର ହେଲା ବେଳକୁ +ଶିଶୁ କରିପାରିବା ଉଚିତ +ସହଜରେ ଚାଲିବ , ଦୌଡିବ , ଚଢିବ , ଗୋଇଠା ମାରିବ ଓ ଡେଇଁବ +ସାଧାରଣ ଜିନିଷ ଓ ଚିତ୍ରକୁ ମନେରଖିବ ଓ ଚିହ୍ନିବ +ଦୁଇ ତିନୋଟି ଶବ୍ଦର ବାକ୍ୟ କହିବ +ନିଜ ନାଁ ଓ ବୟସ କହିବ +ରଙ୍ଗ ନାଁ କହିବ +ସଂଖ୍ୟା ବୁଝିପାରିବ +ଖେଳରେ ମିଛିମିଛିକା ଜିନିଷର ବ୍ୟବହାର କରିବ +ନିଜେ ନିଜେ ଖାଇବ +ଅନ୍ୟ ପ୍ରତି ସ୍ନେହ ଦେଖାଇବ +ବାପାମା’ ଓ ଯତ୍ନକାରୀଙ୍କୁ ପଦେ +ଚିତ୍ର ବହି ପଢନ୍ତୁ ଏବଂ ଚିତ୍ର ବିଷୟରେ ଶିଶୁ ସହ କଥା ହୁଅନ୍ତୁ +ଶିଶୁଗପ କୁହନ୍ତୁ ଏବଂ ଛୋଟ ପଦ୍ୟ , ଗୀତ ଶିଖାନ୍ତୁ +ଖାଇବା ପାଇଁ ଶିଶୁକୁ ନିଜର ବାସନ ଦିଅନ୍ତୁ +ଖାଇବା ପାଇଁ ଶିଶୁକୁ ଉତ୍ସାହିତ କରନ୍ତୁ ଏବଂ ଯେତେଥର ଚାହିଁବ ସେତେଥର ଖାଇବାକୁ ଦିଅନ୍ତୁ +ନିଜେ ପୋଷାକ ପିନ୍ଧିବା , ହାତ ଧୋଇବା ଓ ପାଇଖାନା ଯିବା ଆଦି କାମ ଶିଖିବାରେ ସାହାଯ୍ୟ କରନ୍ତୁ +ତିନି ବର୍ଷର ହେଲା ବେଳକୁ (କ୍ରମଶଃ) +ସତର୍କ ସୂଚନା +ଖେଳିବାରେ ଆଗ୍ରହ ନଦେଖାଇବା +ବାରମ୍ବାର ଖସି ପଡିବା +ଛୋଟ ଛୋଟ ଜିନିଷକୁ ଏପଟ ସେପଟ କରିବାରେ ଅସୁବିଧା +ସାଧାରଣ କଥାକୁ ବୁଝିନପାରିବା +କେତେଗୁଡିଏ ଶବ୍ଦକୁ ମିଶାଇ କଥା କହିନପାରିବା +ଖାଇବାରେ ଆଗ୍ରହ ନଦେଖାଇବା +ପାଞ୍ଚ ବର୍ଷର ହେଲା ବେଳକୁ +ଶିଶୁ କରିପାରିବା ଉଚିତ +ଅଙ୍ଗ ପ୍ରତ୍ୟଙ୍ଗର ସମନ୍ଵୟ ରଖି ଚାଲିବ +ପୁରା ବାକ୍ୟ କହିବ ଏବଂ ବିଭିନ୍ନ ଶବ୍ଦ ବ୍ୟବହାର କରିବ +ମୋଟା – ପତଳା , ଡେଙ୍ଗା – ଗେଡା ଭଳି ବିପରୀତ ଶବ୍ଦ ଜାଣିପାରିବ +ଅନ୍ୟ ପିଲାଙ୍କ ସହ ଖେଳିବ +ବିନା ସାହାଯ୍ୟରେ ପୋଷାକ ପିନ୍ଧିବ +ସରଳ ପ୍ରଶ୍ନର ଉତ୍ତର ଦେବ +୫ରୁ ୧୦ଟି ଜିନିଷ ଗଣିପାରିବ +ନିଜ ହାତ ନିଜେ ଧୋଇ ପାରିବ +ବାପାମା’ ଓ ଯତ୍ନକାରୀଙ୍କୁ ପଦେ +ଶିଶୁର କଥାକୁ ଶୁଣନ୍ତୁ +ଶିଶୁ ସହ ଯଥେଷ୍ଟ କଥାବାର୍ତ୍ତା କରନ୍ତୁ +ଯଦି ଶିଶୁର ପାଟି ଲାଗୁଥାଏ , ତେବେ ଧୀରେ ଧୀରେ ଅଧିକ କଥା କହିବାକୁ କୁହନ୍ତୁ +ଗପ ପଢନ୍ତୁ ଓ କୁହନ୍ତୁ +ଖେଳିବାକୁ ଓ ନିରୀକ୍ଷଣ କରିବାକୁ ଶିଶୁକୁ ଉତ୍ସାହିତ କରନ୍ତୁ +ପାଞ୍ଚ ବର୍ଷର ହେଲା ବେଳକୁ (କ୍ରମଶଃ) +ସତର୍କ ସୂଚନା +ଖେଳିବା ବେଳେ ଶିଶୁକୁ ଲକ୍ଷ୍ୟ କରନ୍ତୁ । +ଯଦି ଶିଶୁଟି ଡରୁଛି , ରାଗୁଛି ବା ଉଗ୍ର ହୋଇ ଉଠୁଛି , ତେବେ ଶିଶୁର ମାନସିକ ସମସ୍ୟା ରହିଥାଇ ପାରେ ବା ସେ କିଛି ମାନସିକ କଷ୍ଟ ପାଉଛି ।