diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia67.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia67.txt new file mode 100644 index 0000000000000000000000000000000000000000..d6e6f2d820d37cbc171b4e22c45784a9190eade3 --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia67.txt @@ -0,0 +1,165 @@ +ଫଳ ପତ୍ର ଓ ଫୁଲର ଔଷଧୀୟ ଗୁଣ +ତୁଳସୀର ଉପକାରୀ ଗୁଣ +ତୁଳସୀ ଜୀବାଣୁ-ଭୁତାଣୁ ନାସକ ଉପାଦାନରେ ଭରପୁର୍ । +ପ୍ରତିଦିନ ସକାଳୁ ଖାଲିପେଟରେ ତୁଲସୀପତ୍ର ଚୋବେଇଖାଇଲେ - ଥଣ୍ଡା, କାଶ, ମୁଣ୍ଡ ବଥା, ଗଳାଦରଜ, ଦାନ୍ତମାଢ଼ୀ ଓ ମୁଖଦୂର ଗନ୍ଧରୁ ମୁକ୍ତି ମୀଳେ । +ତୁଳସୀପତ୍ର, ଅଦାରସ ଓ ମହୁ ମିଶାଇ ସେବନ କଲେ,ଶ୍ଵାସନଳୀ, ଗଳାସଂକ୍ରମଣ ଓ ଥଣ୍ଡା ରୁ ଉପସମ ମିଳେ । +ଗଳା ପରିସ୍କାର ହୁଏ । +ତୁଲସୀ ପତ୍ର ଓ ଗୁଜୁରାତିପାଣିରେ ଫୁଟେଇ ସେବନ କଲେ ଜ୍ଵର କମେ । +ତୁଳସୀରେ ଅଣ୍ଟିବ୍ୟାକ୍ଟେରିଆଲ ଉପାଦାନ ରହିଛି । +ଏହା ଶରୀରରେ ଚର୍ବୀ ଜମିବାକୁ ଦିଏ ନାହିଁ, ରକ୍ତ ସଫାକରେ । +ମଧୁମେହ ଓ ହୃଦରୋଗୀ ପାଇଁ ତୁଳସୀ ବହୁତ ଉପକାରୀ । +ଚର୍ମକୁଣ୍ଡାଇହେଲେ, ପୋକ କାମୁଡିଲେ କ୍ଷତସ୍ଥାନରେ ତୁଳସୀପତ୍ରର ରସ ଲଗାନ୍ତୁ, ସଂକ୍ରମଣ ଓ ଯନ୍ତ୍ରଣାରୁ ରକ୍ଷା ମିଳିବ । +ତୁଳସୀ ପତ୍ରରେ କର୍କଟ ରୋଗ ପ୍ରତିରୋଧ ଶକ୍ତି ଅଛି । +ଏହା ସ୍ମୃତି ଶକ୍ତି ବଢାଏ । +ନିୟମିତ ତୁଳସୀପତ୍ର ସେବନ ଦ୍ଵାରା ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧିପାଏ । +ବନ୍ଧାକୋବିର ଔଷଧୀୟ ଗୁଣ +ବନ୍ଧାକୋବି ସହିତ ଆମେ ସମସ୍ତେ ପରିଚିତ । +ଏହା ପୃଥିବୀରେ ସମସ୍ତ ଅଞ୍ଚଳରେ ଚାଷ କରାଯାଏ । +ଏହା ଏପରି ଏକ ପତ୍ର ଫସଲ ଯାହାକୁ ବହୁ ପୁରାତନ ଯୁଗରୁ ମଣିଷ ଉଭୟ ଖାଦ୍ୟ ଓ ଔଷଧୀୟ ଭାବେ ବ୍ୟବହାର କରିଆସୁଛି । +ଏହାର ଅନେକ ଔଷଧୀୟ ଗୁଣ ଥିବାରୁ ବିଭିନ୍ନ ବର୍ଗର ଲୋକ ଏହାକୁ ବ୍ୟବହାର କରିଥାନ୍ତି । +ପ୍ରାଚୀନ ରୋମାନିୟ ମାନେ ଏହାକୁ ମୁଣ୍ଡ ବଥା, ଅନିଦ୍ରା, କ୍ଷତରୁ ରକ୍ତ ପ୍ରବାହବନ୍ଦ କରିବା ଏବଂ ଶିଶୁ ଜନ୍ମଦେବା ଜନିତ ଯନ୍ତ୍ରଣାରୁ ମୁକ୍ତି ଦେବା ଆଦି ନାନା କ୍ଷେତ୍ରରେ ବ୍ୟବହାର କରୁଥିଲେ । +ଆଧୁନିକ ବିଜ୍ଞାନୀମାନେ ଦର୍ଶାଇଛନ୍ତି ଯେ, ବନ୍ଧାକୋବିରେ ଏପରି ଉପାଦାନ ରହିଛି, ଯାହା ମଣିଷ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ । +ଖାଲି ସେତିକି ନୁହେଁ, ଶୀଘ୍ର ବାର୍ଧକ୍ୟ ନ ଆସିବାରେ ଏହା ସହାଯ୍ୟ କରିଥାଏ । +ବନ୍ଧାକୋବିରେ ଥିବା ତନ୍ତୁଜାତୀୟ ଖାଦ୍ୟ ମଣିଷ ସ୍ଵାସ୍ଥ୍ୟ ପାଇଁ ଅତ୍ୟନ୍ତ ଉପାଦେୟ । +ଏହା ରକ୍ତକୋଶରେ ଥିବା ଚର୍ବି ଖାଦ୍ୟ ଓ କୋଲେଷ୍ଟ୍ରୋଲ କବଳରୁ ମୁକ୍ତ କରିବାକୁ ଚେଷ୍ଟା କରେ । +ଏହା ଶ୍ଵେତସାର ଜାତୀୟ ଖାଦ୍ୟକୁ ଗ୍ରହଣ କରିବାରେ ପ୍ରତିରୋଧ କରେ , ଯାହାକି ମଧୁମେୟ ରୋଗୀଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ । +ରକ୍ତହୀନତା ରୋଗୀଙ୍କ ପାଇଁ ବନ୍ଧକୋବିର କଅଁଳିଆ ପତ୍ର ଅତ୍ୟନ୍ତ ମୁଲ୍ୟବାନ କାରଣ ଏଥିରେ ପ୍ରଚୁର ପରିମାଣରେ ଭିଟାମିନ ‘ଗ’ ଥାଏ । +ସେହିପରି ଭିନ୍ନ ଏକ ମୁଲ୍ୟବାନ ପଦାର୍ଥ `ଟାଟାନିକ ଏସିଡ଼’ ଯାହା ମଧ୍ୟ କୋବିରେ ପ୍ରଚୁର ପରିମାଣରେ ଥାଏ । +ମଧୁମେହ ନିୟନ୍ତ୍ରଣ କରିବାରେ ବନ୍ଧାକୋବି ସହାଯ୍ୟ କରିଥାଏ ଏବଂ ଏହା ସହିତ ଶରୀରର ଓଜନ ବଢିବାରେ ଅର୍ଥାତ ମେଦବହୁଳତା ସୃଷ୍ଟିରୁ ରକ୍ଷା କରିଥାଏ । +ଓଜନ କମାଇବାକୁ ଚାହୁଥିଲେ ପ୍ରତିଦିନ ବନ୍ଧାକୋବି ଖାନ୍ତୁ । +ଏହା ମେଦ ବିରୋଧୀ । +ଯଦି କେହି ନିଜକୁ ପତଳା, ସୁନ୍ଦର ଓ ସବଳ ରଖିବାକୁ ଚାହୁଁଥାନ୍ତି , ସେ ପ୍ରତିଦିନ ବନ୍ଧାକୋବି ସଲାଡ଼ ଖାଇବା ଆବଶ୍ୟକ । +ଏହିପରି ତଟକା ବନ୍ଧକୋବିର ରସ ପାନ ଦ୍ଵାରା ପାକସ୍ଥଳୀ ଜନିତ ସମସ୍ୟା ସମାଧାନ ହୋଇପାରିବ । +ବନ୍ଧକୋବି ଏକ କମ କ୍ୟାଲୋରୀଯୁକ୍ତ ପରିବା ଏଥିରୁ ଭିଟାମିନ ଏ,ବି-୨, ବି-୬, ସି,ଡି, ପଟାସିୟମ, ମଗ୍ନେଶିୟମ, ଜିକ, ଆଇରନ, ମାଂଗାନିଜ଼ ମିଳେ । +ଏଥିରେଥିବା ଏମିନୋ ଏସିଡ଼ ମାଂସପେଶୀ ଯନ୍ତ୍ରଣା ଉପସମ କରାଏ । +କ୍ଷତ ଶୁଖାଏ । +ଏଥିରେ ଥିବା ଲାକଟିକ ଏସିଡ଼ ମାଂସପେଶୀ ମଜବୁତ ରଖେ । +ବନ୍ଧକୋବି ଆଖ଼ିକୁ ସୁସ୍ଥ ରଖେ । +ମୋତିୟାବିନ୍ଦୁ ଆକ୍ରାନ୍ତ ହୋଇଥିଲେ ନିୟମିତ ବନ୍ଧାକୋବି ଖାନ୍ତୁ । +ଏହାଦ୍ଵାରା ଶରୀରରେ ବିଟା କରୋଟିନ ବଢେ । +ବନ୍ଧାକୋବି ବୃଦ୍ଧାଅବସ୍ଥାରେ ସ୍ମରଣ ଶକ୍ତି ଦୂରଳ ହେବାକୁ ଦିଏନାହି । +ଏଥିରେ ଥିବା ଭିଟାମିନ ‘କେ’ ସ୍ମରଣ ଶକ୍ତିବଢାଏ । +ବନ୍ଧାକୋବି ତନ୍ତୁ ପାଚନ ପ୍ରକିୟା ଠିକ ରଖେ । +କୋଷ୍ଠକାଠିନ୍ୟ ସମସ୍ୟା ଦୂରକରେ । +ପାକସ୍ଥଳୀ, କ୍ଷୁଦ୍ରାନ୍ତ, କିମ୍ବା ବୃହତନ୍ତ୍ର ଘା’ ରୁ ରକ୍ଷା କରେ । +ବନ୍ଧାକୋବି ମଧ୍ୟ କର୍କଟ ପ୍ରତିରୋଧକ ଭାବେ କାର୍ଯ୍ୟ କରେ । +ଏହା ଆଣ୍ଟି ଅକସିଡେଣ୍ଟ ପରିପୂର୍ଣ୍ଣ । +ଏହା ତ୍ଵଚାକୁ ସୁରକ୍ଷା ଦିଏ । +ଅତି ବାଇଗଣୀ ରଶ୍ମି ପ୍ରଭାବରୁ ତ୍ଵଚାକୁ ସୁରକ୍ଷା ଦିଏ । +ବନ୍ଧାକୋବିର କଅଁଳିଆ ପତ୍ର ରସ ବ୍ରଣ ସମସ୍ୟା ଦୂର କରେ । +ସମାନ ପରିମାଣର ଗାଜର ଓ ସବୁଜ ବନ୍ଧାକୋବି ରସ କେଶ ମୁଲରେ ଲଗାନ୍ତୁ କେଶ ଗହଳ ହେବ ସହ ରୁପୀ ସମସ୍ୟା ଦୂର ହେବ । +ପାନମହୁରୀର ଉପକାରୀତା +ସାଧାରଣତଃ ଖାଦ୍ୟ ଖାଇବା ପରେ ହିଁ ପାନମହୁରୀ ଖିଆଯାଏ । +ଏହା ଉତ୍ତମ ସୁଗନ୍ଧଯୁକ୍ତ ହେବାସହ ସୁପଚକ ଅଟେ । +ପ୍ରତି ୧୦୦ ଗ୍ରାମ ପାନମହୁରୀରେ ଶ୍ଵେତସାର, ୭ ଗ୍ରାମ, ପୃଷ୍ଟିସାର ୨ ଗ୍ରାମ, ସ୍ନେହସାର ୦.୩ ଗ୍ରାମ, ଜୀବସାର ଏ, ସି ଇତ୍ୟାଦି , କ୍ୟାଲସିୟମ ୫% , ଲୌହ ୨% ଥାଏ । +ପାନମହୁରୀ ଚୋବଈ ଖାଇଲେ ଖାଦ୍ୟ ଭଲଭାବେ ହଜମ ହୋଇଥାଏ । +ମିଶ୍ରି ପାଣିରେ ଏହାକୁ ପିଈଲେ ରକ୍ତ ଚାପ ନିୟନ୍ତ୍ରଣ ହୋଇଥାଏ । +ନିୟମିତ ଏହାକୁ ଚୋବଈ ଖାଇଲେ ପେଟ ରୋଗ ହୁଏନାହିଁ । +ଅଧ ଚାମଚ ପନମହୁରୀ ଦିନକୁ ୩ ରୁ ୪ ଥର ଖାଇଲେ ୨ ମାସ ମଧ୍ୟରେ ଓଜନ ହ୍ରାସହୁଏ । +ପନମହୁରୀ ଖାଇଲେ ସ୍ନାୟୁବିକ ରୋଗ ଦୂର ହୋଇଥାଏ । +ଏହା କର୍କଟ ବିରୋଧୀ ବୋଲି ଗବେଷକଙ୍କ ମତ । +ପାନମହୁରୀ ଖାଇଲେ ତ୍ଵଚାର ରଂଗ ସଫା ହେବା ସହ କେଶର ଘନତ୍ତ୍ଵବୃଦ୍ଧି ହୁଏ । +ବ୍ରାହ୍ମୀ ଶାଗର ଉପକାରିତା +ନିୟମିତ ଭାବେ ବ୍ରାହ୍ମୀ ଖାଇବା ସବୁ ବୟସର ଲୋକଙ୍କ ପାଁଈ ଭଲ । +ବିଭିନ୍ନ ପ୍ରକାର ଶାଗରୁ ବ୍ରାହ୍ମୀ ଶାଗର ବିଶେଷତ୍ଵ ରହିଛି । +ବ୍ରାହ୍ମୀ ପତ୍ରରେ ପୃଷ୍ଟିସାର ୨%, ବାକୋସାଈଡ ୫.୯%, ବାକୋପସାଈଡ ୫.୫% ଓ ବକୋସପୋନିକ ଆଲକାଲଏଡ଼ ଥାଏ । +ଔଷଧୀୟ ଗୁଣ - +ବ୍ରାହ୍ମୀ ଶାଗ ଏକ ସ୍ନାୟୁ ଟନିକ ଭାବେ କାମ କରିଥାଏ । +ଏହି ଶାଗ ଖାଇଲେ ଆଲଯାଇମିର ରୋଗ କମିବାରେ ସହାୟକ ହୁଏ । +ଅନିଦ୍ରା ରୋଗୀଙ୍କ ପାଇଁ ଏକ ଉତ୍ତମ ଖାଦ୍ୟ । +ଶରୀରର କୌଣସି ସ୍ଥାନରେ ଦରଜ ହୋଇଥିଲେ, ଏହି ପତ୍ରକୁ ବାଟି ସେହି ସ୍ଥାନରେ ଲାଗିଲେ ଉପଶମ ମିଳେ । +ବ୍ରାହ୍ମୀ ଶାଗ ଖାଇଲେ ଯକୃତ ରୋଗ ଦୂର ହୋଇଥାଏ । +ପିଲାମାନେ ଏହା ଖାଇଲେ ସ୍ମୃତି ଶକ୍ତି ବଢ଼େ । +ଏହି ଶାଗ ରକ୍ତ ବିଶୋଧକ ଭାବେ କାମ କରେ । +ଧନିଆର ଉପକାରିତା +ଧନିଆ ସାଧାରଣରେ ମଧ୍ୟପ୍ରଦେଶ, କେରଳ, ଓଡ଼ିଶା ଏବଂ କେରଳର କିଛି ଅଂଶରେ ଚାଷ କରାଯାଇଥାଏ । +ପ୍ରତି ଶହେ ଗ୍ରାମ ଧନିଆରେ ଶ୍ଵେତସାର ୫୦ ଗ୍ରାମ, ପୃଷ୍ଟିସାର ୧୫ ଗ୍ରାମ, ସ୍ନେହସାର, ୨୦ ଗ୍ରାମ, କ୍ୟାଲସିୟମ ୭୦%, ଲୌହ ୧୫.୮ ମିଲିଗ୍ରାମ ରହିଥାଏ । +ଏହି ମଞ୍ଜିରେ ଆଣ୍ଟିଅକ୍ସିଡେଣ୍ଟ ଥିବାରୁ ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ । +ଧନିଆରେ ଓମେଗା ୬ ଥିବାରୁ ଖାଦ୍ୟ ହଜମ କରିବାରେ ସାହାଯ୍ୟ କରେ । +ଧନିଆ ଅଧ ଚାମଚ ଦୈନିକ ଖାଇଲେ କୋଷ୍ଠକାଠିନ୍ୟ ଦୂର ହୋଇଥାଏ । +ଏହି ମଞ୍ଜିରେ ଜୀବସାର ବି ଥିବାରୁ ଶରୀର ପାଇଁ ହିତକାରକ ଅଟେ । +ଧନିଆକୁ ମସଲା ଭାବେ ନିୟମିତ ରୋଷେଇରେ ବ୍ୟବହାର କଲେ କେଶ ସମସ୍ୟା, ସ୍ନାୟୁଗତ ସମସ୍ୟା ଦୂର ହୁଏ । +ଧନିଆ ଖାଇଲେ ଶରୀରରୁ ଚର୍ବୀ କମ ହେବାରେ ସାହାଯ୍ୟ ହୁଏ । +ସଜନା ଶାଗର ଉପକାରିତା +ସଜନା ଗଛର ପତ୍ର ଶାଗ ଭାବେ ବ୍ୟବହାର କରାଯାଏ । +ପ୍ରତି ୧୦୦ ଗ୍ରାମ ସଜନା ପତ୍ରରେ କାର୍ବୋହାଇଡ୍ରେଟ ୧୧.୫%, ପୃଷ୍ଟିସାର ୬%, ଭିଟାମିନ ସି ୨୦୦%, ଲୌହ ୬ ମିଲିଗ୍ରାମ, କ୍ୟାଲସିୟମ ୪୩୦ ମିଲିଗ୍ରାମ ଥାଏ । +ଏହା ସହ ଭିଟାମିନ ଏ ପ୍ରଚୁର ପରିମାଣରେ ଥାଏ । +ଔଷଧୀୟ ଗୁଣ - +ନିୟମିତ ସଜନା ଶାଗ ଖାଇଲେ ଶରୀରର ରୋଗ ପ୍ରତିରୋଧ ଶକ୍ତି ବଢିଥାଏ । +ଏଥିରେ ଥିବା କ୍ୟାରୋଟିନ ଶରୀରର କୋଷକ୍ଷୟକୁ ରକ୍ଷା କରେ । +ରକ୍ତହୀନତା ରୋଗୀଙ୍କ ପାଇଁ ଏହା ଏକ ଉତ୍ତମ ଖାଦ୍ୟ । +ଏହି ଶାଗରେ ଭିଟାମିନ କେ ଥିବାରୁ ସ୍ନାୟୁର କାର୍ଯ୍ୟ ଦକ୍ଷତା ବଢିଥାଏ । +ସଜନା ଶାଗରେ କ୍ୟାଲସିୟମ ପ୍ରଚୁର ଥିବା ଯୋଗୁ ହାଡ ଶକ୍ତ ହୁଏ । +ପୁରୁଣି ଶାଗର ଉପକାରିତା +ପୁରୁଣି ଶାଗ, ଭାରତ ସହ ବିଦେଶରେ କେତେକ ରାଷ୍ଟ୍ରରେ ମୁଖ୍ୟ ବ୍ୟଞ୍ଜନ ଭାବରେ ବ୍ୟବହାର ହୁଏ । +ପ୍ରତି ଶହେ ଗ୍ରାମ ପୁରୁଣି ପତ୍ରରେ କାର୍ବୋହାଇଡ୍ରେଟ, ୧୨%, ପୃଷ୍ଟିସାର, ୨.୨୦%, ଭିଟାମିନ ସି ୪୦ ମିଲିଗ୍ରାମ, ଲୌହ ୦.୦୨ ମିଲିଗ୍ରାମ ଓ କ୍ୟାଲସିୟମ ୯୦ ମିଲିଗ୍ରାମ ଥାଏ । +ନେଦର୍ଲାଣ୍ଡରେ ପୁରୁଣୀ ପତ୍ରକୁ ଖାଦ୍ୟରେ ରାନ୍ଧିବା ନିମନ୍ତେ ବ୍ୟବହାର କରାଯାଏ । +ପୁରୁଣି ଶାଗ ଖାଇଲେ ଚକ୍ଷୁ ସମସ୍ୟା ଦୂର ହୋଇଥାଏ । +ମଧୁମେୟ ରୋଗୀ ଏହି ପତ୍ରକୁ ଖାଇଲେ ରକ୍ତର ଶର୍କରା ନିୟନ୍ତ୍ରଣ ରହେ । +ବ୍ରିଟିନ ଗବେଷକମାନେ ପ୍ରମାଣ କରିଛନ୍ତି ଯେ ନିୟମିତ ପୁରୁଣି ପତ୍ର ରସକୁ ପିଇଲେ ବୃକକ୍ ଅକ୍ଷମତା ନିୟନ୍ତ୍ରିତ ହୋଇଥାଏ । +ପୁରୁଣି ଶାଗରେ ଅନେକ ପରିମାଣରେ ଆଣ୍ଟିଅକସିଡେଣ୍ଟ ଥାଏ, ଯାହା ଫଳରେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ । +ଆମେରିକାର ଅଧିକାଂଶ ଚିକିତ୍ସାଳୟରେ ଯକୃତ ରୋଗୀ, ବୃକକ୍ ରୋଗୀ ନିୟମିତ ଏହି ଶାଗ ରସ ପିଇବାକୁ ଓ ଶାଗକୁ ସିଝାଇ ଖାଇବାକୁ ପରାମର୍ଶ ଦିଆଯାଏ । +କାକୁଡି ରସର ଗୁଣ +କାକୁଡିରେ ଅନେକ ଉପାଦେୟତା ରହିଛି । +ବିଦେଶରେ କାକୁଡି ସଲାଡ଼ ଭାବେ ଲୋକପ୍ରିୟ ଥିଲାବେଳେ ଭାରତରେ ବିଭିନ୍ନ ଖାଦ୍ୟ ସହ କାକୁଡି ଖିଆଯାଏ । +କାକୁଡିର ଅନେକ ଉପାଦେୟତା ରହିଛି । +ନିୟମିତ କାକୁଡି ରସ ପିଇଲେ ଓଜନ ନିୟନ୍ତ୍ରାଧୀନ ହୋଇଥାଏ । +ଏହା ତ୍ଵଚାର ଚମକ ଆସିବା ସହ କେଶର ଘନତ୍ତ୍ଵ ବୃଦ୍ଧି ପାଏ । +କାକୁଡି ଦୈନିକ ଖାଇଲେ ସତେଜ ରଖିବ ସହ ତକ୍ନିସ୍କୁ ସରିରରୁ ବାହର କରିଦେଇ ଥାଏ । +ପିଲାମାନେ କାକୁଡି ଖାଇଲେ ସ୍ମୃତି ଶକ୍ତି ବୃଦ୍ଧି ପାଏ । +ହଜମ ଶକ୍ତି ବଢିବା ସହ ହୃଦରୋଗରୁ ରକ୍ଷା କରେ । +ସକାଳୁ ଏକ ଗ୍ଳାସ କାକୁଡି ରସରେ ଫାଳେ ଲେମ୍ବୁ ଚିପୁଡି ପିଇଲେ ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି ହୁଏ । +ଉପକାରୀ କରମଙ୍ଗା +କରମଙ୍ଗା ଅନେକ ପୋଷକ ଉପାଦାନରେ ପରିପୂର୍ଣ୍ଣ । +ତୋଳିବାର ତିନିଦିନ ମଧ୍ୟରେ ଏହାର ପୋଷକ ଉପାଦାନ ନଷ୍ଟ ହୋଇଯାଉଥିବାରୁ ସର୍ବଦା ସତେଜ କରମଙ୍ଗା ଖାଇବା ଉଚିତ । +ଠିକ ଖାଇବା ପୁର୍ବରୁ ହିଁ କାଟନ୍ତୁ । +ଥଣ୍ଡା, ଜ୍ଵର ଓ ଗଳା ଦରଜ ଉପସମ ଶକ୍ତି ଏଥିରେ ରହିଛି । +ଏହା ଅଜିର୍ଣ୍ଣ ଦୂର କରେ । +ପାକସ୍ଥଳି ଘା’ ଶୁଖିବାରେ ସାହାଯ୍ୟ କରେ । +ମିଠା କରମଙ୍ଗା ଫୁଲ ରସ ସେବନ କଲେ ଶିଶୁଙ୍କ କଫ ଦୋଷ ଦୂର ହୁଏ । +ଏହା ତନ୍ତୁ ଓ ପୃଷ୍ଟିସାର ବହୁଳ । +ଶରୀରରେ ମାଗ୍ନେସିୟମ ପରିମାଣ ବଢାଇବା ପାଇଁ ଭିଟାମିନ ବି - ୬ ଯୁକ୍ତ ଖାଦ୍ୟ ଖାଆନ୍ତୁ । +ଏହା ତନ୍ତୁ ଓ ପୃଷ୍ଟିସାର ବହୁଳ । +ଫ୍ଲବୋନଏଡ଼ ଓ ଆଣ୍ଟି ଅକସିଡେଣ୍ଟ ଯୁକ୍ତ । +ନିୟମିତ କରମଙ୍ଗା ଖାଇଲେ ଓଜନ ହ୍ରାସ ହୁଏ । +କରମଙ୍ଗା ଗଛର ପତ୍ର ଓ ଚେର ପାଣିରେ ଫୁଟେଇ ପିଇଲେ ମୁଣ୍ଡ ବ୍ୟଥା, ଗୋଲ କୃମି , ପାଣି ବସନ୍ତ ଦୂର ହୁଏ । +ଅଳସ୍ୟା , ମାନ୍ଦାପଣ ଓ ଅଜିର୍ଣ୍ଣ ଦୂର ପାଁଈ ପ୍ରତି ତିନି ଘଣ୍ଟା ଅନ୍ତରରେ ଫାଳେ କରମଙ୍ଗା ଖାଆନ୍ତୁ । +ଏହା କେଶ ଝାଡିବା , ଅସମୟରେ କେଶ ପାଚିବା ସମସ୍ୟା ଦୂର କରେ । +ଏହାର ରସ କେଶ ମୂଳରେ ଲଗାନ୍ତୁ । +କେଶ ଘହଳ ଓ ଶକ୍ତ ହେବ । +ସୁସ୍ଥ ଓ ସୁନ୍ଦର ତ୍ଵଚା ପାଇଁ କରମଙ୍ଗା ରସ ଉପକାରୀ । +ମୁଖ ବ୍ରଣ ଓ ତୈଳକ୍ତ ଅଂଶ ଦୂର ପାଇଁ କରମଙ୍ଗା ରସ ଲଗାନ୍ତୁ । +ଔଷଧୀୟ ନିମ ଫୁଲ +ପାଟିକୁ କଡା ଲାଗୁଥିବା ନିମ ଗଛର ରହିଛି ଅନେକ ଔଷଧୀୟ ଗୁଣ । +ଏହାର ପତ୍ର ଫୁଲ, ଛାଲି ଏବଂ ଚେରକୁ ବିଭିନ୍ନ ରୋଗର ଔଷଧ ଭାବରେ ବ୍ୟବହାର କରାଯାଇଥାଏ । +ତେବେ ଏହି ନିମ ପତ୍ର ଓ ଫୁଲରେ ଅନ୍ୟାନ୍ୟ କେଉଁ ରୋଗ ପ୍ରତିରୋଧକ ଶକ୍ତି ଅଛି ଆସନ୍ତୁ ଜାଣିବା । +ଏକ ମୁଠା ନିମ ଫୁଲକୁ ପାଣିରେ ଭଲ ଭାବରେ ଫୁଟାଇ ସେଥିରେ ଏକ ଚାମଚ ଲେମ୍ବୁ ରସ ଅଧା ଚାମଚ ମହୁ ମିଶାଇ ସବୁଦିନ ସକାଳେ ଖାଲି ପେଟରେ ପିଅନ୍ତୁ । +ମୋଟାପା କମ୍ ହୋଇଥାଏ । +ନିମ ଗଛର କଅଁଳ ପତ୍ର ରସ କିମ୍ବା ପତ୍ରକୁ ସକାଳୁ ଖାଲି ପେଟରେ ଚୋବାଇ ଖାଇଲେ ବ୍ଲଡ଼ ଶୁଗାର ନିୟନ୍ତ୍ରଣ ହୋଇଥାଏ । +ନିମ ପତ୍ରକୁ ବାଟି ଦେହରେ ଲଗାଇଲେ ବିଭିନ୍ନ ପ୍ରକାର ଚର୍ମ ରୋଗ ଦୂର ହୋଇଥାଏ । +ପେଟ ସମ୍ବନ୍ଧୀୟ କୌଣସି ରୋଗ ଦେଖାଦେଉଥିଲେ ନିମ ପତ୍ର ଓ ହଳଦୀକୁ ବାଟି ସୋରିଷ ତେଲରେ ମିଶାଇ ପେଟରେ ଲଗାଇଲେ ଉପଶମ ମିଳେ । +ଏକ କପ୍ ନିମ ଛାଲରେ କାଢା ପ୍ରସ୍ତୁତ କରି ସେଥିରେ ଜୀରା ଏବଂ ଧନିଆ ପାଉଡ଼ର ମିଶାଇ ପିଇଲେ ମେଲେରିଆରୁ ଉପଶମ ମିଳେ । +ନିମ ପତ୍ରକୁ ପାଣିରେ ଫୁଟାଇ ସେହି ପାଣିରେ ମୁଣ୍ଡ ଧୋଇଲେ ରୂପି କମିବା ସହ ଚୁଟି ଝଡିବା ବନ୍ଦ ହୋଇଯାଏ । +ଅଧ ଚାମଚ ନିମ ପତ୍ର ରସରେ ଏକ ଚାମଚ ମହୁ ମିଶାଇ ପିଇଲେ ଜଣ୍ଡିସ୍ ରୋଗ ଦୂର ହୋଇଥାଏ । +କଅଁଳ ନିମ ପତ୍ର ଓ ଫୁଲକୁ ଚୋବାଇବା ଦ୍ଵାରା ପେଟର କୃମି ଦୂର ହୁଏ । +କିଛି ବୁନ୍ଦା ନିମ ତେଲ ସବୁଦିନ ପିଇଲେ ଆଜ୍ମରୁ ଉପଶମ ମିଳେ । +କଫ ସଫା ହେବା ସହ ନିଶ୍ଵାସ ପ୍ରଶ୍ଵାସ ନେବାରେ ଦେଖାଦେଉଥିବା ସମସ୍ୟା ଦୂର ହୋଇଥାଏ । +ନିମପତ୍ର ଓ ଫୁଲରେ ପ୍ରଚୁର ମାତ୍ରାରେ ପ୍ରୋଟିନ୍, ଫ୍ୟାଟ୍, କ୍ୟାଲସିୟମ୍ ଏବଂ ଆମିନୋ ଏସିଡ୍ ରହିଛି ଯାହା ଶରୀରରେ ପାଚନ ପ୍ରକ୍ରିୟାକୁ ନିୟନ୍ତ୍ରଣ କରିଥାଏ । +ଉପକାର କଦଳୀ +ମହିଳାମାନେ ଋତୁସ୍ରାବ ସମୟରେ କଦଳୀ ଖାଇଲେ ଚିଡ଼ିଚିଡାପଣରୁ ରକ୍ଷା ପାଆନ୍ତି । +କଦଳୀରେ ଆଇରନ୍ ଥିବାରୁ ଏହା ରକ୍ତହୀନତା ଦୂର କରେ । +ଏଥିରେ ଥିବା ପୋଟାସିୟମ୍ ମସ୍ତିଷ୍କକୁ ସକ୍ରିୟ କରେ । +ସିଗାରେଟ୍ ନିଶା ଛାଡିବା ପରେ କଦଳୀ ଖାଇଲେ ଶରୀର ଶାନ୍ତ ରହେ । +ଅଙ୍ଗୁରରେ ରୋଗ ଦୂର +ସକାଳୁ ଖାଲିପେଟରେ ଅଙ୍ଗୁର ଜୁସ୍ ପିଇଲେ ମାଇଗ୍ରେନ୍ ସମସ୍ୟା ଦୂର ହୁଏ । +ଏହା କୋଲେଷ୍ଟେରାଲ୍ ମାତ୍ରାକୁ ନିୟନ୍ତ୍ରଣ କରେ, ରକ୍ତରେ ନାଇଟ୍ରିକ୍ ଏସିଡ୍ ର ମାତ୍ରାକୁ ବଢାଇ ହୃଦଘାତରୁ ରକ୍ଷା କରେ । +ଆଜ୍ମା ଓ ଶ୍ଵାସ ଜନିତ ରୋଗରୁ ରକ୍ଷା ମିଳେ । +ଓଜନ ନିୟନ୍ତ୍ରଣରେ ରହେ । +ନାଲି ଚା’ରେ ରକ୍ତଚାପ ନିୟନ୍ତ୍ରଣ +ଉଚ୍ଚ ରକ୍ତଚାପ ସମସ୍ୟା ଥିଲେ ଦୁଇ ଦିନରେ ଅତି କମ୍ ରେ ତିନି କପ୍ ନାଲି ଚା ପିଅନ୍ତୁ । +ଏହା ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣରେ ରଖିବା ସହ ହୃତ୍ପିଣ୍ଡକୁ ସୁସ୍ଥ ରଖିବ । +ଅଧ୍ୟୟନରୁ ଜଣାପଡିଛି, ବହୁ ଥର ନାଲି ଚା ପିଇବା ଦ୍ଵାରା ଉଚ୍ଚ ରକ୍ତଚାପ ହ୍ରାସ ପାଏ । +ସୂର୍ଯ୍ୟକିରଣରେ ଚର୍ମ କର୍କଟ ଦୂର +ଗବେଷକଙ୍କ କହିବାନୁସାରେ, ସୂର୍ଯ୍ୟ କିରଣ ସ୍ପର୍ଶରେ ଆସିବା ଦ୍ଵାରା ରକ୍ତଚାପ ନିୟନ୍ତ୍ରଣରେ ରହେ । +ରକ୍ତଚାପ ନିୟନ୍ତ୍ରଣ ରହିବା ହେତୁ ଚର୍ମ କର୍କଟ ହୋଇନଥାଏ । +ଏହା ସହ ବିଭିନ୍ନ ପ୍ରକାର ରୋଗ ମଧ୍ୟ ଦୂର ହୁଏ ।