From 936d03df934c4c8546b83d04702b56619ef25821 Mon Sep 17 00:00:00 2001 From: Nayan Ranjan Paul Date: Sat, 17 Sep 2022 12:54:40 +0530 Subject: [PATCH] Upload New File --- .../odiasahitya.com/sent_odiasahitya_lekha_11 | 67 +++++++++++++++++++ 1 file changed, 67 insertions(+) create mode 100644 Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_11 diff --git a/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_11 b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_11 new file mode 100644 index 0000000..968fcd1 --- /dev/null +++ b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_11 @@ -0,0 +1,67 @@ +ପ୍ରଫେସର ମୁଷୁଦାଙ୍କ ଶେଷବାର୍ତ୍ତା +ଗଣେଶ୍ୱର ମିଶ୍ର +ତା: ଏପ୍ରିଲ୍ ୨୯, ୨୦୧୭ +ମୂଳ ପୃଷ୍ଠା → ସ୍ମରଣୀୟ ଲେଖା → ଗଳ୍ପ → +ମୂଷାମାନଙ୍କ ସମ୍ପର୍କରେ ଗବେଷଣା କରି ସେମାନଙ୍କ ଜୀବନରେ ସକଳ ରହସ୍ୟ ଉଦ୍‌ଘାଟନ କରିବା ଏବଂ ତାହା ଜନସମାଜରେ ପ୍ରଚାର କରିବା – ଏହା ହିଁ ଥିଲା ପ୍ରଫେସର ୟାମାଶାରୀ ମୁଷୁଦାଙ୍କ ଜୀବନର ଏକମାତ୍ର ଲକ୍ଷ୍ୟ ଓ ସାଧନା । +ଅତି ଅଳ୍ପବୟସରୁ କେଜାଣି କିପରି ସେ ଆକର୍ଷିତ ହୋଇପଡ଼ିଥିଲେ ମୂଷାମାନଙ୍କ ପ୍ରତି ଏବଂ ମୂଷାମାନଙ୍କୁ ବୁଝିପାରିଲେ ହିଁ ମଣିଷ ସମାଜକୁ ସଠିକ୍‌ ବୁଝିହେବ – ଏଇ ତଥ୍ୟରେ ଥିଲା ତାଙ୍କର ଅଗାଧ ବିଶ୍ୱାସ । +ଧଳା, କଳା, ପାଉଁଶିଆ, ଈଷତ୍‌ ଲାଲ ଓ ସବୁଜ – ପ୍ରାୟ ସବୁ ରଙ୍ଗର ବିଭିନ୍ନ ଆକାରର ଅସଂଖ୍ୟ ମୂଷା ଥିଲେ ପ୍ରଫେସର ମୁଷୁଦାଙ୍କ ଗବେଷଣାଗାରରେ । +ଦିନର ଅଧିକାଂଶ ସମୟ ସେ କଟାଉଥିଲେ ମୂଷାମାନଙ୍କ ଗହଣରେ – ଏପରିକି ଅଧିକାଂଶ ରାତ୍ରିରେ ସେ ଫେରୁ ନ ଥିଲେ ଫ୍ଲାଟ୍‌କୁ । +ଶ୍ରୀମତୀ ମୁଷୁଦା ସ୍ୱାମୀଙ୍କ ଏତାଦୃଶ ଆଚରଣ ସହି, ପ୍ରାୟ ଅଭ୍ୟସ୍ତ ହୋଇପଡ଼ିଥିଲେ ବିବାହର ପନ୍ଦର ବର୍ଷ ଭିତରେ । +ପ୍ରଫେସର ମୁଷୁଦାଙ୍କର ଯେପରି ନିଜ ପରିବାରର ସାମୟିକ ଅତିଥିପରି କେବେ କିପରି ଆବିର୍ଭାବ ହେଉଥିଲା ନିଜ ଫ୍ଲାଟ୍‌ରେ ! ପୁଣି ଆଶ୍ଚର୍ଯ୍ୟ ଯେ, ନିଜ ପରିବାର ଅର୍ଥାତ୍‌ ଶ୍ରୀମତୀ ମୁଷୁଦା ଓ ଦୁଇଟି ଶିଶୁପୁତ୍ରଙ୍କ ସହିତ ସମୟ ଅତିବାହିତ କଲାବେଳେ ସୁଦ୍ଧା ସେ, ପ୍ରାୟତଃ ଗପୁଥିଲେ ତାଙ୍କର ପ୍ରିୟ ମୂଷାମାନଙ୍କ ସମ୍ପର୍କରେ । +ଗବେଷଣାଗାରର ପ୍ରତ୍ୟେକ ମୂଷାକୁ ସେ ଜାଣିଥିଲେ ବ୍ୟକ୍ତିଗତ ଭାବରେ ଏବଂ ପ୍ରତ୍ୟେକର ନାମକରଣ ମଧ୍ୟ କରିଥିଲେ । +‘ଫୁକୁନାର ମୁଡ଼୍‌ଟା କାଲିଠାରୁ ଭଲ ନାହିଁ କିମ୍ବା ସାମିତିଓ ବହୁତ ବୁଢ଼ା ହେଇଗଲାଣି ’ ହୁଏତ ଆଉ ବେଶିଦିନ ବଞ୍ଚିବ ନାହିଁ – ଶ୍ରୀମତୀ ମୁଷୁଦାଙ୍କ ପ୍ରତିକ୍ରିୟା ପ୍ରତି ତିଳେ ବି ଗୁରୁତ୍ୱ ନ ଦେଇ ପ୍ରଫେସର ମୁଷୁଦା ଏହିପରି ଗପି ଚାଲୁଥିଲେ ତାଙ୍କ ଡାଏନିଂ ଟେବୁଲ୍‌ କିମ୍ବା ବେଡ଼୍‌ ରୁମ୍‌ରେ । +ଅଧିକାଂଶ ରାତ୍ରିରେ ଅବଶ୍ୟ ଫ୍ଲାଟ୍‌କୁ ଫେରୁ ନ ଥିଲେ ମୁଷୁଦା । + ଏପରିକି ଶୁଣାଯାଉଥିଲା, ମୂଷାମାନଙ୍କ ପାଇଁ ଉଦ୍ଦିଷ୍ଟ ଖାଦ୍ୟରୁ କିଛି ଉଦରସ୍ଥ କରି ରାତ୍ରି ଯାପନ କରିବାରେ କୌଣସି ଅସୁବିଧା ହେଉ ନଥିଲା ପ୍ରଫେସର ମୁଷୁଦାଙ୍କର ! +ଗବେଷଣା ଓ ମୂଷାମାନଙ୍କ ପ୍ରତି ପ୍ରଫେସର ମୁଷୁଦାଙ୍କ ପ୍ରେମ ଓ ନିଷ୍ଠା କେବଳ ଜାପାନ କାହିଁକି ସମଗ୍ର ପୃଥିବୀର ମୂଷା – ବିଶେଷଜ୍ଞମାନଙ୍କ ମଧ୍ୟରେ ହୋଇ ଉଠିଥିଲା ମୁଖ୍ୟ ଆଲୋଚ୍ୟ ବିଷୟ ! ପ୍ରଫେସର ମୁଷୁଦା ଯେ, ମୂଷା ତଥା ମନୁଷ୍ୟ ସମାଜର ସକଳ ରହସ୍ୟ ଉଦ୍‌ଘାଟନ କରିବାର ଦ୍ୱାରଦେଶରେ ଉପନୀତ – ଏଥିରେ ସହମତ ଥିଲେ ବିଶ୍ୱର ବରିଷ୍ଠ ବୈଜ୍ଞାନିକମାନେ । +ହଠାତ୍‌ ଏପରି ହେଲା, ଆଉ ଫ୍ଲାଟ୍‌କୁ ଆଦୌ ଆସିଲେ ନାହିଁ ପ୍ରଫେସର ମୁଷୁଦା । +ଦିନେ, ଦୁଇଦିନ ସପ୍ତାହେ, ମାସେ – ବିଚଳିତ ହେଲେ ଶ୍ରୀମତୀ ମୁଷୁଦା । +ପ୍ରଫେସର ତେବେ କ’ଣ ସମ୍ପୂର୍ଣ୍ଣ ଭୁଲିଗଲେ ତାଙ୍କର ପ୍ରିୟ ପତ୍ନୀଙ୍କୁ? ଦୁଇଟି ଶିଶୁପୁତ୍ର – ତାଙ୍କର ପ୍ରିୟ ସହରକୁ ? ଏପରି ହେବ ବୋଲି କେବେ କିପରି ଅବଶ୍ୟ ଆଶଙ୍କା କରୁଥିଲେ ଶ୍ରୀମତୀ ମୁଷୁଦା । + ଶେଷରେ କ’ଣ ତେବେ ସେଇଆ ହିଁ ହେଲା? ମୂଷା ଗବେଷଣା ନିଶାରେ ପ୍ରଫେସର ମୁଷୁଦା ବାହାରର ପୃଥିବୀକୁ ସମ୍ପୂର୍ଣ୍ଣ ଭୁଲିଗଲେ, ଯେପରି ନିଜକୁ ନିଜେ ବନ୍ଦୀ କରିଦେଲେ ଗବେଷଣାଗାରର ଚାରିକାନ୍ଥ ଭିତରେ ! +ସନ୍ଧ୍ୟାରେ ଦିନେ ଶିଶୁପୁତ୍ର ଦୁଇଟିଙ୍କ ସହ ପ୍ରଫେସର ମୁଷୁଦାଙ୍କ ଗବେଷଣାଗରରେ ଉପସ୍ଥିତ ହେଲେ ଶ୍ରୀମତୀ ମୁଷୁଦା । + ଗବେଷଣାଗାରର ଆଲୋକଗୁଡ଼ିକ କଳୁଥିଲା ବେଶ୍‌ ଉଜ୍ଜ୍ୱଳ ; ଅସଂଖ୍ୟ ମୂଷା ଜୁଳୁ ଜୁଳୁ ଅନାଉଥିଲେ କାଚର ପଞ୍ଜୁରୀ ଭିତରୁ ; କିନ୍ତୁ କାହାନ୍ତି ପ୍ରଫେସର ମୁଷୁଦା? +‘ୟାମାଶାରୀ, ୟାମାଶାରୀ, କେଉଁଠି ତୁମେ?’- ପ୍ରାୟ କାନ୍ଦ କାନ୍ଦ ସ୍ୱରରେ ଚିତ୍କାର କଲେ ଶ୍ରୀମତୀ ମୁଷୁଦା – ପ୍ରଫେସର ହୁଏତ ଆଉ ଇହଜଗତରେ ନାହାନ୍ତି, କି ଗାଏବ୍‌ ହୋଇଯାଇଛନ୍ତି କେଉଁ ଅଜ୍ଞାତ ଦେଶରେ – ଏହିପରି ଭୟଙ୍କର କଳ୍ପନାଟିଏ ମଧ୍ୟ ଉଙ୍କିମାରିଲା ଶ୍ରୀମତୀ ମୁଷୁଦାଙ୍କ ମନରେ । + ତଥାପି ସେ ଚିତ୍କାର କରୁଥାନ୍ତି, ‘କେଉଁଠି ତୁମେ ୟାମାଶାରୀ ?’ +‘ ମୁଁ ଏଇଠି ଡାର୍ଲିଂ, ଏଇଠି ’- ନିଜ କାନକୁ ବିଶ୍ୱାସ କରିପାରିଲେ ନାହିଁ ଶ୍ରୀମତୀ ମୁଷୁଦା । +ପ୍ରଫେସର ଯେ ଗବେଷଣାଗାରରେ ଅଛନ୍ତି, ଏଇ ଆଶ୍ୱସ୍ତିରେ ତାଙ୍କ ଦେହରେ ଶିହରଣ ଖେଳିଗଲା ; ଦୁଇ ନୟନରୁ ଗଡ଼ିପଡ଼ିଲା ଦୁଇଧାର ଉଷ୍ଣ ଅଶ୍ରୁ । +‘ତୁମେ କେଉଁଠି ୟାମାଶାରୀ ?’ ଅତି ସ୍ନେହରେ ଗେହ୍ଲେଇ ହୋଇ କହିଲେ ଶ୍ରୀମତୀ ମୁଷୁଦା । + ‘ ଆମକୁ ଦେଖି କେଉଁଠି ନିଜକୁ ଛପାଇ ରଖିଛି ? ତୁମେ କ’ଣ ପୂରାପୂରି ଭୁଲିଗଲ ମୋତେ – ତୁମର ପ୍ରିୟ ପୁଅ ଦୁଇଟିଙ୍କୁ, ୟାମାଶାରୀ ? ତୁମେ କ’ଣ ସତରେ ଭୁଲିଗଲ ତୁମର ପ୍ରିୟ ଓସାକା ସହରକୁ ?’ +‘ ମୁଁ ନିଜକୁ କେଉଁଠି ଛପାଇ ରଖିନାହିଁ ଡାର୍ଲିଂ, ମୁଁ ଏଇଠି – ଏଇ ସାତନମ୍ୱର ପଞ୍ଜୁରୀ ଭିତରେ – ଧଳା ମୂଷାମାନଙ୍କ ଗହଣରେ -’ +‘କ’ଣ ଯେ କହୁଛ ତୁମେ ମୁଁ ବୁଝିପାରୁ ନାହିଁ ଆଦୌ ’- କହିଲେ ଶ୍ରୀମତୀ ମୁଷୁଦା । + ‘ ସାତନମ୍ବର ପଞ୍ଜୁରୀ ତ ଏଇଠି ! ତୁମେ କେଉଁଠି ୟାମାଶାରୀ ?’ +ମୁଁ ଏଇଠି ଏଇ ପଞ୍ଜୁରୀରେ । +‘ସ୍ୱାମୀଙ୍କ କଣ୍ଠସ୍ୱର ସହିତ ଦୀର୍ଘ ପନ୍ଦରବର୍ଷ ଧରି ପରିଚିତ ଥିଲେ ଶ୍ରୀମତୀ ମୁଷୁଦା – ‘ ମୁଁ ଏଇଠି । +ତେବେ ୟା ’ ଭିତରେ ମୁଁ ନିଜେ ପାଲଟିଯାଇଛି ଗୋଟିଏ ଧିଳାମୂଷା । +ଖୁବ୍‌ ପାଖକୁ ଆସିଲେ ତୁମେ ମୋତେ ଚିହ୍ନିପାରିବ ଡାର୍ଲିଂ । +ମୂଷା ହେଲେ ବି ମଣିଷଙ୍କପରି କଥା କହିବାର ଶକ୍ତି ମୁଁ ହରାଇ ନାହିଁ । + ’ +‘ ୟାମାଶାରୀ, ୟାମାଶାରୀ ’- ଭୋ ଭୋ କାନ୍ଦିଉଠିଲେ ଶ୍ରୀମତୀ ମୁଷୁଦା ଓ ଏ ଯାଏଁ ପ୍ରାୟ ତଟସ୍ଥ ରହିଥିବା ତାଙ୍କର ଦୁଇଟି ଶିଶୁ ପୁତ୍ର । +ଗବେଷଣାଗାରରେ ଭୋ ଭୋ କାନ୍ଦିବା ଯେ ଜାପାନୀମାନଙ୍କ ପକ୍ଷରେ ନିହାତି ଅଶୋଭନୀୟ ପର ମୁହୂର୍ତ୍ତରେ ପରେ କିନ୍ତୁ ଏହା ସ୍ମରଣ ହେଲା ଶ୍ରୀମତୀ ମୁଷୁଦାଙ୍କର । +‘ ତୁମର ଏପରି ଦୂରବସ୍ଥା କାହିଁକି ହେଲା, ପ୍ରଫେସର ?’ କୋହକୁ କୌଣସି ମତେ ଚାପିରଖି ପ୍ରଶ୍ନକଲେ ଶ୍ରୀମତୀ ମୁଷୁଦା । +‘ ଦୂରବସ୍ଥା ?’- ଠୋ ଠୋ ହସିଉଠିଲା ସାତନମ୍ବର ପଞ୍ଜୁରୀର ଧଳା ମୂଷାଟି – ‘ ଦୂରବସ୍ଥା ଶବ୍ଦଟି କାହିଁକି ଉଚ୍ଚାରଣ କଲ ଜାଣେନା । +ସ୍ୱଇଚ୍ଛାରେ ହିଁ ମୁଁ ପାଲଟିଯାଇଛି ମୂଷାଟିଏ । + କାରଣ ‘ ସ୍ୱଇଚ୍ଛାରେ ?’ ପୁଣି ଭୋ ଭୋ କାନ୍ଦିଉଠିଲେ ଶ୍ରୀମତୀ ମୁଷୁଦା – ‘ ସ୍ୱଇଚ୍ଛାରେ ତୁମେ ମୂଷା ପାଲଟିଗଲ ପ୍ରଫେସର ?’ +‘ ହଁ ଡାର୍ଲିଂ ’- କହିଲେ ପ୍ରଫେସର – ‘ ସ୍ୱଇଚ୍ଛାରେ । +କାରଣ ନିଜେ ମୂଷା ନ ହେଲେ ସୁଦ୍ଧା ଏହା ଉପଲବ୍‌ଧି କଲି ମୁଁ । +ବୈଜ୍ଞାନିକ ଯାହା ସମ୍ପର୍କରେ ଗବେଷଣା କରେ, ସେ ନିଜେ ତାହା ସହିତ ଏକାକାର ହେବା ନିହାତି ପ୍ରୟୋଜନ । +ବାହ୍ୟ ଅବସ୍ଥାରୁ ନୁହେଁ, ବସ୍ତୁ ବା ଜୀବର ଅନ୍ତଃକରଣରେ ପ୍ରବେଶ କଲେ ହିଁ ବସ୍ତୁ ବା ଜୀବନର ରହସ୍ୟ ବୁଝିହେବ । +ଅନ୍ୟ ସହିତ ଏକାକାର ନ ହୋଇ ଅନ୍ୟକୁ ବୁଝିବାର ପ୍ରୟାସରେ ଅହରହ ସମୟ ଓ ଶକ୍ତିର ଅପଚୟ କରୁଛନ୍ତି ବିଶ୍ୱର ବୈଜ୍ଞାନିକମାନେ… ।’ +ଆଉ ଧୈର୍ଯ୍ୟ ନଥିଲା ଶ୍ରୀମତୀ ମୁଷୁଦାଙ୍କର । +ଯେ କୌଣସି ମୁହୂର୍ତ୍ତରେ ଚୈତନ୍ୟ ହରାଇବେ ସେ – ଏଇ ନିର୍ଜନ ଉଜ୍ଜ୍ୱଳ ଗବେଷଣାଗାରରେ – ଏହିପରି ମନେହେଉଥିଲା ତାଙ୍କର । +ଶିଶୁପୁତ୍ର ଦୁଇଟିଙ୍କୁ ଜାବୋଡ଼ିଧରି ଶେଷଥର ପାଇଁ ଚିତ୍କାରକଲେ ସେ ‘ସାୟନାରା, ୟାମାଶାରୀ ସାୟନାରା ।’ +‘ ମୋ ପାଇଁ ଆଦୌ ମନକଷ୍ଟ କରିବ ନାହିଁ – ସାତନମ୍ବର ପଞ୍ଜୁରୀରୁ ଶୁଭୁଥିଲା ପ୍ରଫେସରଙ୍କ କଣ୍ଠସ୍ୱର – ‘ ଜାପାନ ତଥା ପୃଥିବୀର କଲ୍ୟାଣ ପାଇଁ ମୁଁ ବରଣ କରିନେଲି ମୂଷାର ଜୀବନ । +ମୂଷାମାନଙ୍କ ଜୀବନର ସକଳ ରହସ୍ୟ ବର୍ତ୍ତମାନ ମୋ ନିକଟରେ ସ୍ପଷ୍ଟ । +ଏପରିକି ମୁଁ ପ୍ରାଞ୍ଜଳ କଥାବାର୍ତ୍ତା କରିପାରୁଛି ମୂଷାମାନଙ୍କ ସଙ୍ଗେ । +ତୁମେ ବିଶ୍ୱାସ କର, ଶ୍ରୀମତୀ ମୁଷୁଦା, ମଣିଷ ସମାଜରେ ରହିବାଠାରୁ କୌଣସି ଗୁଣରେ ଭିନ୍ନ ନୁହେଁ ମୁଷାମାନଙ୍କ ସହିତ ରହିବା । +ସ୍ନେହ, ପ୍ରେମ, ଈର୍ଷା, କ୍ରୋଧ – ସବୁରେ ପରିପୂର୍ଣ୍ଣ ଏଇ ମୂଷାମାନଙ୍କ ସଂସାର । + ତା’ ଛଡ଼ା ଶ୍ରୀମତୀ ମୁଷୁଦା, ଯଦି କିଛି ମନେ ନକର, ମୁଁ ଏଠି ଗୋଟିଏ ନୀଳ – ନୟନା ଚପଳାଙ୍ଗୀ ମୂଷାର ପ୍ରେମରେ ପଡ଼ିଛି, ଠିକ୍‌ ଯେମିତି ତୁମ ପ୍ରେମରେ ପଡ଼ିଥିଲି, ଟୋକିଓ ୟୁନିଭରସିଟିରେ ଛାତ୍ର ଥିଲାବେଳେ, ଅଠର ବର୍ଷ ତଳେ !’ +ପ୍ରଫେସରଙ୍କ ବାକ୍ୟଟି ଶେଷହେବା ଆଗରୁ ଗବେଷଣାଗାରରୁ କ୍ଷୀପ୍ର ଗତିରେ ପଳାୟନ କରିଥିଲେ ଶ୍ରୀମତୀ ମୁଷୁଦା ଶିଶୁପୁତ୍ର ଦୁଇଟିଙ୍କୁ ଘୋଷାରି ଘୋଷାରି । + ତେବେ ବେଶ୍‌ କିଛି ସମୟ ଗବେଷଣାଗାରରେ ଖେଳି ବୁଲୁଥିଲା ତାଙ୍କର କରୁଣ ବୁକୁଫଟା ଚିତ୍କାରର ପ୍ରତିଧ୍ୱନି ! +ପ୍ରଫେସର ମୁଷୁଦା ମୂଷା ପାଲଟି ଯାଇଥିବାର ସମ୍ବାଦ ପ୍ରଚାରିତ ହୁଅନ୍ତେ ଜାପାନ ଓ ଜାପାନ ବାହାରୁ ବହୁ ସାମ୍ବାଦିକ ଓ ବୈଜ୍ଞାନିକ ଛୁଟିଲେ ତାଙ୍କ ଦର୍ଶନ ତଥା ତାଙ୍କ ସହିତ ସାକ୍ଷାତ୍‌କାର ପାଇଁ । +ତାଙ୍କର ଫଟୋମାନ ପ୍ରକାଶିତ ହେଲା ପତ୍ରପତ୍ରିକାମାନଙ୍କରେ । +ଟେଲିଭିଜନରେ ବହୁବାର ପ୍ରଚାରିତ ହେଲା ସାତନମ୍ବର ପଞ୍ଜୁରୀର ସେଇ ଧଳାମୂଷାଟି ସହିତ ବୈଜ୍ଞାନିକମାନଙ୍କ ଆଲୋଚନା । +ମୂଷାମାନଙ୍କୁ ବୁଝିବାକୁ ହେଲେ ନିଜେ ମୂଷା ହେବାକୁ ହେବ’ – ଏହିହିଁ ଥିଲା ବିଶ୍ୱର ବୈଜ୍ଞାନିକମଣ୍ଡଳୀ ପାଇଁ ପ୍ରଫେସର ମୁଷୁଦାଙ୍କ ସବୁଠାରୁ ମୂଲ୍ୟବାନ ଶେଷବାର୍ତ୍ତା । +ମୂଷାମାନଙ୍କ ଜୀବନର ସକଳ ରହସ୍ୟ ପୁସ୍ତକାକାରରେ ଲିପିବଦ୍ଧ କରିଯିବେ – ଏହିପରି ଆଶା କରାଯାଉଥିବାବେଳେ ହୃଦ୍‌ଯନ୍ତ୍ରକ୍ରିୟା ବନ୍ଦ ହୋଇ ଆକସ୍ମିକ ମୃତ୍ୟୁ ହେଲା ପ୍ରଫେସର ମୁଷୁଦାଙ୍କର । +ମନୁଷ୍ୟମାନଙ୍କ ଜୀବନର ସକଳ ରହସ୍ୟ- । +ମୂଷାମାନଙ୍କ ଜୀବନର ରହସ୍ୟ ଉଦ୍‌ଘାଟିତ ହୋଇଥିଲେ ମନୁଷ୍ୟ ଜୀବନର ରହସ୍ୟମାନ ପ୍ରକାଶିତ ହୋଇଥାଆନ୍ତା – ଏହି ସମ୍ଭାବନାଟି ହିଁ ସମ୍ଭାବନାରେ ରହିଗଲା ଚିରକାଳ ପାଇଁ । +ତେବେ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ କବର ଦିଆଯାଇଥିଲା ପ୍ରଫେସର ମୁଷୁଦାଙ୍କୁ । + ତାଙ୍କର ଅନ୍ତିମ ଇଚ୍ଛା ଅନୁସାରେ ସେ ଚିର ବିଶ୍ରାମ ଲଭିଥିଲେ ତାଙ୍କର ପ୍ରିୟ ମୂଷାମାନଙ୍କ ସମାଧିପୀଠରେ !!! -- GitLab