From 943f20034b2b29673b0c11a3c3d1b77f64e011e1 Mon Sep 17 00:00:00 2001 From: Nayan Ranjan Paul Date: Tue, 27 Sep 2022 11:55:15 +0530 Subject: [PATCH] Upload New File --- .../vikashpedia_health_odia185.txt | 51 +++++++++++++++++++ 1 file changed, 51 insertions(+) create mode 100644 Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia185.txt diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia185.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia185.txt new file mode 100644 index 0000000..1fc28b1 --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia185.txt @@ -0,0 +1,51 @@ +ରୋଗ ପ୍ରତିରୋଧ ପାଇଁ ଘରୋଇ ଉପଚାର +ଘରୋଇ ଔଷଧ ଅଁଳା +ଅଁଳାରେ ଭରପୂର ପୁଷ୍ଟିସାର ରହିଛି । +ଏଥିରେ ଥିବା ଅତ୍ୟାବଶ୍ୟକ ମିନେରାଲ୍ ଓ ଭିଟାମିନ୍ ଆମ ଶରୀରକୁ ସୁସ୍ଥ ରଖେ । +ତା’ସହିତ ଅନେକ ସାଧାରଣ ରୋଗରୁ ଏହା ଆମ ଶରୀରକୁ ସୁରକ୍ଷିତ ରଖେ । +ଆପଣ ଅଁଳାକୁ କଞ୍ଚା ଚୋବାଇ ଖାଇ ପାରିବେ ଅବା ଏହାକୁ ଜୁସ୍ କରି ପିଇପାରିବେ । +ସେହିପରି ଅଁଳାକୁ ଶୁଖାଇ ତାକୁ ଗୁଣ୍ଡ କରି ପାଣିରେ ଗୋଳାଇ ମଧ୍ୟ ପିଇ ପାରିବେ । +ଅଁଳା ଜାମ୍ ଅବା ଆଚାର କରି ମଧ୍ୟ ଖାଇ ପାରିବେ । +ତେବେ ଆପଣ ଅଁଳାକୁ ଯେକୌଣସି ଉପାୟରେ ଖାଇଲେ ବି ଏହା ଶରୀରର ଉପକାର କରେ । +ଭିଟାମିନ୍ ‘ସି’ ପାଇଁ ଅଁଳା ହେଉଛି ସର୍ବୋତ୍ତମ । +ଏହା ଶରୀରର ରୋଗ ପ୍ରତିଷେଧକ ଶକ୍ତିକୁ ବଢ଼ାଇଥାଏ ଏବଂ ଜୀବାଣୁ ଓ ଭୂତାଣୁ ଜନିତ ରୋଗରୁ ଶରୀରକୁ ରକ୍ଷା କରେ । +ଅଁଳାରେ ପୋଲିଫେନୋଲ୍ସ ନାମକ ଏକ ତତ୍ତ୍ୱ ରହିଛି ଯାହା କ୍ୟାନ୍‌ସର ବିରୋଧରେ ଲଢ଼େ । +ଆୟୁର୍ବେଦ ଅନୁଯାୟୀ ଅଁଳା ଶରୀରର ବିଭିନ୍ନ ପ୍ରକ୍ରିୟା ମଧ୍ୟରେ ସନ୍ତୁଳନ ରକ୍ଷା କରେ । +ତିନିଟି ଦୋଷ- ବାତ, କଫ ଓ ପିତ୍ତକୁ ଏହା ସନ୍ତୁଳିତ କରି ରଖେ । +ଅଁଳାକୁ ଜୁସ୍ କରି ପିଇଲେ ସବୁଠୁ ଅଧିକ ଲାଭ ମିଳିଥାଏ । +ଅଁଳା ଜୁସ୍ ପେଟ ସଫା ରଖେ । +ପାଚନ ପ୍ରକ୍ରିୟା ଠିକ୍ ରହେ । +ଏହା ଚର୍ମ ଓ ଆଖିକୁ ସୁସ୍ଥ ରଖେ । +ଦୁଇ ଚାମଚ ମହୁ ସହିତ ଦୁଇ ଚାମଚ ଅଁଳା ଜୁସ୍ ମିଶାଇ ପ୍ରତିଦିନ ପିଇଲେ ଥଣ୍ଡା ଓ କାଶରୁ ମୁକ୍ତି ମିଳିଥାଏ । +ରୋଗ ପ୍ରତିରୋଧ ଶକ୍ତି ବଢ଼ାଏ ନଡ଼ିଆ ପାଣି +ନଡ଼ିଆ ପାଣି ଆମ ଶରୀର ପାଇଁ ହିତକାରକ । +ନଡ଼ିଆ ପାଣିରେ ଖଣିଜ ଲବଣ ଭରପୂର ହୋଇଥାଏ । +ନଡ଼ିଆ ପାଣି ପିଇଲେ ଆମ ଶରୀରକୁ ଶକ୍ତି ମିଳିଥାଏ । +ଏହା ଆମ ଶରୀରରେ ରୋଗ ପ୍ରତିରୋଧ ଶକ୍ତିକୁ ବଢ଼ାଇଥାଏ । +ଫଳରେ ଶରୀରରେ କୌଣସି ରୋଗ ହେବାର ଆଶଙ୍କା କମ୍ ହୋଇଥାଏ । +ଏହା ଆମ ଶରୀରର ମୋଟାପଣକୁ ବି ଦୂର କରିଥାଏ । +ନଡ଼ିଆ ପାଣି ପିଇବା ଦ୍ୱାରା ଆମକୁ ବାରମ୍ବାର ଭୋକ ହୋଇ ନ ଥାଏ । +ବିଶେଷ କରି ସକାଳେ ନଡ଼ିଆ ପାଣି ପିଇଲେ ଶରୀର ପାଇଁ ଅଧିକ ଲାଭଦାୟକ ହୋଇଥାଏ । +ନଡ଼ିଆ ପାଣି ପିଇଲେ ଗଳଗଣ୍ଡ ଭଳି ମାରାତ୍ମକ ରୋଗ ଭଲ କରିବାରେ ସହାୟକ ହୋଇଥାଏ । +ଆମ ଶରୀରରେ କିଡ୍‌ନୀକୁ ସୁସ୍ଥ ରଖେ ନଡ଼ିଆ ପାଣି । +ନଡ଼ିଆ ପାଣି ପିଇଲେ ୟୁରିନ୍ ଇନଫେକ୍ସନ୍ ଭଳି ମାରାତ୍ମକ ରୋଗ ହେବାର ଆଶଙ୍କା କମ୍ ଥାଏ । +କିଛି ଲୋକ ନଡ଼ିଆ ପାଣିରେ ଅଣ୍ଡା ଭିତରେ ଥିବା ଧଳାଅଂଶକୁ ମିଶାଇ ପିଇଥାନ୍ତି । +କାରଣ ଅଣ୍ଡାର ଧଳାଅଂଶରେ ଅଧିକ ପ୍ରୋଟିନ୍ ଓ କ୍ୟାଲସିୟମ ଭରପୂର ହୋଇ ରହିଥାଏ । +ନଡ଼ିଆ ପାଣିରେ ଖଣିଜ ଲବଣ ଥାଏ । +ଏହାକୁ ମିଶାଇ ପିଇଲେ ଆମ ଶରୀରକୁ ଶକ୍ତି ମିଳିଥାଏ । +ନଡ଼ିଆ ପାଣି ଆମ ତ୍ୱଚା ମସୃଣ ଓ ଉଜ୍ଜଳ ରଖିଥାଏ । +ଉପକାରୀ କଞ୍ଚା ଅମୃତଭଣ୍ଡା +କଞ୍ଚା ଅମୃତଭଣ୍ଡା ଆମ ଶରୀର ପାଇଁ ଖୁବ୍ ହିତକାରୀ । +ଏଥିରେ ଭିଟାମିନ୍ ଏ,ସି ଓ ଇ ଭରପୂର ମାତ୍ରାରେ ଥାଏ । +ଏହା ଆମ ଶରୀରର ରୋଗ ପ୍ରତିଷେଧକ ଶକ୍ତିକୁ ମଜଭୁତ୍ କରିଥାଏ । +ଲିଭରକୁ ସୁସ୍ଥ ରଖିବାରେ କଞ୍ଚା ଅମୃତଭଣ୍ଡା ଭୂମିକା ଅତୀବ ଗୁରୁତ୍ୱପୂର୍ଣ୍ଣ । +ଜଣ୍ଡିସ୍ ହେଲେ ଲିଭର୍ ଦୁର୍ବଳ ହୋଇଯାଏ । +ସେଥିପାଇଁ କଞ୍ଚା ଅମୃତଭଣ୍ଡାକୁ ସାଲାଡ୍ ଭାବେ ରୋଗୀକୁ ଖାଇବାକୁ ଦିଆଯାଏ । +ଏହା ଦ୍ୱାରା ରୋଗୀର ଲିଭର୍ ସୁସ୍ଥ ରହେ । +ସେହିପରି ଥଣ୍ଡା,କାଶ ଓ ଇନ୍‌ଫେକ୍ସନ ସହିତ ବି ଲଢ଼ିଥାଏ କଞ୍ଚା ଅମୃତଭଣ୍ଡା । +ପରିସ୍ରା ସଂପର୍କିତ ସମସ୍ୟାଗୁଡ଼ିକ କଞ୍ଚା ଅମୃତଭଣ୍ଡା ଖାଇବା ଦ୍ୱାରା ଦୂର ହୋଇଥାଏ । +ଶରୀରକୁ ବ୍ୟାକ୍ଟେରିଆ ସଂକ୍ରମଣରୁ ରକ୍ଷା କରିବାରେ ସହାୟକ ହୋଇଥାଏ କଞ୍ଚା ଅମୃତଭଣ୍ଡା । +ଯେଉଁମାନେ କୋଷ୍ଠକାଠିନ୍ୟର ଶିକାର ହୋଇଥିବେ,ସେମାନେ ନିଶ୍ଚିତ ଭାବେ କଞ୍ଚା ଅମୃତଭଣ୍ଡା ଖାଇବା ଉଚିତ୍ । +କାରଣ ଅମୃତଭଣ୍ଡାରେ ପୈପିନ ନାମରେ ଏକ ଏନ୍‌ଜାଇମ୍ ଥାଏ । +ଏହା ପ୍ରାକୃତିକ ଉପାୟରେ କୋଷ୍ଠକାଠିନ୍ୟକୁ ଭଲ କରିବାରେ ସହାୟକ ହୋଇଥାଏ । +ଏଣୁ କୋଷ୍ଠକାଠିନ୍ୟର ଶିକାର ବ୍ୟକ୍ତିମାନେ ନିଜ ଖାଇବାରେ କଞ୍ଚା ଅମୃତଭଣ୍ଡାକୁ ନିଶ୍ଚିତ ସାମିଲ କରନ୍ତୁ । -- GitLab