diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia157.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia157.txt new file mode 100644 index 0000000000000000000000000000000000000000..5ce29cf1aeba2fa5d5b8f9c833f8ff1cbf1d0211 --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia157.txt @@ -0,0 +1,36 @@ +ଦୁର୍ଘଟଣାର ସମ୍ମୁଖୀନ ହେଉଥିଲେ +ଦୁର୍ଘଟଣା +ଦୁର୍ଘଟଣା ସ୍ଥାନ , କାଳ ଓ ପାତ୍ର ଦେଖି ଆସି ନଥାଏ । +ଏହା ସର୍ବଦା ଆକସ୍ମିକ । +ପୂର୍ବ ପ୍ରସ୍ତୁତି ଓ ସଚେତନତା ଦ୍ଵାରା ହିଁ ଦୁର୍ଘଟଣାକୁ ଏଡାଇ ଦେଇ ହୁଏ ବା ଦୁର୍ଘଟଣାର ପରବର୍ତ୍ତୀ ପୀଡାକୁ ଯଥାଶୀଘ୍ର ଲାଘବ କରିହୁଏ । +ଦେଶରେ ବର୍ଷକୁ ଦେଢ ଲକ୍ଷ ଲୋକ ସଡକ ଦୁର୍ଘଟଣାର ପ୍ରାଣ ହରାଉଥିବା ବେଳେ ଅର୍ଦ୍ଧାଧିକ ଲୋକ ପ୍ରାଥମିକ ଚିକିତ୍ସା ମିଳିବାରେ ବିଳମ୍ବ ହେତୁ ପ୍ରାଣ ହରାଇଥାନ୍ତି । +ତେବେ ଏହି ସମୟରେ କେତେକ କଥା ଜାଣିଥିଲେ , ଜୀବନକୁ ମୃତ୍ୟୁ କବଳରୁ ରୋକି ହୋଇଥାଏ । +ପ୍ରତିଶୋଧକ +ଦୁର୍ଘଟଣାସ୍ଥଳରେ ଥିଲେ ବା ନିଜେ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ , ପ୍ରଥମେ ନିଜକୁ ସୁରକ୍ଷିତ ମଣିବା ପରେ ଅନ୍ୟକୁ ସାହାଯ୍ୟ କରିବାକୁ ଚେଷ୍ଟା କରନ୍ତୁ । +ଟ୍ରାଫିକକୁ ନିୟନ୍ତ୍ରଣ କରି ଦୁର୍ଘଟଣାଗ୍ରସ୍ତ ଲୋକକୁ ରାସ୍ତାକଡକୁ ନେଇ ଆସନ୍ତୁ । +ଶରୀରର ରକ୍ତ ବାହାରୁଥିବା ସ୍ଥାନରେ କପଡା ଗୁଡାଇ ସଙ୍ଗେ ସଙ୍ଗେ ବାନ୍ଧି ଦିଅନ୍ତୁ । +ଅତ୍ୟଧିକ ରକ୍ତଶାବ ଯୋଗୁଁ ମଧ୍ୟ ପୀଡିତ ଲୋକଟି ମୃତ୍ୟୁମୁଖରେ ପଡିପାରେ । +ପୀଡିତ ଲୋକକୁ ଆଶ୍ଵାସନା ଦେଇ ମନୋବଳ ଦୃଢ କରାନ୍ତୁ । +ବେଳେ ବେଳେ କିଛି ହୋଇ ନଥିଲେ ବି ଭୟଭୀତ ହୋଇ ହୃଦ୍ ଘାତର ପ୍ରାଣହାନୀ ଘଟିପାରେ । +ବେହୋସ ହୋଇଯାଇଥିଲେ ମୁହଁରେ ସାମାନ୍ୟ ପାଣି ଛିଞ୍ଚିବା ସହ କାନ ଓ ପାଟିରେ ଫୁକାନ୍ତୁ । +ତଥାପି ହୋସ ନଆସିଲେ , ଆପଣଙ୍କ ଦୁଇ ପାପୁଲିକୁ ଛନ୍ଦି ପୀଡିତର ଛାତିରେ ସାମାନ୍ୟ ଚାପ ସୃଷ୍ଟି କଲେ ଚେତା ଫେରିଆସିବ । +ଏହା ମଧ୍ୟରେ ଆମ୍ବୁଲାନ୍ସ ଓ ପୁଲିସକୁ ଟୋଲ ଫ୍ରି ନମ୍ବର ୧୦୮ ଓ ୧୦୦ ରେ ଦୁର୍ଘଟଣାସ୍ଥଳର ସ୍ଥାନ ଓ କ୍ଷୟକ୍ଷତି ସମ୍ପର୍କରେ କୁହନ୍ତୁ । +ଦୁର୍ଘଟଣାଗ୍ରସ୍ତଙ୍କ ପରିଚୟ ଜାଣିବାକୁ ଚେଷ୍ଟା କରି ଘରକୁ ଖବରଟି ଜଣାନ୍ତୁ +ସରକାରୀ ଗାଡି ଆସିବା ଡେରି ହେଲେ ଅପେକ୍ଷା ନକରି ବେସରକାରୀ ଗାଡିରେ ଡାକ୍ତରଖାନା ଆଣିବାକୁ ଚେଷ୍ଟା କରନ୍ତୁ । +ଭାଙ୍ଗି ଯାଇଥିବା ଶରୀର ସହିତ ଯୋଡି ରଖନ୍ତୁ । +ନଚେତ ଶିରଗୁଡିକ ଛିଡିଗଲେ ଅଙ୍ଗଟି ଯୋଡାଯିବାରେ ସମସ୍ୟା ଉପୁଜିପାରେ । +ମସ୍ତିସ୍କ ବା ଶରୀରର ଆଭ୍ୟନ୍ତରୀଣ ଅଙ୍ଗରେ ଆଘାତ ହୋଇଥିଲେ ଲୋକକୁ ମୁହଁ ତଳକୁ କରି ଶୁଆଇ ଦିଅନ୍ତୁ । +ରକ୍ତ ଜମାଟ ନବାନ୍ଧି ବାହାରିଯିବ । +ମସ୍ତିସ୍କରେ ରକ୍ତ ଜମାଟ ବାନ୍ଧିଗଲେ ପୀଡିତ ଲୋକ କୋମାକୁ ଚାଲିଯିବାର ସମ୍ଭାବନା ଥାଏ । +ସମ୍ପୂର୍ଣ୍ଣ କଟିଯାଇଥିବା ଅଙ୍ଗକୁ ମଧ୍ୟ ଲୋକଟି ସହିତ ଡାକ୍ତରଖାନା ପଠାନ୍ତୁ । +ରାସ୍ତାରୁ ସମ୍ଭବପର ଜିନିଷ ହଟାଇ ଦେଇ ରାସ୍ତା ଅବରୋଧକୁ ସ୍ଵାଭାବିକ କରନ୍ତୁ । +ପାଇଥିବା ଜିନିଷକୁ ପୁଲିସକୁ ହସ୍ତାନ୍ତର କରି ସହଯୋଗ କରନ୍ତୁ । +ସର୍ବଦା ନିଜର ପରିଚୟ ପତ୍ର ସହିତ ଫୋନ ନମ୍ବର ଲେଖି ପାଖରେ ରଖନ୍ତୁ । +ଭାଙ୍ଗି ଯାଇଥିବା ଅଙ୍ଗକୁ କୌଣସି ପରିସ୍ଥିତିରେ ଝୁଲାଇ ରଖନ୍ତୁ ନାହିଁ । +କିଏ ମୃତ ଓ ଜୀବିତ ନବିଚାରି ଯଥାଶୀଘ୍ର ଡାକ୍ତରଖାନା ପଠାନ୍ତୁ । +ପରିଚୟ ପତ୍ରରେ ବ୍ଲଡଗ୍ରୁପ ଲେଖିବାକୁ ଭୁଲନ୍ତୁ ନାହିଁ । +ଦୁର୍ଘଟଣାଗ୍ରସ୍ତ ଲୋକକୁ ଚାରିପଟୁ ଘେରି ରହି ମୁକ୍ତ ପବନ ଆସିବାରେ ବାଧା ସୃଷ୍ଟି କରନ୍ତୁନି । +ଅସହାୟତାର ସୁଯୋଗ ନେଇ ଲୁଟପାଟ ପରି ବିବେକହୀନ କାମ କରନ୍ତୁ ନାହିଁ । +ଦୁର୍ଘଟଣା ଘଟାଇଥିବା ଲୋକଙ୍କୁ ଆକ୍ରମଣ ନକରି ତାଙ୍କୁ ପୁଲିସ ଜିମା ଦିଅନ୍ତୁ । +ଆବଶ୍ୟକ ନଥିଲେ ମୋବାଇଲ ସୁଇଚ ଅଫ କରି ରଖନ୍ତୁ ନାହିଁ । +ଏଥିଯୋଗୁଁ ଆପଣଙ୍କ ପରିଚୟ ଓ ଘରକୁ ଖବର ଦେବାରେ ବିଳମ୍ବ ହୋଇପାରେ ।