From 961b2027ee7373338753bda358b1f19d531fd07e Mon Sep 17 00:00:00 2001 From: Nayan Ranjan Paul Date: Sat, 17 Sep 2022 12:54:54 +0530 Subject: [PATCH] Upload New File --- .../odiasahitya.com/sent_odiasahitya_lekha_12 | 71 +++++++++++++++++++ 1 file changed, 71 insertions(+) create mode 100644 Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_12 diff --git a/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_12 b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_12 new file mode 100644 index 0000000..d0e9a82 --- /dev/null +++ b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_12 @@ -0,0 +1,71 @@ +ସମତାର ପ୍ରେମମୟ ରସ +ଅଚ୍ୟୁତାନନ୍ଦ କର +ତା: ଫେବୃଆରୀ ୨୩, ୨୦୧୭ +ମୂଳ ପୃଷ୍ଠା → ସ୍ମରଣୀୟ ଲେଖା → ଗଳ୍ପ → +ଭଗବାନ୍‌ଙ୍କର କୃପା ହିଁ ମଣିଷ ହୃଦୟରେ ଗୋଟିଏ ସୁନ୍ଦର ତରଙ୍ଗ ତିଆରି କରିଛି । +ଏଇ ତରଙ୍ଗର ନାମ ପ୍ରେମ । +ପ୍ରେମ ଏକ ଶସ୍ତା ବସ୍ତୁ ନୁହେଁ । +ପ୍ରେମ କଳଗାଉଣାର ଗୀତ ନୁହେଁ କିମ୍ୱା ବଜାର ଛକରେ ପ୍ରେମ ମିଳୁଥିବାର ବିଷୟ ନୁହେଁ । +ସମତାରୁ ଏ ପ୍ରେମ ଜନ୍ମ ନିଏ । +ହୃଦୟରେ ଏଇ ସମତା ଭାବ ଆସିଲେ ମଣିଷଠାରେ ଥିବା ବହୁ ବିକାର ନଷ୍ଟ ହୋଇଯାଏ । +ତୋର ମୋର ହିଂସା ଭାବ ଉଜୁଡ଼ିପଡ଼େ । +ଏ ସମ୍ପର୍କରେ ହିନ୍ଦୀରେ ପ୍ରକାଶ ପାଉଥିବା କଲ୍ୟାଣ ନାମକ ଏକ ପତ୍ରିକାରେ କିଛି ବର୍କ୍ଷ ତଳେ ସୁନ୍ଦର କଥାଟିଏ ପ୍ରକାଶ ପାଇଥିଲା । +ବହୁ ସାଧୁସନ୍ଥ ମହାତ୍ମା ଉପଦେଶ ଦେଲାବେଳେ ସେ ସତ୍ୟ କଥାଟିକୁ କହିଥାଆନ୍ତି । +ମଣିଷ ଭିତରେ ଥିବା ଭେଦଭାବ ହିଁ ସମତାର ବାଧକ । +ଏହାଦ୍ୱାରା ପ୍ରେମର ଅନାବିଳ ରସ ଆମେ ଚାଖି ପାରୁନାହୁଁ । +କଲ୍ୟାଣରେ ପ୍ରକାଶିତ ହୋଇଥିବା ସେ ସତ୍ୟ ଘଟଣାଟି ହେଲା, ଜଣେ ମୁସଲମାନର ସ୍ତ୍ରୀ ପୁତ୍ର ସନ୍ତାନଟିଏ ଜନ୍ମ ଦେଲେ । +କିନ୍ତୁ ସେମାନେ ଅତ୍ୟନ୍ତ ଗରିବ ଥିଲେ । +ଦୁର୍ଭାଗ୍ୟ ବେଳେବେଳେ ମଣିଷକୁ ହଇଚଇ କରିଦିଏ । +ଗରିବ ଭାଗ୍ୟରେ ଦୁର୍ଭାଗ୍ୟ ଆସିଗଲେ ସେ କ’ଣ କରିବ ବୋଲି ରାହା ପାଏନାହିଁ । +ଦୁର୍ଭାଗ୍ୟ ତ ନିଶ୍ଚୟ ଆସିବ! କାରଣ ଏ ପୃଥିବୀରେ ତିନିଭାଗ ହେଉଛି ଜଳ ମାତ୍ର ଗୋଟିଏ ଭାଗ ହେଉଛି ସ୍ୱଚ୍ଛ । +ତେଣୁ ତିନିଭାଗ ଦୁଃଖ ଆମ ପାଇଁ ରହିଛି ଓ ମାତ୍ର ଏକଭାଗ ସୁଖକୁ ନେଇ ଆମକୁ ଚଳିବାକୁ ପଡ଼ିବ । +ଜୀବନର ଅଧିକାଂଶ ଦୁଃଖ ସମୟରେ ବେଳେବେଳେ ଭାଗେ ସୁଖରୁ କିଛି ଅଂଶ ଆମ ପାଖକୁ ଆସିଯାଏ । +ଠିକ୍‌ ସେଇଭଳି ଗରିବ ମୁସଲମାନ ଜୀବନରେ ସୁଖର ମୁହୂର୍ତ୍ତଟି ଆସିବାରୁ ପୁତ୍ର ସନ୍ତାନ ଜନ୍ମ ହୋଇଗଲା । +ପୁତ୍ର ସନ୍ତାନ ଜନ୍ମ ହେବା ପରେ ପରେ ଯେଉଁ ସୁଖ ହାତକୁ ଆସିଥିଲା, ସେ ସୁଖ ପୁଣି ହାତରୁ ଖସିଗଲା । +ଅର୍ଥାତ୍‌ ପୁତ୍ର ଜନ୍ମ ହେବା ପରେ ପରେ ମୁସଲମାନର ପତ୍ନୀ ମରିଗଲା । +ଦୁଃଖର ଅନ୍ଧକାର ସେ ଘରର ବାୟୁମଣ୍ଡଳକୁ ହଇଚଇ କରିଦେଲା । +ସ୍ତ୍ରୀ ମରିଯିବାରୁ ପୁଅଟିକୁ ମୁସଲମାନ କିଭଳି ପାଳିବ ଚିନ୍ତାରେ ପଡ଼ିଗଲା । +ନିଜେ ନ ଖଟିଲେ ନିଜେ ଚଳିପାରିବ ନାହିଁ କି ପିଲାର ଯତ୍ନ ନେଇପାରିବ ନାହିଁ । +ଏଣେ ଖଟିବାକୁ ଗଲେ, ପିଲାର ଦାୟିତ୍ୱ କିଏ ନେବ, ସେଥିପାଇଁ ଆଲ୍ଲାଙ୍କ ଦରବାରରେ ଅନବରତ କାନ୍ଦିବାକୁ ଲାଗିଲା । +ଏଇ ମୁସଲମାନଙ୍କ ଘର ନିକଟରେ ଗୋଟିଏ ଗୌଡ଼ଘର ଥିଲା । +ଗୋରୁ ପାଳି ନିଜର ପରିବାର ଚଳାଉଥିଲା ସିଏ । +ତାଙ୍କରି ଘରେ ପୁଅଟିଏ ଜନ୍ମ ହେଲା । +ୟାଙ୍କ ଘରର କୁଆଁ ଶବ୍ଦ ସହିତ ବେଳେବେଳେ ସେ ମୁସଲମାନ ପିଲାର କୁଆଁ ଶବ୍ଦ ଆସି ମିଶିଯାଉଥିଲା । +ଅସହାୟ ମୁସଲମାନ ପିଲା ପାଇଁ ହଠାତ୍‌ ଗୋପାଳୁଣୀଙ୍କ ହୃଦୟରେ ପ୍ରେମର ମନ୍ଦାକିନୀ ଚହଟି ଉଠିଲା । +ନିଜ ସ୍ୱାମୀଙ୍କୁ ସିଏ କହିଲା, ନିଜ ପୁଅ ସହିତ ସେ ମୁସଲମାନର ପୁଅକୁ ଆଣି ପାଳିବା ନିମନ୍ତେ । +ଦୟାଳୁ ଗୋପାଳ ମୁସଲମାନଙ୍କୁ ଏ ବିଷୟ କହିବାରୁ ସେ ଗରିବ ମୁସଲମାନ ଆନନ୍ଦରେ ଗଦ୍‌ଗଦ୍‌ ହୋଇ, ପିଲାଟିକୁ ଗୋପାଳ ଘରେ ଦେଇଦେଲା । +ସେ ଗଉଡ଼ଘରେ ମାଆର ମମତା ପାଇ ଉଭୟ ପିଲା ବଢ଼ିବାକୁ ଲାଗିଲେ । +ମୁସଲମାନ ପିଲା ଧୀରେ ଧୀରେ ବଡ଼ ହୋଇଯିବାରୁ ପିଲାକୁ ପାଳୁଥିବା ସେଇ ଗୋପାଳ ମୁସଲମାନ ଘରକୁ ଯାଇ ତାକୁ କହିଲା – ‘ ବାବୁ ତୋ ପିଲା ବଡ଼ ହୋଇଗଲାଣି, ଏଥର ତୋ ପିଲାକୁ ନେଇ ଆସିବୁ । +ଯାହା ପଢ଼େଇବାର କଥା ତହିଁର ବ୍ୟବସ୍ଥା ତୁ କର୍‌’ । +ଗୋପାଳ କଥାରେ ମୁସଲମାନ ତା ପିଲାକୁ ନେଇଆସିଲା । +ତାକୁ ପାଠ ପଢ଼େଇଲା । +ବିଶେଷ ଧନୀ ହୋଇ ନଥିବାରୁ ସେ ମୁସଲମାନ ନିଜ ପୁଅକୁ ଡାକ୍ତର କରି ନପାରି କମ୍ପାଉଣ୍ଡରଟିଏ କଲା, ସେ ପିଲା ସରକାରୀ ଡାକ୍ତରଖାନାରେ ଚାକିରୀଟିଏ ପାଇଲା । +ଏହା କିଛିଦିନ ପରେ ଗୋପାଳର ସ୍ତ୍ରୀ ଦେହ ବେମାର ହୋଇଗଲା । +ଗୋପାଳ ସ୍ତ୍ରୀ’ର ସେ ମୁସଲମାନ କଥା ଆଉ ମନେ ନଥିଲା । +କାରଣ ମୁସଲମାନ ପିଲା ପାଠ ପଢ଼ିବା ପାଇଁ ତା ବାପା ଦୂର ଜାଗାକୁ ଚାଲିଯାଇଥିଲା । +ଏଣେ ଗୋପାଳ ପତ୍ନୀର ଦେହ ସାଂଘାତିକ୍‌ ହେବାରୁ ତାକୁ ଏକ ଡାକ୍ତରଖାନାରେ ଭର୍ତ୍ତି କରାଗଲା । +ଡାକ୍ତରଖାନାରେ କେତେଦିନ ରହିବା ପରେ, ଡାକ୍ତର ଗୋପାଳର ପତ୍ନୀ ପାଇଁ ରକ୍ତର ଆବଶ୍ୟକ ବୋଲି ବରାଦଫର୍ଦ୍ଦ ଦେଲେ । +କିନ୍ତୁ ଦୁଃଖର କଥା କାହାରି ରକ୍ତ ଏଥିପାଇଁ ଉପଯୁକ୍ତ ହୋଇପାରିଲା ନାହିଁ । +ସେଇ ଡାକ୍ତରଖାନାରେ ଥିବା ଜଣେ କମ୍ପାଉଣ୍ଡର ରକ୍ତକୁ ପରୀକ୍ଷା କରିବାରୁ ତାହା ଉପଯୁକ୍ତ ବୋଲି ଜଣାଗଲା । +କିନ୍ତୁ କମ୍ପାଉଣ୍ଡର କହିଲା ମୋତେ ଦୁଇଶହ ଟଙ୍କାରୁ ପଇସାଟିଏ କମ୍‌ ଦେଲେ ବି ମୁଁ ରକ୍ତ ଦେବିନାହିଁ । +ଗୋପାଳ ବିଚରା ସେତକ ଯୋଗାଡ଼ କରି କମ୍ପାଉଣ୍ଡର ଠାରୁ ରକ୍ତ ଆଣିଲା । +ଏ ରକ୍ତ ଦିଆଯିବା ପରେ, ଗୋପାଳର ପତ୍ନୀ ଭଲ ହୋଇ ନିଜ ଘରକୁ ଫେରିଆସିଲା । +ସେଇ ଡାକ୍ତରଖାନାରେ ଥିବା କମ୍ପାଉଣ୍ଡରଙ୍କୁ ଗୋପାଳ କିମ୍ବା ତାଙ୍କ ପତ୍ନୀ ଉଭୟ ଚିହ୍ନି ନଥିଲେ । +କିନ୍ତୁ କମ୍ପାଉଣ୍ଡର ଚିହ୍ନିଥିଲା, ଯେଉଁ ନାରୀକୁ ସିଏ ରକ୍ତଦେଲେ ସେ ତାର ଜନ୍ମିତ ମାଆ ନହେଲେ ମଧ୍ୟ କ୍ଷୀର ପାନ କରେଇଥିବା ଜୀବନଦାତ୍ରୀ ମାଆ ବୋଲି । +କିଛିଦିନ ପରେ କମ୍ପାଉଣ୍ଡର ଗୋପାଳ ଘରକୁ ଆସିଲା । +ସେ ମାଆ ଗୋଡ଼ ତଳେ ଦୁଇହଜାର ଟଙ୍କା ରଖି ପ୍ରଣାମ କଲା । +ନିଜର ପରିଚୟ ମଧ୍ୟ ସେମାନଙ୍କୁ ପ୍ରଦାନ କରିଥିଲା । +କିନ୍ତୁ ସେ ଦୁଇଶହ ଟଙ୍କା ନେଇଥିବାରୁ ଗୋପାଳର ପତ୍ନୀ ଅଭିମାନରେ ଏ ଟଙ୍କା ନେବାପାଇଁ ମନା କରିଦେଲେ । +ମୁସଲମାନ ଯୁବକ କାନ୍ଦି କହିଲା, ମାଆ ମୁଁ ସେତେବେଳେ ମାଗଣାରେ ରକ୍ତ ଦେଇଥିଲେ ତୁମେ ଆଦୌ ନେଇ ନଥାନ୍ତ, ରକ୍ତ ନ ନେଇଥିଲେ ତୁମର ବଞ୍ଚିବା ଅସମ୍ଭବ ହୋଇପଡ଼ିଥାନ୍ତା । +ତୁମକୁ ରକ୍ତ ଦେବା ବାହାନା ପାଇଁ ମୁ କେବଳ ଦୁଇଶହ ଟଙ୍କା ନେଇଥିଲି । +ଏ ଦୁଇହଜାର ଟଙ୍କାରେ ମାଆ ସେ ଦୁଇଶହ ଟଙ୍କା ବି ମିଶି ରହିଛି । +ଏତିକିରେ ପାଳିତା ମାଆ ମୁସଲମାନ ପୁତ୍ରକୁ ଧରି କଇଁ କଇଁ ହୋଇ କାନ୍ଦିଉଠିଲା । +କମ୍ପାଉଣ୍ଡର ଆଖିରୁ ଲୁହ ଝରି ସେ ମାଆର ପଣତ କାନିକୁ ଓଦା କରିଦେଲା । +ଏହାର ନାମ ହିଁ ପ୍ରେମ । +ଏ ପ୍ରେମ ସମତାରୁ ଜନ୍ମ ନେଇଛି । +ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିୟାନ ଇତ୍ୟାଦି ଭାବ ସମତା ନିକଟରେ ନଥାଏ । +ଏଇ ସମତାରେ ଯେଉଁ ବିଶ୍ୱ ଏକତାର ଭାବ ଥାଏ ତାହାହିଁ ଧର୍ମର ଏକ ସାରସ୍ୱତ ମାର୍ଗ । +ସେଇ ମାର୍ଗ ହେଉଛି ପ୍ରେମମୟ ମାର୍ଗ, ଯାହାକି ଭଗବାନ୍‌ଙ୍କ କୃପା ବଳରେ ଏ ମଣିଷକୁ ମିଳିଥାଏ । +ଯେଉଁମାନେ ଏହାକୁ ହୃଦୟଙ୍ଗମ କରନ୍ତି, ତାଙ୍କ ଭିତରେ ଧର୍ମ ବିଭେଦ ଭାବ ନଥାଏ । +ଥାଏ ସମତା । +ସମତାରୁ ଆସେ ପ୍ରେମ । -- GitLab