diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia7.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia7.txt new file mode 100644 index 0000000000000000000000000000000000000000..b3cdd053ecbad81de169ca941bc47acd56341522 --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia7.txt @@ -0,0 +1,183 @@ +ମନୁଷ୍ୟ ଶରୀର ଗଠନ ଓ ତାହାର କାର୍ଯ୍ୟ +ଉପକ୍ରମ +ମନୁଷ୍ୟ ଶରୀରରେ ୨୦୬ ଖଣ୍ଡ ହାଡ, ଉପାସ୍ଥି, ଅସ୍ଥି ବନ୍ଧନୀ ର ମାଂସପେଶୀ ଦ୍ଵାରା ବାନ୍ଧି ହୋଇ କଙ୍କାଳ ର ଆକୃତି ପ୍ରଦାନ କରିଥାଏ । +କଙ୍କାଳର ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ +ଏହା ଶରୀରକୁ ନିର୍ଦ୍ଦିଷ୍ଟ ଆକୃତି ଏବଂ ଦୃଢତା ପ୍ରଦାନ କରେ । +ମାଂସପେଶୀକୁ ସଂଯୋଗ ସ୍ଥାନ ଯୋଗାଇଥାଏ । +ଖପୁରୀ ବର୍ଷ ପିଞ୍ଜରା ଏବଂ ଉଦର ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଅଙ୍ଗକୁ ସୁରକ୍ଷା ପ୍ରଦାନ କରେ । +କଙ୍କାଳର ବିଭିନ୍ନ ଅଂଶ +ଖପୁରୀ (ମୁଣ୍ଡ – ୮ ଖଣ୍ଡ ଓ ମୁଖ ମଣ୍ଡଳ – ୧୪) ୨୨ ଖଣ୍ଡ +ମେରୁଦଣ୍ଡ ୩୩ ଖଣ୍ଡ +ପଞ୍ଜରା ଏବଂ ଛାତି ହାଡ ୨୫ ଖଣ୍ଡ +ଦୁଇ ଉର୍ଦ୍ଧ୍ଵ ବାହୁ ବା ହାତ ୬୦ ଖଣ୍ଡ +ଦୁଇ ନିମ୍ନ ବାହୁ ବା ଗୋଡ ୬୦ ଖଣ୍ଡ +ବସ୍ତି ୨ ଖଣ୍ଡ +ତ୍ରିକାସ୍ତି ୨ ଖଣ୍ଡ +ବକ୍ଷସ୍ଥି ୨ ଖଣ୍ଡ +ମୋଟ =- ୨୦୬ ଖଣ୍ଡ +ଏହା ୨୨ ଖଣ୍ଡ ହାଡ ଦ୍ଵାରା ଗଠିତ ହୋଇଥାଏ । +ଖପୁରୀର ଉପର ଭାଗରେ ୮ ଖଣ୍ଡ ଏବଂ ମୁଖ୍ ମୁଣ୍ଡଳରେ ୧୪ ଖଣ୍ଡ ରହିଥାଏ । +ମେରୁଦଣ୍ଡ +ଏହା ୩୩ ଖଣ୍ଡ ହାଡର ସମଷ୍ଟିରୁ ଗଠିତ ହୋଇଥାଏ । +ଏହା ହାଡଗୁଡିକ ମୁଦି ଭଳି ଆକୃତିର ହୋଇଥାଏ । +ତାହାକୁ କଶେରୁକା କୁହାଯାଏ । +ଏହି ହାଡଗୁଡିକ ଗୋଟିଏ ସହିତ ଗୋଟିଏ କ୍ରମାଗତ ଭାବେ ଖଞ୍ଜି ହୋଇ ରହିଥାଏ । +ବେକର ୭ଟି କୁ ସରଭାଇକାଲ, ପିଠିର ୧୨ ଟିକୁ ଥୋରାସିକ, ଅଣ୍ଟାର ୫ ଟିକୁ ଲମ୍ବର, ପିଚାର ୫ ଟିକୁ ସାକ୍ରାଲ ଏବଂ ତତ୍ ପରେ ୪ଟି କସିକ୍ସକୁ କଶେରୁକା କୁହାଯାଏ । +ତନ୍ମଧ୍ୟରୁ ୫ ଟି ସାକ୍ରାଲ ଏକତ୍ର ମିଶିଯାଇ ସାକ୍ରମ ଏବଂ ୪ ଟି କସିକ୍ସ ଏକତ୍ର ମିଶିଯାଇ ଗୋଟିଏ ହାଡଭଳି ହୋଇଯାଇଥାଏ । +ଦୁଇ କଶେରୁକାର ସଂଯୋଗ ସ୍ଥାନ ମଧ୍ୟରେ ଉପାସ୍ଥି ର ଗଦି ରହିଥାଏ । +ଏହାଦ୍ଵାରା ମେରୁଦଣ୍ଡ ବିଭିନ୍ନ ଆଡକୁ ବକ୍ର ହୋଇପାରେ ଏବଂ ପରସ୍ପରର ଘର୍ଷଣରୁ ରକ୍ଷା ପାଇଥାଏ । +ମେରୁଦଣ୍ଡ ମଧ୍ୟରେ ମେରୁନଳୀ ରହିଥାଏ । +ଏହା ମଧ୍ୟରେ ମେରୁ ସ୍ନାୟୁ ଅବସ୍ଥାନ କରେ । +ମେରୁଦଣ୍ଡରେ ଆଘାତ ଲାଗି କଶେରୁକା ସ୍ଥାନଚ୍ୟୁତ ହେଲେ ମେରୁସ୍ନାୟ ଚିପି ହୋଇଯାଏ କିମ୍ବା କଟିଯିବାର ସମ୍ଭାବନା ରହିଛି । +ସ୍ନାୟୁମେରୁର କାର୍ଯ୍ୟରେ ବ୍ୟାଘାତ ହୋଇ ପକ୍ଷାଘାତ ବା ପାରାଲିସସ୍ ସୃଷ୍ଟି ହୋଇଥାଏ । +ମେରୁଦଣ୍ଡରେ ଆଘାତ ଲାଗିବା କ୍ଷେତ୍ରରେ ସାବାଧାନତା ଏବଂ ଉପଯୁକ୍ତ ସହାୟତା । +ଆବଶ୍ୟକ ହୋଇଥାଏ । +ଅସାବଧାନତା ପକ୍ଷାଘାତା ସୃଷ୍ଟି କରିପାରେ । +ସେଥିପାଇଁ ମେରୁଦଣ୍ଡର ଆଘାତକୁ ଦୃଷ୍ଟିରେ ରାଖି ବେକ, ପିଠି, ଅଣ୍ଟାର ଆଘାତକୁ ଗୁରୁତର ଭାବେ ବିବେଚାନା କରାଯାଏ । +ପଞ୍ଜରା ଓ ଛାତି ହାଡ +ପିଠି ପାଖରେ କଶେରୁକାର ଦୁଇ ପାର୍ଶ୍ଵରେ ଦୁଇଟି ପଞ୍ଜରା ଅସ୍ଥି ସଂଯୁକ୍ତ ହୋଇ ସମ୍ମୁଖକୁ ଆସି ବକ୍ଷାସ୍ଥ ବା ଛାତି ହାଡ ସହିତ ଉପାସ୍ଥି ଦ୍ଵାରା ସଂଯୁକ୍ତ ହୋଇଥାଏ । +ଶରୀରରେ ୧୨ ଯୋଡା ପଞ୍ଜରା ଅସ୍ଥି ରହିଥାଏ । +ତନ୍ମଧ୍ୟରୁ ୭ ଯୋଡା ପଞ୍ଜରା ଅସ୍ଥି ଉପାସ୍ଥି ଦ୍ଵାରା ଛାତି ହାଡ ସହିତ ପ୍ରତ୍ୟକ୍ଷ ଭାବରେ ସଂଯୁକ୍ତ ହୋଇଥାଏ । +ଏହାର ପରବର୍ତ୍ତୀ ୩ ଯୋଗ ବା ୮ମ, ୯ମ ଓ ୧୦ମ ପଞ୍ଜରା ଅସ୍ଥି ଉପାସ୍ଥି ଦ୍ଵାରା ୭ମ ପଞ୍ଜରାର ଉପାସ୍ଥି ସହିତ ସଂଯୁକ୍ତ ହୋଇଥାଏ । +ଶେଷ ଦୁଇଯୋଡା ବା ୧୧ଶ, ୧୨ଶ ସମ୍ମୁଖକୁ ନଆସି ମାଂସପେଶି ମଦୟାରେ ଭାଷମାନ ଅବସ୍ଥାରେ ରାହିଯାଏ । +ଅକ୍ଷାସ୍ଥି ବକ୍ଷାସ୍ଥିର ଉପର ଦୁଇ ପାର୍ଶ୍ଵରୁ ଗୋଟିଏ କରି ହାଡ ସଂଯୁକ୍ତ ହୋଇ କାନ୍ଧ ମଧ୍ୟରେ ରହିଥାଏ । +ଅଂସଫଳକ ପିଠିର ଉଭାୟା ପାର୍ଶ୍ଵରେ ପଞ୍ଜରା ହାଡମାନଙ୍କ ପରେ ତ୍ରିଭୁଜାକାର ଭାବେ ରହିଥାଏ । +ପ୍ରକ୍ୟେକ ପାର୍ଶ୍ଵରେ ଗୋଟିଏ କରି ଅଂଶଫଳକ ରହିଥାଏ । +ଉର୍ଦ୍ଧ୍ଵ ବାହୁ ବା ହାତର ହାଡ +ବାହୁର ଉପରେ ଅଂଶରେ ଗୋଟିଏ ହାଡ ରହିଥାଏ । +ତାହାକୁ ଭୁଜାସ୍ଥି କୁହାଯାଏ । +ତଳ ଅଂଶରେ ଦୁଇଟି ହାଡ ରହିଥାଏ । +ବାହାର ପାର୍ଶ୍ଵ ହାଡକୁ ବହିଃ ପ୍ରକୋଷ୍ଠାସ୍ଥି ଏବଂ ଭିତର ପାର୍ଶ୍ଵକୁ ଅନ୍ତଃପ୍ରକୋଷ୍ଠାସ୍ଥି କୁହାଯାଏ । +କଚାଟି ହାଡ କଚଟିରେ ୮ ଟି ହାଡ ରହିଥାଏ , ଏହାକୁ କଚଟି ହାଡ କୁହାଯାଏ । +ପାପୁଲି ହାଡ ପାପୁଲିରେ ୫ ଟି ପାପୁଲି ହାଡ ରହିଥାଏ । +ଆଙ୍ଗୁଳି ହାଡ ପ୍ରତ୍ୟେକ ଆଙ୍ଗୁଳି ମଧ୍ୟରେ ୩ଟି ଆଙ୍ଗୁଳି ହାଡ ରହିଥାଏ ଏବଂ ବୁଢା ଆଙ୍ଗୁଳିରେ କେବଳ ୨ ଟି ହାଡ ରହିଥାଏ । +ବସ୍ତି ବାସ୍ତରେ ଦୁଇଟି ପିଚା ହାଡ ରହିଥାଏ । +ଏହା ପାଖରେ ସାକ୍ରମ ସହିତ ଏବଂ ସମ୍ମୁଖରେ ପରସ୍ପର ସହିତା ସଂଯୁକ୍ତ ହୋଇ ମଧ୍ୟଭାଗରେ ଗାତୁଆ ପାତ୍ର ଆକୃତିର ସ୍ଥାନ ସୃଷ୍ଟି କରିଥାଏ । +ଏହି ସ୍ଥାନରେ ଅନ୍ତନାଡ଼ି, ମୂତ୍ରାଶୟ ଏବଂ ସ୍ତ୍ରୀଙ୍କର ପ୍ରଜଜନ ଅଙ୍ଗ ଇତ୍ୟାଦି ରହିଥାଏ । +ନିମ୍ନବାହୁ ବା ଗୋଡର ହାଡ +ଜଙ୍ଘ ମଧ୍ୟରେ ଏହି ହାଡ ବସ୍ତିଠାରୁ ଆଣ୍ଠୁ ପର୍ଯ୍ୟନ୍ତ ଲମ୍ବିଥାଏ । +ଏହା ଶରୀରରେ ସବୁଠାରୁ ବଡ ଏବଂ ଶକ୍ତି ହାଡ ହୋଇଥାଏ । +ଏହାକୁ ଫିମର କୁହାଯାଏ । +ଆଣ୍ଠୁ ଚକି ଏହା ଆଣ୍ଠୁ ଖଞ୍ଜା ଉପରେ ରହିଥାଏ । +ଏହାକୁ ପାଟେଲା କୁହାଯାଏ । +ଗୋଡ ହାଡ ଗୋଡରେ ଆଣ୍ଠୁଠାରୁ ନିମ୍ନକୁ ଦୁଇଟି ହାଡ ରହିଥାଏ । +ବାହାର ପାଖ ହାଡକୁ ଫିବୁଲା ଏବଂ ଭିତର ପାଖ ହାଡକୁ ଟିବିଆ କୁହାଯାଏ । +ପାଦ ହାଡ ପାଦ ମଧ୍ୟରେ ୭ ଖଣ୍ଡ ବନ୍ଧାସ୍ଥି ରହିଥାଏ । +ଏହା ସହିତ ୫ ଖଣ୍ଡ ପାଦ ଚଳାସ୍ଥି ସଂଯୁକ୍ତ ହୋଇଥାଏ । +ଆଙ୍ଗୁଳି ହାଡ ଆଙ୍ଗୁଳି ମଧ୍ୟରେ ୧୪ ଖଣ୍ଡ ହାଡ ରହିଥାଏ । +ଏହାକୁ ଫାଲେକ୍ସ ବା ବହୁ ବଚନରେ ଫଳେଞ୍ଜେସ୍ କୁହାଯାଏ । +ପ୍ରତ୍ୟେକ ଆଙ୍ଗୁଳିରେ ୩ ଖଣ୍ଡ ହାଡ ରହିଥାଏ । +କିନ୍ତୁ ବୁଢା ଆଙ୍ଗୁଳିରେ ଦୁଇଟି ହାଡ ରହିଥାଏ । +ଖଞ୍ଜା +ଦୁଇ ବା ଅଧିକ ହାଡର ମିଳନ ସ୍ଥାନକୁ ଖଞ୍ଜ ବା ଗଣ୍ଠି କୁହାଯାଏ । +ଏହା ମୁଖ୍ୟତଃ ଦୁଇ ପ୍ରକାର ହୋଇଥାଏ । +ଅଚଳ ଖଞ୍ଜ +ସଚଳ ଖଞ୍ଜା +ଅଚଳ ଖଞ୍ଜା ଏହି ଖଞ୍ଜରେ ସଂଯୁକ୍ତ ହୋଇଥିବା ହାଡଗୁଡିକ ପରସ୍ପର ସହିତ ଦୃଢ ଭାବେ ବାନ୍ଧି ହୋଇ ରହିଥାଏ । +ଏବଂ ସେଥିରେ ଚଳନ ହୋଇପାରେ ନାହିଁ । + ସାଧାରଣତଃ ଖପୁରୀରେ ଏହି ପ୍ରକାର ଖଞ୍ଜ ରହିଥାଏ +ସରଲା ଖଞ୍ଜା ଏହି ଖଞ୍ଜରେ ଚଳନ ସମ୍ଭବ ହୋଇଥାଏ । +ଏହାର କାର୍ଯ୍ୟ କ୍ଷମତା ଅନୁଯାୟୀ ତାହାକୁ ତିନୋଟି ଭାଗରେ ବିଭକ୍ତ କରାଯାଏ । +ଗର୍ଭ ବର୍ତ୍ତୁଳ ଖଞ୍ଜା +ଗୋଟିଏ ପାଖ ହାଡରା ସକେଟ ଭଳି ଅଂଶ ମଧ୍ୟରେ ଅନ୍ୟ ହାଡର ବଳ ଭଳି ମୁଣ୍ଡ ରହି ଏହି ଭଳି ଖଞ୍ଜ ସୃଷ୍ଟି ହୋଇଥାଏ । +ଏହି ଖଞ୍ଜା ବିଭିନ୍ନ ଦିଗରେ ଚାଳିତା ହେବା ସହିତ ଘୁରି ମଧ୍ୟ ପାରେ । +ଏହିଭଳି ଖଞ୍ଜା କାନ୍ଧ ଏବଂ ପିଚାରେ ରହିଥାଏ । +କବଲା ଖଞ୍ଜା ଏହି ଖଞ୍ଜା କେବଳ ଗୋଟିଏ ଦିଗରେ ଚାଳିତ ହୋଇପାରେ । +ଏହିଭଳି ଖଞ୍ଜା କହୁଣୀ, ଆଣ୍ଠୁରେ ରହିଥାଏ । +ଏହା ଖଞ୍ଜା କବଜା ଭଳି କାମ କରୁଥିବାରୁ ଏହାକୁ କବଜ ଖଞ୍ଜା କୁହାଯାଏ । +ସାମାନ୍ୟ ସଚଳ ଏହି ଖଞ୍ଜା ନିମ୍ନ ସୀମିତତା ମଧ୍ୟରେ ଚାଳିତ ହୋଇପାରେ ଏହି ଖଞ୍ଜା ମେରୁଦଣ୍ଡ, କଚଟୀ ଏବଂ ପାଦରେ ରହିଥାଏ । +ମାଂସପେଶୀ +ଶରୀରରେ ଦୁଇ ପ୍ରକାରର ସାଂସପେଶୀ ରହିଥାଏ । + ଯଥା +ସ୍ଵେଚ୍ଛାକୃତ +ସ୍ଵତଃଜାତ +ସ୍ଵେଚ୍ଛାକୃତ ମାଂସପେଶୀ ଏହି ମାଂସପେଶୀ ମନୁଷ୍ୟର ଇଚ୍ଛା ଶକ୍ତି ବା ମସ୍ତିଷ୍କର ସଚେତ ନିର୍ଦ୍ଦେଶ ଦ୍ଵାରା କରିଥାଏ । +ଶରୀରର ଅଧିକାଂଶ ମାଂସପେଶୀ ଏହି ପ୍ରକୃତିର ହୋଇଥାଏ । +ସ୍ଵତଃଜାତ ମାଂସପେଶୀ ଏହି ମାଂସପେଶୀ ମନୁଷ୍ୟର ଇଚ୍ଛା ଶକ୍ତି ଅଧୀନରେ ପରିଚାଳିତ ନହୋଇ ଅଟୋନୋମିକ ନରଭସ ପ୍ରଣାଳୀ ନିୟନ୍ତ୍ରଣରେ ଅବିରତ କାର୍ଯ୍ୟ ସାଧନ କରିଥାଏ । +ହୃତ୍ ପିଣ୍ଡ, ଫୁସ୍ ଫୁସ୍ ଏବଂ ଅଭ୍ୟନ୍ତରର ଅଙ୍ଗମାନଙ୍କରେ ଏହି ପ୍ରାକାର ମାଂସପେଶୀ ରହିଥାଏ । +ସ୍ନାୟୁ +ସ୍ନାୟୁ ଦ୍ଵାରା ଶରୀରର ବିଭିନ୍ନ ଅଂଶର ସମ୍ଭେଦନ ସଂକେତ ମସ୍ତିସ୍କର ଯାଇଥାଏ ଏବଂ ମସ୍ତିଷ୍କକୁ କାର୍ଯ୍ୟ ନିର୍ଦ୍ଦେଶ ସଂକେତ ଆସି ଉଦ୍ଦିଷ୍ଟ ମାଂସପେଶୀ ଏବଂ ଅଙ୍ଗ ନିକଟରେ ପହଞ୍ଚି ଥାଏ । +ଅସ୍ଥିବନ୍ଧ +ଅସ୍ଥି ଖଞ୍ଜାକୁ ରଜ୍ଜୁଭଲି ବାନ୍ଧି ରଖିଥିବା ଫାଇବସ ତନ୍ତୁକୁ ଅସ୍ଥିବନ୍ଧ କୁହାଯାଏ । +ଏହା ଖଞ୍ଜାର ଚଳନକୁ ତାହାର ସୀମିତତା ମଧ୍ୟରେ ରଖିଥାଏ । +ଏହାର କ୍ଷତିକୁ ମକଚି ଯିବା (Sprain) କୁହାଯାଏ । +ଏହା ଶ୍ଵେତ ଅଣ ସମ୍ପ୍ରସାରଣ ବିହୀନ ଏବଂ ହଳଦୀ ସମ୍ପ୍ରସାରଣ କ୍ଷମ ବା ଇଲାଷ୍ଟିକ ତନ୍ତୁ ହୋଇଥାଏ । +ସଂଯୋଜକ ତନ୍ତ +ଏହା ଶରୀରର ବିଭିନ୍ନ ଅଂଶକୁ ଧରି ରଖିବାରେ ସାହାଯ୍ୟ କରେ ଏବଂ ସମ୍ପୃକ୍ତ ଅଂଶକୁ ସୁରକ୍ଷା ଏବଂ ପୋକ୍ଷନ ପ୍ରଦାନ କରେ । +ଚର୍ମଚର୍ମ ଶରୀର ସର୍ବ ବର୍ହିଭାଗ ଅଂଶ ବା ପୃଷ୍ଠ ହୋଇଥାଏ । +ଏହା ଦ୍ଵାରା ଶରୀର ଅଭ୍ୟନ୍ତରର ଅଂଶ ଘୋଡାଇ ହୋଇ ରହିଥାଏ । +ଏଥିରେ ଦୁଇଟି ସ୍ତର ରହିଥାଏ । +ବାହ୍ୟଚର୍ମ ଏବଂ ଅନ୍ତଃଚର୍ମ । +ଏହା ଶରୀର ଉତ୍ତାପକୁ ନିୟନ୍ତ୍ରଣ କରେ । +ଶରୀରର ଉତ୍ତାପ ଅଧିକାର ହେଲେ ତାହା ଚର୍ମ ଦ୍ଵାରା କଣ୍ଡେକ୍ସନ, କନ୍ ଭେକ୍ସନ ଏବଂ ରେଡିଏସନ ସାହାଯ୍ୟରେ ପରିପାର୍ଶ୍ଵର ବାୟୁମଣ୍ଡଳକୁ ଚାଲିଯାଏ ଶରୀରକୁ ଶୀତଳ କରିଥାଏ । +ଏହା ଦ୍ଵାରା ଶରୀରରେ ତାପମାତ୍ରା ନିୟନ୍ତ୍ରଣ ହୋଇଥାଏ । +ଶରୀରର ଗଣ୍ଠି ଏବଂ ତନ୍ମଧ୍ୟସ୍ଥା ଗୁରୁତ୍ୱପୂର୍ଣ୍ଣ ଅଙ୍ଗ +ଶରୀର ମଧ୍ୟସ୍ଥ ଗୌରବ ବା ଗଣ୍ଠି ମଧ୍ୟଛଦା ନାମକ ଏକ ମାଂସପେଶୀ ଏବଂ ଟେଣ୍ଡନ ମିଶ୍ରିତ ପରଦା ଦ୍ଵାରା ଦୁଇଭାଗରେ ବିଭକ୍ତ ହୋଇଥାଏ । +ଉପରେ ଭାଗ ଅଂଶ ପଞ୍ଜରା ହାଡ ଦ୍ଵାରା ଘେରି ରହିଥାଏ । +ଏହାକୁ ଥୋରାସିକ କ୍ୟାଭିଟି ବା ବକ୍ଷସ୍ଥଳ କୁହାଯାଏ । +ତାହା ମଧ୍ୟରେ ଫୁସ୍ ଫୁସ୍ , ହୃତପିଣ୍ଡ ଏବଂ ଖାଦ୍ୟ ନଳୀ ଇତ୍ୟାଦି ରହିଥାଏ । +ମଧ୍ୟଛଦାର ନିମ୍ନ ଅଂଶକୁ ଆବଡୋମିନାଲ କ୍ୟାଭିଟି ବା ଉଦର ଗୌହର କୁହାଯାଏ । +ଏହା ମଧ୍ୟରେ ଯକୃତ, ପାକସ୍ଥଳୀ, ପ୍ଳୀହା, ବୃକକ, ଅନ୍ତନାଳୀ ମୃତାଶୟ ଏବଂ ପ୍ରଜ୍ଜ୍ଵନ ଅଙ୍ଗ ଇତ୍ୟାଦି ରହିଥାଏ । +ଆଖି ଏହା ଖପୁରୀର ସମ୍ମୁଖରେ ଥିବା ଦୁଇଟି ଗୌହର ମଧ୍ୟରେ ରହିଥାଏ । +ଆଖି ଦ୍ଵାରା ଆମେ ପରିପାର୍ଶ୍ଵର ହୃଶ୍ୟ ବା ବସ୍ତକୁ ଦେଖିପାରୁ । +ଏହାର ସମ୍ମୁଖ ଅଂଶ ଶ୍ଵେତ ବା ଧଳା ଦେଖାଯାଏ । +ଏହାକୁ କନଜକ୍ଟିଭ କୁହାଯାଏ । +ଏହାର ମଧ୍ୟ ଭାଗରେ ଗୋଲାକାର ସ୍ଵଚ୍ଛ ଅଂଶ ରହିଥାଏ ଯାହାକୁ କର୍ଣ୍ଣିଆ କୁହାଯାଏ । +ଏହାର ପାଛୁପାଖକୁ ଆଇରିସ ଡାଇଫ୍ରାମ ରହିଥାଏ । +ଏହା ମଧ୍ୟ ଭାଗରେ ଏକ ଗୋଲାକାର ପଥ ସୃଷ୍ଟି କରିଥାଏ । +ଏହାକୁ ଆଖି ପୁଅ ବା ପ୍ୟୁପିଲ କୁହାଯାଏ । +ଏହାର ଆକାର ଦ୍ଵାରା ଆଖି ମଧ୍ୟକୁ ପ୍ରବେଶ କରୁଥିବା ଆଲୋକ ପରିମାଣ ନିମନ୍ତ୍ରିତ ହୋଇଥାଏ । +ଏହି ସମସ୍ତ ଅଂଶ ମଧ୍ୟରୁ ପତା ଦ୍ଵାରା ସୁରକ୍ଷିତ ହୋଇଥାଏ । +ଏହି ଅଂଶ ଆଦ୍ର ଏବଂ ପରିଷ୍କାର ରଖିଥାଏ । +ଆଖି ପତା ମଝିରେ ମଝିରେ ବନ୍ଦ ହୋଇ ଲୁହ ଦ୍ଵାରା ତାହାକୁ ଧୋଇ ଦେଇଥାଏ । +କାନ ଏହା ଖପୁରୀର ଉଭୟ କଡରେ ଥିବା ପଥରେ ରହିଥାଏ । +କାନ ତିନୋଟି ଭାଗରେ ବିଭକ୍ତ ହୋଇଥାଏ । +ବାହ୍ୟକର୍ଣ୍ଣ, ଶରୀରର ବାହ୍ୟ ଭାଗରେ ରହି ଶବ୍ଦ କମ୍ପନ ସଂଗ୍ରହ କରି ଟିମ୍ପାନିକ ମେମ୍ବ୍ରେନ ନିକଟରେ ପହଞ୍ଚାଇଥାଏ । + ଏହା ପରେ +ମଧ୍ୟ କର୍ଣ୍ଣ ଦ୍ଵାରା ଟିମ୍ପାନିକ ମେମ୍ବ୍ରେନ ଶବ୍ଦ କମ୍ପନ ତିନୋଟି ସୂକ୍ଷ୍ମ ହାଡ ଦ୍ଵାରା ବିର୍ଦ୍ଧେତ ହୋଇ ଅନ୍ତଃକର୍ଣ୍ଣକୁ ଯାଇଥାଏ +ଅନ୍ତଃକର୍ଣ୍ଣ ଦ୍ଵାରା ଉକ୍ତ ଶବ୍ଦ କମ୍ପନ ସ୍ନାୟବିକ ସଙ୍କେତରେ ପରିଣତ ହୋଇ ମସ୍ତିଷ୍କକୁ ଯାଇଥାଏ ଏବଂ ସେଠାରେ ତାହା ନିର୍ଣ୍ଣୟ ହୋଇ ଶବ୍ଦର ଅନୁଭବ ପ୍ରଦାନ କରିଥାଏ । +ଜିଭ ମୁଖ ମଧ୍ୟରେ ଥିବା ଏହା ଏକ ମାଂସକ ଅଙ୍ଗ ହୋଇଥାଏ । +ଏହା ସ୍ଵାଦ ବାରିବା ଚୋବାଇବା, ଗିଳିବା ଏବଂ କଥା କାଇବା ସାହାଯ୍ୟ କରିଥାଏ । +ବ୍ୟକ୍ତି ଅଚେତ ଥିବା ସମୟରେ ଏହା ସ୍ଵାଭାବିକ ଟୋନ୍ ହ୍ରାସ ହୋଇ ଯାଇଥାଏ ଏବଂ ବ୍ୟକ୍ତି ଚିତ୍ ହୋଇ ଶୋଇ ରହିଲେ ତାହା ପଛପାଖକୁ ଖସି ପଡି ଶ୍ଵାସ ପଥକୁ ବନ୍ଦ କରିଦେଇଥାଏ । +ଶରୀରର କାର୍ଯ୍ୟ ବା ଶରୀରତତ୍ତ୍ଵ +ରକ୍ତ ଦ୍ଵାରା ସଂଗ୍ରହ ହୋଇଥିବା ଅନ୍ତନାଳୀରୁ ଖାଦ୍ୟାର ସାରାଂଶ ଏବଂ ଫୁସ୍ ଫୁସ୍ ର ବାହ୍ୟ ବାୟୁର ଅମ୍ଳଜାନ ରକ୍ତ ଦ୍ଵାରା ପରିବାହିତ ହୋଇ ଶରୀରର ସମସ୍ତ ଜୀବକୋଷମାନଙ୍କୁ ଯୋଗାଇ ଦିଆଯାଇଥାଏ । +ଜୀବକୋଷ ମଧ୍ୟରେ ତାହା ଜୈବ ରାସାୟନିକ ପ୍ରକ୍ରିୟାରେ ଜାଳେଣି ରୂପେ ବ୍ୟବହୁତ ହୋଇ ଶରୀରକୁ ଶକ୍ତି ଏବଂ ଉତାପ ପ୍ରଦାନ କରିଥାଏ ଏବଂ ସେଥିରୁ ଅନାବଶ୍ୟକ ଅଙ୍ଗାରକାମ୍ଳ ଉପାନ୍ନ ହୋଇଥାଏ । +ଖାଦ୍ୟରୁ ସାରାଂଶ ସଂଗ୍ରହ କରିବା ନିମିତ୍ତ ପାଚନ ପ୍ରାଣାଳୀ ଜଟିଳ ପ୍ରକୃତିର ଖାଦ୍ୟକୁ ପାଟିର ପାକସ୍ଥାଳୀର ଏବଂ ଅନନ୍ତନାଲିର ବିଭିନ୍ନ ପାଚନ ରସ ଦ୍ଵାରା ଖାଦ୍ୟକୁ ସରଲା ପ୍ରକୃତିରେ ପରିଣତ କରିଥାଏ ଏବଂ ଅନ୍ତନାଳୀରୁ ରକ୍ତ ତାହା ଶୋଷି ନେଇଥାଏ । +ଶ୍ଵାସକ୍ରିୟା ଦ୍ଵାରା ବାହ୍ୟ ବାୟୁରୁ ଅମ୍ଳଜାନ ସଂଗ୍ରହ ହୋଇଥାଏ ଏବଂ ତନ୍ମଧ୍ୟରୁ ଅଙ୍ଗାରକାମ୍ଳ ଛାଡ଼ି ଦେଇଥାଏ । +ଜୈବ ରାସାଯନିକ ପ୍ରକ୍ରିୟା ଦ୍ଵାରା ଶରୀରରେ ସୃଷ୍ଟି ହେଉଥିବା ବାଦ୍ୟ ବସ୍ତୁଗୁଡିକ ଫୁସ୍ ଫୁସ୍, ବୃକକ, ଚର୍ମ ଏବଂ ମଳ ଦ୍ଵାରା ଶରୀର ମଧ୍ୟରୁ ବାହାରିଯାଇଥାଏ । +ସ୍ନାୟୁ ଦ୍ଵାରା ଶରୀରର ବିଭିନ୍ନ ସ୍ଥାନର ସମ୍ଭାଦନ ସଙ୍କେତ ଗୃହିତ ହୋଇ ମସ୍ତିଷ୍କକୁ ଯାଇଥାଏ ଏବଂ ମସ୍ତିଷ୍କରୁ କାର୍ଯ୍ୟ ନିର୍ଦ୍ଦେଶ ଉଦ୍ଦିଷ୍ଟ ମାଂସପେଶୀ ବା ଅଙ୍ଗ ନିକଟକୁ ଆସିଥାଏ । +ଏହା ଦ୍ଵାରା ଶରୀରର ସମସ୍ତ କାର୍ଯ୍ୟ ମଧ୍ୟରେ ସମନ୍ଵୟ ରକ୍ଷା ହୋଇପାରେ । +ଜୀବ କୋଷ +ଜୀବକୋଷ ଦ୍ଵାରା ଶରୀର ଗଠିତ ହୋଇଥାଏ ଏବଂ ତନ୍ମଧ୍ୟରେ ଶାରୀରିକ ପ୍ରକ୍ରିୟା କାର୍ଯ୍ୟ କରିଥାଏ । +ତେଣୁ ଜୀବକୋଷ ଶରୀର ଗଠନ ଏବଂ କାର୍ଯ୍ୟର ଏକକ ହୋଇଥାଏ । +ମନୁଷ୍ୟର ଜୀବନ କାଳ ମଧ୍ୟରେ ଜୀବକୋଷମାନ କ୍ଷୟ ପ୍ରାପ୍ତ ହୋଇଥାଏ ଏବଂ ନୂତନ ଜୀବକୋଷ ସୃଷ୍ଟି ହୋଇ ସେହି ସ୍ଥାନ ପୂରଣ କରିଥାଏ । +ଶ୍ଵାସକ୍ରିୟା +ଶ୍ଵାସକ୍ରିୟା ଦ୍ଵାରା ଶରୀରର ବାଷ୍ପ ବିନିମୟ କାର୍ଯ୍ୟ ହୋଇଥାଏ । +ଶ୍ଵାସକ୍ରିୟା ଦୁଇଟି ପର୍ଯ୍ୟାୟରେ କାର୍ଯ୍ୟ କରିଥାଏ । +ପ୍ରଶ୍ଵାସ ସମୟରେ ବକ୍ଷସ୍ଥଳର ପଞ୍ଜରାଅସ୍ଥି ସମ୍ମୁଖ ଭାଗକୁ ଫୁଲି ଉଠେ ଏବଂ ମଧ୍ୟଛଦା ନିମ୍ନଗାମି ହୋଇ ବକ୍ଷସ୍ଥଳୀ ସମ୍ପ୍ରସାରିତ କରେ । +ଫଳରେ ଏହା ମଧ୍ୟସ୍ଥ ଚାପ ହ୍ରାସ ହୋଇଯାଏ ଏବଂ ଶ୍ଵାସପଥ ଦେଇ ବାହ୍ୟବାୟୁ ଫୁସ୍ ଫୁସ୍ ମଧ୍ୟକୁ ପ୍ରବେଶ କରି ବାୟୁକୋଠରୀ ଗୁଡିକୁ ଫଲାଇ ଦିଏ । +ବାୟୁକୋଠରୀ ସଂଯୁକ୍ତ ରକ୍ତନଳୀ କାନ୍ଥ ଦେଇ ଲାଲ ରକ୍ତ କୋଷ ବାୟୁ କୋଠରୀ ବାୟୁର ଅମ୍ଭଜାନ ସଂଗ୍ରହ କରେ ଏବଂ ଶରୀରର ବିଭିନ୍ନ ଅଂଶରୁ ଧରି ଆସିଥିବା ଅଙ୍ଗାରକାମ୍ଳକୁ ତାହା ମଧ୍ୟକୁ ଛାଡ଼ି ଦେଇଥାଏ । +ତତ୍ ପରେ ନିଃଶ୍ଵାସ ସମୟରେ ପଞ୍ଜରାଅସ୍ଥି ଏବଂ ମଧ୍ୟାଛନ୍ଦାପୂର୍ବ ସ୍ଥାନକୁ ଫେରିଆସି ବକ୍ଷସ୍ଥଳର ଚାପବୃଦ୍ଧି କରେ ଏବଂ ଫୁସ୍ ଫୁସ୍ ମଧ୍ୟରୁ ବାୟୁ ଶ୍ଵାସ ପଥ ଦେଇ ବାହାରକୁ ବାହାରିଯାଏ । +ଏହି କ୍ରମରେ ଶ୍ଵାସକ୍ରିୟା, ସୁସ୍ଥ ବୟସ୍କଙ୍କର ମିନିଟ୍ କୁ ୧୬ ରୁ ୧୮ ଥର ଏବଂ ସୁସ୍ଥ ଶିଶୁଙ୍କର ୨୦ ରୁ ୩୦ ଥର ହୋଇଥାଏ । +ରକ୍ତ ସଂଚାଳନ +ରକ୍ତ ସଂଚାଳନ ଦ୍ଵାରା ଶରୀରରେ ବିଭିନ୍ନ ବସ୍ତୁ ଏକ ସ୍ଥାନକୁ ପରିବାହିତ ହୋଇଥାଏ । +ଏଥିପାଇଁ ହୃତପିଣ୍ଡ ପମ୍ପର କାର୍ଯ୍ୟ କରିଥାଏ । +ଏହା ହୃତପିଣ୍ଡ ବକ୍ଷସ୍ଥଲର ମଧ୍ୟ ଭାଗରେ ସାମାନ୍ୟ ବାମକୁ ହୋଇ ରହିଥାଏ ଏହା ଏହ ମାଂସାଳ ପୋଲା ଅଙ୍ଗ ଅଟେ । +ଏହାର ଭିତର ଅଂଶ ଚାରୋଟି କୋଠରୀରେ ବିଭକ୍ତ ହୋଇଥାଏ । +ଉପରେ କୋଠରୀ ଦ୍ଵୟକୁ ଅଳିନ୍ଦ ଏବଂ ନିମ୍ନ କୋଠରୀ ଦ୍ଵୟକୁ ନିଳୟ ଏବଂ ନିଳୟକୁ ତାହାର ପାର୍ଶ୍ଵ ଅନୁଯାୟୀ ବାମ ବା ଦକ୍ଷିଣ ଭାବେ ସୁଚିତା କରାଯାଏ । +ଶରୀରର ବିଭିନ୍ନ ସ୍ଥାନରୁ ଅଙ୍ଗାରକାମ୍ଳ ଧରି ଆସିଥିବା ରକ୍ତ ଦକ୍ଷିଣ ଅଳିନ୍ଦ ମଧ୍ୟରେ ପ୍ରବେଶ କରେ । +ଦକ୍ଷିଣ ଅଳିନ୍ଦର ସଙ୍କୋଚନ ଦ୍ଵାରା ରକ୍ତ ଦକ୍ଷିଣ ନିଳୟ ମଧ୍ୟରେ ପ୍ରବେଶ କରେ । +ଦକ୍ଷିଣ ନିଳୟର ସଙ୍କୋଚନ ଦ୍ଵାରା ରକ୍ତ ଫୁସ୍ ଫୁସ୍ ଧମନୀ ମଧ୍ୟ ଦେଇ ଫୁସ୍ ଫୁସ୍ ଯାଇଥାଏ । +ସେଠାରେ ଶ୍ଵାସକ୍ରିୟା ଦ୍ଵାରା ଗୃହିତ ବାହ୍ୟ ବାୟୁରୁ ଶକ୍ତ ଆମ୍ଭଜାନ ସଂଗ୍ରହ କରି ହୃତପିଣ୍ଡର ବାମ ଅଳିନ୍ଦ ମଧ୍ୟକୁ ଆସିଥାଏ । +ବାମ ଅଳନ୍ଦିର ସଙ୍କୋଚନ ଦ୍ଵାରା ରକ୍ତ ବାମ ନିୟଲ ମଧ୍ୟରେ ପ୍ରବେଶ କରେ । +ବାମ ନିଳୟର ସଙ୍କୋଚନ ଦ୍ଵାରା ରକ୍ତ ମହାଧମନୀ ଦେଇ ଶରୀରର ବିଭିନ୍ନ ଅଂଶକୁ ସଞ୍ଚାରିତ ହୋଇଥାଏ । +ହୃତପିଣ୍ଡ କୋଠରୀମାନଙ୍କ ମଧ୍ୟରେ ଥିବା ପଥମାନଙ୍କରେ ଏକ ଦିନରେ ଗତି କରିବା ନିମିତ୍ତ ଭାଲ୍ ଭାମାନ ରହିଥାଏ । +ତେଣୁ ରକ୍ତ ହୃତପିଣ୍ଡ ମଧ୍ୟରେ ପଛକୁ ଫେରିନପାରି କେବଳ ଆଗକୁ ପରିଚାଳିତ ହୋଇଥାଏ । +ହୃତପିଣ୍ଡ ରକ୍ତ ନେଉଥିବାରକ୍ତ ନଳୀକୁ ଧମନୀ ଏବଂ ହୃତପିଣ୍ଡକୁ ରକ୍ତ ଆଣୁଥିବା ରକ୍ତ ନଳୀକୁ ସିରା କୁହାଯାଇଥାଏ । +ହୁତପିଣ୍ଡର ବାମ ନିଳୟ ସଙ୍କୋଚନ ଦ୍ଵାରା ରକ୍ତ ଧମନୀରେ ପ୍ରବେଶ କରି ତାହା ମଧ୍ୟରେ ଚାପକୁ ବଢାଇ ଦିଏ ଏବଂ ହୁତପିଣ୍ଡ ସମ୍ପ୍ରସାରଣ ଦ୍ଵାରା ଧମନୀର ଚାପ ପୂର୍ବ ଅବସ୍ଥାକୁ ଫେରିଆସେ । +ହୁତପିଣ୍ଡ ପମ୍ପ ଶକ୍ତି ଦ୍ଵାରା ଧମନୀରେ ସୃଷ୍ଟି ହେଉଥିବା ଚାପକୁ ରକ୍ତଚାପ କୁହାଯାଏ ଏବଂ ତାହାକୁ ସ୍ପିଣମୋ ମାନୋମିଟର ଯନ୍ତ୍ର ସାହାଯ୍ୟରେ ମପାଯାଇଥାଏ । +ନାଡୀ +ହୃତପିଣ୍ଡ ସଙ୍କୋଚନ ଏବଂ ପ୍ରାସାରଣ ତାଳରେ ଧମନୀରେ ସୃଷ୍ଟି ହେଉଥିବା ଉତ୍ ଥାଏ ଏବଂ ପତନକୁ ଶରୀରର କେତେକ ସ୍ଥାନରେ ସାହଜରେ ସ୍ପର୍ଶ ଦ୍ଵାରା ଅନୁଭବ କରିହୁଏ । +ଏହାକୁ ନାଡୀ କୁହାଯାଏ – ଗଳାରେ କ୍ୟାରୋଟିଡ୍ ନାଡୀ, ବାହୁରେ ବ୍ରକିଆଲ ନାଡୀ, କଚଟିରେ ରେଡିଆଲ ନାଡୀ ଏବଂ ଜଙ୍ଘରେ ଫେମୋରାଲ ନାଡୀ ଇତ୍ୟାଦି । +ସାଧାରଣତଃ, ବୟସ୍କ ବ୍ୟକ୍ତିଙ୍କର ନାଡୀ ଗଳାରେ ଥିବା କ୍ୟାରୋଟିଡ୍ ଧମନୀ ଏବଂ ଶିଶୁଙ୍କର ବାହୁରେ ଥିବା ବ୍ରାକିଆଲ ଧମନୀ ଉପରୁ ସରଳରେ ଅନୁଭବ କରାଯାଇପାରେ । +ନାଡୀ ଦ୍ଵାରା ହୃତପିଣ୍ଡ କାର୍ଯ୍ୟ ବା ରକ୍ତ ସଞ୍ଚାଳନର ଅବସ୍ଥା ନିର୍ଣ୍ଣୟ କରାଯାଇଥାଏ ।