diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia206.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia206.txt new file mode 100644 index 0000000000000000000000000000000000000000..5487c4a62e23b41c9a91ef5bc7d24737506dd170 --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia206.txt @@ -0,0 +1,27 @@ +ଜନନୀ ସୁରକ୍ଷା ଯୋଜନା +ସମ୍ପର୍କିତ ଆଧାର +ଜାତୀୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ସୁରକ୍ଷିତ ମାତୃତ୍ଵ ପାଇଁ ଜନନୀ ସୁରକ୍ଷା ଯୋଜନା ଆରମ୍ଭ କରାଯାଇଛି । +ଗର୍ଭବତୀ ମା’ ମାନଙ୍କୁ ଡାକ୍ତରଖାନାରେ ପ୍ରସବ କରାଇ ମାତୃମୃତ୍ୟୁ ହାର, ଶିଶୁ ମୃତ୍ୟୁହାରକୁ କମ୍ କରିବା ହେଉଛି ଏହି ଯୋଜନାର ଲକ୍ଷ୍ୟ । +ଏହି ଯୋଜନା ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରଚଳନ କରାଯାଇଛି ଏବଂ କେତେକ ପଛୁଆ ରାଜ୍ୟରେ ଏହାକୁ ଅଧିକ ତ୍ୱରାନିତ୍ଵ କରାଯାଇଛି । +ଜାତୀୟ ମାତୃତ୍ଵ ସୁବିଧା ଯୋଜନା ପରିବର୍ତ୍ତେ ଏପ୍ରିଲ ୨୦୦୫ରେ ଜନନୀ ସୁରକ୍ଷା ଯୋଜନା କାର୍ଯ୍ୟକାରୀ କରାଗଲା । +ଅଗଷ୍ଟ ୧୯୯୫ ମସିହାରେ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଅନ୍ତର୍ଗତରେ ଜାତୀୟ ମାତୃତ୍ଵ ସୁବିଧା ଯୋଜନା କରଯାଇଥିଲା । +୨୦୦୧-୦୨ରେ ଗ୍ରାମୀଣ ବିକାଶ ବିଭାଗରୁ ଏହି କାର୍ଯ୍ୟକ୍ରମକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣକୁ ସ୍ଥାନାନ୍ତର କରଯାଇଥିଲା । +ଏହି ଯୋଜନାରେ ବିପିଏଲ ପରିବାରର ପ୍ରତ୍ୟକ ଗର୍ଭବତୀମାନଙ୍କୁ ଯାହାଙ୍କୁ ୧୯ବର୍ଷରୁ ଊର୍ଦ୍ଧ୍ଵ ହୋଇଥିବ ୨ଟି ଜନ୍ମତ ଛୁଆଙ୍କ ପାଇଁ ୫୦୦ଟଙ୍କା ପ୍ରଦାନ କରାଯାଉଥିଲା । +ଯାହା ସାରା ଦେଶରେ ଏକକ ଭାବରେ ପ୍ରଚଳନ କରାଯାଉଥିଲା । +ସାରା ଦେଶରେ ଏହି ଯୋଜନା ଦ୍ଵାରା ମହିଳାମାନେ ଉପକୃତ ହେଉଥିବା ବେଳେ ରାଜ୍ୟମାନଙ୍କୁ କମ ପ୍ରଦର୍ଶନ ଓ ଅଧିକ ପ୍ରଦର୍ଶନ ଭାବରେ ବିଭକ୍ତ କରାଯାଇଛି । +କମ ଓ ବେଶୀ ପ୍ରଦର୍ଶନ ରାଜ୍ୟରେ କେତେକ ମହିଳା ଡାକ୍ତରଖାନାରେ ପ୍ରସବ କରାଇଛନ୍ତି ତା ଉପରେ ନିର୍ଭର କରେ । +ଯେଉଁ ରାଜ୍ୟରେ ୨୫ପ୍ରତିଶତ କିମ୍ବା ତା' ଠାରୁ କମ୍ ପ୍ରସବ ଡାକ୍ତରଖାନାରେ ହୋଇଥାଏ ତେବେ ତାକୁ କମ ପ୍ରଦର୍ଶନ ରାଜ୍ୟ ଭାବରେ ଅତିହିତ କରାଯାଏ । +ଭାରତର ୮ଟି ରାଜ୍ୟ ଉତ୍ତାରଖଣ୍ଡ, ମଧ୍ୟପ୍ରଦେଶ, ଛତିଶଗଡ, ବିହାର, ଝାଡ଼ଖଣ୍ଡ, ରାଜସ୍ଥାନ, ଜାମ୍ମୁ ଓ କାଶ୍ମୀର, ଓଡ଼ିଶା, ଓ ଆସାମ ଇତ୍ୟାଦି କମ ପ୍ରଦର୍ଶନ ରାଜ୍ୟ ଭାବରେ ଗଣାହୁଏ । +ଅନ୍ୟ ରାଜ୍ୟଗୁଡ଼ିକ ଅଧିକ ପ୍ରଦର୍ଶନ ଭାବରେ ଗଣାଯାଏ । +ଜନନୀ ସୁରକ୍ଷା ଯୋଜନାର ପ୍ରାକ୍ କଥନ +ଗର୍ଭାବସ୍ଥାର ଜଟିଳତା ପାଇଁ ଭାରତରେ ୫୬,୦୦୦ମହିଳା ପ୍ରତ୍ୟେକ ବର୍ଷ ପ୍ରାଣ ହାରନ୍ତି । +ସେହିପରି ପ୍ରତ୍ୟେକ ବର୍ଷ ୧୩ଲକ୍ଷ ନବଜାତ ଶିଶୁ ନିଜର ପ୍ରଥମ ଜନ୍ମବାର୍ଷିକ ପୂର୍ବରୁ ମୃତ୍ୟୁବରଣ କରିଥାନ୍ତି । +୨/୩ ତୃତୀୟାଂଶ ଶିଶୁ ଜନ୍ମର ପ୍ରଥମ ୪ ସପ୍ତାହ ମଧ୍ୟରେ ପ୍ରାଣହରାନ୍ତି । +ଏହାଛଡ଼ା ୭୫ଶିଶୁ ପ୍ରତିଶତ ମୃତ୍ୟୁ ଜନ୍ମର ପ୍ରଥମ ସପ୍ତାହ କିମ୍ବା ୨ଦିନ ମଧ୍ୟରେ ହୋଇଥାଏ । +ମାତୃମୃତ୍ୟୁ ହାର ଶିଶୁ ମୃତ୍ୟୁହାରକୁ କମାଇବା ପାଇଁ ଜାତୀୟ ସ୍ୱାସ୍ଥ୍ୟ ମିଶନ ଦ୍ଵାରା ଡାକ୍ତରଖାନାରେ ପ୍ରସବକୁ ଉତ୍ସାହିତ କରିବାର କାର୍ଯ୍ୟକ୍ରମ କରାଗଲା । +ଏହାଦ୍ୱାରା ଦକ୍ଷ ତାଲିମପ୍ରାପ୍ତ କର୍ମଚାରି ତଥା ଡାକ୍ତରଙ୍କ ତତ୍ତ୍ଵାବଧାନରେ ପ୍ରସବ କରାଗଲେ ଗର୍ଭବତୀଙ୍କ ପାଇଁ ବିପଦ ଆଶଙ୍କା କମିଯିବ । +ଲକ୍ଷ୍ୟ – ମାତୃମୃତ୍ୟୁ ହାର ଓ ଶିଶୁ ମୃତ୍ୟୁ ହାର ରୋକିବା ଏବଂ ଡାକ୍ତରଖାନାରେ ପ୍ରସବକୁ ଉତ୍ସାହିତ କରାଇବା । +ଧାର୍ଯ୍ୟ ହିତାଧିକାରୀ ଏବଂ ସୁବିଧା +ବିପିଏଲ, ଆଦିବାସୀ ତଥା ଅନ୍ୟାନ୍ୟ ଯୋଗ୍ୟ ସମସ୍ତ ଗର୍ଭବତୀ ମହିଳାଙ୍କୁ, ସରକାରୀ ଚିକିତ୍ସାଳୟ କିମ୍ବା ସରକାରୀ ଅନୁଦାନ ପ୍ରାପ୍ତ ଯେ କୌଣସି ଡାକ୍ତରଖାନାରେ ପ୍ରସବ କରାଇଲେ ଆବିକ ସୁବିଧା ଯୋଗାଇଦିଆଯିବ । +ଏହି ଯୋଜନା ଅନ୍ତର୍ଗତ ମହିଳା ସ୍ୱାସ୍ଥ୍ୟ କର୍ମୀ ଆଶା ମାନଙ୍କୁ ଡାକ୍ତରଖାନାରେ ପ୍ରସବ କରାଇବା ପାଇଁ ଉତ୍ସାହିତ କରିବା ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯାଏ । +ଯୋଗ୍ୟ ଗର୍ଭବତୀ ମହିଳାଙ୍କର ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ଟ୍ରାନ୍ସଫର କରାଯାଏ ।