From 9ac93870dee3e42ce176e97c3faa8e8eedb7febf Mon Sep 17 00:00:00 2001 From: Nayan Ranjan Paul Date: Sat, 17 Sep 2022 12:24:33 +0530 Subject: [PATCH] Upload New File --- .../odiasahitya.com/sent_odiasahitya_galpa_2 | 202 ++++++++++++++++++ 1 file changed, 202 insertions(+) create mode 100644 Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_galpa_2 diff --git a/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_galpa_2 b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_galpa_2 new file mode 100644 index 0000000..c623513 --- /dev/null +++ b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_galpa_2 @@ -0,0 +1,202 @@ +ଝଡ଼ର ପରାଜୟ +- କନକଲତା ସାହୁ +ତା: ଜାନୁଆରୀ ୧୫, ୨୦୧୩ +ମୂଳ ପୃଷ୍ଠା → ଗଳ୍ପ → ଆଧୁନିକ → +ପୁଅର ସ୍ବାଗତ ସମ୍ବର୍ଦ୍ଧନା ପାଇଁ ଭିତରବାହାର ହେଉଥିଲେ ସୁନନ୍ଦା । +ଗାଡ଼ି ରହିବା ଶବ୍ଦ ଶୁଣିବା ମାତ୍ରେ ଦୌଡ଼ିଯାଉଥିଲେ ବାହାରକୁ । +ଗାଡ଼ି ଚାଲିଗଲେ ପୁଣି ଘରକୁ ଫେରିଆସୁଥିଲେ ଦୁଃଖରେ । +ଏମିତି ଭିତରବାହାର ହେବା ଏ ପରିଣତ ବୟସରେ କ’ଣ ସମ୍ଭବ ? ତଥାପି ତାଙ୍କୁ ପୁଅକୁ ସ୍ବାଗତ କରିବାକୁ ପଡ଼ିବ । +ପ୍ରତି ଥର ପୁଅ ଆସିଲେ ଆରତୀ ଥାଳୀ ଧରି ଠିଆ ହୋଇପଡ଼ନ୍ତି, ଏରୁଣ୍ଡିବନ୍ଧ ପାଖରେ । +ବନ୍ଦାପନା ପରେ ହିଁ ଘରେ ପ୍ରବେଶ କରିବାକୁ ଅନୁମତି ଦିଅନ୍ତି । +ପ୍ରଶାନ୍ତ ସବୁବେଳେ ହସି ହସି କହନ୍ତି ଆରେ “ସୁନନ୍ଦା, ଘରର ପୁଅ ଘରକୁ ଆସିବ । +ତୁମେ ସବୁବେଳେ ଏ ବର ଆୟୋଜନ କାହିଁକି କରୁଛ ?” ସୁନନ୍ଦା କିନ୍ତୁ ନଛୋଡ଼ବନ୍ଧା । + କାଳେ ପୁଅ ଉପରେ କାହାର ଅଶୁଭ ନଜର ପଡ଼ିଯାଇଥିବ? +ଦୁଇଦିନ ତଳେ ଫୋନ୍‌ ଆସିଥିଲା ସେ ଫେରିଆସୁଛି । +ଭାରି ଦରଦଭରା ସେ କଣ୍ଠସ୍ବର । +ଗାଆଁରୁ ସେ ଯାଇ ମାସେ ବି ହୋଇନି । +ସେଥିରେ କହୁଛି ଫେରିଆସିବ ? ଟ୍ରେନିଂ ସମୟରେ ବି କେବେ ଦିନେ କହିନି “ବୋଉ କଷ୍ଟ ହେଉଛି ଫେରିଆସିବି । +” ଆଉ ଆଜି କାହିଁକି ? ଫୋନ୍‌ରୁ ବିଜୁ ଯେ ଦୁଃଖରେ ଅଛି ଏକଥା ଅନୁମାନ କରିପାରୁଥିଲେ ସୁନନ୍ଦା । +ସୁନନ୍ଦାଙ୍କର ମନଟା ଗୋଳେଇ ଘାଣ୍ଟି ହେଉଥିଲା । +ବିଜୁ ମନରେ ସାମାନ୍ୟ କଷ୍ଟକୁ ସେ ସହ୍ୟ କରିପାରନ୍ତି ନାହିଁ । +ପାଞ୍ଚ ନା ସାତ ଯେ ସହ୍ୟକରିବେ । +ଗୋଟିଏ ବୋଲି ପୁଅ, ପୁଣି ବାହାଘର ଦଶ ବର୍ଷ ପରେ କେତେ ଦିଅଁ ଦେବତା କରି ତା’ର ଜନ୍ମ । +ଜନ୍ମ ବେଳେ ତ ହରି ଗୋସେଇଁ ବିଜୁର ଜାତକ ତିଆରି କରି କହିଥିଲେ ଭାରି ସୁନ୍ଦର କୋଷ୍ଠି, ଭଲ ପାଠ ପଢ଼ିବ । +ବଡ଼ ଅଫିସର୍‌ ହେବ । +ବଡ଼ ଅଫିସର ହୋଇଛି ବିଜୟଶ୍ରୀ । +ଦିନେ ତା’ ପାଠପଢ଼ା ଦେଖିନାହାନ୍ତି କିଏ ଗାଁ ସ୍କୁଲରୁ ଆରମ୍ଭ କରି ରେଭେନ୍ସା ବିଶ୍ବବିଦ୍ୟାଳୟ ପର୍ଯ୍ୟନ୍ତ । +ବିଦ୍ୟାଳୟ କୁହ କି କଲେଜ କୁହ, ସବୁ ଆନୁସଙ୍ଗିକ କାର୍ଯ୍ୟକ୍ରମରେ ସବୁବେଳେ ବିଜୁ ପ୍ରଥମ । +ଘରସାରା କପ୍‌, ସିଲ୍‌ରେ ସଜେଇଛି । +ହରି ଗୋସେଇଁ କହିବା ଅନୁସାରେ ତ ସଫଳତା ମିଳିଛି ହେଲେ ଦୁଃଖ ରହିଲା କେଉଁଠି ? ନାଁ, ହରି ଗୋସେଇଁଙ୍କ ଗଣନାରେ ଆଉ କେଉଁଠି ଭୁଲ୍‌ ରହିଲା । +ବିଜୁର ପଢ଼ା ଶେଷ ହୋଇନଥିଲା । +ଶେଷ ସେମିଷ୍ଟାର୍‌ରେ ହିଁ କ୍ୟାମ୍ପସ୍‌ ସିଲେକ୍‌ସନ୍‌ ହୋଇ ଚାକିରି ମିଳିଯାଇଥିଲା । +ତା’ ନିଷ୍ଠାପର କାର୍ଯ୍ୟକଳାପରେ ସମସ୍ତେ ଏତେ ଖୁସି ଯେ, ଟ୍ରେନିଂର ସମୟସୀମା କମେଇ ତା’କୁ ପୋଷ୍ଟିଂ ଦେଇଥିଲେ ଏବଂ ଚାକିରୀର ଛଅମାସ ଭିତରେ ପ୍ରମୋଶନ । +ଏମିତି ବର୍ଷଟିଏ ବିତିଗଲା ଖୁସିରେ । +କିନ୍ତୁ ସଲିମା ସହ ତା’ ସମ୍ପର୍କ, ତା’ ଗତିପଥକୁ ବଦଳେଇ ଦେଇଥିଲା । +କେତେବେଳେ କେଉଁ ଝିଅକୁ ଚାହୁଁନଥିବା ପୁଅ ସଲିମାର ପ୍ରେମରେ ବାନ୍ଧି ହୋଇଗଲା । +ସବୁବେଳେ ସବୁକଥା କହୁଥିବା ପୁଅ ସୁନନ୍ଦାକୁ ଯେ ଏକଥା କହିନି ତା’ ନୁହେଁ କିନ୍ତୁ ସଲିମା ଆସିବା ପରେ ତା’ ଜୀବନ ଧାରାରେ କିଛିଟା ପରିବର୍ତ୍ତନ ଦେଖାଦେଇଛି । +ସକାଳ ପ୍ରହରରୁ ରାତି ପର୍ଯ୍ୟନ୍ତ ପ୍ରତିଟି ଖବର ସୁନନ୍ଦାଙ୍କୁ ପଚାରି ପଚାରି ବ୍ୟସ୍ତ କରୁଥିବା ପୁଅ ଆଉ ଏତେ ଫୋନ୍‌ କରୁନି । +ସୁନନ୍ଦାଙ୍କୁ ଦୁଃଖ ଲାଗିଲେ ବି ଯାହା ସତ୍ୟ ତା’କୁ ମାନିବାକୁ ସେ ପଶ୍ଚାତ୍‌ପଦ ହୋଇ ନଥିଲେ । +ଅବଶ୍ୟ ବେଳେବେଳେ ଦୁଃଖ ବଳି ପଡ଼ିଲେ ପ୍ରଶାନ୍ତଙ୍କୁ କହନ୍ତି ଦେଖିଲ ବିଜୁ ସାର୍ଟର ବୋତାମ ଲଗାଠାରୁ ଆରମ୍ଭ କରି ଅଫିସର ପ୍ରୋଗ୍ରାମ୍‌ ପର୍ଯ୍ୟନ୍ତ ସବୁ କଥା ପଚାରୁଥିଲା, ଆଜି କିଛି ପଚାରୁନି । +ଦିନରେ ଦଶଥର ଫୋନ୍‌ କରୁଥିଲା । +ବର୍ତ୍ତମାନ ଦିନରେ ଥରେ ବି ନାହିଁ । +ସଲିମା ବଡ଼ ଘରର ଝିଅ । +ତା’ ବାପା ଚେନ୍ନାଇର ପ୍ରଖ୍ୟାତ ବ୍ୟବସାୟୀ । +କୋଟିପତିର କନ୍ୟା ସେ । +ସଲିମାର ଆଭିଜାତ୍ୟ ବିଷୟ ଜାଣିବା ପରଠାରୁ ମନେ ମନେ ପ୍ରମାଦ ଗଣିଥିଲେ ସୁନନ୍ଦା । +ସେ ଜାଣନ୍ତି ପ୍ରେମରେ ଧନୀ, ଗରିବ, ଜାତି-ଅଜାତିର ହିସାବ ନିକାସ ନାହିଁ । +ତଥାପି ଜାତି-ଅଜାତି ତିଆରି କରିଥିବା ମଣିଷ କେବେହେଲେ ଏ ସତ୍ୟକୁ ଗ୍ରହଣ କରିପାରିବନି । +ପୁଅକୁ ଯେ, ସଲିମା ସମ୍ପର୍କରେ ବୁଝେଇ ନାହାଁନ୍ତି ତା’ ନୁହେଁ । +ହେଲେ ପ୍ରେମ ଆଖିରେ ଏମିତି ଅନ୍ଧପୁଟୁଳି ବାନ୍ଧେ ଅତିରୁ ଅତି ଚାଲାକ ପିଲା ମଧ୍ୟ ସେଥିରେ ବାନ୍ଧି ହୋଇଯାଆନ୍ତି । +ଆଉ ଥରେ ବାନ୍ଧି ହୋଇଗଲେ ନିସ୍ତାର ନାହିଁ । +ସଲିମା ଅନେକ ଥର ଗାଁକୁ ଆସିଛି । +ଅବଶ୍ୟ ଘଣ୍ଟାଏ କି ଦି’ଘଣ୍ଟା ରହି ସେମାନେ ଚାଲିଯାଇଛନ୍ତି । +ଗାଁର ଚଳଣିକୁ ଜାଣିବାର ସୁଯୋଗ ପାଇନାହାନ୍ତି । +ସଲିମା ମନ୍ଦ ନୁହେଁ, ଦେଖିବାକୁ ଗୌରବର୍ଣ୍ଣ, ଅତ୍ୟାଧୁନିକ ପୋଷାକରେ ନିଜକୁ ସଜେଇଛି । +କିନ୍ତୁ କଥା କଥାରେ ଅନ୍ୟକୁ ଆପଣାର କରିବା କଳା ରହିଛି ତା’ରି ପାଖରେ । +ଯେତିକି ସମୟ ଗାଁରେ ରହିଛି ସେତିକି ଭିତରେ ସୁନନ୍ଦାକୁ କିଛି କରିବାକୁ ସୁଯୋଗ ଦେଇନି । +ଯେତିକି ପାରିଛି ନିଜେ ହିଁ କରିବାର ପ୍ରୟାସ କରିଛି । +ସୁନନ୍ଦା ଜାଣିଛନ୍ତି ସାଲିମାର ଘର ଖୁବ୍‌ ବଡ଼, ତା’ ତୁଳନାରେ ତାଙ୍କ ଘର ଖୁବ୍‌ ଛୋଟ । +ଜଣେ ମଧ୍ୟବିତ୍ତ ପରିବାରର ଯେତିକି ସୁବିଧା ଥିବା କଥା ସୁନନ୍ଦା ନିଜ ଘରକୁ ସେତିକି ସୁବିଧାରେ ସଜେଇଛନ୍ତି । +ବିଜୁର ବାପା ପ୍ରଶାନ୍ତ ଗାଁର ପୋଷ୍ଟ୍‌ମାଷ୍ଟର । +ଦରମା ଯାହା ଆଣନ୍ତି, ସେଥିରେ ଘର ଚଳେ । +ବିଜୁର ପଢ଼ାରେ ଖର୍ଚ୍ଚ ହୁଏ । +ପୁଣି ସେଥିରେ ବନ୍ଧୁ ବାନ୍ଧବଙ୍କର ମାନମହତ ଖର୍ଚ୍ଚ ବି ଚଳେ । +ଗାଁର ସୁଖ ଦୁଃଖରେ ପ୍ରଶାନ୍ତ ଆଗ ଠିଆ ହୁଅନ୍ତି । +ପକେଟ୍‌ରେ ଘରଖର୍ଚ୍ଚ ପାଇଁ ପଇସା ଥାଉ କି ନଥାଉ, ଆଗ ଗାଁର ଦୁଃଖୀ ଅରକ୍ଷିତଙ୍କ କଥା ବୁଝନ୍ତି । +ସୁନନ୍ଦା ହସି ହସି ସବୁବେଳେ କୁହନ୍ତି, ପ୍ରଶାନ୍ତ ସତେ ଯେମିତି ଗୋପବନ୍ଧୁଙ୍କ ଅବତାର । +ଏମିତି କେତେ ବର୍ଷ ତଳର କଥା ଆଜି ବି ମନେପେଡ଼ ସୁନନ୍ଦାର, ସୁନନ୍ଦା ନୂଆ ବାହା ହୋଇ ଆସିଥାନ୍ତି । +ପବିତ୍ର ରଥଯାତ୍ରା ଦିନ ସୁନନ୍ଦାଙ୍କର ବାହାଘର । +ଆଷାଢ଼ ମାସ ପରେ ଆସିଲା ଶ୍ରାବଣ ମାସ । +ଧାରା ଶ୍ରାବଣ ଲାଗିରହିଲା ପାଞ୍ଚଦିନ । +ନଦୀରେ ଆସିଲା ବନ୍ୟା । +ନଦୀ କୂଳରେ ଦାଣ୍ଡମୁକୁନ୍ଦପୁର, ଚାରିଆଡ଼ୁ ବିଚ୍ଛିନ୍ନ ହୋଇଗଲା । +ପ୍ରଶାନ୍ତ ସହ୍ୟ କରିପାରିଲେ ନାହିଁ । +ନିଜ ଗାଁଲୋକଙ୍କ ପାଇଁ ପିନ୍ଧିବା, ଖାଇବା ଜିନିଷ ସବୁ ଯୋଗାଡ଼ କରିବା ପାଇଁ, ଚାକିରୀ ଛାଡ଼ି, ଘରଛାଡ଼ି ବାହାରିଗଲେ । +ନଈ ପାଣି ଦୁଇକୂଳ ଖାଇ ଚାଲିଥାଏ । +ଫୋନ୍‌ ଲାଇନ୍‌ ସବୁ କଟିଯାଇଥାଏ । +ପ୍ରଶାନ୍ତଙ୍କ ସହିତ ସବୁ ଯୋଗାଯୋଗ ବନ୍ଦ । +ମାସେ ପରେ ପ୍ରଶାନ୍ତ ଘରକୁ ଫେରିଲେ । +ଆଶ୍ବସ୍ତ ହେଲେ ସମସ୍ତେ । +ପ୍ରଶାନ୍ତ ସାଧାରଣତନ୍ତ୍ର ଦିବସରେ କ’ଣ ସବୁ ପୁରସ୍କାର ପାଇଲେ । +ମାସେ ପରେ ତାଙ୍କ ଲମ୍ବା ଦାଢ଼ୀ ଦେଖି ସମସ୍ତେ କହିଲେ, ଗୋପବନ୍ଧୁ ଆସିଲେ । +ପ୍ରଶାନ୍ତଙ୍କୁ ଦେଖି ଯେତିକି ଦୁଃଖ ଲାଗୁଥିଲା, ସେତିକି ଖୁସୀ ବି ଲାଗୁଥିଲା ସୁନନ୍ଦାଙ୍କୁ । +ଯାହା ହେଉ ସତରେ ସୌଭାଗ୍ୟ । +ଏମତି ମାନବିକ ଗୁଣ ଧାରଣ କରିଥିବା ବ୍ୟକ୍ତିଙ୍କୁ ସେ ସ୍ବାମୀ ହିସାବରେ ପାଇଛନ୍ତି । +ବିଜୁ ଠିକ୍‌ ପ୍ରଶାନ୍ତଙ୍କ ପରି ହୋଇଛି । +ପିଲାଦିନେ ଯିଏ ଯାହା ମାଗିବାକୁ ଆସେ, ବିଜୁ ତାକୁ ଖାଲି ହାତରେ ବିଦା କରିବା ସେ ଜମା ଜାଣି ନାହାଁନ୍ତି । +ଘରେ ଟଙ୍କା ପଇସାର ଅଭାବ ବିଜୁ ଜାଣେ, ତଥାପି କଲେଜ୍‌ରେ କିଏ ପରୀକ୍ଷା ଫିସ୍‌ ନ ବାନ୍ଧି ପାରିଲେ, ସେ ନିଜେ ନ ଖାଇ ଜଳଖିଆ ଟଙ୍କାତକ ତାକୁ ଦେଇଦିଏ । +ମାଛିକୁ ବି ମର ନ କହୁଥିବା ବିଜୁର ଆଜି ମନଦୁଃଖ । +ଏକଥା ଭାବିଲେ ସୁନନ୍ଦାର ଛାତି ଫାଟି ପଡ଼ୁଛି । +ସୁନନ୍ଦା ଭାବୁଥିଲେ ସତରେ ବିଜୁ ଅସୁବିଧାରେ ଅଛି ? ହେଲେ ଦୁଃଖ ରହିଲା କେଉଁଠି ? ସଲିମା ସହିତ ତା’ ସଂପର୍କ ଆରମ୍ଭ ହେବା ଦିନଠାରୁ ସୁନନ୍ଦା ଜାଣିପାରିଥିଲେ, କିଛି ଗୋଟିଏ ଅଘଟଣ ଆସିପାରେ । +ହରି ଗୋସେଇଁ କହୁଥିଲେ ମଝିରେ ତା’ର ଘାଟ ଗୋଟିଏ ଆସିବ । +ସେଥିରୁ ରକ୍ଷା ପାଇଲେ ଆଉ ଜୀବନସାରା ପାଇଁ ଚିନ୍ତାନାଇଁ । +ଏଇଟା କ’ଣ ଆଉ ବିଜୟ ପାଇଁ ଘାଟ କି ? ମାଁ ମଙ୍ଗଳାକୁ ମନେ ମନେ ସ୍ମରଣ କଲେ, ମା’ ମଙ୍ଗଳା ମୋ ପୁଅକୁ ଘଣ୍ଟ ଘୋଡ଼େଇ ରଖ । +ଘଣ୍ଟ ଘୋଡ଼େଇ ରଖ ମା’ ! ବିଜୁର ସଲିମା ସହ ସମ୍ପର୍କ ଜାଣିବା ପରେ ସୁନନ୍ଦା ଆଉ ପ୍ରଶାନ୍ତ ଆପତ୍ତି କରି ନଥିଲେ । +କିନ୍ତୁ ଆପତ୍ତି କରିଥିଲେ, ସଲିମାର ବାପା ଓ ମାଆ । +ଛୋଟ ମଫସଲ, ପୁଣି ନିର୍ଦ୍ଧନ ଘରେ ସଲିମାକୁ ଜମା ବିବାହ ଦେବେନି । +ଏପଟେ ପୁଅ ଝିଅ ଉଭୟେ ବିବାହ ପାଇଁ ଜିଦ‍୍‌ ଧରି ବସିଛନ୍ତି । +ଆଉ କ’ଣ କରାଯାଇପାରେ, ବାଧ୍ୟହୋଇ ସରଳ ନିରାଡ଼ମ୍ବର ଭାବରେ ନିଜ ଘରେ ବିବାହର ଆୟୋଜନ କଲେ ପ୍ରଶାନ୍ତ । +ସମସ୍ତେ ଭୟ କରୁଥିଲେ ବିବାହ ସମୟରେ ହୁଏତ ସଲିମାର ବପା ଓ ମାଆ କୌଣସି ପ୍ରତିରୋଧ କରିବେ । +ନାଁ, ସେପଟୁ କୌଣସି ପ୍ରକାର ପ୍ରତିକ୍ରିୟା କି ପ୍ରତିରୋଧ ସୃଷ୍ଟି ହୋଇ ନଥିଲା । +ଗାଁରେ ଯେ ଏ ବିବାହରେ ସମସ୍ତେ ଖୁସିଥିଲେ ତାହା ମଧ୍ୟ ନୁହେଁ । +କିନ୍ତୁ ପ୍ରଶାନ୍ତ ଓ ସୁନନ୍ଦାଙ୍କ ମୁହଁକୁ ଚାହିଁ ସେମାନେ ସମସ୍ତେ ମନରେ ଯାହା ଥାଉ ଆସି ବାହାଘରେ ଏକାଠି ହୋଇଥିଲେ । +ଗାଁ ଲୋକଙ୍କ ସାହାଯ୍ୟ ସହଯୋଗରେ ହିଁ ଏ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା । +ମାସେ ଛୁଟି ନେଇ ବିଜୁ ଆସିଲା, ଛୁଟି ଶେଷ ପରେ ପୁଅବୋହୂ ବାହାରିଗଲେ କର୍ମସ୍ଥଳୀକୁ । +ସୁନନ୍ଦାଙ୍କ ଘର ପୂରି ଉଠୁଥିଲା ପୁଅ ଓ ବୋହୂକୁ ନେଇ । +ବାହାଘର କାର୍ଯ୍ୟ ସୁରୁଖୁରୁରେ ସମ୍ପନ୍ନ ହେଲା ସିନା, ଗୋଟିଏ ଦୁଃଖ ରହିଲା । +ବାହାଘରେ ପ୍ରଶାନ୍ତଙ୍କ ବଡ଼ଭଉଣୀ ଜମା ସନ୍ତୁଷ୍ଟ ନଥିଲେ । +ତାଙ୍କର ଏକା ଜିଦ‍୍‌ ଏ ବାହାଘର ନ କରିବା ପାଇଁ । +ବ୍ରାହ୍ମଣ ପରିବାରରେ ଖ୍ରୀଷ୍ଟିୟାନ‍୍‌ ଝିଅ ବୋହୂ ହେଲେ ସାତପୁରୁଷ ପାଣି ପାଇବେ ତ ? ମନେ ମନେ କହିଲେ ସୁନନ୍ଦା, ସାତ ପୁରୁଷ ପାଣି ପାଇବେ କି ନ ପାଇବେ, ସେ କଥା ଚିନ୍ତା କରିବାକୁ ଏଇନେ ବେଳ କାହିଁ । +ଗାଁରେ ଅଳ୍ପଦିନ ରହଣି ଭିତରେ ସଲିମା ସମସ୍ତଙ୍କୁ ଆପଣାର କରିପାରିଥିଲା । +ଯେତେ କଷ୍ଟ ହେଲେ ବି ଗାଁର ଚାଲିଚଳଣିରେ ନିଜକୁ ସାମିଲ କରିନେଇଥିଲା । +ଆଶ୍ଚର୍ଯ୍ୟ ହେଲେ ସୁନନ୍ଦା ତା’କୁ ଦେଖିଲେ କେହି କହିବେନି ଯେ, ସେ ଜଣେ ଉଗ୍ର ଆଧୁନିକ ପରିବାରର ସନ୍ତାନ । +ଦେଖୁ ଦେଖୁ ଛୁଟି ଶେଷ ହେଲା । +ଏମିତିରେ କୌଣସି ଦିନ ସଲିମାର ବପା ଘରୁ କିଛି ଖବର କି ଫୋନ୍‌ ବି ଆସି ନଥିଲା । +ସଲିମା ଆଉ ବିଜୟ ଚେନ୍ନାଇ ଫେରିଗଲେ । +ଚେନ୍ନାଇରେ ପହଞ୍ଚିବା ପରେ, ଥରେ କି ଦିଥର ଫୋନ୍‌ ଆସିଥିଲା । +ସେ ଫୋନ୍‌ରେ କୁହେ, ଭଲରେ ଅଛନ୍ତି, ନୂଆ ଘର ସଜଡ଼ାସଜଡ଼ି କରୁଛନ୍ତି । +ଅନେକ ଦିନ ହେଲା ଫୋନ୍‌ ଆସିନି । +ସୁନନ୍ଦା ଭାବୁଥିଲେ ଘରକାମ ଆଉ ଅଫିସ କାମରେ ବୋଧହୁଏ ବ୍ୟସ୍ତଥିବେ । +କିନ୍ତୁ କାହିଁକି ଫୋନ୍‌ କରିନି ? ସୁନନ୍ଦା ବ୍ୟସ୍ତ ହୋଇଉଠିଥିଲେ, ପ୍ରଶାନ୍ତ ନିଜ ଆଡ଼ୁ ଫୋନ୍‌ କଲେ । +ବହୁତ ରିଙ୍ଗ୍‌ ପରେ ବିଜୁ ଫୋନ୍‌ ଧରିଥିଲା । +କିନ୍ତୁ ତା’ କଥାବାର୍ତ୍ତାରୁ ପ୍ରଶାନ୍ତ ଅନୁମାନ କରିନେଲେ ସେଠିକା ପରିସ୍ଥିତି ଜମା ଭଲ ନୁହେଁ । +ପାଞ୍ଚ ଦିନ ତଳେ ବିଜୁ ନିଜେ ଫୋନ କରିଥିଲା, ଗାଁକୁ ସେ ଫେରି ଆସୁଛି । +ଛାତି ଫାଟିପଡ଼ିଲା ସୁନନ୍ଦାଙ୍କର । +ଦୁଃଖ କ’ଣ ଅଭାବ କ’ଣ, କିଛି ହେଲେ ବିଜୁକୁ ଦିନେ ଜାଣିବାକୁ ଦେଇ ନଥିଲେ । +ଆଜି ତା’ଉପରେ ଏବେ ବଡ଼ ଦୁଃଖର ପାହାଡ଼! ଏସବୁ ସମ୍ମୁଖୀନ ସେ କେମିତି ହେବ ? ବିଜୁ କହୁଥିଲା, ଗାଁରୁ ଯିବା ଦଶଦିନ ପରେ ସଲିମାର ବପା ଓ ମାଆ ଆସି ସଲିମାର ଅନିଚ୍ଛା ସତ୍ତ୍ବେ ତାକୁ ଜୋର୍‌କରି ଘରକୁ ନେଇ ଚାଲିଗଲେ । +ତଥାପି ସେମାନଙ୍କ ମନ ଶାନ୍ତି ହେଲାନାହିଁ । +ବିଜୁକୁ ଯେଉଁଠାରେ ଦେଖିଲେ ଅପମାନିତ କରିବାକୁ ଲାଗିଲେ । +ମାନସିକ ଅତ୍ୟାଚାରରୁ ରକ୍ଷା ପାଇବା ପାଇଁ ସେ ଚାକିରୀ ଛାଡ଼ି ଗାଁକୁ ଫେରିଆସୁଛି । +ସୁନନ୍ଦା ଭାବୁଥିଲେ ଗାଁର ପୁଅକୁ ସହରର ଯାନ୍ତ୍ରିକ ସଭ୍ୟତା ପାଦରେ ଦଳିଚକଟି ତଳିତଳାନ୍ତ କରିଦେଲା । +ସୁନନ୍ଦାଙ୍କର ମନ ବିସ୍ମୟ ଆଉ ଆଶଙ୍କାର ଦୋଛକିରେ ଦୋଳାୟମାନ । +ବିଜୁ ବର୍ତ୍ତମାନ କେମିତି ଥିବ? ମାନସିକ ଯନ୍ତ୍ରଣାରେ ସନ୍ତୁଳିତ ହେଉଥିବ ? କେତେଟା ବର୍ଷ ବା ତାକୁ ହୋଇଛି, ଏଇ ଆଷାଢ଼ ପୁନେଇ ଆସିଲେ ଛବିଶି ପୁରି ସତେଇଶି ଚାଲିବ । +ଏଇ ଦିନରୁ କେତେ କଷ୍ଟ ଭୋଗିଲାଣି । +ନାଁ, ଗାଁକୁ ଆସିଲେ ଆଉ ତାକୁ ଛାଡ଼ିବେନି, ଚେନ୍ନାଇ । +ଗାଁରେ ରହୁ । +କେତେ ଦିନ ଗଲେ ମନ ଆପେ ଭଲ ହେଲେ ଯିବ, ତା’ପରେ ଆଉ କୁଆଡ଼େ ଚାକିରୀ ଖୋଜିବ । +ଏଇନା ତ ଚାକିରୀ ଅଭାବ ନାହିଁ । +ଯେତେ କମ୍ପାନୀ ସେତେ ଚାକିରୀ । +ହଁ ଚେନ୍ନାଇରେ ଭଲ ପୋଷ୍ଟ୍‌ରେ ଥିଲା, କିନ୍ତୁ ସଲିମାର ବପା ପରା ଚେନ୍ନାଇର ସମ୍ପନ୍ନଶାଳୀ ଲୋକ । +ଯାହା ଇଚ୍ଛା ତାହା କରିଦେବେ । +ସେ ଦିନ ବିଜୟର ବାହାଘରେ ବିଜୟର ସାଙ୍ଗ ତନ୍ମୟ କହୁଥିଲା ବୁଝିଲ ମାଉସୀ, ସଲିମାର ବାପା ଗୋଟିଏ ସିଂହ ! ଏମାନଙ୍କ ସମ୍ପର୍କରେ ସେ ଆଦୌ ଖୁସୀ ନଥିଲା । +ଝିଅକୁ ଭଲ ପାଉଥିଲା ତ, କିଛି କହିଲାନି, ଛାଡ଼ିଦେଲା । +ନହେଲେ ସେ ଖୋଜାଖୋଜି କରି ଏଠି ପହଞ୍ଚି ଯାଇଥା’ନ୍ତା । +ବାହାଘରେ କାଳେ ଅସୁବିଧା ହେବ ଏଇ ଭୟ ଥିଲା ସମସ୍ତଙ୍କର । +ଯାହା ହେଉ ଏମିତି କିଛି ହେଲାନି, ହେଲେ ବାହାଘର ମାସେ ନ ଯାଉଣୁ ସେ ଦେଖାଇ ଦେଲା ତା’ର ପ୍ରକୋପ । +ବିଜୁର ମୁହଁଟା ଖାଲି ନାଚି ଉଠୁଛି । +ଅନ୍ୟାୟ ଅନୀତିର ପ୍ରତିରୋଧ କରିବା ଶକ୍ତି ବିଜୁର ନାହିଁ । +ବିଜୁର ବହିପଢ଼ା ଭଲ ତ ସେ ଭଲ । + ଆଜି କେମିତି ଏତେ ବଡ଼ ପରିସ୍ଥିତିର ସମ୍ମୁଖୀନ ହେଉଥିବ ? +ବିଜୁ ଫୋନ୍‌ କରିଥିଲା, ଆଜି ଆସି ପହଞ୍ଚିବ, ଚେନ୍ନେଇ ହାବଡ଼ା ମେଲ୍‌ରେ । +କାଳେ ପ୍ରଶାନ୍ତଙ୍କୁ କହିଥିବ ? ପ୍ରଶାନ୍ତ ତ ଅଧାକଥା କହିବେ ଅଧା ଭିତରେ ରଖିବେ । +ପ୍ରଶାନ୍ତ ଆର ଘରେ ଟି.ଭି. ଦେଖୁଛନ୍ତି । +ଦିନରାତି ନ୍ୟୁଜ୍‌, କେମିତି ବିରକ୍ତ ଲାଗେନି କେଜାଣି ? ହାତରେ ଚା’କପ୍‌ ଧରି ସୁନନ୍ଦା ପ୍ରଶାନ୍ତଙ୍କ ପାଖକୁ ବାହାରିଲେ । +ପ୍ରଶାନ୍ତଙ୍କ ହାତକୁ ଚା’କପ୍‌ଟି ଦେଉ ଦେଉ ଶୁଣିଲେ ଚେନ୍ନାଇରୁ ଆସୁଥିବା ଚେନ୍ନାଇ ମେଲ୍‌ ଟ୍ରେନ୍‌ରେ ଜଣଙ୍କର ଦୁର୍ଘଟଣାରେ ମୃତ୍ୟୁ । +ବ୍ୟକ୍ତିର ଶବ ଚିହ୍ନଟ କରାଯାଇପାରୁନି । +ହାତରୁ ଚା’କପ୍‌ଟା ଖସିପଡ଼ିଲା । +ରକ୍ଷା ହୋଇଛି ପ୍ରଶାନ୍ତଙ୍କ ଗୋଡ଼ରେ ପଡ଼ିନି । +ଓଢ଼ଣାଟିକୁ ମୁଣ୍ଡ ଉପରକୁ ଟାଣିନେଇ ସର୍ବମଙ୍ଗଳାକୁ ସ୍ମରଣ କଲେ ସୁନନ୍ଦା । +ବିଜୁ ମୋର ଭଲରେ ଫେରିଆସୁ । +ରୋଷେଇ ଘରକୁ ବାହାରିଲେ ସୁନନ୍ଦା । +ବିଜୁର ଆସିବା ସମୟ ହୋଇଗଲାଣି । +ଭଲମନ୍ଦ ଦି’ଟା କରିବାକୁ ପଡ଼ିବ । +ସେ ଆସୁ ଆସୁ ବୋଉ ଭାରି ଭୋକ କହି କହି ଖାଇବାକୁ ବସି ପଡ଼ିବ । +ସୁନନ୍ଦାଙ୍କ ଦେହଟା ସିନା ରୋଷେଇ ଘରେ ମନଟା କିନ୍ତୁ ବାହାରେ, ଗେଟ୍‌ ପାଖରେ । +କାନେଇଲେ ସୁନନ୍ଦା । +ନା’ ତାଙ୍କର ଗେଟ୍‌ର ଶବ୍ଦ ତ ଇଏ ନୁହେଁ । +ଇଏତ ସୁବୋଧ ବାବୁଙ୍କ ଗେଟ୍‌ ଖୋଲିବା ଶବ୍ଦ । +ଏ ଘରେ ଗୁଡ଼ାଏ ଦିନ ରହିବା ଯୋଗୁଁ ଗେଟ୍‌ ଖୋଲିବାର ଶବ୍ଦ ସହିତ ସୁନନ୍ଦା ଅଭ୍ୟସ୍ତ । +ହେଲେ ସୁବୋଧ ବାବୁ ଅବେଳରେ ଗେଟ୍‌ ଖୋଲିଲେ କାହିଁକି । +ସୁବୋଧବାବୁ ଏ ଟାଇମ୍‌ରେ ବାହାରକୁ ଜମା ବାହାରନ୍ତି ନାହିଁ । +ସକାଳେ ମର୍ଣ୍ଣିଂ ୱାକ୍‌ରେ ଏବଂ ସନ୍ଧ୍ୟାରେ ହନୁମାନ ମନ୍ଦିରକୁ ସନ୍ଧ୍ୟା ଆଳତୀ ପାଇଁ ବାହାରିବା ତାଙ୍କ କାମ । +ଯେତିକି ସମୟ ଦରକାର ସେତିକି ସମୟ ବାହାରେ । +ବାକି ସବୁ ସମୟତକ ସେ ଘରେ । +ଟି.ଭି. ଦେଖିବା, ନ୍ୟୁଜ୍‌ ପେପର୍‌ ପଢ଼ିବା ଛଡ଼ା ଅନ୍ୟ କୌଣସି କାମ ସେ କରନ୍ତି ନାହିଁ । + ଛାଡ଼ ଏ ବେଳରେ ତାଙ୍କ କଥା କାହିଁକି ସେ ଭାବୁଛନ୍ତି ? +ଶିଳରେ ବଡ଼ି ଦି’ଟା ଚୁରିବା ପାଇଁ ବସିଲେ ସୁନନ୍ଦା । +ବଡ଼ି ଚୁରା ଖାଇବାକୁ ଭଲପାଏ ବିଜୁ । +ପିଠଉ ଭଜା ବି ବିଜୁର ପ୍ରିୟ, କିନ୍ତୁ ପିଠଉ ଭଜା ପାଇଁ ଘରେ ପରିବା ପତ୍ର ନାହିଁ । +ବିଜୁର ଫୋନ୍‌ ପାଇବା ଦିନଠାରୁ ପ୍ରଶାନ୍ତଙ୍କ ମନ ଭଲ ନାହିଁ । +ଘରେ ଗୁମ୍‌ସୁମ୍‌ ହୋଇ ବସି ରହୁଛନ୍ତି । +ବାହାରକୁ ଜମା ବାହାରୁନାହାଁନ୍ତି । +ଆଉ ଥରେ ଗେଟ୍‌ ଖୋଲିବା ଶବ୍ଦ ହେଲା, ଟିକିଏ କାନେଇଲେ ସୁନନ୍ଦା । +ନାଁ, ଏ ଗେଟ୍‌ ଖୋଲିବା ଶବ୍ଦ ମଧ୍ୟ ତାଙ୍କର ନୁହେଁ । +ଆଶୁତୋଷ ବାବୁଙ୍କ ଗେଟ୍‌ ଖୋଲିବା ଶବ୍ଦ ବୋଧହୁଏ? ଆଶୁତୋଷ ମହାନ୍ତିଙ୍କ ସବୁବେଳେ ତାଙ୍କ ଲେଖା ଭଲ ତ ସେ ଭଲ । +ସତରେ ତାଙ୍କ ଗପ ଗୁଡ଼ିକରେ ଜୀବନ ଅଛି । +ଅନେକ ଥର ଲେଖିସାରି ପାଣ୍ଡୁଲିପି ଟା ଆଣି ସୁନନ୍ଦାଙ୍କ ହାତରେ ଧରେଇ ଦେଇ କୁହନ୍ତି “ କେମିତି ହୋଇଛି କହିବ? ” ଆରତୀ ଥାଳିକୁ ସଜାଡ଼ୁ ସଜାଡ଼ୁ ବାହାରେ ଗେଟ୍‌ ଖୋଲିବା ସହିତ କିଛି ଲୋକଙ୍କ ପାଟିତୁଣ୍ଡ ସୁନନ୍ଦାଙ୍କୁ କେମିତି ବ୍ୟସ୍ତ କରିଦେଲା । +ବିଜୁ ଆସିଗଲା ବୋଧହୁଏ, ହାତରେ ଆରତୀ ଥାଳି ଧରି ରୋଷେଇ ଘରୁ ଗେଟ୍‌ ଆଡ଼କୁ ମୁହାଁଇଲେ ସୁନନ୍ଦା । + କିନ୍ତୁ ତାଙ୍କ ଗେଟ୍‌ ପାଖରେ ଏତେ ଭିଡ଼ କାହିଁକି ? +ହଠାତ୍‌ ଦଲକାଏ ପବନରେ ଦୀପଟି ଲିଭିଗଲା । +ଥାଳିରେ ଥିବା ଚନ୍ଦନ ସିନ୍ଦୁର ବିଛାଡ଼ି ହୋଇ ପଡ଼ିଗଲା ଧଳାକନା ଉପରେ । +କନାଟିକୁ ହାତରେ ଉଠେଇଲେ ସୁନନ୍ଦା । +ଘର ଆଗରେ ଠିଆ ହୋଇଛି ପୋଲିସ୍‌ ଜିପ୍‌ । +ପୋଲିସ୍‌ ଅଫିସର୍‌ଙ୍କ ସହ ମ୍ରିୟମାଣ ହୋଇ କଥା ହେଉଛନ୍ତି ପ୍ରଶାନ୍ତ । +ସୁନନ୍ଦାଙ୍କ ଆଖି ଆଗର ପୃଥିବୀ ଯେମିତି ଚକ୍‌କର କାଟୁଥିଲା । +ଥକ୍‌କା ହୋଇ ସେ ବସିଗଲେ ପାଖରେ ପଡ଼ିଥିବା ଚୌକି ଉପରେ । +ପୋଲିସ୍‌ ଅଫିସର୍‌ ଜଣକ କହୁଛନ୍ତି ଗତକାଲି ପାହାନ୍ତା ପହରର ଘଟଣା । +ଟ୍ରେନ୍‌ର ଦୁଆର ପାଖରେ ଠିଆ ହୋଇଥିବାବେଳେ ହଠାତ୍‌ ବୋଧହୁଏ ଅସାବଧାନତାରୁ ରେଳଧାରଣା କଡ଼କୁ ଖସିପଡ଼ିଛି ବିଜୁ । +ମୁଣ୍ଡରେ ସାଂଘାତିକ ଆଘାତ ଯୋଗୁଁ… ଆଉ କିଛି ଶୁଣିବା ଅବସ୍ଥାରେ ନଥିଲେ ସୁନନ୍ଦା । +ତାଙ୍କ ଆଖି ଆଗରେ ଭାଙ୍ଗି ଟୁକୁଡ଼ା ଟୁକୁଡ଼ା ହୋଇଯାଉଥିଲା ସେ ଗଢ଼ିଥିବା ସୁନେଲି ସ୍ବପ୍ନ । +ଏ ନିଶ୍ଚୟ ସଲିମାର ବାପାଙ୍କ କାମ ହୋଇଥିବ । +ପଇସା ବଳରେ ସେ ନିଶ୍ଚିହ୍ନ କରିଦେଇଥିବେ ବିଜୁକୁ । +ଆଉ କିଛି ଭାବିବା ପୂର୍ବରୁ ଅନ୍ଧାର ହୋଇଆସୁଥିଲା ସମଗ୍ର ପୃଥିବୀ । -- GitLab