From 9bff7f0aae17c5d0cc917a8b3a15f2ddd82f51a1 Mon Sep 17 00:00:00 2001 From: Nayan Ranjan Paul Date: Sat, 17 Sep 2022 12:27:19 +0530 Subject: [PATCH] Upload New File --- .../odiasahitya.com/sent_odiasahitya_galpa_10 | 103 ++++++++++++++++++ 1 file changed, 103 insertions(+) create mode 100644 Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_galpa_10 diff --git a/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_galpa_10 b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_galpa_10 new file mode 100644 index 0000000..14cda8f --- /dev/null +++ b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_galpa_10 @@ -0,0 +1,103 @@ +ଜହ୍ନମାମୁଁ +- ମାନସୀ କର +ତା: ଜୁଲାଇ ୪, ୨୦୧୨ +ମୂଳ ପୃଷ୍ଠା → ଗଳ୍ପ → ଆଧୁନିକ → +‘ମନ୍ କଲା ବାଈ । +ଦେହେ ହିଁ ଭରିଗଲା । +କାଣା ଆଉ କରିଥିଁତି । +ପିଲାକେ କୁଡ଼ିଏ ହଜାର ଟଙ୍କା, ସୁନାର ମୁଦି, ଘଡ଼ି ଦେଲି । +ଟୁକେଲ୍ କେ ଭି ଘର କର୍‌ନା ସବୁ ସାମାନ୍ ଦେଲି ଆଉ ପାର୍ କରିଦେଲି । +ହେଲେ କାଏଁ କରିବି ବାଈ, ପିଲାଟା ନକ୍‌ରି, ଚାକ୍‌ରୀ, କିଛି କର୍‌ବାର୍‌ ନାଇଁ, କୁଲିମଜ୍‌ରୀ ଭି ନାଇଁ କରେ । +ପାଖେ ଅଛେଁ ବଲି ମତେ ହିଁ ଦେଖ୍‌ବାର ଲାଗି ପଡ଼ୁଛେ । +ଦେଖ୍‌ତ ବାଈ ମୋର୍ ଜୁଏଁ ଲାଗି କାମ୍‌ଧନ୍ଦା କିଛି ଖୁଜିଦେ । +ପଲସ୍‌ଟୁ ଫେଲ ଆଏ । +କଲେଜ୍ ଥି ଦୁଇ ବଛର୍ ପଢ଼ିଛେ । +‘ମିଶ୍ରବାବୁଙ୍କ ସ୍ତ୍ରୀ ସବୁକିଛି ମନପ୍ରାଣ ଦେଇ ଶୁଣୁଥାନ୍ତି କାରଣ କଥା ଶୁଣିଲେ ଏବଂ କହି ଜାଣିଲେ ହିଁ ଏ ଯୁଗରେ କାମ ହାସଲ କରି ହୁଏ । +ଏହି ନିଗୁଢ଼ ସତ୍ୟ କଥାଟା ତିରିଶି ବର୍ଷର ବୈବାହିକ ଜୀବନର ଅନୁଭୂତି ମଧ୍ୟରେ ବେଶ୍ ଭଲ ଭାବରେ ହୃଦୟଙ୍ଗମ କରିଛନ୍ତି ମିଶ୍ରାଣୀ । +ପୁଣି ମାମୁଁ ଯୋଡିଲେ ଏବଂ କହିଲେ-‘ଖୋବ୍ ଦିନ୍ ହେଲା ବାଈ ତତେ ନି ଦେଖିଥିଲି । +ଏତ୍‌କି ଦିନ୍ ଥି ମୋର ପୁଓ ଗୁଟେ ଭି ହେଲାନ । +ବଡ୍‌କା ଭାଗିକରି ବିହା ହେଲା ଆଉ ଦୁଇଟା ନନୀ ଭି ଜୁକ୍‌ଜାକ୍ ଦିଶ୍ଲେନ । +ସେମାନ୍କର୍ କଥା ଭି ଭାବ୍‌ବା ଯେଁ ପଡ଼୍‌ସି । +ହେଲେ ବେଶି ଭାବିକରି ମୁଁଇ ଦିମାଗ୍‌କେ ଗୋଲ୍‌ମାଲ୍ ନି କରେ ବାଈ । +ମୁଇଁ ବିନ୍ଦାସ୍ ଲୋକ ଆଏଁ । +ମୋର୍ ମାଏ ଝି ଭି ଚିନ୍ତା ନି କରେ । +ଯେଭେ ଯାହା ହେବାର୍ କଥା ହେବା । +ଭାବି କରି କାଏଁ ଲାଭ୍? ‘ଦେ ପାଏନ୍ ଟିକେ ଦେ । +ଶୋଷ୍ ଲାଗ୍‌ଲାନ ।’ +ମିଶ୍ରାଣୀ ପାଣି ଢାଳେ ଦେଲେ । +ଢକ୍ ଢକ୍ କରି ମାମୁଁ ପାଣି ପିଇଲେ । +ପୁଣି ଗପିଲେ । +‘ଡିସ୍ ଆଣ୍ଟିନା ଲଗେଇ ଦେଇଛେଁ ବାଈ । +ତୋର୍ ବହରିଆ କାହାରି ଘର୍ ନି ଯାଏ । +କାମ୍ କରି କରି ଥକିଗଲେ ଘରେ ବସିକରି ଟିଭି ଦେଖ୍ସି । +ଘରେ ରହେସି । +ବେଶି ବୁଲାଚଲା ପସନ୍ଦ୍ ନି କରେ । +ଲନ୍ଦର୍ ଫନ୍ଦର୍ ଭି ଆମ୍‌କେ ଭଲ୍ ନି ଲାଗେ । +ମୁଁ ଠିକ୍ ତ ମୋର୍ ମାଏଁ ଝି ଠିକ୍ ଆଉ ଆମର୍ ଲାଗି ଦୁନିଆଁ ଠିକ୍‌ । +ଲୋକ୍‌ମାନେ ମୋର୍ ନିଜର୍ ଆନ୍ ଆଉ ମୁଁ ଲୋକ୍‌ମାନ୍‌କର୍ ଆଏଁ । +ଲୋକ୍‌ମାନେ ମତେ ଭଲ ପାଏସନ୍‌ । +ମୁଁ ଲୋକ୍ ମାନ୍‌କେ ଭଲ୍ ପାଏଁସି ।’ +‘ବାଈଗୋ! ଇ ବଛର୍ ଇଲେକ୍‌ସନ୍ ଥି ଖୋବ୍ ପିଇଛେଁ । +ସବୁ ପାର୍ଟିନୁ ଖାଇଛେଁ । +ସଭେଁ ତ ମୋର୍ ନିଜର୍‌ । +କାହାକେ ମନା କର୍‌ମିଁ । +ସଭେଁ ଦେଲେ ସବ୍‌କରନୁଁ ଖାଏଲି ।’ +ଜହ୍ନମାମୁଁଙ୍କ ଗୋଟି ଗୋଟି କଥାକୁ ସତେ ଯେମିତି ମିଶ୍ରାଣୀ ପିଇଯାଉଥାନ୍ତି । +ମୁଣ୍ଡ ଟୁଙ୍ଗାରି ଜଣେ ଗୁରୁଗମ୍ଭୀର ଶ୍ରୋତା ଭଳିଆ ସବୁ କଥାକୁ ସେ ଉଦରସ୍ଥ କରୁଥାନ୍ତି । +କାରଣ ସେ ଭଲ ଭାବେ ଜାଣନ୍ତି ଏମିତି କାମ ନ କଲେ ତାଙ୍କ କାମ ହେବନି । +‘ଜହ୍ନମାମୁଁ ।’ +ଜହ୍ନମାମୁଁଙ୍କ ନାମ ଜହ୍ନମାମୁଁ କେଉଁ ପରିପ୍ରେକ୍ଷୀରେ କେଉଁ ଘଟଣାକ୍ରମ ଅନୁଯାୟୀ ପଡ଼ିଲା ତାହା ବୋଧେ କେହି ଜାଣି ନାହାଁନ୍ତି । +ସହରଯାକ ଲୋକମାନଙ୍କର ସେ ହେଉଛନ୍ତି ସମ୍ପର୍କୀୟ । +ସମସ୍ତେ ମାମୁଁଙ୍କର ନିଜର ଲୋକ । +ସକାଳ ହେବାମାତ୍ରେ ସମସ୍ତଙ୍କ ଘରେ ସେ ଉପସ୍ଥିତି ଜାହିର୍ କରନ୍ତି । +ଦିନ ତମାମ୍ ବୁଲିବୁଲି ସେ ଦ୍ବିପ୍ରହରରେ ଘରେ ପହଞ୍ଚନ୍ତି । +ମ୍ୟୁନିସିପାଲ୍‌ଟିରେ ଦରମାଦିଆ ଚାକ୍‌ରୀ ଖଣ୍ଡେ କରୁଛନ୍ତି । +ମିଶ୍ରାଣୀ ଭଳି ଅନେକଙ୍କୁ ସେ ବାଈ କହନ୍ତି, ଅର୍ଥାତ୍ ସ୍ଥାନୀୟ ଅର୍ଥରେ ବଡ଼ଭଉଣୀ ବୋଲି ବୁଝାଯାଏ । +ସମସ୍ତଙ୍କ ସହ ସେ ସୁଖଦୁଃଖ ହୁଅନ୍ତି । +ମୋର ବୟସର ସମସ୍ତଙ୍କ ସେ ହେଉଛନ୍ତି ମାମୁଁ । +ସମସ୍ତଙ୍କ ଅତି ଆଦରର ଜହ୍ନମାମୁଁ । +କମ୍ ବେଶୀ କରି ନିଅନ୍ତି । +ହେଲେ ସେ କେବେ କାହା କଥା କାଟନ୍ତି ନାହିଁ । +ସମସ୍ତଙ୍କ ଅସୁବିଧା ସମୟରେ, ବିବାହ ଉତ୍ସବ ଆଦିରେ ଉପଯୁକ୍ତ ଆତିଥ୍ୟତା ଦେଇ ଯୋଗ ଦିଅନ୍ତି । +ମାମୁଁଙ୍କ ଜୀବନସଙ୍ଗିନୀ ହେଉଛନ୍ତି ମାଇଁ । +ମାମୁଁ ମାଇଁଙ୍କୁ ପଶ୍ଚାତ୍‌ଭାଗରେ ଲୋକେ କହନ୍ତି ଲୈଲା-ମଜ୍‌ନୁ । +ଉଭୟେ ଉଭୟଙ୍କ ପାଇଁ । +‘ମୋର୍ ସମିୟାଁ ଥି ମୁଁ ଖୋବ୍ ବଦ୍‌ମାସ୍ ଲୋକ୍‌ ଥିଲି ବାଈ । +ମୋର ଝି ଆଉ କେନ୍ତା ହେତା ? ମୁଇଁ ଯାହା କରିଥିଲି ସେ ଭି ତାହା କର୍‌ଲା । +ମୁଇଁ ଭାଗିଥିଲି-ମୋର୍ ବଡ୍କା ଝି ଭି ଭାଗିକରି ବିହା ହେଲା । +ଦୁଃଖ୍ ନି କରେଁ ବାଈ । +ଯେନ୍ତା କର୍‌ନି ହେନ୍ତା ଭର୍‌ନି ।’ +ତାଙ୍କ ସମୟରେ ମାମୁଁ ମାଇଁ ମଧ୍ୟ ଭଲପାଇ ବିବାହ କରିଥିଲେ । +ଉଭୟେ ଉଭୟଙ୍କୁ କ୍ଷଣଟିଏ ନଦେଖିଲେ ରହିପାରନ୍ତି ନାହିଁ । +ଉଭୟଙ୍କୁ ଦେଖିଲେ ନିଚ୍ଛକ ପ୍ରେମ, ଶାଶ୍ବତ ପ୍ରେମ, ଅନାବିଳ ଭଲପାଇବା, ମୋହ ଆକର୍ଷଣ ଏହି ସବୁ ଶବ୍ଦର ଅର୍ଥ ମୁଁ ମର୍ମେ ମର୍ମେ ଅନୁଭବ କରେ । +ମାମୁଁ ମେହେନ୍ତର ଜାତିର ଲୋକ । +ସହରର ନାଳନର୍ଦ୍ଦମା ସଫା କରିବା, ଆବର୍ଜନା ଫିଙ୍ଗିବା, ପାଇଖାନା ସଫା କରିବା ଆଦି କାର୍ଯ୍ୟ କରି ବେଶ୍ ରୋଜଗାର କରନ୍ତି । +ସାମାଜିକ ବର୍ଗୀକରଣ ଦୃଷ୍ଟିରୁ ମାଇଁ, ମାମୁଁଠାରୁ ଅପେକ୍ଷାକୃତ ଉଚ୍ଚଜାତିର ସ୍ତ୍ରୀ । +କିନ୍ତୁ ପ୍ରେମ ଯେ ଜାତି, ଧର୍ମ, ବର୍ଣ୍ଣ କିଛି ମାନେନା । +ଏହା ସମସ୍ତେ ତଥା ଉଭୟେ ମାମୁଁ, ମାଇଁ ବି ବେଶ୍ ଭଲ ଭାବରେ ଜାଣନ୍ତି । +ସେଦିନ ମିଶ୍ରାଣୀଙ୍କ ଘର ପାଇଖାନା ଟାଙ୍କି ସଫା କରିବାକୁ ଆସିଥିଲେ ମାମୁଁ ମାଇଁ । +ମିଶ୍ରାଣୀ କହିଲେ-‘ଭାଇରେ! ଏ ଜହ୍ନ! ତୋର୍ ବିନା ମୁଇଁ ଆଉ କାହାକେ କାମ୍ ନି କରାଏଁ । +ତୁଇ ହିଁ ମୋର୍ ନିଜର୍ ଲୋକ୍ ଆଉ ଭାଇ । +ତୋର୍ ଦ୍ବାରା ହିଁ ମୋର୍ ଘରର୍ କାମ୍ ହେବା ଭାଇ । +ସେଥିର୍ ଲାଗି ମୁଇଁ ଦୁସ୍‌ରା କାହାକେ କାମ୍ ଥି ନି ଲଗେଇ ।’ +ମିଶ୍ରାଣୀଙ୍କ କଥା ଶୁଣିବାମାତ୍ରେ ମାମୁଁମାଇଁଙ୍କ ନିଷ୍କପଟ ମନଖୋଲା ହସରେ ବାତାବରଣଟା ଖିଲ୍‌ଖିଲ୍ ହୋଇଗଲା । +ମାମୁଁ ତାଙ୍କ ଚିରାଚରିତ ଢଙ୍ଗରେ ଟିଣ ଡବା, ବାଲ୍‌ଟି ଓ କୋଡ଼ି ଆଣି ସହଜ, ସରଳ, ନିର୍ବିକାର, ଅନାବିଳ ହୃଦୟରେ ପାଇଖାନା ଟାଙ୍କି ସଫା କରିବାରେ ଲାଗିଗଲେ । +ମାଇଁ ସମସ୍ତ ମଇଳା ବାହାରେ ଗୋଟିଏ ସ୍ଥାନରେ ପକାଇବାରେ ସାହାଯ୍ୟ କଲେ । +ଜଣେ ଉତ୍ତମ ସହଧର୍ମିଣୀର ପରିଚୟ ଦେଇ ମାଇଁମାମୁଁଙ୍କ ସହ କାମ କରିବାରେ ଏହିଭଳି ନିମଜ୍ଜିତ ହୋଇ ଯାଇଥାନ୍ତି ଯେ, ତାଙ୍କ ଚେହେରାରେ ବିକାରର ଲେସମାତ୍ର ଚିହ୍ନବର୍ଣ୍ଣ ପରିଦୃଷ୍ଟ ହେଉ ନଥାଏ । +ମାତ୍ର ତିନି ଘଣ୍ଟାର ବ୍ୟବଧାନ ମଧ୍ୟରେ ତିନିଗୋଟି ପାଇଖାନା ଟାଙ୍କି ସଫାକଲେ ମାମୁଁମାଇଁ । +ଧୋଇମାଜି ହୋଇ ନିଜକୁ ପରିଷ୍କାର ପରିଚ୍ଛନ୍ନ ହେଲେ ଉଭୟେ । +ମିଶ୍ରାଣୀ ଉଭୟଙ୍କ କାମରେ ଆନ୍ତରିକ ଭାବରେ ଖୁସି ହୋଇ ପ୍ରାପ୍ୟ ସହିତ ମାମୁଁଙ୍କୁ ନୂଆ ଗାମୁଛା, ମାଇଁଙ୍କୁ ନୂଆଶାଢୀ, ସଧବାର ସଜ ନୂଆଚୁଡ଼ି ସିନ୍ଦୂର ଦେଇ ବିଦାକଲେ । +ଯିବା ସମୟରେ ମାମୁଁ କହିଲେ- +‘ବାଈ ଗୋ! ତୋର୍ ବହରିଆକେ ମୁଁ ସବୁବେଲେ କହେଁସି ଯେ, ଜିଇଁଥିବା ତକର୍, ହାଥେ ତାକତ୍ ଥିବା ଯାକର୍, ଆଉ କାମ୍ କର୍‌ବାର୍ ଭାବ୍‌ନା ଟିକ୍‌କ ମନ୍ ଭିତ୍‌ରେ ଥିବା ତକର୍, ଆମର୍ ପେଟ୍ କେଭେ ଭୁଖେ ନାଇଁ ରହେ । +ଆମ ଚୁରୀ-ଦାରୀ ନାଇଁ କରୁଁ ବାଈ । +କାମ୍ ଛୋଟ୍ ହେଲେ ଭି ଇମାନ୍ ଥି କର୍‌ସୁଁ । +ଆଉ ଠାସେ ଜିଇଁସୁ । +ଜୀବନ୍‌ଟା କେତେ ଦିନ୍ ବାଈ! ଖୁସିଥି ରହେବାର୍ କଥା । +ହଏ-ଯାଉଛୁଁ । +କାମ୍ ପଡ୍‌ଲେ ଫୋନ୍ କର୍‌ବୁ । +ମୋର୍ ମୋବାଇଲ୍ ନମ୍ବରଟା ରଖ୍‌ । +ମିଶ୍ରାଣୀ ଚମକି ପଡ଼ିଲେ । +ଜହ୍ନର ପୁଣି ମୋବାଇଲ୍ ନମ୍ବର । +ଯାହାହେଉ ଜହ୍ନ ବି ଯୁଗସହିତ ସମତାଳରେ ଗତି କଲାଣି ଜାଣି ଖୁସି ହେଲେ ।’ +ମାମୁଁ ପଛେପଛେ ମାଇଁ ମିଶ୍ରାଣୀ ଦେଇଥିବା ଜିନିଷପତ୍ର ଟଙ୍କା ଘେନି ଜଣେ ସନ୍ତୁଷ୍ଟ, ଆତ୍ମତୃପ୍ତ କର୍ମଯୋଗୀ ଦାର୍ଶନିକ ଭଳି ନିଜ ବାଟରେ ବାହୁଡ଼ିଗଲେ । +ଏପଟେ ସୂର୍ଯ୍ୟ ମଧ୍ୟ ମୁଣ୍ଡ ଉପରେ ଆସିଯାଇଥିଲେ । -- GitLab