From 9d1177d13b34c0ac0f0f8bb383a40539cc37d0be Mon Sep 17 00:00:00 2001 From: Nayan Ranjan Paul Date: Thu, 22 Sep 2022 15:20:18 +0530 Subject: [PATCH] Upload New File --- .../vikashpedia_health_odia65.txt | 39 +++++++++++++++++++ 1 file changed, 39 insertions(+) create mode 100644 Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia65.txt diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia65.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia65.txt new file mode 100644 index 0000000..99dd119 --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia65.txt @@ -0,0 +1,39 @@ +ପୋଦିନା ଶରୀର ପାଇଁ ବଡ଼ ଉପକାରୀ +ପୋଦିନା +ଆଜିକାଲି ବଜାରରେ ପୋଦିନା ପତ ବିକ୍ରି ହେଉଥିବା ଦେଖିବାକୁ ମିଳୁଛି । +ଏହାକୁ ବିଭିନ୍ନ ଚଟପଟି ଖାଦ୍ୟରେ ବ୍ୟବହାର କରାଯାଉଛି । +ଖାଇବାକୁ ସ୍ୱାଦିଷ୍ଟ ଲାଗୁଥିବା ପୋଦିନା ଶରୀର ପାଇଁ ବଡ଼ ଉପକାରୀ । +ଇଂରାଜୀରେ ମିଣ୍ଟ ନାଁରେ ପରିଚିତ ପୋଦିନାରେ ରହିଛି ଅନେକ ଔଷଧୀୟ ଗୁଣ । +ବ୍ୟବହାର +ଅଜୀର୍ଣ୍ଣ, ଅରୁଚି, କଫ, କାସ, ବାନ୍ତି, ଅତିସାର, ବାୟୁ, କୃମି ଆଦିର ନିବାରଣ ପାଇଁ ଏହାର ଉପଯୋଗ ହୋଇଥାଏ । +ଅଜୀର୍ଣ୍ଣ ଓ ଅଗ୍ନିମାନ୍ଦ୍ୟରେ ସୈନ୍ଧବ ଲବଣ, ପୁରୁଣା ତେନ୍ତୁଳି ଓ ଜୀରା ସହିତ, ଅଥବା ଅଦା ଓ ଲୁଣ ସହିତ, ନାଳ ଝାଡାରେ ଶୁଣ୍ଠି ଓ ଲୁଣ ସହିତ ଏବଂ କୃମି ଆଦିରେ ଏହାକୁ ଗୋଲ ମରିଚ ସହିତ ପ୍ରୟୋଗ କରାଯାଏ । +ଔଷଧୀୟ ଗୁଣ +ଖରା ଦିନେ ଅଂଶୁଘାତରୁ ରକ୍ଷା କରିଥାଏ ପୋଦିନା । +ପୋଦିନା ରସ ଦେହ ପାଇଁ ହିତ । +ଖରାରେ ବାହାରକୁ ଯିବା ପୂର୍ବରୁ ବି ଆପଣ ପୋଦିନା ରସ ପିଇ ପାରିବେ । +ପାଟିରୁ ଦୁର୍ଗନ୍ଧ ବାହାରୁଥିଲେ ପୋଦିନା ପତ୍ରକୁ ବ୍ୟବହାର କରନ୍ତୁ । +ପୋଦିନା ପତ୍ରର ରସରେ ପାଣି ମିଶାଇ କୁଳି କଲେ ପାଟିରୁ ବାହାରୁଥିବା ଦୁର୍ଗନ୍ଧ ଦୂର ହୋଇଥାଏ । +ଶରୀରର କୌଣସି ସ୍ଥାନରେ କ୍ଷତ ହୋଇଥିଲେ ପୋଦିନା ପତ୍ରକୁ ବାଟି ତା’ର ରସକୁ ସେହି ଜାଗାରେ ଲଗାଇ ଦିଅନ୍ତୁ । +ଘା’ ଶୀଘ୍ର ଶୁଖି ଯିବ । +ଘା’ ସ୍ଥାନରୁ ବାହାରୁ ଥିବା ଦୁର୍ଗନ୍ଧ ମଧ୍ୟ ଦୂର ହୋଇଯିବ । +ଅନେକ ପ୍ରକାର ଚର୍ମରୋଗକୁ ନାଶ କରିଥାଏ ପୋଦିନା । +ଚର୍ମ ରୋଗ ହେଲେ ପୋଦିନା ପତ୍ରର ପ୍ରଲେପ ଲଗାଇବା ଦ୍ୱାରା ଆରାମ ମିଳିଥାଏ । +ବାନ୍ତି ହେଉଥିଲେ ଅଧା କପ୍ ପୋଦିନା ରସକୁ ଦୁଇ ଘଣ୍ଟା ବ୍ୟବଧାନରେ ରୋଗୀକୁ ପିଆନ୍ତୁ । +ବାନ୍ତି ବନ୍ଦ ହୋଇଯିବ । +ଖାଦ୍ୟ ହଜମ ହେବାରେ ଅସୁବିଧା ହେଉଥିଲେ ପୋଦିନା ରସକୁ ପାଣିରେ ମିଶାଇ ପିଇଲେ ଉପଶମ ମିଳେ । +ପେଟ ବ୍ୟଥା ହେଉଥିଲେ ପୋଦିନାକୁ ଜୀରା, ହେଙ୍ଗୁ, ଗୋଲମରିଚ ଓ ଲୁଣ ସହିତ ମିଶାଇ ପିଅନ୍ତୁ । +ପେଟ ବ୍ୟଥା ଦୂର ହୋଇଯିବ । +ପ୍ରସବ ବେଦନା ସମୟରେ ମହିଳାମାନେ ପୋଦିନା ରସ ପିଇଲେ ସୁରୁଖୁରୁରେ ପ୍ରସବ ହୋଇଥାଏ । +ପୋଦିନା ଖାଇବା ଦ୍ୱାରା ହାକୁଟି ସମସ୍ୟା ଦୂର ହୁଏ । +ସ୍ୱାସ୍ଥ୍ୟ ପାଇଁ ତରଭୁଜ , ପଇଡ଼ ପାଣି, ଲେମ୍ବୁ ପାଣି ଓ ମିଶ୍ରି ପାଣି ଲାଭଦାୟକ ବୋଲି ସମସ୍ତେ ଜାଣନ୍ତି । +ତେବେ ନିକଟରେ ଏକ ପରୀକ୍ଷରୁ ଜଣା ପଡିଛି ନିୟମିତ ଭାବେ ପୋଦିନା ରସ ପିଇବା ସ୍ୱାସ୍ଥ୍ୟ ଉପରେ ଉତ୍ତମ ପ୍ରଭାବ ପକାଇଥାଏ । +ନଜର ପକାନ୍ତୁ ପୋଦିନା ପତ୍ରର ଔଷଧୀୟ ଗୁଣ ଉପରେ । +ଭିଟାମିନ୍‌-ଏ ଥିବାରୁ ପୋଦିନା ରସ ଚକ୍ଷୁ ପାଇଁ ମଧ୍ୟ ଉପକାରୀ । +ଦିନକୁ ୨ଥର ଏହି ପାନୀୟ ପିଇଲେ ଆର୍ଥ୍ରାଇଟିସ୍‌ ହେବାର ଆଶଙ୍କା ଯଥେଷ୍ଟ କମ୍‌ ରହିଛି । +ପୋଦିନା ରସରେ ପୋଟାସିୟମ୍‌ ସଠିକ୍ ପରିମାଣରେ ଥିବାରୁ ତାହା ହୃଦରୋଗରୁ ରକ୍ଷା କରିଥାଏ । +ପୋଦିନା ରସ ରକ୍ତହୀନତାରୁ ରକ୍ଷା କରେ । +ଦିନକୁ ୨ଥର ପୋଦିନା ରସ ପିଇଲେ ଓଜନ ମଧ୍ୟ ନିୟନ୍ତ୍ରଣାଧୀନ ରହିଥାଏ । +ମେନଥୋଲ ନାମକ ତତ୍ତ୍ୱ ପୋଦିନା ରସରେ ଥିବାରୁ ଏହାକୁ ପିଇଲେ ମାଇଗ୍ରେନ୍‌ରୁ ରକ୍ଷା ମିଳିଥାଏ । +ପୋଦିନା ରସରେ ଆଣ୍ଟିସେପଟିକ୍‌ ଗୁଣ ପ୍ରଚୁର ପରିମାଣରେ ଥିବା କାରଣରୁ ଏହା ତ୍ୱଚାକୁ ମଧ୍ୟ ସୁସ୍ଥ ରଖେ । +ପୋଦିନାରେ ଭିଟାମିନ୍‌ ସି ଥିବାରୁ ଏହାକୁ ପିଇବା ଦ୍ୱାରା ଶୀଘ୍ର ଥକା ଲାଗିନଥାଏ । +ପ୍ରତିଦିନ ପୋଦିନା ରସ ପିଇଲେ ସ୍ମୃତି ଶକ୍ତି ବୃଦ୍ଧି ହୁଏ । -- GitLab