From a1428c696dd7eb8d5e2d7930db0c988dc25cd502 Mon Sep 17 00:00:00 2001 From: Nayan Ranjan Paul Date: Tue, 27 Sep 2022 11:27:34 +0530 Subject: [PATCH] Upload New File --- .../vikashpedia_health_odia82.txt | 46 +++++++++++++++++++ 1 file changed, 46 insertions(+) create mode 100644 Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia82.txt diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia82.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia82.txt new file mode 100644 index 0000000..b4b10a8 --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia82.txt @@ -0,0 +1,46 @@ +ମାତୃସ୍ତନ୍ୟ +ମାତୃସ୍ତନ୍ୟ +ସାଧାରଣତଃ ଶିଶୁ ଜନ୍ମ ପୂର୍ବରୁ ଏପରିକି ଶିଶୁ ମା ପେଟରେ ରହିବାର ୭ ମାସ ମଧ୍ୟରେ କ୍ଷୀର ମାତୃସ୍ତନକୁ ଆସିଥାଏ । +ଏହାର ସମ୍ପୂର୍ଣ୍ଣତା ଶିଶୁ ଜନ୍ମ ମାତ୍ରେ ହୋଇଥାଏ । +ତେଣୁ ଶିଶୁଜନ୍ମ ମାତ୍ରେ ମାତୃସ୍ତନରେ କ୍ଷୀର ଆସିଥାଏ । +କେତେକସ୍ତ୍ରୀଲୋକ ଶିଶୁ ଜନ୍ମ ପରେ ପ୍ରଥମ କ୍ଷୀର ଯାହାକି ହଳଦିଆ ଦେଖାଯାଏ ଓ ବହଳ ଥାଏ ତାକୁ ଫୋପାଡି ଦିଅନ୍ତି ; ମାତ୍ର ପ୍ରକୃତରେ ସେହି କ୍ଷୀରକୁ ଯଦିଶିଶୁକୁ ଦିଆଯାଏ ସେଥିରେ Nuctileuka ନାମକ ଏକ ଦ୍ରବ୍ୟ ଥାଏ । +ଯେଉଁତିରେ କି ସମସ୍ତ ଖାଦ୍ୟସାର ସହ ବ୍ୟାଧି ପ୍ରତିରୋଧକ ଶକ୍ତି ଥାଏ ; ତେଣୁ ସେହି କ୍ଷୀରଟି ଶିଶୁ ପାଇଁ ନିତ୍ୟାନ୍ତ ପ୍ରୟୋଜନୀୟ । +ତେଣୁ ଶିଶୁକୁ ସେ ପ୍ରଥମ ବହଳ, ହଳଦିଆ ମା କ୍ଷୀର ଦେବା ନିତ୍ୟାନ୍ତ ପ୍ରୟୋଜନୀୟ । +ସ୍ତନସ୍ଥ କ୍ଷୀର ବିଶୁଦ୍ଧ ଉପାୟ +ମାତୃସ୍ତନରେ କ୍ଷୀର ଥିଲେ ମଧ୍ୟ ସମୟ ସମୟରେ ତାହା ଶିଶୁର ଅତିସାର ଜ୍ଵର, ବାନ୍ତି କୃମି ଆଦିର କାରଣ ହୋଇଥାଏ । +ତେଣୁ ଉପରୋକ୍ତ ରୋଗଗୁଡିକ ଶିଶୁକୁ ନ ହେବା ପାଇଁ ସ୍ତନରେ ଥିବା ସ୍ତନ୍ୟର ବିଶୁଦ୍ଧୀ କରଣ ନିତ୍ୟାନ୍ତ ଆବଶ୍ୟକ – ସୋଁପ – 500 ଗ୍ରାମ୍ମ, ମିଶ୍ରି- 500 ଗ୍ରାମ୍ ଚୂର୍ଣ୍ଣ କରି ମିଶାଇ ଏକଚାମଚ ଲେଖାଏଁ ଉଷୁମ କ୍ଷୀର ବା ଜଳ ସହ ଖାଇଲେ ( ମା) ସ୍ତନ ଶୁଦ୍ଧି ହୋଇ ଶିଶୁର ଉତ୍ତମ ସ୍ୱାସ୍ଥ୍ୟ ରହେ । +ଅନନ୍ତମୂଳ, ଅକାନବିନ୍ଧି, ଶୁଣ୍ଠି, ମୁଥା, ଇନ୍ଦ୍ରଯବ, ଗୁଳୁଚି କଟୁକୀ ଭୂମିମ୍ବ, ଦେବଦାରୁ ଏ ସମସ୍ତରୁ ୧୦ ଗ୍ରାମ୍ ଲେଖାଏଁ ନେଇ ଆଠ ଗୁଣ ଜଳ ଦେଇ ଚୁଲିରେ ଫୁଟାଇବ । +ଏକ ଗୁଣ ଜଳ ରହିଲେ ତାକୁ ସକାଳେ ଅଧା ଓ ସନ୍ଧ୍ୟାରେ ଅଧା ପାନ କଲେ ମାତୃ ସ୍ତନ ଶୁଦ୍ଧ ରହି ଶିଶୁର ଶରୀର ଉତ୍ତମ ରହେ । +ମାତୃସ୍ତନରେ କ୍ଷୀର ବୃଦ୍ଧି +ପ୍ରଥମତଃ ମା’ର ସ୍ତନ୍ୟବୃଦ୍ଧି ନିମନ୍ତେ ମା’କୁ ପ୍ରଥମତଃ ପୁଷ୍ଟିକର ଖାଦ୍ୟ ଦେଲେ ମାତୃ ଶରୀର ସୁସ୍ଥତା ସହ ଶିଶୁର ସ୍ୱାସ୍ଥ୍ୟ ଠିକ୍ ରହେ । +ପ୍ରତ୍ୟେକ ଦିନ ଅମତୃଭଣ୍ଡା ତୋଳି ( ସଦ୍ୟ) ତା’କୁ ସିଝାଇ କେବଳ ଲୁଣ ଜିରା ଗୁଣ୍ଡ ଦେଇ ଅତି କମ୍ ରେ 500 ଗ୍ରାମ୍ ଖାଇଲେ ମାତୃସ୍ତନରେ ସ୍ତନ୍ୟ ବୃଦ୍ଧି ହୁଏ । +ପ୍ରସବ ସାତ ଦିନ ମଧ୍ୟରେ ପୁରୁଣା ଲାଉର ଚେର ୧୦ ଗ୍ରାମ୍ ଅରୁଆଚାଉଳ ରେ କାଉ କରିବ ( ପାଏସ୍ ପରି କରିବ ) ମାତ୍ର ଅନ୍ୟ କିଛି ପଡିବ ନାହିଁ । +ସେହି ଜାଉ ୧୫ ଦିନ ଖାଇଲେ ଅତିମାତ୍ରାରେ ମାତୃସ୍ତନକୁ କ୍ଷୀର ଆସିଥାଏ । +ଏହାକ ପରୀକ୍ଷିତ । +ଭୁଇଁକଖାରୁ ୨୦ ଗ୍ରାମ୍ ପିପ୍ପଳୀ ଓ ଗୋଲମରିଚ ୨ ଗ୍ରାମ୍ ଲେଖାଏଁ ମିଶାଇ ସମସ୍ତକୁ ଏକତ୍ର ବାଟି ସକାଳ ସନ୍ଧ୍ୟା ପାନ କଲେ ମାତୃ ସ୍ତନରେ କ୍ଷୀର ଉତ୍ପନ୍ନ ହୁଏ । +ମୁଥାମୂଳ ୧୦ ଟି ଧୋଇ ତାକୁ ବାଟି ସେଥିରେ ୧୦ ଠୋପା ଅମୁତଭଣ୍ଡା ରସ ମିଶାଇ ପନ୍ଦର ଦିନ ଦେଲେ ମାତୃ ସ୍ତନରେ କ୍ଷୀର ଆସେ । +ଭୁଇଁକଖାରୁ ( ଭୂମି କୁଷ୍ଣଣ୍ଡ) ୫୦୦ ଗ୍ରାମ୍, ମିଶ୍ରି -୫୦୦ ଗ୍ରାମ୍ ମିଶାଇ ପ୍ରତ୍ୟେକ ଦିନ ସକାଳ ସନ୍ଧ୍ୟାରେ ୧ ଚାମଚ କରି ଖାଇବ । +ମାତୃସ୍ତନରୁ କ୍ଷୀର କମାଇବା ଉପାୟ +ଶିଶୁ ଜନ୍ମ ପରେ ମୃତ ହେଲେ ମାତୃସ୍ତନରେ କ୍ଷୀର ରହି ବହୁତ କଷ୍ଟ ହୁଏ । +ଏପରିକି ମାତୃସ୍ତନରେ ବଥ ( Boil) ବା ଭିତରେ ସଂକ୍ରମଣ ମଧ୍ୟ ହୋଇଥାଏ । + ଏଣୁ ସ୍ତନ ମଧ୍ୟରୁ ସ୍ତନ୍ୟସ୍ରବଣ ବନ୍ଦ କରିବା ନିତ୍ୟାନ୍ତ ଆବଶ୍ୟକ, ଯଥା – +ଅତି କ୍ଷୀର ହେଲେ ପ୍ରତ୍ୟେକ ଦିନ ଚାପ ନିଜେ ଦେଇ କ୍ଷୀର ବାହାର କରିଦେବା ଉଚିତ୍ । +ନ ହେଲେ ବିଦ୍ଧାଛିଟା ହୋଇଥାଏ । +କର୍ପୂର – 500 ମି. ଗ୍ରା ଦିନକୁ 2 ଥର ଖାଇଲେ କ୍ଷୀର ବନ୍ଦ ହୋଇଥାଏ । +ଦୁଦୁରାପତ୍ରକୁ ବାଟି ଗରମ କରି ଦିନକୁ ୪ ଥର ସ୍ତନରେ୪ ଲେପ ଦେଲେ କ୍ଷୀରସ୍ରବଣ ବନ୍ଦ ହୋଇଥାଏ । +ସ୍ତନ ଦୃଢୀକରଣ +ସାଧାରଣତଃ ପୁରୁଷ ଓ ସନ୍ତାନସନ୍ତତିଙ୍କ ଯୋଗୁଁ ସ୍ତ୍ରୀମାନଙ୍କର ସ୍ତନର ମାଂସପେଶୀ ଶିଥିଳ ହୋଇ ଓହଳିପଡି ଅସୁନ୍ଦର ଦେଖାଯାଏ । +ତେଣୁ ତାକୁ ବୃଢ କରିବାଦ୍ଵାରା ସ୍ତ୍ରୀ ତା’ର ସୌନ୍ଦର୍ଯ୍ୟ ପୁନଶ୍ଚ ଫେରିପାଇଥାଏ । +ସେଥିନିମନ୍ତେ ସ୍ତନ ଦୃଢୀ କରଣ ନିମନ୍ତେ କେତେକ ଯୋଗ ପରପୃଷ୍ଠାରେ ପ୍ରଦାନ କରାଗଲା । +ଲାଜକୁଳି ଲତାର ଚେର – ୧୦୦ ଗ୍ରାମ୍, ଅଶ୍ଵଗନ୍ଧା – ୧୦୦ ଗ୍ରାମ୍, ଦୁବଘାସ – ୧୦୦ ଗ୍ରାମ୍ ନେଇ ଏ ସମସ୍ତର ଆଠ ଗୁଣ ଜଳ ଦେଇ ସିଝାଇବ । +ଏକଗୁଣ ଜଳ ରହିଲେ ସେଥିରେ ରାଶିତେଲ ୨୫୦ମି. ଲି. ପକାଇ ପାକ କରିବ । +ଜଳୀୟାଂଶ ସଂପୂର୍ଣ୍ଣ ମରିଗଲା ପରେ ସେ ତେଲକୁ ଶିଶିରେ ରଖିବ । +ପ୍ରତିଦିନ ସ୍ତନରେ ମାଲିସ୍ କରିବ ଓ ମାଲିସ୍ ପରେ ପୁନଶ୍ଚ ସେ ତେଲର ଏକ କନାପଟି କରି ଦୁଇ ସ୍ତନରେ ଏକ ସମୟରେ ବାନ୍ଧିବ ୧ ମାସ ପର୍ଯ୍ୟନ୍ତ । +ଉପରୋକ୍ତ ଦ୍ରବ୍ୟର ମିଶ୍ରଣକୁ ଲାଜକୁଳି ଲତାର ପାତ୍ର ସହ ଚେର ଓ ଦୁବଘାସକୁ ବାଟି ଦୁଇ ସ୍ତନରେ ଲେପ ଦେଇ ପଟି କରି ବାନ୍ଧିବ । +ଏହିପରି ୧୫ ଦିନ କରିବ । +ଉକ୍ତ ସମୟରେ ସହବାସ ବା ସନ୍ତାନସନ୍ତତିକୁ କ୍ଷୀର ଦେବା ନିଷେଧ । +ଏହି ଯୋଗ ପରୀକ୍ଷିତ ଅଟେ । +ଡାଳିମ୍ବଚେର ଓ ଲାଜକୁଳି ଚେରକୁ ବାଟି ସ୍ତନରେ ଦିନକୁ ୪ ଥର ଲେପ ଦେବ । +ଏହିପରି ୧୫ ଦିନ କଲେ ସ୍ତନ ଦୃଢ ହୁଏ । +ଶ୍ଵେତମନ୍ଦାରକୁ ବାଟି ଗୋ ଦୁଗ୍ଧରେ ମିଶାଇ ସ୍ତନ ଉପରେ ଲେପ ଦେବ । +ଶା. ଜିରାକୁ ବାଟି ଦିନକୁ ୪ ଥର ଲେପ ଦେବା ଫଳରେ ସ୍ତନ ଦୃଢ ହୋଇଥାଏ । -- GitLab