From a55f4a9ed46be08142b4a7e48ad7f6ca80974628 Mon Sep 17 00:00:00 2001 From: Nayan Ranjan Paul Date: Sat, 17 Sep 2022 12:45:32 +0530 Subject: [PATCH] Upload New File --- .../sent_odiasahitya_prachada_5 | 61 +++++++++++++++++++ 1 file changed, 61 insertions(+) create mode 100644 Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_prachada_5 diff --git a/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_prachada_5 b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_prachada_5 new file mode 100644 index 0000000..46d3628 --- /dev/null +++ b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_prachada_5 @@ -0,0 +1,61 @@ +ଦୋଳ ଯାତ୍ରା : ଆଧ୍ୟାତ୍ମିକ ପ୍ରସଙ୍ଗ + ଡଃ. ସତ୍ୟପ୍ରିୟ ମହାଳିକ, ଭୁବନେଶ୍ବର +ତା: ମାର୍ଚ୍ଚ୍ ୧୮, ୨୦୧୧ +ମୂଳ ପୃଷ୍ଠା → ସାହିତ୍ୟ ଓ ସଂସ୍କୃତି → +ଲୀଳାମୟ ଭଗବାନ ଦୁଷ୍ଟ ବିନାଶ ଓ ସାଧୁର ପରିତ୍ରାଣ ପାଇଁ ଯୁଗେ ଯୁଗେ ଅବତାର ଗ୍ରହଣ କରିଛନ୍ତି । +ଜଗନ୍ନାଥଙ୍କ ବିଷୟରେ ଐତିହାସିକ ତଥ୍ୟର ଆଲୋଚନା କଲେ ଜଣାଯାଏ ଯେ, ଯଥାର୍ଥରେ ୧୦ମ ଶତାବ୍ଦୀ ବେଳକୁ ଓଡ଼ିଶାରେ ସେ ରାଷ୍ଟ୍ରଦେବତା ରୂପେ ପରିଚିତ ହୋଇ ସାରିଥିଲେ । +ଡଃ. ବାସୁଦେବ ସାହୁଙ୍କ ମତରେ “ ଦଶମ ଶତାବ୍ଦୀ ବେଳକୁ ଓଡ଼ିଶାର ରାଷ୍ଟ୍ରଦେବତାଙ୍କ ନାମ ଅନୁସାରେ ଲୋକମାନେ ପୁଅମାନଙ୍କର ନାମକରଣ ଆରମ୍ଭ କଲେଣି । +” ଆହୁରି ମଧ୍ୟ ଓଡ଼ିଶାର ଧର୍ମଧାରା ଆଲୋଚନାକରି ସିଦ୍ଧାନ୍ତରେ ପହଞ୍ଚି ହୁଏ ଯେ, ଓଡ଼ିଶାର ଜଗନ୍ନାଥ ପୀଠ ସର୍ବଧର୍ମ ସମନ୍ବୟ ସ୍ଥଳ ଏବଂ କାଳକ୍ରମେ ଜୈନ, ବୈଦ୍ଧ, ବୈଷ୍ଣବ ଇତ୍ୟାଦି ଧର୍ମ ଜଗନ୍ନାଥଙ୍କ ମଧ୍ୟରେ ମିଶି ଯାଇଛି । +ଚୈତନ୍ୟଙ୍କ ଆଗମନ (୧୫୦୯-୧୦) ପରେ ଯେଉଁ ଶୁଦ୍ଧ ବୈଷ୍ଣବ ଧର୍ମର ପ୍ରଚାର ଓଡ଼ିଶାରେ ଘଟିଥିଲା ତାହା କ୍ରମଶଃ ଜଗନ୍ନାଥଙ୍କ ଭିତରେ ଆବଦ୍ଧ ହୋଇ ପଡ଼ିଲା । +ଫଳତଃ ଜଗନ୍ନାଥଙ୍କୁ ଅବତାରୀ ଓ ଶ୍ରୀକୃଷ୍ଣଙ୍କୁ ଅବତାର ଭାବେ ପରିକଳ୍ପନା କରାଗଲା । + ୧୬ଶ ଶତାବ୍ଦୀର କବି ଦିବାକର ଦାସ ଏ ପ୍ରସଙ୍ଗରେ ଲେଖିଛନ୍ତି- +ଯେହୁ ଗୋଲକ ନିତ୍ୟ ସ୍ଥଳ । + ସେଇଟି ଗିରି ନୀଳାଚଳ । +କୋଟିଏ ଯୁଗ ଯେବେ ଯାଇ । + ଏଥିରେ ଲୀଳା ନସରଇ । +ଶ୍ରୀଜଗନ୍ନାଥ ଷୋଳକଳା । + ଏଥୁ କଳାଏ ନନ୍ଦବଳା । +କଳାକ ଷୋଳ କଳା ହୋଇ । + ଘେନି ଜନ୍ମିଲେ ଗୋପେ ଯାଇ । +ସୂତରାଂ ଓଡ଼ିଶୀ ବୈଷ୍ଣବର ଜଗନ୍ନାଥପ୍ରାଣତା ଓ ଗୌଡ଼ୀୟ ବୈଷ୍ଣବର କୃଷ୍ଣ ଚେତନାର ଏକ ଅପୂର୍ବ ସମନ୍ବୟ ସଂଘଟିତ ହୋଇଥିଲା । +ସେହି ସମୟଠାରୁ ଜଗନ୍ନାଥଙ୍କ ମନ୍ଦିରରେ ଜଗନ୍ନାଥଙ୍କ ନିଯୋଗ, ଆଚାର ଓ ଯାନିଯାତ୍ରାର କିଛି କୃଷ୍ଣତ୍ବ ଓ ବୈଷ୍ଣବତ୍ବର ଆରୋପ ହେଲା ଏବଂ ଜଗନ୍ନାଥ ଓ ଶ୍ରୀକୃଷ୍ଣଙ୍କର ଅଭେଦ ପରିକଳ୍ପନା କରାଗଲା । +ଦୋଳଯାତ୍ରା ବା ଚାଚେରୀ ଯାତ୍ରା ଜଗନ୍ନାଥଙ୍କର ସେହି କୃଷ୍ଣତ୍ବର ଏକ ଚରମ ନିଦର୍ଶନ । +ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ‘ବାର ମାସରେ ତେରଯାତ’ ହୁଏ ବୋଲି ଲୋକ ମୁଖରେ ପ୍ରଚାରିତ ଅଛି । +ମାତ୍ର ପ୍ରକୃତରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ଯାତ୍ରାମାନଙ୍କର ସଂଖ୍ୟା ବହୁତ ବେଶୀ । +ତନ୍ମଧ୍ୟରୁ ଦ୍ବାଦଶ ଯାତ୍ରା ହେଉଛି ଜଗନ୍ନାଥଙ୍କର ମୁଖ୍ୟଯାତ୍ରା । +ସେ ଗୁଡ଼ିକ ହେଲା- (୧) ସ୍ନାନ ଯାତ୍ରା (୨) ରଥ ଯାତ୍ରା (୩) ଶୟନ (୪) ଦକ୍ଷିଣାୟନୀ (୫) ପାର୍ଶ୍ବପରିବର୍ତ୍ତନ (୬) ଉତ୍‌ଥାପନ (୭) ପ୍ରାବରଣ ଷଷ୍ଠୀ (୮) ପୁଷ୍ୟପୂଜା (୯) ଉତ୍ତରାୟଣ (୧୦) ଦୋଳଯାତ୍ରା (୧୧) ଦମନକ ଚତୁର୍ଦ୍ଦଶୀ (୧୨) ଅକ୍ଷୟ ତୃତୀୟା । +ଏହି ଲୀଳାମାନଙ୍କ ମଧ୍ୟରୁ ଦୋଳଯାତ୍ରାରେ ଶ୍ରୀଜଗନ୍ନାଥ ନିଜେ ମଦନଗୋପାଳ (ଶ୍ରୀକୃଷ୍ଣ ହୋଇ ଫଗୁ ଖେଳ ବା ଚାଚେରୀ ଲୀଳା କରନ୍ତି) । + ଏହି ଯାତ୍ରାର ଐତିହାସିକ ଉତ୍ପତ୍ତି ସମ୍ବନ୍ଧରେ ‘ମାଦଳା ପାଞ୍ଜି’ରେ ନିମ୍ନମତେ ଉଲ୍ଲେଖ ଅଛି- +‘ଗଉଡ଼ିଆ ଗୋବିନ୍ଦ ଦେବ ରାଜା ହେଲେ ଚାରି ବର୍ଷ, ସନ. ୧୪୮୩ ପର୍ଯ୍ୟନ୍ତ । +ଏ ରାଜାଙ୍କ ଦିନରେ ଦୋଳବେଦି ଉପରେ ଦୋଳି ଛିଡ଼ି ପଡ଼ିଲା । +ବଡ଼ଠାକୁରଙ୍କ ଭୂଜ ଭାଙ୍ଗିଗଲା । +ଦେଉଳ ଭିତରେ ବିଜେକଲା ଉତ୍ତାରୁ ଶ୍ରୀଭୂଜ ନିର୍ମାଣ ମହାସ୍ନାନ ହୋଇ ଏହିଠାରୁ ଦୋଳଯାତ୍ରାକୁ ଦୋଳଗୋବିନ୍ଦ ବିଜେ କଲେ । +ଏଥିରୁ ଜଣାଯାଏ ଯେ ୧୫୭୩ (୧୪୮୩ ଶକାବ୍ଦ) ଖ୍ରୀ.ରେ ତତ୍‌କାଳୀନ ରାଜନୈତିକ ବିପର୍ଯ୍ୟୟ ସତ୍ତ୍ବେ କୃଷ୍ଣ ଉପାସନାର ପ୍ରାଧାନ୍ୟ ସଙ୍ଗେ ସଙ୍ଗେ ଏହି ଉତ୍ସବ ଅତ୍ୟନ୍ତ ଆଡ଼ମ୍ବର ସହିତ ପାଳିତ ହେଉଥିଲା । +ଏ ଯାତ୍ରା ସମ୍ପର୍କରେ ବିଭିନ୍ନ ପୁରାଣରେ ଅନେକ ତଥ୍ୟ ରହିଛି । +ଯଥା ସ୍କନ୍ଦ ପୁରାଣ, ଯାତ୍ରା ଭାଗବତ, ନୀଳାଦ୍ରି ମହୋଦୟ, ବାମଦେବ ସଂହିତା ଆଦିରେ ଏ ଯାତ୍ରା ଫାଲ୍‌ଗୁନ ଶୁକ୍ଳଦଶମୀ ତିଥିରୁ ଆରମ୍ଭ ହୋଇଥାଏ ବୋଲି ଉଲ୍ଲେଖ ରହିଛି । + ୧୨ଶ ଶତାବ୍ଦୀର କବି ଜୟଦେବଙ୍କ ‘ଗୀତ ଗୋବିନ୍ଦ’ରେ ନିମ୍ନମତେ ବସନ୍ତ ରାସର ବର୍ଣ୍ଣନା ରହିଛି- +‘ବସନ୍ତେ ବାସନ୍ତୀ କୁସୁମ ସୁକୁମାରୈ ରଚୟବୈ +ର୍ଭମନ୍ତୀ କାନ୍ତାରେ ବହୁ ବିହିତ କୃଷ୍ଣାନ୍ବସରଣାମ୍‌; +ଅମଳଂ କନ୍ଦର୍ପଜ୍ବର ଜନିତ ଚିନ୍ତାକୁଳତୟା +ଚଳନ୍‌ ବାଧାଂ ରାଧାଂ ସରସମି ଦମ୍ବଚେ ସହଚରୀ ।’ +ଜୟଦେବଙ୍କ ବର୍ଣ୍ଣିତ ବସନ୍ତ ରାସ ଏହି ଦୋଳଯାତ୍ରାର ପ୍ରତୀକ ଅଟେ । +ଶ୍ରୀଜଗନ୍ନାଥଙ୍କ ଏହି ଉତ୍ସବଟି ଶ୍ରୀମନ୍ଦିରରେ ପାଳିତ ହୁଏ । +ଦୋଳବେଦୀ ନାମକ ଗୋଟିଏ ମନ୍ଦିର ଐଶାନ୍ୟ ଭାଗରେ ଅଛି । +ସେହିଠାରେ ଦୋଳଗୋବିନ୍ଦ, ଲଷ୍ମୀ ଓ ସରସ୍ବତୀଙ୍କ ସହିତ ଦୋଳିରେ ବିଜେ କରନ୍ତି । +ସେଠାରେ ଫୁଲଛତ୍ର ଓ ଫୁଲ ଚାନ୍ଦୁଆ ଟଣାଯାଏ । +ଅବିର ଲାଗି ଚଣା ସାକର ପ୍ରଭୃତି ଭୋଗ ଓ ଅନେକ ନୀତି ହୋଇଥାଏ । +ଦୋଳ ପୂର୍ଣ୍ଣମୀର ପାଞ୍ଚଦିନ ପୂର୍ବରୁ ଜଗନ୍ନାଥ ମହାପ୍ରଭୁଙ୍କର ମଧ୍ୟାହ୍ନ ଭୋଗ ପରେ ଚାଚେରୀ ବେଶ କରାଯାଏ ଏବଂ ଚାଚେରୀ ଭୋଗ ନାମକ ଗୋଟିଏ ଅଧିକ ଭୋଗ ଲାଗି କରାଯାଏ । +ତାହାପରେ ଠାକୁର ଦୋଳଗୋବିନ୍ଦ, ଲଷ୍ମୀ ଓ ସରସ୍ବତୀଙ୍କ ସହ ବିଜେ କରି ଚାଚେରୀ ଭ୍ରମଣ ପାଇଁ ବାହାରନ୍ତି । +ଏଥିରେ ଫଗୁଲାଗି ମଧ୍ୟ ହୁଏ । +ଏହିପରି ପାଞ୍ଚଦିନ ଧରି ଉତ୍ସବ ପାଳିତ ହୁଏ । +କବି ଶ୍ରୀହର୍ଷଙ୍କ ଦ୍ବାରା ରଚିତ ଶ୍ରୀଜଗନ୍ନାଥଙ୍କର ଏହି ମହିମାମୟ ଦୋଳ ବା ଚାଚେରୀ ଯାତ୍ରାର ମହତ୍ତ୍ବ ନିମ୍ନ ଶ୍ଳୋକରେ ବର୍ଣ୍ଣିତ । +‘ଦୋଳେଚ ଦୋଳ ଗୋବିନ୍ଦଂ +ଚାପେଚ ମଧୁସୂଦନଂ +ରଥତୁ ବାମନଂ ଦୃଷ୍ଟ୍ବା +ପୁନର୍ଜନ୍ମ ନ ବିଦ୍ୟତେ ।’ +ଏହି ଦୋଳଯାତ୍ରା ବା ବସନ୍ତ ଉତ୍ସବକୁ ଚାଚେରୀ ବେଶ ଚାଚେରୀ ଯାତ୍ରା ବା ଚାଚେରୀ ଲୀଳା କୁହାଯାଏ । +ଓଡ଼ିଆ କାବ୍ୟ କବିତାରେ ମଧ୍ୟ ଏହି ଦୋଳଯାତ୍ରା ଓ ଚାଚେରୀ ଲୀଳାର ଉଦାହରଣ ଦେଖିବାକୁ ମିଳେ । +ଏହି ଦୋଳଯାତ୍ରା ବା ଚାଚେରୀ ଯାତ୍ରା ଉପରେ ଚାଚେରୀ ଲୀଳା ଏକ ପ୍ରାମାଣିକ ଇତିହାସ । +କାଳ୍ପନିକ କାହାଣୀ ଓ ପୌରାଣିକ ଘଟଣା ଅବତାରଣାର ଏକ ସମନ୍ବୟ ରକ୍ଷାକରି ଚାଚେରୀ ଲୀଳାର କାରଣ, ବିଧି, ପ୍ରସଙ୍ଗ ଓ ବର୍ଣ୍ଣନା ଇତ୍ୟାଦି- ଉପାଖ୍ୟାନ ଓ ଚମତ୍କାର କଥନ ଶୈଳୀରେ ବର୍ଣ୍ଣିତ । +ସ୍ବତରାଂ ଜଗନ୍ନାଥଙ୍କ ବିଭିନ୍ନ ଯାତ୍ରା ବା ଲୀଳାପରି ଦୋଳଯାତ୍ରାର ପୃଷ୍ଠଭୂମି ଏବଂ ଲୀଳା ପ୍ରସଙ୍ଗ ଚମତ୍କାର ଭାବ ଓ ଚେତନାର ସ୍ପର୍ଶ ଦିଏ । +ବି.ଦ୍ର.:- ଉକ୍ତ ଲେଖା ନିମନ୍ତେ ଜଗନ୍ନାଥ ଚେତନାର ଉଦ୍ଭବ ଓ ବିକାଶ, ମାଦଳା ପାଞ୍ଜି, ଗୀତ ଗୋବିନ୍ଦ, ରହସ୍ୟମଞ୍ଜରୀ, ବିଚିତ୍ର ରାମାୟଣ ପୁସ୍ତକ ସହିତ “ଶ୍ରୀମନ୍ଦିର ପତ୍ରିକା” ବିଭିନ୍ନ ସଂଖ୍ୟାର ସହାୟତା ନିଆଯାଇଛି । -- GitLab