From a579b58b0f964d6a3d4ccc69e4a91db1bc6e19f5 Mon Sep 17 00:00:00 2001 From: Nayan Ranjan Paul Date: Sat, 17 Sep 2022 12:19:34 +0530 Subject: [PATCH] Upload New File --- .../odiasahitya.com/sent_odiasahitya_bhasha_2 | 27 +++++++++++++++++++ 1 file changed, 27 insertions(+) create mode 100644 Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_bhasha_2 diff --git a/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_bhasha_2 b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_bhasha_2 new file mode 100644 index 0000000..d3082cc --- /dev/null +++ b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_bhasha_2 @@ -0,0 +1,27 @@ +ନୂତନ ରୂପରେ ମଧୁସୂଦନ ରାଓଙ୍କ ବର୍ଣ୍ଣବୋଧ ପ୍ରକାଶିତ +- ଓଡ଼ିଆସାହିତ୍ୟ ପ୍ରେସ୍‌ +ତା: ଏପ୍ରିଲ୍ ୧୮, ୨୦୧୩ +ମୂଳ ପୃଷ୍ଠା → ପ୍ରଚ୍ଛଦ → +ଓଡ଼ିଆ ଘରର ପିଲା ପ୍ରଥମେ ଯେଉଁ ବହିକୁ ଧରି ଓଡ଼ିଆ ଶିକ୍ଷା ଆରମ୍ଭ କରେ ସେହି ବହି ହେଉଛି ‘ବର୍ଣ୍ଣବୋଧ’ । +ଭକ୍ତକବି ମଧୁସୂଦନ ରାଓଙ୍କ ଦ୍ବାରା ଲିଖିତ ‘ବର୍ଣ୍ଣବୋଧ’ ଓଡ଼ିଆ ଭାଷା ଶିକ୍ଷାର ଶିଶୁବେଦ । +ଊନବିଂଶ ଶତାବ୍ଦୀର ଶେଷ ଆଡ଼କୁ ଓଡ଼ିଆ ଭାଷା ଓ ସାହିତ୍ୟର ସ୍ଥିତିକୁ ତୃଣମୂଳସ୍ତରରୁ ଦୃଢ଼ କରିବା ଉଦ୍ଦେଶ୍ୟରେ ମଧୁସୂଦନ ରାଓ ଏହି ବହିକୁ ରଚନା କରିଥିଲେ । +ସମ୍ପ୍ରତି ସର୍ବଶିକ୍ଷା ଅଭିଯାନ ଅନ୍ତର୍ଗତ ଦୃଷ୍ଟିହୀନ ପିଲାଙ୍କୁ ଓଡ଼ିଆ ଅକ୍ଷର ଓ ଭାଷା ଶିକ୍ଷା ଦେବା ପାଇଁ କଟକ ଜିଲ୍ଲା ପ୍ରଶାସନ ବର୍ଣ୍ଣବୋଧ ପୁସ୍ତକକୁ ବ୍ରେଲୀ ଅକ୍ଷରରେ ଛାପିବାର ନିଷ୍ପତ୍ତି ନେଇଛି । +ଦୃଷ୍ଟିହୀନ ଓ ସାଧାରଣ ଛାପା ଅକ୍ଷର ପଢ଼ିବାକୁ ଅସମର୍ଥ ଥିବା ପିଲାଙ୍କ ପାଇଁ ବ୍ରେଲୀ ଅକ୍ଷରରେ ପୁସ୍ତକ ଛପା ଯାଇଥାଏ । +ମଧୁବାବୁଙ୍କ ଦ୍ବାରା ବର୍ଣ୍ଣବୋଧ ପୁସ୍ତକ ପ୍ରଥମେ ୧୮୯୫ ମସିହାରେ ଛାପା ଯାଇଥିଲା । +ବର୍ତ୍ତମାନ ଏହାର ୧୧୮ ବର୍ଷ ପରେ ବ୍ରେଲୀ ଅକ୍ଷରରେ ଏହି ପୁସ୍ତକ ଛାପା ହେବାକୁ ଯାଉଛି । +ଚଳିତ ମାସରେ ଏହି ପୁସ୍ତକ ଉନ୍ମୋଚନ କରାଯିବାକୁ ଯୋଜନା ରହିଛି । +୧୮୯୫ରେ ପ୍ରକାଶିତ ମୂଳ ବହି ଓ ନିକଟରେ ପ୍ରକାଶ ପାଇଥିବା ବର୍ଣ୍ଣବୋଧ ବହି ମଧ୍ୟରେ କିଛି ପାର୍ଥକ୍ୟ ନାହିଁ ବୋଲି ଏହାର ପ୍ରକାଶକ, ଓଡ଼ିଶା ବୁକ୍‌ ଏମ୍ପୋରିୟମ୍‌ ପକ୍ଷରୁ ସୂଚନା ଦିଆଯାଇଛି । +ସବୁଠାରୁ ଭଲ କଥା ହେଉଛି ନୂତନ ବହିର ପ୍ରତି ପୃଷ୍ଠାରେ ପୁରୁଣା ବହିର ଏକ ପ୍ରତିଲିପି ରଖାଯାଇଛି । +ବ୍ରେଲୀ ଅକ୍ଷରରେ ବର୍ଣ୍ଣୋବୋଧ ପୁସ୍ତକ ଛପାଯିବା ଏକ ମହତ୍ ଉଦ୍ୟମ । +ଓଡ଼ିଆ ଭାଷାର ପ୍ରାରମ୍ଭରେ ସମସ୍ତ ପିଲା ବର୍ଣ୍ଣବୋଧ ପୁସ୍ତକରୁ ହିଁ ଶିକ୍ଷା ଲାଭ କରୁଥିବା ବେଳେ ଦୃଷ୍ଟିହୀନମାନେ ଏଥିରୁ ବଞ୍ଚିତ ହେଉଥିଲେ । +୧୮୯୫ ମସିହାରେ ମଧୁସୂଦନ ରାଓଙ୍କ ଦ୍ବାରା ଲିଖିତ ପ୍ରକୃତ ଛବିଳ ମଧୁ ବର୍ଣ୍ଣବୋଧ ପୁସ୍ତକକୁ ହିଁ ବ୍ରେଲୀ ଅକ୍ଷରରେ ଛାପାଯିବାର ଯୋଜନା ରହିଛି । +ପ୍ରକୃତ ବର୍ଣ୍ଣବୋଧ ପୁସ୍ତକର ପ୍ରଥମ ସଂସ୍କରଣ ଲଣ୍ଡନରେ ୧୮୯୫ ମସିହାରେ ଛାପା ଯାଇଥିଲା । +ଏହାପରେ ୧୯୬୦ ବେଳକୁ ଏହି ବହି ବଜାରରେ ଆଉ ଉପଲବ୍ଧ ନଥିଲା । +ସମ୍ପ୍ରତି ଚଳିତ ବର୍ଷ ଫେବ୍ରୁଆରୀ ମାସରେ ଏହାର ନୂତନ ସଂସ୍କରଣ ଛାପାଯାଇଛି । +ବଜାରରେ ପ୍ରକୃତ ବର୍ଣ୍ଣବୋଧ ମିଳୁନଥିବା ସମୟରେ ଛବିଳ ବର୍ଣ୍ଣବୋଧ, ମଧୁ ବର୍ଣ୍ଣବୋଧ ଓ ସହଜ ମଧୁ ବର୍ଣ୍ଣବୋଧ ନାମରେ ଅନେକ ପ୍ରକାରର ବିକଳ୍ପ ବର୍ଣ୍ଣବୋଧ ଉପଲବ୍ଧ ହେଉଛି । +ଏହା ଫଳରେ ଓଡ଼ିଆ ଲୋକଙ୍କ ମଧ୍ୟରେ ଅନେକ ଦ୍ବନ୍ଦ ସୃଷ୍ଟି ହେଉଥିଲା । +ପୁଣିଥରେ ପ୍ରକୃତ ବର୍ଣ୍ଣବୋଧ ପିଲାଙ୍କୁ ଯୋଗାଇ ଦେବାଲାଗି ଏହି ଯୋଜନା ଆରମ୍ଭ ହୋଇଛି । +ଦୃଷ୍ଟିହୀନଙ୍କ ଲାଗି ବ୍ରେଲୀ ଅକ୍ଷରରେ ପ୍ରକାଶିତ ହେବାକୁ ଥିବା ବର୍ଣ୍ଣବୋଧ ବହିଟି ନିଶ୍ଚିତ ଭାବରେ ସଫଳତା ପାଇବ ବୋଲି ନୂତନ ସଂସ୍କରଣର ସଂକଳନ ଓ ସମ୍ପାଦନା କରିଥିବା ଡ.ବିଜୟାନନ୍ଦ ସିଂହ କହିଛନ୍ତି । +କାରଣ ବର୍ଣ୍ଣବୋଧ ବହିରୁ ବର୍ଣ୍ଣଶୁଦ୍ଧି ସହିତ ଓଡ଼ିଆ ଭାଷା ଉପରେ ସମସ୍ତ ପ୍ରାରମ୍ଭିକ ତଥ୍ୟ ସମ୍ବନ୍ଧିୟ ଜ୍ଞାନ ପିଲାମାନେ ଆହରଣ କରିପାରିବେ । +ମଧୁସୂଦନ ରାଓଙ୍କ ଲିଖିତ ପ୍ରକୃତ ବର୍ଣ୍ଣବୋଧ ବହିକୁ ହିଁ ବ୍ରେଲୀ ଅକ୍ଷରରେ ଛାପିବା ପାଇଁ ଆମ ସହ କଟକ ଜିଲ୍ଲା ପ୍ରଶାସନ ଯୋଗାଯୋଗ କରିଥିଲେ । +ଏହାଦ୍ବାରା ଦୃଷ୍ଟିହୀନ ପିଲାମାନେ ନିଶ୍ଚିତ ଭାବରେ ଉପକୃତ ହେବେ ବୋଲି ସେ କହିଛନ୍ତି । -- GitLab