diff --git a/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_1 b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_1 new file mode 100644 index 0000000000000000000000000000000000000000..bda2ba7d7a8d0a8ccfee0d51a41c8fffd17b9bf1 --- /dev/null +++ b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_1 @@ -0,0 +1,36 @@ +ଉଧାରଶୁଝା +ଚିତ୍ତରଞ୍ଜନ ଦାସ +ତା: ଅକ୍ଟୋବର୍ ୪, ୨୦୧୯ +ମୂଳ ପୃଷ୍ଠା → ସ୍ମରଣୀୟ ଲେଖା → ଗଳ୍ପ → +ଫ୍ରାନ୍‌ସ୍‌ ଦେଶର ରାଜଧାନୀ ପାରିସ୍‌‌ । +ରାସ୍ତାରେ କେତେ ମଣିଷଙ୍କର ଯାତାୟାତ ଲାଗିରହିଛି । +ଦୁଇକଡ଼ରେ ସୁନ୍ଦର ବଡ଼ବଡ଼ କୋଠାମାନ । +ଫୁଲବଗିଚାରେ କେତେ କିସମର ଫୁଲ ଫୁଟିଛି । +ସଞ୍ଜ ବୁଡ଼ି ଆସୁଛି । +ସହରର ଗୋଟିଏ ବଡ଼ ହୋଟେଲରେ ସଞ୍ଜଭିଡ଼ ଲାଗିଗଲାଣି । +ଲୋକଙ୍କର ଉଠିବା ବସିବା ଶବ୍ଦରେ ଘରଟାଯାକ ସରଗରମ ହୋଇ ରହିଛି । +ଇନ୍ଦ୍ରପୁରୀ ପରି ଚମତ୍କାର ଖାଇବା ଜିନିଷମାନ ସଜାଇ ହୋଇ ଥୁଆ ହୋଇଛି । +ହଠାତ୍‌ ଚଞ୍ଚଳ ଚକିତ ଭାବରେ ଜଣେ ଯୁବକ ହୋଟେଲ ଭିତରକୁ ପଶି ଆସିଲା । +ଅନାଇଦେଲେ ବିଦେଶୀ ବୋଲି ଧରାପଡ଼ି ଯାଉଛି । +ଛୋଟିଆ ମୁହଁଟି ଉପରେ ଦାଢ଼ି କେରାକ ବଡ଼ ଅବର୍ଜିଆ ଦିଶୁଛି । +ଆଖିଦୁଇଟା ମିଟିମିଟି ହୋଇ ଜଳୁଛି । +ବାଳଗୁଡ଼ାକ ନୁଖୁରା । +ବେଶପୋଷାକରେ ବାଗସାଗ ନାହିଁ । +ସେସବୁ ଆଡ଼କୁ ଯେପରି ଯୁବକଟିର ଆଦୌ କୌଣସି ଦୃଷ୍ଟି ନାହିଁ । +ଖାଲି ଟେବୁଲଟିଏ ପାଖକୁ ଆସି ସେ ଚଉକି ଉପରେ ବସିପଡ଼ିଲା । +ସଙ୍ଗେ ସଙ୍ଗେ ପରଷିବାବାଲା ଆସି ବରାଦ ମୁତାବକ ଖାଇବା ଜିନିଷ ଆଣି ଥାଳିରେ ଅଜାଡ଼ି ଦେଇଗଲା । +ପରଷା ଶେଷ ନ ହେଉଣୁ ଯୁବକଟିର ହାତ ଚାଲିଛି- ସତେ ଯେପରି ଭୋକରେ ତା’ର ପେଟ ଜଳୁଥିଲା । +ବରାଦ ପରେ ବାରଦ ଦେଇ ସେ ପେଟ ପୂରିବାଯାଏ ଖାଇବାରେ ଲାଗିଥାଏ । +କିନ୍ତୁ ଖାଇଲେ ତ ପୁଣି ପଇସା ମଧ୍ୟ ଦେବାକୁ ପଡ଼ିବ! ବେଳସୁଁ ଯୁବକଟି ପରଷିଲାବାଲାକୁ ଡାକି ଚୁପ୍‌ଚୁପ୍‌ ସତ କଥାଟି କହିଦେଲା ‘‘ବର୍ତ୍ତମାନ ମୋ ପାଖରେ ପଇସାଟିଏ ବି ଦେବାକୁ ନାହିଁ । +ରାଜନୀତିରେ ଯୋଗ ଦେଇଥିବାରୁ ସରକାର ମୋତେ ଦେଶରୁ ତଡ଼ି ଦେଇଛନ୍ତି । + ଯଦି ତୁମେ ବର୍ତ୍ତମାନ ମୋ ପଇସାଟା ଦେଇଦିଅନ୍ତ, ତେବେ ପରେ ମୁଁ ନିଶ୍ଚୟ ତୁମର ଉଧାର ଶୁଝିଦିଅନ୍ତି!’’ +ପରଷିଲାବାଲା ଜଳଜଳ କରି ଅନାଇ ରହିଲା । +ଧନୀ ସହର ପାରିସ୍‌ରେ ପଇସା ନ ଥାଇ ପୁଣି କିଏ ହୋଟେଲ୍‌ରେ ପଶିବାକୁ ସାହସ କରିବ! ଯାହାହେଉ, ବିଶ୍ୱାସ କରି ସିଏ ଯୁବକଲାଗି ଖର୍ଚ୍ଚଟା ଦେଇଦେଲା । +ଯୁବକଟିର ନାମ ହେଉଛି ଲେନିନ୍‌ । +ତା’ର କେତେଦିନ ପରେ ଋଷିଆରେ ବିପ୍ଳବ ହେଲା । +ଜାର୍‌ ସରକାର ତଡ଼ା ଖାଇଲେ, ଲେନିନ୍‌ ଦେଶର ନୂତନ ସଭାପତି ବଛାହେଲେ । +କିନ୍ତୁ ପାରିସ୍‌ ସହରର ସେହି ପଇସା ଉଧାର କରିଥିବା କଥା ସେ ଭୁଲି ନ ଥାନ୍ତି । +ସଙ୍ଗେ ସଙ୍ଗେ କେତେକ ଉପହାର ସହିତ ଧାର କରିଥିବା ପଇସାତକ ସେ ସେହି ପରଷିବାବାଲାର ଠିକଣାରେ ପଠାଇ ଦେଲେ । +କିଛିଦିନ ପରେ ଗୋଟିଏ ଚିଠି ଓ ପଇସା ଫେରି ଆସିଲା । +ଚିଠିରେ ଲେଖା ହୋଇଥିଲା, ‘‘ଦେଶରୁ ତଡ଼ା ଖାଇଥିବା ଜଣେ ଅଭାବଗ୍ରସ୍ତ ଯୁବକକୁ ମୁଁ ପଇସା ଦେଇଥିଲି । + ଏଡ଼େବଡ଼ ଗୋଟାଏ ଦେଶର ସଭାପତିକୁ ଉଧାର ଦେଇଥିଲେ ସିନା ବର୍ତ୍ତମାନ ତାଙ୍କରିଠାରୁ ପରିଶୋଧ ନେଇଥାନ୍ତି!’’