diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia113.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia113.txt new file mode 100644 index 0000000000000000000000000000000000000000..5af26e0f769b21baf69b381daa78ae142f9ef176 --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia113.txt @@ -0,0 +1,37 @@ +ଖରାଦିନେ ଘିମିରି ସମସ୍ୟାରୁ କିପରି ପାଇବେ ମୁକ୍ତି +ଘିମିରି +ଘିମିରି ଏକ ଚର୍ମଜନିତ ରୋଗ । +ସାଧାରଣତଃ ଝାଳ ଅଧିକ ବୋହିଲେ ଘିମିରି ହେବାର ଆଶଙ୍କା ଅଧିକ ଥାଏ । +ଏହା ବ୍ୟତିତ ଝାଳ ବାହାରୁ ନଥିବା ବ୍ୟକ୍ତିଙ୍କ ଠାରେ ମଧ୍ୟ ଘିମିରି ଦେଖାଯାଇଥାଏ । +ଶରୀରରୁ ସ୍ଵେଦ ନ ବାହାରିବା ଫଳରେ ଚର୍ମରେ ଲୋମକୂପଗୁଡିକ ବନ୍ଦ ହେଇଯାଏ । +ଏହା ଫଳରେ ଶରୀରରେ ଝାଳ ବାହାରି ନଥାଏ । +ସାଧାରଣତଃ ଖରାଦିନେ ପ୍ରାୟ ଲୋକଙ୍କଠାରେ ଘିମିରି ବାହାରି ଥାଏ । +ଏହା ବାହାରିବାର କେତେକ କାରଣ ରହିଛି, ଯଥା-ପେଟ ସଫା ନ ରହିବା, ହର୍ମୋନରେ ଅସନ୍ତୁଳ ଦେଖାଗଲେ, ରକ୍ତ ବିଶୁଦ୍ଧ ନ ରହିଲେ, ସନ୍ତୁଳିତ ଖାଦ୍ୟ ନ ଖାଇଲେ, କୌଣସି କାରଣରୁ ଆଲର୍ଜି ହେଇଥିଲେ, ପ୍ରଦୂଷିତ ବାୟୁମଣ୍ଡଳ ସଂସ୍ପର୍ଶରେ ଆସିଲେ । +ଖରାଦିନେ ଘିମିରି ହେବା ସ୍ୱାଭାବିକ କଥା । +କିନ୍ତୁ ଏହା ଖୁବ୍ ଅସହ୍ୟ ମନେ ହୁଏ । +ତେବେ ଏଥିରୁ ମୁକ୍ତି ପାଇବା କିପରି ଆପଣାନ୍ତୁ କିଛି ସଜହ ଉପାୟ । +ସଜହ ଉପାୟ +ଏକ ଗ୍ଲାସ୍ ପାଣିରେ ଏକ ଲେମ୍ବୁ ଚିପୁଡନ୍ତୁ । +ଏଥିରେ କାକୁଡିର ଏକ ଖଣ୍ଡ ବୁଡାଇ ୧୦ ମିନିଟ୍ ପର୍ଯ୍ୟନ୍ତ ଘିମିର ଉପରେ ଘଷନ୍ତୁ । +ଏହା କଲେ ଘିମିରି କମିଯିବ । +ଏକ ଚାମଚ ଆଲଭେରା ଜେଲ୍ ଘିମିରି ଉପରେ ଲଗାନ୍ତୁ । +୨୦ ମିନିଟ୍ ପରେ ଧୋଇ ଦିଅନ୍ତୁ । +ଏପରି ଦିନକୁ ୩ ଥର କରନ୍ତୁ । +ଏହାଦ୍ୱାରା ଘିମିରି ଯନ୍ତ୍ରଣା ଦୂର ହେବା ସହ ଘିମିରି ମଧ୍ୟ ଚାଲିଯାଏ । +୩ – ୫ ଚାମଚ ପାଣିରେ ଏକ ଚାମଚ ବେକିଙ୍ଗ ସୋଡା ମିଶାନ୍ତୁ ଏହାକୁ ଘିମିରି ଉପରେ ଲଗାନ୍ତୁ ଓ ୨୦ ମିନିଟ୍ ପରେ ଧେ୍ଧବ ଦିଅନ୍ତୁ । +ଏପରି ଦିନକୁ ୨ଥର କରନ୍ତୁ । +ଶୀଘ୍ର ଘିମିରି ଭଲ ହୋଇଯିବ । +୪- ୨୦ ରୁ ୩୦ଟି ନିମ ପତ୍ରକୁ ଏକ ଗ୍ଲାସ ପାଣିରେ ଫୁଟାନ୍ତୁ । +ଥଣ୍ଡା ହେବା ପରେ ଘିମିରି ଉପରେ ଏହାକୁ ଲଗାନ୍ତୁ । +୨୦ ମିନଟ୍ ପରେ ଧୋଇ ଦିଅନ୍ତୁ । +ପ୍ରତିଦିନ ଏପରି କରନ୍ତୁ । +ଏହା ଦ୍ୱାରା ଘମିରି ଶୀଘ୍ର କମିଯିବ । +ଏକ ଚାମଚ ନଡିଆ ତେଲରେ ଏକ କର୍ପୁର ମିଶାନ୍ତୁ ଏହାକୁ ଘିମିରି ଉପରେ ଲଗାନ୍ତୁ । +୨୦ ମିନିଟ୍ ପରେ ଧେ୍ଧବ ଦିଅନ୍ତୁ । +ଏହା ଦ୍ୱାରା ଘିମିରି ଯନ୍ତ୍ରଣାରୁ ଲ୍କ୍ ମିଳିବା ସହ ଉପଶମ ହୋଇଥାଏ । +ଅଧ ଚାମଚ ଚନ୍ଦନ ପାଉଡରକୁ ଏକ ଚାମଚ ଗୋଲାପ ଜଳରେ ମିଶାନ୍ତୁ । +ଏହାକୁ ଘିମରି ଉପରେ ଲଗାନ୍ତୁ । +ଗାଧୋଇବା ପାଣିରେ ଡେଟଲ ପକାଇ ଗାଧାନ୍ତୁ । +ନିମ୍ବଯୁକ୍ତ ସାବୁନ ବ୍ୟବହାର କରନ୍ତୁ ନଚେତ ପାଣିରେ ନିମ୍ବପତ୍ରକୁ ଫୁଟାଇ ସେହି ଫୁଟାପାଣି ଥଣ୍ଡା ହେଲେ ଗାଧାନ୍ତୁ । +ସଫା କଟନ ଡ୍ରେସ ବା ଶାଢି ପିନ୍ଧନ୍ତୁ । +ଫ୍ରିଜ ପାଣି ନ ପିଇ ମାଠିଆ ବା ସୁରେଇର ପାଣି ପିଅନ୍ତୁ ।