From adadf5c78dcc627035ab046a937f8fdc1e260162 Mon Sep 17 00:00:00 2001 From: Nayan Ranjan Paul Date: Tue, 27 Sep 2022 11:55:04 +0530 Subject: [PATCH] Upload New File --- .../vikashpedia_health_odia184.txt | 36 +++++++++++++++++++ 1 file changed, 36 insertions(+) create mode 100644 Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia184.txt diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia184.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia184.txt new file mode 100644 index 0000000..e115285 --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia184.txt @@ -0,0 +1,36 @@ +ରଙ୍ଗରେ ରଙ୍ଗୀନ ହେବେ, ଚର୍ମ ବି ଚମକିବ +ହୋଲି +ହୋଲି ପାଇଁ ଆରମ୍ଭ ହୋଇଗଲାଣି କାଉଣ୍ଟଡାଉନ୍‌ । +ଏଥିପାଇଁ ସମସ୍ତେ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି । +ବିଶେଷ କରି ଯୁବବର୍ଗ ରସାୟନିକ ରଙ୍ଗ ଅଧିକ ବ୍ୟବହାର କରିଥାନ୍ତି । +ଏହି ରସାୟନିକ ରଙ୍ଗ ପ୍ରଭାବରେ ଚର୍ମରୋଗ ହେବାର ଆଶଙ୍କା ବହୁତ ରହିଥାଏ । +ରଙ୍ଗ ଖେଳିବା ବେଳେ ନିଜ ଶରୀର ପ୍ରତି ଯତ୍ନବାନ ହେବା ନିହାତି ଆବଶ୍ୟକ । +ରଙ୍ଗ ଖେଳିବା ପୂର୍ବରୁ କିପରି ନେବେ ଆପଣଙ୍କ ଚର୍ମର ଯତ୍ନ । +ଚର୍ମର ଯତ୍ନ +ରଙ୍ଗ ଖେଳିବା ପୂର୍ବରୁ ସୋରିଷ ତେଲ ଓ ନଡ଼ିଆ ତେଲକୁ ମୁହଁ,କାନ,ବେକ ଓ ହାତରେ ଲଗାନ୍ତୁ । +ତେଲ ଯୋଗୁଁ ତ୍ୱଚାରୁ ରଙ୍ଗ ଶୀଘ୍ର ଛାଡ଼ିଯାଇଥାଏ । +ରଙ୍ଗର ପ୍ରଭାବ ତ୍ୱଚା ଉପରେ ପଡ଼ି ନଥାଏ । +ରଙ୍ଗ ଖେଳିବା ପୂର୍ବରୁ ତ୍ୱଚାରେ କୋଲ୍ଡ କ୍ରିମ୍‌ ଲଗାନ୍ତୁ । +ଏହା ତ୍ୱଚାକୁ ସୁରକ୍ଷା ଦେଇଥାଏ । +ଆପଣଙ୍କର ଯଦି ସମ୍ଭେଦନଶୀଳ ତ୍ୱଚା ହୋଇଥାଏ, ତାହେଲେ ରଙ୍ଗ ଖେଳିବା ପୂର୍ବରୁ ତ୍ୱଚାରେ ଲେମ୍ବୁ ରସ ଲଗାନ୍ତୁ । +ଫୁଲ୍‌ ସ୍ଳିଭ୍‌ ସାର୍ଟ ଓ ପ୍ୟାଣ୍ଟ ପିନ୍ଧି ରଙ୍ଗ ଖେଳିବାକୁ ଯାଆନ୍ତୁ । +ଆପଣ ଯଦି ଖରାରେ ରଙ୍ଗ ଖେଳୁଛନ୍ତି ତାହାହେଲେ ଆପଣ ହାତରେ ସନସ୍କ୍ରିଂନ୍ ଲୋସନ୍‌ ଲଗାନ୍ତୁ । +ଏହାଦ୍ୱାରା ଆପଣଙ୍କ ତ୍ୱଚାକୁ ଟାନିଂରୁ ରକ୍ଷା ପାଇଥାଏ । +ଆଖିର ଚାରିପାଖରେ ମଧ୍ୟ ଆପଣ ସନସ୍କ୍ରିଂନ୍ ଲୋସନ୍‌ ଲଗାଇ ପାରିବେ । +ରଙ୍ଗ ଖେଳିବା ପୂର୍ବରୁ ଓ ପରେ ପ୍ରଚୁର ପାଣି ପିଅନ୍ତୁ । +ପାଣି ପିଇବା ଦ୍ୱାରା ବିଷାକ୍ତ ରଙ୍ଗ ଆପଣଙ୍କ ତ୍ୱଚାକୁ ଶୁଷ୍କ କରି ନଥାଏ । +ରଙ୍ଗ ଖେଳିବା ପୂର୍ବରୁ ବେକ ପଛପଟ ଓ ନଖକଣରେ ତେଲ ଓ ପେଟ୍ରୋଲିୟମ ଜେଲି ଲଗାନ୍ତୁ । +ଏହା ଲଗାଇବା ଦ୍ୱାରା ରଙ୍ଗ ସହଜରେ ଛାଡ଼ି ଥାଏ । +ପେଟ୍ରୋଲିୟମ ଜେଲିକୁ ଆପଣ ଦାନ୍ତରେ ଲଗାଇପାରିବେ । +ରଙ୍ଗ ଶୀଘ୍ର ଛାଡ଼ି ଯିବ । +ରଙ୍ଗ ଖେଳିବାର ୨ରୁ୩ ଦିନ ପୂର୍ବରୁ ଆପଣ ୱାକ୍ସିଂ ଓ ଥ୍ରେଡିଂ କରନ୍ତୁ ନାହିଁ । +ଏହା କରିବା ଦ୍ୱାରା ରଙ୍ଗ ଖେଳିଲେ ଆପଣଙ୍କ ତ୍ୱଚା ଉପରେ ପ୍ରଭାବ ପକାଇଥାଏ । +ଡ୍ରାଏ ସ୍କିନ୍‌, ଅଏଲି ସ୍କିନ୍‌ ଓ ନରମାଲ ସ୍କିନ୍‌ର କିପରି ନେବେ ଯତ୍ନ ଅଏଲି ସ୍କିନ୍‌ – ଦୁଇ ଚାମଚ ମୁଲତାନି ମାଟି ଓ ଗ୍ଲିସୋରିନକୁ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ । +ଏହାକୁ ଆପଣ ତ୍ୱଚାରେ ୧୫ ମିନିଟ୍‌ ଲଗାଇ ରଖନ୍ତୁ । +ପରେ ଧୋଇ ଦିଅନ୍ତୁ । +ନରମାଲ ସ୍କିନ୍‌ – ଦୁଇ ଚାମଚ ମସୁର ଡାଲି ଗୁଣ୍ଡ , ଏକ ଚାମଚ ଚାଉଳ, ଅଟା ଗୁଣ୍ଡ, ହଳଦୀ ଓ ଗୋଲାପ ଜଳକୁ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ । +ଏହାକୁ ଆପଣ ତ୍ୱଚାରେ ୧୦ମିନିଟ୍‌ ଲଗାଇ ରଖନ୍ତୁ । +ପରେ ଧୋଇ ଦିଅନ୍ତୁ । +ଡ୍ରାଏ ସ୍କିନ୍‌ -ସୟା ଅଟା ଗୁଣ୍ଡ, ଦୁଗ୍ଧ ଓ ଗ୍ଲିସୋରିନକୁ ମିଶାଇ ପେଷ୍ଟ ମିଶାଇ ପେଷ୍ଟ କରନ୍ତୁ । +ପରେ ଏହାକୁ ତ୍ୱଚାରେ ୧୦ ମିନିଟ୍ ଲଗାଇ ରଖନ୍ତୁ । +ପରେ ଧୋଇ ଦିଅନ୍ତୁ । -- GitLab