From af357994e0d9e42bec675aac19dbb970850d79ec Mon Sep 17 00:00:00 2001 From: Nayan Ranjan Paul Date: Tue, 27 Sep 2022 12:05:05 +0530 Subject: [PATCH] Upload New File --- .../odiasahitya.com/sent_odiasahitya_lekha_34 | 144 ++++++++++++++++++ 1 file changed, 144 insertions(+) create mode 100644 Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_34 diff --git a/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_34 b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_34 new file mode 100644 index 0000000..6b8126e --- /dev/null +++ b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_34 @@ -0,0 +1,144 @@ +କ୍ଷଣିକା +କାହ୍ନୁଚରଣ ମହାନ୍ତି +ତା: ମାର୍ଚ୍ଚ୍ ୩୦, ୨୦୧୩ +ମୂଳ ପୃଷ୍ଠା → ସ୍ମରଣୀୟ ଲେଖା → ଗଳ୍ପ → +ସୂର୍ଯ୍ୟ ଉଠି ନଥା’ନ୍ତି । +ପୂର୍ବ ଦିଗ ଉଜ୍ଜ୍ବଳ ଦିଶିଲାଣି । +ଖରାଦିନ । +ମଟର ବସ୍‌ କଟକ ଷ୍ଟେସନ୍‌ ଛାଡ଼ିଲା । +ଛୁଟିଲା ପୂର୍ବମୁହାଁ ହୋଇ ଜୟପୁର ରାହାମା । +ମୋର ସେଇଆଡ଼େ କାମ ଥାଏ । +ବସ୍‌ରେ ପଚିଶି ଜଣଙ୍କ ପାଇଁ ବସିବାର ସ୍ଥାନ, କିନ୍ତୁ ସେଦିନ ଲୋକ ଭିଡ଼ ହେତୁ ଆହୁରି ଦୁଇ ତିନିଜଣ ଅଧିକା ବସିଥାନ୍ତି । +ଛାତ ଉପରେ ସାଇକେଲ ଓ ଅନ୍ୟାନ୍ୟ ଜିନିଷପତ୍ର ଯାହା ତ ଅଛି, ତା’ଛଡ଼ା ଭିତରେ ମଧ୍ୟ ଜିନିଷପତ୍ର ଖୁନ୍ଦା ହୋଇଛି । +ଗୋଡ଼ ରଖିବାକୁ ସ୍ଥାନ ନାହିଁ । +ଆଉ ଦଶଜଣଙ୍କ ପରି ମୁଁ ମଧ୍ୟ ଜଣେ ସାଧାରଣ ଯାତ୍ରୀ । +ବଡ଼ ବ୍ୟସ୍ତ ହୋଇ ପଡ଼ୁଥାଏ, କେତେବେଳେ ଆମର ଏ ଦୁଃଖ ଯିବ । +ବସ୍‌ ଛୁଟିଛି । +ଦୁଇପାଖର ଦୁଇଧାଡ଼ି ଗଛ ସତେ କି ଗତିଶୀଳ ହୋଇ ପଡ଼ିଛନ୍ତି । +ଦୁଇ ପାଖର ଦିଗହଜା ବିଲ ହତଶ୍ରୀ ଦେଖାଯାଉଛି । +ମନ କିପରି ତିକ୍ତ ହୋଇ ଉଠିଲାଣି । +ପାଖର ଲୋକଟି ଘନ ଘନ ବିଡ଼ି ଟାଣୁଛି ଓ ଧୂଆଁ ଛାଡ଼ୁଛି ସମସ୍ତଙ୍କ ମଝିରେ । +ଆଗର ଲୋକଟି ତା’ର ଘାଗଡ଼ା କଣ୍ଠରେ ଗୋଟିଏ ଅଶ୍ଳୀଳ ସଙ୍ଗୀତର ପଦକୁ ଆବୃତ୍ତି କରୁଛି । +ଆଉ, ମନେ ମନେ କେଡ଼େ ଆନନ୍ଦ ଅନୁଭବ କରୁଛି । +ସେ ପାଖରେ ସେ କଲିକତିଆ ବନ୍ଧୁଟି, ଅନର୍ଗଳ ବକ୍ତୃତା ଦେବାରେ ବ୍ୟସ୍ତ । +ଦାନ୍ତରେ ସୁନାଖିଲ, ହାତରେ ଗୋଟିଏ ପୁରୁଣା ରିଷ୍ଟ୍‌ୱାଚ୍‌ । +ବେଳେବେଳେ ପକେଟ୍‌ରୁ ଛୋଟ ପାନିଆଁଟି କାଢ଼ି ମୁଣ୍ଡ ସାଉଁଳି ନେଉଛି । +ଆର ପାଖକୁ ବସିଛି ଯେଉଁ ବୁଢ଼ାଟି, ମୁଣ୍ଡରେ ଚୁଟି, କାନରେ ନୋଳି, ଘୁମେଇ ପଡ଼ୁଛି ପାଖ ସିଲ୍କ ପଞ୍ଜାବିପିନ୍ଧା ବାବୁଟି ଉପରେ । +ଚୁଟି ଝିଙ୍କା, କହୁଣି ଗେବା ଓ ଗାଳି ଖାଇ ମଧ୍ୟ ବୁଢ଼ାର ନିଦ ଭାଙ୍ଗୁନ ନାହିଁ । + ଏମିତି- +ବସ୍‌ ଛୁଟିଛି । +ସୂର୍ଯ୍ୟ ଉଠିଲେ ଦୂର ବରଗଛ ଗହଳି ଭିତରୁ । +କେହି ଚାହିଁଲେ ନାହିଁ ତାଙ୍କ ଆଡ଼କୁ । +ଥରଟିଏ ଚାହିଁ ମୁଁ ମଧ୍ୟ ଆଖି ଫେରାଇଲି । +ମୋର ବନ୍ଧୁମାନଙ୍କର କ୍ରିୟାକଳାପ ଲକ୍ଷ୍ୟ କରି ତା’ରି ଭିତରେ ମନ ହଜାଇଦେବାକୁ ଚେଷ୍ଟା କଲି । +ହଠାତ୍‌ ବସ୍‌ ବନ୍ଦ ହୋଇଗଲା । +ଡ୍ରାଇଭର ଯେତେ ଚେଷ୍ଟା କଲା ଚଳାଇବାକୁ, ହେଲାନାହିଁ । +ହତାଶ ହୋଇ କହିଲା, ଆପଣମାନେ ଟିକିଏ ଓହ୍ଲାନ୍ତୁ, ମୁଁ ଦେଖେ । +ବିରକ୍ତ ଲାଗିଲା । +ହେଲେ ଉପାୟ ନାହିଁ । +ବସ୍‌ ଯଦି ଠିକ୍‌ ନହୁଏ, କେଜାଣି କେତେ ସମୟ ବାଟରେ ପଡ଼ି ରହିବାକୁ ହେବ । +ହେ ଭଗବାନ୍‌ । +କି ଦୁର୍ଯ୍ୟୋଗ ଆଜି । +ସମସ୍ତେ ଓହ୍ଲାଇଲେ । +ରାସ୍ତା କର ଝଙ୍କାଳିଆ ବରଗଛ ତଳେ ବସିଲି । +ରାସ୍ତା ପାଖରୁ କିଛି ଦୂର ଛାଡ଼ି ବିଲ ମଝିରେ ଛୋଟ ପୋଖରୀଟିଏ । +ଦଳ ଭିଡ଼ି ରହିଛି । +ପୋଖରୀ ହୁଡ଼ାରୁ ବଙ୍କେଇ ବଙ୍କେଇ ଚଲା ବାଟଟିଏ ପଡ଼ିଛି ପାଖ ଗାଁ ଆଡ଼କୁ । +ମୋର ଆଖି ସେହି ବାଟ ଉପରେ ଲାଗି ରହିଲା । +ସକାଳର ସୁନେଲି କିରଣ ପଡ଼ୁଥିଲା ତା’ର ସୁନ୍ଦର ପୂରିଲା ପୂରିଲା ମୁହଁ ଉପରେ । +ଅମଳିନ ସଦ୍ୟଫୁଟା ପଦ୍ମଫୁଲଟି ଯେପରି ଧୀର ମନ୍ଥର ଗତିରେ ଚାଲି ଚାଲି ଆସୁଛି । +ଲୀଳାୟିତ ଗତି, ନାଲି ରଙ୍ଗୀନ୍‌ ଲୁଗାର ଓଢ଼ଣା କପାଳର ଅଧେ ଘୋଡ଼ାଇ ରଖିଛି । +ଝୁମୁ ଝୁମୁ ବାଜୁଥିଲା ନୂପୁର । +ସଙ୍ଗରେ ତା’ର ଆଉ ଜଣେ ଝିଅ । +ଦୃଷ୍ଟି ମୋର ଟାଣି ହୋଇଗଲା । +ସତେ କେଡ଼େ ସୁନ୍ଦର ! କବିତାର ମୂର୍ଚ୍ଛନା ଉଠିଲା ଛାତିରେ । +କାହାର ପ୍ରେୟସୀ ? କିଏ ସେ ଭାଗ୍ୟବାନ୍‌ ! ମନ ଉଚ୍ଛନ୍ନ ହେଲା ଜାଣିବାକୁ । +କାହାକୁ ପଚାରିବି ? ସଂସ୍କୃତି ଚେଇଁ ଉଠିଲା ମନରେ । +ପର ଦାରେସୁ ମାତୃବତ୍‌ । +ଆଖି ଫେରାଇଲି । +ପକେଟ୍‌ରୁ ଖବରକାଗଜ କାଢ଼ି ପଢ଼ିବାକୁ ଚେଷ୍ଟା କଲି । +ଆଖି ଆଗରେ ଅକ୍ଷରଗୁଡ଼ାକ କେବଳ ଗତି କରିଗଲା, କିଛି ବୁଝିଲି ନାହିଁ । +ମନଭିତରୁ ଇଙ୍ଗିତ ଦେଲା କିଏ, ଫେରି ଚାହାଁ । +ଲାଜ ମାଡ଼ିଲା ନିଜକୁ । +ମୋର ଅପରିଚିତା ବନ୍ଧୁମାନଙ୍କ ଆଡ଼କୁ ଥରେ ଚାହିଁଲି । +କେତେଜଣ ବସ୍‌ ମରାମତି କରିବାରେ ବ୍ୟସ୍ତ । +ଆଉ କେତେଜଣ ବାଁଆରେଇ ହୋଇ ବରଗଛ ଆଡ଼କୁ ମୋହିଛନ୍ତି । +କଣେଁଇ ଚାହିଁଲି ପୋଖରୀଆଡ଼କୁ । +ପୋଖରୀର ଶେଷ ପାହାଚରେ ବସିଚି ସେହି ଅପରିଚିତା । +ଗୋଡ଼ ଦିଓଟି ପାଣି ଭିତରକୁ ଲମ୍ବାଇ ଦେଇଛି । +ମୁଣ୍ଡରେ ଆଉ ଲୁଗା ନାହିଁ । +ଖଣ୍ଡେ ଗାମୁଛାରେ ଫୁଙ୍ଗୁଳା ହାତକୁ ଘଷି ପରିଷ୍କାର କରୁଛି । +ତା’ର ସଙ୍ଗରେ ଆସିଥିବା ଝିଅଟି, ଯୌବନ ଯାହାର ପାଖେଇ ଆସିଲାଣି, ଚଳ ଚଳ କରି ପାଣି ପକାଉଛି ତା’ ଉପରକୁ । +ହସି ହସି ପାଣିକୁଆ ପରି ମୁଣ୍ଡ ବୁଡ଼ାଇ ଓଦା ସରସର ହୋଇ ଉଠୁଛି ଉପରକୁ । +କହୁଛି, ଆସୁନ ନୂଆଊ’ ଉଛୁର ହେବ ଯେ- ହାତ ଧରି ଟାଣୁଛି ପାଣି ଭିତରକୁ । +ଠଓ ପାଖୁଡ଼ାରେ ଚମକି ଉଠୁଚି ହସ । +ରହ ମ, ଏ ଗାଡ଼ିଟି ଯାଉ, ମିଣିପଗୁରା ପରା । +କଥା ଅଧା କରି ତେରଛା ଚାହିଁଲା । +ମୁହୂର୍ତ୍ତେ ଆଖି ଦୁଇଟିର ଭୀତିଜଡ଼ିତ କୌତୂହଳ ଚାହାଣି ମୋର ମୋହଗ୍ରସ୍ତ ପିପାସାକୁଳ ଆଖିରେ ମିଶିଲା । +ମନେ ହେଲା ଯେପରି ସେ ଦୃଷ୍ଟି ମୋର ଅନ୍ତର ଭେଦ କରିଛି । +ସେ ଦୃଷ୍ଟି ଆନତ କଲା । +ତା’ର ସଙ୍ଗୀ କହିଲା, ଆସ ମ, ମିଣିପଗୁରା କଅଣ ତମକୁ ଅନେଇ ବସିଛନ୍ତି କି ? +ଷୋଡ଼ଶୀ ଓହ୍ଲାଇଲା ପାଣି ଭିତରକୁ । +ସେହି କଲିକତିଆ ବାବୁଟି- ଦାନ୍ତରେ ଯାହାର ସୁନାଖିଲି, ପାଖକୁ ଆସି କହିଲା, ବାବୁ କ’ଣ ଖବର ? ଟିକିଏ ପାଟି କରି ପଢ଼ିବେ ନାହିଁ ? ସେ ମୋ ଆଗରେ ବସିଲା । +ନିଜକୁ କିପରି ଅପରାଧୀ ମନେକଲି । + ପୋଖରୀ ଆଡ଼କୁ ଆଉଥରେ ଚାହିଁବାକୁ ଇଚ୍ଛା ହେଉଥିଲେ ମଧ୍ୟ ଭଦ୍ରତା ଖାତିରରେ ଖବର କାଗଜ ପଢ଼ିବାକୁ ଲାଗିଲି… ‘କଟକରେ ଭୀଷଣ ଘର ପୋଡ଼ି-’ +କଲିକତି ବାବୁଟି ଖାଲି ହୁଁ ମାରୁଥାଏ । +ମଜା ଦେଖିବାକୁ ତାକୁ କଣେଇଁ ଚାହିଁ ପଢ଼ିବାର ଛଳନା କରି କହିବାକୁ ଲାଗିଲି, ‘ଗୋପାଳ ବାବୁଙ୍କର ଗାଈ ତିନୋଟି ମଣିଷ ଛୁଆ ଜନ୍ମ କରିଛି’ । +‘ଦୁଇଦିନ ତଳେ କଲିକତାରେ ଯୋତା ବୃଷ୍ଟି ହୋଇଥିଲା ।’ +ହୁଁ, ହୁଁ- +ବାବୁଟି ଏକଆଖିରେ ପୋଖରୀ କୂଳକୁ ଚାହିଁ ରହିଛନ୍ତି । +ଆପେ ଆପେ ପକେଟ୍‌ରୁ ପାନିଆଟା କାଢ଼ି ହୋଇ ଯାଉଛି ଓ ମୁଣ୍ଡ ସାଉଁଳିବାରେ ବ୍ୟସ୍ତ ଅଛି । +ମୁଁ ପଢ଼ା ବନ୍ଦ କଲି, ତଥାପି ବାବୁଟି ଦୁଇଥର ହୁଁ ହୁଁ କହି କ’ଣ ଯେପରି ଶୁଣୁଛନ୍ତି ତା’ର ପ୍ରମାଣ ଦେବାକୁ ବ୍ୟସ୍ତ । +ତାଙ୍କର ଆଖି ଲାଖି ରହିଥିଲା ପାଣି ତୁଠରେ । +ସେହି ବୋହୂଟିର ପିଠିରୁ ଲୁଗା କାଢ଼ି ଫୁଙ୍ଗୁଳା ପିଠିରେ ଆର ଝିଅଟି ହଳଦି ଲଗାଇ ଦେଉଛି । +ମୋର ଭାରି ରାଗ ହେଲା । +ଅନୁଭବ କଲି ସତେ ଯେପରି ଲୋକଟା ମୋତେ ନିର୍ବୋଧ କରିଛି । +ମନେ ହେଲା, ସତେ ଯେପରି ସେହି ଅଜଣା ବୋହୂଟିକୁ ଦେଖିବାର ଓ ତା’ର ଅଧଲଙ୍ଗଳା ଦେହର ସବୁ ଶୋଭା, ସବୁ ମଧୁରତା ଉପଭୋଗ କରିବାର ଏକମାତ୍ର ମୋଓରି ଅଧିକାର । +ମୋର କେହି ପ୍ରତିଦ୍ବନ୍ଦୀ ହେବ, ଏହା ମୁଁ ସହି ପାରିବି ନାହିଁ । + ମୋଓରି ଭିତରୁ ଯେପରି କିଏ କହି ଉଠିଲା, ମୋର, ସେ ମୋର- +କଲିକତିଆ ବାବୁଟିର ହାତ ଧରି ଟିକିଏ ଜୋର୍‌ରେ ହଲାଇ ଦେଇ କହିଲି- ନିଅ, ତମେ ନିଜେ ଏ କାଗଜ ପଢ଼ । +ମୁଁ ପଢ଼ି ପାରିବି ନାହିଁ । +ସେ ଟିକିଏ ଚମକି ପଡ଼ିଲା ପରି ହୋଇ ମୋତେ ଅନାଇ କହିଲା, ଥାଉ, ରଖନ୍ତୁ, ମଟରରେ ପଢ଼ିବା । +ପୁଣି ଚାହିଁଲା ପୋଖରୀ କୂଳକୁ । +ବୋହୂଟି ପାଣି ଭିତରେ ପଶିଲାଣି । +କେଡ଼େ ନିରୀହ ଆଖିରେ ମୋର ଆଡ଼କୁ ଚାହିଁ ରହିଛି । +ହୁଏତ ମୁଁ ଭାବୁଥିଲି ସେହିପରି । +କଲିକତିଆ ବନ୍ଧୁଟି ମଧ୍ୟ ସେଇ କଥା ଭାବୁଥିବ । +ଆରପାଖ ହୁଡ଼ାରେ ଟହଲ ମାରୁଛି ଯେଉଁ ଲୋକଟି, ଘାଗଡ଼ା କଣ୍ଠରେ ଗାଉଛି ଅଶ୍ଳୀଳ ଗୀତ, ସେ ମଧ୍ୟ ଭାବୁଛି ସେଇ କଥା । +ମୁଣ୍ଡରେ ଚୁଟି, କାନରେ ନୋଳି, ବୟସ ଷାଠିଏ ପାଖାପାଖି, ହାତରେ ନୋଟାଟିଏ ନେଇ ପାହାଚରେ ଓହ୍ଲାଇଲାଣି, ବୟସ ଗଲାଣି, ଶୋଷ ମରିନାହିଁ । +ସେ ବି ଭାବୁଛି । +ମଟର ପାଖରୁ ଆଉ ଦୁଇ ଚାରି ଜଣ ବରମୂଳକୁ ଗଡ଼ିଲେଣି । +ଆରେ ଆରେ, ଏ ଲୋକଗୁଡ଼ାକ ବଡ଼ ଅଭଦ୍ର ତ, ବିଚାରୀ କ’ଣ ଜାଣିଥିଲା ଆଜି ମଟର କଳ ବିଗିଡ଼ିବ, ଆଉ ସେ ଏପରି ହଇରାଣ ହେବ ? ଗାଁ ବାହାରେ ବିଲ ମଝି ଏକୁଟିଆ ପୋଖରୀରେ ନିରୋଳାରେ ଗାଧୋଇବାର ଯେଉଁ ଆନନ୍ଦ, ଯେଉଁ ସ୍ବାଧୀନତା, ସେତକ ତା’ର ଆଜି ସରିଛି । +ଭରା ଯୌବନ ଓ ଝରା ଲଜ୍ଜା, ଦମକା ଛାତି ଓ ଚମକା ସଙ୍କୋଚ, ଉଛୁଳା ପ୍ରେମ ଓ ତୀକ୍ଷ୍ଣ କଟାକ୍ଷ ଧରି ସେ କେବେ ଆସିବ ନାହିଁ ଏପରି । +ଝିଅଟି ଉପରକୁ ଉଠି ଲୁଗା ପାଲଟି ଡାକିଲାଣି, ଆସୁନା ନୂଆଊ’, କେତେ ଡେରି ହେଲାଣି ? +ବୋହୂଟି ବେକଯାଏ ପାଣିରେ ବୁଡ଼ାଇ ରଖିଛି । +ପାଣି ଉପରକୁ ଯେଉଁ ମୁଣ୍ଡଟି ଉଠିଛି ସେ ମଧ୍ୟ ଗୋରା ହୋଇଛି ରଙ୍ଗୀନ୍‌ ପଣତରେ । +ପୋଖରୀରେ ଫୁଟିଥିବା ଦୁଇଚାରିଟା ନାଲି କଇଁଫୁଲ ପରି ସେ ମଧ୍ୟ ଯେପରି ଗୋଟିଏ । +ମୁହଁ ବୁଲାଉଛି ନଣନ୍ଦ ଆଡ଼କୁ । +ଆସୁନା ! +ରହ ! +ମୁଁ ତେବେ ଆଗରେ ଯାଉଛି । +ଦୁଇ ପାହାଚ ଉଠୁଛି ଝିଅଟି । +ହାତରେ ତା’ର କଇଁଫୁଲ । +ରହ ମ ! +ଅଟକି ରହୁଛି ଝିଅଟି । +ଜାଣେ ନା ସେ, କାହିଁକି ତା’ର ନୂଆବୋଉ ପାଣିରୁ ଉଠିବାକୁ ଉଛୁର କରୁଛି । +ଜାଣେ ନା ସେ, କାହିଁକି ଏତେ ଅପରିଚିତ ଲୋକ ସେହି ସୁନା ପ୍ରତିମାର ପାଣିରୁ ଉଠିବା ମୁହୂର୍ତ୍ତକୁ ଚାହିଁ ରହିଛନ୍ତି । + ହୁଏତ ସମସ୍ତ ବିବାହିତ, ହୁଏତ ସମସ୍ତେ ନାରୀ ଦେହ ସଙ୍ଗେ ଘନିଷ୍ଠ ଭାବରେ ପରିଚିତ, ତଥାପି ସେଥିରେ କ’ଣ ନୂତନତ୍ବ ଅଛି ? +ଅଥବା, ନୂତନତ୍ବ ମଣିଷର ମନରେ ? +ନ ଯଯୌ ନି ତସୌଃ ! +ମଟର ଡ୍ରାଇଭର ହର୍ଣ୍ଣ ଦେଲା । +ଇଚ୍ଛା ନାହିଁ, ବାଧ୍ୟ ହୋଇ ଯେପରି ସମସ୍ତେ ବସ୍‌ ଭିତରକୁ ଆସିଲେ । +ଯିବାକୁ ହିଁ ତ ହେବ । +ସ୍ବପ୍ନ ଭାଙ୍ଗିଲା- ବସ୍‌ ଚାଲିଲା । +ସେହିବାଟେ ନିତି ଚାଲିଛି କେତେ ବସ୍‌ । +କେତେଥର ମୁଁ ଯାଇଛି । +ବରଗଛ ପାଖେଇ ଆସିଲେ ଆଖି ଦୁଇଟା ଆପେ ଆପେ ଟାଣି ହୋଇଯାଏ ସେହି ପୋଖରୀ ଘାଟକୁ । +ଭରାପାଣି, ଦଳ, ନାଲିକଇଁ ପାହାଚ ହୁଡ଼ା, ଲମ୍ବି ଯାଇଛି ବାଟଟି ବଙ୍କେଇ ଗାଁ ଭିତରକୁ । +ସବୁ ପଡ଼େ ଆଖିରେ । + ପଡ଼େ ନାହିଁ ସେହି ହସକୁରି ନିର୍ବୋଧ ଝିଅଟି, ଆଉ ଶରତ ପୁନେଇଁର ଅନାବିଳ ଉଜ୍ଜ୍ବଳ ଚାନ୍ଦପରି ଉଇଁଥିଲା ଯେଉଁ ଯୁବତୀ ରୂପର ଢେଉ ଖେଳାର ଦେଇଥିଲା- ସେହି କ୍ଷଣିକା ! ଯାହାକୁ ମୋ’ର ବୋଲି କହିବାକୁ ଉଚ୍ଛନ୍ନ ହୋଇଥିଲା ମନ ! +ବସ୍‌ ଚାଲିଯାଏ । +ଅଦୃଶ୍ୟ ହେବାଯାଏ ଗଛଟିକୁ ପଛେଇ ଚାହେଁ । +ଛପିଯାଏ ଗଛ । +କିପରି ଖରାପ ଲାଗେ । + ପ୍ରଶ୍ନଉଠେ ଭିତରେ, କାହିଁ ସେ ? -- GitLab