From b036589c2df4d8568db85e22ab61b5b6c036ce80 Mon Sep 17 00:00:00 2001 From: Nayan Ranjan Paul Date: Sat, 17 Sep 2022 12:37:37 +0530 Subject: [PATCH] Upload New File --- .../odiasahitya.com/sent_odiasahitya_galpa_46 | 141 ++++++++++++++++++ 1 file changed, 141 insertions(+) create mode 100644 Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_galpa_46 diff --git a/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_galpa_46 b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_galpa_46 new file mode 100644 index 0000000..36ef38b --- /dev/null +++ b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_galpa_46 @@ -0,0 +1,141 @@ +ବନ୍ଦ: ୫ଟି କାହାଣୀ +ତା: ଏପ୍ରିଲ୍ ୨୫, ୨୦୧୨ +ମୂଳ ପୃଷ୍ଠା → ଗଳ୍ପ → ଅଣୁ ଗଳ୍ପ → +(୧) +ସୁଖିରାମ ଭାରି ଗରିବ । +ତାର ଜମିବାଡ଼ି କିଛି ନାହିଁ । +ଦିନ ମଜୁରି କରି ଚଳେ ସେ । +ପ୍ରତିଦିନ ସକାଳେ ସେ ଗାଁରୁ ଚାଲି ଚାଲି ଆସି ସହର ଛକରେ ଠିଆ ହୁଏ । +ଯାହାର ଦରକାର ସେ ଆସି ତାକୁ କାମ କରିବା ପାଇଁ ନେଇଯାଏ । +ସେଦିନ ବନ୍ଦ ବୋଲି ତାକୁ ମାଲୁମ ବି ନଥିଲା । +ସେ ତାର ସବୁଦିନ ଭଳି ସକାଳୁ ତା ଗାଁରୁ ଚାଲି ଆସିଛି । +ଦେଖିଲାବେଳକୁ ଦୋକାନବଜାର ସବୁ ବନ୍ଦ । +କରିବ କଣ? ବିଚରା ଚୁପ୍‌ଚାପ ଛକମୁଣ୍ଡ ତାରିଣୀ ମନ୍ଦିର ବାହାର ପାହାଚରେ ବସିଥିଲା । +ମୋଟର ସାଇକେଲ୍‌ରେ ଦୁଇଜଣ ଲୋକ ଆସି ପହଞ୍ଚିଲେ । +ଜଣକ ଆଖିରେ କଳା ଚଷମା, ଜଣକ ହାତରେ ଷ୍ଟିଲ୍‌ ବଳା । + ଚଷମା ବାଲା ଆସି ତାକୁ କହିଲା, କାମ କରିବୁ? +-କି କାମ? +-କିଛି ଭିଡ଼ କାମ ନୁହଁ ମ! ରାସ୍ତାରେ ଟାୟାର ପକେଇ ନିଆଁ ଜାଳିବୁ, ଗାଡ଼ିମଟର ଯାଉଥିଲେ ତା ଉପରକୁ ଢେଲା ପକେଇବୁ, ଯେଉଁ ଲୋକ ସ୍କୁଟର ମଟରସାଇକେଲ୍‌ରେ ଯାଉଥିବ- ସେମାନଙ୍କୁ ବାଡ଼େଇବୁ । +-ଏଟା କଣ କାମ? +-ସେଥିରୁ ମୋତେ କଣ ମିଳିବ? ତୋତେ ଟଙ୍କା ମିଳିବ । +ସୁଖରାମ ଟଙ୍କା ନେଲା, ଏବଂ ତାକୁ ଯାହା କୁହାଗଲା, ତାହା କଲା । +ରାସ୍ତାରେ ନିଆଁ ଜାଳିଲା, ସ୍କୁଟର ମୋଟରସାଇକଲ୍‌ରେ ଯାଉଥିବା ଲୋକଙ୍କୁ ବାଡ଼େଇଲା, କାର୍‌ ର କାଚ ଭାଙ୍ଗିଲା । +କିଛି ସମୟ ଭିତରେ ପୋଲିସ ତାକୁ ଗିରଫ କରିନେଇଥିଲା । +ଜାମିନରେ ଯିବା, ମକଦ୍ଦମା ଲଢ଼ିବା- ଏ ସବୁର କ୍ଷମତା ସୁଖିରାମର ନଥିଲା । +ତେଣୁ ତା‘କୁ ସଜା ହୋଇଗଲା । +ସୁଖିରାମ ପ୍ରଥମ ଥର ଜେଲ୍‌ ଗଲା । +ଜେଲ୍‌ରେ ସୁଖିରାମ ମାଗଣା ଖାଇବାକୁ ପାଇଲା । +ଗରମ ଭାତ, ଡାଲି ଓ ତରକାରି । +ଜେଲ୍‌ଟା ତାକୁ ଭଲ ଲାଗିଲା । +ସେ ଠିକ୍‌ କରିନେଲା, ଏଣିକି ସେ ଜେଲ୍‌ରେ ହିଁ ରହିବ । +(୨) +ପ୍ରତ୍ୟେକ ଲୋକର କିଛି ନା କିଛି ଇଚ୍ଛା ଥାଏ, କିଛି ଲୋକଙ୍କର ଇଚ୍ଛାଟା ଅବ୍‌ସେସନ୍‌ ପର୍ଯ୍ୟାୟକୁ ଚାଲିଯାଏ । +ସେତେବେଳେ ମନେହୁଏ- ଏଇଟା ନ ହେଲେ ବା ଏଇଟା ନ ପାଇଲେ ବଞ୍ଚିବାରେ କିଛି ଲାଭ ନାହିଁ । +ତାକୁ ପାଇବା ପାଇଁ ସେମାନେ ପାଗଳ ପ୍ରାୟ ହୋଇଉଠନ୍ତି । +ସେମିତି ଜଣେ ହେଲା ସଞ୍ଜୟ । +ତାର ଇଚ୍ଛା: ଟେଲିଭିଜନରେ ତା ମୁହଁଟା ଦିଶନ୍ତା । +ଯେତେବେଳେ ସେ ଟେଲିଭିଜନ ଦେଖେ, ଟିଭି ପରଦାରେ ଚାଲବୁଲ କରୁଥିବା ଚରିତ୍ର ଭିତରେ ସେ ନିଜକୁ ଖୋଜିପାଏ । +ଟିଭିରେ ମୁହଁ ଦେଖଇବା ପାଇଁ ବହୁ ଚେଷ୍ଟା କରିଛି ସଞ୍ଜୟ । + ଟେଲିଭିଜନ ଧାରାବାହିକରେ ଏତେ ଚରିତ୍ର, ତାକୁ ଗୋଟେ ଚରିତ୍ର ମିଳନ୍ତାନି! +ହେଲେ ତାକୁ କେହି କୌଣସି ଚରିତ୍ରରେ ଅଭିନୟ ପାଇଁ ଡାକି ନାହଁନ୍ତି । +ଯେତେ ରିୟାଲିଟି ଶୋ ହୁଏ, ସବୁଥିରେ ସେ ଆବେଦନ କରିଛି । +କେଉଁଥିରେ ତା‘ର ହୋଇନି । +ଭୁବନେଶ୍ବରରେ ଟେଲିଭିଜନ ଚ୍ୟାନେଲଗୁଡ଼ିକର ଅଫିସ୍‌କୁ କମ୍‌ ଥର ଯାଇନି ସେ । +ତାର ଏ ଅବ୍‌ସେସନ୍‌ ବିଷୟରେ ତାଙ୍କ ସାହିରେ ସମସ୍ତେ ଜାଣନ୍ତି । +ବେଳେବେଳେ ତାକୁ ଏଥିପାଇଁ ଥଟ୍ଟା ବି କରନ୍ତି । +ସେଦିନ ବନ୍ଦ ଥିଲା । +ବନ୍ଦ ପୂର୍ବଦିନ ତାଙ୍କ ସାହିର ବୁଲାଦାଦା କହିଲେ- ଆବେ ସଞ୍ଜୟ, ଗୋଟେ କାମ କରିପାରିବୁ- ତୋ ମୁଁହ ଟିଭିରେ ଦେଖେଇବା ପୂରା ପକ୍କା । +-କ‘ଣ? +ବୁଲାଦାଦା ଯାହା କାମ କହିଲା, ତାକୁ କରିବା ପାଇଁ ତା ଆତ୍ମା ଡାକୁ ନଥିଲା । +କିନ୍ତୁ ଟିଭିରେ ମୁହଁ ଦେଖେଇବାର ଲୋଭରେ ସେ ହଁ କହିଦେଲା । +ବନ୍ଦ ବେଳେ ନିଆଁ ଜାଳିଲା ସେ । +ବସ୍‌ ଉପରକୁ ଟେକା ଫୋପାଡ଼ିଲା । +ପୋଲିସ ଆସିଲା । +ପୋଲିସ ପଛରେ ଥିଲେ ବିଭିନ୍ନ ଟେଲିଭିଜନ ଚ୍ୟାନେଲ୍‌ର କ୍ୟାମେରାମ୍ୟାନ୍‌ମାନେ । +ଅନେକଗୁଡ଼ିଏ କ୍ୟାମେରା । +ସଞ୍ଜୟକୁ ଲାଗିଲା, ତାରି ଫଟୋ ଉଠଉଛନ୍ତି ସେମାନେ । +ସଞ୍ଜୟ ସାମ୍ନାକୁ ଆସି ପୋଲିସ ଉପରକୁ ଟେକାପଥର ଫୋପାଡ଼ିଲା । +ପୋଲିସ ଗୁଳି ଚଳେଇଲା । +ଗୁଳି ବାଜିଲା ସଞ୍ଜୟ ଛାତିରେ । +ଟଳି ପଡ଼ିଲା ସେ । +ସାରା ଭାରତ ଦେଖିଲା ତା‘ର ମୃତ ଦେହର ଚିତ୍ର । +(୩) +ଅଫିସରଙ୍କ କଡ଼ା ତାଗିଦ୍‌: ବନ୍ଦ ଦିନ ସମସ୍ତଙ୍କୁ ନିହାତି ଅଫିସ ଆସିବାକୁ ପଡ଼ିବ । +ଅଫିସ୍‌ରେ ହାଜିରା ପକେଇ ତେଣିକି ଯିଏ ଯାହା କର । +କାମ କର ନ କର କିଛି କଥା ନାହିଁ, ହାଜିରା ପକେଇବା ନିହାତି ଜରୁରି । +ତେଣୁ ବନ୍ଦବାନ୍ଦ ଆରମ୍ଭ ହେବା ପୂର୍ବରୁ ଚଞ୍ଚଳ ଚଞ୍ଚଳ ଅଫିସ୍‌ ପହଞ୍ଚଯିବ ସମସ୍ତେ । +ବନ୍ଦ କିଛି ନୂଆ ହେଉନି ଓଡ଼ିଶାରେ । +ସମସ୍ତେ ଜାଣନ୍ତି ବନ୍ଦ ଦିନ ସମସ୍ତେ ଚଞ୍ଚଳ ପହଞ୍ଚନ୍ତି । +ହାଜିରା ପକାନ୍ତି । +ଅଳ୍ପ କିଛି ସମୟ ରହନ୍ତି । +ତାପରେ ମଉକା ଦେଖି ଗୋଟିଏ ଗୋଟିଏ ଖସିଯାଆନ୍ତି । +ସେଦିନ ଅଫିସ୍‌ କାମ ଦାମ କିଛି ହୁଏନି । +ଅଫିସ୍‌ ବି ପ୍ରାୟ ଫାଙ୍କା ଥାଏ । +ସେଇଥିପାଇଁ ବୁଦ୍ଧିରାମ ଆଜି ବଡ଼ି ସକାଳୁ ଅଫିସ୍‌ ବାହାରିଛି । +ଆଜି ପାର୍ବତୀ ବି ନିଶ୍ଚୟ ଚଞ୍ଚଳ ଅଫିସ୍‌ ଆସିବ । +ବହୁଦିନ ଧରି ଥାଥା ମାମା ହୋଇ ଗତକାଲି ବୁଦ୍ଧିରାମ ତାକୁ ଗୋଟେ ଲଭ୍‌ ଲେଟର ଦେଇଛି । +ପାର୍ବତୀ ତାକୁ ପଢ଼ିଛି ଆଉ ସେ ବି ନିଶ୍ଚୟ ବୁଦ୍ଧିରାମକୁ ଲଭ୍‌ କରୁଛି । +ନହେଲେ ଅଫିସ୍‌ ଛୁଟି ହେଲା ବେଳକୁ କାହିଁକି ତାକୁ ଚାହିଁ ମୁହଁ ଚିପି ଗୋଟେ ସ୍ମାଇଲ୍‌ ଦିଅନ୍ତା! କହନ୍ତା, କାଲି ଆସନ୍ତୁ, ଏହାର ଉତ୍ତର ଦେବି । +ଆଜି ପାର୍ବତୀ ବି ଚଞ୍ଚଳ ଅଫିସ୍‌ ଆସିଯିବ । +ଫାଙ୍କା ଅଫିସ୍‌ରେ ସେ ଆଉ ପାର୍ବତୀ । +ପାର୍ବତୀ ଆଉ ସେ । +ପାଖାପାଖି ବସି କେତେ କଥା ହେବ । +ବୁଦ୍ଧିରାମ ଭାବୁଥିଲା, ସବୁଦିନ ଏମିତି ବନ୍ଦ ହୁଅନ୍ତା, ସବୁଦିନ ଏମିତି ଅଫିସ୍‌ଟା ଖାଲି ଥାଆନ୍ତା । +(୪) +ବନ୍ଦ ଦିନ ସବୁ ବନ୍ଦ । +ଦିପହରେ ଖାଇବ କ‘ଣ ସଞ୍ଜୟ? ସେ ଗୋଟେ ଜରୁରି କାମରେ ଆସିଥିଲା ଭୁବନେଶ୍ବରରେ ଗୋଟେ ଅଫିସ୍‌କୁ । +ଅଫିସର୍‌ କହିଥିଲେ, ବନ୍ଦ ହେଲେବି ମୁଁ ତ ଆସିଥିବି । +ସେଦିନ ଅନ୍ୟ କର୍ମଚାରୀମାନେ ଆସିବା ନ ଆସିବା ଭଳି । +ଅଫିସ୍‌ରେ କେହି ବିଶେଷ ନଥିବେ । +ମୁଁ ନିରୋଳାରେ ଆପଣଙ୍କ କାମଟା କରିଦେବି । +କାମ ସରିଗଲା ଦିପହର ବେଳକୁ । +ବାହାରକୁ ବାହାରି ଆସିଲା ସଞ୍ଜୟ । +ସକାଳୁ ତରବରରେ ବାହାରି ଆସିଥିଲା ଯେ ବ୍ରେକ୍‌ଫାଷ୍ଟ୍‌ କରି ନଥିଲା ଠିକ୍‌ କରି । +ଗୋଟାଏ ସାଣ୍ଡ୍‌ଉଇଚ୍‌ କୌଣସି ମତେ ପାଟିରେ ପୁରାଇ ଚାଲିଆସିଥିଲା । +ସେତେବେଳେ କେତେ ଶୀଘ୍ର ଅଫିସ୍‌ରେ ପହଞ୍ଚିବ, ସେ ଚିନ୍ତା । +ଏବେ କାମଟା ସରିଗଲା ପରେ ସଞ୍ଜୟ ଅନୁଭବ କଲା – ବେଶ୍ ଭୋକ ହେଲାଣି । +ହେଲେ ଖାଇବ କ‘ଣ ସେ? ଆଖପାଖ ସବୁ ଦୋକାନ ବନ୍ଦ । +ପାନଦୋକାନ ବନ୍ଦ । +ବନ୍ଦ ପାଇଁ ନିଜ କାର୍‌ ଆଣିନି ସଞ୍ଜୟ । +ଗାଡ଼ିମଟର ଚାଲୁନି ଏ ଯାଏଁ । +ଭୋକଟା ବଢ଼ିବାକୁ ଲାଗିଲା । +ଗୋଟିଏ ଗୋଟିଏ ଆଗକୁ ଚାଲିଲା । +କାଳେ କିଛି ଦୋକାନ ଖୋଲା ଥିବ । +ସାପ ଯେମିତି ପେଡ଼ି ଭିତରୁ ବାହାରି ଆସେ, ସଞ୍ଜୟର ମନେ ହେଲା ଭୋକଟା ବି ଗୋଟେ ସାପ ଭଳି ତା ପେଟ ଭିତରୁ ବାହାରକୁ ବାହାରି ଆସିବାକୁ ଚାହୁଁଛି । +ଭୋକ ଯେ ମଣିଷକୁ ଏମିତି ଦୁର୍ବଳ ଆଉ ଅସହାୟ କରିଦିଏ – ତାହା ପ୍ରଥମ ଥର ପାଇଁ ଅନୁଭବ କଲା ସଞ୍ଜୟ । +ଏଇ ସମୟରେ ସେ ଦେଖିଲା – ରାସ୍ତା କଡ଼େ ଝୋପଡ଼ି ହୋଟେଲ୍‌ଟିଏ, ଅଧା ଖୋଲା ହୋଇ ରହିଛି । +ସାଧାରଣ ଅବସ୍ଥାରେ ସଞ୍ଜୟ ଖାଇବାରେ ଯାହାକୁ ଇଂରାଜୀରେ କହନ୍ତି ଭାରି ଫସି । +ଟିକେ ଅଳିଆ ହୋଇଥିଲେ ସେ ସେଠିକି ଯାଏନି । +ବିଦେଶରେ ରହି ଏ ଶିକ୍ଷା ତାର ହୋଇଛି । +ଏମିତି ରାସ୍ତା କଡ଼ ଝୋପଡ଼ି ହୋଟେଲ୍‌ରେ ଖାଇବା କଥା ସେ କେବେ ଚିନ୍ତା ବି କରି ନଥାନ୍ତା! ହେଲେ ଆଜିକାର କଥା ଅଲଗା । +ଝୋପଡ଼ି ଦୋକାନୀକୁ ପଚାରିଲା ସଞ୍ଜୟ, ଖାଇବାକୁ ଅଛି କିଛି? +ଦୋକାନୀ ଯେତେବେଳେ କହିଲା- ଡାଲମା ଆଉ ଭାତ ହେବ, ସଞ୍ଜୟର ମନେ ହେଲା ଦୋକାନୀ ରୂପରେ ସାକ୍ଷାତ୍‌ ଭଗବାନ ତା ସାମ୍ନାରେ ଠିଆ ହୋଇ ତାକୁ ବରଦାନ ଦେଲେ । +-ଦିଅ । +ଗୋଟେ ସିଲ୍‌ଭର ଥାଳିରେ ଆସିଲା ବଗଡ଼ା ଭାତ ଆଉ ଡାଲମା । +ସଞ୍ଜୟକୁ ଲାଗିଲା – ଅମୃତ । +ଭୋକରେ ଯେ ଅଲଗା ସୁଆଦ ଅଛି – ଆଜି ପ୍ରଥମ ଥର ପାଇଁ ଅନୁଭବ କଲା ସଞ୍ଜୟ । +(୫) +ସତ୍ୟହରି ବାବୁଙ୍କ ନେତୃତ୍ବରେ ବନ୍ଦ ହେଲା ଓଡ଼ିଶାରେ । +ବନ୍ଦ ମାନେ ଜବରଦସ୍ତ ବନ୍ଦ । +ତାଙ୍କ ସହକର୍ମୀମାନେ କହିଲେ ଏମିତି ଜବରଦସ୍ତ ବନ୍ଦ ଆଉ କେହି କରେଇ ପାରି ନାହାନ୍ତି । +ସବୁ ବନ୍ଦ କରିଦେଇଛନ୍ତି ସତ୍ୟହରି ବାବୁ । +ଦୋକାନବଜାର ଅଫିସ୍‌ପତ୍ର କଥା ଛାଡ଼ ଗାଡ଼ିମଟର ବି ସବୁ ବନ୍ଦ । +ଶଳା ସାଇକଲ୍‌ରେ ବି ଲୋକ ଯାଇ ପାରିନାହାନ୍ତି । +ସାଇକଲ ଚକାରୁ ପମ୍ପ ଖୋଲି ଦେଇଛନ୍ତି ସତ୍ୟହରିବାବୁଙ୍କ ଦଳର ଲୋକମାନେ । +ସତ୍ୟହରି ବାବୁଙ୍କ ପୁଅ ପଢ଼େ ବାଙ୍ଗାଲୋରରେ । +ନାଁ, ଓଡ଼ିଶାରେ ପଢ଼େଇବାର ଭୁଲ୍‌ ସତ୍ୟହରି ବାବୁ କେମିତି କରେଇବେ । +ଏଠି ପାଠ ଅଛି ନା ଶାଠ ଅଛି । +ପ୍ରତିଦିନ ଷ୍ଟ୍ରାଇକ୍‌ । +ପାଠର ନାଁ ଗନ୍ଧ ନାହିଁ । +ବାଙ୍ଗାରୋର୍‌ରେ ଗୋଟେ ପାଠର ଆଟ୍‌ମସ୍‌ଫିଅର ଅଛି । +ହେଲେ ସେଦିନ ବାଙ୍ଗାଲୋରରେ ବି ହୋଇଥିଲା ବନ୍ଦ । +ସେଇଦିନ ତାଙ୍କ ପୁଅ ବାଥରୁମ୍‌ରେ ଗିଜର ଅନ୍‌ କରୁ କରୁ ଇଲେକ୍‌ଟ୍ରିକ୍‌ ସକ୍‌ ଖାଇ ଓଲଟି ପଡ଼ିଲା ଯେ ମୁଣ୍ଡରେ ବାଜିଲା ଆଘାତ । +ତାକୁ ବଡ଼ ହାସପାତାଳକୁ ନେବା ଦରକାର ଥିଲା । +ହେଲେ ସେ ହାସପାତାଳ ପହଞ୍ଚି ପାରିଲାନି । +ଆନ୍ଦୋଳନକାରୀମାନେ ତାକୁ ପହଞ୍ଚେଇ ଦେଲେନି । +ବାଟରେ ମରିଗଲା ସତ୍ୟହରି ବାବୁଙ୍କ ପୁଅ । +ଏ କ୍ଷଣେ ସତ୍ୟହରି ବାବୁଙ୍କ ଦୁଇଟା ହାତରେ ଦୁଇଟା ମୋବାଇଲ୍‌ ଫୋନ । +ଗୋଟାକରେ ବଧେଇ: ଆପଣ ଏତେ ସୁନ୍ଦର ବନ୍ଦ କରେଇଛନ୍ତି, ତେଣୁ ଦଳର ହାଇକମାଣ୍ଡ ଆପଣଙ୍କୁ ବିଧାୟକ ଆସନ ପାଇଁ ଟିକଟ ଦେବା ପାଇଁ ମନସ୍ଥ କରୁଛନ୍ତି । +ଆର ଫୋନ୍‌ଟି ବାଙ୍ଗାଲୋରରୁ: ଆପଣଙ୍କ ପୁଅ ଆଉ ନାହିଁ । +ବନ୍ଦ ପାଇଁ ଆମ୍ବୁଲାନ୍ସ ବାଟରେ ଅଟକି ରହିଗଲା । +ଅତିରିକ୍ତ ରକ୍ତକ୍ଷରଣ ପାଇଁ ତାର ମୃତ୍ୟୁ ହୋଇଗଲା । -- GitLab