diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia114.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia114.txt new file mode 100644 index 0000000000000000000000000000000000000000..157d52e60ee9ea032b5e20329d2cdc2dc5cc8313 --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia114.txt @@ -0,0 +1,26 @@ +ଗର୍ଭବତୀ ସତର୍କ ରହିବା ଆବଶ୍ୟକ +ଉପକ୍ରମ +ଖରାଦିନେ ସାଧାରଣ ମହିଳାଙ୍କ ଅପେକ୍ଷା ଗର୍ଭବତୀଙ୍କ ଶରୀରର ତାପମାତ୍ରା ଅଧିକ ରହେ । +ଏଥିଯୋଗୁ ଶରୀରରୁ ଅଧିକ ଝାଳ ବାହାରେ, ଥକା ଲାଗେ ଓ ବାନ୍ତି ହୁଏ । +ଏ ସମୟରେ ଗର୍ଭବତୀ ନିଜକୁ ଯେତେ କୁଲ୍ ରଖିବେ ସେତେ ଭଲ । +ଡିହାଇଡ୍ରେଶନ୍ +ଶରୀରକୁ ଥଣ୍ଡା ରଖିବା ଲାଗି ସୂତା କପଡାର ଡ୍ରେସ କିମ୍ବା ଶାଢି ପିନ୍ଧିବା ଆବଶ୍ୟକ । +ଯଦି ଗର୍ଭାବତୀକର୍ମଜୀବୀ ହୋଇଥାନ୍ତି ତେବେ ସକାଳ ୧୧ ଟାରୁ ଦିନ ୪ ଟା ପର୍ଯ୍ୟନ୍ତ ବାହାରକୁ ଯିବାଠୁ ଦୂରେଇ ରୁହନ୍ତୁ । +କାରଣ ଏ ଦିନେ ଶରୀରରୁ ଅଧିକ ଝାଳ ବାହାରିବା ଯୋଗୁ ଜଳୀୟଅଂଶ କମିଯାଏ । +ଫଳରେ ପାଟି ଶୁଖିଯାଏ, ହାଲିଆଲାଗେ, କୌଣସି କାମ କରିବା ଲ୍ଲାଗୀ ଇଚ୍ଛା ହୁଏନି, ପରିସ୍ରା ହଳଦିଆହେବାଭଳି କେତେକ ସମସ୍ୟା ଦେଖାଯାଏ । +ଯଦି ଏଭଳି ସମସ୍ୟା ଦେଖାଯାଏ ତେବେ ତାଙ୍କୁ ଡିହାଇଡ୍ରେଶନ୍ ହୋଇଛି ବୋଲି ଧରି ନିଆଯିବ । +ଡିହାଇଡ୍ରେଶନ୍ ଦୂର ଲାଗି ପ୍ରଚୁର ପାଣି ଘୋଳଦହି, ଲେମ୍ବୁ ଚିନିଲୁଣ ପାଣି ପିଇବା ଆବଶ୍ୟକ । +ଅ ତଟକା ଫଳ, କାକୁଡି ଓ ତରଭୁଜ ଆଦି ଖାଇବା ଦରକାର । +ଏଦିନେ ଝାଳ ବାହାରିବା ଯୋଗୁ ଘିମିରି ହେବା, ଶରୀରରେ ପୋଡାଜଳା ଆଦିର ଆଶଙ୍କା ରହିଛି । +ଏଥିପାଇଁ ଫଙ୍ଗାଲ ଇନଫେକଶନ୍ ହୋଇପାରେ । +ଏହି ଫଙ୍ଗାଲ ଇନଫେକଶନ୍ ଦୂର କରିବାକୁ ହେଲେ ବଜାରରେ ଆଣ୍ଟି ଫଙ୍ଗାଲ ପାଉଡର ମିଳୁଛି ଯାହାକୁ ଲଗାଇବା ଦ୍ଵାରା ସୁଫଳ ମିଳିଥାଏ । +ଏହି ଦିନରେ ଗର୍ଭବତା ଯଦି ଦୁଇଥର ଗାଧାନ୍ତି କିଛି ଅସୁବିଧା ନାହିଁ । +ଡ୍ରେସ ପିନ୍ଧିବା ସମୟରେ ଟାଇଟ୍ ଏବଂ ସିନ୍ଥିଟିକ୍ ଲୁଗାଠାରୁ ଦୂରେଇ ରହିବା ଆବଶ୍ୟକ । +ବ୍ୟାୟାମ +ଯଦି ବ୍ୟାୟାମ କରୁଥାନ୍ତି ଷ୍ଟ୍ରେସ ନେଲା ଭଳି ବ୍ୟାୟାମ କରନ୍ତୁ ନାହିଁ । +ଅବଶ୍ୟ ଉପୟୁକ୍ତ ବିଶ୍ରାମ ନେବା ଆବଶ୍ୟକ । +ଦ୍ଵିପ୍ରହର ସମୟରେ ମଧ୍ୟାହ୍ନଭୋଜନ ପରେ ୧ ରୁ ୨ ଘଣ୍ଟା ଏବଂ ରାତିରେ ଛଅରୁ ଆଠ ଘଣ୍ଟାଶୋଇବା ଦରକାର । +ଯେତେ ସମ୍ଭବ ଚିନ୍ତାଗସ୍ତତାଠାରୁ ଦୂରେଇ ରହିବା ଆବଶ୍ୟକ । +କାରଣ ଏ ସମୟରେ ଚାପଗ୍ରସ୍ତ ରହିବା ଯୋଗୁ ଇଚ୍ଚ ରକ୍ତଚାପ ହେବାର ଆଶଙ୍କା ଅଧିକ ରହିଛି । +ଆଉ ପୁଷ୍ଟିକର ଖାଦ୍ୟ ଖାଇବା ନିହାତି ଆବଶ୍ୟକ । +ତେଲମସଲା ଖାଦ୍ୟଠାରୁ ଦୂରେଇ ରହି ପନିପରିବାରେ ପ୍ରସ୍ତୁତ ସନ୍ତୁଳା, ଭର୍ତ୍ତା ଡାଲି ଆଦି ଖାଇବା ଭଲ ।