From b5542afa46907c4a27550b8390134b5c65b5e0ca Mon Sep 17 00:00:00 2001 From: Nayan Ranjan Paul Date: Mon, 19 Sep 2022 23:05:00 +0530 Subject: [PATCH] Upload New File --- .../vikashpedia_health_odia3.txt | 40 +++++++++++++++++++ 1 file changed, 40 insertions(+) create mode 100644 Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia3.txt diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia3.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia3.txt new file mode 100644 index 0000000..4fe5478 --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia3.txt @@ -0,0 +1,40 @@ +ପାଦର ଅନେକ ଗୁରୁତ୍ଵପୂର୍ଣ୍ଣ ଭୂମିକା +ପାଦର ଅନେକ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି +ଶରୀରର ଭାରସାମ୍ୟ ରକ୍ଷା କରିବାରେ ପାଦର ଅନେକ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି । +ଏହାଛଡ଼ା ଶରୀରକୁ ଗୋଟିଏ ସ୍ଥାନରୁ ନେଇ ଅନ୍ୟ ଏକ ସ୍ଥାନରେ ପହଞ୍ଚାଇବାରେ ପାଦ ଗୁରୁ ଦାୟିତ୍ଵ ବହନ କରିଥାଏ । +ତେବେ ଅନେକ ସମୟରେ କୌଣସି କାରଣରୁ ପାଦରେ ଯନ୍ତ୍ରଣା ଅନୁଭୂତ ହୋଇଥାଏ । +ଏହାର ନିରାକରଣ ଦିଗରେ ଯଥାସମ୍ଭବ ଉଦ୍ୟମ କରିବା ଆବଶ୍ୟକ । +ପାଦତଳେ ଥିବା ଲିଗାମେଣ୍ଟରେ ଚାପ ସୃଷ୍ଟି ହେବା ଯୋଗୁଁ ପାଦରେ ଯନ୍ତ୍ରଣା ସୃଷ୍ଟି ହୋଇଥାଏ । +ଏହାକୁ ପ୍ଲାଣ୍ଟର ଫାସିଆ କୁହାଯାଇଥାଏ । +ଗୋଇଠିରେ ଏବଂ ପାଦର ଠିକ ତଳ ଅଂଶରେ ସାଧାରଣତଃ ପ୍ଳାଣ୍ଟର ଫାସିଆ ସୃଷ୍ଟି ହୋଇଥାଏ । +କିନ୍ତୁ । +ପାଦର ତଳ ଅଂଶର ଯେକୌଣସି ସ୍ଥାନରେ ଏହି ଯନ୍ତ୍ରଣା ଦେଖାଦେଇଥାଏ । +ପ୍ଲାଣ୍ଟର ଫାସିଟିସ୍‌ର କାରଣ କ'ଣ ? +ପ୍ଲାଣ୍ଟର ଫାସିଟିସ୍ (ପ୍ଲାଣ୍ଟର ଫାସିଆ ଲିଗାମେଣ୍ଟରେ ଜଳାପୋଡା) ସାଧାରଣତଃ ଲିଗାମେଣ୍ଟର ମାଇକ୍ରୋ ଟିଅରରେ ଷ୍ଟ୍ରାନ୍ ବା ଆଘାତ ଯୋଗୁ ସୃଷ୍ଟି ହୋଇଥାଏ । +ଏଥିସହିତ ଗୋଇଠି ହାଡ ତଥା ତଳିପାଦର ଅନ୍ୟ ଅଂଶ ସହିତ ସଂଯୁକ୍ତ ଥିବାରୁ ଏସବୁ କ୍ଷେତ୍ରରେ ମଧ୍ୟ ଯନ୍ତ୍ରଣା ଅନୁଭୂତ ହୋଇଥାଏ । +ସୂଚନାଯୋଗ୍ୟ, ପ୍ଲାଣ୍ଟର ଫାସିଆ ମନୁଷ୍ୟ ଶରୀରର ବୃହତ୍ତମ ଲିଗାମେଣ୍ଟ । +ପାଦ ତଳର ପ୍ଲାଣ୍ଟର ଫାସିଆର କେଉଁ ସ୍ଥାନରେ ଆଘାତ ଲାଗିଥାଏ ? +ପ୍ଲାଣ୍ଟର ଫାସିଆ ଟିସ୍ୟୁର ଏକ ଫ୍ଲାଟ ବ୍ୟାଣ୍ଡା(ଲିଗାମେଣ୍ଟ) | ଏହା ମଣିଷର ଗୋଇଠି ହାଡ଼ ସନ୍ଦିତ ପାଦ ଅଙ୍ଗୁଳି ଗୁଡିକୁ ସଂଯୋଗ କରିଥାଏ । +ତେଣୁ ଯଦି ମଣିଷର ପ୍ଲାଣ୍ଟର ଫାସିଆରେ ଷ୍ଟ୍ରେନ ସୃଷ୍ଟି ହୁଏ, ତେବେ ଏହା ଦୁର୍ବଳ ହେବା ସହିତ ଏହା ଫୁଲିଯାଇଥାଏ ଏବଂ ଏଠାରେ ଯନ୍ତ୍ରଣା (ଜଳାପୋଡା) ସୃଷ୍ଟି ହୋଇଥାଏ । +ଫଳରେ ବ୍ୟକ୍ତି ଠିଆହେବା ସମୟରେ କିମ୍ବା ଚାଲିବା ସମୟରେ ଗୋଇଠି କିମ୍ବା ପାଦତଳେ ଯନ୍ତ୍ରଣା ଉତ୍ପାନ୍ନ ହୋଇଥାଏ । +ପ୍ଳାଣ୍ଟର ଫାସିଆର ଚିକିତ୍ସା +ପାଦକୁ ବିଶ୍ରାମ ଦିଅନ୍ତୁ । +ଜଳାପୋଡା ଏବଂ ଯନ୍ତ୍ରଣାର ଉପଶମ ପାଇଁ ପାଦତଳେ ବରଫ ଘଷନ୍ତ । +ପାଦ ଉପଯୋଗୀ ଭଲ ସକ ଆବଜରପସନ୍ ଏବଂ ଉପଯୁକ୍ତ ସହାୟତା ଉପଲବ୍ଧ କରାଉଥିବା ଜୋତା ପିନ୍ଧିନ୍ତୁ । +ହିଲୁ କପ୍ କିମ୍ବା ସୁଇନସର୍ଟ ଅର୍ଥାଟିକ୍ସ) ବ୍ୟବହାର କରନ୍ତୁ, ଯାହା ଆପଣଙ୍କ ଗୋଇଠିରେ କୁସନ ଉପଲବ୍ଧ କରାଇବ । +ସକାଳେ ଶଯ୍ୟରୁ ଉଠିବା ପରେ ଆପଣ ଜୋତା ପରିଧାନ କରନ୍ତୁ +ପାଦର ଯତ୍ର କିପରି ନେବେ +ଯଥାସମ୍ଭବ ଆପଣ ପାଦର ଯତ୍ନ ନିଅନ୍ତୁ । +ଗୋଇଠି ପଛରେ ଥିବା କାଲଫ ମାଂସପେଶାର ସମ୍ପ୍ରସାରଣ ପାଇଁ ବ୍ୟାୟାମ କରନ୍ତୁ । +ଆପଣଙ୍କ ଉଚ୍ଚତା ଅନୁସାରେ ଉପଯୁକ୍ତ ସ୍ବାସୁସ୍ଥ୍ୟକର ଓଜନ ସମନ୍ୱିତ କରନ୍ତୁ । +ଉପଯୁକ୍ତ ବ୍ୟାୟାମ ଅଭ୍ୟାସ ଅବଲମ୍ବନ କରନ୍ତୁ । +ଯଦି ଆପଣ ବୌଡ଼ୁଛନ୍ତି ତେବେ ଅନ୍ୟ ଖେଳ ପ୍ରତି ଧ୍ୟାନ ଦିଅନ୍ତୁ । +ଯାହା ଗୋଇଠିରେ ଯନ୍ତ୍ରଣା ସୃଷ୍ଟି କରିବ ନାହିଁ । +ଗୋଇଠିରେ ଆଘାତ ସୃଷ୍ଟି ହେଲେ +ଘ୍ରାଣ୍ଟର ଫାସିଆର ଯନ୍ତ୍ରଣା ଉପଶମ ପାଇଁ ନିମ୍ନୋକ୍ତ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ । +ବରଫ ଥଳି ବ୍ୟବହାର କରି ଫୁଲା, ଜଳାପୋଡା ଏବଂ ଯନ୍ତ୍ରଣାର ଉପଶମ କରନ୍ତୁ । +ଗୋଇଠିରେ ଯନ୍ତ୍ରଣା ହେଲେ କିଛିଦିନ ପାଇଁ ଆପଣ ପାଦକୁ ବିଶ୍ରାମ ଦିଅନ୍ତୁ । +ଆପଣଙ୍କର ପାଦର ଉପଯୁକ୍ତ ବ୍ୟାୟାମ କରନ୍ତୁ । +ରାତ୍ରିରେ ଶୋଇବାକୁ ଯିବା ପୂର୍ବରୁ ପାଦକୁ ଉଷୁମ ପାଣିରେ ପରିଷ୍କାର ଭାବେ ସଫା କରି ଶୋଇବାକୁ ଯାଆନ୍ତୁ । +ନିୟମିତ ବ୍ୟବଧାନରେ ପାଦ ଏବଂ ନଖକୁ ବ୍ରସରେ ସାବୁନ ସାହାଯ୍ୟରେ ସଫା କରନ୍ତୁ । +୫. ପାଦ ସଂକ୍ରାନ୍ତ କିଛି ମସ୍ୟା ଉପୁଜିଲେ ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ । -- GitLab