diff --git a/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_galpa_47 b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_galpa_47 new file mode 100644 index 0000000000000000000000000000000000000000..fe09f4ac0454617a73db73cfa9e00a48efa79ac3 --- /dev/null +++ b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_galpa_47 @@ -0,0 +1,18 @@ +ଇଚ୍ଛା ପୁରଣ +ମୃଣାଳ +ତା: ଫେବୃଆରୀ ୨୭, ୨୦୧୨ +ମୂଳ ପୃଷ୍ଠା → ଗଳ୍ପ → ଅଣୁ ଗଳ୍ପ → +ବିଶାଳ ଘଞ୍ଚ ବଣ । +ବଣ ଭିତରେ ଥାଆନ୍ତି ଜଣେ ସିଦ୍ଧ ଯୋଗୀ । +ଅନ୍ୟାନ୍ୟ ବହୁ ଜଙ୍ଗଲ ସହ ସେ ବଣଟି ବି କଟା ଚାଲିଥାଏ ନିର୍ବିଚାରରେ । +ବିଶ୍ବ ବନ ଦିବସରେ ପାଖ ସହରରେ ସଭାଟିଏ ହେଲା । +ମନ୍ତ୍ରୀ ଆସିଥିଲେ । +ତେଣୁ ସହରର ବହୁ ବରିଷ୍ଠ ସରକାରୀ କର୍ମଚାରୀ ମଧ୍ୟ ସନ୍ଧ୍ୟାରେ ଅନ୍ୟାନ୍ୟ କାର୍ଯ୍ୟ ଛାଡ଼ି ସେ ସଭାରେ ଉପସ୍ଥିତ ଥିଲେ । +ଢେର ଭାଷଣ ହେଲା । +ଶେଷକୁ ମନ୍ତ୍ରୀ କହିବାକୁ ଉଠିଲେ । +ଜଙ୍ଗଲର ସଂରକ୍ଷଣର ଆବଶ୍ୟକତା ଉପରେ ଲମ୍ବା ଭାଷଣ ଦଉ ଦଉ ସେ କହି ପକାଇଲେ ମୁଁ ଶୁଣିଛି ଏ ବଣ ଭିତରେ ଜଣେ ସିଦ୍ଧିଯୋଗୀ ଅଛନ୍ତି । +ତାଙ୍କ ମନ୍ତ୍ର ବଳରେ ଯଦି ବାଘ ଆସି ବଣରୁ କାଠ କାଟୁଥିବା ଆଉ ଚୋରାଚାଲାଣ କରୁଥିବା ଲୋକମାନଙ୍କୁ ଖାଇଯାନ୍ତା ତାହେଲେ ବୋଧେ ଏ ଜଙ୍ଗଲଟି ରକ୍ଷା ପାଇଯାନ୍ତା । +ଉପସ୍ଥିତ ଲୋକେ ଯେଉଁମାନଙ୍କ ମଧ୍ୟରେ ସରକାରୀ ଅମଲା ହିଁ ଅଧିକ ଥିଲେ, ମନ୍ତ୍ରୀଙ୍କ ଏମନ୍ତ ଲଘୁ ଓ ତରଳ କଥାରେ ହୋ ହୋ ହୋଇ ହସି ଉଠିଲେ । +ସେଇ ଯେଉଁ କହନ୍ତିନି, ବେଳେ ବେଳେ ମଣିଷ କଣ୍ଠରେ ବ୍ରହ୍ମା ଆସି ବସି ଯାଆନ୍ତି, ଆଉ ସେତେବେଳେ ମଣିଷ ଯାହା କହେ ତା ସତ ହୋଇଯାଏ- ଠିକ୍‌ ସେଇ ଘଟଣାଟି ଘଟିଲା । +ମନ୍ତ୍ରୀଙ୍କ କଥା କେମିତି କେଜାଣି ସିଦ୍ଧ ଯୋଗୀଙ୍କ କାନରେ ପଡ଼ିଗଲା ଆଉ ସେ ମନ୍ତ୍ରୀଙ୍କ କଥା ଅନୁସାରେ କାର୍ଯ୍ୟ କରିଦେଲେ । +ପରଦିନ ସହରରେ ହୁଲସ୍ତୁଲ ! ସବୁଠିଁ ଗୋଟିଏ ଖବର : ମନ୍ତ୍ରୀଙ୍କୁ ବାଘ ଖାଇଯାଇଛି ।