From b64e07d19dc7248fb3ee519ed43e9375d13bcb77 Mon Sep 17 00:00:00 2001 From: Nayan Ranjan Paul Date: Tue, 27 Sep 2022 12:12:39 +0530 Subject: [PATCH] Upload New File --- .../odiasahitya.com/sent_odiasahitya_lekha_57 | 129 ++++++++++++++++++ 1 file changed, 129 insertions(+) create mode 100644 Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_57 diff --git a/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_57 b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_57 new file mode 100644 index 0000000..efa6513 --- /dev/null +++ b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_57 @@ -0,0 +1,129 @@ +ଅସୀମର ଆହ୍ବାନ +- କପିଳେଶ୍ବର ଦାସ +ତା: ମେ ୨୫, ୨୦୧୨ +ମୂଳ ପୃଷ୍ଠା → ସ୍ମରଣୀୟ ଲେଖା → ଗଳ୍ପ → +ମୁକ୍ତିପାଇଁ ପ୍ରେରଣା ମନୁଷ୍ୟର ଅନ୍ତର୍ନିହିତ । +ସସୀମର ଅସୀମରେ ପହଞ୍ଚିବା ହିଁ ମୁକ୍ତି । +ଅସୀମ ଆମର ଅତି ପରିଚିତ, ଅତି ନିକଟ, ଅତି ଘନିଷ୍ଠ; ତଥାପି ଅତି ଦୂର, ଅତି ଅପରିଚିତ । +ଅସୀମରେ ଆମର ଜନ୍ମ, ବର୍ଦ୍ଧନ, ଅବସାନ; ଅସୀମକୁ ଆମେ ପ୍ରତି ମୁହୂର୍ତ୍ତରେ ଦେଖୁଛି, ଅନୁଭବ କରୁଛୁ, ସ୍ପର୍ଶ କରୁଛୁ, ଅସୀମ ସହିତ ଖେଳୁଛୁ । +ତଥାପି ମନେହୁଏ, ଅସୀମ ଯେପରି କୌଣସି ଦୂରାଗତ ଅତିଥି, ସ୍ବପ୍ନ-ପୁରୀର ମାୟା, ସ୍ବର୍ଗ-ଲୋକର କଳ୍ପନା । +ଏଠାରେ ହିଁ ସୃଷ୍ଟିର ବୈଚିତ୍ର୍ଯ, ଜୀବନର ରହସ୍ୟ । +ଅସୀମ ପ୍ରତି ମନୁଷ୍ୟର ଆକାଂକ୍ଷା, ତୃଷ୍ଣା, ଶ୍ରଦ୍ଧା ପ୍ରବଳ । +ଜାଣିଶୁଣି ବା ନଜାଣି ନଶୁଣି ମନୁଷ୍ୟ ଅସୀମ ଆଡ଼କୁ ଚିର ଆକୃଷ୍ଟ । +ଏହି ଆକର୍ଷଣ ଇଚ୍ଛା ହିଁ ମନୁଷ୍ୟର ବିଭିନ୍ନ କ୍ରିୟା କଳାପରେ, ବିଭିନ୍ନ ଉଦ୍ୟମର ମୂଳରେ ଥାଏ । +ଧର୍ମ ସସୀମଠାରୁ ଅସୀମ ପର୍ଯ୍ୟନ୍ତ ମାର୍ଗକୁ ସୁଗମ, ସଂଯତ, ଶୃଙ୍ଖଳିତ କରେ; କଳା ତାହାକୁ ସୌନ୍ଦର୍ଯ୍ୟରେ ସମ୍ମୋହନ ରୂପ ଦିଏ; ବିଜ୍ଞାନ ତାହାର କେତୋଟି ଅଦୃଷ୍ଟ ସଙ୍କେତ ଦିଏ; ଜୀବନ ତାହାର ପ୍ରତିରୂପ ଚିତ୍ର ଅଙ୍କନ କରେ । +ସବୁ ସେହି ଅସୀମର ଦ୍ୟୋତକ, ପ୍ରକାଶକ; ଅସୀମର ଆହ୍ବାନରେ ସମସ୍ତେ ଚଞ୍ଚଳ, ଅଗ୍ରଗାମୀ । +ବାସ୍ତବ ସାଂସାରିକ ଜୀବନରେ ମନୁଷ୍ୟର ତୃପ୍ତିନାହିଁ । +ସେ କୌଣସି ଗୋଟିଏ ପଦାର୍ଥ ପାଇବାକୁ ଇଚ୍ଛାକରେ, ତାହା ପାଏ; କିନ୍ତୁ ତହିଁରେ ସେ ସନ୍ତୁଷ୍ଟ ହୁଏନାହିଁ । +ଆଉ କିଛି ପାଇବାକୁ ପୁଣି ବ୍ୟଗ୍ର, ଅଧୀର ହୋଇଉଠେ । +ସେ ଭାବନା କରେ, ଗୋଟିଏ ଅବସ୍ଥାରେ ପହଞ୍ଚେ; କିନ୍ତୁ ଦେଖେ ତହିଁରେ ସୁଖର ସତ୍ତା ନାହିଁ, ତାହା ଯେପରି ଗୋଟିଏ ତିକ୍ତ ଶୂନ୍ୟତା । +ସେ ପୁଣି ଅନ୍ୟ ଅବସ୍ଥାରେ ଉପନୀତ ହେବାର ଉପକ୍ରମ କରେ । +ଏହିପରି ତାହାର ଲାଗିଥାଏ ଚିର ଅସୁଖ ଅଶାନ୍ତି ଜନିତ ନିରବଧି ସଂଘର୍ଷ । +ଏ ସଂଘର୍ଷର ମୌଳିକ ତଥ୍ୟ ସେ ପ୍ରାୟ ବୁଝେ ନାହିଁ, ଏଣୁ ବିଶେଷ କ୍ଳେଶ ଅନୁଭବ କରେ । +ଏହାହିଁ ସଂସାର ମାର୍ଗର ଅଭ୍ୟସ୍ତ ଲକ୍ଷଣ । +ଏ ସଂଘର୍ଷ ହିଁ ସାକ୍ଷ ଦିଏ, ମନୁଷ୍ୟ ମୁକ୍ତି ଚାହେଁ । +ସେ ଅଳ୍ପରେ ସନ୍ତୁଷ୍ଟ ନୁହେଁ, ଅଧିକ ଅଧିକ ଆଶାକରେ । +ଯେଉଁ ଅବସ୍ଥାରେ ପହଞ୍ଚିଲେ ଆଉ ଆଶା କରିବାକୁ କିଛି ନଥିବ; ପୂର୍ଣ୍ଣକାମ ହେବ, ସେ ଅବସ୍ଥାରୁ ଊଣାରେ ମନୁଷ୍ୟ କେଭେ ସନ୍ତୁଷ୍ଟ ନୋହିବ । +ସେ ଅବସ୍ଥା ବା ଠିକ୍ କହିଲେ ଅବସ୍ଥାପିତ ଅବସ୍ଥା ହିଁ ଅସୀମ । +କିନ୍ତୁ ମନୁଷ୍ୟ ସସୀମ ଜଗତକୁ ଭ୍ରମରେ ଅସୀମ ବୋଲି ଗ୍ରହଣ କରେ । +ଏହା କିନ୍ତୁ ଅସମ୍ଭବ; ସେଥିପାଇଁ ତାହାର କଷ୍ଟ । +ଜ୍ଞାନୀ ଲୋକେ ଏ ପରିସ୍ଥିତିର ଅସମ୍ଭାବନା, ବ୍ୟର୍ଥତା ବୁଝନ୍ତି; ଏଣୁ ସାଧାରଣଲୋକଙ୍କ ଠାରୁ ଭିନ୍ନ ପନ୍ଥା ଅବଲମ୍ବନ କରନ୍ତି । +କିନ୍ତୁ ଏହା ବୋଲି ସାଧାରଣ ଲୋକ ମଧ୍ୟ ଅସୀମ ଆଡ଼କୁ ଅଗ୍ରସର ନ ହୁଅନ୍ତି, ଏ କଥା କହି ହେବନାହିଁ । +ତେବେ ପ୍ରଭେଦ ଏତିକି ହୋଇପାରେ, ଜ୍ଞାନୀ ଯେଉଁ ଲକ୍ଷ୍ୟ ପ୍ରତି ସଚେତ, ସାଧାରଣ ଅଚେତ; ଜ୍ଞାନୀର ପଥ ସରଳ, ସାଧାରଣର କୁଟିଳ; ଜ୍ଞାନୀ ଦ୍ରୁତଗାମୀ, ସାଧାରଣ ଆଳସ୍ୟ ପରାୟଣ; ଜ୍ଞାନୀ ଏବେ, ଏହିଠାରେ, ଏହି ଜୀବନରେ ମୁକ୍ତ; ସାଧାରଣର ମୁକ୍ତ ବହୁଜୀବନ, ବହୁ ଆୟାସ ସାପେକ୍ଷ । +ତଥାପି ଅଖଣ୍ଡ ଆନନ୍ଦରେ ସମସ୍ତଙ୍କର ସଞ୍ଚାର, ଶେଷରେ ସେହି ଆନନ୍ଦରେ ସମସ୍ତଙ୍କର ପ୍ରବେଶ । +ସେଥିପାଇଁ ପରା ଉପନିଷଦ ବଜ୍ରଗମ୍ଭୀର କଣ୍ଠରେ କହୁଛି, ‘ମହତ୍ ଆନନ୍ଦରୁ ଜଗତର ସୃଷ୍ଟି, ମହତ୍ ଆନନ୍ଦରେ ଜଗତର ସ୍ଥିତି, ସେହି ମହତ୍ ଆନନ୍ଦରେ ପୁଣି ତାହାର ଲୟ ।’ +କିନ୍ତୁ ପ୍ରଶ୍ନ ଉଠିପାରେ, ମନୁଷ୍ୟ କାହିଁକି ଭୌତିକ ସଂସାରେ ସୁଖୀ ନ ହେବ ? ଜଗତର ସୀମାକୁ ମନୁଷ୍ୟ କିପରି ଅତିକ୍ରମ କରିବ ? ଏ ଶିକ୍ଷା ବିଷାଦ-ବାଦ (Pessimism) ନୁହେଁ ? କଠୋର ଅନୁଭୂତି ଉତ୍ତର ଦିଏ, ନା, ଏ ଶିକ୍ଷା ବିଷାଦବାଦ ନୁହେଁ, ଏହା ନିପଟ ବାସ୍ତବ । +ମନୁଷ୍ୟ ବାହାରେ ମନ ମତାଣିଆ ଭାବରେ ଯାହା କହୁନା କାହିଁକି, ହୃଦୟର ଗଭୀର ଅନ୍ତରାଳରେ ଏ ସତ୍ୟ ଉପଲବ୍ଧ କରେ । +ଜୀବନରେ ସୁଖ ଗୁଣେ ବଢ଼ିଲେ ଦୁଃଖ ଦଶଗୁଣ ବଢ଼େ । +ଫୁଲରେ କୀଟ ଥାଏ, ଚନ୍ଦ୍ରରେ କଳଙ୍କ ଥାଏ । +ଆମର ଶାନ୍ତି, ସୁଖ ଭଙ୍ଗ କରିବାପାଇଁ କୌଣସି ନା କୌଣସି କାରଣ ଅହେତୁକ ଭାବରେ ଆମ ଆଗରେ ଠିଆହୁଏ । +ମନୁଷ୍ୟ ସହସ୍ର ସହସ୍ର ବର୍ଷ ହେଲା ଏ ମର୍ତ୍ତ୍ୟଲୋକରେ ବଞ୍ଚି ଆସିଛି, ବିରାଟ ସଭ୍ୟତାର ଦୁର୍ଗ ତୋଳିଛି ବୋଲି ଦମ୍ଭ ଧରୁଛି; ତଥାପି ଏ ବିଶଂ ଶତାବ୍ଦୀରେ ଦେଖୁଛି, ପ୍ରଥମ ଶତାବ୍ଦୀ ଅପେକ୍ଷା ତାହାର ଜୀବନ କୌଣସି ପ୍ରକାର ନିରାପଦ ନୁହେଁ । +ଧନର ଅଭାବ ନାହିଁ, ବିଳାସରେ ସେ ମାତିଛି । +ତଥାପି ଅଭାବ ଅପେକ୍ଷା ବିଳାସର ଆତିଶଯ୍ୟ ଅଧିକ ବାଧା ଦେଉଛି । +ସମର ହୁଙ୍କାର ଶୁଭୁଛି । +ସେତେବେଳେ ତାହାର ବିଳାସର, ସୁଖର ସ୍ବପ୍ନ ଅଦୃଶ୍ୟ ହୋଇଯାଇଛି; ସେ ଦରିଦ୍ରରୁ ଦରିଦ୍ରତମ ହେଉଛି । +ଆଧୁନିକ ଜୀବନରେ ନାନା ସୁବିଧାର ସୃଷ୍ଟି ହେଉଛି; ଜୀବନକୁ ସୁଖମୟ କରିବା ପାଇଁ ବିଜ୍ଞାନ ଆଶ୍ଚର୍ଯ୍ୟଜନକ ଆବିଷ୍କାର କରୁଛି । +ତଥାପି ବିଜ୍ଞାନର ପ୍ରତ୍ୟେକ ଆବିଷ୍କାର ଏପରି ଗୋଟିଏ ଗୋଟିଏ ସମସ୍ୟା ଆଣି ଥୋଉଛି, ଯାହାର ସମାଧାନରେ ଜଗତ ସ୍ତମ୍ଭୀତ ହେଉଛି । +ପରମାଣୁ ବୋମା ଗୋଟିଏ ମାତ୍ର ଦୃଷ୍ଟାନ୍ତ । + ଏ ସବୁ ସତ୍ତ୍ବେ ଯଦି କିଏ କହେ, ଜଗତରେ ମନୁଷ୍ୟ ଅସୁଖୀ ନୁହେଁ, ତେବେ ବାସ୍ତବିକ୍ ସେ କି ମିଥ୍ୟାବାଦୀ ନୁହେଁ ? +ଶେଷ ବିଶ୍ଳେଷଣରେ ଏ ଅସୁଖର କାରଣ କଅଣ ? ପ୍ରାଚୀନମାନେ ବହୁ ପୂର୍ବରୁ ଏହା କହିଛନ୍ତି । +ସୁଖ ଓ ଦୁଃଖ ମନୁଷ୍ୟର ମନର ଅବସ୍ଥାନ୍ତର ମାତ୍ର । +ବିଖ୍ୟାତ୍ ଇଂରେଜ କବି ମିଲ୍ଟନ୍ ସେଥିପାଇଁ ପରା ଗାଇଛନ୍ତି, ‘ମନହିଁ ସ୍ବର୍ଗକୁ ନରକରେ, ନରକକୁ ସ୍ବର୍ଗରେ ପରିଣତ କରେ !’ ମନୁଷ୍ୟ ଶରୀର ଓ ମନକୁ ସର୍ବସ୍ବ ମନେକରେ । +ଶରୀର ଓ ମନ ତ ସ୍ଥିର ବସ୍ତୁ ନୁହେଁ, ଏଣୁ ସେ କଷ୍ଟ ଭୋଗକରେ । +ଆଜି ଆମ ଶରୀର ସୁସ୍ଥ, କାଲି କିନ୍ତୁ ଭୀଷଣ ରୋଗାକ୍ରାନ୍ତ । +ଅଲଗାଣ ଘୋଡ଼ା ପରି ମନର ଦ୍ରୁତ ଅସ୍ଥିର ଅବସ୍ଥା କିଏ ପ୍ରତି ମୁହୂର୍ତ୍ତରେ ଅନୁଭବ ନକରୁଛି ? ସେଥିପାଇଁ ପରା କବି ତାହାକୁ ଲକ୍ଷ୍ୟ କରି ଯାଇଛନ୍ତି, ‘ପ୍ରଭଞ୍ଜନର ବେଗ, ଆଲୋକ ଗତି’ । +ଏପରି ପରିବର୍ତ୍ତନଶୀଳ, କ୍ଷୟଶୀଳ ପଦାର୍ଥ ଉପରେ ନିର୍ଭର କଲେ, ବାଧା ଛଡ଼ା ଆଉ କଅଣ ମିଳିପାରେ ? ସେଥିପାଇଁ ଅଖଣ୍ଡ ଶାନ୍ତି ଲଭିବାକୁ ହେଲେ, ମନାତୀତ ହେବାକୁ ହେବ । +ଏଠାରେ ପୁଣି ପ୍ରଶ୍ନ ଉଠିପାରେ, ମନାତୀତ କିପରି ? ମନ ବାହାରେ ଆଉ କଅଣ ଥାଇପାରେ ? ତାହା କି କେବଳ ଶୂନ୍ୟ ନୁହେଁ, ଅପରିକଳ୍ପିତ ଧ୍ବଂସାବଶେଷ ନୁହେଁ ? ତାହା କିପରି ଶ୍ରେୟ ? ଏଠାରେ ହିଁ ଆସ୍ତିକତା ନାସ୍ତିକତାର ମୌଳିକ ମତଭେଦ । +ମନାତୀତ ରାଜ୍ୟ ଅଛି । +ସୃଷ୍ଟିର ପ୍ରାକ୍କାଳରୁ ପ୍ରକୃତ ଯୋଗୀ, ଋଷି, ସିଦ୍ଧ ସାଧକ ସେହି ରାଜ୍ୟରେ ପହଞ୍ଚିଛନ୍ତି ଏବଂ ତଦ୍ବାରା ସ୍ଥାୟୀ ନିତ୍ୟ ଶାନ୍ତିସୁଖ ଲାଭ କରିଛନ୍ତି । +ପୁଣି ଲୌକିକ ଜୀବନ ଉପରେ ସେହିମାନେ ହିଁ ଅପରିମିତ ପ୍ରଭାବ ବିସ୍ତାର କରିଛନ୍ତି ଓ କରୁଛନ୍ତି । +ପୁଣି ଅନେକେ-ଯେଉଁମାନେ ଶେଷ ଲକ୍ଷ୍ୟରେ ଉପନୀତ ହୋଇ ନାହାଁନ୍ତି ଅଥଚ ଅସୀମ ପଥରେ ପଥିକ ହୋଇଛନ୍ତି-ସେମାନଙ୍କର ଜୀବନକୁସୁମ ଯେଉଁ ସୌରଭ ବିକୀରଣ କରୁଛି, ଅପରୋକ୍ଷ ପ୍ରମାଣ ଥାଉଁ ଥାଉଁ ତହିଁରେ କିଏ ସେ ସନ୍ଦେହ କରିବ ? ପରୋକ୍ଷ ଅନୁଭୂତିରେ ଶ୍ରବଣରେ, ଦୂରଦର୍ଶନରେ ସଂଶୟ ଜନ୍ମିପାରେ । + କିନ୍ତୁ ସମ୍ମୁଖରେ ନିର୍ମଳ ଭାବରେ ଅସନ୍ଦିଗ୍ଧ ଚିତ୍ତରେ ଅନୁଭବ କରୁଥିବା ବେଳେ ଅବିଶ୍ବାସର ପ୍ରଶ୍ରୟ କାହିଁ ? +ସଂସାରବାଦୀ ଏଠାରେ ପୁଣି ପଚାରି ପାରେ, ଆଚ୍ଛା, ଏ ଅସାଂସାରିକ ଅପ୍ରାକୃତ ଊର୍ଦ୍ଧ୍ବଚେତନ ବିଷୟ ଘେନି ଆମେ ଏତେ ବ୍ୟତିବ୍ୟସ୍ତ ହେବାର ପ୍ରୟୋଜନ କଅଣ ? ସଂସାର ଜଞ୍ଜାଳ ତ ଆମକୁ ବଳେଇ ପଡୁଛି, ଆଉ ଅଖଣ୍ଡ ‘ଶାନ୍ତି’ ଅନ୍ବେଷଣ କାହିଁକି ? ବାସ୍ତବ ଜୀବନର ଦୁଃଖକଷ୍ଟ ଘୁଞ୍ଚାଇବା ପାଇଁ ଆମେ ଆଗେ ଲଢ଼େଇ କରିବା; ମର୍ତ୍ତ୍ୟରେ ସ୍ବର୍ଗଲୋକର ଅବତରଣ ପାଇଁ ଅଣ୍ଟା ଭିଡ଼ିବା; ମର୍ତ୍ତ୍ୟରୁ ସ୍ବର୍ଗକୁ ପଳାଇ ଯିବା ପାଇଁ ବ୍ୟାକୁଳ ହେବା କାହିଁକି ? କଥାଟା ଯୁକ୍ତିଯୁକ୍ତ, ବୀରତ୍ବବ୍ୟଞ୍ଜକ ବୋଧ ହେଉଛି । +କିନ୍ତୁ ଅସଲ କଥା, ଯୁଗଯୁଗ ଧରି ତାହା ପରୀକ୍ଷିତ ହୋଇଛି, ତହିଁରେ ଅଭାବ ଦେଖାଯାଇଛି । +ଜଗତ ସେ ପଥ ବହୁକାଳ ଅବଲମ୍ବନ କରିଛି, କିନ୍ତୁ ଏବେ ମଧ୍ୟ ଜଗତରେ ଯେଉଁ ଘୋର ବିଶୃଙ୍ଖଳା ଦେଖାଯାଉଛି, ତହିଁରୁ ତ୍ରାହି ପାଇବାର ବାଟ ଦିଶୁନାହିଁ । +ଯେଉଁମାନେ ଅସୀମ ପଥରେ ଚାଲିଛନ୍ତି ସେମାନେ ‘ପଳାତକ-ବାଦୀ’ ନୁହନ୍ତି । +ଆନ୍ତରିକ ଆଦର୍ଶମୂଳକ ଆକାଂକ୍ଷା ସେମାନଙ୍କୁ ସେହି ପଥରେ ଚଲାଏ । +ସେହି ଆଦର୍ଶ ଲାଗି ସେମାନେ ସର୍ବସ୍ବ ତ୍ୟାଗ କରିବା ପାଇଁ ପ୍ରସ୍ତୁତ; ସାଂସାରିକ ଲାଭାଲାଭ ପ୍ରତି ସେମାନେ ସମ୍ପୂର୍ଣ୍ଣ ନିରୁଦ୍ବେଗ । +ପ୍ରକୃତ କବି, ବୈଜ୍ଞାନିକ, ଆବିଷ୍କାରକ-ଯେଉଁମାନେ ମାନବିକ ଇତିହାସ-ପୃଷ୍ଠାରେ ସଙ୍କେତ ରଖି ଯାଇଛନ୍ତି, ନୂଆ ନୂଆ ମାର୍ଗରେ ମାନବକୁ ଚଳାଇବା ପାଇଁ ଆଲୋକ ସମ୍ପାତ କରିଛନ୍ତି- ସେମାନେ ଏହି କୋଟୀର ଲୋକ । +କିନ୍ତୁ ସେମାନେ ଅସୀମ ପଥର ପ୍ରାରମ୍ଭରେ । +ଲକ୍ଷ୍ୟ ଆହୁରି ବହୁ ଦୂରରେ । +ମୁକ୍ତି ତ ଲକ୍ଷ୍ୟ । +ତଥାପି ମନୁଷ୍ୟର ସ୍ବଭାବ ଓ ପ୍ରାକୃତିକ ପରିସ୍ଥିତି ଭେଦରେ ଏ ଲକ୍ଷ୍ୟ ସାଧନର ପ୍ରକାର ଓ ମାର୍ଗ ବିଭିନ୍ନ । +‘ମୁଁ ଚଞ୍ଚଳ ପ୍ରକୃତିର ଲୋକ । +ଚଞ୍ଚଳତାକୁ ମୁଁ ଭଲପାଏ, ଅନ୍ୟର ସେବାରେ ନିଜକୁ ନିୟୋଜିତ କରିବାପାଇଁ ଭଲପାଏ । +ଅନ୍ୟକୁ ସାହାଯ୍ୟ କରିବାରେ ମୋର ଆନନ୍ଦ, ଅନ୍ୟର ସ୍ବାର୍ଥସାଧନ ଲାଗି ମୋର ସ୍ବାର୍ଥ ବଳିଦେବା ପାଇଁ ତତ୍ପର । +ସକଳ ମାନବିକତା ମୋର ବନ୍ଧୁ । +ମୋର ଦୃଷ୍ଟିରେ ବଡ଼ ସାନ କିଏ ନାହିଁ । +ଏହି ପଥରେ ପଥିକ ହୋଇ କ୍ରମେ ମୋର କ୍ଷୁଦ୍ର ଅହଙ୍କାର ସେବା-ଯଜ୍ଞର ପୂତ ଅଗ୍ନିରେ ଦଗ୍ଧୀଭୂତ ହୁଏ, ମୁଁ ଜଗତ୍-ବିଜୟୀ ହୁଏ । +କ୍ଷୁଦ୍ର ସ୍ବାର୍ଥହିଁ ମତେ ସଂସାର ରଜ୍ଜୁରେ ବାନ୍ଧି ରଖେ, ତାହା ନଥିଲେ ଆଉ ଭୟ କାହିଁ ? ଏପରି ଭାବରେ ମୁଁ ଜୀବନ୍ମୁକ୍ତ ହୁଏ ।’ +ଏହାହିଁ ଆମର ପ୍ରାଚୀନ ଶାସ୍ତ୍ର କଥିତ କର୍ମଯୋଗ । +ଦୈନିକ ଜୀବନରେ ମଧ୍ୟ ଆମେ ଦେଖୁଁ-ଜଣେ ଜଣେ ଲୋକର ଅସାଧାରଣ ତ୍ୟାଗ ଆମର ଗୌରବାସ୍ପଦ ହୁଏ । +ଏ ତ୍ୟାଗ କ୍ରମେ କ୍ରମେ ବଢ଼ି ଯେତେବେଳେ ଶେଷ ସୀମାରେ ପହଞ୍ଚେ, ସେତେବେଳେ ବ୍ୟକ୍ତିତ୍ବ-ବୁଦ୍ବୁଦ୍ ଅସୀମ ସାଗରର ଅଗାଧ ଜଳରାଶିରେ ନିମଜ୍ଜିତ ହୁଏ । +କର୍ମଯୋଗର ଏ ବୈଶିଷ୍ଟ୍ୟ । +ଆଉ କେତେକ ଅଛନ୍ତି, ସେମାନଙ୍କର ସ୍ବଭାବ ବିଚାରବନ୍ତ । +ସେମାନଙ୍କର କର୍ମରେ ଯେତେ ପ୍ରବୃତ୍ତି ଜନ୍ମେ ନାହିଁ, ଗଭୀର ଚିନ୍ତାହିଁ ସେମାନଙ୍କର ଜୀବନର ଲକ୍ଷଣ । +ସେମାନେ ମର୍ମେ ମର୍ମେ ଅନୁଭବ କରନ୍ତି, ଜଗତ କ୍ଷଣିକ; କିଛି ଚିର ନୁହେଁ, ସବୁ ପରିବର୍ତ୍ତନଶୀଳ । +ସବୁରି ଉପରେ ରାଜା-ମୃତ୍ୟୁ । +ବନ୍ଧୁବାନ୍ଧବ, ମିତ, କୁଟୁମ୍ବ ସମସ୍ତେ ଦିନେ ଦିନେ ଚାଲି ଯାଆନ୍ତି । +ଯାହା ରହିବ ନାହିଁ ତାହା ଉପରେ ସୁଖ ପାଇଁ ନିର୍ଭର କରିବା କି ବାତୁଳତା । +ସେଥିପାଇଁ ସେପରି ଲୋକ ‘ନେତି ନେତି’ ନ୍ୟାୟରେ ସବୁ ପରିହାର କରି ଶାଶ୍ବତ, ଅକ୍ଷୟ, ଅମର ପ୍ରାପ୍ତ ହୁଅନ୍ତି- ଯାହାକୁ ଅଗ୍ନି ଦଗ୍ଧ କରିପାରେ ନାହିଁ, ସଲିଳ ଆର୍ଦ୍ର କରିପାରେ ନାହିଁ, କାଳ ଧ୍ବଂସ କରିପାରେ ନାହିଁ ଏହାହିଁ ମୁକ୍ତି । +ଏହାହିଁ ଜ୍ଞାନଯୋଗର ବୈଶିଷ୍ଟ୍ୟ । +ପୁଣି କେତେକ ଅଛନ୍ତି, ଯେଉଁମାନଙ୍କର ସ୍ବଭାବ ଅନ୍ତର୍ଦୃଷ୍ଟି, ଆତ୍ମ-ବିଶ୍ଳେଷଣମୂଳକ । +ସେମାନେ ଦେଖିଛନ୍ତି, ମନୁଷ୍ୟ ସୁଖ ପଛରେ ଥାଏ, କିନ୍ତୁ ସୁଖ କେବେ ଧରା ଦିଏ ନାହିଁ । +ଏହାର କାରଣ ତନ୍ମ ତନ୍ମ ଆଲୋଚନା କରି ସେମାନେ ବୁଝନ୍ତି, ‘ମନର ମୂଳେ ଏ ଜଗତ’, ବାହ୍ୟ ଘଟଣାର ପ୍ରାୟ ତହିଁରେ କିଛି ସମ୍ପର୍କ ନାହିଁ । +ବାହ୍ୟ ଘଟଣା ସହିତ ଆମେ ଯେଉଁ ଭାବରେ ପ୍ରତିକ୍ରିୟା କରୁ, ସେପରି ଭାବରେ ସୁଖୀ ବା ଅସୁଖୀ ହେଉ । +ମନକୁ ଆୟତ୍ତ କଲେ ଜଗତ ଆୟତ୍ତ ହୁଏ, ଯେହେତୁ ଦୃଷ୍ଟ ଜଗତ ମନର ପ୍ରତିବିମ୍ବ ମାତ୍ର । +ତେବେ ମନକୁ କିପରି ଆୟତ୍ତ କରାଯିବ ? ଧ୍ୟାନ ଧାରଣ ଦ୍ବାରା ତାହା କରି ହେବ । +ମନ ଡିଆଁ ମାରୁଥିବା ମାଙ୍କଡ଼ ପରି; ସବୁବେଳେ ଏଣେତେଣେ ଧାଉଁଥାଏ । +ତାକୁ ଧରିବାକୁ ଚେଷ୍ଟା କଲେ ପ୍ରଥମେ ସେ ଆହୁରି ଅମାନିଆଁ ହୋଇ ନାନା ଉପଦ୍ରପ ଜନ୍ମାଏ । +ତଥାପି ଦୃଢ଼ ଅଭ୍ୟାସ, କଠୋର ସଞ୍ଜମ, ଗଭୀର ଧାରଣା ବଳରେ ମନକୁ ଏକାଗ୍ର କରାଯାଇ ପାରେ । +ମନ ଏକାଗ୍ର ହେଲେ ବିଶ୍ବର ମୌଳିକ ସତ୍ତା ଉପଲବ୍ଧ ହୁଏ, ସର୍ବଲୋକର ରହସ୍ୟ ଗଣ୍ଠି ଫିଟିଯାଏ । +ଯୋଗୀ ଏପରି ଭାବରେ ଜଗତକୁ ଜିଣେ, ନିଜର ଅଧିକାରୀ ହୁଏ, ମୁକ୍ତି ପାଏ । +ଏହାହିଁ ରାଜଯୋଗର ବୈଶଷ୍ଟ୍ୟ । +ପୁଣି କେତେକ ଅଛନ୍ତି, ଯେଉଁମାନଙ୍କର ସ୍ବଭାବ ଭାବପ୍ରବଣ । +ସେମାନେ ଦେଖନ୍ତି ଜଗତର ଅନ୍ତରାଳରେ କୌଣସି ଅଦୃଷ୍ଟ ଇଙ୍ଗିତ ଅଛି । +ଘଟଣାର ପ୍ରତିଘାତରେ ମନୁଷ୍ୟ ନିଜକୁ ନିଃସହାୟ ମନେକରେ । +ସେ ଦେଖେ ପ୍ରତିକୂଳ ଅବସ୍ଥାରେ ତାହାର ସକଳ ଚାତୁର୍ଯ୍ୟ, ବୁଦ୍ଧି, କୌଶଳ, ବଳ କାହିଁ ଉଭେଇ ଯାଇଛି । +ସେଥିପାଇଁ ସେ ବୋଧକରେ ବାସ୍ତବିକ୍ ଏପରି କୌଣସି ଅଦୃଷ୍ଟ ହସ୍ତ ଅଛି-ଯାହାକି ତାହାର ଭାଗ୍ୟ ନିୟନ୍ତ୍ରଣ କରୁଛି । +ସେ ନିଜ ଇଛା ଅନୁସାରେ କୌଣସି କାର୍ଯ୍ୟ ସାଧନ କରିପାରେ ନାହିଁ । +ଜଗତ-ଇତିହାସ ପୃଷ୍ଠାରେ ସେ ପଢ଼େ, କିପରି ଜଣେ ନେପୋଲିଅନ୍ର ଦୁର୍ଦ୍ଧଷ ସାମରିକତା ବ୍ୟର୍ଥ ହୋଇଥିଲା, ଜଣେ କାଇଜର୍ର ଗର୍ବ ଖର୍ବ ହୋଇଥିଲା, ଜଣେ ହିଟ୍ଲର ଧୂଳିରେ ମିଶିଯାଇଥିଲା, ଉଦ୍ଧତ ସାମ୍ରାଜ୍ୟବାଦର ହିଂସ୍ରକ ମୁକୁଟ ତଳକୁ ଖସି ପଡ଼ୁଛି । +ବାସ୍ତବିକ୍ ଏପରି କୌଣସି ମହୀୟାନ୍ ଶକ୍ତ ଅଛି ଯାହାର ଆଜ୍ଞାରେ ହିଁ ଆମେ ବଞ୍ଚୁଛୁ, କାର୍ଯ୍ୟକ୍ଷମ ହେଉଛୁ । +ସେ ଆଜ୍ଞାକୁ ଲଙ୍ଘି ଆମେ ଏକପାଦ ମଧ୍ୟ ଅଗ୍ରସର ହୋଇ ପାରିବୁ ନାହିଁ । +ଏଥିପାଇଁ ମନୁଷ୍ୟ ସ୍ବତ୍ତଃପ୍ରବୃତ୍ତ ହୋଇ ବା ନ ହୋଇ ବଳ, ସାହାଯ୍ୟ, ରକ୍ଷା ପାଇଁ ସେହି ଶକ୍ତିକୁ ପ୍ରାର୍ଥନା କରେ । +କ୍ରମେ କ୍ରମେ ଏ ପ୍ରାର୍ଥନା ଦ୍ବାରା ଚିତ୍ତଶୁଦ୍ଧ ହୋଇ ସେ ଦେଖେ, ସେ ଯେତେଦୂର ନିଜର କ୍ଷୁଦ୍ର ବ୍ୟକ୍ତିତ୍ବ ଭୁଲି ସେହି ଶକ୍ତି ସଙ୍ଗେ ନିଜକୁ ସଂଯୋଜିତ କରି ପାରିବ, ସେତେଦୂର ସେ ପରମ ସୁଖ ପାଇବ । +ବିରାଟ କଳାକାରର ସୃଜନମୂଳକ କାମନାରୁ ଜଗତର ସୃଷ୍ଟି । +ସେ ସୃଜନର ଅଭିପ୍ରାୟ-ସୀମା ଭିତରେ ହିଁ ଆମର ବ୍ୟକ୍ତିତ୍ବ ଚାଳିତ ହୋଇପାରେ । +ତେବେ ମନୁଷ୍ୟ କି ଚିର ଦାସ ? ତାହାର କି ସ୍ବତନ୍ତ୍ର ବ୍ୟକ୍ତିତ୍ବ ନାହିଁ ? ନା, ଏପରି ବୁଝିବା ଭୁଲ୍ । +ସ୍ରଷ୍ଟାର ଏକୀକରଣରେ ହିଁ ତାହାର ପ୍ରକୃତ ବ୍ୟକ୍ତିତ୍ବ ଫୁଟିଉଠେ । +ସ୍ରଷ୍ଟାର ପଦପଙ୍କଜରେ ହିଁ ତାହାର ସକଳ ଆଶା-ଭରସା ପରିପୂର୍ଣ୍ଣ ହୁଏ । +ସେ ପଦ-ପଙ୍କଜରୁ ବିଚ୍ଛିନ୍ନ ହେବାର ଔଦ୍ଧତ୍ୟ ହିଁ ମନୁଷ୍ୟକୁ କଷ୍ଟ ଦିଏ । +ନିର୍ଝରିଣୀ ଝର ଝର ନାଦରେ ଅବିରାମ ଗତିରେ ସମୁଦ୍ରରେ ନିଜକୁ ମିଶାଇ ଦେବା ପାଇଁ ବହୁଥାଏ । +ସେତେବେଳେ ତାହାର ଜଳ ସ୍ବଚ୍ଛ, ଜୀବନ ସଚଳ । +କିନ୍ତୁ ତହିଁରୁ ଅଲଗା ହୋଇ ଯେତେବେଳେ ଗୋଟିଏ ପଲ୍ବଳ ନିଜକୁ ସର୍ବେସର୍ବା ମନେକରେ, ସେତେବେଳେ ସେ ହୁଏ ଅଚଳ, ମୃତ, ଦୁର୍ଗନ୍ଧ । +ସେହିପରି ବିଚ୍ଛିନ୍ନ ବ୍ୟକ୍ତିତ୍ବକୁ ବିରାଟ ଭୂମାର ଅପ୍ରତିହତ ବିଚିତ୍ର ଗତିରେ ମିଶାଇ ଦେଲେ ହିଁ ଆମେ ସେହି ଭୂମାର ଉତ୍ତରାଧିକାରୀ ହେଉ, ବଳବନ୍ତ ହେଉ, ମୁକ୍ତି-ସୁଧା ଆସ୍ବାଦନ କରୁ । +ପୁଣି ଉପାସନା ମାର୍ଗରେ ଦେଖୁ ସେହି ଶକ୍ତି, ସେହି ଭୂମା କେବଳ ବାହାରେ ନାହିଁ, ଆମର ଅନ୍ତରରେ ତାହା ସର୍ବଦା ବିରାଜିତ । +ଏହାହିଁ ଭକ୍ତିଯୋଗର ବୈଶିଷ୍ଟ୍ୟ । +ଅସୀମର ପ୍ରରୋଚନାରେ ସବୁ ଧର୍ମର ସୃଷ୍ଟି । +ଅସୀମର ଆହ୍ବାନ ଚିରନ୍ତନ, ମଧୁର, ସାନ୍ତ୍ବନାଦାୟକ, ଅଭୟକାରକ । + ସେ ଆହ୍ବାନ କି ଆମେ ଶୁଣିବା ନାହିଁ ? -- GitLab