From b84b33c72dbfa155d960b9cb6dd0a052724b2e11 Mon Sep 17 00:00:00 2001 From: Nayan Ranjan Paul Date: Sat, 17 Sep 2022 12:51:48 +0530 Subject: [PATCH] Upload New File --- .../odiasahitya.com/sent_odiasahitya_lekha_3 | 78 +++++++++++++++++++ 1 file changed, 78 insertions(+) create mode 100644 Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_3 diff --git a/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_3 b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_3 new file mode 100644 index 0000000..30a397d --- /dev/null +++ b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_3 @@ -0,0 +1,78 @@ +ଚତୁର ବିନୋଦ କଥା +ବ୍ରଜନାଥ ବଡ଼ଜେନା +ତା: ମେ ୨୦, ୨୦୨୧ +ମୂଳ ପୃଷ୍ଠା → ସ୍ମରଣୀୟ ଲେଖା → ଗଳ୍ପ → +କ୍ଷେତ୍ରପାଳ ନାମକ ଏକ ଭୂମିଜ ଥିଲା । +ସେ ଅତ୍ୟନ୍ତ ବଳବନ୍ତ ଅଟଇ । +ତା’ ଧନୁରେ ଗୁଣ ଦେଇ ଆମଞ୍ଚନ କରିବାକୁ ସଂସାରେ କେହି ନଥିଲେ । +ସେ ଶର ବିନ୍ଧିଲେ ମତ୍ତ ହସ୍ତୀ ପ୍ରାଣ ହରଇ । +ସେ କ୍ଷେତ୍ରପାଳ ଅହିପୁର ନାମେ ପର୍ବତରେ ଘର କରିଥାଏ । +ସେ ବାଟରେ ଯିବା ଆସିବା ମହାଜନମାନଙ୍କଠାରୁ ଧନରତ୍ନ ଲୁଟ କରି ନେଇ ରାଜା ସମାନ ସମ୍ପଦ କରିଥାଇ । +ପାଞ୍ଚଶ ଲୋକ ଯାଉଥିଲେ ମୃଗ ପଲରେ ସିଂହ ପଶି ମନ୍ଥିଲା ପରି ଲୁଟ କରଇ । +ଏରୂପେ ଅନ୍ୟାୟ କରିବାରୁ ସେ ପଥ ନଚଳିଲା । +ବାଣିଜ୍ୟ ନଚଳିବାରୁ ମହାଜନମାନେ ବଡ଼ ଦୁଃଖ ପାଇଲେ । +କିଛି ଜିନିଶ ନ ମିଳିବା ଯୋଗୁଁ ପ୍ରାଣୀମାନଙ୍କର କାର୍ଯ୍ୟ ଅଚଳ ହେଲା । +ସେ ତ ମଧ୍ୟ ସ୍ଥାନ । +ଯେଉଁ ଦିଗରେ ଅଇଲେ ସେଇ ବାଟରେ ମିଳିବ । +ଆନ ଦିଗରେ ଆତଯାତ କରିବା ସହଜ ନୁହଇ । +କେମନ୍ତେ ସେ ବାଟ ଗତାଗତ ହେବା ମହାଜନମାନେ ବସି ବିଚାର କଲେ, ଚାଲ କ୍ଷେତ୍ରପାଳ ସଙ୍ଗେ ଆମ୍ଭେ ପ୍ରୀତି କରିବା, ନୋହିଲେ ଚଳି ପାରିବା ନାହିଁ । +ଏମନ୍ତେ ଦଶବିଂଶ ମହାଜନ ସଙ୍ଗ ହୋଇ ତାଠାକୁ ଯାଇ କହିଲେ ହେ କ୍ଷେତ୍ରପାଳ! ଆମ୍ଭେ ତୁମ୍ଭଠାରେ ମିଳିଲୁଁ, ତୁମ୍ଭେ ଯେଉଁରୂପେ ବୋଲିବ, ସେ ରୂପେ ଧନ ଦେବୁଁ, ଆଉ ବାଟରେ ଆମମ୍ଭ ଧନ ଲୁଟ୍‌ କରିବ ନାହିଁ । +ଏ ରୂପେ ନାନା ଉପହାର ଦ୍ରବ୍ୟମାନ ଦେଇ କ୍ଷେତ୍ରପାଳ ସଙ୍ଗେ ପ୍ରୀତି କରିଲୁ । +ସେ ଯେଉଁ ରୂପେ କହଇ, ସେହି ରୂପେ ଧନ ସାରଣା କରି ବାଣ୍ଟି ଦିଅନ୍ତି । +ସେହି ଦିନୁଁ ସେ ବାଟରେ ନିର୍ଭୟରେ ଜଣେ ଦୁଇଜଣ ଆତଯାତ ହୋଇ କାରବାର କଲେ । +କ୍ଷେତ୍ରପାଳଠାରେ ବେଳୁବେଳୁ ଅଧିକ ପ୍ରୀତି କରି ଅପୂର୍ବ ପଦାର୍ଥ ମିଳିଲେ ଆଗ ତାକୁ ଦେଇ ପଛେ ଖାଆନ୍ତି; ଭୟରେ ଇଷ୍ଟବନ୍ଧୁ ପ୍ରାଏ ତା’ଠାରେ ଭାବନା ରଖିଥାଆନ୍ତି । +ଏହାକୁ ଦୁଷ୍ଟପ୍ରୀତି କହି । +କଲେ ଅକାର୍ଯ୍ୟ ହୁଅଇ, ନ କଲେ ଚଳି ନ ପାରଇ, ଏ ଘେନି ଦୁଷ୍ଟଲୋକ ଥିବାଠାରେ ବାସ ନ କରିବ । +ଯେବେ ଅନ୍ତର ହୋଇ ନ ପାରିବ, ତେବେ ଉପର ମନରେ ପ୍ରୀତି ରଖିଥିବ; ଏ ଦୁଷ୍ଟ ପ୍ରୀତି ଅଟଇ । +ଏବେ ନିଚପ୍ରୀତି ଯେରୂପେ ତାହା କହିବା ଶୁଣ । +ଚନ୍ଦ୍ର-ଜ୍ୟୋତି ନାମେ ଏକ ରାଜହଂସ ଥିଲା ଯେ, ସେ ଏକ ଦିନକରେ ମାନସ ସରୋବରରୁ ଗଙ୍ଗାକୁ ଆସୁଥିଲା । +ବାଟରେ ଆସନ୍ତେ ଠାଏ ଦେଖିଲା ଏକ ଦିବ୍ୟ ପୁଷ୍କରିଣୀ ଅଛି । +ବିଚାରିଲା, ଏଠାରେ ମୃଣାଳ ଖାଇବି । +ଏମନ୍ତେ ସେ ଜଳରେ ପଶି ମୃଣାଳମାନ ଆହରଣ କରନ୍ତେ କୃଷପାଦ ନାମେ ଏକ ବକ ସେ ହଂସକୁ ଦେଖି ବିଚାର କରୁଛି, ଏହା ଦେହ ଏଡ଼େ ପୃଥୁଳ କାହିଁକି ହେଲା, ମୁଁ କାହିଁକି ଏଡ଼େ ଦୁର୍ବଳ ହେଲି । +ବର୍ଣ୍ଣରେ ତ ମୁଁ ଏହାଠାରୁ ଉଜ୍ଜ୍ୱଳ, ଚକ୍ଷୁହିଁ ତ ମୋହୋର ସୁନ୍ଦର, ପକ୍ଷମାନେ ଅତି ଉତ୍ତମ, କେବଳ ଥଣ୍ଟ ବେକ ପାଦ, ଏମାନେ ଟିକିଏ ସରୁ ସରୁ ବୋଲି ଚାଲିବା ବେଳକୁ ମାନୁ ନଥିବ । +ମୋର ଯେବେ ଏହାପରି ଦେହ ମୋଟ ହେବ, ତେବେ ଏହାଠାରୁ ପ୍ରତିସୁନ୍ଦର ହେବି, ବକମାନଙ୍କ ଉପରେ ରାଜା ପ୍ରାଏ ଦିଶିବି । +ଏବେ ଏହା ସଙ୍ଗେ ପ୍ରୀତି କରି, ଏ ଯାହା ଖାଉଛି, ମୁଁ ତାହା ଖାଇବି । +ଏମନ୍ତ ବିଚାର କରି ଡାକିଲା, ଆହେ ମରାଳବର, ତୁମ୍ଭେ ଏ ଦିଗେ ଆସି ଜଳକେଳି କର; ତେଣେ ବ୍ୟାଧମାନେ ଫାଶ ବସାଇଥା’ନ୍ତି, ପକ୍ଷୀମାନଙ୍କୁ ଧରି ପ୍ରାଣ ନିଅନ୍ତି, ଏବେ ସତ୍ୱର ହୋଇ ଏଣିକି ଆସ । +ଏହା ଶୁଣି ଚନ୍ଦ୍ରଜ୍ୟୋତି ହଂସ କାତର ହେଲା । +ବିଚାରିଲା, ଏ ବକ ବଡ଼ ଦୟାଳୁ, ପ୍ରାଣୀ ଉପକାରୀ, ବଡ଼ ସଙ୍କଟରୁ ରକ୍ଷା କଲେ, ଏବେ ମୁଁ ଏହାଙ୍କ ସଙ୍ଗେ ପ୍ରୀତି କରିବି । +ଏମନ୍ତ ବିଚାରି କୃଶପାଦ ବକ ନିକଟକୁ ଆସି କହିଲା, ଭୋ ମହାତ୍ମା ବକରାଜ, ତୁମ୍ଭେ ବଡ଼ ଦୟାଳୁ, ମୋହର ପ୍ରାଣଦାନ ଦେଲ, ଏ ସକାଶୁଁ ତୁମ୍ଭ ମୋ ପ୍ରୀତିପଣ ହେଲା, ଏଥିରେ ଅନ୍ୟନାହିଁ । +ବକ କହିଲା, ଏ ତୋ ମୋର ଭାଗ୍ୟ କଥା, ମାତ୍ର ମୁଁ ଯାହା ପଚାରିବି ତାହା ନିର୍ମଳ କରି କହିବ । +ଏହା ଶୁଣି ହଂସ ବୋଇଲା ପଚାରିବା ହେଉ । +ବକ ହକିଲା, ଆପଣ କି ଦ୍ରବ୍ୟ ଖାଅ, ମୋତେ ତାହା କହ, ମୁଁ ଖାଇବି । +ହଂସ କହିଲା, ଆମ୍ଭେ ଯାହା ଖାଉଁ, ଏଠାରେ ସେ ପଦାର୍ଥମାନ କାହୁଁ ମିଳିବ ? କେବଳ ସୁରଗଙ୍ଗାରେ ସେ ଥାଏ । +ଯେବେ ତୁମେ ଖାଇବାକୁ ଇଚ୍ଛା କଲ, ତେବେ ମୁଁ ଆଣି ଦେବି । +ଏମନ୍ତ ବକ ସଙ୍ଗେ ପ୍ରୀତି କରି ହଂସ ମେଲାଣି ହୋଇ ସେଠାରୁ ଚଳିଲା । +ଗଙ୍ଗାରେ ପ୍ରବେଶ ହୋଇ କିଛିଦିନ ବିହାର କରି ଭକ୍ଷ୍ୟ ପଦାର୍ଥମାନ ଥଣ୍ଟରେ ଧରି କୃଶପାଦ ବକଠାକୁ ଅଇଲା । +ଦେଖିଲା, ସେହି ପୁଷ୍କରିଣୀରେ ବକ ମୀନ ଜଗିଛି, ହଂସ ତା’ ପାଶେ ପ୍ରବେଶ ହୋଇ ମାନ୍ୟ କଲା । +କହିଲା ତୁମ୍ଭପାଇଁ ଭକ୍ଷ ପଦାର୍ଥମାନ ଆଣିଛି । +ଏହା ପାନ କର । + ଏମନ୍ତେ ଚଞ୍ଚୁରୁ କାଢ଼ି ତଳେ ଥୋଇ ଚିହ୍ନାଇ ଦେଲା – +ଏ ମୃଣାଳ ରସ,ଏ ପୁଷ୍କର ରସ, +ଏ କୁମୁଦ ରସ, ଏ କମଳ ମକରନ୍ଦ +ଏ କନକ ପଙ୍କ, ଏ ମୋତି ରଜକ । +ଏ ନାମମାନ ହଂସଠାରୁ ଶୁଣି ମହା ଆନନ୍ଦ ହେଲା କୃଶପାଦ ନାମେ ବକ । +ଏ ନିମନ୍ତେ ହରଷ ହୋଇ ସେ ରସମାନ ଖାଇଲା; ବିଚାରିଲା ଏଥର ମୁଁ ଅତି ପୃଥୁଳ ହେବି । +ଏ ରୂପେ ହଂସ ପାଞ୍ଚ ସାତଥର ଆହାର ଆଣି ଦେଲା, ବକ ଓଷଧ ଖାଇଲା ପ୍ରାୟ ଖାଉଥାଏ । +ଦିନକୁ ଦିନ ଦେହକୁ ଚାହିଁ ବିଚାରୁଥାଏ, ମୁଁ ତ ମୋଟ ହେଲି ନାହିଁ । +ହେ ଜନମାନେ ! ବିଚାର କର ବକ କି ହଂସ ପ୍ରାଏ ହୁଅନ୍ତା ! ଯହୁଁ ଦେହ ନ ବଢ଼ିଲା ବିଚାରିଲା, ଏ ହଂସ ପ୍ରୀତିରୁ ମୋର କି କାର୍ଯ୍ୟ ଅଛି ! କେବଳ ପଙ୍କ, ପଥର, ଧୂଳିଗୁଡ଼ାଏ ମାତ୍ର ଖାଇଲି । +ଏତିକି ହେଲା ଯେ, ହଂସ ଅଇଁଠା ଖାଇଲି, ଖୁଣ୍ଟା ରହିଲା । +ବକମାନେ ଶୁଣିଲେ ନିନ୍ଦା କରିବେ, ଅଜାତି କରି ରଖିବେ, ଏବେ ହଂସକୁ ମୁଁ ଅଇଁଠା ଖୁଆଇଲେ ସିନା ହେବ । +ଏମନ୍ତେ ହଂସ ଏକ ଦିନକରେ ପ୍ରବେଶ ହୋଇ ଥଣ୍ଟରୁ ଆହାର ତଳେ ରଖି ବକକୁ କୋଳ କଲା । +ବକ କହିଲା, ହେ ମରାଳବର, ତୁମ୍ଭ ଦ୍ରବ୍ୟ ତ ମୁଁ ବହୁତ ଖାଇଲିଣି । +ତୁମ୍ଭକୁ କିଛି ନ ଖୁଆଇ ପାରିଲି । +ଏ ବଡ଼ ଅସୁନ୍ଦର ହୋଉଛି । +ପ୍ରୀତି ଦୁଇଆଡ଼ୁ ହେଲେ ସିନା ସୁନ୍ଦର, ମୁଁ ଯାହା ଦେବି ତୁମ୍ଭେ ତାହା ପାନ କରିବ । +ହଂସ ବୋଇଲା କାହିଁକି ନ ଖାଇବି, ତେବେ ଦିଅ । +ବକ କହିଲା, ମୁଁ ଯାଇ ଆଣେ, ତୁମ୍ଭେ ଦଣ୍ଡେମାତ୍ର ବସ । +ଏହା କହି ଯାଇଁ ଗାଡ଼ିଆଟାକେ ପଶି ଗେଣ୍ଡା, ଶାମୁକା, ଭେକ, ଜୋକ, ମୀନ ଏରୂପେ ମାରି ତହୁଁ ଖଣ୍ଡେ ଖଣ୍ଡେ ଖାଇ ଆଉ ଖଣ୍ଡମାନ ଥଣ୍ଟରେ ଧରି ହଂସ ପାଶେ ପ୍ରବେଶ ହେଲା । +ଥଣ୍ଟରୁ କାଢ଼ି ତଳେ ଥୋଇ କହିଲା, ଏହା ତେବେ ପାନ କର । +ହଂସ ସେ ଦୁର୍ଗନ୍ଧରୁ କହିଲା; ଏହା ପାନକରି ନ ପାରିବି ପରା ! ବକ କହିଲା, ଏ ତ ଉତ୍ତମ ଦ୍ରବ୍ୟ, ମୋଠାରେ ଯେବେ ସୁଖ ଥିବ ତେବେ ଭୋଜନ କରିବ । +ହଂସ ତ ମହା ସୁଜନ, ବକ କଥାରେ ବିଶ୍ୱାସ କରି ତହୁଁ ଖଣ୍ଡେ ଖଣ୍ଡେ ଗିଳି ଦିଅନ୍ତେ ପେଟରେ ପଡ଼ି ଦେହ ମନ୍ଥି ହେଲା । +ହଂସ ବଡ଼ ବିକଳ ହୋଇ ବାନ୍ତି କରି ପକାଇଲା । +ମୀନ ଦୁର୍ଗନ୍ଧରେ ଅନ୍ତ ଘାଣ୍ଟି ହେଉଛି; ବକକୁ ବୋଇଲା, ମୋ ପ୍ରାଣ ଗଲା, ଏ ବିକଳ ସହି ନୋହିବ । +ସେଠାରୁ ବକ କହିଲା, ମୁଁ ତୁମ୍ଭ ଅଇଁଠା ଖାଇଲି, ଏ ବକ କୁଳକୁ ବଡ଼ ଅସୁନ୍ଦର ହେଲା, ତୁମ୍ଭେ ମୋ ଅଇଁଠା ନ ଖାଇଲେ କି ରୂପେ ଯାଆନ୍ତ ? ଏବେ ତୁମ୍ଭ ପ୍ରୀତିରୁ ମୋର କିଛି ଫଳ ନାହିଁ । +ବକ ଅଇଁଠା କେଡ଼େ ସୁଆଦିଆ ଏହା ତ ଜାଣିଲୁ ! ବକମାନେ ଅଇଲେ ଖୁଣ୍ଟି ପକାଇବେଟି, ଏଠାରୁ ବେଗେ ପଳା । +ଏହା ଶୁଣି ହଂସ କାତର ହୋଇ ପ୍ରାଣ ଭୟରେ ସେଠାରୁ ପଳାଇଲା । +ଏରୂପେ ନୀଚ ଲୋକ ସଙ୍ଗେ ପ୍ରୀତି କଲେ ଉତ୍ତମ ଲୋକ ବିପଦରେ ପଡ଼ଇ । +ଏ ସକାଶୁଁ ନୀଚ ଲୋକ ସଙ୍ଗେ ପ୍ରୀତି ନ କରିବା । +ଏହାକୁ ନୀଚ ପ୍ରୀତି କହଇ । -- GitLab