diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia179.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia179.txt new file mode 100644 index 0000000000000000000000000000000000000000..e51d8e31a66de188929407cec843c2f8e98f3b8b --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia179.txt @@ -0,0 +1,32 @@ +ମ୍ୟାଲେରିଆ +ଉପକ୍ରମ +ମ୍ୟାଲେରିଆ, ମଶା କାମୁଡିବା ଦ୍ଵାରା ବ୍ୟାପୁଥିବା ଏକ ମାରାତ୍ମକ ରୋଗ । +ମ୍ୟାଲେରିଆ ପ୍ରବଣ ଅଞ୍ଚଳରେ ଏହି ରୋଗ ଶିଶୁର ମୃତ୍ୟୁ ଓ ତାର ବିକାଶରେ ବାଧକ ସୃଷ୍ଟି କରିବାର ମୁଖ୍ୟ କାରଣ ହୋଇପାରେ । +ଗର୍ଭବତୀ ମହିଳାଙ୍କ ପାଇଁ ମ୍ୟାଲେରିଆ ବିଶେଷ ରୂପରେ ବିପଦପୂର୍ଣ୍ଣ ଅଟେ । +ମ୍ୟାଲେରିଆ ହେବା ଦ୍ଵାରା ରକ୍ତ କମ୍ ହେବା ଯୋଗୁଁ ଅନେକ ବିପଦ ଦେଖାଯାଏ । +ଯେପରିକି ଗର୍ଭପାତ ହୋଇପାରେ, ମୃତ ଶିଶୁ ଜନ୍ମ ହୋଇପାରେ, ଜନ୍ମ ସମୟରେ ଶିଶୁର ଓଜନ କମ୍ ହୋଇପାରେ ଏବଂ ମାଆର ଜୀବନ ମଧ୍ୟ ଚାଲି ଯାଇପାରେ । +ମ୍ୟାଲେରିଆର ଦୂରୀକରଣ ଏବଂ ଠିକ୍ ସମୟରେ ଚିକିତ୍ସା କାଲେ ବହୁତ ଲୋକଙ୍କ ଜୀବନ ରକ୍ଷା କରାଯାଇପାରିବ । +ମୁଖ୍ୟ ସୂଚନା +ମଶା କାମୁଡିବା ଦ୍ଵାରା ମ୍ୟାଲେରିଆ ବ୍ୟାପେ । +ମଶା କାମୁଡିବାର ରକ୍ଷା ପାଇବାର ସବୁଠାରୁ ଭଲ ଉପାୟ ହେଉଛି, କୀଟନାଶକ ଔଷଧରେ ଭିଜାଇ, ଶୁଖାଇ ଅର୍ଥାତ୍ ଉପଚାରିତ ମଶାରୀ ଟାଣି ଶୋଇବା । +ମ୍ୟାଲେରିଆପ୍ରବନାଞ୍ଚଳରେ ପିଲାଙ୍କ ପାଇଁ ଅଧିକ ବିପଦ ଥାଏ । +ଯଦି ଶିଶୁକୁ ଜ୍ଵର ଆସେ ତେବେ ପ୍ରଶିକ୍ଷିତ ସ୍ୱାସ୍ଥ୍ୟକର୍ମୀ ଶୀଘ୍ର ତାର ପରୀକ୍ଷା କରିବା ଦରକାର ଏବଂ ଯେତେ ଶୀଘ୍ର ସମ୍ଭବ ତାକୁ ମ୍ୟାଲେରିଆରୁ ରକ୍ଷା ପାଇବା ପାଇଁ ଉପଯୁକ୍ତ ଔଷଧ ଦେବା ଉଚିତ୍ । +ଗର୍ଭବତୀ ମହିଳାଙ୍କ ପାଇଁ ମ୍ୟାଲେରିଆ ଖୁବ୍ ବିପଦଜନକ ଅଟେ । +ମ୍ୟାଲେରିଆ ପ୍ରବଣ ଅଞ୍ଚଳମାନଙ୍କରେ ଗର୍ଭବତୀ ମହିଳାଙ୍କୁ ସ୍ୱାସ୍ଥ୍ୟକର୍ମୀଙ୍କ ପରାମର୍ଶ ଅନୁଯାୟୀ ମ୍ୟାଲେରିଆରୁ ରକ୍ଷା ପାଇବା ପାଇଁ ବଟିକା ଖାଇବା ଉଚିତ୍ । +ମ୍ୟାଲେରିଆରେ ପୀଡିତ କିମ୍ବା ତା’ପରେ ଭଲ ହୋଇ ଯାଇଥିବା ଶିଶୁକୁ ବହୁତ୍ ଖାଦ୍ୟପନୀୟ ଦେବା ଉଚିତ୍ । +ମସାମାନଙ୍କର ବଂଶବୃଦ୍ଧିକୁ ରୋକିବା ପାଇଁ ପରିବାର ଓ ଗୋଷ୍ଠୀସ୍ତର ରେ ଆବଶ୍ୟକୀୟ ବ୍ୟବସ୍ଥା ଗ୍ରହଣକରି ମ୍ୟାଲେରିଆ ବ୍ୟାପକତାକୁ ହ୍ରାସ କରାଯାଇପାରିବ । +ସମସ୍ତେ ଜାଣିବା ଦରକାର +ଯଦି ଚିକିତ୍ସା ପରେ ମଧ୍ୟ ମ୍ୟାଲେରିଆର ଲକ୍ଷଣ ଦେଖାଯାଏ, ତେବେ ଶିଶୁକୁ ସ୍ୱାସ୍ଥ୍ୟ କେନ୍ଦ୍ର କିମ୍ବା ଡାକ୍ତରଖାନା ନେଇ ଦେଖାଇବା ଦରକାର । + ହୋଇପାରେ କି : +ଶିଶୁକୁ ପୂର୍ଣ୍ଣ ମାତ୍ରାରେ ଔଷଧ ମିଲୁନଥାଇ ପାରେ । +ଶିଶୁକୁ ମ୍ୟାଲେରିଆ ବ୍ୟତୀତ ଅନ୍ୟ କୌଣସି ରୋଗ ହୋଇଥାଇପାରେ । +ମ୍ୟାଲେରିଆ ଉପରେ ଔଷଧର ପ୍ରଭାବ ପଡୁ ନଥାଇପାରେ କିମ୍ବା ଶିଶୁକୁ ଅନ୍ୟ କୌଣସି ଔଷଧର ଆବଶ୍ୟକତା ହେଉଥାଇପାରେ । +ଜ୍ଵର ବେଳେ ଶିଶୁକୁ ଥଣ୍ଡା ରଖିବା +ଶିଶୁକୁ ଯେତେବେଳେ ପର୍ଯ୍ୟନ୍ତ ଜ୍ଵର ରହେ, ସେତେବେଳ ପର୍ଯ୍ୟନ୍ତ ତା ଶରୀରକୁ ଥଣ୍ଡା ରଖିବା ପାଇଁ : +ସତେଜ ପାଣିରେ ପୋଛିବା କିମ୍ବା ଗାଧୋଇ ଦେବା ଦରକାର । +ପାଣି ଥଣ୍ଡା ହୋଇ ନଥିବା ଦରକାର । +ଶିଶୁକୁ ଅଳ୍ପ କନାରେକିମ୍ବା ଗୋଟିଏ କମ୍ବଳ ଘୋଡାଇବା +ମଶା ସଂଖ୍ୟା କମ୍ ହେବା ଲାଗି +ପାଣି ଜମା ହେଉଥିବା ସ୍ଥାନଗୁଡିକୁ ପୋତି ପକାନ୍ତୁ କିମ୍ବା ସେଠାରୁ ପାଣି ବାହାର କରି ଦିଅନ୍ତୁ । +ପଣି ରଖୁଥିବା ପାତ୍ର କିମ୍ବା ଟାଙ୍କିକୁ ଘୋଡାଇ ରଖନ୍ତୁ । +ଘରର ଚତୁଃପାର୍ଶ୍ଵରେ ଥିବା ବୁହା ଲଟାକୁ ପରିଷ୍କାର କରିଦିଅନ୍ତୁ ।