diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia58.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia58.txt new file mode 100644 index 0000000000000000000000000000000000000000..aabdd0c805af9a51c207e20b1043f152a995ab30 --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia58.txt @@ -0,0 +1,53 @@ +ପନିପରିବାରେ ଔଷଧୀୟ ଗୁଣ +ପିଆଜରେ ଭରି ରହିଛି ଔଷଧୀୟ ଗୁଣ +ପିଆଜ କେବଳ ତରକାରୀ ପ୍ରସ୍ତୁତି ଓ ସାଲାଡ୍‌ ପାଇଁ ବ୍ୟବହାର ହୋଇନଥାଏ । +ଦୈନନ୍ଦିନ ଜୀବନରେ ପିଆଜ ବ୍ୟବହାର କଲେ ଏହା ଔଷଧ ପରି କାମ କରିଥାଏ । +ପେଟରେ ଷ୍ଟୋନ୍ ସମସ୍ୟା ଥିଲେ ପିଆଜ ରସ ବରଦାନ ପରି କାମ କରିଥାଏ । +ପ୍ରତିଦିନ ସକାଳେ ଖାଲି ପେଟରେ ଦୁଇ ଚାମଚ ପିଆଜ ରସ ପିଇବା ଦ୍ୱରା ଏହି ସମସ୍ୟାରୁ ରକ୍ଷା ମିଳିଥାଏ । +ଗଣ୍ଠି ଦରଜ ହେଉଥିଲେ ପିଆଜ ରସ ଓ ସୋରିଷ ତେଲ ମିଶାଇ ମାଲିସ୍ କରିବା ଫଳରେ ଆରାମ ଲାଗିଥାଏ । +ଖରାଦିନେ ପିଆଜ ଖାଇଲେ ଦ୍ୱାରା ଅଶୁଂଘାତର ଭୟ ନ ଥାଏ । +ପିଆଜ ଖଣ୍ଡ ପାଖରେ ରଖିଲେ ମଧ୍ୟ ଅଶୁଂଘାତ ହୋଇନଥାଏ ବୋଲି ସାଧାରଣରେ କୁହାଯାଇଥାଏ । +ପିଆଜ ରସ ଲଗାଇବା ଦ୍ୱାରା କେଶ ଝଡ଼ୁଥିବା ସମସ୍ୟା ଦୂର ହୋଇଥାଏ । +ଏହାସହିତ କେଶ ଉଜ୍ଜ୍ୱଳ ଦେଖାଯାଇଥାଏ । +ପେଟ ସମ୍ୱନ୍ଧୀୟ କିଛି ରୋଗ ଥିଲେ ପିଆଜ ରସ ପିଇବା ଦ୍ୱାରା ଆରାମ୍ ମିଳିଥାଏ । +ଯଦି ଆପଣଙ୍କୁ ଶର୍ଦ୍ଦି ହୋଇଯାଇଛି ପିଆଜ ଔଷଧ ପରି କାମ କରିଥାଏ । +ପିଆଜ ଖାଇବା ଦ୍ୱରା ଥଣ୍ଡାରୁ ଉପଶମ ମିଳିଥାଏ । +ପିଆଜ କୌଣସି ଔଷଧଠାରୁ କମ୍ ନୁହଁ । +ଏହାର ବ୍ୟବହାର ଦ୍ୱାରା କେତେକ ରୋଗରୁ ଆମକୁ ରକ୍ଷା ମିଳିଥାଏ । +ତେଣୁ ପିଆଜ ଖାଇବା ଦ୍ୱାରା ଆୟୁଷ ବଢିଯାଏ ବୋଲି କୁହାଯାଇଥାଏ । +ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ କଲରା +ସାଧାରଣତଃ କଲରା ନାଁ ଶୁଣିଲେ ଲୋକେ ନାକ ଟେକିଥା’ନ୍ତି । +ଏଥିରେ ପିତା ଅଂଶ ରହିଥିବାରୁ ଅନେକେ ଏହା ଖାଇବାକୁ ପସନ୍ଦ କରି ନ ଥାଆନ୍ତି । +କିନ୍ତୁ କଲରାରେ ବହୁ ଭିଟାମିନ୍ ଭରି ରହିଥିବାରୁ ଏହା ଆମ ସ୍ୱାସ୍ଥ୍ୟ ପାଇଁ ବେଶ୍ ଲାଭଦାୟକ । +ପ୍ରତି ୧୦ରୁ ୧୫ ଦିନ ମଧ୍ୟରେ ଦିନଟିଏ କଲରା ଖାଇବା ଉଚିତ । +ଅନ୍ୟ ପରିବା ଓ ଫଳ ଅପେକ୍ଷା କଲରାରେ ଅଧିକ ଔଷଧୀୟ ଗୁଣ ରହିଛି । +କଲରାରେ କାର୍ବୋହାଇଡ୍ରେଟ୍, ଫସ୍‌ଫରସ୍, ପ୍ରୋଟିନ୍ ଓ କ୍ୟାଲସିୟମ୍ ଭରି ରହିଛି । +କଲରା ଖାଇବା ଦ୍ୱାରା ରକ୍ତ ସଫା ହୋଇଥାଏ । +ଲିଭର ସହିତ ଜଡ଼ିତ କିଛି ରୋଗ ଥିଲେ କଲରା ଖାଇବା ଉଚିତ । +କଲରା ପାଚନରେ ସହାୟକ ହୋଇଥାଏ । +କଲରା ଜୁସ୍‌ରେ ଲେମ୍ୱୁ ମିଶାଇ ପିଇବା ଦ୍ୱାରା ଶରୀରର ଓଜନ କମ୍ ହୋଇଥାଏ । +କଲରାରେ ଫସ୍‌ଫରସ୍ ରହିଥିବାରୁ ଶରୀରରେ କଫ ଜମିଥିଲେ କଲରା ଖାଇବା ଦ୍ୱାରା ସାମାନ୍ୟ ହାଲ୍‌କା ଲାଗିଥାଏ । +ଝାଡ଼ା କିମ୍ୱା ବାନ୍ତି ହେଉଥିଲେ କଲରା ଜୁସ୍‌ରେ କଳା ଲୁଣ ପକାଇ ଅଳ୍ପ ପିଇବା ଦ୍ୱାରା କିଛି ମାତ୍ରାରେ ଶରୀରକୁ ଉପଶମ ମିଳିଥାଏ । +ମଧୁମେହ ରୋଗୀଙ୍କ ପାଇଁ କଲରା ବେଶ୍ ଲାଭଦାୟକ । +ଶରୀରର ସୁଗାର ସ୍ତରକୁ ନିୟନ୍ତ୍ରିତ କରିବାରେ ଏହା ସହାୟକ ହୋଇଥାଏ । +ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ କଞ୍ଚା କଦଳୀ +କଞ୍ଚା କଦଳୀରେ ପୋଟାସିୟମ୍ ଭରପୂର ହୋଇ ରହିଛି । +ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ ଏବଂ ଦିନ ତମାମ ଶରୀରକୁ ଫୂର୍ତ୍ତି ରଖିଥାଏ । +ଏଥିରେ ଥିବା ଭିଟାମିନ୍ ବି-୬ ଓ ଭିଟାମିନ୍ ସି ଶରୀରର କୋଷିକାଗୁଡ଼ିକୁ ପୋଷଣ ଦେଇଥାଏ । +କଞ୍ଚା କଦଳୀରେ ଆଣ୍ଟି-ଅକ୍ସିଡାଣ୍ଡ୍ ରହିଛି । +ଫଳରେ ପ୍ରତିଦିନ ଗୋଟିଏ କଞ୍ଚାକଦଳୀ ଖାଇବା ଶରୀର ପାଇଁ ଖୁବ୍ ଲାଭଦାୟକ ହୋଇଥାଏ । +ଓଜନ ହ୍ରାସ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କୁ ପ୍ରତିଦିନ ଗୋଟିଏ କଞ୍ଚା କଦଳୀ ଖାଇବାକୁ ପରାମର୍ଶ ଦିଆଯାଏ । +ଏଥିରେ ଭରପୂର ମାତ୍ରାରେ ତନ୍ତୁ (ଫାଇବର୍) ରହିଥିବାରୁ ଏହା ଅନାବଶ୍ୟକ ଫ୍ୟାଟ୍‌ ସେଲ୍‌ଗୁଡ଼ିକୁ ସଫା କରିବାରେ ସାହାଯ୍ୟ କରିଥାଏ । +କୋଷ୍ଠକାଠିନ୍ୟ ସମସ୍ୟା ରହୁଥିଲେ କଞ୍ଚା କଦଳୀ ବେଶ୍ ଲାଭଦାୟକ । +ଏଥିରେ ଫାଇବର ଓ ହେଲଦୀ ଷ୍ଟାର୍ଚ ରହିଥିବାରୁ ଏହା ପେଟରେ କୌଣସି ଅପରିଷ୍କାର ଜିନିଷ ଜମିବାକୁ ଦେଇ ନ ଥାଏ । +ମଧୁମେହ ରୋଗରେ ପୀଡ଼ିତ ଲୋକେ କଞ୍ଚା କଳଦୀ ଖାଇବା ଉଚିତ । +ଏହା ଦ୍ୱାରା ମଧୁମେହକୁ ନିୟନ୍ତ୍ରିତ କରି ହୁଏ । +ପ୍ରତିଦିନ କଞ୍ଚା କଦଳୀ ଖାଇବା ଦ୍ୱାରା ପାଚନ କ୍ରିୟା ସହଜ ହୋଇଥାଏ । +କଞ୍ଚାକଦଳୀରେ କ୍ୟାଲସିୟମ୍ ବି ଅଛି । +ଏହା ହାଡ଼କୁ ମଜଭୂତ ରଖିବାରେ ସହାୟକ ହୋଇଥାଏ । +କ୍ୟାନସରରୁ ରକ୍ଷା କରେ ଲଙ୍କା +ଲଙ୍କା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି ଆମେ ସାଧାରତଃ ଜାଣିଥାଉ । +କିନ୍ତୁ ଏକ ଗବେଷଣାରୁ ଜଣାପଡ଼ିଛି ରାଗ ଖାଇବା ଦ୍ୱାରା କ୍ୟାନସର, ଡାଇବେଟିସ୍ ଓ ହୃଦ୍ ରୋଗ ହେବାର ଆଶଙ୍କା କମ୍ ହୋଇଥାଏ । +ଚାଇନିଜ୍ ଏକାଡେମୀ ଅଫ୍ ମେଡିକାଲ୍ ସାଇନ୍ସର ବୈଜ୍ଞାନିକଙ୍କ ଦ୍ୱାରା କରାଯାଇଥିବା ଗବେଷଣାରୁ ଜଣାପଡ଼ିଛି ଯେ ପ୍ରତିଦିନ ରୋଷେଇ ସମୟରେ ସବୁଜ, ଲାଲ ଓ କଳା ଲଙ୍କା ବ୍ୟବହାର କରିବା ଉଚିତ । +ଗବେଷକମାନେ ୩୦ରୁ ୭୦ ବର୍ଷ ମଧ୍ୟରେ ବହୁ ଲୋକଙ୍କ ଖାଦ୍ୟପେୟ ଅଭ୍ୟାସ ଉପରେ ଗବେଷଣା କରିଥିଲେ । +ଏହି ଅବସରରେ ସେମାନେ ଉକ୍ତ ଲୋକମାନଙ୍କୁ ସେମାନଙ୍କର ଖାଦ୍ୟାଭ୍ୟାସ, ଖାଇବାରେ ଲଙ୍କାର ପରିମାଣ ଓ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଅନେକ ପ୍ରଶ୍ନ ପଚାରିଥିଲେ ।