diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia71.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia71.txt new file mode 100644 index 0000000000000000000000000000000000000000..e1b66d52bb1907bb7b8c1588def87adc6ae49d67 --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia71.txt @@ -0,0 +1,51 @@ +ବାଡିର ଗଛଲତା ଓ ଔଷଧୀୟ ଗୁଣ +ଉପକ୍ରମ +ଆମ ବାଡିବଗିଚା ଓ ହାତପାଆନ୍ତାରେ ଥିବା ଅନେକ ବୃକ୍ଷଳତାର ଔଷଧୀୟ ଗୁଣ ରହିଛି । +ସେ ସମ୍ପର୍କରେ ଜାଣି ତାକୁ ଜୀବନ ଶୈଳୀରେ ଉପଯୋଗ କରିପାରିଲେ ବହୁ ଉପକାର ମିଳିଥାଏ । +ଅରଖ +ସାପ କାମୁଡିଥିଲେ ଧଳା ଅରଖ ଗାଛର ମୂଳକୁ ଛେଚି ପାଣି ସହ ସେବନ କାଲେ ସାପ ବିଷ ନଷ୍ଟ ହୋଇଥାଏ । +ସେହିପରି ଦଂଶନର କ୍ଷତ ଜାଗାରେ ଅରଖ ଗଛର କ୍ଷୀର ବୋଲିଲେ ବିଷ ନଷ୍ଟ ହୋଇଥାଏ । +ଯଦି ଏହି ସମୟରେ ରୋଗିର ଚେତା ନଥାଏ, ତେବେ ଅରଖ ପତ୍ରର ରସକୁ ନାକରେ ୩/୪ ବୁନ୍ଦା ପକାଇଲେ ତା’ର ଚେତା ଫେରିଆସିବ । +ଯଦି ବିଲେଇ କିମ୍ବା କୁକୁଡ଼ା କାମୁଡିଥାଏ ତେବେ ଅରଖ କ୍ଷୀର ଲଗାଇ ଗରମ ସେକ ଦେଲେ ଉପସମ ମିଳିଥାଏ । +କରଞ୍ଜ +କରଞ୍ଜ ଦାନ୍ତକାଠିରେ ଅନେକେ ଦାନ୍ତ ଘଷିଥାନ୍ତି । +କରଞ୍ଜ ପ୍ରତି ୧୦ ଟି ସହ ନିମ୍ବ ପାତ୍ର ୧୦ ଟି ମିଶାଇ ବାଟି ଦେହରେ ଲଗାଇଲେ, ଧଲାଛଊ, କାଛୁକୁଣ୍ଡିଆ ଓ ଚର୍ମ ଉକୁଣୀ ଆଦି ଭଲ ହୋଇଥାଏ । +ଯଦି ମୁଣ୍ଡରୁ ବାଲ ଝାଡୁଥାଏ, ତେବେ କରଞ୍ଜ ଗଛର ଛେଲି ସହ କନିଅର ଗଛର ଛେରକୁ ମିଶାଇ ସେଥିରେ ରାଶି ତେଲ ଦେଇ ଗରମ କରି ଛାଣି ଦୈନିକ ଲଗାଇଲେ ଏଥିରୁ ଉପଶମ ମିଳେ । +ତେନ୍ତୁଳି +ତେନ୍ତୁଳି ମଞ୍ଜିକୁ ଗୁଣ୍ଡା କରି ଚାମଚେ ଗୁଣ୍ଡ ସହ ଏକ ଗ୍ଳାସ କ୍ଷୀରରେ ମିଶାଇ ପିଇଲେ କୋଷ୍ଠ କାଠିନ୍ୟ ଦୂର ହୋଇଥାଏ । +ସେହିପରି ଅର୍ଶ କିମ୍ବା ମଳ କଣ୍ଟକରୁ ରକ୍ତ ନିର୍ଗତ ହେଉଥିଲେ, ତାହା ଭଲ ହୋଇଥାଏ । +ଜ୍ଵର ହୋଇଥିଲେ, ତେନ୍ତୁଳିରୁ ମଞ୍ଜି ବାହାର କରି ୧୦୦ ଗ୍ରାମ ତେନ୍ତୁଳିକୁ ବାଟି ରସୁଣ, ଗୋଲମରିଚ ଓ ଗୁଡ ସହ ମିଶାଇ ପିଇଲେ, ଜ୍ଵରରୁ ଉପଶମ ମିଳିଥାଏ । +ତେନ୍ତୁଳିରେ ଲୌହ, ରିବୋଫ୍ଲାବିନ ଓ କ୍ୟାଲସିୟମ ବହୁଳ ଭାବରେ ରହିଥାଏ । +ମେଥି +ମେଥି ଶାଗ ଯକୃତ ପାଇଁ ମହୌଷଧି । +ଦୈନିକ ମେଥି ଗୁଣ୍ଡା ୧/୪ ଚାମଚ ସେବନ କାଲେ ଅଗ୍ନିମାନ୍ଦ୍ୟ ଦୂର ହୋଇଥାଏ । +କଦଳୀ +ଦୈନିକ ଦୁଇଟି ଲେଖାଏଁ ପାଚିଲା କଦଳୀ ସେବନ କାଲେ ଶରୀରରେ ଲୋହିତ ରକ୍ତ କଣିକା ବା ହିମୋଗ୍ଲୋବିନ ସୃଷ୍ଟି ହୋଇଥାଏ । +ଏହାଛଡା ପେଟ ଭିତରେ ସାହାଯ୍ୟକାରୀ ବ୍ୟାକ୍ଟେରିଆ ସୃଷ୍ଟି କରିଥାଏ । +ଖାଦ୍ୟ ନଳୀରେ ଘା କିମ୍ବା ଗ୍ଯାସ ହୋଇଥିଲେ ଦୈନିକ ପାଚିଲା କଦଳୀ ସେବନ କାଲେ ତାହା ଦୂର ହୋଇଥାଏ । +ଯକ୍ଷ୍ମା ରୋଗରେ ଦୈନିକ ସକାଳେ ଖାଲିପେଟରେ ଅଧାଚାମଚ ଲେଖାଏଁ କଦଳୀ ରସ ସେବନ କାଲେ ଆରୋଗ୍ୟ ମିଳିଥାଏ । +ମଞ୍ଜୁଆତି +ମଞ୍ଜୁଆତି ପତ୍ରକୁ ସିଝାଇ ସେହି ପାଣିକୁ କୁଳି କଲେ ମାଢି ମଜବୁତ ହୋଇ ପାୟୋରିଆ ରୋଗ ଦୂର ହୋଇଥାଏ । +ମଞ୍ଜୁଆତି ପତ୍ରକୁ ଖରାରେ ଶୁଖାଇ ଚୂର୍ଣ୍ଣ କାରୀ ୨୫୦ ଗ୍ରାମରେ ରାଶିତେଲ ୨୫୦ ଗ୍ରାମ ମିଶାଇ ଦୈନିକ ମୁଣ୍ଡରେ ଲଗାଇଲେ, କେସ ଝଡା ବନ୍ଦ ହୋଇ କେଶର ସୌନ୍ଦର୍ଯ୍ୟ ବୃଦ୍ଧି ହୋଇଥାଏ । +ଶୁଖିଲା ମଞ୍ଜୁଆତି ପତ୍ର ୧୫ଟି ନେଇ ଏକ ପାତ୍ରରେ ଗୋଟିଏ ରାତି ଭେଦାଇ ତହିଁ ପରିଦୀନ ସକାଳୁ ଛାଣି ପିଇଲେ ଜଣ୍ଡିସ ବା କାମଳରୋଗ ଦୂର ହୋଇଥାଏ । +ଆହୁରି ମଧ୍ୟ ଅତ୍ୟଧିକ କାମଳ ରୋଗ ଆକ୍ରାନ୍ତ ହୋଇଥିଲେ, ମଞ୍ଜୁଆତି ଗଛର ଚେର ଏବଂ ଅରୁଆ ଚାଉଳ ପାଣିରେ ଭେଦାଇ ତା’ର ଚକଟା ଅଂଶକୁ ମିଶାଇ ଦିନକୁ ୨ ଥର ଚାମଚେ ଲେଖାଏଁ ସେବନ କଲେ ଖୁବ୍ ଶୀଘ୍ର ଆରୋଗ୍ୟ ହୋଇଥାଏ । +ପିପ୍ପଳି +ପିପ୍ପଳିଗୁଣ୍ଡାକୁ ୨ ଗ୍ରାମ୍ ସେବନ କଲେ ଲାଳ ଝାଡ଼ାରେ ଉପକାରୀ ହୋଇଥାଏ । +ହଜମ ହେଉ ନଥିଲେ ପିପ୍ପଳି ଗୁଣ୍ଡା ୪ ଗ୍ରାମ ସହିତ ସୈନ୍ଧବ ଲବଣ ମିଶାଇ ସେବନ କଲେ, ଏହା ଉପକାରୀ ହୋଇଥାଏ । +ନିଦ ହେଉ ନଥିଲେ ଦୈନିକ ରାତିରେ ୫ ଗ୍ରାମ୍ ପିପ୍ପଳି ଗୁଣ୍ଡ ସହ ଏକ ଚାମଚ ମିଶାଇ ସେବନ କଲେ ତାହା ଫଳପ୍ରଦ ହୋଇଥାଏ । +କାଗେଜି ଲେମ୍ବୁ +କାଗେଜି ଲେମ୍ବୁ, ଲୁଣ, ଚିନି, ପାଣି ମିଶାଇ ପିଇଲେ ଶରୀର ନିରୋଗ ରହିଥାଏ । +ପାକସ୍ଥଳୀରେ ଅନ୍ୟ ରୋଗ ସୃଷ୍ଟି ହୋଇପାରେ ନାହିଁ । +ଲେମ୍ବୁ ରସ ନକାରାତ୍ଜକ ବ୍ୟାକ୍ଟେରିଆଙ୍କୁ ନଷ୍ଟ କରିଦେଇଥାଏ । +ଆଣ୍ଠୁଗଣ୍ଠି ବାତ ରୋଗରେ ମଧ୍ୟ ଲେମ୍ବୁ ରସ ସେବନରେ ଉପକାର ମିଳିଥାଏ । +ଲେମ୍ବୁରେ ଭିଟାମିନ୍ ଗ ଓ ପୋଟାସିୟମ ସାଇଟ୍ରେଟ ଥାଏ । +ପାତାଳଗରୁଡ +ଏହି ଗଛକୁ ସର୍ପଗନ୍ଧା ବୋଲି ମଧ୍ୟ କୁହାଯାଏ; କିନ୍ତୁ ଗାଁ ଗହଳିରେ ଏକ ଭ୍ରାନ୍ତ ଧାରଣା ରହିଛି ଯେ, ଏହି ଗଛକୁ ବାଡିରେ ଲଗାଇଲେ ସାପ ଆସନ୍ତି ନାହିଁ । +ଏହି ସାପକୁ ଗାନ୍ଧୀଉଥିବାରୁ ତା;ର ନାମ ସର୍ପଗନ୍ଧା ରଖିଯାଇଛି । +ଏହି ଗଛର ମୂଳ ଅଂଶକୁ ଗୋଲମରିଚ ସହ ବାଟି ସାମାନ୍ୟ ହଳଦୀ ମିଶାଇ ସାପ କାମୁଡାର ଶିକାର ହୋଇଥିବା ଲୋକଙ୍କ ସେବନ କରିବାକୁ ଦେଲେ ଶରୀରରୁ ବିଷ ନାଶ ହୋଇଥାଏ । +ଏହି ସହିତ ମୂଷା କାମୁଡିଥିଲେ , ଏହାର ଚେରକୁ ବାଟି ସାମାନ୍ୟ ହଳଦୀ ମିଶାଇ ସେବନ କଲେ ବିଷ ନାଶ ହୋଇଥାଏ । +ବଚ +ଏହି ଉଦ୍ଭିଦଟି ବହୁ ଶାଖା ବିଶିଷ୍ଟ ହୋଇଥିବାବେଳେ ସୁଗନ୍ଧଯୁକ୍ତ । +ଏହି ଉଦ୍ଭିଦକୁ ସୁଖାଯାଇ ବଚ ଭାବେ ବ୍ୟବହାର କରାଯାଏ । +ଏଥିରେ ତାନିନ୍ ଥାଏ, ଯାହାକି ଅତିସାର ରୋଗରେ ବ୍ୟବହାର କରାଯାଏ । +ଏହାକୁ ସୈନ୍ଧବ ଲବଣ ସହ ମିଶାଇ ଖାଇଲେ ପେଟ ଫମ୍ପା, ଶ୍ଵାସନଳୀ ସଂକ୍ରମଣରୁ ଉପକାର ମିଳିଥାଏ ।