From c57afc6659c05773be7fb82df864a11b9f662d55 Mon Sep 17 00:00:00 2001 From: Nayan Ranjan Paul Date: Tue, 27 Sep 2022 12:09:30 +0530 Subject: [PATCH] Upload New File --- .../odiasahitya.com/sent_odiasahitya_lekha_42 | 80 +++++++++++++++++++ 1 file changed, 80 insertions(+) create mode 100644 Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_42 diff --git a/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_42 b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_42 new file mode 100644 index 0000000..a6d6840 --- /dev/null +++ b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_42 @@ -0,0 +1,80 @@ +ଜାତୀୟ ସଂସ୍କୃତିକୁ ଓଡ଼ିଶାର ଦାନ +ନୀଳକଣ୍ଠ ଦାସ +ତା: ନଭେମ୍ବର୍ ୧୫, ୨୦୧୨ +ମୂଳ ପୃଷ୍ଠା → ସ୍ମରଣୀୟ ଲେଖା → ଗଳ୍ପ → +‘ଓଡ଼ିଶା ବୋଇଲେ ଏ କ୍ଷେତ୍ରରେ ବୁଝିବାର ଅଛି ଏବର ଓଡ଼ିଶା । +ଏବର ଓଡ଼ିଶା ତିନୋଟି ଅଞ୍ଚଳର ସମିଶ୍ରଣ କୁହାଯାଇଛି । +ସେଥିରୁ ଗୋଟିଏ ହେଉଛି ଉତ୍ତରକୁ ଉତ୍କଳ । +ଏହା ପ୍ରାଚୀନ କାଳରେ ଯାଜପୁରଠାରୁ ରାଢ଼’ ଆଡ଼କୁ । +ଏହାର ସଂସ୍କୃତି ବଙ୍ଗ ସଂସ୍କୃତି ସଙ୍ଗେ ପ୍ରାୟ ସମାନ । +ଅତି ପ୍ରାଚୀନକାଳରୁ ଏଠାରେ ଭୌମମାନେ ଦକ୍ଷିଣକୁ ଦେଶ ଜିଣି ଯାଇଥିଲେ । +ଓଡ଼ିଆ ଅକ୍ଷର ଓ ଉଚ୍ଚାରଣ ପ୍ରଭୃତି ବହୁ ପରିମାଣରେ ସେଇକାଳୁ ବଙ୍ଗଳା ଅକ୍ଷର ଓ ଉଚ୍ଚାରଣ ସଙ୍ଗେ ସମାନ । +ସେଇ ବଙ୍ଗକୁ ‘ରାଢ଼’ କୁହାଯାଉଥିଲା । +ଅତି ପ୍ରାଚୀନ କାଳରେ ‘ଉତ୍କଳ-ରାଟ’ ବୋଲି ଭୂମିଖଣ୍ଡର ନାମ ଥିଲା । +କାଳକ୍ରମେ ସେଥିରୁ ଉତ୍ତର ଆଡ଼କୁ ନାମ ହେଲା- ‘ରାଢ଼’- ଦକ୍ଷିଣ ଆଡ଼ର ନାମଟି ହେଲା ‘ଉତ୍କଳ’ । +ସ୍ପଷ୍ଟତଃ ଏଇ ଉତ୍କଳ ଗୟାଠାରୁ ଦକ୍ଷିଣ ବା ଉପକୂଳ ଆଡ଼କୁ । +ଏଇ ଯାଜପୁରଠାରୁ ଦକ୍ଷିଣ ଆଡ଼କୁ ଗୋଦାବରୀ ଯାଏ ନହେଲେ ମଧ୍ୟ ସେଇ ପର୍ଯ୍ୟନ୍ତ, ସ୍ପଷ୍ଟତଃ ନାଗାବଳୀ ପର୍ଯ୍ୟନ୍ତ, ଭୂମିଖଣ୍ଡର ନାମ ହୋଇଥିଲା କଳିଙ୍ଗ । +ଏହା ବଡ଼ ପ୍ରାଚୀନ ନାମ । +ଏଇ କଳିଙ୍ଗର ଭାଷା ଖୁବ୍‌ ସମ୍ଭବ ବୈଦିକ ଭାଷା ବା ଆର୍ଯ୍ୟଭାଷା ନଥିଲା । +ଏହାଥିଲା, ଦ୍ରାବିଡ଼ ବା ଅତି ପ୍ରାଚୀନ କାଳରେ ତାମିଲ ଭାଷା ପରି । +ଏଇ ଓଡ଼ିଶାର ତୃତୀୟ ଖଣ୍ଡକ ହେଉଛି ସ୍ବତନ୍ତ୍ର । +ସପ୍ତମ-ଅଷ୍ଟମ ଶତାବ୍ଦୀ ଅର୍ଥାତ୍‌ ଚୀନ ପରିବ୍ରାଜକ ହୁଏନସାଂ ପ୍ରଭୃତି ଭାରତକୁ ଆସିଲା ବେଳକୁ ଏହାର ନାମ ଥିଲା ‘ଉଡ଼୍ଡ଼ିୟାନ’ । +ଏହା ଦକ୍ଷିଣ କୋଶଳ ବୋଲି ତା ପୂର୍ବରୁ ନାମିତ ଥିବାର ମନେହୁଏ । +ଖ୍ରୀଷ୍ଟ ଅଷ୍ଟମ ଶତାବ୍ଦୀ ବେଳକୁ ଏଇ ଉଡ଼୍ଡ଼ିୟାନର ସୀମା ଥିଲା ଏବର ବୌଦ୍ଧଠାରୁ ବିଳାସପୁର ଯାଏ । +ଏଇ ଉଡ୍‌ଡ଼ିୟାନରେ ମହାନଦୀର ଉପନଦୀମାନେ କଟକ ଆଡ଼କୁ ବୋହିଯାଇ ସମୁଦ୍ରରେ ମିଶୁଛନ୍ତି । +କଳିଙ୍ଗର ପ୍ରାଚୀନ ସଂସ୍କୃତି ଏ ସମସ୍ତ ମିଶ୍ରଣ ମଧ୍ୟରେ ବଡ଼ ପ୍ରସିଦ୍ଧ ଥିଲା । +ଦକ୍ଷିଣ ପ୍ରଶାନ୍ତ ମହାସାଗର ଦ୍ବୀପମାନଙ୍କରେ ତଥା ସେଇବାଟେ ଆମେରିକାକୁ ଏଇ କଳିଙ୍ଗ ସଂସ୍କୃତି ଯାଇ, ଅତି ପ୍ରାଚୀନ କାଳରେ ବ୍ୟାପ୍ତ ହୋଇଥିବାର ପ୍ରମାଣମାନ ଏବେ ବହୁତ ମିଳୁଛି । +ଏ ସମ୍ପର୍କରେ ଚମନଲାଲ୍‌ଙ୍କର ‘ହିନ୍ଦୁ ଆମେରିକା’ ପୁସ୍ତକ ବେଶ୍‌ ଅନୁସନ୍ଧାନ କରାଯାଇପାରେ । +ମାତ୍ର ଧର୍ମ ବିଷୟରେ ବିଶେଷ ଭାବରେ କହିବାର କଥା ଆଉ ମନେରଖିବାର କଥା, ଏ କ୍ଷେତ୍ରରେ ବଡ଼ ସ୍ବତନ୍ତ୍ର । +କଳିଙ୍ଗର ଧର୍ମ ପୃଥିବୀର ସମସ୍ତ ଧର୍ମରେ ଆଧ୍ୟାତ୍ମବାଦ ରୂପେ ଏବେ ବି ଖୁବ୍‌ ପ୍ରଚ୍ଛନ୍ନଭାବରେ ହେଲେ ମଧ୍ୟ ପ୍ରକାଶ ପାଉଛି । +କଳିଙ୍ଗରେ ବହୁ ପ୍ରାଚୀନ କାଳରେ ଏପରିକି ଖ୍ରୀଷ୍ଟ ପ୍ରତିଲୋମ ଅନ୍ତତଃ ଦୁଇ ତିନି ହଜାର ବା ଅଧିକ ବର୍ଷ ତଳରୁ ଦ୍ରାବିଡ଼ମାନେ ମଧ୍ୟ ଆଫ୍ରିକାରୁ ଆସି ବସତି କରି ଯାଇଥିଲେ । +ସେଇ କଳିଙ୍ଗମାନଙ୍କର ଉପାସ୍ୟ ଥିଲା, ମାନବର ଆତ୍ମା ବା ଶରୀର ଅଧିକାରରେ ଥିବା ଆତ୍ମା । +ଏହାକୁ ସେକାଳେ ‘ପୁରୁଷ’ କହୁଥିଲେ । +ଏଇ ପୁରୁଷକୁ ଡକ୍ଟର ସୁନୀତି କୁମାର ଚାଟାର୍ଜୀ କହନ୍ତି, ଏହା ଗୋଟିଏ ଦ୍ରାବିଡ଼ ଶବ୍ଦ । +ପରବର୍ତ୍ତୀ ବେଦ ସାହିତ୍ୟରେ ଏହା ପ୍ରବେଶ କରିଥିଲା । +ଏହା ମୌଳିକ ଭାବରେ ହେଉଛି ‘ପୁବୃଷ’ । +ଏହା ବୈଦିକ ଭାଷା ହିସାବରେ ହେବ, ‘ପୁରଷ’ ବା ପୁର୍ଷ’-‘ପୁରୁଷ’ ନୁହେଁ । +କିନ୍ତୁ ଦ୍ରାବିଡ଼ ଶୈଳୀରେ ଏହା ହେବ, ‘ପୁରୁଷ’ । +ଦ୍ରାବିଡ଼ ସମ୍ପର୍କରେ ଏଇପରି ଅନେକ ଶବ୍ଦ ବଦଳି ଯାଇଥିବାର ଏବେ ବି ସ୍ପଷ୍ଟ ଦେଖାଯାଏ । +ଯଥା ‘ଶ୍ରୀମଳାଇ’-ତିରୁମଳାଇ; ‘ଶ୍ରୀପତି’- ତିରୁପତି । +ଏଠାରେ ସବୁ ‘ଶ୍ରୀ’ ହୋଇଚି, ‘ତିରୁ’ । +ଏହା ଦ୍ରାବିଡ଼ ସମ୍ପର୍କରେ ବୈଦିକ ଭାଷା ଉପରେ ପ୍ରଭାବ । +ଏଇ ‘ପୁରୁଷ’-ଶବ୍ଦ ନ ଆସିଥିଲେ ମଧ୍ୟ ଭାବଟି ଆସିଥିଲା-ଖୁବ୍‌ ସମ୍ଭବ ଦକ୍ଷିଣ ଆଫ୍ରିକାରୁ ଭୂମିବାଟେ- ପୁଣି କେଜାଣି ବା ସମୁଦ୍ର ବାଟେ- ଭାରତକୁ । +ଏଇ ‘ପୁରୁଷ’ର ପ୍ରଧାନ ପୀଠ କଳିଙ୍ଗ ଉପକୂଳରେ ଏବେ ପୁରୀ ପାଖ ‘ପୁରୁଷକ୍ଷେତ୍ର’ ବା ‘ପୁରୁଷୋତ୍ତମ କ୍ଷେତ୍ର । +ଆଉ ଗୋଟିଏ ହେଉଛି, ନିଷାଦମାନଙ୍କର ସଂସ୍କୃତି । +ଏହା ମଧ୍ୟ ଦ୍ରାବିଡ଼ିମାନଙ୍କ ଆସିବାର ଆହୁରି ପୂର୍ବରୁ ଆସିଥିଲା । +ବିସ୍ତୃତ ଭାବରେ ମଧ୍ୟ ଆଫ୍ରିକାରୁ ଭାରତକୁ ଆସି ଏହା ପୂର୍ବ-ଭାରତ ଓ ଦକ୍ଷିଣ ପୂର୍ବ ମହାସାଗର ଆଡ଼କୁ ବିସ୍ତୃତ ହୋଇଥିବାର ଅନୁମାନ ହୁଏ । +ଏ ଦୁଇଟି ଧର୍ମ ଅତି ମୌଳିକ । +ସମ୍ଭବତଃ ଏ ଦୁଇଟିଯାକ ଧର୍ମର, ମାତାର ସନ୍ତାନ ପ୍ରସବ ସଙ୍ଗେ ସମ୍ପର୍କ ଥିଲା । +ପ୍ରଥମେ ନିଷାଦ ଧର୍ମ, ତାହା କ୍ରମେ ମାତା ସନ୍ତାନକୁ ଶୂନ୍ୟରୁ ପ୍ରସବ କଲାପରି ବିଶ୍ବର ସୃଷ୍ଟି-ରୂପ କଳ୍ପନାରେ ପ୍ରଯୁକ୍ତ ହେଲା । +ସେଥିପାଇଁ ଏବେ ବି ଅଛି, ପିତାର ବିନା ସମ୍ପର୍କରେ ମାତା ସୃଷ୍ଟି କଲାପରି ପୃଥିବୀ ଶୂନ୍ୟରୁ ସୃଷ୍ଟି କରାହେଲା । +ଆଉ ଦ୍ବିତୀୟଟି ହେଉଛି, ସେଇ ମାତା ସନ୍ତାନ ଜନ୍ମ କରିବାରେ ଯେପରି ଆତ୍ମ-ବିସ୍ମୃତ ହୁଏ, ସେଇପରି ଧାରଣା । +ଏଇଥିରୁ ବିଶ୍ବପରିବାର ଭାବ ମାନବ ସମାଜରେ ଫୁଟି କ୍ରମେ ବ୍ୟାପ୍ତ ହେଲା । +ଏହା ଇ ହେଉଚି, ଦ୍ରାବିଡ଼ ଧର୍ମ । +ଏଇ ନିଷାଦପୀଠ ପ୍ରାଚୀନକାଳରେ ଥିଲା ଏଇ ଓଡ଼ିଶାର ଉଡ଼୍ଡ଼ିୟାନ ଭାଗରେ । +କାଳକ୍ରମେ ଏହା ପ୍ରତିଷ୍ଠିତ ହୋଇଥିଲା- ‘ସଉରୀନାରାୟଣ’ ନାମକ ସ୍ଥାନରେ- ମହାନଦୀର ଉପନଦୀ ‘ଜୋଙ୍କ୍‌’ ଓ ମହାନଦୀର ସଙ୍ଗମ ସ୍ଥଳରେ । +ଏହା ଉଡ଼୍ଡ଼ିୟାନ୍‌ର ଗୋଟିଏ ସ୍ଥାନ । +ଏଇ ଉଡ଼୍ଡ଼ିୟାନର ଏ ସ୍ଥାନଟି ହେଉଛି, ଏଇ ମାତୃଧର୍ମର ପ୍ରଧାନ ସ୍ଥାନ । +ଏହା କାଳକ୍ରମେ ନିଷାଦମାନଙ୍କ ଭିତରେ କ୍ରମେ ନିମ କାଠର ମୂର୍ତ୍ତିପୂଜା କରିବାରେ ପର୍ଯ୍ୟବସିତ ହୋଇଥିଲା ଓ ଏଣେ ପୁରୀ ଉପକୂଳରେ ‘ପୁରୁଷ’ ପୀଠର ପ୍ରତିଷ୍ଠା ସ୍ପଷ୍ଟ ହୋଇଯାଇଥିଲା । +ଏହି ଦୁହିଙ୍କ ଭିତରେ ଖୁବ୍‌ ସାଂସ୍କୃତିକ ବିବାହ ଘୋଟି ରହିଥିବାର ବେଦରେ ପ୍ରମାଣ ମିଳେ । +ଏଇ ପୁରୁଷକଳ୍ପ ନିମକାଠର ବହୁତ ଇତିହାସ ଓ ପରମ୍ପରା ପ୍ରାଚୀନ ଭାରତ ସାହିତ୍ୟରେ ଅଛି । +ଏହାକୁ ଥରେ ହୈମବତୀ ‘ଉମା’ ବୋଲି କହି ଋଷିମାନେ ନାରୀର କଳ୍ପନା ସୃଷ୍ଟିର ମୂଳରେ ଦେଖିବାର କଥା ‘କେନୋପନିଷଦ’ ରେ ସ୍ପଷ୍ଟ ଅଛି । +ତା’ପରେ ବରାହ ମିହିରାଚାର୍ଯ୍ୟ ପ୍ରାୟ ଖ୍ରୀଷ୍ଟ ଷଷ୍ଠ ଶତାବ୍ଦୀରେ ଯେଉଁ ମୂର୍ତ୍ତି କଳ୍ପନା କରିଥିଲେ, ସେଥିରେ ‘ବାସୁଦେବ-ସଙ୍କର୍ଷଣ’ ବା କୃଷ୍ଣ-ବଳରାମ ଦୁହିଁଙ୍କ ମଧ୍ୟରେ ଏକାନଂଶା ବୋଲି ନାରୀମୂର୍ତ୍ତି ଅଙ୍କନ କରିଥିବାର ଲକ୍ଷ୍ମୌ ମ୍ୟୁଜିୟମ୍‌ରେ ଥିବା ମୂର୍ତ୍ତିରୁ ଦେଖାଯାଇଚି । +ଏଇ ଉଡ଼୍ଡ଼ିୟାନରୁ ଖଣ୍ଡକର ରାଜା ଇନ୍ଦ୍ରଭୂତି ଏଇ ଖ୍ରୀଷ୍ଟ ଅଷ୍ଟମ ଶତାବ୍ଦୀରେ ଏହାକୁ ‘ସର୍ବଜନ ବରାର୍ଚିତ’ ଓ ଶୂନ୍ୟବୁଦ୍ଧ ରୂପ ବୋଲି ସ୍ମୃତି କରିଛନ୍ତି । +ପୁଣି ଏଇ ଶୂନ୍ୟ ଧାରଣା ଅତି ପ୍ରାଚୀନ କାଳରୁ ବେଦର ‘ନାସଦୀୟସୂକ୍ତ’ରେ କୁହାଯାଇ ବର୍ଣ୍ଣନା କରାଯାଇଛି । +ମୁଖବନ୍ଧରେ ଏହା ଆଲୋଚିତ ହୋଇଅଛି । +ଏ ଦୁଇଟି ପୀଠ ଗୋଟିଏ କଳିଙ୍ଗ ଓ ଆଉ ଗୋଟିଏ ଉଡ଼୍‌ଡ଼ିୟାନରେ ବହୁ ଆଦିମ କାଳରୁ ପ୍ରତିଷ୍ଠିତ ହୋଇ ଆସିଥିଲା । +ଏ ଦୁହିଁଙ୍କର ବିବାଦ ମଧ୍ୟ ବଡ଼ ପ୍ରକାଶିତ ଭାବରେ ଫୁଟି ଉଠିଥିଲା । +ଏହାପରେ ଚୋରଗଙ୍ଗଦେବ କଳିଙ୍ଗର ସମ୍ରାଟ ହେଲେ । +ଉଡ଼୍‌ଡ଼ିୟାନ ଓ ଉତ୍କଳ ତାଙ୍କ ଅଧୀନରେ ଥିଲା । +ସେତିକିବେଳକୁ ପଚାଶ ପୂର୍ବରୁ ଗଜନୀର ମାହମୁଦ୍‌ ହିନ୍ଦୁଙ୍କର ପଶ୍ଚିମ ଭାରତର ମହାପୀଠ ‘ସୋମନାଥ’ଙ୍କୁ ଧ୍ବଂସ କରିଦେଲେ ୧୦୨୪ ଖ୍ରୀ:ଅ:ରେ । +ଭାରତରେ ଆଉ ହିନ୍ଦୁଙ୍କର ଦେବସେବା କରିବାର ପ୍ରଧାନସ୍ଥାନ ରହିଲା ନାହିଁ । +ଏତିକି ବେଳକୁ ରାମାନୁଜାଚାର୍ଯ୍ୟ ବା ତାଙ୍କର କୌଣସି ପ୍ରଧାନ ଶିଷ୍ୟ ଦକ୍ଷିଣରୁ ଆସି ଚୋରଗଙ୍ଗଦେବଙ୍କ ରାଜ୍ୟରେ ପହଞ୍ଚିଲେ । +ଅନୁମାନ ହୁଏ, ତାଙ୍କରି ପ୍ରେରଣା ଓ ପରାମର୍ଶରେ ଚୋର-ଗଙ୍ଗ ଜଗନ୍ନାଥରେ ମନ୍ଦିରାଦି ତିଆରି କରି ସଉରୀ ନାରାୟଣରୁ ଏଇ ନିମକାଠ ମୂର୍ତ୍ତି ମହାନଦୀରେ ପୁରୀକୁ ଅଣାଇଲେ ଓ ପୁରୀର ‘ପୁରୁଷପୀଠ’ରେ ଜଗନ୍ନାଥ ମୂର୍ତ୍ତିର ପ୍ରତିଷ୍ଠା କଲେ । +ଏହାକୁ ସ୍କନ୍ଦ ପୁରାଣରେ ପୌରାଣିକ ଅଖ୍ୟାୟିକା ତିଆରିକରି ଜଗନ୍ନାଥର ବୋଲି ବର୍ଣ୍ଣନା କରାଯାଇଛି । +ଏ ଯେଉଁ ଦୁଇଟି ଦେବତାର ମିଶ୍ରଣ କରାଇ ଦିଆଗଲା, ଏହା ପୃଥିବୀରେ କୌଣସି ଦେବତା ବା ପୌତ୍ତଳିକତାର ପ୍ରତିଷ୍ଠା ନୁହେଁ, କିମ୍ବା ଏଥିରେ ‘ଏକେଶ୍ବର’ ବାଦପରି କୌଣସି ଧର୍ମବାଦର ଆଭାସ ନାହିଁ । +ଏହା ପୁରୁଷ ରୂପରେ ପୃଥିବୀର ମୌଳିକ ଆଧ୍ୟାତ୍ମବାଦ ସଙ୍ଗେ ନିମକାଠର ଦେବମୂର୍ତ୍ତିର ଶୂନ୍ୟରୂପ ମିଶି ଏକାକାର ହୋଇଗଲା । +ଏହାର ନାମ ହେଲା ‘ଜଗନ୍ନାଥ’ । +ହୁଏତ ବିବାଦବେଳୁ ଏଇ ନାମରେ ପୁରୁଷପୀଠ ମଧ୍ୟ ନାମିତ ହୋଇଥିବାର ସମ୍ଭବ ହୁଏ । +ତେବେ ଏହା ପୃଥିବୀର ସଂସ୍କୃତିକୁ ଗୋଟିଏ ମୌଳିକ ଓ ଦୃଢ଼ ଅନୁଷ୍ଠାନର ‘ନିତ୍ୟ-ଦାନ’ । +ଏପରି ଦାନ କେବଳ ଓଡ଼ିଶାରେ ସମ୍ଭବ ହୋଇଛି । -- GitLab