From cc5d18e175e0204c434a41d18db7a12077c096cb Mon Sep 17 00:00:00 2001 From: Nayan Ranjan Paul Date: Sat, 17 Sep 2022 12:50:31 +0530 Subject: [PATCH] Upload New File --- .../sent_odiasahitya_nabapratibha_2 | 404 ++++++++++++++++++ 1 file changed, 404 insertions(+) create mode 100644 Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_nabapratibha_2 diff --git a/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_nabapratibha_2 b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_nabapratibha_2 new file mode 100644 index 0000000..afe65d9 --- /dev/null +++ b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_nabapratibha_2 @@ -0,0 +1,404 @@ +କଣ୍ଟା +- ଶୈଳେନ୍ଦ୍ର କୁମାର ଜେନା +ତା: ଅକ୍ଟୋବର୍ ୨୧, ୨୦୧୬ +ମୂଳ ପୃଷ୍ଠା → ନବ ପ୍ରତିଭା → ଗଳ୍ପ → +ଜଡ଼ାକୁ ଖବର ମିଳିଲା ଖନା ବୁଢା ମରିଗଲା ବୋଲି । +କୁଞ୍ଜ କହିଲା, ‘ ଆବେ ଜଡ଼ା… ତୋ ବାଆ ମରିଗଲା ।’ + ସବୁଦିନ ପରି ଗାଈ ଚରାରୁ ଫେରି, ଜଡ଼ା ଶୌଚ ହେବା ପାଇଁ ଗଛ ଉପରକୁ ଚଢି ପାଣି ଭିତରକୁ ମାଙ୍କଡ ପରି ପ୍ରଥମ ଡିଆଁ ମାରିଥିଲା । +ମାତ୍ର, ଏମିତିକା ଖବର ଶୁଣି ଅତର୍ଚ୍ଛାରେ ଘରକୁ ଧାଇଁଲା । +ଗାଆଁ ମୁଣ୍ଡରେ ତାଙ୍କର କୁଡ଼ିଆ । +ପୋଖରୀ ତୁଠରୁ ଘର ଡାକେ ବାଟ । +ଧଇଁ ସଇଁ ହୋଇ ଜଡ଼ା ଧାଇଁଥିଲା । +ତାକୁ ଲାଗୁଥିଲା ଯେମିତି ବାଟଟା ଅନେକ କୋଶ ଲମ୍ୱି ଯାଇଛି ଅଚାନକ । +ଅଣନିଶ୍ୱାସୀ ସହିତ ଓଠ ତଣ୍ଟି ଶୁଖି ଅଠା ହୋଇଯିବା ପରି ଲାଗୁଥିଲା । +ଆଖିରୁ ଜୁଳୁ ଜୁଳିଆ ପୋକ ବାହାରି ପଡୁଥିଲା । + ଗାଆଁ ଦାଣ୍ଡରେ ଲୋକ ପଚାରୁଥିଲେ, ‘ କଣ ହେଲା କିରେ ଜଡ଼ା, …?’ +ବଖୁରିକିଆ ଘରର ମାଟି ଲିପା ଝାଟିମାଟି କବାଟ ଅଧା ଖୋଲା ଥିଲା । +ଛୋଟ ଝରକାଟିରୁ ଆସୁଥିଲା କ୍ଷୀଣ ଆଲୋକ । +ଜଡ଼ା ଯାହା ଦେଖିଲା, ତା ହୋସ୍ ଉଡ଼ିଗଲା ପରି ଲାଗିଲା । +ଲାଗିଲା, ପାଦ ତଳୁ ମାଟି ଅତଡା ଖସୁଛି । +ବାଆ ଚିତ୍ ହୋଇ ଶୋଇଥିଲା । +ଦେହରେ ଅଣ୍ଟା ପାଖରେ କେବଳ ଥିଲା ମଳିଚିଆ ଲୁଗାଖଣ୍ଡେ । +ପବନରେ ସେଇଟା ବି ଉଡ଼ିଆସି ତା ପେଟ ଉପରେ ପଡ଼ିଥିଲା । +ଗୁପ୍ତାଙ୍ଗରୁ ଅଧା ଦେଖାଯାଉଥିଲା । +ତା’ ଛାତିର ପଞ୍ଜରା ହାଡ଼ ଗୁଡ଼ାକ ଭିତରକୁ ପଶି ଯାଇଥିଲା । +ଛାତି ଉପରର ଧଳା ଫୁରୁଫୁରୁ ବାଳ ପବନରେ ଉଡୁଥିଲା । +ବୁଢା ଜିଭ କାମୁଡ଼ି ଦେଇଥିଲା । +ତା ପାନ ଖିଆ ଅଧା ପାକୁଆ ପାଟିଟା କେମିତି ବିଚିତ୍ର ଦେଖା ଯାଉଥିଲା । +ପାଟି ଭିତରୁ ରକ୍ତ ଧାରେ ନିଗିଡ଼ି ଯାଇଥିଲା ଗାଲ ଉପରେ । +ମୁଣ୍ଡ ତଳେ ମୁଚୁଳା ହୋଇ ରହିଥିଲା ଗାମୁଛା । +ଜଡ଼ା ତଳେ କଚାଡ଼ି ହୋଇ ପଡ଼ିବା ପୂର୍ବରୁ ବଡ଼ ପାଟିରେ କାନ୍ଦିବା ଆରମ୍ଭ କଲା, ‘ ବାଆ, ବାଆ…. ବାଆଲୋ…….. ।’ +ତା ପିଠିରେ ବସିଲା ଶକ୍ତ ଚାପଡ଼ାଟାଏ । +ଉଠି ଦେଖିଲା ତା ବାଆ ତା ପାଖରେ ବସି ପାକୁଆ ପାଟି ମେଲେଇ କପଟିଆଙ୍କ ପରି ହସୁଥିଲା । +‘ କହିଲା, ଶଶୁର ପୁଅ, ଏତେ ବେଳ ହେଲାଣି, ସକାଳୁ କିଛି ଖାଇନୁ, କୁଆଡ଼େ ଯାଇଥିଲୁ, ମୋ ମଲା ଖବର ଶୁଣି ଧାଇଁ ଆସିଲୁ? ମୁଁ ମଲେ ତ ତୋର ଖୁସି…!’ ଖନା ବୁଢା ତା ପାଟି କଳରୁ ବୋହି ଯାଇଥିବା ପାନ ଛେପକୁ ଗାମୁଛାରେ ପୋଛିବାକୁ ଲାଗିଲା । +ମାଡ଼ ଖାଇ ରାଗିକରି ବୁଢାକୁ ଦି ବିଧା କଷିବା ବଦଳରେ ଜଡ଼ାକୁ କାନ୍ଦ ମାଡିଲା । +ବୁଢାର ହାଡୁଆ ଦେହଟାକୁ ଜାବୁଡିଧରି ଖୁବ୍ ଯୋରରେ କାନ୍ଦିବାକୁ ଲାଗିଲା । + କହିଲା, ‘ବାଆଲୋ… ତତେ ମରଣ ହଉନି…ଯଦି ସତରେ ତୁ ମରିଯାଇଥାନ୍ତୁ !’ +ଜଡ଼ା କହିଲା, ‘ ଏମିତିକା ନାଟକ କଲୁଯେ, ଅଧା ଗାଧୁଆରୁ ଧାଇଁଛି ମୁଁ । +ତୋ ପାଇଁ ଦି’ଟା ତୋଡ଼ୀ ଆଉ ବନ୍ଶୀ ଖଡ଼ାରେ ଆଠ ଦଶଟା କରାଣ୍ଡି ଧରିକି ଆଣିଥିଲି । +ସେଗୁଡ଼ାକ ପୋଖରୀ ତୁଠରେ ଗାଞ୍ଜିଆରେ ଥୋଇ ଦେଇ ଆସିଛି, ବିଲେଇ ନେଇ ଯାଇଥିବ କି କଣ… ।’ +ଆଜି ବାଆ ଆଉ ପାଖରେ ନାହିଁ । +ଦୂରରେ ଅଛି । +ଯୋଜନ ଯୋଜନ ଦୂରରେ । +କଳନା କରିହୁଏ ନାହିଁ ସେ ଦୂରତା । +ବାପା ମାଆଙ୍କୁ ପିଲା ବେଳୁ ଦେଖିନି । +ଆଖି ଖୋଲିବା ଦିନଠାରୁ କେବଳ ବାଆକୁ ଦେଖିଛି । +ଗାଆଁ ମୁଣ୍ଡରେ କୁଡ଼ିଆ କରି ଜେଜେ ଓ ନାତି ଦୁହେଁ ରହନ୍ତି । +ବାଆ ଜିଦ୍ କରି ତାକୁ ସହରକୁ ପଠେଇ ଦେଇଛି । +ଆଜି ଦୁଃଖ ବେଳାରେ ତାର ସେହି ହସ ହସ ମାୟାବୀ ମୁହଁଟା ଆଖି ଆଗରେ ନାଚି ଯାଉଛି । + ତା’ କଥା ଶୁଣା ଯାଉଛି, ‘ ବାଇଆଟା କିରେ…’ +ଜଡ଼ା ମନେ ମନେ କାନ୍ଦିଲା, ‘ ବାଆଲୋ…. ।’ +ପୁଣି ଭାବିଲା, ମନେ ମନେ କାହିଁକି କାନ୍ଦିବ ମଁ ? +କିଏ ଅଛି ଯେ ଅନ୍ଧାରକୁ ଡରି ଦରବୁଢା ଟୋକାଟା କାନ୍ଦୁଛି ବୋଲି ଦେଖି ହସିବ ? +ରାସ୍ତା ତ ଶୂନ୍ଶାନ୍ । +ଅନ୍ଧାର ଲମ୍ୱିଛି ଚାରିଆଡ଼େ । +ବଡ଼ ପାଟିରେ କାନ୍ଦିଲେ, ଠାକୁର କାଳେ ଶୁଣିବେ । +କାହାକୁ ପଠେଇଦେବେ ସାହାଜ୍ୟ ପାଇଁ । +ଜଡ଼ା ଉଚ୍ଚ ସ୍ୱରରେ କାନ୍ଦିବାକୁ ଆରମ୍ଭ କଲା । +ଚାରିଆଡ଼କୁ ଦେଖିଲା । +କେହି ନାହାଁନ୍ତି ତ’? କାଳେ କିଏ ଥିବେ । +ଆଜି ତାର ଏ ଦୁର୍ଦ୍ଦିନ ପାଇଁ ବାଆ ଦାୟୀ । +କହିଲା, ‘ ମୁଁ ତ ମଲା ଗଲା ଲୋକ । +ଯମ ଡାକରା ଆସିଲାଣି । +କେତେ ଦିନ ବଞ୍ଚିବି ଯେ, ପରଘରେ ପାଇଟି କରି ତତେ ଖୁଏଇବି! ତୁ କଣ ମୋ ସାଙ୍ଗରେ ମରିବୁ ? ଉପରକୁ ଗଲେ ତୋ ବାପା ବୋଉକୁ ମୁଁ କି ଜବାବ ଦେବି ? ଯାଃ…. କୁସିଆ ସାଙ୍ଗରେ ସହରକୁ ଯା । +ମେହେନତ କରି ଶିଖ୍ । +ଦି ପଇସା ରୋଜଗାର କରି ଶିଖ୍ । +ବାହା ହେଇକି ଘରକୁ ଗୋଟାଏ ଜାଡ଼ି ଆଣିବୁ କି ନାଇଁ ? ’ ବୁଢାର ଯୁକ୍ତି ତାକୁ ଠିକ୍ ଲାଗିବାରୁ, ସେଦିନ ହୁର୍ଷିଆନାର ହାତ ଧରି ସହରକୁ ଆସିଥିଲା । +ବାଆ କହେ ‘ ସହର ହେଉଛି ଦିଲ୍ଲୀକା ଲଡ୍ଡୁ । +ଯୋ ଖାୟା ୱ ପସ୍ତାୟା । +ଯୋ ନହିଁ ଖାୟା ୱ ଭି ପସ୍ତାୟା ।’ +ବୁଢାର ବି ସହରୀ ଲଡ଼ୁ ଖାଇବାକୁ ମନ ହେଲା । +ଆସିଥିଲା ଦିନାକାତେ । +ଦି ଦିନ ରହିଲା । +ମନ ଘର ଧରିଗଲା । +କୁସିଆନାକୁ କହିଲା, ‘ ପୁଅରେ ମତେ ଟିକେ ବସ୍ରେ ବସେଇ ଦିଅନ୍ତୁ ନାହିଁ ?’ ତା’ ପରେ ବସ୍ ରେ ଗାଆଁକୁ ପଳେଇଲା । +ଜଡ଼ା ତାକୁ ଧରି କାନ୍ଦିଲା ବେଳକୁ, ବୁଢା କହିଲା, ‘ ବାଇଆଟା କିରେ …. । +ନାକ କାନ୍ଦୁରା….କାନ୍ଦୁଛୁ କାହିଁକି ? ଏ ସନ ମାଘ ପୁର୍ଣ୍ଣମୀକୁ ତତେ ଚଉଦ ପୁରି ପନ୍ଦର ଚାଲିବ । +ତା’ ଆର ବର୍ଷକୁ ଷୋହଳ । +ମୁଁ ତ ଷୋହଳ ବର୍ଷରେ ବାହା ହେଇଥିଲି । +ତତେ ବି ଷୋହଳ ବର୍ଷରେ ବାହା କରେଇ ଦେବି । +ମୁଁ ଗାଆଁକୁ ଯାଉଛି । +ତୋ ପାଇଁ ଜାଡ଼ି ଖୋଜିବି… ।’ +ବୁଢାର କଥା ଗୁଡାକ ଭାରି ମାୟାବୀ । +ତା କଥା ରେ ଜଡ଼ା ଥୟ ପଡ଼ିଲା । +ବାଆର କଥା ମନେ ପଡ଼ିବାରୁ ଜଡ଼ା ନିଜକୁ ନିଜେ ବୁଝେଇଲା, ‘ ଏ ସନ ପନ୍ଦର ପୁରି ଷୋହଳ ଚାଲିବ ତତେ । +ନରଣପୁରର ଷଣ୍ଢ ମାର୍କା ଟୋକା । +ଡରିକି କାନ୍ଦୁଛୁ? ଛି.. ଛି, ଲାଜ ନାହିଁ ତୋ ମୁହଁକୁ…! ତୋ ବାଆ ଗାଆଁରେ କନିଆଁ ଖୋଜୁଛି । +କାଲି ହାତକୁ ଦି ହାତ ହେଲେ, ପଅର ଦିନକୁ ହେଂସେ ଛୁଆ… । +ତୁ ପୁଣି ଡରିକି କାନ୍ଦୁଛୁ!’ ନିଜକୁ ନିଜେ ସାହସ ଦେଲା ଜଡ଼ା । +ଯେତେ ବୁଝେଇଲେ ବି ଅନ୍ଧାରକୁ ଦେଖିଲେ ଡର ମାଡିବା କଥା ମାଡ଼ୁଛି । +ଗାଆଁରେ ଥିବା ବେଳେ ବାଆକୁ କୁଣ୍ଢେଇ, ତା ପେଟ ଉପରେ ଗୋଡ଼ ରଖି ଶୁଏ । +ନିଦ ଆସିଗଲେ ହେଲା । +ମଝିରେ ସ୍ୱପ୍ନ ଦେଖି ବାଉଳି ହେଲେ, ନିଦ ଭାଙ୍ଗିଗଲେ ପୁଣି ବାଆକୁ ଜାକି ଧରି ଶୁଏ । +ଅନ୍ଧାରକୁ ଭାରି ଡର । +ଦିନ ବେଳା ସାପ ଗାତରେ ହାତ ପୁରେଇ ସାପକୁ ଟାଣି ଆଣି ପାରିବ । +ମାଢୁଆ କଙ୍କଡ଼ାକୁ ଅନାୟସରେ ମାଡ଼ି ବସିବ । +ହେଲେ, ସନ୍ଧ୍ୟା ହେଲେ ବାଆର ପାଖେ ପାଖେ ରହେ, ଅନ୍ଧାରକୁ ଡର ମାଡ଼େ ବୋଲି । +ସିଏ ଯେଉଁ ଲାଇଟ୍ ଖମ୍ୱ ତଳେ ପଙ୍କ୍‌ଚର୍‌ ସାଇକେଲ ଓ ହାତରେ କିରୋସିନ ଡବାଟାଏ ଧରି ଠିଆ ହୋଇଥିଲା, ସେଇଟା ଥିଲା ପୀର ବାବା ଛକ । +ସହରର ଶେଷ ଲାଇଟ୍ ଖମ୍ୱ । +ତା’ ସେପାଖକୁ ବୁଦୁ ବୁଦୁକିଆ ଜଙ୍ଗଲ ଆରମ୍ଭ । +ଅଧା କିଲୋମିଟର ରାସ୍ତା ପରେ ପଡ଼େ କବର ଖାନା । +କବର ଖାନା ପରେ ଗୋଟାଏ ବେଲ ଗଛ । +ସମସ୍ତେ କହନ୍ତି ସେଇଠି ରହେ ବ୍ରହ୍ମ ରାକ୍ଷସ । +ତା ପାଖରେ ପହଞ୍ଚିଲେ, ଗଛକୁ ଜୋର କରି ହଲାଏ । +କେତେ ଲୋକ ସେଠି ସେ ରାକ୍ଷସକୁ ଭେଟଣା ହୋଇଛନ୍ତି । +ବେଲ ଗଛ ସେ ପାଖକୁ ଶ୍ମଶାନ.. । +ଏମିତି ନୁହେଁ ଯେ ସେ ରାସ୍ତାରେ ଆଜି ସେ ଏକୁଟିଆ ପ୍ରଥମ ଥର ପାଇଁ ଯାଉଛି । +ସେ ରାସ୍ତାରେ ଅନେକବାର ସେ ଆଗରୁ ଯାଇଛି । +ରାତି ଆଠଟା ପର୍ଯ୍ୟନ୍ତ ଲୋକଙ୍କ ଯିବା ଆସିବା ଲାଗି ରହିଥାଏ । +ଡେରି ରାତିରେ ଯେତେଥର ଯାଇଛି , କୁସିଆନାର ସାଇକେକେଲରେ ଯାଇଛି । +କୁସିଆନା ସାଇକେକେଲରେ ଅଛି ଡାଇନାମୋ । +ଯୋର୍ରେ ଚାଲିଲେ ଡୁମ୍ ଜଳେ । +ରାସ୍ତା ଉପରେ ବିଛାଡ଼ି ହୋଇପଡ଼େ ଲାଇଟ୍ । + ରାସ୍ତା କଡ଼ରେ ସିଏ ଘୁଷୁରୀ ହେଉ କି , ବାଛୁରୀ, ଷଣ୍ଢ ହେଉ କି ମଣିଷ, ଯେଉଁ ବେଶରେ ସାଇକେଲ ସାଙ୍ଗରେ ରେସ୍ ଲଗେଇଲେ ବି ଠାକୁରଙ୍କ ନାଆଁ ନେଇ ଗୀତ ଗାଇ ଗାଇ ପେଡାଲ୍କୁ ଯୋର୍ ଯୋର୍ କରି ମାରିଲେ କୋଉ ଶଳା ଭୂତ ପାଖ ପଶିବ ମଁ ? +ହେଲେ, ଆଜିର କଥା ତ ଅଲଗା । +କୁସିଆନାର ସାଇକେଲ୍ ତ ଅଛି । +ହେଲେ, ସେ ଆଉ ଦୌଡ଼ି ପାରିବନି । +ତା’ ପଛ ଚକରେ କଣ୍ଟାଟାଏ ଫୁଟିଯାଇଛି । +ନିଜ ବିକଳିଆ ପଣରୁ ଏମିତି ହେଲା ସିନା । +ଟ୍ରେନରେ କୁସିଆନାକୁ ବସେଇବା ବେଳକୁ ରାତି ଅନେକ ହୋଇଯାଇଥିଲା । +ମନରେ ଡର ବାନ୍ଧିବା ଆରମ୍ଭ କରୁଥିଲା । +ଭାବୁଥିଲା ନିଛାଟିଆ ରାସ୍ତାଟା କେମିତି ସୁରୁଖୁରରେ ପାର୍ ହେବ । +ଆଗରେ ଯାଉଥିଲା ଅଟୋଟାଏ । +ସେ ଅଟୋକୁ ଖଟାଲ୍ ରାସ୍ତାରେ ଆଗରୁ କେତେଥର ଦେଖିଥିଲା ବୋଲି ଜଡ଼ା ଭାବିଲା, ଯୋର୍ରେ ଯୋର୍ରେ ଅଟୋ ପଛରେ ଗଲେ ଅନ୍ଧାର ରାସ୍ତାର ତିନି କିଲୋମିଟର ପାର୍ ହୋଇଯିବ । +ସେଥିପାଇଁ ଯୋର୍ରେ ଯୋର୍ରେ ପେଡାଲ୍ ମାରୁଥିଲା । +ଅଟୋ ପଛେ ପଛେ ଧପାଳିଥିଲା । +ଭଲ ରାସ୍ତା ଛାଡ଼ି ଅଟୋଟା ଗଳି ରାସ୍ତାରେ ପଶିବା ଆରମ୍ଭ କଲା । +ଜଡ଼ା ବି ତା ପଛେ ପଛେ ସେହି ରାସ୍ତାରେ ଚାଲିଲା । +ତା ରାସ୍ତାରେ ଯେ କଣ୍ଟାଟାଏ ପଡିଥିବ ଆଉ ସେଇ ଗୋଟାକ କୁସିଆନାର ସାଇକେଲ ଚକରେ ଫୁଟିଯିବ, ସେ କଥା, ସେ ବା ଜାଣିଥାନ୍ତା କେମିତି । +ଖଦଡ଼ା ରାସ୍ତାରେ ଅଟୋ ପଡ଼ି ଉଠି ଦୌଡ଼ି ପଳେଇଗଲା । +ଜଡ଼ା ରହିଗଲା ଅଧା ବାଟରେ । +ରାତି ଦଶଟାରୁ ଅଧିକ ହେଲାଣି । +ସହର ବଜାର ବନ୍ଦ ହୋଇ ଗଲାଣି । +ସହର ଭିତରେ ରାସ୍ତାରେ ଲାଇଟ୍ ଜଳୁଛି । +ସେଥିପାଇଁ ସେ ଖଣ୍ଡକ ରାସ୍ତା ପାଇଁ ଚିନ୍ତା ନ ଥିଲା । +ହୁର୍ଷିଆନା କହିଲା, ‘ ଚାଲ୍ ମତେ ନେଇ ଟ୍ରେନରେ ବସେଇ ଦେଇ ଆସିବୁ । +ମୁଁ ଏଇକ୍ଷଣି ଗାଆଁକୁ ଯିବି ।’ +ଦି ଭାଇଙ୍କ ଝଗଡା ମଝିରେ ବିଚରା ଜଡ଼ା ଫସି ଯାଇଛି । +ୟ୍ୟା କଥା ନ ମାନିଲେ ମଲା । +ତା କଥା ନ ମାନିଲେ ବି ମଲା । +କରିବ କଣ? ଦି ଭାଇଙ୍କ ଭିତରେ ଏ ତ ନୂଆ ଝଗଡ଼ା ନୁହେଁ । +ମଝିରେ ମଝିରେ ଝଗଡ଼ା କରନ୍ତି । +ହାତାହାତି ହୁଅନ୍ତି । +ପାଖ ପଡ଼ିଶା ଆସି ଝଗଡ଼ା ମଝିରେ ପଶି ଶାନ୍ତ କରାନ୍ତି । +ପଡ଼ିଶାଙ୍କୁ ଦେଖା ଦେଖି ଜଡ଼ାବି ଦିନେ ଭଦ୍ର ଲୋକ ସାଜି ଝଗଡ଼ା ମଝିରେ ପଶିଗଲା । +ହୁର୍ଷିଆନାର ହାତ ଧରି ଶାନ୍ତ କରିବାକୁ ଚେଷ୍ଟା କଲାବେଳକୁ ସିଏ ଏମିତି ହାତ ଛାଟି ଦେଲାଯେ , ତା କହୁଣୀ ମାଡ଼ରେ ଜଡ଼ାର ନାକ ଫାଟି ଧାର ଧାର ରକ୍ତ ବୋହିଲା । +କୁସିଆନା ପାଟି କରି କହିଲା, ‘ ହଇବେ, ତୋର ତ ଭାରି ପୀତ ହେଇଗଲାଣି । +ତା ପଟିଆ ହେଇଗଲୁଣି କେବେଠାରୁ? ‘ବାସ୍, ଜଡ଼ାର ଭଦ୍ରଲୋକୀ ଶେଷ । +କାନ ମୋଡ଼ି ଗାଲରେ ଚଟକଣି ମାରି ଶପଥ କଲା, ଦୁଇ ଭାଇଙ୍କ କଳିରେ ସିଏ ମୁଣ୍ଡ ପୁରେଇବନି । +କଳିରେ ମୁଣ୍ଡ ନ ପୁରେଇଲେ କଣ ହେଲା ? ଗୋଟାଏ ଘରେ ତ ରହୁଛି । +ସେମାନେ କଥା କଟା କଟି ହେଲେ, ସେ ସବୁ ତା ଦେହରେ ତ’ ବାଜିବ । +ଦୁହେଁ ଦୁହିଁଙ୍କଠାରୁ କଳିରେ ହାରିବା ପରେ ରାଗ ଶୁଝାନ୍ତି ଜଡ଼ା ଉପରେ । +ଆଜିର କଳିରେ କୁସିଆ ନନା ଠିକ୍ କହିଲା । +ହୁର୍ଷିଆନା ଜୁଆ ଖେଳି ତାର ପଇସା ଉଡ଼େଇ ଦଉଛି । +ହୁର୍ଷିଆନା ବି ଠିକ୍ କଥା କହୁଛି, ‘ କାଇଁକି ମୁଁ କଣ ରୋଜଗାର କରୁନି? ମନ ଖୁସି କରିବାକୁ ସାଙ୍ଗ ସାଥିରେ ଦିନେ ଅଧେ ଜୁଆ ଖେଳିଲେ କଣ ମାରା ହେଇଗଲା? ଯେଉଁଦିନ ଜୁଆରେ ଟଙ୍କା ଜିତିକି ଆଣୁଛି, ସେ ଦିନ ତ ଭାଉଜକୁ ଟଙ୍କା ଦଉଛି । +ସେତେବେଳକୁ ମନା କରୁନୁ ଯେ, ଜୁଆ ଟଙ୍କା ମୁଁ ନେବିନି ?’ ଦି’ଜଣ ମିଶିକି ତ ରୋଜଗାର କରୁଛେ । + ‘ତୁ କାହିଁକି ଭାଉଜ ନାଆଁରେ ଜମି କିଣି ଦେଲୁ ଗାଆଁରେ?’ +କୁସିଆନା କହିଲା, ‘ ମୁଁ ଅଧିକ ମେହନତ କରୁଛି । +ଦିନସାରା ବସି ଚୁଲି ଜାଳୁଛି । +ଚା କରୁଛି । +ପକୁଡ଼ି, ବରା ପିଆଜି ଛାଣୁଛି । +ତୋ ଭାଉଜ ବି ଘରର ସବୁ କାମ କରିବା ସହିତ ଦୋକାନ କଥା ବି ବୁଝୁଛି । + ତା ନାଆଁରେ ଜମି ଦି ଗୁଣ୍ଠ କିଣିଦେଲି ଯେ ବେଦ କଣ ଅଶୁଦ୍ଧ ହୋଇଗଲା?’ +ହୁର୍ଷିଆନା ନ କହିବା କଥାଟା କହି ଦେବାରୁ ମାମଲା ବିଗିଡ଼ି ଗଲା । +ସିଏ କହିଲା, ‘ ହୁଃ, ଭାଉଜ କଣ କରୁଛି ମଁ । +ଯାହା କରୁଛି, ଏଇ ଜଡ଼ା କରୁଛି । +ଗାଆଁରୁ ଆସିବା ବେଳକୁ ଭାଲୁ ଭଳିଆ ଦିଶୁଥିଲା । +ଭାଉଜ ତାକୁ ଖଟେଇ ଖଟେଇ ବିଲୁଆ ଭଳିଆ କରି ସାରିଲାଣି । +’ ଏଥର ଭାଉଜକୁ ଆଉ ସମ୍ଭାଳେ କିଏ । +ଭାଉଜ ବର୍ଷି ଗଲା । +ହୁର୍ଷିଆନା ଛାଡିବା ଜନ୍ତୁ ନୁହେଁ । +ସେ ବି ଶୁଣେଇଲା । +ଝଗଡ଼ାଟା ଏତେ ବଢି ଗଲା ଯେ, ପାଖପଡ଼ିଶା ଆସିଲେ ସିନା, ତାଙ୍କ ଝଗଡ଼ାରେ ପାଟି ଫିଟେଇବାକୁ ସାହସ କଲେନି । +ଜଡ଼ା ତ ସହଜେ ଆଗରୁ ପାନେ ପାଇଛି । +ତାର କି ଯାଏ । +ଦିଅରର ଭାଉଜ ଉପରକୁ ଚିଲାଚିଲି କୁସିଆନାର ଦେହରେ ଗଲାନି । +ତେଲ ଛଣା ଚଟୁରେ ତା କାନ୍ଧରେ ପାହେରେ କଷି ଦେଲା । +ତା ପରେ ଯାହା ହେଲା ନକହିବା ଭଲ । +ଶେଷକୁ ହୁର୍ଷିଆନା କହିଲା, ‘ଏଇ ଏବେ ଘର ଛାଡି ଚାଲିଯିବି । +ଏ ଜଡ଼ା… ବାହାର କର ସାଇକେଲ୍ । +ମୋତେ ନେଇ ଟ୍ରେନ୍ ରେ ବସେଇକି ଆସିବୁ ଚାଲ୍ ।’ +କୁସିଆନା କହିଲା, ‘ ଜଡ଼ା… ବୁଝି ଖବରଦାର । +ସାଇକେଲ୍ ରେ ହାତ ଲଗେଇଲେ, ତୋ ହାତ ଭାଙ୍ଗି ଦେବି ।’ +ହୁର୍ଷିଆନାକୁ ଏବେ ଏବେ ଜଡ଼ା ଟ୍ରେନ୍ ରେ ବସେଇକି ଆସିଲା । +ଟ୍ରେନ୍ ଆସିବା ସମୟ ହେଇ ନଥିଲା । +ହୁର୍ଷିଆନା ତାକୁ ଯଦି କହିଥାନ୍ତା ଘରକୁ ପଳେଇ ଯିବାକୁ ସିଏ ଆରାମରେ ଘରକୁ ଫେରି ପାରିଥାନ୍ତା । +ସେତେବେଳେ ରାସ୍ତା ଗହଳି ବେଳ ଥିଲା । +ହେଲେ ସିଏ ତାକୁ ଅଟକେଇକି କହିଲା, ‘ ଟ୍ରେନ୍ ଆସିଯାଉ ଯିବୁ ।’ +ବିସ୍କୁଟ୍ ପକେଟ୍ଟାଏ କିଣି ତାକୁ ଦିଟା ବିସ୍କୁଟ୍ ଦେଲା । +ବାକି ସବୁତକ ସେ ନିଜେ ଖାଇଲା । +କହିଲା, ‘ ଯାଉଛି ଗାଆଁକୁ । +ବାପାଙ୍କୁ କହିବି ମୋତେ ଭିନ୍ନ କରିଦେବେ । +ମୁଁ ମୋ ପଇସାରେ ଏଇଠି ଘର କରିବି । +ଦୋକାନ କରିବି । +ତତେ ନେଇ ପାଖରେ ରଖିବି । +କୁସିଆନା ଆଉ ଭାଉଜ ପାଖରେ ରହିଲେ ତୁ ଖଟି ଖଟି ମରିଯିବୁ । +ମୋ ପାଖରେ ଅୟସ କରିବୁ । +ତତେ ପାର୍ଟନର କରି ରଖିବି । +କୋଉ ଶଳା କଣ କହିବ ମୁଁ ଦେଖିବି । + ତୁ ରହିବୁ ନାଇଁ ମୋ ପାଖରେ?’ +ତା’ ପାଖରେ ରହିବନି ବୋଲି କହି କଣ ଦି କହୁଣୀ ଖାଇଥାନ୍ତା ? ତା କଥାରେ ହଁ ଭରିଲା । +ପିଲାଙ୍କ ଭଳି କଇଁ କଇଁ ହୋଇ କାନ୍ଦି ତା କାହାଣୀ ଶୁଣେଇଲା । +‘ଭାଉଜର ସାନ ଭଉଣୀ ସାଙ୍ଗରେ ହସିକି କ’ଣ ଦି ପଦ କଥା ହେଇଗଲା ଯେ, ଭାଉଜ ରାଗିକି ଏତିକି କାଣ୍ଡ କରେଇଛି । +ଭାଉଜ ତ ରାଜୀବ ସିଂ କୁ ମୁଣ୍ଡରେ ଥୋଇଥିଲା । +ଆଜି ସକାଳେ କଣ ହେଲା ତୁ ତ ନିଜେ ଦେଖିଲୁ! ’ ତ’ ଦୁଃଖ ଦେଖି ଜଡ଼ାକୁ ବି କାନ୍ଦ ମାଡ଼ିଲା । +ତାକୁ ସିଏ କେମିତି ବା କହିଥାନ୍ତା ଯେ, ବେଶୀ ରାତି ହେଲେ ପୀର ବାବା ଛକ ପାଖରୁ ଖଟାଲ୍ ରାସ୍ତାରେ ଯିବାକୁ ଡର ମାଡ଼ିବ । +ପ୍ରଥମେ ପଡ଼ିବ କବର ଖାନା, ତା ପରେ ଶ୍ମଶାନ..ରାସ୍ତା ତିନି କିଲୋମିଟର । +ବୁଦି ବୁଦିକିଆ ଜଙ୍ଗଲରେ ଦୁଇ ପାଖ ଭରା । +ବେଲ ଗଛ ପାଖରେ ରହୁଛି, ଭୂତ ମାନଙ୍କର ସର୍ଦ୍ଦାର, ବ୍ରହ୍ମ ରାକ୍ଷସ । +ଜଡ଼ାର ଦେହ ଶୀତେଇ ଉଠିଲା । +ଘରକୁ ଗଲେ ଅନ୍ୟ ବିପଦ ବି ଅଛି । +କୁସିଆନାର ମନା କରିବା ପରେ ବି, ହୁର୍ଷିଆନା କଥା କାଟି ନ ପାରି ସାଇକେଲ୍ ଧରି ଆସିଥଲା । +ସେଥିପାଇଁ ଘରକୁ ଗଲେ ଗାଳି ବା ମାଡ଼ ବା ଦୁଇଟାଯାକ ମିଳିବା ନିଶ୍ଚିତ । +ସେଇଟାକୁ ତ ସହିଯିବ । +ମାଡ଼ ଖାଇଲେ ବି ବାସନ ସବୁତକ ମାଜି ଦବ । +ଗାଈ ଗୁହାଳରେ କୁଟା ଜଳେଇ ଧୂଆଁ ଦେଇ ଦବ । +ଭାଉଜର ଘର ଝାଡ଼ୁ କରିଦେବ । +ତାଙ୍କ ବାପଘରର ଡ୍ରେସିଂ ଟେବୁଲ ପୋଛି ଦେଲେ, ଆଉ ଖଟଟାକୁ ତାରିଫ କଲେ ସିଏ ଖୁସି ହେଇଯିବେ । +ସୋରିଷ ତେଲରେ ରସୁଣ ଗରମ କରି କୁସିଆନା ହାତ ଗୋଡ଼ ଟିକେ ମୋଡି ଦବ । +ମୁଣ୍ଡରେ ଭିକ୍ସ ଲଗେଇ ଚୁଟି ସାଉଁଳେଇ ଦବ । +କୁନି ଝିଅର ମୂତ କପଡା ଧୋଇ ଦେବ । +ତାକୁ କାଖେଇକି ଶୁଏଇ ଦବ । +ଭାଉଜକୁ ଖୁସି କରିବାକୁ କିରୋସିନି ପାଞ୍ଚ ଲିଟର ବି ଷ୍ଟେସନ ପାଖ ଦୋକାନରୁ ଆଣିକି ଆସଛି । +ମନେ ପଡ଼ିଲା, ଦି’ ଦିନ ତଳେ କୁସିଆନା ତାକୁ ପଠେଇଥିଲା କିରୋସିନି ନବାକୁ । +ଟଙ୍କା ଆଉ ଜାର୍ ଧରି ଦୋକାନରେ ପହଞ୍ଚିବାରୁ ଦୋକାନୀର ସ୍ତ୍ରୀ କିରୋସିନ ନାହିଁ ବୋଲି କହିଥିଲା । +ତାକୁ ଆଗୁଆ ଟଙ୍କା ଆଉ ଜାର୍‌ ଦେଇକି ଆସି ଘରୁ ଭାଉଜଠାରୁ ଗାଳି ଶୁଣିଥିଲା । +ଆଜି ଯୋଗକୁ ଦୋକାନ ଖୋଲା ଥିଲା । +କିରୋସିନି ବି ଥିଲା । +ଦୋକାନୀକୁ କହିବାରୁ ସିଏ କିରୋସିନି ଦେଇଦେଲା । +ଜାର୍ରେ କୁସ ବୋଲି ନାଆଁ ଲେଖା ହୋଇଥିଲା । +ଭଲକରି ଦେଖିକି ଜାରକୁ ଆଣିଛି । +ଅନ୍ତତଃ ଏଇ ଗୋଟାଏ କାରଣ ହେତୁ ସିଏ ମାଡ଼ ଗାଳିରୁ ବଞ୍ଚିଯାଇପାରେ । +ନହେଲେ ଭାଉଜ ଯଦି ଥାଉ ବୋଲି କହିଦେବେ, କୁସିଆନାର ରାଗ ନିଆଁରେ ପାଣି ପଡିବା ପରି ଥଣ୍ଡା ହେଇଯିବ । +ହେଲେ, ଅଧା ବାଟରେ ବସିଥିବା ଏ ବ୍ରହ୍ମ ରାକ୍ଷାସକୁ କେମିତି ପାର କରିବ? ସାଇକେଲ ଏତିକି ବେଳକୁ ପଙ୍କଚର ହେବାକୁ ଥିଲା । +ଅଲକ୍ଷଣା କଣ୍ଟା ଶନିଗ୍ରହ ପରି ତା ସାଇକେଲ ଚକରେ ପଶିଗଲା । +ସାଇକେଲଚଲେଇକି ଗଲେ ଟ୍ୟୁବ୍ ପୁରା ଖରାପ ହେଇଯିବ । +ଟ୍ୟୁବ୍ ଗୋଟାକ ସତୁରି ଟଙ୍କା ହେଲାଣି । +କୁସିଆନା ଆଉ ଭାଉଜ, ଦୁହେଁ ମିଶି ତା’ର କି ହାଲ୍ କରିବେ ! ମାରନ୍ତୁ ପଛକେ, ରାସ୍ତା ପାର୍ ହେଲେ ଜୀବନ’ତ ବଞ୍ଚିଯିବ । +ହେଲେ ସାଇକେଲ୍ ଉପରେ ଭରଷା ନାହିଁ । + ଯଦି ରିମ୍ ଟାଲ୍ ହେଇଯାଏ… ଯଦି ଠିକ୍ ଭୂତର ସାମ୍ନାରେ ତାକୁ ତଳକୁ ଫିଙ୍ଗିଦିଏ ? +ଏ ସବୁ ପାଇଁ ବାଆ ଦାୟୀ । +କେତେ ଆନନ୍ଦରେ ଗାଆଁରେ ଥିଲା । +ସମୁଦ୍ର କୂଳକୁ ଗାଈ ନେଇ ଯାଉଥିଲା ଚରେଇବାକୁ । +ଯୋରରୁ ମାଛ କଙ୍କଡା ଧରୁଥିଲା । +ଗଛ ଚଢୁଥିଲା । +ମାଙ୍କଡ ପରି ପାଣିକୁ ଡିଆଁ ମାରୁଥିଲା । +ତା କଳା ଦେହଟା ଗୋରା ଦେଖାଯବା ପର୍ଯ୍ୟନ୍ତ ପାଣିରେ ପହଁରୁଥିଲା । +ବାଗୁଡ଼ି ଖେଳୁଥିଲା । +ଗାଆଁରେ ରଜ, ଦୋଳ, ଦୀପାବଳୀ ପାଳୁଥିଲା । +ଆଜି ସହରକୁ ଆସିବା ପରେ ସେ ସବୁର କିଛି ମାନେ ନାହିଁ । +ଏଠି ଜାକଜମକରେ ସିନା ପର୍ବ ପାଳନ ହୁଏ, ହେଲେ ଗାଆଁର ପବିତ୍ରତା କାହିଁ ? ଏପାଖରେ ଠାକୁର ପୂଜା କରୁଥିବେ, ସେ ପାଖରେ ମଦ ପିଇ ନାଚ କରୁଥିବେ । +… ବାଆ କହିଲା, ‘ ସହରକୁ ଯା । +ସେଠି ଜୀବନ ଅଛି । +ଗାଆଁରେ ଲୋକଗୁଡ଼ାକ ଖାଲି ପୋକ ମାଛି ପରି ବଞ୍ଚୁଛନ୍ତି ସିନା । +ସହରରେ ଯେତେ ମେହେନତ କରିବ ସେତେ ରୋଜଗାର କରିବ । +ଟଙ୍କା ପଇସା ହାତରେ ହେଲେ ସିନା ବାହାଘରରେ ବାଣ ଫୁଟିବ… ବେଣ୍ଡ ପାର୍ଟି ଆସି ବାଜା ବାଜିବ.. ଗାଆଁ ଭୋଜି ହବ । + ଗାଆଁରେ ରହିଲେ ତତେ କିଏ ସେ ଝିଅ ଦବ ?’ ସହରକୁ ଯିବନି ବୋଲି ଜଡ଼ା କାନ୍ଦିବାରୁ ବୁଢା କହିଲା, ‘ ବାଇଆଟା କିରେ….? ’ +ତା କଥା ମାନି ସହରକୁ ଆସିବା ପରେ କିଛି ଦିନ ତ ଭଲ ଲାଗିଲା । +ଏବେ ଆଉ ଭଲ ଲାଗୁନି । +ଏମାନଙ୍କ ଝଗଡ଼ା ଝାଟି କଣ କେବେ ଶେଷ ହେବ ! ନିତିଦିନିଆ ଝଗଡ଼ାରେ ଶ୍ୱାସରୁଦ୍ଧ ହୋଇଯାଏ ତା’ର । +କେତେବେଳେ ଦେହ ଭଲ ନ ଲାଗିଲେ କି ମନ ଭଲ ନ ଥିଲେ ଶୁଣିବାକୁ କେହି ନାହିଁ । +କେହି ଭାବନ୍ତିନି ଯେ ଜଡ଼ାର ବି କିଛି ଦୁଃଖ ଥାଇପାରେ ବୋଲି । +ସମସ୍ତଙ୍କ ରାଗ ଅଭିମାନ, ଦୁଃଖର ବୋଝ ତା ଉପରେ ଲଦି ହୋଇପଡ଼େ । +ଗଲା ବର୍ଷ ଦଶହରାରେ ଗାଆଁକୁ ଯାଇଥିଲା । +ଘରେ ପହଞ୍ଚିଲାବେଳକୁ ବୁଢା ବସି ଚୁଲି ଫୁଙ୍କୁଥିଲା । +ଜଡ଼ା ମୁଣ୍ଡିଆଟାଏ ମାରିବାରୁ, ବୁଢା ପଚାରିଲା, ‘ ହଇଓ ବାବୁ, ତମେ କିଏ ? ତମେ କାଇଁକି ମତେ ମୁଣ୍ଡିଆ ମାରୁଛ?’ ବୁଢା ନାଟକ କରିବା ଆରମ୍ଭ କରି ଦେଇଥିଲା । +ଜଡ଼ା କହିଲା, ‘ ଓହୋ.. ଆଜ୍ଞା ଭୁଲ ହେଇଗଲା । +ଏଇଟା ମୋ ଘର ନୁହଁ । +ମୁଁ ବେକାରରେ କାହିଁକି ରସଗୋଲାଗୁଡ଼ାକ ଧରି ଆସିଲି? ମୁଁ ଯାଉଛି… ।’ +ବୁଢା ପଛରୁ ଡାକିଲା, ‘ ତମ ଚେହେରା କୋଉଠି ଶୁଣିବା ପରି ଲାଗୁଛି ।’ +ଜଡ଼ା ଚଟପଟ୍ କହିଲା, ‘ ହଁ ତମ ସ୍ୱର କୋଉଠି ଦେଖିବା ପରି ମତେ ବି ଲାଗୁଛି…. ।’ +ବୁଢା ତାକୁ ଧରି କାନ୍ଦିଲା । +‘ ମୋ ନିଧିଆ…’ କିନ୍ତୁ ଦିନ ଦି’ଟା ଯାଇଛି କି ନାହିଁ, କହିଲା ‘ ସହରକୁ ଯା । +ମୋ ଯିବା ବେଳ ହେଲାଣି । +ଆଉ ମାୟା ଲଗାନା… ।’ +ସେ ଦିନରୁ ଜଡ଼ା ଆସିଲାଣି । +ଆର ମାସରେ ଦଶହରା । +ଗାଆଁକୁ ଯାଇନି କି ବୁଢା କୁ ଦେଖିନି । +ତା ମୁଣ୍ଡକୁ ଆଉଁସି ଦେଇ କହିଲା, ‘କୁସିଆଟା ରଜା ଘରର ପୁଅ । +ବାପ ଜେଜେର ନାଆଁ ସିନା ରଖିପାରିଲେନି, ରଜା ଘରର ପୁଅ ରଜା । +ଲୋକ କହୁଥିଲେ, ତୁ ଜଡ଼ାକୁ କୁସିଆ ପାଖକୁ ପଠାନା । +ସେମାନେ ଆଉ ମଣିଷ ହେଇ ନାହାଁନ୍ତି । +… ସେମାନେ ମଣିଷ ନହେଲେ କଣ ହେଲା ? ଖରାପ ବେଳାରେ ଦମ୍ଭ ଧରି ଆଜି ଲକ୍ଷପତି । +ତାଙ୍କଠାରୁ ଶିଖିବାର ଅଛି ବୋଲି ମୁଁ କାହା କଥା ନଶୁଣି ତତେ ପଠେଇଛି । +ମଣିଷ ହେବାକୁ ହେଲେ କଷ୍ଟ କରି ଶିଖିବା ଦରକାର । + ଡର ଭୟ ସବୁ ଛାଡ଼ିବା ଦରକାର’ +ଦୁଇ ଭାଇଙ୍କର ବହୁତ ଟଙ୍କା ଥିଲା ବୋଲି ଜଡ଼ା ଜାଣିଥିଲା । +ହେଲେ ସହରକୁ ଆସିବା ପରେ ଏକକୁ ଆର ଏକ ବଳି ଘର ଦେଖି ଜାଣିଲା । +ଯେ ଏମାନଙ୍କ ଟଙ୍କା କିଛି ନୁହେଁ । +ଦୁଇ ଭାଇ ଖୁବ୍ ଖଟନ୍ତି । +ଭାଉଜ ବି ଖୁବ୍ ଖଟେ । +ସବୁ ରୋଜଗାର ଖର୍ଚ୍ଚର ଟିକିନିକି ହିସାବ ହୁଏ । +ହିସାବ ନ ମିଳିଲେ କୁସିଆନା ଓ ଭାଉଜ ହୁର୍ଷିଆନାକୁ ଜୁଆ ଖେଳରେ ଟଙ୍କା ଉଡ଼ଉଛି ବୋଲି ଦୋଷ ଦିଅନ୍ତି । +ଜଡ଼ାର ବାକ୍ସ, ପ୍ୟାଣ୍ଟ ସାର୍ଟ ପକେଟ୍ ଚେକ୍ କରନ୍ତି । +ହୁର୍ଷିଆନା ଜୁଆ ଖେଳେ । +କୁସିଆନା ବି ଜୁଆ ଖେଳେ । +ସେ ଅଲଗା ପ୍ରକାରର ଜୁଆ । +ଟଙ୍କା ଲଗାଣ ଜୁଆ । +ସୁଧରେ ଟଙ୍କା ଲେଣ ଦେଣ କାରବାର କରେ । +ଭଲ ଦି ପଇସା ଲାଭ ବି କରେ । +ଟଙ୍କା ଲେଣ ଦେଣକୁ ନେଇ ଦି ଭାଇ କଳି ଝଗଡା ହୁଅନ୍ତି । +ହୁର୍ଷିଆନା ଜୁଆରେ ହାରିଲେ, କୁସିଆନା ତାକୁ ଗାଳି କରେ, ମାରେ । +ହୁର୍ଷିଆନା କହେ, ମତେ ଟଙ୍କା ଲେଣ ଦେଣର ହିସାବ ଦେ । +ଦି ଭାଇ ଓ ଭାଉଜ ଜଡ଼ାକୁ ସାକ୍ଷୀ ରଖନ୍ତି । +କିଏ କାହାକୁ କଣ କହିଲା । +ଝଗଡା ହେଲେ ଜଡ଼ାକୁ ଡକାହୁଏ, ପ୍ରମାଣ ଦବାକୁ… । +ପାଠ ମନ ରହିଲାନି ବୋଲି ମାଷ୍ଟ୍ର ବାଡେଇଲା । +ଯେ ଅଧାରୁ ସ୍କୁଲ୍ ଗଲାନି । +ୟ୍ୟାଙ୍କ ଅଛିଣ୍ଡା ଝଗଡ଼ାରେ କିଏ କାହାକୁ କେତେବେଳେ କଣ କହିଲା ମନେ ରଖିବ କେମିତି । +ଅସହାୟ ହୋଇଉଠେ ଜଡ଼ା । +ମନେ ମନେ ବାଆକୁ ଗାଳିଦିଏ । +‘ତୋରି ପାଇଁ… ଖାସ୍ ତୋରି ପାଇଁ ମୋ ଜୀବନ ଆଜି ହିନିମାନିଆ ।’ +ଜଡ଼ା ନିରୁପାୟ ହୋଇ ଠିଆ ହେଇଥିଲା ଲାଇଟ୍ ଖୁଣ୍ଟ ତଳେ । +ହଠାତ୍ ବତୀ ଲିଭିଗଲା । +ସିଏ ଚମକି ପଡ଼ିଲା । +ସାଇକେଲକୁ ଛାଡ଼ି, ଆର ପାଖ ଖୁଣ୍ଟ ଆଡ଼କୁ ଦୌଡ଼ିଲା । +ବାଆ’ର କଥା ମନେ ପଡ଼ିଲା । +ଡରକୁ ମନରୁ ତଡ଼ିବାକୁ ହେବ । +ଏମିତି ଡରିଲେ କି ଜୀବନ ଜୀଇଁବ? ତା’ ସାଙ୍ଗକୁ ଭୋକ ବି ତ’ ଲାଗିଲାଣି । +ଦୁଇ ଭାଇଙ୍କ କଳିରେ ଭାଉଜ ରୋଷେଇ ଘରକୁ ଗଲେନି । +ଜଡ଼ା କେବଳ ପରିବା ପତ୍ର କାଟି ରଖିଦେଇ ଆସିଥିଲା । +ରୋଷେଇ ହେଇଥିବ କି ନାହିଁ । +ଏଥର ଭାବିଲା, ‘ ନାଁ, ଅନ୍ଧାର ସାଙ୍ଗରେ ବହୁତ ହେଇଗଲା ଲୁଚକାଳି ଖେଳ । +ବାଆ କହିଥିଲା, ଡର ର ଘର ମନ । +ମନକୁ ମଜଭୁତ କର… ଡର ଚାଲିଯିବ ।’ +ବେଶୀ ରାତି ହେଲେ ଚୋର ହାବୁଡ଼ରେ ବି ପଡ଼ିପାରେ । +ଚୋର କିଛି ନ ହେଲେ ଶହେ ଟଙ୍କାର କିରୋସିନି, ଚାରିଶହ ଟଙ୍କାର ସାଇକେଲ ତା’ଠାରୁ ଛଡ଼େଇ ନବ । +ଜଡ଼ା ଭାବିଲା, ଯଦି ଭୂତ କି ବ୍ରହ୍ମ ରାକ୍ଷସ ତାକୁ ଡରାଏ, ସିଏ ଜମା ଡରିବନି । +ଓଲଟି ତାକୁ କହିବ, ପାରୁଛୁ ଯଦି ଖାଇଯା ମତେ । +ମୋ ଦୁଃଖ କଷ୍ଟ ଏକା ଥରକେ ଦୂର ହେଇଯିବ । +ଏମିତି ପ୍ରତିଦିନ ମରିବା ଅପେକ୍ଷା, ଦିନେ ମରିଯିବା ଭଲ । +ଖୁଣ୍ଟରେ ବତୀ ପୁଣି ଜଳିବାରୁ ସାହସ ସଞ୍ଚୟ କରି ସାଇକେଲ ପାଖକୁ ଫେରିଲା । +ଏଥର ସାଇକେଲ ଉଠେଇ ଚାଲିବାକୁ ଆରମ୍ଭ କଲା । +ଠାକୁରଙ୍କୁ ଡାକିଲା… ‘ ହେ ପ୍ରଭୁ ନୀଳମାଧବ । +ଆଜି ତମର ପରୀକ୍ଷାର ବେଳ , ପାରୁଛ’ତ ମତେ ବଞ୍ଚେଇକି ଦେଖାଅ ।’ +ଆଗକୁ ଆଉ ଦୁଇ ପାଦ ଯାଇଛି କି ନାହିଁ, ପଛ ଆଡୁ ଖଟର ଖଟର ଶବ୍ଦ ହେଲା । +ପଛକୁ ଫେରି ଚାହିଁଲା । +ପିଣ୍ଡରେ ପ୍ରାଣ ପଶିବା ପରି ଲାଗିଲା । +ନୀଳ ମାଧବଙ୍କୁ ତାର ତାତ୍ସଲ୍ୟ ସହ୍ୟ ହେଲାନି । +ପଠେଇ ଦେଲେ ଅଟୋଟାଏ । +ମେନ୍ ରୋଡ୍‌ରୁ ଭାଙ୍ଗି ଖଟାଲ୍ ରାସ୍ତାରେ ଅଟୋଟା ପଶିଲା । +ତାର ହେଡ୍‌ ଲାଇଟ୍ ମିଞ୍ଜି ମିଞ୍ଜି ଜଳୁଥିଲା । +ଅଟୋକୁ ଅଟକେଇବାକୁ କିରୋସିନି ଜାର୍‌ବାଲା ହାତଟାକୁ ଟେକିଲା । +ଅଟୋଟା ସାମାନ୍ୟ ଟିକେ ଆଗକୁ ଯିବା ପରେ ଅଟକି ଗଲା । +ଡ୍ରାଇଭର ଅଟୋ ଭିତରୁ ବାହାରକୁ ମୁଣ୍ଡ କାଢ଼ି ପଚାରିଲା, ‘ କିଏ, କିଏ ସେ… ।’ +ଜଡ଼ାକୁ ଆଉ ବୁଝିବାକୁ ବାକି ରହିଲାନି । +ଅଟୋ ବାଲା ହେଉଛି ଖଟାଲ୍ ମାଲିକ ରାମ ସିଂ ର ପୁଅ ରାଜୀବ ସିଂ । +ତାର ଥିଲା ଗୋଟାଏ ଡାଲାବାଲା ଅଟୋ । +ସେଥିରେ କ୍ଷୀର ନେଇ ଚିଲିଂ ପ୍ଲାଣ୍ଟକୁ ସକାଳୁ ସକାଳୁ ଯାଏ । +ଦିନରେ ତାର କାମ କହିଲେ ଏତିକି । +ବାକି ଦିନସାରା ଜୁଆ ଖେଳରେ ମାତିଥାଏ । +ଦିନାକାତେ ହୁର୍ଷିଆନାର ସାଙ୍ଗ ଥିଲା । +ଭାଉଜର ସାନ ଭଉଣୀକୁ ରାସ୍ତାରେ ଦିନେ କଣ କହିଲା ଯେ, ସେଦିନ ତା’ ସାଙ୍ଗରେ ମାର ପିଟ୍ ହେଇଗଲା । +ତା ପରଠାରୁ ଅପଡ଼ । +କୁସିଆନା ଆଉ ଭାଉଜ ସାଙ୍ଗରେ ଦିନାକାତେ ଭାରି ମିଶିଲା । +ସେଇ ଟଙ୍କା ପଇସା କାରବାର । +ଭାଉଜ ହୁର୍ଷିଆନାକୁ ଦେଖେଇ ଦେଖେଇ ତାର ପ୍ରଶଂସା କରୁଥିଲା । +ଆଜି ସକାଳର ତ କଥା । +କୁସିଆନା ତାକୁ ଦେଖି ମାଡ଼ି ବସିଲା । +କହିଲା,… ‘ ଲୁଚି ଲୁଚି କୁଆଡ଼େ ପଳଉଛୁ ବେ? ମୋ ପଇସା ଆଗ ଦେ…. ।’ +ରାଜୀବ ସିଂ କହିଲା, ‘ କୋଉ ପଇସା, ମୋ ବାପା ପାଖରେ କଣ ପଇସା କମ୍ ଅଛି ଯେ ମୁଁ କାହାଠାରୁ ଉଧାରି ନେବି । +ମୁଁ କାହାଠାରୁ କିଛି ପଇସା ନେଇନି ।’ +କୁସିଆନା ଡାକ ଦେଲା, ‘ ଜଡ଼ା … ଏ ଜଡ଼ା… । +ମୁଁ ୟ୍ୟାକୁ ଧରିଛି । +ତୁ ତା ପକେଟରୁ ପର୍ସ ବାହାର କର ।’ +ଜଡ଼ା ପାଖରେ ଆଉ କିଛି ବାଟ ନ ଥିଲା । +ରାଜୀବ ପକେଟ୍ ରେ ହାତ ପୁରେଇବା ବେଳକୁ ସିଏ ତାକୁ ଶକ୍ତକରି ଲାତଟାଏ ଦେଲା । +ଛାଟି ହେଇ ପଡ଼ିଲା ଜଡ଼ା । +ପୁଣି ଉଠି ତା ପକେଟ୍ ରେ ହାତ ପୁରେଇ ପର୍ସ ବାହାର କଲା ଓ କୁସିଆନା ହାତକୁ ଦେଇଦେଲା । +କଥାଟା ଆଜି ସକାଳର । +ନୀଳ ମାଧବଙ୍କ ଉଦ୍ଦେଶ୍ୟରେ ମନେ ମନେ ଜଡ଼ା କହିଲା, ‘ ବାଃ ରେ ଠାକୁର । +ଧନ୍ୟ ତୋର ଲୀଳା । +ମହରଗରୁ ଆଣି କାନ୍ତାରରେ ପକେଇଦେଲୁ ।’ +ରାଜୀବ ପଚାରିଲା ‘… ଏତେ ରାତିରେ କୁଆଡେ ଯାଇଥିଲୁ କିରେ? ’ +ଡରି ଡରି ଜଡ଼ା କହିଲା, ‘ ହୁର୍ଷିଆନା ଗାଆଁକୁ ଗଲେ ତ । +ତାଙ୍କୁ ଛାଡ଼ିବାକୁ ଷ୍ଟେସନ ଯାଇଥିଲି, ସାଇକେଲ୍ ପଙ୍କ୍‌ଞ୍ଚର୍‌ ହେଇଗଲା । +‘ରାଜୀବ କହିଲା, ‘ ହଉ, ସାଇକେଲ୍ ଡାଲାରେ ଲଦ୍ , ଯିବା ।’ +ଜଡ଼ା ନିଶ୍ଚିତ ହେଲା, ଖଟାଲ ଭିତରକୁ ନେଇ ରାଜୀବ ସିଂ ତାକୁ ମାଡ଼ ଦବ । +ସେ ତ’ ଦୋଷ ନ କଲା ଲୋକକୁ ବି ହଇରାଣ କରେ । +ସହଜେ ଜଡ଼ା ତାକୁ ସକାଳୁ ସକାଳୁ ଅପଦସ୍ତ କରିଛି । +ଜଡ଼ା ତା ସାଇକେଲ୍ ଡାଲାରେ ଲଦିଲା । +ନିଜେ ଡାଲାରେ ଚଢିବାକୁ ଯାଉଥିଲା, ରାଜୀବ ଡାକିଲା, ‘କେବିନ୍‌କୁ ଆସ୍‌ ।’ +କିରୋସିନି ଡବା ଧରି କେବିନକୁ ଗଲା ଜଡ଼ା । +ରାଜୀବ ପଚାରିଲା, ‘.. ସକାଳେ ମୋ ପକେଟ୍ରୁ କେତେ ଟଙ୍କା ନେଇଥିଲୁ ବେ ?‘ ଚୁପ୍ ରହିଲା ଜଡ଼ା । +ଖଟର ଖଟର ଶବ୍ଦ କରି ଡାଲା ଅଟୋ ରାସ୍ତାରେ ଗଡୁଥିଲା । +ରାଜୀବ କହିଲା, ‘ ଶଳା.. ରାଜୀବ ସିଂ ଦେହରେ ହାତ ଦେଉଛୁ ? ତତେ ଛାଡିବିନି.. । +ତୋ ପାଖରେ ପଇସା ଅଛି ତ’ , ମୋ ଅଟୋରେ ଆସି ବସି ପଡିଲୁ? ‘ ଜଡ଼ା ମନେ ମନେ ଭାବିଲା, ଆଜି ଆଉ ତ୍ରାହି ନାହିଁ । +ସେ ପାଖରେ କୁସିଆନା, ଏ ପାଖରେ ରାଜୀବ ସିଂ, କେହି ଜଣେ ତ ତା ଜୀବନ ନେଇ ଛାଡ଼ିବ । +‘ ପୁଣି ନୀଳ ମାଧବଙ୍କୁ ଡାକିଲା, ପ୍ରଭୁ, ଏତେ ହିନିମାନ କଲଣି, ଟିକେ ଦୟା ତ ଦେଖାଅ । +ଏ ଅସୁରକୁ ବୁଦ୍ଧି ଦିଅ, ମତେ ମାଡ ମାରୁ ପଛକେ, କୁସିଆନାର ସାଇକେଲକୁ ଜବରଦସ୍ତି କରି ଛଡେଇ ନ ନେଉ ।’ +ଆଖି ବୁଜି ଠାକୁରଙ୍କୁ ଡାକିବା ଭିତରେ ଜଡ଼ା କେଉଁଠି ପହଞ୍ଚି ଯାଇଥିଲା, ଜାଣି ନ ଥିଲା । +ରାଜୀବ ସିଂ ତା ଅଟୋରେ ବ୍ରେକ ଦେବାରୁ ଆଖି ଖୋଲିଲା । +କୁସିଆନା ଘରର ଲାଇଟ୍ ଦେଖା ଯାଉଥିଲା । +ଜଡ଼ା ଅଟୋରୁ ବାହାରିଲା । +ତା ପଛେ ପଛେ ରାଜୀବ ସିଂ ବି, କେବିନ୍ ରୁ ବାହାରକୁ ଆସିଲା ଓ ସାଇକେଲକୁ ଡାଲାରୁ ଉତାରି ଦେଲା । +ନୀଳ ମାଧବ କଥା ଶୁଣିଛନ୍ତି ବୋଲି ଆଶ୍ୱସ୍ତ ହେଲା ଜଡ଼ା । +ତଥାପି ମନରୁ ଡର ଯାଇ ନଥିଲା । +ତା’ ଉପରେ କିଛି ଭରଷା ନଥିଲା । +ସପ୍ତାହେ ତଳେ ସେଇଠି ରାତିରେ ଆସି ହୁର୍ଷିଆନାକୁ ପିଟିକି ଯାଇଥିଲା । +ଡରି ଡରି ଜଡ଼ା କହିଲା, ‘ ମୋ ପାଖରେ ପଇସା ନାହିଁ ଭାଇ… ।’ +କ୍ଷୀଣ ଆଲୋକରେ ରାଜୀବ ସିଂ ଜଡ଼ାର ମୁହଁକୁ କ୍ଷଣେ ଦେଖିଲା । +କହିଲା… ‘ ମୁଁ ତୋ’ଠାରୁ ପଇସା ନେବି ବୋଲି ଭାବୁଛୁ ? ବାଇଆଟା କିରେ… ।’ +ଲୁହରେ ଆଖି ଛଳ ଛଳ ହୋଇଗଲା ଜଡ଼ାର । +ଅନ୍ତରରୁ କୋହ ବାହାରି ଆସୁଥିଲା । +ଜଡ଼ାକୁ ଲାଗିଲା ଯେମିତି ରାଜୀବ ସିଂ ବଦଳରେ ବାଆ ତା’ ସାମ୍ନାରେ ଠିଆ ହେଇଛି । -- GitLab