diff --git a/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_sakhyatkar_7 b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_sakhyatkar_7 new file mode 100644 index 0000000000000000000000000000000000000000..e22038dbe515ebf47c1d71054341599609d17728 --- /dev/null +++ b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_sakhyatkar_7 @@ -0,0 +1,92 @@ +ନାରୀସତ୍ତାର ସ୍ବଚ୍ଛ ରୂପ କବି ପ୍ରତିଭା ଶତପଥୀଙ୍କ ସହ ସାକ୍ଷାତକାର +- ଓଡ଼ିଆସାହିତ୍ୟ ପ୍ରେସ୍‌ +ତା: ଡିସେମ୍ବର୍ ୨୬, ୨୦୧୧ +ମୂଳ ପୃଷ୍ଠା → ପ୍ରଚ୍ଛଦ → +ପ୍ରତିଭା ଶତପଥୀଙ୍କ ସୃଷ୍ଟି +କବିତା ସଙ୍କଳନ: +ଗ୍ରନ୍ଥ ସମୟ(୧୯୭୪), ସାହାଡ଼ା ସୁନ୍ଦରୀ(୧୯୭୮), ନିୟତ ବସୁଧା(୧୯୯୦), ନିମିଷେ ଅକ୍ଷର(୧୯୮୫), ମହାମେଘ(୧୯୮୮), ଶବରୀ(୧୯୯୧), ତନ୍ମୟଧୂଳି(୧୯୯୯), ଅଧା ଅଧା ନକ୍ଷତ୍ର(୨୦୦୧) +ଅନୁବାଦ: ନୀଳ ନୀଶିଥର ତାରା +ସମାଲୋଚନା: କଳ୍ପନାର ଅଭିଷେକ, ଉତ୍ତର ଆଧୁନିକ ଓଡ଼ିଆ କବିତା ଓ ଅନ୍ୟାନ୍ୟ ପ୍ରବନ୍ଧ, +ଲଳିତ ନିବନ୍ଧ : ପ୍ରତିଫଳନ +ସମ୍ମାନ +ଶବରୀ- ଇମ୍ଫା ଶିଳ୍ପ ଗୋଷ୍ଠୀ ପ୍ରଦତ୍ତ ଶାରଳା ପୁରସ୍କାର +“ତନ୍ମୟ ଧୁଳି”- କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର +“ଅଧା ଅଧା ନକ୍ଷତ୍ର”- ଶାଶ୍ବତୀ ରାଷ୍ଟ୍ରୀୟ ପୁରସ୍କାର (କର୍ଣ୍ଣାଟକ) +ପ୍ରତିଭା ଶତପଥୀଙ୍କ ସହ ସାକ୍ଷାତକାର +ଆପଣ “ତନ୍ମୟଧୂଳି” କବିତା ସଙ୍କଳନ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଛନ୍ତି । + “ତନ୍ମୟଧୂଳି” କେଉଁ ସ୍ବତନ୍ତ୍ରତା ଦାବୀ କରେ? +ଉତ୍ତର:- “ତନ୍ମୟ ଧୂଳି” ମୋ ଦୃଷ୍ଟିରେ ମଣିଷର ତୁଚ୍ଛ ସତ୍ତା ଅଥଚ ତାହା ବିଶ୍ବସଭା ସହ ଏକାକାର ହୋଇପାରେ । +ଧୂଳି ତୁଚ୍ଛ କିନ୍ତୁ ତା ଭିତରେ ଉତ୍ତରଣର ପ୍ରୟାସ ଏକ ବିଶେଷତ୍ବ । +ତାର ଛନ୍ଦରେ କିଛି ମାତ୍ରାରେ ସାଙ୍ଗୀତିକତା ରହିଛି । +ଆପଣଙ୍କର “ଆଦ୍ୟପର୍ବ” ରଚନାରେ ରୋମାଣ୍ଟିକ୍‌ ତନ୍ମୟର ଆବେଗ ପରିଲକ୍ଷିତ କିନ୍ତୁ ପରେ ରହସ୍ୟବାଦର ଉପଲବ୍‌ଧି ଆଡକୁ ଅଗ୍ରସର ହୋଇଛନ୍ତି । + ଏହାର କାରଣ କଣ? +ଉତ୍ତର:- ମୋର କବିତା ରଚନାର ଆଦ୍ୟକାଳରେ ଏକ ବିହ୍ବଳ ଭାବ ଆବୋରି ରହିଥିଲା । +ବାସ୍ତବତାକୁ ତୀକ୍ଷ୍ଣଭାବେ ପ୍ରତ୍ୟକ୍ଷ କରିନଥିଲି । +ଜୀବନ ପଥରେ ଅଗ୍ରସର ହେଲାବେଳକୁ ଏକ ବିପୁଳ ଉପଲବ୍ଧି ମୋତେ ଆବିଷ୍ଠ କଲା । +ଜୀବନର ଗଭୀରତାର ବ୍ୟାପ୍ତିକୁ ମୁଁ କେତେକାଂଶରେ ଉପଲବ୍ଧି କରିପାରିଲି । +ତାହାହିଁ ହୋଇଥାଇପାରେ ଏହାର କାରଣ । +ଆପଣଙ୍କ ପ୍ରତିଟି ସଙ୍କଳନପରି “ଶବରୀ”ର ଆବେଦନ ସ୍ବତନ୍ତ୍ର । +ଓଡ଼ିଆ ଦୀର୍ଘ କବିତା ରଚନା ଧାରାରେ ଏହା ଏକ ମୌଳିକ ଭାବନିଷ୍ଠ ସଂଯୋଗ । +ଏହାର ସୃଷ୍ଟିବୈଚିତ୍ର୍ଯମୟ, ମିଥ୍‌ ତଥା ଲୋକ ସଂସ୍କୃତି ପ୍ରୟୋଗର ଆବଶ୍ୟକତା ସମ୍ପର୍କରେ ସୂଚନା ଦିଅନ୍ତୁ । +ଉତ୍ତର:- “ଶବରୀ” ନିଶ୍ଚୟ ଏକ ନୂତନ ମୌଳିକ ଦୃଷ୍ଟିଭଙ୍ଗୀକୁ ବହନ କରିଛି । +ଏହା ମିଥ୍‌ ଆଧାରିତ ସତ୍ୟ ମାତ୍ର ସମକାଳୀନ ପ୍ରାସଙ୍ଗିକତାକୁ ନେଇ ଏଥିରେ ମିଥ୍‌କୁ ମଧ୍ୟ କିଛିଟା ପରିବର୍ତ୍ତନ କରାଯାଇଛି । +ଏଇ ପରିବର୍ତ୍ତନ ସକାରାତ୍ମକ “ଶବରୀ”ରେ ମାନବ ସତ୍ତାର ସର୍ବୋତ୍ତମ ଉତ୍ତୀର୍ଣ୍ଣ ସତ୍ତାସହ ସମ୍ପର୍କକୁ ବିଶ୍ଳେଷଣ କରାଯାଇଛି । +“ତନ୍ମୟ ଧୂଳି”ରେ “ତୁମେ” ଓ “ମୁଁ” ସ୍ବରୂପ ଓ ସମ୍ପର୍କର ପରିଭାଷା ସ୍ପଷ୍ଟ । +ତେବେ କାବ୍ୟ ସ୍ବରୂପିଣୀ କହିଛନ୍ତି ସୁଗୋଲ ପୂର୍ଣ୍ଣତା ବୋଲି କିଛି ନାହିଁ । + ତେଣୁ ତାର ସ୍ବରୂପ କଣ? +ଉତ୍ତର:- “ତନ୍ମୟ ଧୂଳି”ରେ “ତୁମେ” ଓ “ମୁଁ” ମୋର ଗୋଟେ ଅନ୍ତର୍ଗତ ସତ୍ତା ଏବଂ ତାର ଅନ୍ୟ ସ୍ବରୂପ ମୋର ଏକ ବୁଝିପାରୁଥିବା ଆତ୍ମୀୟ ବା ପାଠକୀୟ ସତ୍ତା । +ସୁଗୋଲ ପୂର୍ଣ୍ଣତା, ମନେ କରନ୍ତୁ, ମଣିଷ ବୋଲି ବୋଲି କିଛି ନାହିଁ । +ସବୁ ଖଣ୍ଡିତ ପୂର୍ଣ୍ଣତାକୁ ସେ କଳ୍ପନା କରେ, ଉପଲବ୍ଧି ଭାବେ ଧରିପାରେ । +କିନ୍ତୁ ତାର ଆଶା ଓ ସ୍ବପ୍ନ ପୂର୍ଣ୍ଣ ବୋଲି କୁହାଯାଇପାରିବ ନାହିଁ । +ଏଇ କଥା ଉପଲ୍‌ବ୍ଧିରେ ଆଣି ନିଜ ଅପୂର୍ଣ୍ଣତା ବିଷୟରେ ସାନ୍ତ୍ବନା ଦେଇପାରିବ । +“ଅଧା ଅଧା ନକ୍ଷତ୍ର”ରେ ବାମବାଦୀ ପ୍ରଖୟ ବାରିହୋଇଥାଏ । + ସାହିତ୍ୟରେ ଏଇ ବାମାବାଦି ଚିନ୍ତାଧାରା ଆଜି କେତେ ଆବଶ୍ୟକ ? +ଉତ୍ତର:- ତାହା ବାମବାଦୀ ନୁହେଁ ବାମାବାଦୀ । +ବାମାବାଦୀ ନ କହି ବରଂ ନାରୀବାଦ ବୋଲି କୁହନ୍ତୁ । +ବାମା ଶବ୍ଦଟି ବିବଦମାନ । +ଏକଦା ପୁରୁଷର ବାମ ପାର୍ଶ୍ବରେ ଉପବେଶନ କରୁଥିବାରୁ ନାରୀକୁ ବାମା କୁହାଯାଉଥିଲା । +ବର୍ତ୍ତମାନ ତାହା ଗ୍ରହଣଯୋଗ୍ୟ ନୁହଁ । +ନାରୀମାନେ ସବୁକ୍ଷେତ୍ରରେ ନିଜର ଶକ୍ତି ଓ କୁଶଳତାର ଯୋଗ୍ୟ ପରିଚୟ ଦେଉଛନ୍ତି । +ତଥାପି ସାସାଂରିକ ତଥା ସାମାଜିକ ଜୀବନରେ ଏଯାବତ୍‌ ସେମାନେ ପ୍ରାପ୍ୟ ସମ୍ମାନ ପାଇନାହାଁନ୍ତି । +ସେ ଦିଗରୁ ବାସ୍ତବ ଅଭିଜ୍ଞତାକୁ ରୂପ ଦେଲାବେଳେ ନାରୀର ଅର୍ନ୍ତବେଦନା ଓ ତାର ଆକାଙ୍କ୍ଷା ସ୍ବାଭାବିକ ଭାବେ ଆସିଯାଏ । +“ଅଧା ଅଧା ନକ୍ଷତ୍ର” ଅପେକ୍ଷା ମୋର ପରବର୍ତ୍ତୀ ସଙ୍କଳନ “କହି ନହେଲେ”ରେ ନାରୀବାଦୀ ସ୍ବର ପ୍ରଖର ଓ ଏହାର ପ୍ରତିବାଦର ରୂପ ପରିଗ୍ରହଣ କରିଛି । +ଆପଣଙ୍କ “ଉଦ୍‌ଭାଷା” ପତ୍ରିକା ଉତ୍ତର ଆଧୁନିକତାର ପ୍ରତିନିଧିତ୍ବ କରେ । + ଏ ବିଷୟରେ କିଛି କୁହନ୍ତୁ ? +ଉତ୍ତର:- ଉତ୍ତର ଆଧୁନିକତାକୁ ଏତେ ଶୀଘ୍ର ଗୋଟିଏ ପାରାଗ୍ରାଫ୍‌ରେ କହିହେବନି । +ଏହା ଏକ ଅବବୋଧ । +ଏଥିରେ କବି ନିଜର ପରିବେଶ ପ୍ରତି ସମ୍ପର୍କୀୟମାନଙ୍କ ପ୍ରତି ନିଜମାଟିର ବିଶେଷତ୍ବ ପ୍ରତି ନିଜର ଆତ୍ମା ପ୍ରତି ଅଧିକ ସତ୍ୟନିଷ୍ଠ । +ଏ ସମ୍ପର୍କରେ ମୋର ଗୋଟିଏ ପ୍ରବନ୍ଧ ପୁସ୍ତକ ଅଛି “ଉତ୍ତର ଆଧୁନିକ ଓଡ଼ିଆ କବିତା ଓ ଅନ୍ୟାନ୍ୟ ପ୍ରବନ୍ଧ” ତଥା “ଉଦ୍‌ଭାଷ”ରେ ଉତ୍ତର ଆଧୁନିକ ଚେତନା ସମ୍ପର୍କରେ କେତେକ ପ୍ରବନ୍ଧ ପ୍ରକାଶ ପାଇଛି । +ଉତ୍ତର ଆଧୁନିକତା ଉପରେ ହିଁ ପ୍ରତିଷ୍ଠା ଲାଭ କରିଛି ଓ ଆଧୁନିକତାର ବିଷାଦ ଓ ଦୁର୍ବୋଧ୍ୟତା ଆଦି ନକାରତ୍ମକ ଗୁଣକୁ ବିରୋଧ କରୁଛି । +କୌଣସି ତତ୍ବ ଆଲୋଚନା ନକରି ବର୍ତ୍ତମାନ କାଳରେ ଲିଖିତ କବିତା ପଢିଲେ ପାଠକ ଏହାର ସ୍ବରୂପ ଚିହ୍ନି ପାରିବ । +ଅନୁବାଦ କର୍ମରେ ଆପଣ ସ୍ବକୀୟ ନିଷ୍ଠା ଓ ବ୍ୟୁତ୍ପତ୍ତି ପ୍ରଦର୍ଶନ କରିଛନ୍ତି । +ଓଡ଼ିଆ ଅନୁବାଦ ସାହିତ୍ୟର ବିକାଶ ପାଇଁ ଅନୁବାଦକମାନେ କେଉଁ ଦିଗପ୍ରତି ସଚେତନ ହେବା ଆବଶ୍ୟକ ବୋଲି ଆପଣ ଭାବୁଛନ୍ତି । +ଉତ୍ତର:- ଅନୁବାଦ କଲାବେଳେ ଦୁଇଟି ଦିଗକୁ ଧ୍ୟାନ ଦେବାକୁ ପଡ଼େ । +ଗୋଟିଏ ମୂଳଭାଷା ଓ ଅନ୍ୟଟି ଲକ୍ଷ୍ୟ ଭାଷା । +ଏ ଦୁଇ ଭାଷା ଉପରେ ଅନୁବାଦକର କିଛିଟା ବ୍ୟୁତ୍ପତ୍ତିଥିବା ଆବଶ୍ୟକ । +ଅନୁବାଦଟି ଯଦି ମୌଳିକ ଲେଖାଭଳି ସରସ ଲାଗିଲା ତାହେଲେ ତାହାର ସାର୍ଥକତା ଥାଏ । +ତେବେ କବିତାର ଅନୁବାଦ କଷ୍ଟକର । +ମୂଳ ଲେଖାଠାରୁ ବେଳେବେଳେ ଲକ୍ଷ୍ୟ ଭାଷା କିଛିଟା ହ୍ରାସ ପାଇଥାଏ । +ଏଣୁ କବିତା ଅନୁବାଦର ସାର୍ଥକତା ପାଇଁ ଅନୁବାଦକକୁ ଅଧିକ ଯତ୍ନଶୀଳ ହେବା ଆବଶ୍ୟକ । +ସାମ୍ପ୍ରତିକ କବିତାର ଆଙ୍ଗୀକ ପରିବର୍ତ୍ତନର ସୂଚନା ଉପଲବ୍ଧ ହେବାରେ ଲାଗିଛି । +ଧୀରେ ଧୀରେ ସାଙ୍ଗୀତିକତାକୁ କବିମାନେ ପୁନଃ ପ୍ରୟୋଗ କରିବାକୁ ପ୍ରୟାସ କଲେଣି । + ଏଥିରେ ଆପଣଙ୍କ ମତ କଣ ? +ଉତ୍ତର :- ବର୍ତ୍ତମାନ କବିମାନେ ଯେଉଁ ଦିଗକୁ ଆଗୋଉଛନ୍ତି ଆଗାନ୍ତୁ । +ଓଡ଼ିଆ ସମାଲୋଚନା ସାହିତ୍ୟ ଭଣ୍ଡାରକୁ ଆପଣଙ୍କର ଦାନ ଉଲ୍ଲେଖଯୋଗ୍ୟ । +ଆପଣଙ୍କ ଦୃଷ୍ଟିରେ ସମାଲୋଚକମାନେ କେଉଁ ଦିଗ ପ୍ରତି ସଚେତନ ହେବା ଦରକାର । +ଉତ୍ତର :- ସମାଲୋଚକମାନେ ପ୍ରଥମେ ସମାଲୋଚୀୟ ବିଷୟଟିକୁ ଭଲ ପାଇବା ଦରକାର ଏବଂ ଗଠନ ମୂଳକ ଭାବେ ସମାଲୋଚନା କରିବା ଦରକାର । +ଆପଣଙ୍କ ବ୍ୟକ୍ତିଗତ ଜୀବନ ସାହିତ୍ୟ ସୃଷ୍ଟିକୁ କିପରି ପ୍ରଭାବିତ କରିଛି ? +ଉତ୍ତର :- ମୋ କବିତା ଓ ବ୍ୟକ୍ତିଗତ ଜୀବନ ଭିତରେ ପ୍ରଭେଦ କିଛି ନାହିଁ । +ମୁଁ ଯେମିତି ବଞ୍ଚେ ସେପରି କବିତା ଲେଖେ । +ଯାହା ଅନୁଭବ କରେ, ଯେଉଁ ଦିଗକୁ ଅନାଏ ତାକୁ ଶବ୍ଦ ମାଧ୍ୟମରେ ଚିତ୍ରଣ କରେ । +ଆପଣଙ୍କ ଆତ୍ମଜୀବନୀ ସମ୍ପର୍କରେ ଦୁଇପଦ କୁହନ୍ତୁ । +ଉତ୍ତର :- ମୋର ଆତ୍ମକଥା ଶୈଶବରୁ ଏ ଯାଏଁ ମୁଁ ଭେଟିଥିବା ମଣିଷ, ପ୍ରତ୍ୟକ୍ଷ କରିଥିବା ପରିବେଶ ଓ ବଞ୍ଚୁଥିବା ଅନୁଭବମାନଙ୍କୁ ସାକାର କରିବାକୁ ଚେଷ୍ଟା କରିଛି ମାତ୍ର । +ଆପଣଙ୍କର ସୁଯୋଗ୍ୟା କନ୍ୟା ପାରମିତା ଶତପଥୀ ଓଡ଼ିଆ ସାହିତ୍ୟରେ ଏକ ପରିଚିତ ନାମ ତଥା ‘ବିରଳ ରୂପକ’ ପାଇଁ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର ପ୍ରାପ୍ତ । + ତାଙ୍କ ସୃଷ୍ଟି ଧାରା ସମ୍ପର୍କରେ କିଛି କୁହନ୍ତୁ ? +ଉତ୍ତର :- ପାରମିତା ପିଲାଦିନୁ ସାହିତ୍ୟ ପ୍ରତି ଆକୃଷ୍ଟ ଥିଲା । +ତାର ପ୍ରଥମ ଗଳ୍ପ ବି.ଏ. ପଢ଼ିଲା ବେଳେ ପ୍ରକାଶ ପାଏ ଏବଂ ଏମ୍‌.ଏ. ପଢ଼ିଲା ବେଳେ ଝଙ୍କାରରେ ‘ତାଙ୍କ ସହ ସବୁ ଦିନ’ ଶୀର୍ଷକ ଗଳ୍ପ ପ୍ରକାଶ ପାଇ ପାଠକୀୟ ଆଦର ଲାଭ କରିଥିଲା । +ସେ ଗଳ୍ପ ପାଇଁ ଅନେକ ପୁରସ୍କାର ପାଇଛି । +ଭୁବନେଶ୍ବର ପୁସ୍ତକମେଳା ପୁରସ୍କାର, ଭାରତୀୟ ଭାଷାପରିଷଦର ଯୁବା ଲେଖକ ପୁରସ୍କାର ଇତ୍ୟାଦି । +ତେବେ ସେ ଖୁବ୍‌ ଭଲ କବିତା ମଧ୍ୟ ଲେଖେ । +ଏବେ କେନ୍ଦ୍ର ସାହିତ୍ୟ ଏକାଡେମୀ ଆନୁକୁଲ୍ୟରେ ଅଷ୍ଠିତ ସର୍ବଭାରତୀୟ କବିତା ଉତ୍ସବରେ କବିତା ପାଠ କରି ବହୁ ପ୍ରଶଂସା ପାଇଛି । +ତା ମା ଭାବରେ ମୁଁ ଗୌରବାନ୍ବିତ । +ସେ ଗଳ୍ପ ଓ କବିତା ଉଭୟକୁ ସମାନ ଧ୍ୟାନ ଦେଇ ତାର ରଚନା ଜାରି ରଖିଛି ।