From d1105dbf7ac95d1e33fe6c17dcc623fb62cb6e91 Mon Sep 17 00:00:00 2001 From: Nayan Ranjan Paul Date: Tue, 27 Sep 2022 11:40:58 +0530 Subject: [PATCH] Upload New File --- .../vikashpedia_health_odia136.txt | 30 +++++++++++++++++++ 1 file changed, 30 insertions(+) create mode 100644 Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia136.txt diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia136.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia136.txt new file mode 100644 index 0000000..d1f6717 --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia136.txt @@ -0,0 +1,30 @@ +କେଉଁ ବ୍ଲଡ ଗ୍ରୁପର ବ୍ୟକ୍ତିଙ୍କୁ ହୁଏ ଅଧିକ ହାର୍ଟ ଆଟାକ +ବ୍ଲଡ ଗ୍ରୁପ +ପରିବର୍ତ୍ତିତ ଜୀବନଶୈଳୀ ଯୋଗୁଁ ଶରୀରରେ ଏବେ ବିଭିନ୍ନ ପ୍ରକାର ରୋଗ ଦେଖିବାକୁ ମିଳୁଛି । +ଆଧୁନିକ ଲାଇଫଷ୍ଟାଇଲ ଓ ଅଧିକ ଚିନ୍ତା କରିବା ଯୋଗୁଁ ଏବେ ହାର୍ଟ ଆଟାକ ବା ହୃଦଘାତ ଭଳି ସମସ୍ୟା ଅଧିକ ଦେଖିବାକୁ ମିଳୁଛି । +କେବଳ ବୟସ୍କ ଲୋକ ନୁହଁନ୍ତି ବରଂ ଯୁବଗୋଷ୍ଠୀ ମଧ୍ୟରେ ଏଭଳି ସମସ୍ୟା ଦେଖିବାକୁ ମିଳୁଛି । +ତା ଛଡା ଶୀତ ଋତୁ ହୋଇଥିବାରୁ ହାର୍ଟ ସମ୍ବନ୍ଧୀୟ ରୋଗୀଙ୍କ କ୍ଷେତ୍ରରେ ବିଭିନ୍ନ ସମସ୍ୟା ଦେଖିବାକୁ ମିଳୁଛି । +କାରଣ ଅଧିକ ଥଣ୍ଡା ତାପମାତ୍ରାରେ ହାର୍ଟ ଆଟାକ ହେବାର ସମ୍ଭାବନା ଅଧିକ ଦେଖା ଯାଇଥାଏ । +ଏହାଛଡା ଅଧିକ ସମୟ ବାହାରେ କାଟୁଥିବା ଲୋକମାନେ ଶୀତଦିନେ ସାବଧାନତା ଅବଲମ୍ବନ କରିବା ଆବଶ୍ୟକ । +ଏକ ଗବେଷଣା ଅନୁଯାୟୀ, ବ୍ଲଡ ଗ୍ରୁପରୁ ମଧ୍ୟ ହାର୍ଟ ଆଟାକ ବିଷୟରେ ଜଣା ପଡିଥାଏ । +ଏପରିକି କେଉଁ ବ୍ଲଡ ଗ୍ରୁପର ବ୍ୟକ୍ତିଙ୍କ କ୍ଷେତ୍ରରେ ହାର୍ଟ ଆଟାକ ଭଳି ସମସ୍ୟା ଅଧିକ ଦେଖାଯାଇଥାଏ ତାହା ଏହି ଗବେଷଣାରୁ ଜଣାପଡିଛି । +‘O’ ବ୍ଲଡ ଗ୍ରୁପ +ବ୍ଲଡ ଗ୍ରୁପ ଭିତରେ ‘O’ ପଜିଟିଭିକୁ ସବୁଠାରୁ ମୂଲ୍ୟବାନ ଶ୍ରେଣୀର ରକ୍ତ ବୋଲି କୁହାଯାଏ । +ଏହି ଗ୍ରୁପର ରକ୍ତ ଅନେକ ଜୀବନ ବଞ୍ଚାଇବାରେ ସହାୟକ ହୋଇଥାଏ । +କାରଣ ପ୍ରତ୍ୟେକ ବ୍ଲଡ ଗ୍ରୁପର ବ୍ୟକ୍ତିଙ୍କୁ ‘O’ ପଜିଟିଭ ବ୍ଲଡ ଗ୍ରୁପର ବ୍ୟକ୍ତି ରକ୍ତ ଦେଇପାରିବେ । +ଏହାଛଡା ଏହି ବ୍ଲଡ ଗ୍ରୁପର ଅନ୍ୟ ଏକ ବିଶେଷ୍ୱତ ହେଉଛି ହାର୍ଟ ସମ୍ବନ୍ଧୀୟ କୌଣସି ରୋଗ ଏହି ବ୍ଲଡ ଗ୍ରୁପର ବ୍ୟକ୍ତିଙ୍କ କ୍ଷେତ୍ରରେ କମ ଦେଖାଯାଇଥାଏ । +ହାର୍ଟ ସମ୍ବନ୍ଧୀୟ ରୋଗ ଉପରେ ଏହି ବ୍ଲଡ ଗ୍ରୁପ ଅଧିକ ଭାରି ପଡିଥାଏ । +ନେଦରଲାଣ୍ଡର ଗ୍ରୋନିଗନ ବିଶ୍ୱବିଦ୍ୟାଳୟର ମେଡିକାଲ ସେଣ୍ଟରର ଛାତ୍ର ତିସା କୋଲେଙ୍କ କହିବା ଅନୁଯାୟୀ, ହାର୍ଟ ଆଟାକର ସମ୍ଭାବନା ସବୁଠାରୁ ଅଧିକ ‘A’ ବ୍ଲଡ ଗ୍ରୁପର ବ୍ୟକ୍ତିଙ୍କ ଠାରେ ଦେଖିବାକୁ ମିଳେ । +କାରଣ ଏ ବ୍ଲଡ ଗ୍ରୁପର ବ୍ୟକ୍ତିଙ୍କ ଶୀରରରେ ଅଧିକ ପରିମାଣର କୋଲେଷ୍ଟ୍ରଲ ରହିଥାଏ । +ଯାହା ଦ୍ୱାରା ଏହି ଶ୍ରେଣୀର ଲୋକଙ୍କ କ୍ଷେତ୍ରରେ ହାର୍ଟ ଆଟାକ ହେବାର ଅଧିକ ସମ୍ଭାବନା ଦେଖାଯାଇଥାଏ । +ଗବେଷକଙ୍କ ଅନୁଯାୟୀ, ‘O’ ବ୍ଲଡ ଗ୍ରୁପର ବ୍ୟକ୍ତିଙ୍କୁ ଛାଡି ଅନ୍ୟ ବ୍ଲଡ ଗ୍ରୁପରେ ଅଧିକ ପରିମାଣର ଗ୍ଲେକୋଟିନ-୩ ରହିଥାଏ । +ଯାହା ଶରୀରକୁ ଫୁଲାଇବା ସହ ହାର୍ଟ ଉପରେ ଖରାପ ପ୍ରଭାବ ପକାଇଥାଏ । +କେବଳ ‘A’ ଗ୍ରୁପ ନୁହେଁ ‘B’ ଓ ‘AB’ ଶ୍ରେଣୀର ରକ୍ତ ଗ୍ରୁପ ଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ମଧ୍ୟ ହାର୍ଟ ଆଟାକ ହେବାର ଅଧିକ ସମ୍ଭାବନା ରହିଥାଏ । +ଏହି ଶ୍ରେଣୀର ବ୍ୟକ୍ତିଙ୍କ କ୍ଷେତ୍ରରେ ହାର୍ଟ ଆଟାକ ହେବାର ସମ୍ଭାବନା ୯ ପ୍ରତିଶତ ଅଧିକ ରହିଥାଏ । +ହୃଦଘାତର କାରଣ : +ଆଧୁନିକ ଖାଦ୍ୟପେୟ ଓ ଦୂଷିତ ପରିବେଶ +ଉଚ୍ଚ ରକ୍ତଚାପ +ଅଧିକ ଚିନ୍ତା +ଅଧିକ ସମୟ ଶୋଇ ରହିବା +ମୋଟାପଣ +ଧୂମ୍ରପାନ ଓ ଅଧିକ ମଦ ପିଇବା ଯୋଗୁଁ -- GitLab