diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia124.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia124.txt new file mode 100644 index 0000000000000000000000000000000000000000..b407c3fa871a48bb86be947772cf1573ae94c7b6 --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia124.txt @@ -0,0 +1,66 @@ +ଅମ୍ଳଜାନ ସଙ୍କଟ +ଉପକ୍ରମ +“କାର୍ବନିଫେରସ କାଳରେ ଅମ୍ଳଜାନ ପୃଥିବୀପୃଷ୍ଠରେ ପ୍ରଚୁର ପରିମାଣର ଥିଲା । +ବାୟୁମଣ୍ଡଳରେ ୩ ଭାଗରୁ ୧ ଭାଗ ଥିଲା ଅମ୍ଳଜାନ । +ସେତେବେଳେ ଅମ୍ଳଜାନର ବହୁଳ ମାତ୍ରାରେ ଉପସ୍ଥିତି ଯୋଗୁ କୀଟପତଙ୍ଗର ଆକାର ବଡ ଥିଲା ଓ ଡେଣାର ଲମ୍ବ ଅଧିକ ଥିଲା । +ବର୍ତ୍ତମାନ ବାୟୁମଣ୍ଡଳରେ ଯବକ୍ଷାରଜାନ ୭୮% ଓ ଅମ୍ଳଜାନ ୨୧% ଅଛି । +ଅର୍ଥାତ୍ ଏବେ ବାୟୁମଣ୍ଡଳରେ ୫ ଭାଗରୁ ୧ ଭାଗ ରହିଛି ଅମ୍ଳଜାନ । +ଯଦି ଏପରି ମାତ୍ରାରେ ଅମ୍ଳଜାନ କମିଚାଲିବ, ତେବେ ଅଧିକ ସୌର ରଶ୍ମି ପୃଥିବୀପୃଷ୍ଠକୁ ଆସିବା । +” +ବିଜ୍ଞାନ ଆମକୁ ବଡମଣିଷରୁ ଆଧୁନିକ ମଣିଷ କରିଛି । +ଆମର ପ୍ରଗତିରେ ସହାୟତା କରିଛି । +ତଥାପି ଦ୍ରୁତ ପ୍ରଗତି ଭିତରେ ଅଣନିଶ୍ଵାସୀ ଲାଗୁଛି । +କାହିଁକି ଏକ ଅଜଣା ଭୟର ଆଶଙ୍କା ମନ ମଧ୍ୟରେ ପ୍ରବେଶ କରି ରାତ୍ରିର ନିଦ ହଜେଇ ଦେଉଛି । +ଆଜି ସୁନ୍ଦର ପୃଥିବୀର ସ୍ଵପ୍ନ ଭିତରେ ପ୍ରଦୂଷିତ ପରିବେଶର ଛବି ଉଙ୍କିମାରୁଛି । +କାରଣ ଅତି ସହଜ । +ଆଜି ପୃଥିବୀ ଗ୍ରହର ପ୍ରତ୍ୟକ ଦେଶର ପରିବେଶ ପ୍ରଦୂଷିତ । +ଆଜି ବାୟୁମଣ୍ଡଳରେ ଅମ୍ଳଜାନ ଅଭାବ ଆମର ଜୀବନ ଶୈଳୀକୁ ବେଶ୍ ପ୍ରଭାବିତ କରୁଛି । +ଆଗାମୀ ଦିନରେ ମଧ୍ୟ ଅମ୍ଳଜାନର ସଙ୍କଟ ଆମକୁ ଆହୁରି ହଇରାଣ କରିବ ବୋଲି ଜଣାପଡୁଛି । +ବାୟୁମଣ୍ଡଳ +ପୃଥିବୀକୁ ଘେରି ରହିଥିବା ବାୟୁମଣ୍ଡଳରେ ଅମ୍ଳଜାନ ରହିଛି । +ଅମ୍ଳଜାନ ନ ଥିଲେ ଆମେ ପୃଥିବୀରେ ନ ଥାନ୍ତୁ । +ପ୍ରତ୍ୟକ ଜୀବ, ସେ ଉଦ୍ଭିଦ ହେଉ ବା ପ୍ରାଣୀ, ବଞ୍ଚିରହିବା ପାଇଁ ପ୍ରଶ୍ଵାସରେ ଅମ୍ଳଜାନ ଗ୍ରହଣ କରେ । +ସତ କହିଲେ, ଆରମ୍ଭରୁ ବାୟୁମଣ୍ଡଳରେ ଅମ୍ଳଜାନ ନ ଥିଲା । +ପ୍ରଥମେ ପୃଥିବୀରେ ସାଇନୋ-ବ୍ୟାକ୍ଟେରିଆ ଦ୍ଵାରା ଆଲୋକ ସଂଶ୍ଲେଷଣ ପ୍ରକ୍ରିୟା ଯୋଗୁ ଅମ୍ଳଜାନ ସୃଷ୍ଟି ହୋଇଥିଲା ବୋଲି ଅନୁମେୟ । +ପୃଥିବୀ ସୃଷ୍ଟି ହେବାର ପ୍ରଥମ ୨୦୦ କୋଟି ବର୍ଷ ପର୍ଯ୍ୟନ୍ତ ଅମ୍ଳଜାନର ମାତ୍ରା ବହୁତ କମ୍ ଥିଲା । +ଏହି ୨୫୦ କୋଟି ବର୍ଷ ପୂର୍ବେ ଅମ୍ଳଜାନର ପରିମାଣ ବୃଦ୍ଧି ପାଇଥିଲା । +ଧୀରେ ଧୀରେ ପୃଥିବୀ ପୃଷ୍ଠରେ ଉଦ୍ଭିଦର ଆଗମନ ଯୋଗୁ ବାୟୁମଣ୍ଡଳରେ ଅଧିକରୁ ଅଧିକ ଅମ୍ଳଜାନ ସୃଷ୍ଟି ହେଲା । +ଆଲୋକ ସଂଶ୍ଲେଷଣ ପ୍ରକ୍ରିୟାରେ ଜଳ ଓ ଅଙ୍ଗାରକାମ୍ଳ ଗ୍ୟାସକୁ ସୂର୍ଯ୍ୟାଲୋକ ଉପସ୍ଥିତିରେ ଉଦ୍ଭିଦ ତାହାର ହରିତ୍ କଣିକା ସାହାଯ୍ୟରେ ମଣ୍ଡଳ ଜାତୀୟ ଖାଦ୍ଯ ପ୍ରସ୍ତୁତ କରେ ଏବଂ ଅନାବଶ୍ୟକ ମୌଳିକ ଭାବେ ଅମ୍ଳଜାନକୁ ବାୟୁମଣ୍ଡଳକୁ ତ୍ୟାଗକରେ । +ଏହି ଅମ୍ଳଜାନ ହିନ ଜୀବନ ସୃଷ୍ଟିର ମୁଖ୍ୟ ଆବଶ୍ୟକ । +ମୌଳିକ । +ଅମ୍ଳଜାନର ପ୍ରଚୁରତା ଯୋଗୁ ପୃଥିବୀପୃଷ୍ଠରେ ଜୀବମାନଙ୍କର ଉତ୍ତମ ବାସସ୍ଥାନ ହୋଇପାରିଲା । +ଅମ୍ଳଜାନ ବାୟୁମଣ୍ଡଳରେ ରହିବା ସହିତ ସମୁଦ୍ର ଜଳରେ ଦ୍ରବୀଭୂତ ହେଲା । +ଫଳରେ ସମୁଦ୍ର ଜୀବମାନଙ୍କର ଜଳଗ୍ରହ ପୃଥିବୀରେ ଏକ ବିରାଟ ଆଶ୍ରୟସ୍ଥଳୀ ହୋଇପାରିଲା । +କେବଳ ସେତିକି ନୁହେଁ, ବିଭିନ୍ନ ମାରାତ୍ମକ ବିକିରଣରୁ ମଧ୍ୟ ଅମ୍ଳଜାନ ଜୀବଜଗତକୁ ରକ୍ଷା କରେ । +ସେମିତି ଏକ ବିକିରଣ ହେଉଛି ଅତିବାଇଗଣୀ ରଶ୍ମି (ୟୁ-ଭିରେ )ଅମ୍ଳଜାନର ମାତ୍ରା ଅଧିକ ହେବା ଯୋଗୁ ଆୟୁମଣ୍ଡଳରେ ଓଜନସ୍ତର ସୃଷ୍ଟି ହେଲା । +ଏହି ସ୍ତର ଆମ ପୃଥିବୀକୁ ଘୋଡାଇ ରଖିଛି । +ଓଜନସ୍ତର ଅତିକ୍ରମ କରି ସୂର୍ଯ୍ୟଙ୍କର ହାନିକାରକ ଅତିବାଇଗଣି ରଶ୍ମି ପୃଥିବୀପୃଷ୍ଠକୁ ଆସିପାରେ ନାହିଁ । +ତେଣୁ ଅମ୍ଳଜାନ ସେତେବେଳର ନିର୍ଜୀବ ପୃଥିବୀକୁ ଜୀବନ୍ତ ପୃଥିବୀରେ ପରିଣତ କରିଥିଲା । +କାର୍ବନିଫେରସ କାଳରେ ଅମ୍ଳଜାନ ପୃଥିବୀପୃଷ୍ଠରେ ପ୍ରଚୁର ପରିମାଣର ଥିଲା । +ବାୟୁମଣ୍ଡଳରେ ୩ ଭାଗରୁ ୧ ଭାଗ ଥିଲା ଅମ୍ଳଜାନ । +ସେତେବେଳେ ଅମ୍ଳଜାନର ବହୁଳ ମାତ୍ରାରେ ଉପସ୍ଥିତି ଯୋଗୁ କୀଟପତଙ୍ଗମାନଙ୍କର ଆକାର ବଡ ଥିଲା ଓ ଡେଣାର ଲମ୍ବ ଅଧିକ ଥିଲା । +ବର୍ତ୍ତମାନ ବାୟୁମଣ୍ଡଳରେ ଯବକ୍ଷାରଜାନ ୭୮ ପ୍ରତିଶତ ଓ ଅମ୍ଳଜାନ ୨୧ ପ୍ରତିଶତ ଅଛି । +ଅର୍ଥାତ୍ ଏବେ ବାୟୁମଣ୍ଡଳରେ ୫ଭାଗରୁ ୧ ଭାଗ ରହିଛି ଅମ୍ଳଜାନ । +ଯଦି ଏପରି ମାତ୍ରାରେ ଅମ୍ଳଜାନ କମିଚାଲିବ, ତେବେ ଅଧିକ ସୌର ରଶ୍ମି ପୃଥିବୀପୃଷ୍ଠକୁ ଆସିବ । +ଅଧିକ ଜଳ ବାଷ୍ପୀଭୂତ ହୋଇ ଅଧିକ ଜଳୀୟବାଷ୍ପ ଏକ ସବୁଜ – କୋଠରି ଗ୍ୟାସ । +ଏହା ସୌରତାପକୁ ଧରିରଖେ ଓ ପୃଥିବୀର ତାପମାତ୍ରାକୁ ବଢାଏ । +ଅଧୁନା ପାଣିପାଗର ଦ୍ରୁତ ପରିବର୍ତ୍ତନର କାରଣ ଏହି ସବୁଜକୋଠରି ଗ୍ୟାସ । +ଅଙ୍ଗାରକାମ୍ଳ, କାର୍ବନ ମନୋକସାଇଡ, ନାଇଟ୍ରସ ଅକସାଇଡ, କ୍ଲୋରୋଫ୍ଲୋର କାର୍ବନ, ମିଥେନ ଓ ଜଳୀୟବାଷ୍ପ ଆଦିକୁ ସବୁଜ କୋଠରି ଗ୍ୟାସ (ଗ୍ରୀନହାଉସ ଗ୍ୟାସ) କୁହାଯାଏ । +ଏହି ଗ୍ୟାସ ଆମ ବାୟୁମଣ୍ଡଳର ଉପରିଭାଗରେ ଏକ ଆସ୍ତରଣ କରିବା ଫଳରେ ପୃଥିବୀପୃଷ୍ଠରୁ ବିକିରିତ ତାପ ବାହାରକୁ ଯାଇ ପାରେନି । +ଫଳରେ ପୃଥିବୀପୃଷ୍ଠର ତାପମାତ୍ରା ବୃଦ୍ଧିକରେ । +ଏହାକୁ ଜିଆରଏନ ହାଉସ୍ ପ୍ରଭାବ କହନ୍ତି । +ପୃଥିବୀର ଏଭଳି ତାପମାତ୍ରା ବୃଦ୍ଧିକୁ ‘ଗ୍ଲୋବାଲ ୱାର୍ମିଙ୍ଗ’ କହନ୍ତି । +ଏହା ଆଜି ଆମ ପାଇଁ ଅତି ଚିନ୍ତାର କାରଣ । +ଜନସଂଖ୍ୟାର ଦ୍ରୁତ ବୃଦ୍ଧି, ଶିଳ୍ପ ବିପ୍ଲବ, ସହରୀକରଣ ଇତ୍ୟାଦି, ଯୋଗୁ ଜଙ୍ଗଲ କ୍ଷୟ ହେଉଛି ଓ ଏହା ବାୟୁମଣ୍ଡଳର ତାପମାତ୍ରା ବୃଦ୍ଧି ଓ ପ୍ରଦୂଷଣର ମୁଖ୍ୟ କାରଣ । +ପ୍ରତି ବର୍ଷ ପ୍ରାୟତଃ ପ୍ରତି ଦଶଲକ୍ଷ ବାୟୁ ଅଣୁ ମଧ୍ୟରୁ ଦଶଟି ଅମ୍ଳଜାନ ଅଣୁ ବାୟୁମଣ୍ଡଳରୁ କମିବାରେ ଲାଗିଛି । +ଧୀରେ ଧୀରେ ଅମ୍ଳଜାନ କମୁଛି । +ହାଇପୋକ୍ସିଆ ହେଲା ଜୀବକୋଷର ଅମ୍ଳଜାନର ଅଭାବ । +ଅମ୍ଳଜାନର ହ୍ରାସ ଯୋଗୁ ଜଳଜ ଜୀବମାନଙ୍କ କ୍ଷେତ୍ରର ଜନଙ୍ଗ ଅଙ୍ଗର ବିକାଶ ହୋଇପାରୁନି । +ଫଳରେ ଜୀବନ୍ତ ଶୁକ୍ରାଣୁ ଉପରେ କୁପ୍ରଭାବ ପଡୁଛି । +ତେଣୁ ବଂଶଗତି ବାଧାପ୍ରାପ୍ତ ହେଉଛି । +ରେସସ୍ ମାଙ୍କଡର ବିବର୍ତ୍ତନ ହେତୁ ଉନ୍ନତ ମଣିଷର ସୃଷ୍ଟି । +ହାଇପୋକ୍ସିଆ ଯୋଗୁ ସେମାନଙ୍କର ପ୍ରଜନନ ଓ ଅନ୍ତଃସ୍ରାବୀ ଗ୍ରନ୍ଥି ଉପରେ ପ୍ରଭାବ ପଡୁଛି । +ଯେଉଁ ମଣିଷ ପର୍ବତ ଉପରେ ବାସ କରନ୍ତି, ସେଠାରେ ଅମ୍ଳଜାନ ଅଭାବରୁ ସେମାନଙ୍କଠାରେ ହାଇପୋକ୍ସିଆ ଯୋଗୁ ଯୌନ ନିଷ୍କ୍ରିୟତା ଦେଖାଦିଏ । +ଯଦି ଅମ୍ଳଜାନର ମାତ୍ରା କମି କମି ଚାଲିବ, ତେବେ ମୁଣ୍ଡ ବୁଲାଇବା, ମାନସିକ ଭାରସାମ୍ୟ ରଖି ନ ପାରିବା, ବିଚାର ଶକ୍ତି ହରାଇବା, ଦୁର୍ବଳତା, ବାନ୍ତି ହେବା, ବେହୋସ ହେବା, ଚେତନା ଶକ୍ତି ଲୋପ ପାଇବା ଓ ପରିଶେଷରେ ମୃତ୍ୟୁ ହେବା ନିଶ୍ଚିତ । +ଅମ୍ଳଜାନର ଅଭାବକୁ ଏକ ‘ନୀରବ-ମୃତ୍ୟୁ’ କହିଲେ ଅତ୍ୟୁକ୍ତି ହେବନି । +ବିଜ୍ଞାନର ଆକାଶ ଛୁଆଁ ଅଗ୍ରଗତି ସହିତ ଓତଃପ୍ରୋତ ଭାବେ ଜଡିତ ଆଧୁନିକ ମଣିଷ କିପରି ମୃତ୍ୟୁ ଆଡକୁ ଗତି କରୁଛି, ସେକଥା ଚିନ୍ତା କରିବା ଜରୁରୀ ।