From d7e9e570c3f37758274c54d57b61140b62e32de1 Mon Sep 17 00:00:00 2001 From: Nayan Ranjan Paul Date: Sat, 17 Sep 2022 12:27:49 +0530 Subject: [PATCH] Upload New File --- .../odiasahitya.com/sent_odiasahitya_galpa_12 | 66 +++++++++++++++++++ 1 file changed, 66 insertions(+) create mode 100644 Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_galpa_12 diff --git a/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_galpa_12 b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_galpa_12 new file mode 100644 index 0000000..7724f73 --- /dev/null +++ b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_galpa_12 @@ -0,0 +1,66 @@ +ଦାରୁଭୂତ +- ଗିରି ଦଣ୍ଡସେନା +ତା: ଜୁଲାଇ ୩, ୨୦୧୨ +ମୂଳ ପୃଷ୍ଠା → ଗଳ୍ପ → ଆଧୁନିକ → +ଦେଖିବାକୁ ଗଲେ ଆଦୌ କଷ୍ଟକର କାମ ନୁହେଁ । + ବାଳ ପ୍ରମାଣେ ସୂତାଟାର ବା ଜୋର କେତେ? + କିନ୍ତୁ ପରିସ୍ଥିତି ଦେଖ, ପୋଷାକ ସିଲେଇ ରିଲ୍‌ ସୂତା ଖଣ୍ଡକରେ କେମିତି ଗୋଟେ ଥୁଣ୍ଟା ଗଛଗଣ୍ଡି ସହିତ ବନ୍ଧା ହୋଇ ତିନିଘଣ୍ଟାରୁ ବେଶି ହେବ ନିର୍ଜନ ଟୁଙ୍ଗୁରି ଉପରେ ଏକା ଛିଡା ହୋଇରହିଛି ଯୁବକଟା! + ଅନନ୍ୟୋପାୟ, କିଂକର୍ତ୍ତବ୍ୟବିମୂଢ଼ ହୋଇ! କଣ ହୋଇଛି? +ଏଇଠୁ ଧାନକ୍ଷେତ ଓ ଆମ୍ବତୋଟାର ବିସ୍ତୀର୍ଣ୍ଣ ବ୍ୟାପ୍ତି ପରେ ଅନତିଦୂରେ ଚିତ୍ରପଟ୍ଟ ପରି ଦିଶୁଛି ଛୋଟ ଗାଁଟା! ଦିଶୁଛି ମୁଷ୍ଟିମେୟ ନବନିର୍ମିତ କୋଠାଘର ଉତ୍ତୁଙ୍ଗ ଛାତମାନ । +ଦିଶୁଛି ଜୀର୍ଣ୍ଣ ମନ୍ଦିରର ଧ୍ବଜାଧାରୀ ଚିକ୍‌ଚିକ୍‌ ଚୂଡ଼ା ଓ ବିଶାଳ ବିଶାଳ ଆରଣ୍ୟକ ବୃକ୍ଷରାଜି । +ଏମାନଙ୍କ କରାଳ ଛାୟାରେ ଲୁଚି ଯାଇଛି ନାତ୍ୟୁଚ୍ଚ ଚାଳଛପରର ଘରମାନ! ଏତେ ପାଖରେ ନଈ ବିଲବାଡ଼ି । +ପୁଣି ଶ୍ମଶାନ ଆମ୍ବତୋଟା ଓ ପ୍ରାନ୍ତରେ ଚରୁଥିବା ଗୋରୁଗାଈ । +ସବୁ ନିଜ ଗାଁର! ସବୁ ଆପଣାର! ପାଟି ଫିଟାଇ ଡକା ପାରିଲେ, କେହି ନା କେହି ଶୁଣି ପାରିବେ; ପାଖକୁ ଆସି ବି ପାରିବେ । +ଅଥଚ ସବୁକିଛି ଲାଗୁଛି ପର ପର; ଅପହଞ୍ଚ ଦୂରଦୂର! ସେ ମୂକ ବି ନୁହେଁ, କିନ୍ତୁ ପାଟି କରି ଡାକି ପାରୁନି । + ଏପରି କ’ଣ ହୋଇଛି ଯୁବକଟାକୁ? ଦୁର୍ବଳ ସୂତା ଖଣ୍ଡକ ଛିଣ୍ଡାଇ ବି ପାରୁନି? +ଏକ ଅଜବ କିସମର ବନ୍ଧନ । +ଏକ ବିଚିତ୍ର ପରିସ୍ଥିତି । +କିଛି ଅସୁବିଧା ନାହିଁ, କିନ୍ତୁ ଅସୁବିଧାରେ ପଡ଼ିଥିବ । +ବିଷୟ କିଛି ନୁହେଁ, ଅଥଚ ଗୁରୁତର ବିଷୟ ! ନିଜ ତୃଷାର୍ତ୍ତ ଶୁଷ୍କ ଓଠକୁ ଚାଟି ଶୂନ୍ୟ ବିବର୍ଣ୍ଣ ଆକାଶକୁ ଅନେଇ ଦୀର୍ଘଶ୍ବାସ ଛାଡ଼ୁଛି ଏବଂ ପୁଣି ତଳକୁ ମୁହଁ କରି ଦୁଶ୍ଚିନ୍ତାରେ ବୁଡ଼ିଯାଉଛି । + ଆଉ କେତେ ସମୟ ଏମିତି ଗଛଗଣ୍ଡି ସହ ଭୂତ ଭଳି ବାନ୍ଧି ହୋଇ ରହିଥିବ? +ଏ ପଟେ କ୍ଷୟୀଷ୍ଣୁ ଅପରାହ୍ନଟା କ୍ରମଶଃ ଆତଙ୍କିତ ମଣିଷର ଚେହେରା ପରି ନିଷ୍ପ୍ରଭ ମଳିନ ହୋଇ ଆସୁଛି । + ୟା ପରେ ତ ମାଡ଼ିଆସୁଛି ନିରନ୍ଧ୍ର ଅନ୍ଧକାର ରାତି ! କଣ କରାଯାଇପାରେ? +ବସ୍ତୁତଃ, ଯୁବକଟା ଏଇ ଗାଁର । +ନଥିଲା ପୁଣି କୌଣସି ଚୋର ଚାଣ୍ଡାଳ ଅବା ଅପରାଧୀ! ତା ସଙ୍ଗେ ଉଚ୍ଚ ଶିକ୍ଷିତ ଥିଲେ ବି ନଥିଲା କୌଣସି ସଂଭ୍ରାନ୍ତ ପରାକ୍ରମୀ ପରିବାରର ଦାୟାଦ । +ବରଂ ଥିଲା ଗୋଟେ ନିହାତି ସାଧାରଣ ଘରର ପିଲା । +ଗୋଟେ ଗୁରୁତ୍ବହୀନ ପରିବାରର । +ଅନ୍ୟ ପାଞ୍ଚଜଣଙ୍କ ପରି ପାଠ ପଢ଼ିଥିଲା ଗ୍ରାମ୍ୟ ସ୍କୁଲ୍‌ରେ । +ତାପରେ କଷ୍ଟେମଷ୍ଟେ ପାଖ ବ୍ଲକ୍ ହାଇସ୍କୁଲ୍‌ରେ ପଖାଳ ତୋରାଣି ଖାଇ ନିତି ଆଠ କିଲୋମିଟର ଗୋଟେ ଭଙ୍ଗା ଦଦରା ସାଇକେଲରେ ଯା ଆସ କରି । +ପିଲାଟି କିନ୍ତୁ ବୁଦ୍ଧିମାନ ଏବଂ ଉଚ୍ଚାଭିଳାଷୀ । +ହାଇସ୍କୁଲ ପରେ ବ୍ଲକ୍‌ ଛାଡ଼ି ଗ୍ରାମଠୁ ଅନେକ ଦୂର ଗୋଟେ ଛୋଟ ସହରର କଲେଜରେ ପଢ଼ିଲା ଦାରିଦ୍ୟ୍ର ସତ୍ତ୍ବେ । +ସେଠୁ ପାଶ୍‌ କରି, ତାପରେ ଏକ ବଡ଼ ସହରର ବିଶ୍ବବିଦ୍ୟାଳୟରେ, ଟ୍ୟୁସନ୍‌ଫ୍ୟୁସନ କରି, କିଛି ରୋଜଗାର କରି । +ଏମିତି ସେ ଉଚ୍ଚଶିକ୍ଷିତ ହୋଇଗଲା । +ଉଚ୍ଚ ଡିଗ୍ରୀ ସତ୍ତ୍ବେ ଚାକିରୀ ଖଣ୍ଡେ ପାଇ ପାରିଲା ନାହିଁ । +ଘର ଅବସ୍ଥା ସ୍ବଚ୍ଛଳ ନଥିବାରୁ ବ୍ୟକ୍ତିଗତ ଅର୍ଥ ଖଟାଇ ଆରମ୍ଭ କରି ବି ପାରିଲା ନାହିଁ ନିଜସ୍ବ ବ୍ୟବସାୟଟେ । +କଣ କରିବ, କଣ କରିବ ହୋଇ କର୍ମ ସଂସ୍ଥାନ ପ୍ରଚେଷ୍ଟା ଭିତରେ କିଛି ଦିନ ପାଇଁ ଫେରିଆସିଲା ନିଜ ଗାଁକୁ । +ମନରେ ଅଫୁରନ୍ତ ଆଶା ଏବଂ ଅଜସ୍ର ସୁନେଲି ସ୍ବପ୍ନ ମୁଣ୍ଡେଇ । +ଦୀର୍ଘ ଦଶବର୍ଷ ବାହାରେ ରହି ଏବଂ ପୁଣି ଆସି ଗ୍ରାମୀଣ ଜୀବନ ସହ ଯୋଡ଼ି ହୋଇଗଲା ସତ, କିନ୍ତୁ ସବୁ କେମିତି ଓଲଟପାଲଟ ହୋଇଯାଇଥିଲା । +ପୂର୍ବର ଅଧିକାଂଶ ‘ଅର୍ଥ-ସାମା-ରାଜନୀତି’, ପଟ୍ଟଚିତ୍ର ବଦଳି ଯାଇଥିଲା । +ଅଧିକାଂଶ ବାଲ୍ୟବନ୍ଧୁମାନେ କେମିତି ଗୋଟେ ଖାପଛଡ଼ା ପାଲଟି ଯାଇଥିଲେ- କଥାବାର୍ତ୍ତା, ବ୍ୟବହାର, ଚିନ୍ତାଚେତନା ସବୁ ଜିନିଷରେ । +ମନେ ହେଉଥିଲା, ଗ୍ରାମଟି କେଉଁ ଏକ କରାଳ ଗର୍ତ୍ତରେ ପଡ଼ିଯାଇଥିଲା । +ସେମାନେ ନେତାଗିରି ନୁହେଁ, ଦାଦାଗିରି କରି ଗ୍ରାମ ସହ ପାଖାପାଖି ଅଞ୍ଚଳକୁ ନିଜ ଅକ୍ତିଆରକୁ ନେଇ ଯାଇଥିଲେ ଯେମିତି । +ଯେମିତି ସେମାନଙ୍କ ହୁକୁମ ଓ ମର୍ଜି ଚାଲିଥିଲା ସବୁ କ୍ଷେତ୍ରରେ । +ଜନଜୀବନ ହାହାକାରରେ ଭରି ଯାଇଥିଲା । +ରାଜନେତା ଓ ପ୍ରଶାସନକୁ ସେମାନେ ଏମିତି ପ୍ରଭାବିତ କରି ରଖିଥିଲେ ଯେ, ତାଙ୍କ ଉପରେ କେବଳ ଦୋଷାରୋପ କରାଯାଇ ପାରେ; ମାତ୍ର ଦୋଷ ସାବ୍ୟସ୍ତ କରାଯାଇ ପାରେନା । +ଓଲଟା ଅଭିଯୋଗକର୍ତ୍ତାକୁ ତାଙ୍କର ରୋଷର ଶିକାର ହେବାକୁ ପଡ଼ୁଥିଲା । +ଏ ସବୁ ସତ୍ତ୍ବେ ଯୁବକଟା ହତୋତ୍ସାହ ହୋଇପଡ଼ି ନଥିଲା । +ଗୋଟେ ସଂଘର୍ଷର ମନୋଭାବ ନେଇ, ସମବିଚାର, ସମଦୃଷ୍ଟିଭଙ୍ଗୀ ରଖିଥିବା କିଛି ଉତ୍ସାହୀ ଯୁବକଙ୍କୁ ନେଇ ଗୋଟେ ଶୋଷଣମୁକ୍ତ ସମାଜ ପାଇଁ ଲାଗିପଡ଼ିଲା । +ନିଜର ସ୍ବାର୍ଥହାନି ଆଶଙ୍କାରେ ତଥାକଥିତ ଉଗ୍ର-ଉଦ୍ଧତ୍ତ ବନ୍ଧୁମାନେ ତାକୁ ଡରାଇବାକୁ ଚେଷ୍ଟା କଲେ, ତା କାର୍ଯ୍ୟରେ ନାନା ବାଧା ସୃଷ୍ଟି କଲେ । +କିନ୍ତୁ ଯୁବକଟି ସେ ଅଞ୍ଚଳକୁ ଆସୁଥିବା ସୁଷମ ବଣ୍ଟନ ଖାଦ୍ୟାନ୍ନ ତଥା ବିକାଶମୁଖୀ ଅନୁଦାନ ରାଶିକୁ ଜଗି ରହିଲା, ଯେମିତି ସେସବୁ ଅପବ୍ୟବହୃତ ନ ହୁଏ । +ପୁଣି ଥରେ କିଛି ବ୍ୟକ୍ତି ଗ୍ରାମର ଜଣେ ଯୁବତୀକୁ ଟେକି ନେଇ ପାଖ ନଈକୂଳେ ଧର୍ଷଣ କଲେ । +ଯୁବକଟି ଥାନା ପୋଲିସ କଲା । +କିନ୍ତୁ ସେମାନଙ୍କ ବିରୁଦ୍ଧରେ କିଛି କାର୍ଯ୍ୟାନୁଷ୍ଠାନ ନିଆଗଲାନାହିଁ -ଓଲଟା ଦିନେ ବଳପୂର୍ବକ ତାକୁ ଦ୍ବିପ୍ରହରରେ ଧରି ନେଇ ସେଇ ଟୁଙ୍ଗୁରି ଉପରକୁ ଛାଡ଼ିଦିଆଗଲା । +ଗ୍ରାମ ଲୋକେ ସାଙ୍ଗସାଥୀ କେହି ଭୟରେ ପ୍ରତିବାଦ ସୁଦ୍ଧା କରିବାକୁ ସାହାସ କଲେନାହିଁ । +କେବଳ ମୁକସାକ୍ଷୀ ହୋଇ ନିଷ୍କ୍ରିୟ ଭାବରେ ନିରବଦ୍ରଷ୍ଟା ସାଜି ରହିଥିଲେ । +ନିର୍ଜନ ଟୁଙ୍ଗୁରି ଉପରକୁ ଧରିନେଇ ତାକୁ ଗୋଟେ ଗଛଗଣ୍ଡି ସହ ପୋଷାକ ସିଲେଇ ରିଲ ସୂତାରେ ଦୁଇ ଚାରି ପରସ୍ତ ଗୁଡ଼ାଇ ଦେଇ ଚରମ ଚେତାବନୀ ଦେଲେ- ଯଦି ଏ ସୂତା ଛିଡ଼ାଇବାକୁ ଅପଚେଷ୍ଟା କରୁ, ରେ ଅପରିଣାମଦର୍ଶୀ ସଂସ୍କାରକ, ତେବେ ତୋତେ ଜୀବନରେ ମାରିଦେଇ ଏମିତି ଗାୟବ କରିଦେବୁ ଯେ, ଚିଲଶାଗୁଣା ମଧ୍ୟ ତୋର ଟେର ସୁଦ୍ଧା ପାଇ ପାରିବେ ନାହିଁ; ଖବର୍‌ଦାର୍‌ !! +ସେତେବେଳଠୁ ଅର୍ଥାତ୍‌ ଚାରିପାଞ୍ଚଘଣ୍ଟା ହେଲାଣି, ସେଇମିତି ଅସହାୟ ଦୟନୀୟ ଅବସ୍ଥାରେ କାଠ ଭଳି ଛିଡ଼ା ହୋଇରହିଛି ବିଚରା! ଗାଁ ଆଡକୁ ବାରମ୍ବାର ଚାହୁଁଛି । +କିନ୍ତୁ ସାହାଯ୍ୟ ବା ଉଦ୍ଧାର କରିବାକୁ କେହି ଏପର୍ଯ୍ୟନ୍ତ ଆସିନାହାଁନ୍ତି । +କାପୁରୁଷଙ୍କ ଆସିବାର ସମ୍ଭାବନା ମଧ୍ୟ ନାହିଁ । +ଅପରାହ୍ନ ଢଳି ସନ୍ଧ୍ୟା ଏବଂ ସନ୍ଧ୍ୟା ଢଳି ଅନ୍ଧକାର ମାଡ଼ି ଆସୁଛି । +ଯୁବକଟା ଭାବି ପାରୁନାହିଁ କଣ କରିବ ବୋଲି । +ଯଦିବା ଭାବୁଛି, ଭାବି ଭାବି ଦ୍ବନ୍ଦରେ ପଡି ଯାଉଛି । +କିଛି ନିଷ୍ପତ୍ତି ନେଇ ପାରୁନାହିଁ । + କିନ୍ତୁ ସ୍ପଷ୍ଟ ବୁଝିପାରୁଛି ଯେ, ଏଭଳି ମାରାତ୍ମକ ବନ୍ଧନଟିକୁ ଛିଣ୍ଡାଇବାକୁ ପ୍ରକୃତରେ ଶକ୍ତି ନୁହେଁ, ସାହାସ ଦରକାର!! +ଆଗକୁ ଅନ୍ଧାର ରାତି ମାଡ଼ି ଆସୁଛି । +ଏତିକି ସତ୍ତ୍ବେ ଯାହା ହେବ, ଦେଖାଯିବ ବୋଲି ନିଜକୁ କହିପାରୁନାହିଁ । + କଣ କରିବ ତେବେ?? -- GitLab