diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia43.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia43.txt new file mode 100644 index 0000000000000000000000000000000000000000..862305c1697bff7dee36c555fab0645ed95b9e20 --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia43.txt @@ -0,0 +1,37 @@ +ଡେଙ୍ଗୁ ଜ୍ଵରର ଆୟୁର୍ବେଦ ଚିକିତ୍ସା +ଡେଙ୍ଗୁ ଜ୍ଵର +ସଂପ୍ରତି ପାରିପାର୍ଶ୍ୱିକ କାରଣ ଯୋଗୁଁ ବିଭିନ୍ନ ରୋଗ ଦେଖାଦେଉଛି । +ଏହା ମଧ୍ୟରେ ଡେଙ୍ଗୁଜ୍ଵର ମୁଖ୍ୟ ଭୂମିକା ଗ୍ରହଣ କରିଛି । +ଆୟୁର୍ବେଦ ଚିକିତ୍ସା ବିଜ୍ଞାନରେ ଏହାକୁ ଦଣ୍ଡକ ଜ୍ଵର ବୋଲି କୁହାଯାଏ । +ଏହାର କାରଣ ଓ ପ୍ରତିକାର ସମ୍ପର୍କରେ ସଚେତନତା ଅଭାବରୁ ଲୋକେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । +ଏଣୁ ଏହାର ଲକ୍ଷଣ ପ୍ରକାଶ ପାଇବା କ୍ଷଣି ଚିକିତ୍ସା କରିବା ଆବଶ୍ୟକ । +ବହୁ ପୁରୁଣା କାଳରୁ ଡେଙ୍ଗୁ ଜ୍ଵରର ଚିକିତ୍ସା ଆମଦେଶରେ ରହିଛି । +ଏଣୁ ରୋଗୀ ଭୟଭୀତ ନ ହୋଇ ଡେଙ୍ଗୁ ଜ୍ଵରର ଲକ୍ଷଣ ଦେଖିବା କ୍ଷଣି ଆୟୁର୍ବେଦ ଚିକିତ୍ସକଙ୍କ ପରାମର୍ଶ ନେବା ଆବଶ୍ୟକ । +ଏଡିସ୍ ଇଜିପ୍ଟ ନାମକ ମଶା କାମୁଡିଲେ ଏହି ରୋଗ ହୁଏ । +ଶିଶୁ ଓ ବୟସ୍କଙ୍କୁ ଏହି ରୋଗ ହୁଏ । +ସୁସ୍ଥ ବ୍ୟକ୍ତିକୁ ଡେଙ୍ଗୁ ଭୁତାଣୁ ବାହକ ମଶା କାମୁଡିଲେ, ଭୂତାଣୁ ରକ୍ତକୁ ଯାଇ ଏହି ରୋଗ ସୃଷ୍ଟିକରେ । +ପ୍ରତିବର୍ଷ ପ୍ରାୟ ୧୦୦ ମିଲିୟନ ଲୋକ ଏଥିରେ ଆକ୍ରାନ୍ତ ହୋଇ ପୃଥିବୀରେ ପ୍ରାଣ ହରାଇଥାନ୍ତି । +ମଶା କାମୁଡିବାର ତିନିଦିନ ପରେ ଏହି ରୋଗ ଆରମ୍ଭ ହୋଇଯାଏ । +ଅତିଦୁର୍ବଳ ବୋଧ ହୁଏ । +ଅତ୍ୟଧିକ ଜ୍ଵର ହୁଏ । +ତୀବ୍ର ମୁଣ୍ଡବ୍ୟଥା, ଚକ୍ଷୁର ପଛ ଭାଗ ତୀବ୍ର ବ୍ୟଥା ହୁଏ । +ଅରୁଚି, ବାନ୍ତି, ଅଗ୍ନିମାଦ୍ୟ, ପାଦ , ଗୋଡ ଓ ଦେହରେ ନାଲି ଦାଗ ଦେଖାଯାଏ । +ଜ୍ଵରର ତିନି ଚାରି ଦିନ ପରେ ଗଣ୍ଠି ଦରଜ ଓ ଫୁଲା ହୁଏ । +ଦଶ ଦିନ ବେଳକୁ ଡେଙ୍ଗୁର ସମସ୍ତ ଲକ୍ଷଣ ପ୍ରକାଶ ପାଇଥାଏ । +ଯେଉଁ ସବୁ ନାଲି ଦାଗ ଦେଖା ଯାଏ , ତାହାର କାରଣ ଶିରା ଜାଲକ ଫାଟି ରକ୍ତ ସ୍ରାବ ହେବା । +ଏହି ଭୂତାଣୁ ରକ୍ତ କଣାରେ ଥିବା ଅଣୁ ଚକ୍ରିକାକୁ ନଷ୍ଟ କରିଦିଅନ୍ତି । +ଶରୀରର ସବୁ ମାର୍ଗରୁ ରକ୍ତସ୍ରାବ ହୋଇ ମୃତ୍ୟୁ ହୁଏ । +ଏଣୁ ରୋଗ ଆରମ୍ଭରୁ ଏହାରଚିକିତ୍ସା ଆବଶ୍ୟକ । +ପ୍ରତିକାର +ମଶା ଜନ୍ମ ନ ନେବା ପାଇଁ ପରିବେଶ ସଫା ରଖିବା ଉଚିତ । +ମଶାକାମୁଡାରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ମଶାରୀ ଟାଣି ଶୋଇବା ଆବଶ୍ୟକ । +ଚିକିତ୍ସା +ଏହା ଭଲ ହେବାକୁ ଦୁଇ ସପ୍ତାହ ଲାଗେ । +ଭୟ ଓ ମୂର୍ଚ୍ଛା ଦେଖାଗଲେ ଇଲେକ୍ଟ୍ରୋଲାଇଟ ଘୋଳ ଯଥେଷ୍ଟ ଦେବାକୁ ହୁଏ । +ଜର କମିବା ଯାଏଁ ମୁଣ୍ଡକୁ ଧୋଇବେ କିମ୍ବା ଥଣ୍ଡା ଲୁଗା ମୁଣ୍ଡରେ ରଖିବେ । +୨ଗ୍ରାମ ଶୁଣ୍ଠି ଚୂର୍ଣ୍ଣ ସହ ହିଙ୍ଗୁଳେଶ୍ଵର ରସ ୧୨୫ ମି.ଗ୍ରା, ମହା ସୁଦର୍ଶନ, ଘନ ବଟି ଦୁଇଟି ମନ୍ଦୁ ଓ ଫୁଟା ପାଣି ସହ ଦେବେ । +ତୁଳସୀ ରସ ବାରମ୍ବାର ଦେବେ । +ଅମୃତାରିଷ୍ଟ ୨୦ ମିଲି.ଲେଖାଏଁ ଥଣ୍ଡା ପାଣି ସହ ପାଞ୍ଚଥର ଦିନରେ ଖାଇବେ । +ରକ୍ତ ସ୍ରାବ ହେଲା, ଦୂବରସ କିମ୍ବା ଅଁଳାରସ ବା ଉଭୟ ୨୦ ମିଲି ଲେଖୋଏଁ ଦେବେ । +ଅଣୁ ଚକ୍ରିକା ବଢିବା ପାଇଁ ଅମୃତଭଣ୍ଡା ପତ୍ରରସ ୫୦ ମିଲି ଲେଖାଏଁ ଦୁଇ ତିନିଥର ଦେବେ । +ଶୁଖିଲା ଖାଦ୍ୟ, ଦହି, ରାଗ, ଖଟା ଦେବେନାହିଁ ।