From d9ae00340f4beba9be14ebafdfe27558c91c969b Mon Sep 17 00:00:00 2001 From: Nayan Ranjan Paul Date: Thu, 22 Sep 2022 15:14:18 +0530 Subject: [PATCH] Upload New File --- .../vikashpedia_health_odia41.txt | 27 +++++++++++++++++++ 1 file changed, 27 insertions(+) create mode 100644 Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia41.txt diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia41.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia41.txt new file mode 100644 index 0000000..a25d405 --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia41.txt @@ -0,0 +1,27 @@ +ଗାଲୁଆ +ଉପକ୍ରମ +ଏହା ଏକ ଅତିକଷ୍ଦାୟୀ ଭୂତାଣୁଜନିତ ରୋଗ, ବୟସ ନିର୍ବିଶେଷରେ ସମସ୍ତଙ୍କୁ ହେଉଥିଲେ ମଧ୍ୟ ଶିଶୁମାନଙ୍କୁ ଅଧିକପରିମାଣରେ ଆକ୍ରାନ୍ତ କରେ । +ଏହା ଏକ ସାଂଘାତିକଭାବର ଭଡା ରୋଗ । +ଜ୍ଵର ସହିତ ଗାଲର କାନମୂଳକୁ ଲାଗିଥିବା ପରୋଟିଡ ଗ୍ଲାଣ୍ଡର ପ୍ରଦାହରୁ ରୋଗୀ ପାଟି ଖୋଲିପାରେ ନାହିଁ, ଖାଇବା ପିଇବାରେ ବହୁତ କଷ୍ଟ ଅନୁଭବ କରେ, କଥା କହିପାରେନା ଏବଂ ଅଚିକିତ୍ସା ଓ କୁଚିକିତ୍ସା ଫଳରୁ ଅନେକ ସମୟରେ ଏହା ପାଚିଥାଏ । +ତାହା ପରର ଅବସ୍ଥା ସାଧାରଣଭାବରେ ଅନୁମାନ କରାଯାଇପାରେ । +ପ୍ରଥମରୁ ଏହାର ଚିକିତ୍ସା ହୋମିଓପାଥିରେ କଲେ ୩/୪ ଦିନ ଭିତରେ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରାଯାଇଥାଏ । +ଲକ୍ଷଣ +କିଛି ନାହିଁ ହଠାତ୍ ପ୍ରବଳ ଜ୍ଵର ସହିତ ଅସ୍ଥିରତା ଓ ଘାନା ଘାନା ପାଣି ପିଇବାର ଇଚ୍ଛା ଥିଲେ ଏକୋନାଇଟ – ୨୦୦ ତିନି ଚାରି ଘଣ୍ଟାରେ ଥରେ ଲେଖାଏଁ ଦିଅନ୍ତୁ ; ନଚେତ୍ ପ୍ରବଳ ଜ୍ଵର ସାଙ୍ଗକୁ ଯଦି କାନମୂଳ ଲାଲ୍ ହୋଇ ଧପଧପ୍ କରୁଥାଏ ଓ ସାଂଘାତିକ ମୁଣ୍ଡବ୍ୟଥା ହୁଏ ବେଲାଡୋନା ଦିଅନ୍ତୁ । +ଯଦି ଡାହାଣପଟ ଆକ୍ରାନ୍ତ ହୋଇଥାଏ ତାହାହେଲେ ତ କଥା ନାହିଁ । +ଜ୍ଵର ସହିତ ଶର୍ଦ୍ଦି, ଦେହହାତ ଘୋଳାବିନ୍ଧା ସହିତ ବ୍ୟସ୍ତତା ଥିବ, ବାମପଟ ଗାଲ ଆକ୍ରାନ୍ତ ହୋଇଥିବ, ତାହାହେଲେ ରସଟକ୍ସ ଦେବା ଭଲ । +ଏଥିରେ ଜ୍ଵର, ପୂର୍ବ ଦୁଇଟି ଘଟନା ଭଳି ହଠାତ୍ ଆସେ ନାହିଁ ବା ଏତେ ସାଂଘାତିକ ଭାବରେ ଆକ୍ରମଣ କରେ ନାହିଁ । +ଧୀରେ ଧୀରେ ରୋଗର ବୃଦ୍ଧି ଘଟିଥାଏ । +ଯଦି ମିଳିମିଳା ପରେ ଏହା ଆରମ୍ଭ ହୋଇଥାଏ ତାହାହେଲେ ପଲସେଟିଲା ବିଶେଷ କାର୍ଯ୍ୟକାରୀ । +ଏହାର ସ୍ଵାଭାବିକ ଲକ୍ଷଣ ହେଲା, ବ୍ୟଥା ସହିତ ଶୀତ ଶୀତ ଭାବ ଅଥଚ ଖୋଲା ପବନର ଆବଶ୍ୟକତା ; ଜ୍ଵର ଓ ବ୍ୟଥା ପାଇଁ ପାଟି ଶୁଖି ଅଠା ଅଠା ହୋଇଯାଉଥିଲେ ମଧ୍ୟ ଜଳତୃଷ୍ଣା ଜମାରୁ ନ ଥାଏ । +ସମ୍ପୂର୍ଣ୍ଣ ଏକ ବିପରୀତ ଅବସ୍ଥା ମଧ୍ୟ ଦେଖାଯାଏ । +ପାଟିରୁ ବହୁତ ଲାଳ ବାହାରୁଥିବ ଅଥଚ ଘନଘନ ପାଣି ପିଇବାକୁ ଇଚ୍ଛା କରୁଥିବ ; ଅବିରତ ଝାଳ ବୋହୁଥିଲେ ମଧ୍ୟ ଜ୍ଵରର ଉପଶମ ହେଉ ନ ଥିବ, ପାଟିରୁ ରକ୍ତମିଶା ଲାଳ ବୋହୁଥିବ, ବ୍ୟଥା ଓ ଜ୍ଵର କଷ୍ଟ ସବୁ ରାତିରେ ବଢୁଥିବ, ତାହାହେଲେ ମର୍କୁରିୟାସ ସଲ୍ୟୁବିଲିସ ଦେବା ଦରକାର । +ଏହି ମର୍କରି ପରିବାରର ଆଉ ଗୋଟିଏ ଦୁଇଟି ଔଷଧ ରହିଛି, ମର୍କପ୍ରୋଟୋ ଆୟୋଡ ଓ ମର୍କବିନ୍ ଆୟୋଡ । +ଏ ଦୁଇଟି ଔଷଧର ବ୍ୟବହାର ଗତାନୁଗତିକ ଚିକିତ୍ସାପରେ ଯେତେବେଳେ ଦେଖାଯାଏ ଯେ ଗାଲୁଆର ସମସ୍ତ ଲକ୍ଷଣ, ଉପସର୍ଗ କମିଯାଇଥିଲେ ମଧ୍ୟ ଫୁଲା ସେଇଭଳି ଥାଏ, ସେହି କ୍ଷେତ୍ରରେ ହିଁ ଖୁବ୍ ସୁଫଳ ଦେଇଥାଏ ଫୁଲା କମାଇବା ପାଇଁ । +ଡାହାଣପଟ ଗାଲର ଫୁଲା ପାଇଁ ମର୍କପ୍ରୋଟୋ ଆୟୋଡ ଦେବେ ଓ ବାମପଟ ପାଇଁ ମର୍କବିନ୍ ଆୟୋଡ ବ୍ୟବହାର କରିବେ । +କ୍ଷେତ୍ରବିଶେଷରେ ଦେଖିବେ ଏଭଳି ପାରମ୍ପରିକ ଚିକିତ୍ସାପରେ ଜ୍ଵର, ବ୍ୟଥା ଇତ୍ୟାଦି କମିଗଲେ ମଧ୍ୟ ଉଭୟପଟ ଗାଲର କାନମୂଳ ଫୁଲି ରହିଛି, ପାତିରୁ ଛେପ ବେଶି ବାହାରିବା ସହିତ ସମସ୍ତ ଶରୀରରୁ ଅତିଶୟ ଝାଳ ମଧ୍ୟ ବାହାରୁଛି, ତାହାହେଲେ ପାଇଲୋ କାର୍ପସ – ୬ ଦୋନକୁ ୩ ଥର ହିସାବରେ ଖାଇବାକୁ ଦେଲେ ଫୁଲା ଆଦି କମିଯାଇ ରୋଗୀ ସ୍ବାଭାବୟକ ସ୍ୱାସ୍ଥ୍ୟ ଫେରି ପାଆନ୍ତି । +ଦେଖିବେ, କୌଣସି ଅବସ୍ଥାରେ ଯଦି ଉପସର୍ଗ ସବୁ ନ କମି ଧୀରେ ଧୀରେ ରୋଗୀର ଅବସ୍ଥା ଖରାପ ଆଡକୁ ଯାଉଛି ସମସ୍ତ ସ୍ଵାଭାବିକ ଉପଯୋଗୀ ଔଷଧର ବ୍ୟବହାର ପରେ ମଧ୍ୟ, ପାରୋଟିଡିନମ୍ – ୨୦୦ ମଝିରେ ମଝିରେ ପାନେ ଲେଖାଏଁ ଦେଇ ସ୍ଵାଭାବିକ ନିର୍ଦ୍ଧିଷ୍ଟ ଔଷଧକୁ ଚାଲୁ ରଖିବେ । +ତାହାହେଲେ ଅଚିରେ କମ୍ପଲିକେସନ ସବୁ ଦୂର ହୋଇ ରୋଗୀ ସୁସ୍ଥ ହୋଇ ଉଠିବେ । +ଏହି ପାରୋଟିଡିୟମ ଔଷଧକୁ ବହୁ ବ୍ୟାପକ ଗାଲୁଆ ରୋଗରେ ପ୍ରତିଷେଧକ ଭାବରେ ମଧ୍ୟ ବ୍ୟବହାର କରାଯାଇପାରେ । +ଏଭଳି ବ୍ୟବହାରର ଧାରା ପାଇଁ ମିଳିମିଳା, ହାଡଫୁଟି ଅଧ୍ୟାୟ ଦ୍ରଷ୍ଟବ୍ୟ । +ଗାଲୁଆପାଇଁ ଫାଇଟୋଲାକା ମଧ୍ୟ ଏକ ଫଳପ୍ରଦ ଔଷଧ । +ମନେରଖିବେ, ଫାଇଟୋଲାକା ଯଦି ଲାଗିବ ତାହାହେଲେ ରୋଗୀ ଗାଲରେ ସେକ ସହିପାରିବ । -- GitLab