From dab9fa60cdf9c5aeaa3ba097eb70524c98fe3c89 Mon Sep 17 00:00:00 2001 From: Nayan Ranjan Paul Date: Sat, 17 Sep 2022 12:50:04 +0530 Subject: [PATCH] Upload New File --- .../sent_odiasahitya_nabapratibha_4 | 67 +++++++++++++++++++ 1 file changed, 67 insertions(+) create mode 100644 Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_nabapratibha_4 diff --git a/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_nabapratibha_4 b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_nabapratibha_4 new file mode 100644 index 0000000..f381808 --- /dev/null +++ b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_nabapratibha_4 @@ -0,0 +1,67 @@ +ଅସମ୍ପୂର୍ଣ୍ଣ ଅନ୍ତିମ ପତ୍ର +- ଜୀବର୍ଦ୍ଧନ ରଣା +ତା: ଫେବୃଆରୀ ୨୩, ୨୦୧୧ +ମୂଳ ପୃଷ୍ଠା → ନବ ପ୍ରତିଭା → ଗଳ୍ପ → +“କି ସମ୍ପର୍କ ଦେଇ ଆରମ୍ଭ କରିବି ଭାବିତ ପାରୁନି କିଛି +ତମେ ତମେ ବୋଲି ସମ୍ବୋଧନ ଦେଲି ତମେ ଏକ ପ୍ରଶ୍ନବାଚୀ ?” +ଅମାନ୍ୟ କରିହେବନି-ପ୍ରେମ ଯୁଗେ ଯୁଗେ ପବିତ୍ର । +କିନ୍ତୁ ସ୍ବୀକାରଯୋଗ୍ୟ ନୁହେଁ ଯେ, ପ୍ରେମ ଚୀରଦିନ ନିଷ୍କଳଙ୍କ । +ସ୍ବଚ୍ଛ ଚନ୍ଦ୍ର ଦେହରେ କାଳୀମା ପରି କଳଙ୍କ ସଦୃଶ ପ୍ରେମ ଭିତରେ ମଧ୍ୟ ଛଳନା ଭଳି କଳଙ୍କ ଭରି ରହିଛି । +ତଥାପି…. ଦୂର ଆକାଶର ଚାନ୍ଦ ଆଉ ଦୂର ଦିଗ୍‌ବଳୟର ପାହାଡ଼ ସଦୃଶ ଏହି ପ୍ରେମ ଦେଖିବାକୁ ଖୁବ୍‌ ସୁନ୍ଦର । +ଏହି ସୌନ୍ଦର୍ଯ୍ୟର ଲାଳସା ପଛରେ ଗୋଡ଼ାଇବା ଯାହା, ଜଳ ମନେକରି ମରୁଦ୍ୟାନର ମରିଚୀକା ପଛରେ ଧାଇଁବା ତାହା । +କିନ୍ତୁ…. ଲାଭ କିଛି ନାହିଁ, କେବଳ ଦୁଃଖ, ଯନ୍ତ୍ରଣା ଆଉ ହାହାକାର…. । +ଯେମିତି ଗୋଲାପର ସୌନ୍ଦର୍ଯ୍ୟତା ଲାଭ କରିବାକୁ ଯାଇ ତା ତୀକ୍ଷ୍ଣ କଣ୍ଟାଘାତରେ ବିଷାକ୍ତ ଯନ୍ତ୍ରଣା ପାଇଲା ଭଳି ଏହି ପ୍ରେମ ଭିତରେ ମଧ୍ୟ ବିଶ୍ବାସର ସତ୍ୟତା ଖୋଜିବାକୁ ଯାଇ ତା’ଠାରୁ ମିଳିଥାଏ ମିଥ୍ୟାର ବିଶ୍ବାସଘାତକତା । +ତା’ହେଲେ ସତରେ କ’ଣ ତମ ଭଳି ନାରୀମାନେ ହସ ଛଡ଼ା ଅଶ୍ରୁର ଅର୍ଥ କ’ଣ ବୁଝି ପାରନ୍ତିନି । +ବୋଧ ହୁଏ ନା…. ହୁଏତ ହୋଇଥାଇପାରେ ସେମାନଙ୍କ ହୃଦୟ ପାଷାଣରେ ତିଆରି…. ସତେ ଯେମିତି ସେମାନେ ଗୋଟିଏ ଗୋଟିଏ ପାଷାଣୀ ଅହଲ୍ୟା । + ମୁଁ ଅହଲ୍ୟାର ସ୍ବାମୀ ଭଳି ତମକୁ ଅଭିଶାପ ଦେବି ନା ଆଶୀର୍ବାଦ କରିବି ? +ଠିକ୍‌ ଏଇ ଭଳି ତମେ ଦିନେ ବରଷାର ବିଜୁଳି ହୋଇ ମାୟା ସୃଷ୍ଟିକରି ଚାଲିଆସିଥିଲ ମୋ ନିକଟକୁ । +ମୁଁ ବି ତମରି ହସ୍ତାଙ୍ଗୁଳିକୁ ସାଥୀ ମନେକରି ପାଦ ପକାଇଥିଲି ତମ ସହିତ । +ଶେଷରେ ଅନେକ ଦୂର ପର୍ଯ୍ୟନ୍ତ ତମ ପଛରେ ଧାଇଁ ଦେଖିଲି ତ ତମେ ରହିଗଲ ଦୂରଦିଗ୍‌ବଳୟର ସେ ପାରିରେ । +ଯେତେ ଚେଷ୍ଟା କଲେବି ମୁଁ ପହଞ୍ଚି ପାରିଲିନି ତମ ନିକଟରେ । +ଛୁଇଁ ପାରିଲିନି ତମରି ସେଇ ହସ୍ତାଙ୍ଗୁଳିକୁ । +ବୁଝି ପାରିଲିନି ଏହା ତମର ପ୍ରେମ ନା ପ୍ରତାରଣା । +ସତ କହିବାକୁ ଗଲେ ତମଭଳି ନାରୀମାନେ ହିଁ ହେଉଛନ୍ତି ସମସ୍ତ ଦୁଃଖର ଏକମାତ୍ର କାରଣ । +ଏଇ ନାରୀ ପାଇଁ ଦିନେ ସ୍ବର୍ଣ୍ଣମୟୀ ଲଙ୍କା ଶ୍ମଶାନରେ ପରିଣତ ହୋଇଥିଲା । +ଭାଇ ଭାଇ ମଧ୍ୟରେ ମହାଭାରତ ଯୁଦ୍ଧର ସୃଷ୍ଟି ଘଟିଥିଲା । +ତା’ହେଲେ ସତରେ କ’ଣ ତମ ଭଳି ନାରୀମାନେ ହସ ଛଡ଼ା ଅଶ୍ରୁର ଅର୍ଥ କ’ଣ ବୁଝି ପାରନ୍ତିନି । +ବୋଧ ହୁଏ ନା…. ହୁଏତ ହୋଇଥାଇପାରେ ସେମାନଙ୍କ ହୃଦୟ ପାଷାଣରେ ତିଆରି…. ସତେ ଯେମିତି ସେମାନେ ଗୋଟିଏ ଗୋଟିଏ ପାଷାଣୀ ଅହଲ୍ୟା । + ମୁଁ ଅହଲ୍ୟାର ସ୍ବାମୀ ଭଳି ତମକୁ ଅଭିଶାପ ଦେବି ନା ଆଶୀର୍ବାଦ କରିବି ? +ତମେ ଟିକିଏ ସ୍ମରଣ କରିପାରିବ ଅତୀତର ସେଇ ଘଟଣାବଳୀକୁ । +ଯେଉଁ ଦିନ ତମେ ମୋତେ ମିଥ୍ୟା ପ୍ରେମର ମାୟାରେ ମାୟାୟିତ କରି କଳନାର ଅଭିନୟରେ ନେଇ ଯାଇଥିଲ କେଉଁ ଏକ ଅଜଣା ରାଇଜର ଅଚିହ୍ନା ପାର୍କକୁ । +ମୁଁ କିନ୍ତୁ ଭାବି ପାରିଲିନି ଯେ, ପାର୍କର ପରିସରଟା ପ୍ରେମ ନାଟକର ପ୍ରଥମ ଦୃଶ୍ୟ ନା ଅନ୍ତିମ ଦୃଶ୍ୟ । +କିଛି ସମୟ ପରେ ତମେ ମୋ ପାଇଁ ଆଣିଲ ସ୍ନେହଭରା ମିଷ୍ଟାନ୍ନ ପରିବର୍ତ୍ତେ ବିଷବୋଳା ମିଷ୍ଟାନ୍ନର ମଧୁ ପିଆଲା । +ଠିକ୍‌ ଯେମିତି ମାୟା ନାରୀ ପୁତନା ନିଜ ସ୍ତନରେ ବିଷ ଭରି ଆସିଥିଲା ଶ୍ରୀକୃଷ୍ଣଙ୍କ ନିକଟକୁ । +ତମେ ସେହିପରି ମୋ ସମ୍ମୁଖକୁ ଆସି ପରସି ଦେଲ ସେଇ ବିଷରୂପୀ ପିୟୂଷ । +ମତେ ଭୋଜନାର୍ଥେ ଆଦେଶ ଦେଇ ତମେ ଚାଲିଗଲ ତମ ସଙ୍ଗ ଗହଣକୁ । + ତମେ ତ ଚାଲିଗଲ ହେଲେ ମୁଁ…. +ତା’ପରଦିନ ତମେ ଜଣେ ଦର୍ଶକର ମନୋବୃତ୍ତି ନେଇ ପୁଣି ଚାଲି ଆସିଥିଲ ସେଇ ପାର୍କକୁ ଦେଖିବାକୁ ମୋର ଅକାଳ ମୃତ୍ୟୁର ତାଣ୍ଡବଲୀଳା । +କିଛି ଦୂରରୁ ଥାଇ ଦେଖିଲ ପାର୍କର ଜନଗହଳି ଭିତରେ ପଡ଼ିଥିଲା ଏକ ଶବ । +ତମ ଆଖି କୋଣରୁ ବହିଯାଇଥିଲା କେଇଧାର ଲୁହର ଝରଣା । +କିଏ ଜାଣେ ସେଇ ଲୁହ ଧାର ତ୍ରିବେଣୀର ନା ଛଳନାର । +ଏଇ କେଇ ଟୋପା ଲୁହ ଝରାଇ ଅନ୍ତର ହେଇ ଯାଇଥିଲ ସେଇ ଅଜଣା ରାଇଜର ଅଚିହ୍ନା ପାର୍କର ପାଦ ଦେଶରୁ । +କିନ୍ତୁ ଜାଣିବାକୁ ସାମାନ୍ୟ ଚେଷ୍ଟାଟିଏ ମଧ୍ୟ କଲନାହିଁ ଯେ, ସେ ଶବଟା କାହାର ? ତମେ ବୋଧେ ଭୁଲିଯାଇଥିଲ ଯେ, ମାୟାପୁତନାର କୁହୁକ ମାୟାରୁ ଶ୍ରୀକୃଷ୍ଣଙ୍କ ଜୀବନ ଅନ୍ତ ହୋଇଥିଲା ନା ଅନନ୍ତ ହୋଇରହିଥିଲା । +ମୋ ଜୀବନ ନାଟକ ସହିତ ଅଭିନୟ କରି ତଥାପି ମଧ୍ୟ ତମେ ହୋଇଗଲ ଜଣେ ବ୍ୟର୍ଥ ଅଭିନେତ୍ରୀ| ତମର ଅଭିନୟ ଭିତରେ ରହିଯାଇଥିଲା କିଛି ତୃଟି ଆଉ ଯେଉଁ ତୃଟି ଲକ୍ଷ୍ୟକରି ସାରା ବିଶ୍ବବ୍ରହ୍ମାଣ୍ଡର ଅନ୍ତର୍ଯ୍ୟାମୀ ଶ୍ରୀ ନାରାୟଣ ବଦଳାଇ ଦେଇଥିଲେ ତମ ମନଗଢ଼ା କାହାଣୀର କଳ୍ପିତ ଦୃଶ୍ୟାବଳୀକୁ । +ଆଉ ସେଇ ଦୃଶ୍ୟ ମୁଁ ମଧ୍ୟ ଉପଭୋଗ କରୁଥିଲି ସେଇ ପାର୍କରେ ଥାଇ କିନ୍ତୁ ଶବ ହିସାବରେ ନୁହେଁ ଠିକ୍‌ ତମଭଳି ଜଣେ ଦର୍ଶକ ହିସାବରେ କାରଣ ମୁଁ ସେ ପର୍ଯ୍ୟନ୍ତ ଜାଣି ନ ଥିଲି ଯେ, ମୋ ଭୂମିକାରେ ଅନୂରୂପ ଅଭିନୟ କରି ମୋ ସ୍ଥାନରେ ମୃତ୍ୟୁବରଣ କଲା ଆଉ ଜଣେ କିଏ ? ତା’ହେଲେ ସେ ଶବଟି କାହାରି ? ମୁଁ କେବଳ ଏତକି ଜାଣେ ଯେ, ତମେ ମୋତେ ମିଷ୍ଟାନ୍ନ ଖାଇବାକୁ ଦେଇ ଚାଲି ଯାଇଥିଲ ଅନ୍ୟ କେଉଁଠିକୁ । +ମୁଁ ଅପେକ୍ଷା କଲି ତମ ଫେରନ୍ତା ପଥକୁ କିନ୍ତୁ ଜାଗ୍ରତ ନୁହେଁ ସୁପ୍ତ ଅବସ୍ଥାରେ । +ହଠାତ୍‌ ଉଠି ଦେଖେତ ସେଠାରେ ତମେ ନ ଥିଲ ଅଥଚ଼ ବିଷ ମିଷ୍ଟାନ୍ନକୁ ଖାଇ ମୃତ୍ୟୁର ସମାଧି କୋଳରେ ଶୋଇ ରହିଥିଲା ଆଉ ଜଣେ । +ଏହା ସ୍ବପ୍ନ ନା ସତ୍ୟ । +ବୁଝି ପାରିଲି ତମ ଛଳନା, ତମ ପ୍ରତାରଣା, ଜାଣିପାରିଲି ତମ ପ୍ରେମ କେତେଦୂର ସତ୍ୟ, କେତେଦୂର ମିଥ୍ୟା । +ସତରେ ନାରୀମାନେ କ’ଣ ପ୍ରକୃତରେ ଏଭଳି ନିଖୂଣ ଅଭିନୟ କରିପାରନ୍ତି । +ତା’ହେଲେ ପୁରୁଷମାନେ କ’ଣ ନାରୀମାନଙ୍କ ହାତରେ ଗୋଟିଏ ଗୋଟିଏ ମାଟିର କଣ୍ଢେଇ ? ସେମାନେ ଯେତେବେଳେ ଚାହିଁବେ ତାକୁ ଭାଙ୍ଗି ପକେଇବେ । +କିନ୍ତୁ ମୁଁ ଥିଲି ସରଳ, ଯେହେତୁ ମୁଁ ଛଳନା କରି ଜାଣି ନ ଥିଲି । +ମଥାରେ ଅବଗୁଣ୍ଠନ ତଥା ସୀମନ୍ତରେ ସିନ୍ଦୁର ଲଗାଇ ସମସ୍ତ ନାରୀ କ’ଣ ବଧୂ ହୋଇପାରନ୍ତି । +ହିନ୍ଦୁ ଶାସ୍ତ୍ରାନୁସାରେ ବଧୂହେବା ନିମନ୍ତେ ପବିତ୍ର ମନ ଆବଶ୍ୟକ । +ଆଉ ସତ କହିବାକୁ ଗଲେ ବିବାହ କରିବା ପୂର୍ବରୁ ତମ ମନ କ’ଣ ଅପବିତ୍ର ହୋଇନାହିଁ । +ମୁଁ ଜାଣେନା ତମ ହୃଦୟରେ ମୋ ପାଇଁ କିଛି ସ୍ଥାନ ଅଛି କି ନା ! କିନ୍ତୁ ସେ ଯାହାବି ହେଉନା କାହିଁକି ତୁମେ ଆଜି ବହୁତ ଦୂରରେ । +ନିଜକୁ ଖୁସି କରିବା ନିମନ୍ତେ ତୁମେ ମୋ ନାମରେ ଅନେକ ଅପପ୍ରଚାର ଚଳାଇଛ । +ଯେତେବେଳେ ତୁମ ସାଥୀମାନେ ମୋ ବିଷୟରେ ପ୍ରଶ୍ନ କରନ୍ତି । +ତୁମେ ତାଙ୍କ ଉତ୍ତରରେ ଭରି ଦେଉଛ ମୁଁ ଏକ ଚରିତ୍ରହୀନ ବେକାର ବ୍ୟକ୍ତି ବୋଲି । +ହେଲେ ମୁଁ ପ୍ରତିଜ୍ଞା କରୁଛି ତୁମପରି ମୋ ଜୀବନକୁ ସୁଖମୟ କରିବାକୁ, ତମ ଜୀବନରେ କେବେ ଦୁଃଖର ଝରଣା ବୋଳିବାକୁ ଦେବି ନାହିଁ । +ତୁମେ ମନେ ମନେ ଭାବୁଥିବ ଯେ, ମୁଁ ତମ ପ୍ରେମର ଶିକାର ହୋଇ ଆଜି ମଧ୍ୟ ତମ ବିଚ୍ଛେଦ ନିଆଁରେ ଜଳି ଜଳି ଅନୁତାପ କରୁଛି । +ହେଲେ ତମ ସହିତ ଅନେକ ଦିନ ଏକତ୍ର ମିଳିମିଶି ରହିଥିଲେ ମଧ୍ୟ ତମ ଦେହକୁ ସୁଦ୍ଧା ସ୍ପର୍ଶ କରିନାହିଁ । +କାହିଁକି ନା ମୁଁ ଜଣେ ନାରୀମାସଂ ଲୋଭି ଋପ କାଙ୍ଗାଳ ନଥିଲି କାରଣ ମୁଁ ତୁମର ମନକୁ ଭଲ ପାଉଥିଲି, ଯେହେତୁ ଋପର ମୃତ୍ୟୁ ଅଛି । +ହଁ…. ମୁଁ ଆଜି ତମ ପାଇଁ କେହି ନୁହେଁ । +ପ୍ରକୃତରେ ମୁଁ ଆଜି ତମ ପ୍ରେମ ଯୁଦ୍ଧର ପରାଜିତ ସୈନିକ । + ତମେ ମୋତେ ଭୁଲି ଯାଇଛ ସତ, ମୁଁ କିନ୍ତୁ ଭୁଲି ପାରିବିନି ବିଶ୍ବାସଘାତରେ ବିଷ ଦେଇଥିବା ତମ ଛଳନା ଭରା ଅସତ୍ୟ ପ୍ରେମକୁ ତଥା ଏ ମହାନ ଆଘାତକୁ କାରଣ- +“ରୋହତେ ସାୟକୈ ବିଦ୍ବଂ ବନଂ ପରଶୁନାହତମ୍‌ +ବାଚା ଦୂଋକ୍ତଂ ବିଭତ୍ସଂ ନ ସଂରୋହତ ବାକ୍ଷତମ୍‌ ।” -- GitLab