diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia54.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia54.txt new file mode 100644 index 0000000000000000000000000000000000000000..888bd0d0d6f93e933eb328a1fc627c536e9e96d6 --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia54.txt @@ -0,0 +1,57 @@ +ନିମ୍ବରେ ରହିଛି ବହୁତ ଉପକାରୀ ଗୁଣ +ନିମ୍ବ +ନିମ୍ବ ଅତି ଗୁଣକାରୀ ବନୌଷଧୀ ମାନଙ୍କ ଭିତରୁ ନିମ୍ବ ଅନ୍ୟତମ । +ନିମ୍ବତେଲ ଅନେକ ପ୍ରକାରରଚର୍ମରୋଗରେ ବ୍ୟବହାର କରାଯାଏ । +ବସନ୍ତ ଋତୁ ଆଗରୁ ନିମ୍ବକଢ଼ ଭଜା ଖାଇଲେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢେ । +ଆପଣ ଜାଣନ୍ତି କି ନିମ୍ବ ପତ୍ରରେ କିଛି ଏପରି ଗୁଣ ଅଛି ଯାହାର ପାଣିକୁ ବ୍ୟବହାର କରି ଆପଣଙ୍କ ଅନେକ ରୋଗ ଭଲ ହୋଇଯିବ । +ନିମ୍ବ ଏମିତି ଏକ ଔଷଧୀୟ ବୃକ୍ଷ ଯାହାର ପ୍ରତି ଅଂଶରେ ଶରୀରର ଲାଭ ପାଇଁ ବ୍ୟବହୃତ ହୋଇପାରିବ । +ନିମ୍ବ ପତ୍ରରେ ଆଣ୍ଟିମାଇକ୍ରୋବ୍ୟାକ୍ଟେରିଆଲ ଗୁଣ ରହିଛି, ଯାହା ଅନେକ ବଡ଼ ବଡ଼ ରୋଗ ପାଇଁ ରାମବାଣ ସାବ୍ୟସ୍ତ ହୋଇଥାଏ । +ଜୀବଜଗତରେ ବିଭିନ୍ନ ପ୍ରକାର ବୃକ୍ଷ ଦେଖିବାକୁ ମିଳିଥାଏ । +ଏମାନଙ୍କ ମଧ୍ୟରୁ ଅନେକ ଗଛରେ ବହୁତ ପରିମାଣର ଔଷଧୀୟ ଗୁଣ ଭରି ରହିଥାଏ । +ନିମ୍ବ ଗଛ ଏଥି ମଧ୍ୟରୁ ଏକ । +ଏହି ଗଛରେ ବହୁ ପରିମାଣର ଔଷଧୀୟ ଗୁଣ ଭରରହିଛି । +ଆୟୁର୍ବେଦରେ ନିିମ୍ବ ଗଛର ଜଳିବୁଟିକୁ ପ୍ରାଧାନ୍ୟ ଦିଆଯାଏ । +ମଧୁମେହ ରୋଗରୁ ରକ୍ଷା ପାଇବା ପାଇଁ ବି ଏହା ବହୁ ଉପକାରୀ ଅଟେ । +ଏହି ଗଛକୁ ବହୁ ପ୍ରକାର ରୋଗକୁ ଭଲ କରିବା ପାଇଁ ମଧ୍ୟ ବ୍ୟବହାର ହୋଇଥାଏ । + ଆସନ୍ତୁ ଜାଣିବା ନିମ୍ବର କିଛି ଲାଭକାରୀ ଗୁଣ ବିଷୟରେ . +ଗୁଣ +ମୁହଁରେ ଯଦି ଆପଣଙ୍କର ବ୍ରଣ ବାହାରୁଛି, ତାହା ହେଲେ ନିମ୍ବ ପତ୍ରକୁୁ ମିଶ୍ରଣ କରନ୍ତୁ । +ତା’ପରେ ଆପଣଙ୍କ ମୁହଁରେ ଏହି ମିଶ୍ରଣକୁ ଲଗାନ୍ତୁ । +ଏହି ମିଶ୍ରଣ ଲଗାଇବା ପରେ ଦେଖିବେ ଆପଣଙ୍କ ଚେହେରାରୁ ମୃତକୋଷ ସବୁ ବାହାରିଯିବେ । +ନିମ୍ବ ପତ୍ରକୁ ଅନ୍ୟ ଏକ କାରଣରେ ମଧ୍ୟ ବ୍ୟବହାର କରିପାରିବା । +ସକାଳୁ ଉଠି ୧୦ଟି ନିମ୍ବ ପତ୍ରକୁ ଖାଲି ପେଟରେ ଖାଆନ୍ତୁ । +ନିୟମିତ ଏପରି କିରବା ଦ୍ୱାରା ବିଭିନ୍ନ ପ୍ରକାରର ଶାରୀରକ ଓ ମାନସିକ ଅସୁସ୍ଥତାରୁ ମୁକ୍ତି ପାଇବେ । +ଯଦି ଆପଣଙ୍କ ମୁହଁରେ ବ୍ରଣ ବାହାରୁଛି । +ତା’ହେଲେ ନିମ୍ବ ପତ୍ରକୁ ପାଣିରେ ଫୁଟାଇ ଗାଧାନ୍ତୁ । +ଦେଖିବେ ଆପଣ ବ୍ରଣରୁ ଉପଶମ ପାଇବେ । +କିଛି ଲୋକ ଅଛନ୍ତି, ପାଗ ବଦଳିବା ସହିତ ତାଙ୍କ ଶରୀରରେ ବିଭିନ୍ନ ପ୍ରକାର ଚର୍ମ ରୋଗରେ ଦେଖାଯାଏ । +ତାହା ପାଇଁ ଆପଣ ଚିନ୍ତାରେ ରହୁଛନ୍ତି କି ? ଏହି ଏଲର୍ଜିରୁ ମୁକ୍ତି ପାଇବା ଚାହୁଛନ୍ତି କି ? ତା’ହେଲେ ନିମ୍ବ ପାଣିରେ ଗାଧାନ୍ତୁ । +ସପ୍ତାହରେ ତିନି ଥର ଏପରି କରନ୍ତୁ । +ଦେଖିବେ ଆପଣଙ୍କୁ ଏହା ପରେ ବହୁ ଆରାମ ଳାଗିବ । +କୁହାଯାଏ କି ମ୍ୟାଲେରିଆ ଓ ଡେଙ୍ଗୁ ଜାତୀୟ ରୋଗ ହେଲେ ମଧ୍ୟ ନିମ୍ବ ଗଛର ପତ୍ର ବହୁତ ଉପକାରୀ । +ଯଦି ଆପଣଙ୍କ ଦାନ୍ତରେ ମଇଳା ଦେଖାଯାଉଛି, ତେବେ ନିମ୍ବ ଗଛର କାଠିରେ ଦାନ୍ତ ଘଷନ୍ତୁ । +ଏହା ପରେ ଆପଣଙ୍କ ଦାନ୍ତ ପୁରା ଚକଚକ୍ ହୋଇଯିବ । +ଯଦି ଆପଣଙ୍କର ତ୍ୱଚା ସମ୍ମନ୍ଧୀୟ କିଛି ସମସ୍ୟା ଅଛି, ତେବେ ନିମ୍ବ ପାଣିରେ ଗାଧୋଇବା ଦ୍ୱାରା ଏହା ଦୂର ହୋଇଥାଏ । +ବସନ୍ତ ରୋଗରେ ପୀଡ଼ିତ ବ୍ୟକ୍ତିଙ୍କୁ ମଧ୍ୟ ନିମ୍ବ ପାଣିରେ ଗାଧୋଇବା ପାଇଁ ପରାମର୍ଶ ଦିଆଯାଏ । +ଯଦି ଆପଣଙ୍କ ଚେହେରାରେ ବ୍ରଣ ହୋଇ ଦାଗ ରହିଯାଇଛି ତେବେ ଏପରିସ୍ଥଳେ ଆପଣ ନିମ୍ବର ପାଣି ବ୍ୟବହାର କରିପାରିବେ । +ତେବେ ଏଥିପାଇଁ ସପ୍ତାହକୁ ୩-୪ ଥର ନିମ୍ବ ପାଣିରେ ଗାଧୋଇବାକୁ ପଡ଼ିବ । +ଯେଉଁ ଲୋକଙ୍କ ଶରୀରୁ ଦୁର୍ଗନ୍ଧ ବାହାରୁଛି ସେମାନେ ନିମ୍ବ ପାଣିରେ ଗାଧୋଇବା ଦ୍ୱାରା ସମସ୍ୟା ଦୂର ହୁଏ । +ରୂପି ସମସ୍ୟାରୁ ମୁକ୍ତି ପାଇବା ପାଇଁ ମଧ୍ୟ ନିମ୍ବ ପତ୍ରର ପାଣି ବ୍ୟବହାର କରିପାରିବେ । +ନିମ୍ବ ପତ୍ର ପାଣିରେ କେଶ ଧୋଇବା ଦ୍ୱାରା କେବଳ ରୂପି ସମସ୍ୟା ଦୂର ହୁଏନାହିଁ କେଶରେ ଚମକ ମଧ୍ୟ ବଢ଼େ । +ସିଝା ନିମ୍ବ ପାଣିରେ ଗାଧୋଇବା ଦ୍ୱାରା ଆଖି ରୋଗରୁ ମୁକ୍ତି ମିଳେ । +ତେଣୁ ଆପଣ ଯଦି ଆଖି ରୋଗରେ ପୀଡ଼ିତ ତେବେ ନିମ୍ବ ପାଣିରେ ଗାଧୋଇବା ଉଚିତ୍ । +କିପରି ପ୍ରସ୍ତୁତ କରିବେ ନିମ୍ବ ପାଣି +କିଛି ନିମ୍ବ ପତ୍ର ଆଣି ତାକୁ ପ୍ରଥମେ ଧୋଇ ଦିଅନ୍ତୁ । +ଏକ ବଡ଼ ବାସନରେ ପାଣି ଫୁଟାଇ ସେଥିରେ ନିମ୍ବ ପତ୍ର ପକାନ୍ତୁ । +ପତ୍ର ପକାଇବା ପରେ ପାଖାପାଖି ୫ ରୁ ୧୦ ମିନିଟ୍ ସିଝାନ୍ତୁ । +ଯେତେବେଳେ ପାଣିର ରଙ୍ଗ ହାଲୁକା ହଳଦିଆ ହୋଇଗଲେ ଆଞ୍ଚରୁ ପାଣିକୁ ଓହ୍ଲାଇ ଆଣନ୍ତୁ । +ଏବେ ଉକ୍ତ ପାଣିକୁ ଛାଣି ଦିଅନ୍ତୁ । +ଏବେ ଏହି ପାଣିକୁ ଆପଣ ବ୍ୟବହାର କରିପାରିବେ । +ପ୍ରକୃତିରୁ ମିଳୁଥିବା ସୌନ୍ଦର୍ଯ୍ୟ ବୃଦ୍ଧିକାରୀ ବୃକ୍ଷଲତା ମଧ୍ୟରେ ନିମ୍ବର ସ୍ଥାନ ଅନନ୍ୟ । +ପ୍ରାକୃତିକ ଉପାୟରେ ସ୍ବାସ୍ଥ୍ୟରକ୍ଷା ଏବଂ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଅନାଦି କାଳରୁ ଏହା ବ୍ୟବହୃତ । +ତେବେ ଆସନ୍ତୁ ଜାଣିବା ଏହାର କେତୋଟି ଉପାଦେୟ ବ୍ୟବହାର ସମ୍ପର୍କରେ- ମୁଖବ୍ରଣର ଉପଚାର ପାଇଁ ନିମ୍ବ: ଅଳ୍ପ କେତୋଟି ନିମ୍ବପତ୍ର ନେଇ ପାଣିରେ କିଛି ସମୟ ଫୁଟାନ୍ତୁ । +ଏହି ପାଣିକୁ ତୁଳା ସାହାଯ୍ୟରେ ନେଇ ମୁହଁରେ ଧୀରେଧୀରେ ଲଗାଇଲେ ବ୍ରଣରୁ ଉପଶମ ମିଳିଥାଏ । +ଶୁଷ୍କ ତ୍ୱଚାର ଉପଚାର: ଯଦି ଆପଣଙ୍କ ମୁହଁର ତ୍ୱଚା ଅତ୍ୟନ୍ତ ଶୁଷ୍କ, ତେବେ ଆପଣ ଏହି ଉପଚାର ଆପଣେଇ ପାରିବେ । +ଅଳ୍ପ ପରିମାଣରେ ନିମ୍ବ ପାଉଡର ସହ କେଇ ବୁନ୍ଦା ଅଙ୍ଗୁର ମଞ୍ଜିର ତେଲ ବା ଗ୍ରେପ୍‌ ସିଡ୍‌ ଅଏଲକୁ ମିଶାଇ ଏକ ପେଷ୍ଟ ତିଆରି କରନ୍ତୁ । +ଏହାକୁ ମୁହଁରେ ଲଗାଇ ୧୫ମିନିଟ ଯାଏ ରଖନ୍ତୁ । +ଏହାପରେ ଥଣ୍ଡା ପାଣିରେ ମୁହଁକୁ ଧୋଇଦିଅନ୍ତୁ ।