From dc1a13772f57b02f03d7ebfcfe99932a877510b5 Mon Sep 17 00:00:00 2001 From: Nayan Ranjan Paul Date: Tue, 27 Sep 2022 11:34:19 +0530 Subject: [PATCH] Upload New File --- .../vikashpedia_health_odia107.txt | 32 +++++++++++++++++++ 1 file changed, 32 insertions(+) create mode 100644 Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia107.txt diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia107.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia107.txt new file mode 100644 index 0000000..fd5a211 --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia107.txt @@ -0,0 +1,32 @@ +ଅଂଶୁଘାତ +ଉପକ୍ରମ +ଅତ୍ୟଧିକ ଖରାରେ ଶରୀରର ତାପମାତ୍ରା ବଢିଗଲେ ବ୍ୟକ୍ତି ଅଂଶୁଘାତର ଶିକାର ହୁଏ ଯେତେବେଳେଶରୀରରେ ତାପମାତ୍ରା ୪୦.୬ ଡିଗ୍ରୀ ସେଲସିୟମ୍ ଅବା ୧୦୫.୧ ଡିଗ୍ରୀ ଫାରେନାଇଟ୍ ରୁ ଅଧିକ ହୁଏ ଅଂଶୁଘାତ ହୋଇଥାଏ । +କାରଣ +ଅତ୍ୟଧିକ ଖରା ଯୋଗୁଁ ଶରୀରର ତାପମାତ୍ରା ୪୦.୬ ଡିଗ୍ରୀରୁ ଅଧିକ ବୃଦ୍ଧି ପାଏ । +ଅର୍ଥାତ୍ଶରୀରରତାପମାତ୍ରା ଅସ୍ଵାଭାବିକ ଭାବରେ ବଢିଯାଏ । +ଲକ୍ଷଣ +ତ୍ଵଚା ଶୁଖିଯାଏ, ତାତିଯିବା ସହ ଲାଲ୍ ପଡିଯାଏ । +ହୁତ୍ ସ୍ପନ୍ଦନ ହ୍ରାସ ଯାଏ । +ଶ୍ଵାସକ୍ରିୟାର ବେଗ ବଢିଯାଏ, ଚେତା ଶୂନ୍ୟ ହୋଇଯାଏ, ମାଂସପେଶୀ ଦୁର୍ବଳ ହୋଇଯାଏ, ତଣ୍ଟି ଶୁଖିଯାଏ, ମୁଣ୍ଡବ୍ୟଥା ହୁଏ, ଦେହ ହାତ ଘୋଳାବିନ୍ଦ ହେବା ସହ ବାନ୍ତି ଓ ଦୁର୍ବଳ ଲାଗେ ଆଦି ବିଭିନ୍ନ ପ୍ରକାର ଲକ୍ଷଣ ଦେଖାଯାଏ । +ନିରାକରଣ +ରୋଗୀକୁ ଥଣ୍ଡା ସ୍ଥାନକୁ ନେଇଯାଆନ୍ତୁ । +ଏୟାର – କଣ୍ଡିସନ୍ ର ରୁମ୍ କୁ ନେଇଗଲେ ଭଲ । +ଯଦି ଏହି ସୁବିଧା ନଥାଏ ତେବେ ଛାଇ ସ୍ଥାନରେ ରଖନ୍ତୁ । +ରୋଗୀକୁ ପ୍ରଚୁର ପରିମାଣରେ ଥଣ୍ଡା ପାଣି, ଲେମ୍ବୁ – ଲୁଣ ସରବତ ତୋରାଣି, କାଞ୍ଜି ପାଣି, ପଇଡ ପାଣି ଓ ଓ.ଆର.ଏସ୍ ପାଣି ପିଇବାକୁ ଦିଅନ୍ତୁ । +ରୋଗୀଠାରେ ଥଣ୍ଡା ପାଣି ଛିଞ୍ଚନ କରିପାରିବେ, ଓଦା କପଡାରେ ଦେହକୁ ବାରମ୍ବାର ପୋଛନ୍ତୁ । +ରୋଗୀକୁ ଥଣ୍ଡା ପାଣିରେ ଗାଧୋଇ ଦେଇପାରିବେ । +ଉତ୍ତମ ରକ୍ତ ସଞ୍ଚାଳନପାଇଁ ରୋଗୀର ଚର୍ମକୁ ସମାଜ୍ କରନ୍ତୁ । +ରୋଗୀ ଚେତାଶୁନ୍ୟ ହୋଇଥିଲେ, ତା’ ପାଟିରେ କୌଣସି ଜିନିଷ ପୁରାଇ ରଖନ୍ତୁ ନାହିଁ । +ପାଟି ଖୋଲିବା ପାଇଁ କିଛି ପୁରାଉଥିଲେ , ସଙ୍ଗେ ସଙ୍ଗେ ବାହାର କରି ଆଣିବା ଦରକାର । +ଆଚେତ ଅବସ୍ଥାରେ ରୋଗୀ ଥିଲେ ତାଙ୍କୁ ପାଣି ପିଆନ୍ତୁ ନାହିଁ । +ରୋଗୀକୁ ଡାକ୍ତରଙ୍କ ପାଖକୁ ନେଇଯାଆନ୍ତୁ । +ଅତ୍ୟଧିକ ତାପମାତ୍ରା ରୋଗର କାରଣ +ଆମେ ଗ୍ରୀଷ୍ମ ପ୍ରଧାନ ଅଞ୍ଚଳରେ ରହୁ । +ତେଣୁ ଅଳ୍ପ ବହୁତେ ଅଧିକ ଖରା ସହ ଆମେ କିଛି ମାତ୍ରାରେ ଅଭ୍ୟସ୍ତ । +ଏପ୍ରିଲ ମାସରେ ୪୫-୪୬ ଡିଗ୍ରୀ ସେଣ୍ଟିଗ୍ରେଡ୍ ର ତାପମାତ୍ରା ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି । +ଶରୀରର ବିଭନ୍ନ ଅଙ୍ଗରେ ଏହାର ପ୍ରଭାବ ପଡିଛି । +ସାଧାରଣତଃ ଏହାର ପ୍ରଭାବ ଆଖି, ତ୍ଵଚା, ମୁହଁ, ଯାହାକି ବାହାରକୁ ଦେଖାଯାଏ, ତା’ର ଉପରେ ବେସୀ ପଡେ । +ଏହାବ୍ୟତୀତ ଅତ୍ୟଧିକ ଖରାରେ କାମ କାଲେ ବ୍ୟକ୍ତି ଆଂଶୁଘାତର ଶିକାର ହୁଏ । +ଏଣୁ ଅତ୍ୟଧିକ ଖରାରେ କାର୍ଯ୍ୟ କରନ୍ତୁ ନାହିଁ କି ବାହାରକୁ ବାହାରନ୍ତୁ ନାହିଁ । +ଅତି ଜରୁରି ଥିଲେ ସାଙ୍ଗରେ ଛତା, କଳା ଚଷମା, ଟୋପି ପାଣି ଓ ଓଦା ଗାମୁଛା ନେଇ ଯାଆନ୍ତୁ । +ବିଶେଷ କରି ଡାଇବେଟିସ୍, ବ୍ଲଡ୍ ପ୍ରେସର ଓ ମାନସିକ ରୋଗୀ ଏବଂ ଆଜ୍ମା ରୋଗରେ ଔଷଧ ଖାଉଥିବା ବ୍ୟକ୍ତି ଅଧିକ ସତର୍କ ରହିବା ଜରୁରି । -- GitLab