From dd51ccce54e244cbfb05f78b00667fc08f7f421a Mon Sep 17 00:00:00 2001 From: Nayan Ranjan Paul Date: Sat, 17 Sep 2022 12:49:50 +0530 Subject: [PATCH] Upload New File --- .../sent_odiasahitya_nabapratibha_5 | 83 +++++++++++++++++++ 1 file changed, 83 insertions(+) create mode 100644 Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_nabapratibha_5 diff --git a/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_nabapratibha_5 b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_nabapratibha_5 new file mode 100644 index 0000000..3272c4c --- /dev/null +++ b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_nabapratibha_5 @@ -0,0 +1,83 @@ +ଭିନ୍ନ ଇଲାକା + ବିଜୟ କୁମାର ମିଶ୍ର , ଭୁବନେଶ୍ବର +ତା: ଜାନୁଆରୀ ୨୮, ୨୦୧୧ +ମୂଳ ପୃଷ୍ଠା → ନବ ପ୍ରତିଭା → ଗଳ୍ପ → +କୋଦାଳଟା ଥୋଇ ଜଗୁଆ ଅଣ୍ଟା ସଳଖିଲା । +କପାଳ ଉପରେ ବିଶି ଆଙ୍ଗୁଠିଟାକୁ ୱାଇପର ଭଳି ବୁଲାଇ ଆଣି ଜମି ଆସୁଥିବା ଝାଳ ପୋଛୁପୋଛୁ ଆକାଶରେ ସୂର୍ଯ୍ୟଙ୍କ ଅବସ୍ଥିତି ଦେଖି ସମୟ ଜାଣିବାପାଇଁ ଚେଷ୍ଟା କଲା – ନା’ ବେଳ ବେଶୀ ହୋଇନି । +ସକାଳେ ପିଲା ତିନିଟାକୁ ଗାଁ ସ୍କୁଲ ପାଖରେ ଛାଡିଦେଇ ଆସିଥିଲା । +କାଲି କାମରୁ ଫେରିଲାବେଳେ ସ୍କୁଲ ସାର୍ କହିଥିଲେ, ପିଲାମାନଙ୍କୁ ପରିଷ୍କାର କରି ସ୍କୁଲକୁ ପଠାଇବା ପାଇଁ, କାଲି ଗଣତନ୍ତ୍ର ଦିବସ । +ଗଣତନ୍ତ୍ର ଦିବସ କ’ଣ ସେ କହିପାରିବ ନାହିଁ । +ଖାଲି ଏତିକି ସେ ଜାଣିଛି ଯେ ପିଲାମାନେ ଗୀତ ଗାଇ, ପତାକା ଧରି ଗାଁ ବୁଲନ୍ତି । +ସାଆନ୍ତ ସାହିର ପିଲାମାନେ ସୁନ୍ଦର ସୁନ୍ଦର ପୋଷାକ ପିନ୍ଧି ଧାଡି ଆଗରେ ଥାଆନ୍ତି । +ଆମ ସାହିର ପିଲାମାନେ ପଛରେ ଥାଆନ୍ତି ପୁରୁଣା ଲୋଚାକୋଚା ପ୍ୟାଣ୍ଟସାର୍ଟ ପିନ୍ଧି । +ଗୋଡ଼ରେ ଜୋତା ନ ଥାଏ । +ଆଣ୍ଠୁଏ ବହଳର ଧୂଳି ଲାଗିଯାଇଥାଏ । +ଦୂରରୁ ସ୍ପଷ୍ଟ ବାରିହୋଇପଡେ ସେ ସାଆନ୍ତ ସାହିର ପିଲା ଆଉ ଏ ଅନ୍ୟ ସାଇର ପିଲା । +ମଝିରେ ମଝିରେ ମାଷ୍ଟ୍ରେ ସୁସୁରି ବଜାନ୍ତି, ପିଲାମାନେ ଠିଆ ହୋଇଯାଆନ୍ତି । +ଧାଡି ଆଗରେ ଥିବା ଜଣେ ପିଲା ବଡ ପାଟିରେ କହେ – ଭାରତ ମାତା କି – ମହାତ୍ମା ଗାନ୍ଧିକି – ଜବାହରଲାଲ ନେହେରୁ କି -; ସବୁ ପିଲାଯାକ ଏକ ସ୍ବରରେ କହନ୍ତି ‘ଜୟ’ । +ତା ପରେ ସେହି ପିଲା କହେ ‘ବନ୍ଦେ’ ଅନ୍ୟ ପିଲାମାନେ କହନ୍ତି ‘ମାତରଂ’ । +ତାପରେ ମାଷ୍ଟ୍ରେ ସୁସୁରି ମାରନ୍ତି, ପୁଣି ଗୀତ ବୋଲାହୁଏ । +ଧାଡିଟି ଗତିଶୀଳ ହୋଇଉଠେ । +ଏଇ ହେଲା ମୋଟାମୋଟି ତା ପାଇଁ ଗଣତନ୍ତ୍ର ଦିବସ । +ସକାଳେ ପିଲାତିନିଙ୍କୁ ସ୍କୁଲରେ ଛାଡିଲାବେଳେ ପିଲାଗୁଡାକ ଶୀତରେ ଥୁରୁଥୁରୁ ହେଉଥିଲେ । +ନିଜ କାନ୍ଧରେ ପଡିଥିବା ଖୋର୍ଦ୍ଧା ଗାମୁଛାଟାକୁ ସାନ ପିଲାଟା ଦେହରେ ପକାଇଦେଇ ବଡପୁଅକୁ କହିଲା – ଗାଁ ବୁଲା ସରିଲେ ଘରକୁ ପଳାଇବ । +ତା’ର ମନେ ଅଛି ଦିନାକେତେ ସେ ସ୍କୁଲକୁ ଯାଉଥିଲା । +ସ୍କୁଲଘରର ପଛଧାଡିର ଗୋଟିଏ ପାଖକୁ ସେ ବସେ । +ମାଷ୍ଟ୍ରେ ପାଠ ପଢାନ୍ତି । +ପାଠ ନ କରିଥିଲେ ସାଆନ୍ତ ସାଇର ପିଲାମାନଙ୍କୁ ମାଡ ଦିଅନ୍ତି । +କିନ୍ତୁ ତାକୁ ପାଠ ପଚାରିଦେଇ ନୀରବ ରୁହନ୍ତି । +ତା’ର ଠିକ୍ ମନେ ଅଛି ତା ସମସାମୟିକ ତାଙ୍କ ସାହିର ଯେତେ ପିଲା ପାଠ ପଢୁଥିଲେ କେହି କେବେ ପାଠପଢା ପାଇଁ ମାଷ୍ଟ୍ରଙ୍କଠାରୁ ମାଡ ଖାଇ ନାହାନ୍ତି । +ଗଣେଶ ଚତୁର୍ଥୀ, ସରସ୍ବତୀ ପୂଜାରେ ହରିଜନ ସାହିର ପିଲାମାନଙ୍କର ହଠାତ୍ ଗୁରୁତ୍ବ ବଢିଯାଏ । +ତା’ର ମନେ ଅଛି ଦିନାକେତେ ସେ ସ୍କୁଲକୁ ଯାଉଥିଲା । +ସ୍କୁଲଘରର ପଛଧାଡିର ଗୋଟିଏ ପାଖକୁ ସେ ବସେ । +ମାଷ୍ଟ୍ରେ ପାଠ ପଢାନ୍ତି । +ପାଠ ନ କରିଥିଲେ ସାଆନ୍ତ ସାଇର ପିଲାମାନଙ୍କୁ ମାଡ ଦିଅନ୍ତି । +କିନ୍ତୁ ତାକୁ ପାଠ ପଚାରିଦେଇ ନୀରବ ରୁହନ୍ତି । +ତା’ର ଠିକ୍ ମନେ ଅଛି ତା ସମସାମୟିକ ତାଙ୍କ ସାହିର ଯେତେ ପିଲା ପାଠ ପଢୁଥିଲେ କେହି କେବେ ପାଠପଢା ପାଇଁ ମାଷ୍ଟ୍ରଙ୍କଠାରୁ ମାଡ ଖାଇ ନାହାନ୍ତି । +ଗଣେଶ ଚତୁର୍ଥୀ, ସରସ୍ବତୀ ପୂଜାରେ ହରିଜନ ସାହିର ପିଲାମାନଙ୍କର ହଠାତ୍ ଗୁରୁତ୍ବ ବଢିଯାଏ । +ଆମ୍ବଡାଳ ତୋଳିବା, ଭୋଜି ପାଇଁ ଜାଳ ସଂଗ୍ରହ କରିବା, ସାର୍‌ଙ୍କ ସାଥିରେ ବଜାରରୁ ସଉଦା ବୋହିକରି ଆଣିବା ଆଦି କାମ ସେମାନେ କରନ୍ତି । +ବାପା କିନ୍ତୁ ପାଠ ପଢାଇବା ପାଇଁ ରାଜି ହୁଏନା । +ସେ କହେ ବାହା ଚଳାଇଲେ ପେଟ ପୋଷିବ, ପାଠ କ’ଣ କରିବ । +ପଞ୍ଚମ ଶ୍ରେଣୀରେ ପଢିଲାବେଳେ ସତକୁସତ ବାପା ଆଉ ସ୍କୁଲକୁ ଛାଡିଲାନି । +ତାପରେ ଆରମ୍ଭ ହେଲା ମାଛ ମାରିବା, ଗାଈ ଜଗିବା । + ଗାଈ ଜଗିବାକୁ ଯିବାରେ ଡେରି ହେଲେ ବାପା ପାଟି କରେ – “କେତେ ବେଳକୁ ଯିବୁ, ଗାଈଗୁଡାକ କ’ଣ ଖୁଣ୍ଟରେ ପଡିଥିବେ ?” +ବାପା ସାଆନ୍ତମାନଙ୍କୁ ଭାରି ଭୟ କରେ । +ଚପଲ ତ କେବେ ଲଗାଏନି, ଢୁଢୁ ବର୍ଷାରେ ମଧ୍ୟ ଛତା ପକାଇ ଯାଏନା । +ବାପାର ଏ ଗୁଣ ପାଇଁ ଜଗୁଆକୁ ଖୁବ୍ ରାଗ ଲାଗେ । +କିନ୍ତୁ ମଲା ପର୍ଯ୍ୟନ୍ତ ବାପାର ଏ ଢଙ୍ଗ ଗଲାନି । +ଜଗୁଆ ବେଳେବେଳେ ଭାବେ ସାଆନ୍ତମାନଙ୍କର କାହିଁକି ଆମ ସାହି ପିଲାଙ୍କ ଉପରେ ଏପରି ନଜର ? ପିଲାଟିଏ ସ୍କୁଲକୁ ଯାଉଥିବା ବେଳେ ଟିକିଏ ଆଖିକୁ ଦେଖାଗଲା ପରି ହୋଇଗଲେ ଟଙ୍କାର ଲୋଭ ଦେଖାଇ ବୋଲହାକ କରିବାପାଇଁ ହେଉ କି ଗାଈ ଜଗିବା ପାଇଁ ହେଉ ନେଇଯାଆନ୍ତି । +ଟିକିଏ ଚିନ୍ତା କରନ୍ତିନାହିଁ ପିଲାଟା ପାଠ ପଢୁଛି ତ ପଢୁ । +ତା ସମୟରେ ଯେମିତି ଥିଲା କାହିଁ ଏବେ ସୁଦ୍ଧା ତ କିଛି ବଦଳିନି ! ସେ ମନେମନେ ଠିକ୍ କରେ ତା ପୁଅ ପଢା ବନ୍ଦ କରି କାମଧନ୍ଦା କରିବାକୁ ଯିଏ କହିବ ତାକୁ ମୁହେଁମୁହେଁ ବତାଇଦେବ । +ପିଲାବେଳେ ବାପ କହୁଥିଲା – ଗାନ୍ଧୀବୁଢା ବିଦେଶୀ ସରକାରକୁ ହଟାଇଦେଲା । +ଆଉ ଏଣିକି ଦୁଃଖ ରହିବନି । +ଅସଜଡା ସରକାରୀ କଳଟାକୁ ସଜାଡିବାକୁ ଆଉ କିଛି ଦିନ ଲାଗିବ । +ଆଉ ଜିନିଷପତ୍ରର ଦରଦାମ ବଢିବନି, ପେଟ ପୂରାଇ ସମସ୍ତେ ଖାଇବେ । +ବାପ ମରିବାର ୪୦ ବର୍ଷ ପରେ ଜଗୁଆ ଚିନ୍ତା କରେ – କାହିଁ ଏତେ ଦିନ ପରେ ସେ ଦିନ ଏବେ ବି ତ ଆସିନି । +ବାପା ଥିଲାବେଳେ ଘରେ ସମସ୍ତେ ପେଟ ପୂରାଇ ଖାଉଥିଲେ । +ଘର ପାଇଁ ସମସ୍ତେ କିଛି ନା କିଛି ରୋଜଗାର କରୁଥିଲେ । +ଭାତ ତରକାରୀ ସାଙ୍ଗକୁ କସ୍ତା ଲୁଗା ଓ ଦୁଇଖଣ୍ଡି ଖୋର୍ଦ୍ଧା ଗାମୁଛା ହୋଇଗଲେ ଚଳିଯାଉଥିଲା । +ଏବେ କିନ୍ତୁ ଖାଇବାଠାରୁ ଆରମ୍ଭ କରି ପୋଷାକ ପର୍ଯ୍ୟନ୍ତ ଧାରା ବଦଳିଯାଇଛି । +ଦୈନିକ ମଜୁରୀରେ ଘର ଚଳାଇବା କଷ୍ଟକର । +ହୁ ହୁ ହୋଇ ବଢୁଥିବା ଦରଦାମକୁ ଲକ୍ଷ୍ୟ କରି ତାଙ୍କ ସାହିର ପୁରୁଣା କାଳିଆ ଧରମାବୁଢା କହେ – ଫିରିଙ୍ଗି ସରକାରଠାରୁ ଏ ସରକାର କ’ଣ ଭଲ କରିଛି ? ଭୋଟ ବେଳକୁ ପଞ୍ଝାପଞ୍ଝା ହୋଇ ଗାଁ ଲୋକଙ୍କ ଭିତରୁ ମୁଖିଆମାନଙ୍କୁ ଧରି ଆସୁଛନ୍ତି, ଭୋଟ ଦେବାକୁ କହୁଛନ୍ତି । +ଆମେ ଅମୁକ କରିଦେବୁ, ସମୁକ କରିଦେବୁ । +ତାପରେ ପୁଣି କୁଆଡେ ଯାଉଛନ୍ତି ଦେଖା ମିଳୁନି ପରବର୍ତ୍ତୀ ଭୋଟ ଯାକେ । +ଯାହା ହେଲେ ବି ଜଗୁଆ କଲେଜରେ ପଢୁଥିବା ପିଲାମାନଙ୍କୁ ଦେଖିଲେ ଭାବେ ତା’ ପୁଅକୁ କଲେଜରେ ପଢାଇବ । +କଲେକ୍ଟର କରାଇବ, ତା’ ପୁଅ କାର୍ ଚଳାଇବ, ଉଡାଜାହାଜରେ ବସିବ, ତା’ ହୁକୁମରେ ସବୁ ଚାଲିବ । +ସ୍ବପ୍ନ ଦେଖିଦେଖି ବିଚରା ଜାଣିବାକୁ ଚେଷ୍ଟା କରିପାରେନି ଯେ ଏ ଗାଁ ସ୍କୁଲରେ ପଢିଥିବା କାହିଁ ଗୋଟିଏ ପିଲା ତ କଲେକ୍ଟର ହୋଇନି, ଉଡାଜାହାଜରେ ଚଢିବାକୁ ସୁଯୋଗ ପାଇନି । +ଯେଉଁମାନେ କଲେକ୍ଟର ହେବେ, ଉଡାଜାହାଜରେ ବୁଲିବେ ସେମାନଙ୍କ ପାଇଁ ସହରରେ ସୁନ୍ଦର ସୁନ୍ଦର ସ୍କୁଲମାନ ଅଛି, ତାର ମାସକଯାକର ମଜୁରୀଠାରୁ ଗୋଟିଏ ପିଲାର ପଢାରେ ଅଧିକ ଖର୍ଚ୍ଚ ହୁଏ । +ତଥାପି ସେ ସ୍ବପ୍ନ ଦେଖେ । +ଗାଁକୁ କାର୍ ଚଢି ଆସିଥିବା ବାବୁଭାୟାମାନଙ୍କୁ ଦୂରରୁ ନିରେଖିନିରେଖି ଚାହେଁ । +ତାର ମନେ ହୁଏ ସତେ ଅବା ତା ପୁଅ କାର୍ ଚଢି ଆସୁଛି । +ତାର ମନେ ପଡିଲା କାଲି ବଡପୁଅ କହୁଥିଲା- ଖାତା ନାହିଁ, ସାର୍ଟପ୍ୟାଣ୍ଟ ଚିରିଗଲାଣି । +ଜଗୁଆ ଠିକ୍ କରିନେଲା, ଆଜି ଆଗୁଆ କିଛି ଟଙ୍କା ଧାର ନେବ, ପରେ କାମ କରି ଶୁଝିଦେବ । +ସେଥିରେ ସେ ଖାତା ଆଣିବ, କଲମ ଆଣିବ, କାଳି ଆଣିବ, ପୁଅ ପାଇଁ ସାର୍ଟପ୍ୟାଣ୍ଟ କରିଦେବ । +ପୁଅ ତାର ପାଠ ପଢିବ । +କଲେକ୍ଟର ହେବ । +ଉଡାଜାହାଜରେ ବୁଲିବ, ତା ପଢା ପାଇଁ ଯାହା ଦରକାର ସବୁ କରିଦେବ । +ସଂଧ୍ୟାବେଳକୁ ସାଆନ୍ତ କହୁଥିଲେ ପୁଅଟାକୁ ତାଙ୍କଘରେ ରଖିବା ପାଇଁ, ଗାଈ ଜଗିବ, ଗୁହାଳ ପୋଛିବ, ବାଡିବଗିଚାରେ ସକାଳୁ କାମ କରିବ । +ବୋଲହାକ ଶୁଣିବ । +ଖାଇପିଇ ମାସିକ ଶହେ ଟଙ୍କା ଦେବେ । +ଜଗୁଆ ଚାହୁଁଥିଲା ସାଆନ୍ତଙ୍କ ମୁହଁକୁ ବଲବଲ କରି । + ସାଆନ୍ତେ କହୁଥିଲେ, ହଇରେ ପାଠ କ’ଣ କରିବ ? ପାଠ ତୁମ କୂଳରେ କେତେଜଣ ପଢିଲେଣି ? +ଜଗୁଆ ଦିନକ ମଜୁରୀରେ ଗାଁ ଦୋକାନରୁ ଚାଉଳ ଛୋଟ ପୁଟୁଳାଟିଏ ପିଠିରେ ପକାଇ ଫେରିଲା । +ପ୍ରତି ପାହୁଣ୍ଡରେ ପିଠି ଉପରେ ଚାଉଳ ବୁଜୁଳା ସାଆନ୍ତଙ୍କ କଥାର ବିଧା ପରି ଆଘାତ କରୁଥିଲା । -- GitLab