diff --git a/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_galpa_43 b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_galpa_43 new file mode 100644 index 0000000000000000000000000000000000000000..99d5d7ed08a86ed766453106d489104885e43cb2 --- /dev/null +++ b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_galpa_43 @@ -0,0 +1,67 @@ +ବୟସର ଦୁଃଖ + ରବି କାନୁନ୍‌ଗୋ +ତା: ଅକ୍ଟୋବର୍ ୧୩, ୨୦୦୯ +ମୂଳ ପୃଷ୍ଠା → ଗଳ୍ପ → +ଜାତିସଂଘ ଉଦ୍ଦ୍ୟେଶିକାରେ ଆଉ ଗୋଟିଏ ପଦ ଯୋଡାଯାଇଥିଲେ ବିଶ୍ବ ଲୋକସଂଖ୍ୟାର ପାଖାପାଖି ଅଧେ, ଅର୍ଥାତ୍ ପୁରୁଷ ଜାତି ଉପକାର ପାଇଥାନ୍ତେ । +ତାହା ହେଲା, ନିଜ ରୂପ ଆକର୍ଷଣୀୟ ଦେଖାଯିବା ମଧ୍ୟ ଏକ ମାନବାଧିକାର । +ବିଶ୍ବ ସମତା ପ୍ରତିଷ୍ଠା ଦିଗରେ ଏହା ଅନ୍ତତଃ ଏକ ପଦକ୍ଷେପ ତ ହୋଇଥାନ୍ତା । +ସନ୍ଧି-କୂଟନୀତି-ଯୁଦ୍ଧ-ଶାନ୍ତି ଭିନ୍ନ ନୂଆ କିଛି ରୋମାଣ୍ଟିକ୍ ଧାରଣା ପୁରୁଷ ଜାତି ପାଇଁ ସୃଷ୍ଟି ହେବାର ସମ୍ଭାବନା ଥାଆନ୍ତା । +ବିଶ୍ବର ଅବସ୍ଥା ଯାହା ଥାଉ ନା କାହିଁକି, ବାକି ଆଠ’ଣା ନାରୀମାନେ ନୈଷ୍ଠିକ ଭାବେ ତାହା ପାଳନ କରିବାର ପ୍ରାକୃତିକ ଅଧିକାର ପାଇଛନ୍ତି । +ବାବୁ ଚନ୍ଦ୍ରକାନ୍ତ ମୌକିଲ୍ । +ଦେଖିବାକୁ ବେଶ୍ ସୁନ୍ଦର । +ସ୍ତ୍ରୀ ମନୋରମାଙ୍କ କଥା ନ କହିଲେ ଚଳିବ । +ଦେବୀ ଭାଷାରେ, ଯଥା କାର୍ତ୍ତିକେୟସ୍ୟ ବ୍ରହ୍ମା ନନ୍ଦିନୀ ବା ଦି’ଜଣଯାକ ଯେମିତି ଫିଲଟର୍ ଉଇଲ୍‌ସ୍ ସିଗାରେଟ କମ୍ପାନୀର ବିଜ୍ଞାପନ- ମେଡ୍ ଫର୍ ଇଚ୍ ଅଦର୍ ପରି । +କାନ୍ତ ଥରେ ଟୁର୍‌ରୁ ଫେରି ବ୍ୟାଗ୍ ବ୍ରିଫ୍‌କେଶ୍ ଫୋପାଡି ତରବର ହୋଇ ଅଫିସ୍ ପଳାଇଲେ । +ଜିନିଷପତ୍ର କାଢି ସଜାଡିବା ବେଳକୁ ରମା ଏମିତି କିଛି ଦ୍ରବ୍ୟ ଦେଖିଲେ ଯାହା ତାଙ୍କୁ ନିହାତି ଅସଙ୍ଗତ ଲାଗିଲା । +ଆଇବ୍ରୋ ପେନ୍‌ସିଲ, ଟୁଇଜର୍ ଓ ଲିପ୍ଷ୍ଟିକ୍ । +ସ୍ବାମୀଙ୍କୁ ଏ ପ୍ରକାର ସନ୍ଦେହ ସେ କେବେ କରି ନ ଥିଲେ । +ବାହାଘର ଏଗାର ବର୍ଷ ହେଲାଣି । +ପୁଅର ଚତୁର୍ଥ ଶ୍ରେଣୀ । +ରମାଙ୍କ ପଞ୍ଜରା ଭିତରଟା ଅଜାଣତରେ ଥରିଉଠିଲା । +ପରିବା ଭାବେ ସାରୁ ଓଲୁଅ ଇତ୍ୟାଦିକୁ ପଛେ ବିଶ୍ବାସ କରିହେବ କିନ୍ତୁ ପୁରୁଷ ମନ ଯେ ଭୋଦେଇ ବଉଦ; ଢାଳିଦେଲା ତ ସବୁ ଭାସିଗଲା, ଉଡିଗଲା ତ ଠିଆ ମରୁଡି । +ସେଇଥି ସକାଶେ ବଡପୁରୁଷ କହିଛନ୍ତି- ନର ମାୟା ନାରାୟଣଙ୍କୁ ଅଗୋଚର । +ପୁରୁଷର ବିତ୍ତ ବା ବରବାଦୀ ଜାଣିବା ହୁଏତ ଅସମ୍ଭବ ହୋଇପାରେ, ମାତ୍ର ଦୁଶ୍ଚରିତ୍ର ଠଉରେଇବା ମାମଲାରେ ନାରୀ ନିଜେ ଏକ ଚବିଶଘଣ୍ଟିଆ ଭ୍ରାମ୍ୟମାଣ ପରୀକ୍ଷାଗାର । +ଆଉ ବଡ ପରୀକ୍ଷା କଥା ଦୂରକୁ ଥାଉ; ସ୍ବାମୀ ପୁଅ କି ଝିଅ କାହା ସହ ଘଷିନେଷି ହୋଇଥିଲେ, ସେମାନେ ସାର୍ଟ ବା ଗଞ୍ଜି ଶୁଂଘି ଜାଣିପାରନ୍ତି । +ଏଣିକି ରମାଙ୍କ ମନକୁ ଆସିଯାଉଥାଏ, ପୁରୁଷ ମନ ଯେ ଭ୍ରମର ପ୍ରାୟ । +ନିଜକୁ ସିଏ ତତ୍‌କ୍ଷଣାତ୍ ବୁଝେଇଦିଅନ୍ତି । +ହ୍ୟାତ୍, ଯିଏ ଶାଳୀମାନଙ୍କ ସହିତ ଦେଢ଼ଶୁର ପରି ହୁଅନ୍ତି ତାଙ୍କର ପୁଣି ଏତେ ସାହାସ ଆସିବ କୋଉଠୁ ? ପଚାରି ଦେବେ କି ? ପୁଣି ମନ କହେ – ବୋକୀ ଲୋ, କେହି କଣ ଏମିତି କଥାରେ ସତ କହନ୍ତି ଯେ, ତତେ ସେ କହିବେ ? କୁଆଡ଼େ ପୁରୁଷ ମାନି ଯାଏ, କ୍ଷମା ମାଗେ, ହଲପ କରି କହେ – ଆଉ ସେମିତିକା ଭୁଲ କରିବନି ! ଫୁଃ, ଏଗୁଡ଼ାକୁ ସବୁ ବହି କଥା । +ପଢ଼ିଲେ ଭଲ ଲାଗେ । +ହେଲେ ରକ୍ତମାଂସର ଜୀବନ କିନ୍ତୁ ଏତେ ନାଟକ ସମ୍ଭାଳିବାକୁ ପ୍ରସ୍ତୁତ ହୁଏନା । +ଏମିତିକା ମନଛନ୍ଦା ଜଞ୍ଜାଳରୁ ରମାଙ୍କୁ ନିସ୍ତାର ମିଳୁ ନ ଥାଏ ଯେମିତି । +ଘଟଣା ସତ ହୋଇଥିଲେ ବି ମନ କହୁଥାଏ ବିଶ୍ବାସ କରନା ଲୋ, ମରିଯିବୁ । +ବରଂ ଉଚିତ୍ ହେବ, ସନ୍ଦେହ ବୋଲି ଭାବି ବଞ୍ଚିଯା । +ସେଇ ମନ ପୁଣି ଟାଣିଭିଡ଼ି ନେଇଯାଏ ତାକୁ ନିଷିଦ୍ଧ ଓ ଗହନ ଇଲାକାକୁ, ପ୍ରମାଣ ପରେ ପ୍ରମାଣ ଉଣ୍ଡାଳିବାକୁ । +ତାଙ୍କ ପ୍ରେମ ପାଇଁ ମୁଁ ହିଁ ଅନନ୍ୟ ଓ ଶ୍ରେଷ୍ଠ ପରି ଯୁକ୍ତି ସପକ୍ଷରେ ନାରୀ ଯେଉଁ ବଳୟଟି ତିଆରି କରି ତହିଁରେ କାହାରି ଅନୁପ୍ରବେଶ ଅସମ୍ଭବ ବୋଲି ଭାବି ରହିଥାଏ ଏବଂ ତାହା ପରଖିବା କଦାପି ସମ୍ଭବ ହେଉ ନ ଥିବାରୁ, ଭାଗ୍ୟହୀନର ପ୍ରତିରକ୍ଷା ମଧ୍ୟ ସେହିପରି ବେଅକଲ ଅନୁମାନ ଉପରେ ନିର୍ଭର କରି ରହିଥାଏ । + ଭାଙ୍ଗି ନ ଯିବା ପର୍ଯ୍ୟନ୍ତ, ଭୁଶୁଡ଼ି ନ ଯିବା ପର୍ଯ୍ୟନ୍ତ ପ୍ରେମ କଣ ବା ଫିସାଦି କଣ, ତୁ କେମିତି ଜାଣିବୁ, ଲୋ ହୁଣ୍ଡି ? + ମନେ ପଡ଼େ, ତା କେଶରୁ କେଉଁଠି ଗୋଟେ ଅଧେ ପାଚିଯାଇଥିବା ଚନ୍ଦ୍ରକାନ୍ତଙ୍କୁ କାହିଁକି ଦେଖାଯାଉଥିଲା ? + ସେ ତାଙ୍କୁ ଡାଇଙ୍ଗ୍ କରିବାକୁ କହୁଥିଲେ ତା’ହେଲେ ଏଇଥି ସକାଶେ ? + ପୁରୁଷଗୁଡ଼ାଙ୍କର ସବୁ ବେଷ୍ଟ ଦରକାର ନା ? + ଅଇଁଠା ଚାଟିଲା ବେଳେ ସତରେ ଯେମିତି ସେଇଆ ମିଳୁଥାଏ ! +ଯଦିଓ ପରକୀୟା ପାଠ ତୁଲେଇବାରେ ପୁରୁଷମାନେ ଧୂର୍ତ୍ତ ଓ ଧୁରନ୍ଧର, କିନ୍ତୁ ଚନ୍ଦ୍ରକାନ୍ତଙ୍କର ନୈଷାବରଣରେ ଟିକେ ବି ତୃଟି ନ ଥାଏ । +ଇଏ କେମିତି ସମ୍ଭବ ? +ରମାଙ୍କୁ ଅଥୟ ଲାଗୁଥାଏ । +ଏତେ କଥା ଭାବିବାକୁ ମନ ହେଉ ନଥାଏ, କିନ୍ତୁ ଭୁଲିବାକୁ ଭୟ ବି ଲାଗୁଥାଏ । +ବୈବାହିକ ଜୀବନକୁ ମ୍ୟୁନିସିପାଲ୍‌ଟି ନର୍ଦ୍ଦମାରେ ପକାଇବାକୁ ଚାହୁଁ ନ ଥିବା ଯେ କୌଣସି ବିଚାରସିଦ୍ଧ ମଧ୍ୟବିତ୍ତ ନାରୀ ପରି ଠାକୁରଠାକୁରାଣୀଙ୍କୁ ମାନସିକ ଯାଚିବା ଛଡ଼ା ମନୋରମା ନିଜ ବ୍ୟବହାରରେ ଖାସ କୌଣସି ପରିବର୍ତ୍ତନ କରିପାରିଲେ ନାହିଁ । +ସ୍ବାମୀଙ୍କ ଉପରେ ଯଥା ସମ୍ଭବ ନିଘା ରଖିଲେ । +ଏଣିକି ସେ ଦେଖୁଥିଲେ ଯେ କାନ୍ତ ସେଭିଙ୍ଗ୍ ହେଲାବେଳେ ପାଟିରେ ପବନ ପୁରାଇ ଗାଲ ଫୁଲାନ୍ତି । +ବୁଲେଇ ବଙ୍କେଇ ଆଇନାରେ ମୁହଁ ଦେଖନ୍ତି । +କି ସୁନ୍ଦର ହେଜ ଲାଇନ ପରି ବଢ଼ିଥିବା ନିଶ ହଳକ କ୍ରମେ କ୍ରମେ ପତଳାରୁ ପତଳା ଏବଂ ପ୍ରସ୍ଥ କ୍ଷୀଣ ହୋଇ ପ୍ରାୟ ଅଧଇଞ୍ଚ ବହଳରୁ ଦେଢ଼-ଦି ସୁତା ସାଇଜ ହୋଇଗଲା । +କାହିଁକି ବା, ଆଉ କାହା ବରାଦରେ ତୁମେ ମୋ ପ୍ରିୟ ମୁହଁର ମାନଚିତ୍ର ବଦଳାଇବ ? ଏତିକି ପଚାରିବାକୁ ମନ ଉବୁକା ମାରିଥିଲେ ସୁଦ୍ଧା ରମାଙ୍କର ସାହାସ କୁଳୋଉ ନ ଥାଏ । +ଦିନେ ସନ୍ଧ୍ୟାରେ ଏକ ବାହାଘର ଭୋଜିକୁ ଯିବାର ପ୍ରସ୍ତୁତିରେ କାନ୍ତ କହିଲେ, ହେ ଶୁଣୁଚ ? ମୋ ଟୁର୍ କିଟ୍‌ରୁ ଆଇବ୍ରୋ ପେନ୍‌ସିଲ୍‌ଟା ଆଣିଲ । +କଣ ହବ ? +ନିଶ ବହୁତ ପାଚି ଗଲାଣି । +ଟିକେ ଘଷି ଦବା । +ଟୁଇଜର ? +ଗୋଟେ ଅଧେ ଧଳା ଦେଖି ସିନା ଓପାଡ଼ିଦେଉଥିଲି । +ଏବେ ଅସଂଖ୍ୟ । +ଟୁଇଜର ବେଶି ବ୍ୟବହାର କଲେ ଡାକ୍ତର ପାଖକୁ ଯିବାକୁ ପଡ଼ିବ । +ଆଉ ଲିପ୍‌ଷ୍ଟିକ ? +ତୁମେ ନେଇନ କି ? ରୋଜ୍ କଲର୍‌ର । +ଏକଦମ୍ ମିଶିଯିବ ତୁମ ଓଠ ସହିତ । +ସେଇଥିପାଇଁ ତ ଆଣିଥିଲି । +ବହୁତ ଦାମିକା । +ଦୁଇ ଶହ କେତେ ଟଙ୍କା, ଆଜି ଲଗା, ପ୍ଲିଜ୍ । +ତୁମେ ସେଇଟା ମୋ ପାଇଁ ଆଣିଥିଲ ? ସତ କହିଲ । +ମନୋରମା ସ୍ବାମୀଙ୍କ ମୁହଁକୁ ଚାହିଁ ରହିଗଲେ । +ଇସ୍ କେତେ ଭଲ ମଣିଷଟେ ବିରୁଦ୍ଧରେ ମୁଁ କି ପାପ କଥାସବୁ ନ ଭାବିଚି ଟି ! ମନ ହେଉଥିଲା, ସେଇଠି ତାଙ୍କ କୋଳରେ ଓଜାଡ଼ିହୋଇ ପଡ଼ିବାକୁ । +ପୁଅ ବଦମାସ ଡ୍ରେସ୍ପଟା ହୋଇ ସେଇଠି ଆସି ନାଚିଲା, ‘ଶୀଘ୍ର ଯିବା’ ।