diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia16.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia16.txt new file mode 100644 index 0000000000000000000000000000000000000000..4335ad404d8e9493cffca3bd34060579d1997e5d --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia16.txt @@ -0,0 +1,34 @@ +ଅର୍ଶ +ଉପକ୍ରମ +ମଳଦ୍ଵାରରେ ଏକ ଅତିଶୟ ଯନ୍ତ୍ରଣାଦାୟକ ପୀଡାକୁ ଅର୍ଶ କୁହାଯାଇଥାଏ । +ଏହା ମଣିଷର ସବୁ ଅବସ୍ଥା, କି ଯୁବା କି ବୃଦ୍ଧାବସ୍ଥାରେ ହେଉଥିବା ଏକ କଷ୍ଟକର ବ୍ୟାଧି । +ଯେଉଁମାନେ ଅତ୍ୟଧିକ ଶାରୀରିକ ପରିଶ୍ରମ କରନ୍ତି ଅଥଚ ପାଣି ଖୁବ୍ କମ୍ ପିଅନ୍ତି, ଅତି ମାତ୍ରାରେ ତେଲ, ରାଗ, ମସଲାଜାତୀୟ ଖାଦ୍ୟ ଖାଇବାରେ ଅଭ୍ୟସ୍ତ ; ଯେଉଁମାନେ ପ୍ରାୟ କୋଷ୍ଠକାଠିନ୍ୟ ବା ଅଗ୍ନିମାନ୍ଦ୍ୟ ଭୋଗି ଥାଆନ୍ତି, ସେମାନଙ୍କ ନିକଟରେ ଏହା ଦେଖାଯାଇଥାଏ । +ଲକ୍ଷଣ +ବୃହଦାନ୍ତ୍ରର ପ୍ରଦାହ ଦୀର୍ଘସ୍ଥାୟୀ ହୋଇ ରହିଲେ, ସେଠାକାର ଶିରାର ରକ୍ତ ସଞ୍ଚାଳନ ଯକୃତ ମଧ୍ୟକୁ ଠିକ୍ ଭାବରେ ନ ଯାଇ ଅବରୁଦ୍ଧ ହୋଇଗଲେ ମଳଦ୍ଵାର ଉପର ଅଂଶର ବୃହଦାନ୍ତ୍ରର ଶିରା ଉପରେ ଚାପପଡି ଅର୍ଶ ସୃଷ୍ଟି ହୋଇଥାଏ । +ତେଣୁ ଝାଡା ଫେରିବା ସମୟରେ ଚାପ ପଡିଲେ ତାହା ପୀଡା ଦିଏ ଓ ଅନେକ ସମୟରେ ଫାଟିଯାଇ ରକ୍ତକ୍ଷରଣ ହୁଏ । +ଏହି ଅର୍ଶ ସେଥିପାଇଁ ଦୁଇ ପ୍ରକାରର, ରକ୍ତସ୍ରାବୀ ଓ ବିନା ରକ୍ତସ୍ରାବୀ । +ରକ୍ତସ୍ରାବୀ ଅର୍ଶ ଅନେକ ସମୟରେ ଯନ୍ତ୍ରଣାରହିତ ହୋଇଥାଏ, ରକ୍ତକ୍ଷରଣ ପାଇଁ । +ଅର୍ଶ ଯେହେତୁ ବୃହଦାନ୍ତ୍ର ଶିରାମାନଙ୍କର ସ୍ଫୀତିପାଇଁ ହୋଇଥାଏ ଟେବୁ ତାକୁ କାଟି ବାହାର କରିଦେଲେ ଅର୍ଶ ଭଲ ହୋଇଯାଏ ବୋଲି ଧାରଣାକରି ଅପରେସନ କରିଦିଆଯାଏ । +ଏହା କିନ୍ତୁ ରୋଗ ନିରାମୟର ଯଥାର୍ଥ ପନ୍ଥା ନିହେନ । +ରୋଗର ମୂଳ କାରଣ ହେଉଛି ବୃହଦାନ୍ତ୍ରର ନିୟମିତ ପ୍ରଦାହ ଓ ଯକୃତ ମଧ୍ୟ ଦେଇ ଶୈରିକ ରକ୍ତ ସଞ୍ଚାଳନରେ ମନ୍ଥରତା । +ତେଣୁ ହିଁ ଦୂର କରିବାର ଆବଶ୍ୟକତା ରହିଛି । +ଅପରେସନ, ମଳଦ୍ଵାରରେ ହେଉଥିବା ହେତୁ, ଘା’ ଶୁଖିବା ତ ସମୟସାପେକ୍ଷ, ଅନେକ ସମୟରେ ଅପରେସନର ପରିଣାମରେ ସ୍ଥାନୀୟ ମାଂସପେଶୀ କଠିନତା ପ୍ରାପ୍ତ ହୋଇ ତା’ର ସଂକୋଚନ ପ୍ରସାରଣ କ୍ରିୟା ଆଶାନୁରୂପେ ନ ହୋଇ ଏକ ଦୀର୍ଘସ୍ଥାୟୀ ଯନ୍ତ୍ରଣାରେ ପରିଣତ ହୁଏ । +କୋଷ୍ଠ ପରିଷ୍କାର ହେଲାଭଳି ଖାଦ୍ୟ, ବିଶେଷଭାବରେ ନିରାମିଷ ଭୋଜନ ସହିତ ତେଲ, ରାଗ ଓ ମସଲା ବିବର୍ଜିତ ଖାଦ୍ୟ ଖାଇ ଲକ୍ଷଣାନୁସାରେ ହୋମିଓପାଥି ଔଷଧ ଖାଇଲେ ଏ ରୋଗ ବହୁକ୍ଷେତ୍ରରେ ଉପଶମ ଲାଭ କରିଥାଏ । +ପ୍ରତିଦିନ ରାତିରେ ଏସବୁ ରୋଗୀ ଇସବଗୁଲ ସର୍ବତ ପାନ କରିବା ଆବଶ୍ୟକ । +ନିମ୍ନରେ ସାଧାରଣ କେତେକ ଔଷଧ ଆବଶ୍ୟକସ୍ଥଳେ ଘରୋଇ ବ୍ୟବହାର ନିମନ୍ତେ ନିର୍ଦ୍ଧିଷ୍ଟ କରି ଦିଆଗଲା । +କୋଷ୍ଠକାଠିନ୍ୟ ଥାଇ ସକାଳୁ ଅଣ୍ଟା ଧରୁଥିଲେ ଓ ବାରମ୍ବାର ଝାଡାର ନିଷ୍ଫଳ ବେଗ ଥିଲେ ନକ୍ସଭୋମିକା – ୨୦୦ ପ୍ରତ୍ୟକ ରାତ୍ରି ଭୋଜନ ପରେ ଖାଇବା ଉଚିତ । +ଏହା ସହିତ ଯଦି ଅର୍ଶ ବଢି କୁଣ୍ଡାଇ ହେଉଥିବ, ଗରମବୋଧ ହେଉଥିବ ଏବଂ ବଡିସକାଳୁ ଅତର୍ଚ୍ଛ ଝାଡା ମାଡୁଥିବ ବା ଅତି କଠିନ, ଶୁଖିଲା ପୋଡାମାଟି ଭଳି ଝାଡା ହେଉଥିବ, ପ୍ରବଳ ପାଣି ପିଇବାକୁ ଇଚ୍ଛା ଥିବ ଅଥଚ ଭୋକ କମିଯାଇଥିବ, ତାହାହେଲେ ସଲଫର – ୩୦ ପ୍ରତିଦିନ ସକାଳୁ ପାନେକରି କିଛିଦିନ ଖାଇବେ । +ଯଦି ଦେଖନ୍ତି କମର ବ୍ୟଥା ଜୋର ଥିବ, ସତେଯେପରି ଅଣ୍ଟା ଭାଙ୍ଗି ପଡୁଛି, ଝାଡା ଅତ୍ୟନ୍ତ କଷ୍ଟକର, ଝାଡା ଫେରିଲା ବେଳକୁ ମନେହେବ ମଳଦ୍ଵାରରେ ଯେପରି ଗୁଡାଏ କାଠି ଗେଞ୍ଜି ଗେଞ୍ଜି ହୋଇ ରହିଛି, ଝାଡା ବାହାରି ପାରୁ ନାହିଁ, ତାହାହେଲେ ଇସକୁଲସ – ୨୦୦ ଦିନକୁ ୨ ଥର ଖାଇବେ । +କଲିନସୋନିଆ ମଧ୍ୟ ଏଭଳି ଅବସ୍ଥାରେ ଲାଗିବ, ଯଦି ବ୍ୟଥା ଝାଡା ଫେରିବାର ବହୁ ସମୟ ପର୍ଯ୍ୟନ୍ତ ଲାଗି ରହିବ । +ନାଇଟ୍ରିକ ଏସିଡ ମଧ୍ୟ ଏଭଳି ଦୀର୍ଘସ୍ଥାୟୀ ବ୍ୟଥାରେ ଚିନ୍ତା କରାଯାଏ । +ମାତ୍ର ଏହାର ପରିସ୍ରା ଅତ୍ୟନ୍ତ ଦୁର୍ଗନ୍ଧଯୁକ୍ତ ଥିବା ଉଚିତ । +ମଳଦ୍ଵାର ଫାଟି ଯାଇ କ୍ଷତ ହୋଇଥିଲେ ଓ ଛୁଞ୍ଚି ଖେଞ୍ଚିଲାଭଳି ବ୍ୟଥା ହେଉଥିଲେ ସାମାନ୍ୟ ରକ୍ତସ୍ରାବ ସହିତ, ଏହା ବିଶେଷ ଉପଯୋଗୀ । +ଯଦି ବେଶ୍ ରକ୍ତସ୍ରାବ ଓ ମଳଦ୍ଵାର ମୁହଁ ଦରଜ ହୋଇଥିବ ହ୍ୟାମାମେଲିସ – ୬ ଦିନକୁ ୪/୫ ଥର ଖାଇବେ । +ପୁରୁଣା ଅର୍ଶ ନାଇଟ୍ରିକ ଏସିଡ ଖାଇଲେ ଯଦିଓ ଉପଶମ ହେଉଛି ତଥାପି ସମ୍ପୂର୍ଣ୍ଣ ଯାଉ ନାହିଁ । +ଚା’ ବା ପିଆଜ ଖାଇବାରେ ରୋଗର ଯନ୍ତ୍ରଣା ବୃଦ୍ଧି ଘଟୁଛି । +ମଳଦ୍ଵାର ତଥା ଶରୀରର ବିଭିନ୍ନ ଅଂଶରେ ଭାତୁଡି ; ହୁଏତ ବାରମ୍ବାର ହାଡଫୁଟି ଭୋଗିଛନ୍ତି ବା ସାଂଘାତିକ ବସନ୍ତରେ ପିଲାଦିନେ କଷ୍ଟପାଇଛନ୍ତି ବା ସମସ୍ତ ପ୍ରକାରର ଟୀକା ନେବାର ଗୌରବାଧିକାରୀ, ତାହାହେଲେ ଥୁଜା – ୨୦୦ କିଛିଦିନ ଖାଇବାକୁ ଦିଅନ୍ତୁ । +ରାଟାନିଆର ଅର୍ଶରେ ମନେହେବ ମଳଦ୍ଵାରରେ ଗୁଡାଏ କାଚଗୁଣ୍ଡ ଭର୍ତ୍ତିହୋଇ ରହିଛି ଓ ଝାଡାପରେ ଦୀର୍ଘ ସମୟଧରି ଜାଳା ପୋଡା ହୋଇ ମଳଦ୍ଵାର ଗରମ ହୋଇଯାଉଛି । +ମଝିରେ ମଝିରେ ଛୁରିରେ କାଟି ପକାଇଲାଭଳି ଯନ୍ତ୍ରଣା ମଧ୍ୟ ହୁଏ । +ଅନେକ ସମୟରେ ଦେଖିବେ ମଳଦ୍ଵାର ଫୁଲି ସବୁବେଳେ ସେଥିରୁ ଓଦା ଓଦା ହୋଇ କିଛି ଜଳୀୟ ଅଂଶ ନିର୍ଗତ ହେଉଛି, ତାହାହେଲେ ପିଓନିଆ – ୨୦୦ ବେଶ୍ କାମରେ ଲାଗିବ । +ଯଦି ମଳଦ୍ଵାର ଅତ୍ୟନ୍ତ ସ୍ପର୍ଶକାତର ହୋଇଥିବ ଓ ସେଥିରେ ପିନ୍ କଣ୍ଟା ଫୁଟିଲାଭଳି ଚିନ୍ ଚିନ୍ କରୁଥିବ ତାହାହେଲେ ନାଇଟ୍ରିକ ଏସିଡ ଚିନ୍ତା ନ କରି ମ୍ୟୁରିଏଟିକ ଏସିଡ – ୬ ଦିନକୁ ୩/୪ ଥର ଦେବେ । +ଅର୍ଶ ବେଶିଦିନର ହୋଇଥିଲେ ବା ଉଲ୍ଲିଖିତ ଔଷଧରେ ବିଶେଷ ଫଳ ନ ହେଲେ ସଙ୍ଗେ ସଙ୍ଗେ ବିଶେଷ ଅଭିଜ୍ଞତା ଥିବା କୌଣସି ହୋମିଓପାଥି ଚିକିତ୍ସକଙ୍କର ପରାମର୍ଶ ନେବା ଉଚିତ ।