From e1d76b5f473bcf6044ae1b06a0a054fec1d6d8c0 Mon Sep 17 00:00:00 2001 From: Nayan Ranjan Paul Date: Tue, 27 Sep 2022 11:36:10 +0530 Subject: [PATCH] Upload New File --- .../vikashpedia_health_odia116.txt | 45 +++++++++++++++++++ 1 file changed, 45 insertions(+) create mode 100644 Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia116.txt diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia116.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia116.txt new file mode 100644 index 0000000..409da03 --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia116.txt @@ -0,0 +1,45 @@ +ଘିମିରି ଓ ଯାଦୁ +ଉପକ୍ରମ +ଖରାଦିନେ ବିଶେଷ କରି ଦେହରେ ଘିମିରି ଦେଖାଯାଏ । +ଏହା ବହୁତ ଛୋଟ ରୋଗ ହୋଇଥିଲେ ବି ଭାରି ଯନ୍ତ୍ରଣା ଦାୟକ । +ତାପମାତ୍ରା ବୃଦ୍ଧି ହେଲେ ଦେହରୁ ଝାଳ ବାହାରେ । +ଘିମିରି +ଏହି ଝାଳ ଶୁଖି ନ ପାରି ଚର୍ମରେ କିଛି ସମୟ ଲାଗି ରହିବା ଦ୍ଵାରା ଦେହରେ ଘିମିରି ହୋଇଯାଏ । +ଘିମିରିରକ୍ଷା ପାଇବା ଯେତେ ସମ୍ଭବ ପତଳା ସୂତା ଲୁଗା ଓ ସୂତା ଢିଲା ପୋଷାକ ପିନ୍ଧନ୍ତୁ । +ଝାଳ ବୋହିଲେ ସଙ୍ଗେ ସଙ୍ଗେ ପୋଛି ଦିଅନ୍ତୁ । +ସକାଳ ଓ ରାତିରେ ଦୁଇଥର ଗାଧାନ୍ତୁ । +ରାତିରେ ବେଶୀ ନ ହେଲେ ଦୁଇ ମଗ ପାଣିରେ ଗାଧୋଇବା ଦରକାର । +ଏହାଦ୍ୱାରା ଶରୀର ଥଣ୍ଡା ରହିବ । +ଝାଳ ବାହାରିବ ନାହିଁ । +ଖରାରୁ ଆସିବା ପରେ ଦେହରୁ ପୋଛି ଗାଧାନ୍ତୁ । +ନଚେତ ଦୁଇ ମଗ ପାଣିରେ ପୋଛି ହୋଇ ଫ୍ୟାନ ତଳେ ବସନ୍ତୁ । +ଏହାଦ୍ଵାରା ଦେହରେ ଝାଳ ରହିବ ନାହିଁ କି ଘିମିରି ହେବ ନାହିଁ । +ଯଦି ଘିମିରି ହୋଇଯାଇଥାଏ, ତାହାଲେ ଘିମିରି ଉପରେ ବରଫ ଘଷନ୍ତୁ । +ଏହାପରେ କାଲାମିନ୍ ଲୋସନ୍ ଲଗାନ୍ତୁ । +ଏହାଦ୍ୱାରା ଘିମିରି କମିଯିବ । +ଯାଦୁ +ଏହିଦିନରେ ଝାଳ ଲାଗି ଯାଦୁ ହୁଏ । +ମୁଖ୍ୟତଃ ଜଂଘ କାଖ ଓ ମହିଳାଙ୍କ ଛାତିରେ ହୋଇଥାଏ । +ଏହାବହୁତ କଷ୍ଟ ଦାୟକ । +ଏଥିରୁ ରକ୍ଷା ପାଇବା ପାଇଁ ଢିଲା ପୋଷାକ ପିନ୍ଧନ୍ତୁ । +ଦିନକୁ ଦୁଇଥର ଗାଧାନ୍ତୁ । +ପୋଷାକ ମଧ୍ୟ ଦୁଇଥର ଧୂଅନ୍ତୁ । +ଦିନରେ ପିନ୍ଧିଥିବା ପୋଷାକ ରାତିରେ ଧୂଅନ୍ତୁ । +ରାତିରେ ପିନ୍ଧିଥିବା ପୋଷାକ ସକାଳେ ଧୂଅନ୍ତୁ । +ଏହାଦ୍ଵାରା ପୋଷାକରେ ଜୀବାଣୁ ନାହିଁ । +ଥଣ୍ଡା ପାଣିରେ ଯାଦୁ ଧୂଅନ୍ତୁ । +ବ ମେଡିକେଟେଡ୍ ସାବୁନ୍ ଲଗାଇ ଯାଦୁ ଧୂଅନ୍ତୁ । +ଡାକ୍ତର ପରାମର୍ଶରେ ସାବୁନ ବ୍ୟବହାର କରନ୍ତୁ ଓଁ ଚିକିତ୍ସା ହୁଅନ୍ତୁ । +ପରିଷ୍କାର ପରିଚ୍ଛନ୍ନ ରହିବା ଦରକାର +ତାପମାତ୍ରା ୪୦ ଡିଗ୍ରୀ ଟପିଲେ ସନ୍ ବୁର୍ଣ୍ଣ ଆଶଙ୍କା ବଢିଯାଏ । +ଦିନ ୧୦ ଟାରୁ ୩ଟା ପର୍ଯ୍ୟନ୍ତ ଖରାରେ ବାହାରକୁ ବାହାରନ୍ତୁ ନାହିଁ । +ଯଦି ବାହାରୁଛନ୍ତି, ତେବେ ଭଲ ଭାବରେ ଶରୀରକୁ ଢାଙ୍କି ପଦାକୁ ବାହାରନ୍ତୁ । +ଏହା ପୂର୍ବରୁ ସନ୍ ବୁର୍ଣ୍ଣ ଲୋସନ ଲଗାନ୍ତୁ । +ଏହାପରେ ଯଦି ସନ୍ ବୁର୍ଣ୍ଣ ହୋଇଯାଏ, ତେବେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । +ବିଶେଷକରି ଖରାଦିନେ ଦେହରୁ ଝାଳ ବାହାରେ । +ଝାଳ ବାହାରିବା ସଙ୍ଗେ ସଙ୍ଗେ ପୋଛି ଦେବା ଦରକାର । +ନଚେତ୍ ଏହା ଦେହରେ ଲାଗି ରହି ଘିମିରି ଓ ଯାଦୁ ପରି ରୋଗ କରେ । +ଏଣୁ ଦେହରେ ଝାଳ ଲାଗି ନରହିବା ପାଇଁ ଦିନକୁ ଦୁଇଥର ଗାଧାନ୍ତୁ । +ପୋଷାକ ପାଟରା ପରିଷ୍କାର ପିନ୍ଧନ୍ତୁ । +ବିଶେଷ କରି ଝାଳ ବୋହିବା ମାତ୍ରେ ପୋଛି ଦେଇ ଫ୍ୟାନ୍ ପବନରେ ବସନ୍ତୁ । +ଏହାଦ୍ଵାରା ଚର୍ମରୋଗ ଦେଖାଦେବାର ଆଶଙ୍କା ହ୍ରାସ ପାଇବ । -- GitLab