diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia148.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia148.txt new file mode 100644 index 0000000000000000000000000000000000000000..59cf9c76c64858e074f2493a59ce0530c0fc78b2 --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia148.txt @@ -0,0 +1,35 @@ +ଜୀବନ ଉପହାର +ଅଙ୍ଗଦାନ +ଗୋଟିଏ ସମୟରେ ସମସ୍ତେ କହୁଥିଲେ ‘ରକ୍ତ ଦାନ- ମହତ ଦାନ’ । +ଏବେ ଏହା ସହିତ ଯୋଡି ହୋଇଯାଇଛି ‘ଅଙ୍ଗଦାନ- ମହତଦାନ’ର ସ୍ଲୋଗାନ । +ଯଦିଓ ଏହା କୌଣସି ନୂତନ ପରିଭାଷା ନୁହେଁ ତଥାପି ଓଡିଶା ପାଇଁ ଏହା ଅନେକ ମୂଲ୍ୟ ରଖିଛି । +ପୂର୍ବରୁ ଆମ ରାଜ୍ୟରେ ଜୀବିତ ବ୍ୟକ୍ତିଙ୍କଠୁ ବିଭିନ୍ନ ଅଙ୍ଗ ଆସି ଅନ୍ୟ ଜଣେ ରୋଗୀ ଦେହରେ ଲାଗୁଥିଲା । +ଏବେ ଚିକିତ୍ସା ବିଜ୍ଞାନ ଏହାଠୁ ଆଉ ପାଦେ ଆଗକୁ ଯିବା ପାଇଁ ସମସ୍ତ ବାଟ ତିଆରି କରିସାରିଲାଣି । +ମୃତ ବ୍ୟକ୍ତି ଅଙ୍ଗକୁ ଜୀବତ ଲୋକଙ୍କ ଦେହରେ ଲାଗାଯିବା । +ଭାରତର ଅଳ୍ପ କିଛି ରାଜ୍ୟ’ ଏହି ପଦ୍ଧତିକୁ ଆପଣାଇ ସାରିଥିଲାବେଳେ ଓଡିଶାରେ ଏହି ଧାରା ସଂପୂର୍ଣ୍ଣ ନୂଆ କାରଣ ଓଡିଶା ଭଳି ଏକ ସାଂସ୍କତିକ ଓ ଆଧ୍ୟାତ୍ମିକ ମାଟିରେ ମୃତ ବ୍ୟକ୍ତିଠୁ ଅଙ୍ଗ ବାହାର କରାଯିବା ବିଷୟକୁ ଅଧିକାଂଶ ଲୋକେ ଗ୍ରହଣ କରନ୍ତି ନାହିଁ । +ହିନ୍ଦୁ ପ୍ରଥା ପରମ୍ପରା ଅନୁଯାୟୀ ମୃତୁ ବ୍ୟକ୍ତିକୁ ପୋଡିଦେଲେ ତାହା ମୋକ୍ଷ ହୁଏ । +କିନ୍ତୁ ଅନ୍ୟ ପକ୍ଷରେ ଯଦି ଦେଖାଯାଏ । +ତାହେଲେ ମୃତ ବ୍ୟକ୍ତିର କିଛି ଅଙ୍ଗରୁ କାହାର ଜୀବନ ରକ୍ଷା ହୋଇପାରୁଛି ତେବେ ଏହା କ’ଣ ମୋକ୍ଷଠୁ ଉର୍ଦ୍ଧ୍ଵରେ ନୁହେଁ କି ?ଏବେ ଏହା ଉପରେ ସମାଜର ବଡ ମୁଣ୍ଡିଆମାବନେ ବିଚାର କରିବାର ସମୟ ଆସିଛି । +ଅଙ୍ଗ ପ୍ରତିରୋପଣ +ପୂର୍ବରୁ ଆନ୍ଧ୍ରପ୍ରଦେଶ, ଦିଲ୍ଲୀ ଗୁଜୁରାଟ କର୍ଣ୍ଣାଟକ କେରଲ ମହାରସ୍ତ୍ରା ରାଜସ୍ଥାନ ତାମିଲନାଡୁ, ତେଲେଙ୍ଗାନା ଓ ପଶ୍ଚିମବଙ୍ଗରେ ଅଙ୍ଗ ପ୍ରତିରୋପଣ କାର୍ଯ୍ୟକ୍ରମ ଆରମ୍ଭ ହୋଇସାରିଛି । +ସେହି ଅଞ୍ଚଳ ଗୁଡିକରେ ଏହି କାର୍ଯ୍ୟକ୍ରମକୁ ବଡ ଧରଣର ସଫଳତା ମଧ୍ୟ ମିଳିଛି । +ତେବେ ବିଲମ୍ଭରେ ହେଲେ ବି ଓଡିଶାରେ ଏହାକୁ ଆରମ୍ଭ ହୋଇଛି । +ହେଲେ ଓଡିଶାର ଲୋକମାନଙ୍କ ମନରେ ଥିବା ଅନ୍ଧବିଶ୍ଵାସକୁ ଦୂରକରିବା ଏକ ବଡ ଚ୍ୟାଲେଞ୍ଜ ହେବ । +ଯଦିଓ ଲୋକମାନଙ୍କୁ ସଚେତନ କରିବା ପାଇଁ ବିଭିନ୍ନ ପନ୍ଥା ରହିଛି, ତଥାପି ଆରମ୍ଭର ଚିକିତ୍ସା ବିଜ୍ଞାନର ଏହି ସଫଳତାକୁ ଆମ ରାଜ୍ୟରେ ଆରମ୍ଭ କରିବା ପୁରବାରୁ କିଛିଟା କଠିନ ପରିସ୍ଥିତିର ସାମ୍ନା କରିବାକୁ ପଡିପାରେ । +ଦକ୍ଷିଣ- ପଶ୍ଚିମ ରାଜ୍ୟ ମାନଙ୍କ ପରି ଓଡିଶାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେଲେ ଆମ ପାଇଁ ବଡ ସଫଳତା ହୋଇପାରିବ । +ମୃତ ବ୍ୟକ୍ତିର ଅଙ୍ଗ ପ୍ରତିରୋପଣ ପୂର୍ବରୁ କେତେକ ନିୟମ କାନୁନ୍ ଉପରେ ମଧ୍ୟ ଗୁରୁତ୍ଵ ଦେବାକୁ ପଡିବ । +ମନୁଷ୍ୟ ଅଙ୍ଗ ପ୍ରତିରୋପଣ ଆଇନ୍ ୧୯୯୪ ଅନୁଯାୟୀ କିଛି ପ୍ରଶାସନିକ ନିଷ୍ପତ୍ତି ଗୁଡିକୁ ପାଳନ କରାଯିବା ନିହାତି ଆବଶ୍ୟକ ହୋଇଥାଏ । +ପରେ ହସ୍ପିଟାଲ ବ୍ୟବସ୍ଥା ଉପରେ ଧ୍ୟାନ ଦିଆଯାଇଥାଏ । +ପ୍ରଥମେ ରାଜ୍ୟରେ ଗମନାଗମନ ତଥା ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ପାଇଁ ଏକ ନୋଡାଲ୍ ସେଣ୍ଟର ଆରମ୍ଭ କରାଯିବ । +ଏହି କେନ୍ଦ୍ରରେ ଜଣେ ମୁଖ୍ୟ ସଂଯୋଜକ ରହିବେ, ଯିଏକି ଅନ୍ୟ ରାଜ୍ୟର ଅଙ୍ଗ ଦାନ କରୁଥିବା ବ୍ୟକ୍ତି କିମ୍ବା ହସ୍ପିଟାଲ ସହିତ ଯୋଗାଯୋଗରେ ରହିବେ । +ଏମାନଙ୍କୁ ନେଇ ଏକ ଅର୍ଗାନ ସେୟାରିଂ ନେଟୱର୍କ କରାଯିବ । +ନୋଲାଲ ସେଣ୍ଟରରେ ଅଙ୍ଗ ଦାନ କରିବାକୁ ଇଚ୍ଛୁକ ଥିବା ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ମୃତ୍ୟୁ ପାଟରେ ଅଙ୍ଗ ସଂରକ୍ଷଣ ଦାୟିତ୍ଵ ମଧ୍ୟ ରହିବ । +ଏକ ନିରପେକ୍ଷ ସଂସ୍ଥା ଅଙ୍ଗ ଦାନ କରୁଥିବା ବ୍ୟକ୍ତି କିମ୍ବା ହସ୍ପିଟାଲ ସହ ଯୋଗାଯୋଗରେ ରହିବ । +ଏହି ସଂସ୍ଥା ନୋଡାଲ କେନ୍ଦ୍ରର ସଂଯୋଜକଙ୍କୁ ମଧ୍ୟ ତଥ୍ୟ ଆଦାନ ପ୍ରଦାନ କରିବ । +ଏହା ଉପରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅନେକ ଆଲୋଚନା ପର୍ଯ୍ୟାଲୋଚନା କରି ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲ୍ କୁ ନୋଡାଲ ସେଣ୍ଟର କରାଯାଇଥିଲାବେଳେ ନେଫ୍ରୋଲୋଜି ବିଭାଗର ପ୍ରଫେସର ଡାକ୍ତର ଚିତ୍ତରଂଜନ କରଙ୍କୁ ନୋଡାଲ ଅଫିସର ଭାବେ ଦାୟିତ୍ଵ ଦିଆଯାଇଛି । +ଵ ତେବେ ଡୋନର ଯୋଗାତ ପାଇଁ ଦେଶର ଅନ୍ୟତମ ବୃହତ୍ ସ୍ଵେଚ୍ଛାସେବୀ ସଂସ୍ଥା ମୋହନ ଫାଉଣ୍ଡେସନ ମଧ୍ୟ ସହଯୋଗର ହାତ ବଢାଇଛି । +ଅଙ୍ଗ ଦାନ କରୁଥିବା ଲୋକ ନିଜ ଧର୍ମର କି ଜାତିର ହୋଇଥିବା ଜରୁରି ନୁହେଁ । +ତଥାପି ମୃତ୍ୟୁ ପରେ ସଂଗ୍ରହ କରାଯାଉଥିବା ତାଙ୍କର ବିଭିନ୍ନ ଅଙ୍ଗ ଦେଖାଇ ପାରୁଛି । +ମରିଯାଇଥିବା ଲୋକର ସେହି ଛୋଟିଆ କିନ୍ତୁ ମୂଲ୍ୟୁବାନ ଉପହାର ଅନ୍ୟଜଣଙ୍କ ପାଇଁ ସଂଜୀବନୀ ହୋଇଯିବ । +ତେଣୁ ଆମେ କ’ଣ ଆଉ ଜଣଙ୍କ ପାଇଁ ଜୀବନ ରକ୍ଷାକାରୀ ହୋଇପାରିବା ନାହିଁ? ଏବେ ଏହି ପ୍ରଶ୍ନ ଆମେ ସମସ୍ତେ ନିଜେ ନିଜକୁ ପଚାରିବାର ସମୟ ଆସିଛି । +ଜୀବନର ଏହି ଉପହାରକୁ ଆମେ ନଷ୍ଟ ନକରି, ନୂଆ ଜୀବନ ଗଢିଲେ ହିଁ, ତାହା ହେବ ଆମର ଶେଷ୍ଠ କର୍ମ ଓ ଧର୍ମ ।