From e56ed65bae6d78f3d218f1e2eb5f1fa693b39010 Mon Sep 17 00:00:00 2001 From: Nayan Ranjan Paul Date: Sat, 17 Sep 2022 12:52:53 +0530 Subject: [PATCH] Upload New File --- .../odiasahitya.com/sent_odiasahitya_lekha_4 | 67 +++++++++++++++++++ 1 file changed, 67 insertions(+) create mode 100644 Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_4 diff --git a/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_4 b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_4 new file mode 100644 index 0000000..b82773b --- /dev/null +++ b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_4 @@ -0,0 +1,67 @@ +ପରଦା ତଳେ +କିଶୋରୀ ଚରଣ ଦାସ +ତା: ମେ ୭, ୨୦୧୯ +ମୂଳ ପୃଷ୍ଠା → ସ୍ମରଣୀୟ ଲେଖା → ଗଳ୍ପ → +ରୂପେଲି ପରଦାରେ ଫୁଟି ଉଠିଲା କେତେ ରକମର ଛବି-କେତେ ହସକାନ୍ଦର ଅସରନ୍ତି କଥା । +ଭିକାରୁଣୀ ରୂପରେ କେତେ ରୂପସୀ ‘ତାରକା’ଙ୍କ ରକ୍ତିମ ଅଧରରେ ଖେଳିଗଲା ମନ ଭୁଲାଣିଆ ହସ, କଣ୍ଠରୁ ବାହାରିଲା ସ୍ୱରର ଝଙ୍କାର, କଜଳ-କଳା ଆଖିରୁ ଝରି ପଡ଼ିଲା ବୁକୁଫଟା ଲୁହର ଧାର । +ଭିକାରୀ ରାଜଦ୍ୱାରରେ ଗାଇଲା ବାଦ୍ୟ ସମ୍ବଳିତ ଭଜନ । +ଗରିବ ହୋଇ ମଧ୍ୟ, ତାର ସରଳ ଜୀବନ କିପରି ବିତିଗଲା ସୁନ୍ଦର, ମଧୁର ଭାବରେ, ସଂସାରରେ ଦୁଷ୍ଟ ଲୋକଙ୍କର ଶତ ଯାତନା ଏଡ଼ିଦେଇ-ଶେଷରେ କିପରି ହେଲା ସତ୍ୟର ଜୟ-ଧର୍ମର ଜୟ-ଏ ସବୁର ନିଖୁଣ ଛବି ଫୁଟିଉଠିଥିଲା ସେହି ବଡ଼ ସିନେମା ଘରର ଶୁଭ୍ର ପରଦା ଉପରେ । +କରତାଳି ନାଦରେ ପୂରି ଉଠିଲା ପ୍ରେକ୍ଷାଗୃହ । +କ୍ରମେ ଆଲୁଅ ଲିଭିଗଲା ଓ ଗୋଟି ଗୋଟି ଦର୍ଶକ ସବୁ ଚାଲି ଆସିଲେ ବାହାରକୁ । +ସମସ୍ତଙ୍କ ମୁହଁରେ ଗୋଟାଏ କଥା-‘ଚମତ୍କାର’ Marvellous । +ଚକୋଲେଟ୍‌ ରଙ୍ଗର ମରିସ କାରରେ ବିଲାତି ପୋଷା କୁକୁରଟିଏ ଅପେକ୍ଷା କରିଥିଲା ନିର୍ମଳ ବାବୁଙ୍କ ପାଇଁ । +ନିର୍ମଳବାବୁ ପଦାକୁ ବାହାରି ଆସି କାଶ୍ମିରୀ ଶାଲ୍‌ଟି ଆଡ଼େଇ ଦେଇ, ତାଙ୍କ ହାତ ମଣିବନ୍ଧରେ ଥିବା ସୁନା ଘଣ୍ଟାଟି ଦେଖି କହି ଉଠିଲେ-‘ By jove ! ସାଢ଼େ ଦଶ ବାଜିଲାଣି ।’ +ସଙ୍ଗେ ସଙ୍ଗେ ସେ ଯାଇ ବସିଲେ କାରର ମଖମଲ କୁସନ ଉପରେ । +ଇଲେକ୍‌ଟ୍ରିକ୍‌ ହର୍ଣ୍ଣ୍‌ ପିଁ ପିଁ ହୋଇ ବାଜି ଉଠିଲା ଓ ଗାଡ଼ି ଚାଲିଲା ବଡ଼ ସହରର ପିଚୁ ଢଳା ରାସ୍ତା ଉପରେ । +ବାହାରେ ପଉଷ ମାସର କଲିଜା ଥରା ଶୀତ । +କଳା ରାତି ସାଙ୍ଗରେ କୁହୁଡ଼ି ମିଶିଯାଇ କିଛି ବାରି ହେଉ ନ ଥାଏ । +ହେମାଳିଆ ପବନରେ ଥରି ଯାଉଥାଏ ଆକାଶ ଧରଣୀ । +ସବୁଜ ପତରରୁ କାକର ଥୋପା ଥୋପା ହୋଇ ଝରି ପଡ଼ୁଥାଏ, ତରୁଣର ନିରାଶ ପ୍ରାଣର କ୍ରନ୍ଦନ ପରି । +କିନ୍ତୁ ସେ ବାହାରର ସଂସାର ସହିତ ନିର୍ମଳ ବାବୁଙ୍କ ସମ୍ପର୍କ କ’ଣ ? ରୂପେଲି ପରଦାର ରୂପେଲି ଛବି ଦେଖିଲାବେଳେ ପରଦା ତଳେ କଣ ଅଛି ତା କିଏ କେବେ ଭାବେ କି ? +ଗୋଟାଏ ଛକରେ ଗାଡ଼ି ବୁଲାଇଲା ବେଳେ ମଟରର head light ପଡ଼ିଲା ଗୋଟାଏ କଦାକାର ଜୀବ ଉପରେ । +ସେ ହେଉଛି ମଣିଷ-କିନ୍ତୁ ଗଛ ତଳର ମଣିଷ-ସଭ୍ୟ, ସୁନ୍ଦର ସମାଜର ରୂପେଲି ପରଦାର ତଳେ କେଉଁ ଅନ୍ଧାରି କୋଣରେ । +ଆଖିରେ ତାର ବିଭତ୍ସ ଦୃଶ୍ୟ । +ଅପରିଷ୍କାର କୁତ୍ସିତ ମୁହଁରେ ତାର ଯୁଗଯୁଗର ଆବର୍ଜନା ସତେ ଯେପରି ଠୁଳ ହୋଇ ରହିଛି । +ସାତ ଜାଗାରେ ଚିରା କୁରୁତା ଉପରୁ ଫୁଟିଉଠୁଛି କଦର୍ଯ୍ୟ କଳା ଚମଡ଼ାର ଅଂଶ, ଯାହାକୁ ଦେଖିଲେ ବିକାର ଜାତ ହେବ । +ତାର ସେ ରୂପ ଦେଖି ନିର୍ମଳ ବାବୁ ଭାବିଲେ-‘ସିନେମା ଛବିରେ ତ ଏପରି ଭିକାରୀର ରୂପ ନଥିଲା ! +ଏହାର ରୂପରେ ତ ନାହିଁ ସରଳ, ଉନ୍ନତ ପ୍ରାଣର ଚିହ୍ନ-ତା’ ବଦଳରେ ହୁଏତ ଅଛି ହତ୍ୟା, ମହାମାରୀର ବିଭୀଷିକା !! +ନାଃ-ଏ ଗୋଟାଏ ମଣିଷ ନାମଧାରୀ ଅସ୍ୱାଭାବିକ ଜନ୍ତୁ, ଏହା ମନେ ମନେ କହି ନିର୍ମଳ ବାବୁ ଦ୍ୱିଗୁଣ ବେଗରେ କାର୍‌ ଚଳାଇବାକୁ ଲାଗିଲେ । +କାର୍‌ ଆସି ଛିଡ଼ା ହେଲା ‘ନିର୍ମଳ ଭବନ’ର portico ରେ । +ପୋଷାକଧାରୀ ଚପରାଶି ସଲାମ କରି ସଙ୍ଗେ ସଙ୍ଗେ ଗାଡ଼ିର କବାଟ ଫିଟାଇ ଦେଲା । +ନିର୍ମଳ ବାବୁ ବାହାରି ଆସିଲେ ବିଲାତି କୁକୁରଟି ସାଙ୍ଗରେ ଧରି । +ରାତିର କଳା ଅନ୍ଧାର, କୁହୁଡ଼ି ଓ ଶୀତୁଆ ପବନକୁ ପଛରେ ପକେଇ ଦେଇ ସେ ଚାଲିଗଲେ ତାଙ୍କର ବିଜୁଳିଆଲୁଅ ଦିଆ ଘରକୁ । +Spring ଦିଆ ଗଦି ପଡ଼ିଥାଏ ଚିକ୍‌କଣ କଳା ପଲଙ୍କ ଉପରେ । +ତା ଉପରେ ଧୋବ ଫରଫର ଚାଦର । +ତା’ ଉପରେ ଫୁଲ କାମକରା ତକିଆ ଦିଓଟି, ଗୋଟିକରେ ନିର୍ମଳବାବୁ ଓ ଅନ୍ୟଟିରେ ତାଙ୍କ ନବ ପରିଣୀତା ପତ୍ନୀ ସରସୀ । + ଖିଆପିଆ ସାରି ସେହି କୋମଳ ଶଯ୍ୟାରେ, ସରସୀର ଗଳା ବେଷ୍ଟନ କରି ନିର୍ମଳ ବାବୁ ଭାବିଲେ ‘ ସଂସାରଟା କେତେ ମଧୁର କେତେ ସରସ, କେତେ ସ୍ୱପ୍ନମୟ ସତେ !! +ଠିକ୍‌ ସେହି ସମୟରେ କୃଷ୍ଣ ପକ୍ଷର ଜହ୍ନ ଉଇଁ ଆସିଥିଲା ଦିଗ୍‌ବଧୂର କୋଳରୁ ଓ ସେହି ଫିକା ଆଲୁଅ ମଝିରେ ରାଜପଥରେ ଛିଡ଼ା ହୋଇଥିଲେ ତିନୋଟି ପ୍ରାଣୀ । +କୁହୁଡ଼ି କାକର, ପବନ ପାଣିରେ ଅସ୍ଥି ମଜ୍ଜା ତାଙ୍କର ଥରି ଯାଉଥିଲା-ଶରୀର ପଙ୍ଗୁ ଓ ଅସଜ ହୋଇ ପଡ଼ିଥିଲା, କିନ୍ତୁ ପେଟ ଭିତରେ ଭୋକର ନିଆଁ ଜଳୁଥିଲା ଦୁଇଗୁଣ ବେଗରେ । +ତାଙ୍କ ଭିତରୁ ଜଣେ ପୁରୁଷ, ଜଣେ ସ୍ତ୍ରୀ ଓ ଜଣେ ବାଳକ । +ପୁରୁଷ କହିଲା-‘କିଲୋ, ଆଜି ଖାଇବାକୁ ଅଛି ନା ? ମୋ କପାଳରେ ଆଉ ଭିକ ଜୁଟିବ ନାହିଁ, ଆଉ ତୁ ଯଦି ନ ଆଣିବୁ- +‘ମୁଁ ମାଇପିଟା କଣ ଆଣିବି-ଯାହା ଦି’ଟା ଆଣିଥିଲା ତା’ତ ଟୋକାଟା ଖାଇ ଦେଲା-ଆଉ ମୋ ପାଖରେ କଣ ଅଛି ? ପିଲାଟା ପାଟି କରି ଉଠିଲା-‘ନାଇଁ ମୁଁ ଖାଇନାହିଁ, ମିଛ କହୁଛି- ସେ ନିଜେ’ । +ପୁରୁଷ ଗର୍ଜି ଉଠି କହିଲା-ଶାଳୀ ମୋତେ ଏମିତି ଭଣ୍ଡଉଛୁ ସବୁ ଦିନେ । + ଆଜିକୁ ତିନିଦିନ ହେଲା ମୁଁ ଓପାସରେ ଅଛି-ଆଉ ତୁ ମଜାରେ ଖାଉଛୁ ନା ? ବଦମାସ-ଶାଳୀ- +ମାଇପିଟା ଦୁଇ ହାତ ପଛକୁ ଘୁଞ୍ଚିଯାଇ ପାଟି’ କରି ଉଠିଲା- +‘ନାଇଁ ଲୋ, ମୁଁ ଖାଇନାହିଁ ସତ କହୁଛି, ସତ । +ତା’ କଥା ସରିବା ଆଗରୁ ପୁରୁଷର କଦାକାର ହାତ ଥରି ଥରି ବାଜିଲା ସ୍ତ୍ରୀର ଶୁଖିଲା ପାଉଁଶିଆ ମୁହଁ ଉପରେ । +ଅବଶ ଦେହରେ ମାଡ଼ ସମ୍ଭାଳି ନ ପାରି ସେ ପଡ଼ିଗଲା ରାସ୍ତା କଡ଼ରେ । +ପାଖରେ ଥିବା ପଥରରେ କପାଳଟା ବାଡ଼େଇ ହୋଇ ଗଲା-ଝରି ପଡ଼ିଲା ନାଲି ରକତର ଧାର । + ଧଳା ଚାନ୍ଦିନୀର କୋଳରେ ନାଲି ରକତ ଦିଶିଲା ଉଜ୍ଜ୍ୱଳ, ଶୋଭନୀୟ !! +ପିଲାଟା ଚେଁଚେଁଇ ଉଠିଲା ଗଭୀର ନୈଶ୍ୟ ନିସ୍ତବ୍‌ଧତା ଭେଦ କରି । +ତା ଆରଦିନ ସକାଳେ ମଧୁର ସ୍ୱପ୍ନର ସଂସାରରୁ ଉଠି ନିର୍ମଳ ବାବୁ ଶୁଣିଲେ ତାଙ୍କର ଚାକରଠାରୁ ଯେ ଗୋଟାଏ ଭିକାରୁଣି ମରି ପଡ଼ିଛି ରାସ୍ତାକଡ଼ରେ । +କିଏ ମାରିଛି କିଛି ଜଣା ପଡ଼ିନାହିଁ । +ନିର୍ମଳ ବାବୁଙ୍କର ମନେ ପଡ଼ିଗଲା କାଲି ରାତିରେ ଦେଖିଥିବା କଦାକାର ଭିକାରୀର ବିକୃତ ମୁହଁ । +ସେ ଭାବିଲେ “ ଓଃ କି ଅସଭ୍ୟ, କୁତ୍ସିତ, ବଦମାସ ଲୋକ ଜଣେ ଜଣେ ଥାଆନ୍ତି ପୃଥିବୀରେ ।” +ଖାଇପିଇ ସାରିଲା ପରେ ରେଡିଓର ସଙ୍ଗୀତ ମୂର୍ଚ୍ଛନା ଶୁଣୁ ଶୁଣୁ ତାଙ୍କୁ କିଏ ଜଣେ କହିଲା ଯେ, ଖୁନୀ ଧରା ପଡ଼ିଛି ଓ ସେ ହେଉଛି ଜଣେ ଭିକାରୀ । +ତାକୁ ଖୁନୀ ବୋଲି କହିଦେଲା ଗୋଟାଏ ବାର ବରଷର ପିଲା । +ନିର୍ମଳ ବାବୁ ଯୁଗପତ୍‌ ପ୍ରସନ୍ନ ଓ ଆଶ୍ଚର୍ଯ୍ୟ ହୋଇ ‘ହୁଁ’ ଟିଏ ମାରି ପୁଣି ସଙ୍ଗୀତ ଝଙ୍କାରରେ ଢାଳି ଦେଲେ ତାଙ୍କର ମନ । +ସନ୍ଧ୍ୟା ନହେଉଣୁ ନିର୍ମଳ ବାବୁ ଦେଖିଲେ ତାଙ୍କ ଦାଣ୍ଡ ଆଡ଼େ ଦୁଇଜଣ ପୁଲିସ ଗୋଟାଏ ଲୋକକୁ ଧରି ନେଉଛନ୍ତି ହାଜତକୁ-ଆଉ ସେ ଲୋକଟା ହେଉଛି ସେହି କାଲି ରାତିର କଦାକାର ମଣିଷ । +ପଚାରିଲାରୁ ବୁଝିଲେ ଯେ, ସେ ସେହି ଭିକାରୁଣୀକୁ ମାରିଥିବା ଦୋଷରେ ଧରା ହୋଇ ଯାଉଛି । + ସେ ମନେ ମନେ ଭାବିଲେ-ଓଃ କି କୁତ୍ସିତ କଦର୍ଯ୍ୟ ଲୋକ ! ବିଶ୍ୱବିଧାତାଙ୍କ ଗୋଟାଏ କିମ୍ବୂତ କିମାକାର ସୃଷ୍ଟି !! +ତାଙ୍କ ଭାବନା ସୁଅରେ ବାଧାଦେଇ ଶଶାଙ୍କ ବାବୁ ପହଞ୍ଚିଗଲେ, କହିଲେ “ କିହେ, କାଲି ସିନେମା ଦେଖିବାକୁ ଯାଇଥିଲ ପରା! କିପରି ଲାଗିଲା !” +ଖୁବ୍‌ ଭଲ-‘ବିଶେଷତଃ ଭିକାରୀ ପାର୍ଟଟା ହୋଇଥିଲା ବଡ଼ artstic ଓ true to life’ +“ଚାଲ, ଆଜି ଆଉଥରେ ଯିବ ମୋ ସାଙ୍ଗରେ” +‘ହଉ’ +ପାଞ୍ଚ ମିନିଟ ପରେ ସୌଖୀନ କାର୍‌ରେ ଦୁଇ ଜଣ ଯାକ ଚାଲିଗଲେ ରୂପେଲି ପରଦାରେ କେଉଁ ଭିକାରୀର ଛବି ଦେଖିବାକୁ । +୧୯୪୨ ମସିହାରେ ସେତେବେଳର ବହୁଳ ପ୍ରସାରିତ ପତ୍ରିକା ‘ନବୀନ’ରେ ପ୍ରକାଶିତ ଏହି ଗଳ୍ପଟି ଲେଖକଙ୍କର ପ୍ରଥମ ପ୍ରକାଶିତ ଗଳ୍ପ । +ସେତେବେଳେ ଲେଖକଙ୍କୁ ମାତ୍ର ୧୮ବର୍ଷ ହୋଇଥିଲା । -- GitLab